Unknown

 

 

 

 

 

 

 

 

 

ରାମାୟଣ ଉତ୍ତରାକାଣ୍ଡ

ଶ୍ରୀ ଫକୀରମୋହନ ସେନାପତି

 

ପ୍ରଥମ ସର୍ଗ

ରାକ୍ଷସ ମାନଙ୍କୁ ବଧ କରି ରଘୁବୀର

ପୁନଶ୍ଚ କରନ୍ତେ ଯାଇ ରାଜ୍ୟ ଅଧିକାର

ଏକଦା ଆନନ୍ଦ ମନେ ମୁନି ଋଷି ଗଣ

ଅଇଲେ ଶ୍ରୀରାମେ କରିବାକୁ ଦରଶନ

ପୂର୍ବରୁ ଅଇଲେ ମେଧାତିଥି ପୁନ୍ତ୍ର କଣ୍ଵ

କୌଶିକ ଗାଲବ ଗାର୍ଗ୍ୟ ଆଦି ତପୋଧନ

ଦକ୍ଷିର ଦିଗରୁ ଅତ୍ରି ଅଗସ୍ତ୍ୟ ସୁମୁଖ

ନମୁଚି ପ୍ରମୁଚି ସ୍ୱସ୍ତ୍ୟାନ୍ତ୍ରୟାଦି ବିମୁଖ

ଅଇଲେ ପଶ୍ଚିମ ଦିଗୁ କୌଷେୟକବଷୀ

ବୃଷ୍‌ଦିଗୁ ପ୍ରଭୃତି ଧୌମ୍ୟ ସଙ୍ଗେ ସର୍ବ ଶିଷି

ଅଇଲେ ଉତ୍ତରୁ ଭରଦ୍ୱାଜ ଋଷି ଶ୍ରେଷ୍ଠ

ବିଶ୍ୱାମିନ୍ତ୍ର ଜମଦଗ୍ନି କଶ୍ୟପ ବଶିଷ୍ଠ

ରାମଚନ୍ଦ୍ର ସିଂହଦ୍ୱାରେ ହୋଇ ଉପସ୍ଥିତ

ବୋଇଲେ ଦ୍ୱାରିକୁ ରାଇ ମହର୍ଷି ଅଗସ୍ତ୍ୟ

ଆହେ ଦ୍ୱାରି ଯାଇ ତୁମ୍ଭେ ଶ୍ରୀରାମ ପାଶକୁ

ଋଷିଗଣ ଆଗମନ ଜଣାଅ ତାହାଙ୍କୁ

 

 

ସୁନିପୁଣ ଇଙ୍ଗିତଜ୍ଞ ସୁଶୀଳ ସୁଦକ୍ଷ

ଉପଯୁକ୍ତ ପ୍ରତୀହାରୀ ଶୁଣି ଋଷି ବାକ୍ୟ

ନଗର ମଧ୍ୟକୁ ଚାଲି ଯାଇ ଧାତିକାରେ

ହାତଯୋଡ଼ି ଜଣାଇଲା ଶ୍ରୀରାମ ଛାମୁରେ

ଶୁଣିବାକୁ ଆଜ୍ଞା ହେଉ ଜାନକୀ ରମଣ

ସାକ୍ଷତକୁ ଆସିଛନ୍ତି ମୁନି ଋଷି ଗଣ

ଅଗସ୍ତ୍ୟ ପ୍ରଭୃତି ଋଷୀ ଶୀଷ୍ୟ ସହିତରେ

ଉଭା ହୋଇଛନ୍ତି ଆସି ସର୍ବେ ସିଂହଦ୍ୱାରେ

ଏହା ଶୁଣି ରାମଚନ୍ଦ୍ର ବୋଇଲେ ଦ୍ୱାରିକୁ

ବେଗେଯାଇ ସଙ୍ଗେ ଘେନି ଆସ ସେମାନଙ୍କୁ

ତେଜବନ୍ତ ଋଷିଗଣ ଅରୁଣ ଶଙ୍କାଶ

ରାଜ ସଭା ମଧ୍ୟେ ଯାଇ ହେଲେକ ପ୍ରବେଶ

ଋଷିଗଣ ଦେଖି ରାମଚନ୍ଦ୍ର ମହାବୀର

ଉଭା ହେଲେ ବିନୟରେ ଯୋଡ଼ି ବେନି କର

ପାଦ୍ୟ ଅର୍ଘ୍ୟ ଦେଇ ପୂଜା କରି ସମାଦରେ

ବସାଇଲେ ସମସ୍ତଙ୍କୁ ରତ୍ନ ଆସନରେ

ଯେ ଯେମନ୍ତ ମର୍ଯ୍ୟାଦାରେ ବସନ୍ତେ ସମସ୍ତ

କୁଶଳ ସମ୍ବାଦ ପୁଚ୍ଛା କଲେ ରଘୁନାଥ

ବୋଇଲେ ଋଷିଏ ଆହେ କୌଶଲ୍ୟା ନନ୍ଦନ

ସମ୍ପ୍ରତି ଯେ ତୁମ୍ଭେ ହୋଇଅଛ ଶନ୍ତ୍ରୁ ହୀନ

ଅତଏବ ଆମ୍ଭେମାନେ ଅଛୁଁ କୁଶଳରେ

ଋଷିଙ୍କର ଶୁଭାଶୁଭ ରାଜାଙ୍କ ହସ୍ତରେ

ଭୀଷଣ ରାବଣ କରୁଥିଲା ଅତ୍ୟାଚାର

ବିଶେଷରେ ତାକୁ ଯାହା କଲଟି ସଂହାର

ସେଥିପାଇଁ ଆମ୍ଭେମାନେ ଅଛୁଁ କୁଶଳରେ

ବଡ଼ କଷ୍ଟ ପାଉ ଥିବୁଁ ତାହା ଅତ୍ୟାଚାରେ

ତୁଛକଥା ତୁମ୍ଭେଠାରେ ବଧିବା ରାବଣ

ସହଜରେ ଜିଣି ପାର ତୁମ୍ଭେ ନ୍ତ୍ରିଭୁବନ

ତଥାପି ରାବଣ ବଧେ ଅଛୁଁ ଆନନ୍ଦିତ

ଆଶୀର୍ବାଦ କରୁଁ ସୁଖେ ରୁହ ରଘୁନାଥ

ସୁଖରେ କାଟନ୍ତୁ କାଳ ଜାନକୀ ଲକ୍ଷ୍ମଣ

କରୁନ୍ତୁ ସୁଖରେ ବାସ ତୁମ୍ଭ ମାତୃ ଗଣ

ସୌଭାଗ୍ୟରେ ହୋଇ ଅଛି ବିରୁପାକ୍ଷ ହତ

ମହୋଦର ଅକମ୍ପନ ବିକଟ ପ୍ରହସ୍ତ

ମହାବଳବନ୍ତ ମହାକାୟ କୁମ୍ଭକର୍ଣ୍ଣ

ଦେବାନ୍ତକ ନରାନ୍ତକ ଆଦି ଦୈତ୍ୟଗଣ

ମରିଛନ୍ତି ଜ୍ଞାତି ବନ୍ଧୁ ସହିତ ରାବଣ

ମଲାପୁଣି ଇନ୍ଦ୍ରଜିତ ରାବଣ ନନ୍ଦନ

ତୁମ୍ଭର ଅସାଧ୍ୟ ନୁହେ ମାରିବା ରାବଣ

ମାରିଲ ଯା ମାୟା ଯୋଧି ତାହାର ନନ୍ଦନ

ଅତ୍ୟନ୍ତ ମାୟାବୀ ସେହି ଅବଧ୍ୟ ସମରେ

ନଥିଲାଟି ତାକୁ ବଧ କରନ୍ତା ମହିରେ

ମାରିଲ ଯା ତୁମ୍ଭେ ଦ୍ୱନ୍ଦ ଯୁଦ୍ଧରେ ତାହାକୁ

ତେଣୁ ଆମ୍ଭେମାନେ ଆସି ଅଛୁଁ ତୁମ୍ଭଠାକୁ

ଇନ୍ଦ୍ରଜିତ ମୃତ୍ୟୁ କଥା ଶୁଣିଲୁଁ ଯେମନ୍ତ

ବିସ୍ମୟ ଆନନ୍ଦ ଉଦେ ହେଲା ଯୁଗପତ

ଆଶୀର୍ବାଦ କରୁ ଅଛୁଁ ଆହେ ନରବର

ସତତ ତୁମ୍ଭର ହେଉ ଜୟ ଜୟ କାର

ବୋଇଲେ ଶ୍ରୀରାମଚନ୍ଦ୍ର ଯୋଡ଼ି ବେନି ହାତ

ଆହେ ଋଷିଗଣ ମୋତେ ବୋଲୁନ୍ତୁ ବୃତାନ୍ତ

କୁମ୍ଭକର୍ଣ୍ଣ ରାବଣକୁ ଛାଡ଼ି କି ନିମନ୍ତେ

ଏପରି ପ୍ରଶଂସା କରୁଛନ୍ତି ଇନ୍ଦ୍ରଜିତେ

ଦେବାନ୍ତକ ନରାନ୍ତକ ମତି ମହୋଦର

ଏମାନେ ଅଟନ୍ତି ଏକୁ ଆରେ ବଳିଆର

ତ୍ରିଶିରା ଧୂମ୍ରାକ୍ଷ ଅତିକାୟ ବୀରଗଣ

ଏମାନେ ନୁହନ୍ତି ମଧ୍ୟ ଯୁଦ୍ଧରେ ନିଉନ

ଏମାନଙ୍କ କଥା କିଛି ନ ବୋଲି କିପାଇଁ

ଇନ୍ଦ୍ରଜିତ କଥା ବୋଲୁ ଅଛନ୍ତି ଗୋସାଇଁ

ଅତଏବ ଦୟା କରି ବୋଲୁନ୍ତୁ ସ୍ୱରୂପ

କେମନ୍ତ ସେ ଇନ୍ଦ୍ରଜିତ କେମନ୍ତ ପ୍ରତାପ

କିପାଇଁ ବୋଲାଏ ପିତା ଠାରୁ ବଡ଼ପଣ

ଇନ୍ଦ୍ରେ ପରାଜିତ କଲା ଯୁଦ୍ଧରେ କେସନ

ଯଦ୍ୟପି ନଥାଏ ବୋଲିବାରେ କିଛି ଦୋଷ

ଦୟାକରି ମୋ ଆଗରେ କରୁନ୍ତୁ ପ୍ରକାଶ

ନ କରଇଁ ଆଜ୍ଞା କରୁ ଅଛି ନିବେଦନ

ବୋଲୁନ୍ତୁ ସକଳ ଇନ୍ଦ୍ରଜିତ ବିବରଣ

 

 

ଦ୍ୱିତୀୟ ସର୍ଗ

ବୋଇଲେ ଅଗସ୍ତ୍ୟ ଆହେ ରାଜୀବ ଲୋଚନ

ଶୁଣ ଅଗ୍ରେ ରାବଣର ଜନ୍ମ ବିବରଣ

ଇନ୍ଦ୍ରଜିତ ଜନ୍ମ କଥା ବୋଲିବି ପଶ୍ଚାତେ

ଯେପରି ହେଲାକ ସେହି ବିଜୟୀ ଜଗତେ

ପୁଲସ୍ତ୍ୟ ନାମରେ ଏକ ଥିଲେ ବ୍ରହ୍ମ ଋଷି

ବ୍ରହ୍ମାଙ୍କର ପୁନ୍ତ୍ର ବ୍ରହ୍ମା ସମାନେ ତେଜସ୍ୱୀ

ଧର୍ମ ପଦାଚାର ବଳେ ଯେ ସମସ୍ତ ଗୁଣ

ଜନ୍ମି ଥିଲା ତାହାଙ୍କର ନଯାଏ ବର୍ଣ୍ଣନ

ବ୍ରହ୍ମାପୁନ୍ତ୍ର ବୋଲି ଦେବତାଏ ନିରନ୍ତର

ଯତନରେ ପୁଲସ୍ତ୍ୟଙ୍କୁ କରନ୍ତି ଆଦର

ସୁମେରୁ ପାର୍ଶ୍ୱରେ ତୃଣ ବିନ୍ଦୁ ଆଶ୍ରମରେ

ପୁଲସ୍ତ୍ୟ କରନ୍ତି ବାସ ତଥା ପ୍ରସଙ୍ଗରେ

ସ୍ୱାଧ୍ୟାୟ ସମ୍ପନ୍ନ ଜିତେନ୍ଦ୍ରିୟ ଥିଲେ ମୁନି

ନିରନ୍ତର ହୋମ ଧ୍ୟାନେ ରତ ବ୍ରହ୍ମ ଜ୍ଞାନୀ

ପୁଲସ୍ତ୍ୟ ଯେଠାରେ କରୁଥିଲେ ଅବସ୍ଥାନ

ଅପ୍‌ସରା ରାଜର୍ଷି ନାଗ ଋଷି କନ୍ୟା ଗଣ

 

 

ସର୍ବଦା ଆସନ୍ତି ନୃତ୍ୟ କରିବାକୁ ତହିଁ

ଯେଣୁ ସେ କାନନ ଅତି ସୁରମ୍ୟ ଅଟଇ

ସକଳ ଋତୁରେ ଥାଏ ଫଳିତ ପୁଷ୍ପିତ

ଏଥିପାଇଁ କନ୍ୟାଗଣ ଯାଆନ୍ତି ନିୟତ

କେହିବା ବଜାଏ ବୀଣା କେହି କରେ ନୃତ୍ୟ

ଥୋକାଏ ନାଚନ୍ତି ଥୋକେ କରନ୍ତି ସଙ୍ଗୀତ

ତପସ୍ୟା ହୁଅନ୍ତେ ବିଘ୍ନ ସଙ୍ଗୀତ ନୃତ୍ୟରେ

ପୁଲସ୍ତ୍ୟ ବୋଇଲେ ଏକ ଦିନ ନ୍ତ୍ରୋଧ ଭରେ

ଆସିବ ମୋ ଆଶ୍ରମକୁ ଯେବଣ ଯୁବତୀ

ନିଶ୍ଚୟ ନିଶ୍ଚୟ ସେହି ହେବ ଗର୍ଭବତୀ

ମୁନିବର ନ୍ତ୍ରୋଧ କଥା ଶୁଣିବାକୁ ପାଇ

ବ୍ରହ୍ମଶାପ ଭୟେ କେହି ନ ଯାଆନ୍ତି ତହିଁ

ରାଜଋଷି ତୃଣବିନ୍ଦୁ କନ୍ୟା ଏ ସମସ୍ତ

ନ ଜାଣନ୍ତି ପୁଲସ୍ତ୍ୟଙ୍କ ନ୍ତ୍ରୋଧର ବୃତାନ୍ତ

ଏକଦା ଆଶ୍ରମେ ଗଲେ ବୁଲିବାର ପାଇଁ

ଦୈବଯୋଗେ ତାଙ୍କସଙ୍ଗେ ଥିଲେ ନାହିଁ କେହି

ବେଦପାଠ ତେତେବେଳେ କରୁଥିଲେ ମୁନି

ତାହା ଶୁଣିବାକୁ ପାଶେ ଗଲା ସେ ରମଣୀ

ରାଜକନ୍ୟା କରୁଛନ୍ତି ମୁନି ଦରଶନ

ସହସା ଘଟିଲା ତାଙ୍କ ଗର୍ଭର ଲକ୍ଷଣ

ପାଣ୍ଡୁ ବର୍ଣ୍ଣ ହୋଇଗଲା ତାହାଙ୍କ ଶରୀର

କନ୍ୟାକୁ ଲାଗିଲା ଏହା ଦେଖି ଚମତ୍କାର

ତର ତର ହୋଇ କନ୍ୟା ଗଲେ ସସମ୍ଭ୍ରମେ

ପ୍ରବେଶ ହେଲେକ ଯାଇ ଜନକ ଆଶ୍ରମେ

ତୃଣ ବିନ୍ଦୁ ଦେଖି କନ୍ୟା ଶରୀର ଲକ୍ଷଣ

ପଚାରିଲେ ବୋଲ କନ୍ୟା ଏଥିର କାରଣ

କିପାଇଁ ଘଟିଲା ତୁମ୍ଭ ଏମନ୍ତ ଆକାର

ଏହା ଅଟେ କନ୍ୟା କାଳ ରୂପ ବ୍ୟଭିଚାର

ପିତାଠାରେ ବୋଲେ କନ୍ୟା ଯୋଡ଼ି ବେନିକର

ହେ ପିତଃ ନଜାଣେ ମୁହିଁ କିଛି ସମାଚାର

ପୁଲସ୍ତ୍ୟ ଆଶ୍ରମେ ଯାଇ ଥିଲି ବର୍ତ୍ତମାନ

ମୋର ପ୍ରିୟ ସଖି ଗଣେ ଖୋଜିବା କାରଣ

ମାତ୍ର ତହିଁ କାହା ସଙ୍ଗେ ଭେଟ ହେଲା ନାହିଁ

ବେଦପାଠ କରୁଥିଲେ ପୁଲସ୍ତ୍ୟ ଗୋସାଇଁ

ଛିଡ଼ା ହେଲି ବେଦପାଠ ଶୁଣିବା ନିମନ୍ତ

ସହସା ଘଟିଲା ମୋର ଆକାର ଏମନ୍ତ

ରାଜ ଋଷି ତୃଣବିନ୍ଦୁ ଜାଣିଲେ ଧ୍ୟାନରେ

ଅମଙ୍ଗଳ ଘଟି ଅଛି ପୁଲସ୍ତ୍ୟ ଶାପରେ

ଅନନ୍ତର ତୃଣବିନ୍ଦୁ ନନ୍ଦିନୀ ସହିତ

ପୁଲସ୍ତ୍ୟ ଆଶ୍ରମେ ଯାଇ ହେଲେ ଉପସ୍ଥିତ

ଜଣାଇଲେ କରଯୋଡ଼ି କରି ପୁଲସ୍ତ୍ୟଙ୍କ

ମୋହ କନ୍ୟା ସ୍ୱଇଚ୍ଛାରେ ଆସିଛି ଏଠାକୁ

ବଡ଼ ଦୟାବତୀ କନ୍ୟା ଧାର୍ମିକା ସୁଶୀଳା

ନିବେଦନ କରେଁ ହେଉ ତୁମ୍ଭର ମହିଳା

ଇନ୍ଦ୍ରିୟ ଅବସ ଯେବେ ହେବ ତପସ୍ୟାରେ

ଶୁଶ୍ରୁଷା କରିବ ମୋର କନ୍ୟା ଯତନରେ

ତୃଣବିନ୍ଦୁ ବାକ୍ୟେ ହେଲେ ପୁଲସ୍ତ୍ୟ ସମ୍ମତ

କନ୍ୟା ହେଲେ ତାହାଙ୍କର ସେବାରେ ନିଯୁକ୍ତ

କନ୍ୟାଦାନ କରି ତୃଣବିନ୍ଦୁ ଗଲେ ଫେରି

ପୁଲସ୍ତ୍ୟଙ୍କ ଆଶ୍ରମରେ ରହିଲେ କୁମାରୀ

କନ୍ୟା ଭକ୍ତି ସେବାପାଇ ମୁନି ହୋଇ ତୋଷ

ବୋଇଲେ ବିନକେ ତାଙ୍କୁ ବସାଇଣ ପାଶ

ତୁମ୍ଭ ଗୁଣ ଦେଖି ଦେବି ହେଲି ଆନନ୍ଦିତ

ବର ଦେଉ ଅଛି ଲାଭ କର ଏକ ସୁତ

ଯେଉଁ ପୁନ୍ତ୍ର ଜାତ ହେବ ତୁମ୍ଭର ଗର୍ଭରେ

ସଂସାର ବିଖ୍ୟାତ ହେବ ପୌଲସ୍ତ୍ୟ ନାମରେ

ଆମ୍ଭପାଠ ବେଳେ ଶୁଣି ଥିଲ ବେଦ ଗ୍ରାମ

ବିଶ୍ରବା ହେବଟି ତେଣୁ ତୁମ୍ଭ ପୁନ୍ତ୍ରନାମ

ତୃଣବିନ୍ଦୁ କନ୍ୟା ତେଣୁ କିଛି ଦିନାନ୍ତରେ

ପ୍ରସବିଲେ ଏକ ପୁତ୍ର ବିଖ୍ୟାତ ସଂସାରେ

ତ୍ରିଲୋକ ପ୍ରସିଦ୍ଧ ପୁତ୍ର ଧାର୍ମିକ ଯଶସ୍ୱୀ

ବ୍ରହ୍ମନିଷ୍ଠ ଜ୍ଞାନୀ ସର୍ବ ଭୂତେ ସମଦର୍ଶୀ

ସମସ୍ତ ଗୁଣରେ ସେହି ଜନକ ସମାନ

ସଦାଚାରୀ ବେଦାଧ୍ୟାୟୀ ତପୋ ପରାୟଣ

 

ତୃତୀୟ ସର୍ଗ

ଅନନ୍ତର ବିଶ୍ରବା ଯେ ଅଳପ କାଳରେ

ତପୋ ପରାୟଣ ହେଲେ ପିତା ସମାନରେ

ପବିତ୍ର ସ୍ୱଭାବ ସତ୍ୟ ନିଷ୍ଠ ମହା ଯତି

ଭୋଗ ବିଳାସରେ ତାଙ୍କ ନଥିଲା ଆସକ୍ତି

ବିଶ୍ରବା ମହର୍ଷି ଧର୍ମ ନିଷ୍ଠା କଥା ଶୁଣି

ଭରଦ୍ୱାଜ ଦାନକଲେ ଆପଣା ନନ୍ଦିନୀ

ସେ କନ୍ୟାର ନାମ ବରବର୍ଣ୍ଣନୀ ଅଟଇ

ଚିହ୍ନା ହେଲେ ସେ କନ୍ୟାକୁ ବିଶ୍ରବା ଗୋସାଇଁ

ଏହିରୂପେ ତହିଁ କିଛି କାଳ ହେଲା ଗତ

କନ୍ୟା ଗର୍ଭୁ ଜାତ ହେଲା ଏକ ଗୋଟି ସୁତ

ପରମ ଅଦ୍ଭୂତ ସେହି ପୁନ୍ତ୍ର ବୀର୍ଯ୍ୟବାନ

ସର୍ବ ଗୁଣ ବିଭୂଷିତ ଧର୍ମ ପରାୟଣ

ବିଶ୍ରବା ପୁତ୍ରକୁ ଦେଖି ମହର୍ଷି ପୁଲସ୍ତ୍ୟ

ମନ ମଧ୍ୟେ ହେଲେ ଅତିଶୟ ଆନନ୍ଦିତ

ବିଚାରିଲେ ଧର୍ମ ପରାୟଣ ଏ ସନ୍ତତି

ନିଶ୍ଚୟ ହେବଟି ପୃଥିବୀରେ ଧନପତି

 

 

ଅନନ୍ତର ଆସି ତହିଁ ଦେବ ଋଷି ଗଣ

ଥୋଇଲେ ବିଶ୍ରବା ପୁନ୍ତ୍ର ନାମ ବୈଶ୍ରବଣ

ଧର୍ମ ବଳେ ପୁନ୍ତ୍ର ଗୋଟି ବଢ଼େ ଦିନ ଦିନ

ଯଜ୍ଞ ସ୍ଥଳେ ବଢ଼େ ଯେହ୍ନେ ହୁତ ହୁତାଶନ

ଭାଳିଲେ ବୈଶ୍ରବଣ ଯେ ଧର୍ମ ମାତ୍ର ଗତି

ତେଣୁ ସର୍ବ ତ୍ୟାଗ କରି ଧର୍ମେ ଦେଲେ ମତି

ଅନନ୍ତର ମହାରଣ୍ୟେ କରିଣ ଗମନ

କଠୋର ନିୟମେ କଲେ ତପୋ ଆଚରଣ

କେବେ ବା ଥାଆନ୍ତି ଅନାହାରେ ବୈଶ୍ରବଣ

କେବେ ବା ଭକ୍ଷନ୍ତି ବାୟୁ କେବେ ଜଳପାନ

ଗତ ହେଲା ତହିଁ ଦୁଇ ସହସ୍ର ବରଷ

କଠିଣ ତପସ୍ୟା ଦେଖି ବ୍ରହ୍ମା ହେଲେ ତୋଷ

ଇନ୍ଦ୍ର ଅତି ଦେବଗଣେ ସଙ୍ଗତରେ ଘେନି

ତାଙ୍କ ପାଶେ ଉପସ୍ଥିତ ହେଲେ ପଦ୍ମଯୋନି

ବୋଇଲେ ବୈଶ୍ରବଣକୁ ଆରେ ଶୁଣ ବତ୍ସ

ତୋହ ଘୋର ତପସ୍ୟାରେ ହୋଇଛି ସନ୍ତୋଷ

ବର ଦେବା ପାଇଁ ଆମ୍ଭେ ଆସିଛୁଁ ଏଠାକୁ

ମାଗ ବର ଦେବୁଁ ଯାହା ଆସେ ତୋ ମନକୁ

ବୋଇଲେ ବଇଶ୍ରବଣ ଆହେ ପ୍ରଜାପତି

ଦିଅବର ହେବି ଲୋକପାଳ ଧନପତି

ବୋଇଲେ କମଳଯୋନି ଆନନ୍ଦ ମନରେ

ତୋହର କାମନା ପୂର୍ଣ୍ଣ ହେବ ମୋର ବଳେ

ଲୋକପାଳ ଥିଲେ ଯମ ବାସବ ବରୁଣ

ଆଜଠାରୁ ହେବ ଲୋକପାଳ ଚାରିଜଣ

ଧନପତି ହେବ ମଧ୍ୟ ଦେଉଅଛି ବର

ପୁଷ୍ପକବିମାନେ ଚଢ଼ି କରିବ ବିହାର

ସୂର୍ଯ୍ୟ ସମ ତେଜୋବନ୍ତ ଏହି ପୁଷ୍ପରଥ

ଦେଉଛୁଁ ତୁମ୍ଭକୁ ଏହା ହୋଇ ଆନନ୍ଦିତ

କରିବ ଏରଥେ ଚଢ଼ି ସର୍ବତ୍ର ଗମନ

ହେବ ମଧ୍ୟ ତୁମ୍ଭେ ଶୁଭମାନଙ୍କ ସମାନ

ବରଦେଇ ବୈଶ୍ରବଣେ ମରାଳ ବାହନ

ଦେବତାମାନଙ୍କୁ ଘେନି କଲେକ ପ୍ରସ୍ଥାନ

ଅନନ୍ତର ବୈଶ୍ରବଣ ଯୋଡ଼ି ବେନି ହାତ

ପିତାଠାରେ ଜଣାଇଲେ ଶୁଣ ଆହେ ତାତ

ପିତାମହ ବ୍ରହ୍ମା ମୋତେ ଦେଇ ଗଲେ ବର

ମାତ୍ର ନ ବୋଇଲେ କାହିଁ କରିବି ମୁ ଘର

କରନ୍ତୁ ଆଦେଶ ମୋତେ ରହିବି ମୁଁ କାହିଁ

ଯେ ସ୍ଥାନେ ରହିଲେ ମୋତେ କ୍ଳେଶ ହେବ ନାହିଁ

ବିଶ୍ରବା ବୋଇଲେ ଶୁଣ ଆରେ ମୋର ସୁତ

ଦକ୍ଷିଣ ସାଗର କୁଳେ ତ୍ରିକୁଟ ପର୍ବତ

ସେ ପର୍ବତେ ବିଶ୍ୱକର୍ମା ରାକ୍ଷସ କାରଣ

ଲଙ୍କା ନାମେ ପୁରୀ କରିଛନ୍ତି ନିରିମାଣ

ରମଣୀୟ ସେହି ପୁରୀ ଅତି ମନୋହର

ଅମରାବତୀ କି ତହିଁ ହେବ ପଟ୍ଟାନ୍ତର

ତୋହର ମଙ୍ଗଳ ହେଉ ରେ ମୋର ନନ୍ଦନ

ଯାଅ ଲଙ୍କାପୁରୋ ବାସ କରିବା କାରଣ

ସେହି ଲଙ୍କାପୁରେ ପୂର୍ବେ ଥିଲେ ଦୈତ୍ୟଗଣ

ବିଷ୍ଣୁଭୟେ କାହିଁ କରିଛନ୍ତି ପଳାୟନ

ସେହି ଲଙ୍କାପୁରୀ ସ୍ୱର୍ଣ୍ଣ ପ୍ରାକାରେ ବେଷ୍ଟିତ

ବୈଦୁର୍ଯ୍ୟ କାଞ୍ଚନମୟ ତୋରଣେ ଶୋଭିତ

ରାକ୍ଷସେ ସେ ପୁରୀତେଜି ବିଷ୍ଣୁଙ୍କ ଭୟରେ

ଲୁଚି ରହିଛନ୍ତି ଏବେ ପାତାଳ ପୁରୀରେ

ସେହି ଲଙ୍କାପୁରୀ ପଡ଼ି ଅଛି ଶୂନ୍ୟ ହୋଇ

ଆନନ୍ଦ ମନରେ ତୁମ୍ଭେ ବାସ କର ତହିଁ

ରହିବ ସୁଖରେ ସେ ସ୍ଥାନରେ କଲେ ବାସ

ଅନ୍ୟ ଲୋକ ମଧ୍ୟେ ତହିଁ ନ ପାଇବେ କ୍ଳେଶ

ଅନନ୍ତର ବୈଶ୍ରବଣ ପିତାଙ୍କ ଆଜ୍ଞାରେ

ଲଙ୍କାରେ ରହିଲେ ଦୈତ୍ୟମାନଙ୍କ ସଙ୍ଗରେ

ରାଜତ୍ତ୍ୱ କରନ୍ତେ ଲଙ୍କାପୁରେ ବୈଶ୍ରବଣ

ଅଳପ କାଳରେ ଧନ ଧାନ୍ୟେ ହେଲା ପୂର୍ଣ୍ଣ

କେବେ କେବେ ଚଢ଼ି ସେହି ପୁଷ୍ପକ ବିମାନେ

ଯାନ୍ତି ପିତା ମାତା ପାଶେ ଦର୍ଶନ କାରଣେ

ଦେବତା ଗନ୍ଧର୍ବେ ତାଙ୍କୁ କରନ୍ତି ସମ୍ମାନ

ଅପ୍ସରାଏ ତାଙ୍କ ପାଶେ କରନ୍ତି ଗାୟନ

 

ଚତୁର୍ଥ ସର୍ଗ

ଅଗସ୍ତ୍ୟ ବଚନେ ହୋଇ ଅତ୍ୟନ୍ତ ବିସ୍ମିତ

ପୁଚ୍ଛା କଲେ ପୁଣ ତାଙ୍କୁ ରଘୁକୂଳ ନାଥ

ଏହି କଥା ଅସମ୍ଭବ ଲାଗୁଅଛି ମୋତେ

ଲଙ୍କାରେ କିପରି ବାସ କରୁଥିଲେ ଦୈତ୍ୟେ

ଦୈତ୍ୟେ ପୂର୍ବେ କରୁଥିଲେ ତାହା ଅଧିକାର

ଏହା ଶୁଣି ଲାଗୁଅଛି ବଡ଼ ଚମତ୍କାକାର

ଆମ୍ଭେମାନେ ଜାଣି ଥିଲୁଁ ପୁଲସ୍ତ୍ୟ ବଂଶରେ

ପ୍ରଥମରେ ଜନ୍ମ ଲଭି ଥିଲେ ଯେ ଅସୁରେ

ତୁମ୍ଭ କଥା ଶୁଣି ଏବେ ହେଉଛି ପରତେ

ଆନ କେହି ବଂଶୁ ଜାତ ହୋଇଛନ୍ତି ଦୈତ୍ୟେ

ପୂର୍ବକାଳେ ଜନ୍ମି ଥିଲେ ଯେବଣ ଅସୁରେ

ସେମାନେ ଅଟନ୍ତି ପୁଣି କେମନ୍ତ ବଳରେ

ରାବଣ ପ୍ରହସ୍ତ ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ

ସେମାନେ କି ଏମାନଙ୍କ ଠାରୁ ବଳବାନ

ସେମାନଙ୍କ ମଧ୍ୟେ ଅଟେ କେଉଁଜଣ ଶ୍ରେଷ୍ଠ

କି ନାମ ତାହାର ପୁଣି କେମନ୍ତ ବଳିଷ୍ଠ

 

 

କେଉଁ ଅପରାଧ ଦେଖି ବିଷ୍ଣୁ ଚକ୍ରଧାରୀ

ଲଙ୍କାରୁ ରାକ୍ଷସଗଣେ ଦେଲେ ଦୂର କରି

ଜାଣିବାକୁ ଇଚ୍ଛା କରୁଁ ଏକଥାର ମୂଳ

କୃପା କରି ବୋଲ ଏଥି ବିଷୟ ସକଳ

ବୋଇଲେ ଅଗସ୍ତ୍ୟ ଆହେ ଶୁଣ ରଘୁପତି

ପ୍ରଥମରେ ଜଳ ସୃଷ୍ଟି କରି ପ୍ରଜାପତି

ପ୍ରାଣିଗଣେ ସୃଷ୍ଟି କଲେ ଜଳରକ୍ଷା ପାଇଁ

ସେ ପ୍ରାଣୀଏ ଜନ୍ମ ହୋଇ ବ୍ରହ୍ମାପାଶେ ଯାଇ

ଜଣାଇଲେ କରଯୋଡ଼ି ଆହେ ବେଦବର

କ୍ଷୁଧା ପିପାସାରେ ପୂର୍ବେ ହୋଇଛୁଁ କାତର

କି କାର୍ଯ୍ୟ କରିବୁଁ ଆଜ୍ଞା ହେଉ ଆମ୍ଭ ପ୍ରତି

ଏହା ଶୁଣି ବୋଇଲେ ଯେ ତହୁଁ ପ୍ରଜାପତି

ତୁମ୍ଭେମାନେ ଆଜିଠାରୁ ଥାଇ ସାବଧାନେ

ଏଜଳକୁ ରକ୍ଷାକର ବିହିତ ବିଧାନେ

ଏହା ଶୁଣି ଥୋକେ ପ୍ରାଣି ବୋଇଲେ ‘‘ରକ୍ଷାମ”

ଆଉ ଯେତେ ଥିଲେ ପ୍ରାଣୀ ବୋଇଲେ ‘‘ଯକ୍ଷାମ”

ଏହା ଶୁଣି ପ୍ରଜାପତି ବୋଇଲେ ବଚନ

ଆମ୍ଭ ଆଜ୍ଞା ତୁମ୍ଭେମାନେ ଶୁଣ ପ୍ରାଣୀଗଣ

‘‘ରକ୍ଷାମ ବୋଇଲେ ଆମ୍ଭଠାରେ ଯେଉଁମାନେ

ରାକ୍ଷସ ନାମରେ ହେବେ ବିଖ୍ୟାତ ଭୁବନେ

ଆମ୍ଭଠାରେ ଯେଉଁମାନେ ବୋଇଲେ ପକ୍ଷାମ

ଆଜିଠାରୁ ହେବ ଯକ୍ଷ ସେମାନଙ୍କ ନାମ

ସେ ବେନି ବଂଶରେ ହେବି ପ୍ରହେତି ନାମରେ

ଜାତ ହୋଇ ଥିଲେ ପୂର୍ବେ ବେନି ସହୋଦରେ

ସେ ଦୁଇ ଭାଇଙ୍କ ମଧ୍ୟେ ପ୍ରହେତି ପ୍ରଧାନ

ଅରଣ୍ୟେ ଗମନ କଲା ତପସ୍ୟା କାରଣ

ଯମର ଭଉଣୀ ଭୟା ନାମେ ନାରୀ ଥିଲା

ନିହାମତି ହେତି ଯାଇ ତାକୁ ବିଭା କଲା

ହେତି ଗର୍ଭୁ ଜାତ ହେଲା ଗୋଟିଏ କୁମର

ମହ ବଳବନ୍ତ ବିଦ୍ୟୁତ୍‌କେଶ ନାମ ତାର

ଜଳେ ପଦ୍ମ ପରି ଦିନୁ ଦିନୁ ବଢ଼େ ସୁତ

ଯୌବନ ସମୟକ୍ରମେ ହେଲା ଉପସ୍ଥିତ

ହେତି ମହାମତି ଦେଖି ପୁତ୍ରର ଯୌବନ

ବିଭାକରାଇବା ପାଇଁ ବିଚାରିଲେ ମନ

ସେକାଳରେ ଥିଲା ସନ୍ଧ୍ୟା ନାମେ ନିଶାଚରୀ

ତାହାର ଯୁବତୀ କନ୍ୟା ପରମାସୁନ୍ଦରୀ

ହେତି ଯାଇ ସନ୍ଧ୍ୟାଠାରେ କଲେ ନିବେଦନ

ପୁନ୍ତ୍ର ସଙ୍ଗେ ସେ କନ୍ୟାର ବିବାହ କାରଣ

ସମ୍ମତ ହୋଇଲେ ସନ୍ଧ୍ୟା ହେତି ପ୍ରସ୍ତାବରେ

ବିଭା ହେଲା କନ୍ୟା ବିଦ୍ୟୁତ୍‌କେଶ ସହିତରେ

ସେ କୁମାରୀ ନାମ ଅଟେ ସାଳକଟଙ୍କଟା

ଚପଳା ସମାନ ଅଟେ ତାହା ରୂପ ଛଟା

ଶଚୀ ପାଇଁ ଇନ୍ଦ୍ର ଯେହ୍ନେ ହୋଇ ଥିଲେ ତୋଷ

କନ୍ୟାଲାଭ କରି ତେହ୍ନେ ହେଲେ ବିଦ୍ୟୁତ୍‌କେଶ

ଏହିରୂପ ଗତ ତହିଁ ହେଲା କିଛିଦିନ

ସାଳକଟଙ୍କଟା କଲା ଗର୍ଭକୁ ଧାରଣ

ମନ୍ଦର ପର୍ବତେ ଯେହ୍ନେ ଜାହ୍ନବୀ ସୁନ୍ଦରୀ

ଅନଳ ଜନିତ ଗର୍ଭ ଥିଲେ ତ୍ୟାଗ କରି

ସେହିରୂପ ଗର୍ଭତ୍ୟାଗ କରି ପୁନର୍ବାର

କନ୍ୟା ଆସି କଳା ପତି ସହିତ ବିହାର

ଏଣେ ପୁତ୍ର କରି ମୁଖେ ଅଙ୍ଗୁଳି ପ୍ରଦାନ

ଧୀରେ ଧୀରେ ଅରଣ୍ୟରେ କରଇ ରୋଦନ

ସେ ସମୟେ ମହାଦେବ ପାର୍ବତୀ ସଙ୍ଗରେ

ବୃଷଭ ବାହାନେ ଯାଉଥିଲେ ଆକାଶରେ

ସହସା ଶୁଣିଣ ତହିଁ କ୍ରନ୍ଦନର ଧ୍ୱନି

ଅରଣ୍ୟ ମଧ୍ୟରୁ ଚାହିଁ ଦେଖିଲେ ଭବାନୀ

ଏକାକୀ ପଡ଼ିଛି ବନେ ରାକ୍ଷସ କୁମର

ପାର୍ବତୀ ହୃଦରେ ହେଲା କରୁଣା ସଞ୍ଚାର

ଶିବ ଉମା ମନୋତୁଷ୍ଟ କରିବା ନିମନ୍ତେ

ଦେଲେ ଏହିରୂପ ବର ବିଦ୍ୟୁତ୍‌କେଶ ସୁତେ

ଏହି ଶିଶୁ ହେଉ ମାତା ସମାନ ବୟସ

ପୁଣି ଏ ଅମର ହୋଇ ବୁଲୁ ଦେଶ ଦେଶ

ସମସ୍ତ ଅସୁର ମଧ୍ୟେ ହେଉ ବଳବାନ

କରୁ ପୁଣି ଏହି ଆକାଶରେ ପର୍ଯ୍ୟଟନ

ବୋଇଲେ ପାର୍ବତୀ ଆମ୍ଭେ କଲୁଁ ଏ ବିଧାନ

କରିବେ ରାକ୍ଷସୀ ସଦ୍ୟ ଗର୍ଭକୁ ଧାରଣ

କରିବା ମାତ୍ରକେ ଗର୍ଭ ପ୍ରସବିବେ ସୁତ

ସେହି ପୁନ୍ତ୍ର ହେବ ପୁଣି ମାତୃ ବୟ ପ୍ରାପ୍ତ

ସେ ରାକ୍ଷୀ ପୁତ ନାମ ହେଲାଟି ସୁକେଶ

ବରପାଇ ନିର୍ଭୟରେ ବୁଲେ ଦେଶ ଦେଶ

 

ପଞ୍ଚମ ସର୍ଗ

ଗ୍ରାମଣୀ ଗନ୍ଧର୍ବ କନ୍ୟା ନାମ ଦେବବତୀ

ସାକ୍ଷାତ କମଳା ସମା ନବୀନା ଯୁବତୀ

ସ୍ୱକେଶକୁ ଲବ୍ଧ ବର ଦେଖି ସେ ଗ୍ରାମଣୀ

ତାଙ୍କୁ ସମ୍ପ୍ରଦାନ କଲା ଆପଣା ନନ୍ଦିନୀ

ନିର୍ଦ୍ଧନୀ ପାଇଲା କିବା ବିପୁଳ ସମ୍ପତ୍ତି

ବର ପାଇ ସେହିରୂପ ହେଲା ଦେବ ବତୀ

ସୁକେଶ ଆନନ୍ଦ ମଧ୍ୟ ହେଲା ସେହିପରି

କମଳା ସମାନା ପାଇ ଗୁଣ ବତୀ ନାରୀ

ଅଞ୍ଜନା ସମ୍ଭୂତ ହସ୍ତୀ ସହିତ ତରିଣୀ

ତେସନ ପାଆନ୍ତି ଶୋଭା ଯୁବକ ରମଣୀ

ଏହିରୂପେ ଗତି ତହିଁ ହେଲା କିଛିଦିନ

ଦେବ ବତୀ ପ୍ରସବିଲେ ତିନୋଟି ନନ୍ଦନ

ମାଲ୍ୟବାନ ମହାବଳ ମାଳୀ ଯେ ସୁମାଳୀ

ଏହି ତିନି ପୁତ୍ର ତେଜୋବନ୍ତ ମହାବଳୀ

ପିତ କଫଜାତ ବ୍ୟାଧିର ସମାନ

ଏହି ତିନି ପ୍ରାଣୀ ଗଣ ଭୟର ନିଦାନ

 

 

ଉପେକ୍ଷିତ ବ୍ୟାଧି ଯେହ୍ନେ ହୁଅଇ ବର୍ଦ୍ଧିତ

ବର୍ଦ୍ଧିତ ହେଲେକ ତେହ୍ନେ ତିନି ଗୋଟି ସୁତ

ଶ୍ରବଣ କଲେକ ସେହି ତିନୋଟି କୁମର

ପିତା ଲାଭ କରିଛନ୍ତି ତପସ୍ୟାରେ ବର

ସୁମେରୁ ପର୍ବତେ ଯାଇ ତପସ୍ୟା କାରଣେ

କଠୋର ତପସ୍ୟା ଆରମ୍ଭିଲେ ତିନି ଜଣେ

ଏମାନଙ୍କ ସରଳତା ସତ୍ୟ ଶାନ୍ତି ବ୍ରତ

ଦେଖି ସର୍ବ ପ୍ରାଣୀ ଗଣ ହେଲେ ଚମତ୍କୃତ

ଅନନ୍ତର ପ୍ରଜାପତି ବାସବ ସହିତ

ଅସୁର ମାନଙ୍କ ଠାରେ ହେଲେ ଉପସ୍ଥିତ

ବୋଇଲେ ଅସୁର ଗଣେ ରାଇ ବେଦବର

ଏତେବେଳେ ତୁମ୍ଭେମାନେ ମାଗି ନିଅ ବର

ବୋଇଲେ ଅସୁର ତିନି ଯୋଡ଼ି ବେନି ପାଣି

ଯଦିତୁଷ୍ଟ ହୋଇ ଥାଅ ଆହେ ପଦ୍ମଯୋନି

ପ୍ରାର୍ଥନା କରୁଛୁଁ ତେବେ ଦିଅ ଏହି ବର

ଆମ୍ଭେମାନେ ହେବୁଁ ଯେହ୍ନ ଅଜେୟ ଅମର

ପ୍ରିତିରେ ରହିବୁଁ ପରସ୍ପରେ ତିନି ଜଣ

ତଥାସ୍ତୁ ବୋଲିଣ ବ୍ରହ୍ମା ଗଲେ ନିଜ ସ୍ଥାନ

ବର ଲାଭ କରି ତହୁଁ ତିନି ମହାଦୈତ୍ୟ

ଦେବତା ଅସୁର ମଧ୍ୟେ କଲେକ ଉତ୍ପାତ

ମହାପାପୀ କାହିଁ ଯେହ୍ନେ ଆଶ୍ରୟ ନପାଏ

ସେହିପରି ହେଲେ ଚାରଗଣ ଦେବତାଏ

ଏକଦିନ ଏକ ସଙ୍ଗେ ସେ ତିନି ଅସୁରେ

ଉପସ୍ଥିତ ହେଲେ ବିଶ୍ୱକର୍ମା ନିକଟରେ

ବୋଇଲେ ତାହାଙ୍କୁ ଆହେ ବିଶ୍ୱକର୍ମା ଶୁଣ

ତୁମ୍ଭେ କର ଦେବତାଙ୍କ ଗୃହକୁ ନିର୍ମାଣ

ନିର୍ମାଅ ଗୃହେକ ଆମ୍ଭମାନଙ୍କ ନିମନ୍ତେ

ପରମ ସୁଖରେ ତହିଁ ରହିବୁଁ ଯେମନ୍ତେ

ହିମାଳୟ ମନ୍ଦର ବା ସୁମେରୁ ଶିଖରେ

ନିର୍ମାଅ ଗୃହେକ ଶିବ ଗୃହ ସମାନରେ

ବୋଇଲେ ଯେ ବିଶ୍ୱକର୍ମା ଶୁଣି ଏ ସମସ୍ତ

ଦକ୍ଷିଣ ସାଗର କୂଳେ ତ୍ରିକୂଟ ପର୍ବତ

ସୁବେଳ ନାମରେ ତାହା ତୁଲ୍ୟ ଆନ ଗିରି

ନଯାଇ ପାରନ୍ତି ତହିଁ ପକ୍ଷୀ ଶୂନ୍ୟ ଚାରୀ

ତୁମ୍ଭେମାନେ ଯଦି ଏଥି ହେବ ସନମତ

ସେ ପର୍ବତ ଶିଖେ ପୁରୀ କରିବୁଁ ପ୍ରସ୍ତୁତ

ଲଙ୍କାନାମେ ଏକ ପୁରୀ କରିବୁଁ ନିର୍ମାଣ

ସର୍ବାଂଶରେ ହେବ ତାହା କୈଳାସ ସମାନ

ବିସ୍ତୀର୍ଣ୍ଣ ହେବଟି ପୁରୀ ତିରିଶ ଯୋଜନ

ଶଏପୁଣ ହେବ ଦୀର୍ଘ ପ୍ରାଚୀର ସୁବର୍ଣ୍ଣ

ଇନ୍ଦ୍ର ଯେହ୍ନେ କରେ ବାସ ଅମରା ବତୀରେ

ସେହିପରି ତୁମ୍ଭେମାନେ ରହିବ ସେଠାରେ

ବହୁସଂଖ୍ୟ ଦୈତ୍ୟ ଘେନି ସେଠାରେ ରହିଲେ

କେହି ଶନ୍ତ୍ରୁ ତାହା ଭେଦ ନ କରିବ ଭଲେ

ବିଶ୍ୱକର୍ମା ଲଙ୍କାପୁରୀ କରନ୍ତେ ନିର୍ମାଣ

ସୁଖରେ କଲେକ ବାସ ତହିଁ ଦୈତ୍ୟଗଣ

ନର୍ମ୍ମଦା ଗନ୍ଧର୍ବୀ ଖ୍ୟାତି ଥିଲା ସେ କାଳରେ

ତାହାର ତିନୋଟି କନ୍ୟା ବିଖ୍ୟାତ ସଂସାରେ

ମାଲ୍ୟବାନ ସୁମାଳୀ ଯେ ମାଳୀ ତିନିଜଣ

ଏହି ଦୈତ୍ୟମାନେ ଥିଲେ ମହାବଳବାନ

ନର୍ମଦା ଗନ୍ଧର୍ବୀ ଭଗି ଦୈହିତ ନକ୍ଷତ୍ରେ

କନ୍ୟାଗଣେ ବିଭା ଦେଲା ସେହି ତିନି ପାତ୍ରେ

ବିଭା ହୋଇ ଦୈତ୍ୟଗଣେ ଆନନ୍ଦ ମନରେ

ଭ୍ରମଣ କରନ୍ତି ସୁଖେ ଅପ୍‌ସରା ସଙ୍ଗରେ

ମାଲ୍ୟବାନ ଭାର୍ଯ୍ୟାନାମ ଅଟଇ ସୁନ୍ଦରୀ

କେତେ ଗୋଟି ପୁତ୍ର ସେବିଲା ନିଶାଚରୀ

ବଜ୍ର ମୁଷ୍ଟି ବିରୁପାକ୍ଷ ଦୁର୍ମୁଖ ସୁପ୍ତଘ୍ନ

ଯଜ୍ଞକୋପ ମତ୍ତ ଉନମତ୍ତ ପୁନ୍ତ୍ରଗଣ

ଏ ପୁନ୍ତ୍ରମାନଙ୍କୁ ଛାଡ଼ି ଗୋଟିଏ କୁମାରୀ

ପ୍ରସବିଲା ତାହା ନାମ ଅନଳା ଅସୁରୀ

ସୁମାଳୀ ପତୀର ନାମ ଅଟେ କେତୁମତୀ

ସେହି ମଧ୍ୟ ହେଲାକାଳ ଯୋଗେ ଗର୍ଭବତୀ

ତାହା ଗର୍ଭୁ ଜାତ ହେଲେ ଦଶଟି ନନ୍ଦନ

ପ୍ରହସ୍ତ କାଳିକା ମୁଖ ଦମ୍ଭ ଅକମ୍ପନ

ବିକଟ ଧୂମ୍ରାକ୍ଷ ଭାବ ବର୍ଣ୍ଣ ଯେ ପ୍ରଘସ

ସୁପାର୍ଶ୍ୱ ସଂହ୍ରାଦି ଏହି ନନ୍ଦନ ଯେ ଦଶ

ପୁନ୍ତ୍ରେ ଛାଡ଼ି ଚାରି ଗୋଟି ଜନ୍ମିଲେ କନ୍ୟକା

କୁମ୍ଭିନସୀ ପୁଷ୍ପୋଜୁକଟା କୈକ୍ୟ ଯେ ରାକା

ମାଳା ଭାର୍ଯ୍ୟା ନାମ ଅଟେ ବସୁଦା ସୁନ୍ଦରୀ

ଏହା ଗର୍ଭୁ ଜାତ ହୋଇ ଥିଲେ ପୁନ୍ତ୍ର ଚାରି

ବଳିଷ୍ଠ ସମ୍ପତ୍ତି ହର ଅନିଳ ଅନଳ

ଏହି ଚାରି ପୁନ୍ତ୍ର ଅତିରେକ ମହାବଳ

ସୁମାଳି ପ୍ରଭୃତି ପୁନ୍ତ୍ର କନ୍ୟା ସହିତରେ

ଅତିରେକ ଅତ୍ୟାଚାର କଲେ ଜଗତରେ

ଏମାନଙ୍କ ଗତି ବାୟୁ ପରି ଦ୍ରୂତ ତର

ମହା ତେଜୋବନ୍ତ କିବା ଯମ ସହୋଦର

ବୀର ମଦେ ଉନମତ୍ତ ହୋଇ ଦୈତ୍ୟଗଣ

ଦେବତା ଗନ୍ଧର୍ବ ଗଣେ କଲେ ଉତ୍ପାତନ

ଦାମ୍ଭିକ ଗର୍ବିତ ହୋମ ଯଜ୍ଞ ନାଶକାରୀ

ବୁଲନ୍ତି ନ୍ତ୍ରିଲୋକ ମଧ୍ୟେ ଦିବସ ସର୍ବରୀ

ଷଷ୍ଠ ସର୍ଗ

କରନ୍ତେ ରାକ୍ଷସେ ଅତିରେବ ଉତପାତ

ଦେବର୍ଷି ମହର୍ଷି ଗଣେ ହୋଇ ମହାଭୀତ

ନ ଦେଖି ଉପାୟ ପାଇବାକୁ ପରିନ୍ତ୍ରାଣ

ଉମାପତି ଶିବଠାରେ ପଶିଲେ ଶରଣ

ଜଗତର ସୃଷ୍ଟି ସ୍ଥିତି ସଂହାର କାରଣ

ଆରାଧ୍ୟ ପରମ ଗୁରୁ ପତିତ ପାବନ

ଭଗବାନ ଶିବଠାରେ ହୋଇ ଉପସ୍ଥିତ

ଜଣାଇଲେ ଋଷି ଗଣେ ଯୋଡ଼ି ବେନି ହାତ

ଆହେ ମହାପ୍ରଭୁ ସୁକେଶର ପୁନ୍ତ୍ର ଗଣ

ବ୍ରହ୍ମାବରେ ଅତିରେକ ହୋଇ ବଳବାନ

ମୁନିଙ୍କ ଆଶ୍ରମ କରୁଛନ୍ତି ଛାରଖାର

ପ୍ରଜାଗଣ ପ୍ରତି କରୁଛନ୍ତି ଅତ୍ୟାଚାର

ଦେଲେଣି ଦେବତା ଗଣେ ସ୍ୱର୍ଗୁ ଦୂରକରି

କେଳି କରୁଛନ୍ତି ଘେନି ଗନ୍ଧର୍ବ ଅପ୍‌ସରୀ

ଆମ୍ଭେମାନେ ବିଷ୍ଣୁ ମହାଦେବ ପ୍ରଜାପତି

ଦିବାକର ନିଶାକର ଯମ ଶଚୀପତି

ଦୈତ୍ୟ ଆପଣାକୁ ଏହିପରି ଭାଳି ମନେ

ଦେଉଛନ୍ତି ମହାକଷ୍ଟ ଦେବଋଷି ଗଣେ

ଆହେ ଦେବ ଦେବ ଆମ୍ଭେମାନେ ହୋଇ ଭୀତ

ଆପଣଙ୍କ ଚରଣରେ ହୋଇଛୁଁ ଆଶ୍ରିତ

ଅନୁଗ୍ରହ କରି କର ଅଭୟ ପ୍ରଦାନ

ଦେବତା କଣ୍ଟକ ଗଣେ କର ନିବାରଣ

ବୋଇଲେ ଭବାନି ପତି ଦେବତା ମାନଙ୍କୁ

ନ ମାରିବୁଁ ସ୍ୱ ହସ୍ତରେ ସୁମାଳି ବଂଶକୁ

ଆମ୍ଭ ଯୋଗେ ହେବ ନାହିଁ ସେମାନଙ୍କ କ୍ଷୟ

ମାତ୍ର ବୋଲୁ ଅଛୁଁ ଶୁଣ ରକ୍ଷାର ଉପାୟ

ତୁମ୍ଭେମାନେ ବିଷ୍ଣୁ ଠାରେ ଜଣାଅ ସକଳ

କରିବେ ସେ ନିଶ୍ଚେ ଦୈତ୍ୟମାନଙ୍କୁ ନିର୍ମ୍ମୂଳ

ଅନନ୍ତର ଦେବେ ରୁଦ୍ରେ କରି ପ୍ରଣିପାତ

ଚନ୍ତ୍ରଧାରି ବିଷ୍ଣୁ ପାଶେ ହେଲେ ଉପସ୍ଥିତ

ଜଡ଼ଘାଲି ଶୋଇ ସର୍ବେ ବିଷ୍ଣୁଙ୍କ ପୟରେ

ବିନୟରେ ଜଣାଇଲେ ତାହାଙ୍କ ଛାମୁରେ

ଆହେ ଦେବ ସୁକେଶର ତିନି ଗୋଟି ସୁତ

ବର ଲାଭ କରି ହୋଇ ଅତ୍ୟନ୍ତ ଗର୍ବିତ

ଲଙ୍କାପୁରୀ ମଧ୍ୟେ ଆଉ ନ୍ତ୍ରିକୁଟ ଶିଖରେ

ଅତ୍ୟାଚାର କରୁଛନ୍ତି ଆସି ସ୍ୱର୍ଗ ପୁରେ

ଦେବତା ମହର୍ଷି ଗଣେ ଦେଇଛନ୍ତି କଷ୍ଟ

କଲେଣିକ ସମସ୍ତଙ୍କୁ ସ୍ୱସ୍ଥାନରୁ ଭ୍ରଷ୍ଟ

ଆହେ ଦେବ ତୁମ୍ଭଠାରେ ପଶୁଛୁଁ ଶରଣ

ଅସୁରଙ୍କ ଅତ୍ୟାଚାର କର ନିବାରଣ

ଚନ୍ତ୍ରାସ୍ତେ ଛେଦନ କର ସେମାନଙ୍କ ଶିର

ଆମ୍ଭେମାନେ ରହୁଁ ନିଜ ସ୍ଥାନେ ହୋଇ ସ୍ଥିର

ତୁମ୍ଭ ବିନା ନାହିଁ ଆମ୍ଭମାନଙ୍କର ଗତି

ଅତଏବ ରକ୍ଷା କର ଆହେ ଲକ୍ଷ୍ମୀପତି

ଅନନ୍ତର ଚନ୍ତ୍ରଧର ବୋଇଲେ ହେ ଦେବେ

ତୁମ୍ଭେମାନେ ନିଶ୍ଚିନ୍ତରେ ରୁହ ଯାଇ ସର୍ବେ

ଜାଣୁ ଆମ୍ଭେ ମାଲ୍ୟବାନ ସୁକେଶ ବୃତ୍ତାନ୍ତ

ରୁଦ୍ର ବରେ ହୋଇଛନ୍ତି ସେମାନେ ଗର୍ବିତ

ନିଶ୍ଚୟ କରିବୁଁ ବଧି ପାପିଷ୍ଠ ଅସୁରେ

ତୁମ୍ଭେମାନେ ଆଜିଠାରୁ ରୁହ ଆନନ୍ଦରେ

ବିଷ୍ଣୁ ବାକ୍ୟେ ଆନନ୍ଦିତ ହୋଇ ଦେବଗଣ

ନିଜ ନିଜ ସ୍ଥାନେ କଲେ ସକଳ ପ୍ରସ୍ଥାନ

ଦେବତାଙ୍କ ଅନୁଷ୍ଠାନ ଶୁଣି ମାଲ୍ୟବାନ

ଭ୍ରତୃଦ୍ୱୟ ପାଶେ ରାଇ ବୋଇଲା ବଚନ

ଦେଖ ଭାଇ ଦେବ ଋଷି ରାଜ ଋଷି ଗଣେ

ଯାଇ ଥିଲେ ଦେବ ଦେବ ଋଦ୍ର ସନ୍ନିଧନେ

ଜଣାଇଲେ ଆହେ ଦେବ ସୁକେଶ କୁମରେ

ଅତ୍ୟନ୍ତ ଗର୍ବିତ ହୋଇ ଆପଣଙ୍କ ବରେ

ଆମ୍ଭମାନ ପ୍ରତି କରୁଛନ୍ତି ଅତ୍ୟାଚାର

କୃପାକରି ସେମାନଙ୍କୁ କରୁନ୍ତୁ ସଂହାର

ରହି ନ ପାରିବୁଁ କେହି ନିଜ ନିଜ ସ୍ଥାନେ

ଦୟାକରି ନାଶ କର ସେ ରାକ୍ଷସ ଗଣେ

ଦେବତାଙ୍କ ବାକ୍ୟ ଶୁଣି ରୁଦ୍ର ଉମାସାଇଁ

ବୋଇଲେ ଯେ ହସ୍ତ ପୁଣି ମସ୍ତକ ହଲାଇ

ଆହେ ଦେବତାଏ ଶୁଣ ସୁକେଶର ସୁତେ

ଆମ୍ଭବରେ ହୋଇଛନ୍ତି ଅଜେୟ ଜଗତେ

ଆମ୍ଭର ଅବଧ୍ୟ ମଧ୍ୟ ଅଟନ୍ତି ସେମାନେ

ଅତଏବ ଯାଅ ଚନ୍ତ୍ରପାଣି ସନ୍ନିଧାନେ

ତୁମ୍ଭେମାନେ ତାଙ୍କଠାରେ ପଶିଲେ ଶରଣ

ଅବଶ୍ୟ କରିବେ ସର୍ବ ଭୟ ନିବାରଣ

ଅନନ୍ତର ଦେବ ଗଣେ ଯାଇ ବିଷ୍ଣୁ ପାଶ

ଜଣାଇଲେ ଅସୁରଙ୍କ ସକଳ ସନ୍ଦେସ

ବୋଇଲେ ସକଳ ଶୁଣି ଦେବ ଚନ୍ତ୍ରଧର

ଆହେ ଦେବେ ତୁମ୍ଭେମାନେ ନ ହୁଅ କାତର

ଅସୁର ମାନଙ୍କୁ ବଧ କରିବୁଁ ନିଶ୍ଚୟ

ଦୂର ହେଲା ଜାଣ ତୁମ୍ଭମାନଙ୍କର ଭୟ

କି କରିବୁଁ ବୋଲ ଏବେ ଆହେ ଭ୍ରାତୃ ଗଣ

ଶୁଣିଲତ ଯାହା ବୋଲିଛନ୍ତି ନାରାୟଣ

ହିରଣ୍ୟ କଶିପୁ ପରା ଦୈତ୍ୟ ମହାବୀର

ନ ପାଇ ପାରିଲେ ବିଷ୍ଣୁ ହସ୍ତରୁ ଉଦ୍ଧାର

କାଳନେମି ବହୁ ମାୟୀ ନମୁଚି ଯମଳ

ଅର୍ଜୁନ ସଂହ୍ରଦି ଶୁମ୍ଭ ଆଦିଲୋକପାଳ

ହାର୍ଦିକା ପ୍ରଭୃତି ବୀର ନିଶୁମ୍ଭି ରାଧେୟ

ଥିଲେ ଏକ ଏକ ଜଣ ଜଗତେ ଅଜେୟ

ଯାଗ ଯଜ୍ଞ କାରୀ ସର୍ବ ଶାସ୍ତ୍ରରେ କୁଶଳ

ଶନ୍ତ୍ରୁ ଗଣ ଉପୁ ପ୍ରଦି ଜ୍ଞାନୀ ମହାବଳ

ବିଷ୍ଣୁ ହସ୍ତେ ଏକ ଏକ ପାଇଲେ ନିଧନ

ଅତଏବ କଥା କିଛି ନୁହଇ ସାମାନ୍ୟ

ନାରାୟଣ ସଙ୍ଗେ ଯୁଦ୍ଧ ମୃତ୍ୟୁର କାରଣ

ଅତଏବ କର ଏଥି ଉପାୟ ବିଧାନ

ମାଲ୍ୟବାନ କଥା ଶୁଖି ମାଳୀ ଯେ ସୁମାଳୀ

ବୋଇଲେ ହୋଇଛୁଁ ସର୍ବେ ରୁଦ୍ର ବଳେ ବଳୀ

ଆମ୍ଭେମାନେ ଅଧ୍ୟୟନ ଯଜ୍ଞ ଅନୁଷ୍ଠାନ

କରୁ ଅଛୁଁ ଦାନ ପୁଣି ଧର୍ମ ସଂସ୍ଥାପନ

ନିରୋଗ ଦୀର୍ଘାୟୁ ହୋଇ ଅଛୁଁ ଶିବ ବରେ

ଆମ୍ଭ ମାନଙ୍କର ପୁଣି ଭୟ ଶତ୍ରୁ ଠାରେ

ନାରାୟଣ ରୁଦ୍ର ଯମ କିମ୍ବୀ ଶଚୀ ନାଥ

କେ କରିବ ଯୁଦ୍ଧ ଆମ୍ଭମାନଙ୍କ ସହିତ

କି ଦୋଷ କରିଛୁଁ ଆମ୍ଭେମାନେ ବିଷ୍ଣୁ ଠାରେ

ତେବେ କିପାଁ ବୋଲ ନାଶ କରିବେ ସମରେ

ଦେବତାଏ ବିଷ୍ଣୁ ଠାରେ ନାନା କଥା କହି

ଦେଇଛନ୍ତି ତାଙ୍କ ମନୋବିକାର ଜନ୍ମାଇ

ଅତଏବ ଆସ ସର୍ବେ ବିଳମ୍ବ ନକରି

ଦେବତା ମାନଙ୍କ ଯୁଦ୍ଧେ ପକାଇବୁଁ ମାରି

ଦୈତ୍ୟ ଗଣ ଏହିରୂପ କରିଣ ମନ୍ତ୍ରଣା

କଲେକ ସକଳ ସ୍ଥାନେ ସମର ଘୋଷଣା

ଦମ୍ଭ ବୃନ୍ତ୍ର ମହାବୀର ମାନେ କ୍ରୋଧ ଭରେ

ବାହାରିଲେ ଚତୁରଙ୍ଗୀ ସେନା ସହିତରେ

ଗର୍ବିତ ରାକ୍ଷସ ଗଣେ କରି ଆସ୍ୱାଦନ

ବାହାରିଲେ ନାନା ଯାନେ କରି ଆରୋହଣ

କେହିବା ଚଢ଼ିଛି ଗଜେ ରଥର ଉପରେ

କେହିବା ଗର୍ବର ବୃଷ ଉଷ୍ଟ୍ର-ଶିଶୁମାରେ

କେହି ସର୍ପେ କେହି ମୀନେ କଚ୍ଛପ ମକରେ

ସିଂହ ବ୍ୟାଘ୍ର ମୃଗ ପକ୍ଷୀ ବରାହ ଚମରେ

ଲଙ୍କାପୁରୁ ବାହାରିଲେ ଦୈତ୍ୟ ସଜ ହୋଇ

ଦେବ ଲୋକେ ଆଡ଼ି ଦେଲେ ସର୍ବେ ଯୁଦ୍ଧ ପାଇଁ

ଲଙ୍କାର ବିନାଶ କାଳ ଦେଖିଣ ଆସନ୍ନ

ଭୀତ ହେଲେ ଲଙ୍କାପୁରା ବାସୀ ଦେବ ଗଣ

କେହିବା ଚଢ଼ିଛ ଯାଚେ କେ ଚାଲେ ପଦରେ

ଧାଡ଼ି ଦେଇଛନ୍ତି ଦେବ ଲୋକକୁ ଅସୁରେ

ଲଙ୍କାପୁରୀ ଦେବତାଏ ଗୃହରେ ନ ରହି

ପଛେ ପଛେ ଚାଲୁଛନ୍ତି ପଲ ପଲ ହୋଇ

ଅନ୍ତରୀକ୍ଷେ ଦେଖାଗଲା ନାନା ଅମଙ୍ଗଳ

ଜଣାଗଲା ଦୈତ୍ୟେ ଏବେ ହେବେଟି ନିର୍ମୂଳ

ଘନ ଘନ ହେଲା ଆକାଶରୁ ଉଲ୍କାପାତ

ବରଷିଲେ ମେଘ ମାଳେ ଅସ୍ଥି ଭଷ୍ମ ରକ୍ତ

ଅକସ୍ମାତ ମହାସିନ୍ଧୁ ହେଲା ଉଚ୍ଛୁଳିତ

ମହା ମହା ଗିରିମାନ ହେଲେ ବିଚଳିତ

ଉଚ୍ଚ ରବେ ଶିବାଗଣ କରନ୍ତି ଚିତ୍କାର

ଶୂନ୍ୟରେ ଉଡ଼ନ୍ତି ଗୃଧ୍ରେ ହୋଇ ବୃତାକାର

ଉଡ଼ିଲେ ଯେ ରକ୍ତପାଦ କପୋତ ସାରିକା

ବାୟସେ କରନ୍ତି ରାବ ଅମଙ୍ଗଳ କାକା

ଅହଙ୍କାର ଦୈତ୍ୟ ଗଣେ ଦେଖି ଏହି ସର୍ବ

ଯାଉଛନ୍ତି ସମରକୁ କରି ମହା ଗର୍ବ

ସୁମାଳୀ ମହାବଳ ମାଳୀ ମାଲ୍ୟବାନ

ଦୈତ୍ୟ ଶ୍ରେଣୀ ଅଗ୍ରେ ଅଗ୍ରେ କରନ୍ତି ଗମନ

ଦେବତା ଆଶ୍ରୟ ସ୍ଥାନ ଯେମନ୍ତ ବିଧାତା

ମାଲ୍ୟବାନ ସେହିପରି ଅସୁରଙ୍କ ନେତା

ଘନ ଘନ ନାଦ କରି ଚାଲନ୍ତି ଅସୁରେ

ଦେବ ଲୋକେ ଜୟ ଲାଭ କରିବା ଆଶାରେ

ଦୈତ୍ୟ ଶ୍ରେଣୀ ଆଗମନ ଦୂତ ମୂଖୂ ଶୁଣି

ଯୁଦ୍ଧ ପାଇଁ ସଜ ହେଲେ ଦେବ ଚନ୍ତ୍ରପାଣି

ଗରୁଡ଼ ପୃଷ୍ଠରେ କରିଛନ୍ତି ଆରୋହଣ

ଶ୍ରୀ ଅଙ୍ଗେ କବଚ ସୂର୍ଯ୍ୟ ପରି ଦିପ୍ତିମାନ

କଟିତଟେ ଖଡ୍ଗ ଝୁଲେ ବନ୍ଧନ ସୂତରେ

ଶର ପୂର୍ଣ୍ଣାପୂର୍ଣ୍ଣ ଅଛି ଉଭୟ ପାର୍ଶ୍ୱରେ

ଚତୁର୍ହସ୍ତେ ଶଙ୍ଖଚନ୍ତ୍ର ଗଦା ଶାର୍ଙ୍ଗ ଧନୁ

ନବ ଜଳଧର ପରି ଶ୍ୟାମ କାନ୍ତି ତନୁ

ଦେବର୍ଷି ଗନ୍ଧର୍ବ ଯକ୍ଷ ନାଗ ସିଦ୍ଧ ଗଣ

ମିଳି ସର୍ବେ କଲେ ବିଷ୍ଣୁଙ୍କର ସ୍ତୁତିଗାନ

ଅହଙ୍କାରୀ ଦୈତ୍ୟ ଗଣେ କରିବାକୁ ନାଶ

ବେଗେ ଯାଇ ଯୁଦ୍ଧ ସ୍ଥଳେ ହେଲେକ ପ୍ରବେଶ

ପକ୍ଷୀରାଜ ଗରୁଡ଼ଙ୍କ ପକ୍ଷ ପବନରେ

ଇତସ୍ତତ ବିଚଳିତ ହେଲେକ ଅସୁରେ

 

Unknown

ସପ୍ତମ ସର୍ଗ

ଅନନ୍ତର ଦୈତ୍ୟ ଗଣ ଦେଖି ନାରାୟଣେ

ହୁଙ୍କାରେ ଗର୍ଜନ କରି ପ୍ରବେଶିଲେ ରଣେ

ବିନ୍ଧୁଛନ୍ତି ବାଣ ନାରାୟଣେ ଲକ୍ଷ କରି

ପର୍ବତ ଉପରେ ଯେହ୍ନେ ବରଷଇ ବାରି

କ୍ଷେତ୍ର ମଧ୍ୟେ ଉଡ଼ୁ ଥାନ୍ତି ଯେତେ ପଙ୍ଗପାଳ

ଜ୍ୱଳନ୍ତ ଅନଳେ ଯେହ୍ନେ ପତଙ୍ଗ ମଣ୍ଡଳ

ମଧୁ ଭାଣ୍ଡେ ଦଂଶ କିମ୍ବା ସମୁଦ୍ରରେ ମୀନ

ଆକାଶରେ ଉଡ଼ୁ ଅଛି ତେତେ ଦୈତ୍ୟ ବାଣ

ବାୟୁ ବଜ୍ର ବେଗେ ବାଣ ଆସୁ ଅଛି ଉଡ଼ି

ଚୁର୍ଣ୍ଣୀଭୁତ ହେଉଛନ୍ତି ବିଷ୍ଣୁ ଦେହେ ପଡ଼ି

ଚତୁରଙ୍ଗୀ ସୈନ୍ୟ ବଳ ଥାଇ ଆକାଶରେ

ବିନ୍ଧୁଛନ୍ତି ବାଣମାନ ବିଷ୍ଣୁଙ୍କ ଉପରେ

ଅନନ୍ତର ଶାର୍ଙ୍ଗଧନୁ କରି ଆକର୍ଷଣ

ଯୁଦ୍ଧ ସ୍ଥଳେ ପ୍ରବେଶିଲେ ପ୍ରଭୁ ନାରାୟଣ

ବଜ୍ର ତୁଲ୍ୟ ବିଷ୍ଣୁ ବାଣ ହୁଅନ୍ତେ ପତିତ

ପଳାଇଲେ ଦୈତ୍ୟଗଣ ହୋଇ ଇତସ୍ତତ

 

 

ଉଡ଼ିଯାନ୍ତି ମେଘେ ଯେହ୍ନେ ପ୍ରବଳ ପବନେ

ପଳାନ୍ତି ଅସୁର ଗର ତେହ୍ନେ ବିଷ୍ଣୁ ବାଣେ

ବଜାଇଲେ ନାରାୟଣ ଶଙ୍ଖ ପାଞ୍ଚଜନ୍ୟ

ମେଦିନୀ ହେଲାକ ଶବଦରେ କମ୍ପମାନ

ଭୟ ପାନ୍ତି ମୃଗେ ଯେହ୍ନେ ସିଂହ ନାଦ ଶୁଣି

ପଳାଇଲେ ଶଙ୍ଖ ନାଦ ଶୁଣି ଦୈତ୍ୟ ଶ୍ରେଣୀ

ନ ରହି ପାରିଲେ ଯୁଦ୍ଧ କ୍ଷେନ୍ତ୍ରେ ଅଶ୍ୱଗଣ

ଶଙ୍ଖ ନାଦ ଶୁଣି ହସ୍ତୀ ହେଲେ ଅଚେତନ

ରଥରୁ ପଡ଼ିଲେ ବୀରେ ହୋଇ ହୀନ ବଳ

ରଣ ଛାଡ଼ି ପଳାଇଲେ ପଦାତି ସକଳ

ନାରାୟଣ ଶର ତେଜ ଯେହ୍ନେ ବଜ୍ର ସାର

ପଡ଼ି କରୁ ଅଛି ଦୈତ୍ୟ ଶ୍ରେଣୀ ଛାର ଖାର

କେବେ କରୁଛନ୍ତି ନାରାୟଣ ଶଙ୍ଖ ଧ୍ୱନି

କେବେ ବିନ୍ଧୁ ଛନ୍ତି ବାଣ ଶାର୍ଙ୍ଗ ଧନୁ ଟାଣି

କେବେ ଦେଉଛନ୍ତି ରଣେ ହୁହୁଙ୍କାର ରଡ଼ି

ଶୁଣି ଯାଉ ଅଛି ଅସୁରଙ୍କ ପ୍ରାଣ ଉଡ଼ି

ଅସୁରଙ୍କ ରଥ ଧନୁ ପତାକା ତୂଣୀର

ଖଣ୍ଡ ଖଣ୍ଡ କରି ଦେଲେ ପ୍ରଭୁ ଚନ୍ତ୍ରଧର

ବିଷ୍ଣୁ ଶର ସୂର୍ଯ୍ୟ ରଶ୍ମୀ ପରି ଦୀପ୍ତି ମାନ

ନିର୍ଘୋଷ କୁଳୀଶ ଠାରୁ ଅତ୍ୟନ୍ତ କଠିଣ

ଇନ୍ଦୁରକୁ ନାଶ କଲେ ଯେସନେ ମାର୍ଜାର

ମଲେ ଦୈତ୍ୟ ବିଷ୍ଣୁ ବାଣେ ସେହି ପରକାର

ଅସୁରଙ୍କୁ ନାଶ କରି ବିଷ୍ଣୁ ଚକ୍ରପାଣି

ପୁଣ ପୁଣ କରୁଛନ୍ତି ପାଞ୍ଚଜନ୍ୟ ଧ୍ୱନି

ଶରପାତେ ଭୀତ ଶଙ୍ଖ ନାଦରେ ବିହ୍ୱଳ

ହୋଇ ପଳାଇଲେ ଲଙ୍କାପୁରେ ଦୈତ୍ୟ କୂଳ

ପଳାଇ ଯାଆନ୍ତେ ଲଙ୍କାପୁରେ ଦୈତ୍ୟ ସୈନ୍ୟ

ସୁମାଳୀ ବିଷ୍ଣୁଙ୍କୁ ଯାଇ କଲା ଆକ୍ରମଣ

ଯେସନେ ଯାହାର ରାଶି ସୂର୍ଯ୍ୟକୁ ଢାଙ୍କଇ

ତେହ୍ନେ ଦୈତ୍ୟ ଶରେ ବିଷ୍ଣୁ ଦେହ ଗଲା ଛାଇ

ଏହା ଦେଖି ରାକ୍ଷସଙ୍କ ହେଲା ଭୟ ଦୂର

ମନ ମଧ୍ୟେ ହେଲା ପୁଣି ସାହସ ସଞ୍ଚାର

ମରିଥିଲେ ବିଷ୍ଣୁ ବାଣେ ଯେ ସର୍ବ ଅସୁର

ବଞ୍ଚାଇଲା ସୁମାଳୀ ଯେ ତାଙ୍କୁ ପୁନର୍ବାର

କ୍ରୋଧ ଭରେ ସିଂହ ରଡ଼ି ଦେଇ ଘନ ଘନ

ବାହୁପଟ ମାରି ହେଲା ବିଷ୍ଣୁ ସମ୍ମୁଖିନ

ହସ୍ତୀ ଯେହ୍ନେ ଆସ୍ଫାଳନ କରେ ନିଜ ଶୁଣ୍ଡ

ସୁମାଳୀ ହଲାଇ ସେହିପରି ଭୁଜ ଦଣ୍ଡ

ଆନନ୍ଦରେ ଘନ ଘନ କରଇ ଗର୍ଜନ

କକଡ଼ା ମାସରେ ଯେହ୍ନେ ଗର୍ଜେ ନବ ଘନ

ନାରାୟଣ ସୁଦର୍ଶନ ଚକ୍ର ହସ୍ତେ ଧରି

ଅସୁର ସାରଥି ମୁଣ୍ଡ ଦେଲେ ଦ୍ୱିଧା କରି

ମରନ୍ତେ ସାରଥି ରଥ ଯୁକ୍ତ ଅଶ୍ୱ ଗଣ

କୁମାର୍ଗରେ କଲେ ଇତସ୍ତତଃ ବିଚରଣ

ବିପଥେ ଚଳନ୍ତେ ଅଶ୍ୱେ ସୁମାଳୀ ଅସୁର

ସେନା ଶ୍ରେଣୀ ମଧ୍ୟେ ହେଲା ଅତ୍ୟନ୍ତ ଅଧୀର

ରଥରୁ ଓହ୍ଲାଇ ତହୁଁ ଧରି ଧନୁର୍ବାଣ

କ୍ରୋଧଭରେ ବିଷ୍ଣୁ ପ୍ରତି ହେଲା ଧାବମାନ

ରାକ୍ଷସର ଶରମାନ ସୁବର୍ଣ୍ଣ ଖଚିତ

ଶୂନ୍ୟ ମାର୍ଗେ ବେଗେ ଧାଏଁ ଯେସନେ ବିଦ୍ୟୁତ

କ୍ରୌଞ୍ଚ ରନ୍ଦ୍ରଭେଦି ଯେହ୍ନେ ଯାଆନ୍ତି ପକ୍ଷୀଏ

ପଶନ୍ତି ଅସୁର ବାଣେ ନାରାୟଣ ଦେହେ

ଘନ ଘନ ପଡ଼ୁ ଅଛି ଆସି ଦୈତ୍ୟ ବାଣ

ମାତ୍ର ବିଚଳିତ ହେଲେ ନାହିଁ ଭଗବାନ

ଅନନ୍ତର ଶରାସନ ଧରି ନାରାୟଣ

ଦୈତ୍ୟ ପ୍ରତି ଶରତ୍ୟାଗ କଲେ ଘନ ଘନ

କରିଥିଲେ ସୁଧାପାନେ ଯେହ୍ନେ ସର୍ପ ଗଣ

ବିଷ୍ଣୁ ବାଣ କଲେ ଦୈତ୍ୟ ଦେହୁଁ ରକ୍ତ ପାନ

ଅନନ୍ତର ବିଷ୍ଣୁ ମାଳୀର ଯେ ଧ୍ୱଜ ଦଣ୍ଡ

କରି ପଳାଇଲେ ଧନୁ ଅଶ୍ୱ ଖଣ୍ଡ ଖଣ୍ଡ

ରଥ ଭ୍ରଷ୍ଟ ହୋଇ ମାଳୀ ଘେନି ଗଦା ହସ୍ତେ

ଧାଇଲା ବିଷ୍ଣୁଙ୍କର ପ୍ରତି ମାରିବା ନିମନ୍ତେ

ବାସବ ପ୍ରହାରେ ଯେହ୍ନେ ବଜ୍ରରେ ପଙ୍ଗତ

ଗରୁଡ଼ ଲଲାଟେ କଲା ମାଳୀ ଗଦାଘାତ

ଗଦାଯାଏ ପକ୍ଷୀସଜ ଦେଇ ଘୋର ରଡ଼ି

ପଳାଇଲା ବିଷ୍ଣୁ ଘେନି ରଣ ଭୂମି ଛାଡ଼ି

ଏହା ଦେଖି ଦୈତ୍ୟ ଗଣ ହେଲେ ଆନନ୍ଦିତ

କ୍ରୋଧଭର ହୋଇ ତହୁଁ ବିଷ୍ଣୁ ଲକ୍ଷ୍ମୀ କାନ୍ତ

ଦୈତ୍ୟ ପ୍ରତି କଲେ ସୁଦର୍ଶନେ ଚକ୍ର ତ୍ୟାଗ

ମାଳୀର ମସ୍ତକ ହୋଇ ଗଲା ଦୁଇ ଭାଗ

ତଳେ ପଡ଼ି ଦୈତ୍ୟ ମୁଣ୍ଡ କରେ ଛଟପଟ

ରାହୁ ମୁଣ୍ଡ ତୁଲ୍ୟ କରି ଚିତ୍କାର ଉତ୍‌କଟ

ଦେବ ଲୋକେ ନାଚ ହେଲା ଅତ୍ୟନ୍ତ ଆନନ୍ଦ

ନାରାୟଣେ ଦେଲେ ସୁରଗଣେ ସାଧୁବାଦ

ମାଳୀ ମୃତ୍ୟୁ ଦେଖ ସୁମାଳୀ ଯେ ମାଲ୍ୟବାନ

ଯୁଦ୍ଧ ଛାଡ଼ି କଲେ ଲଙ୍କାପୁରେ ପଳାୟନ

ଗରୁଡ଼ ଆଶ୍ୱସ୍ତ ହୋଇ ଏହି ସମୟରେ

ଉଡ଼ାଇଲା ଦୈତ୍ୟ ଗଣେ ପକ୍ଷ ପବନରେ

ରଣ ସ୍ଥଳ ଅତିଶୟ ଦିଶୁଛି ଭୀଷଣ

କାହାର ପଡ଼ିଛି ହସ୍ତ ବାହାର ବଦନ

କାହାର ଯାଇଛି ହସ୍ତ ପଦ ଶିର ଉଡ଼ି

ଛଟ ପଟ ହେଉ ଅଛି କବନ୍ଧଟା ପଡ଼ି

କାହାବକ୍ଷ ହୋଇ ଅଛି ଗଦାଘାତେ ଚୂର୍ଣ୍ଣ

କାହାର ହୋଇଛି ଚକ୍ର ଦାଢ଼େ ହସ୍ତ ଭଗ୍ନ

କେହି ରଣ ଭୂମି ଛାଡ଼ି ପଳାଏ ବିକଳେ

କେହି ଶୂନ୍ୟୁ ଖସି ପଡ଼ୁ ଅଛି ସିନ୍ଧୁ ଜଳେ

କେହି ଦରମଲା ହୋଇ ଯାଉଛି ପଳାଇ

କେହି ବୋଲେ କାହିଁ ଯିବି ଆଲୋ ବାପ ଭାଇ

ନାରାୟଣ ଚକ୍ର ପଡ଼ିବାରୁ ଘନ ଘନ

ଦୈତ୍ୟ ସୈନ୍ୟ ଗଣ ହୋଇ ଗଳେ ଛିନ୍ନ ଛିନ୍ନ

କେହି ପଳାଉଛ ଫିଟି ଯାଇ ଅଛି କେଶ

କେହି ଧାଏଁ ଘନ ଘନ ପକାଇ ନିଶ୍ୱାସ

କେହି ପଳାଇବା ବେଳେ ପଡ଼ୁଛି ହାବୁଡ଼ି

ପଛେ ଥିବା ଦୈତ୍ୟ ପଡ଼ି ଗଲା ତାକୁ ମାଡ଼ି

କେହି ଦୈତ୍ୟ ପଳାଉଛି ନ ଚାହିଁ ପଛକୁ

ଏକ ନ ବୋଲଇ କଥା ଆରେକ ସଙ୍ଗୀକୁ

ଏହିରୂପେ ବିକଳରେ ସମସ୍ତ ଅସୁରେ

ପଳାଇ ଲୁଚିଲେ ଯାଇ ସଙ୍ଗେ ଲଙ୍କାପୁରେ

 

ଅଷ୍ଟମ ସର୍ଗ

ଅବଶିଷ୍ଟ ଯେତେ ଥିଲେ ଯୁଦ୍ଧରେ ରାକ୍ଷସ

ଏକ ଏକ ବିଷ୍ଣୁ ତାଙ୍କୁ କରନ୍ତେ ବିନାଶ

ଏହା ଦେଖି ମାଲ୍ୟବାନ ଅଇଲା ବାହୁଡ଼ି

କୂଳ ଛୁଇଁ ଫେରିଲା କି ସମୁଦ୍ର ଲହଡ଼ି

କିରୀଟ ଚଞ୍ଚଳ ଦୁଇ ଚକ୍ଷୁ ରକ୍ତ ବର୍ଣ୍ଣ

ବିଷ୍ଣୁକୁ ବୋଇଲା ଚାହିଁ ଶୁଣ ନାରାୟଣ

ପରାଜିତ ହୋଇଛନ୍ତି ଯେ ସଙ୍ଗ ରାକ୍ଷସ

ନୀଚ ଲୋକ ପରି ତାଙ୍କୁ କରନ୍ତେ ବିନାଶ

ଏଥୁ ଜଣା ଯାଉ ଅଛି ତୁମ୍ଭ ବଡ଼ ପଣ

କ୍ଷାତ ଧର୍ମ କିପାଁ କରୁ ଅଛ ଅପମାନ

ଯୁଦ୍ଧ ପରାଜିତ ଲୋକେ ଯେ କରେ ବିନାଶ

କଦାଚିତ ପାଇ ନାହୁଁ ସେହି ଲୋକ ଯଶ

ନ ଲଭି ପାରଇ ପୁଣ୍ୟବାନ ଲୋକ ଗତି

ଅତଏବ ବୋଲୁ ଅଛୁଁ ଆହେ ଲକ୍ଷ୍ମୀପତି

ଇଚ୍ଛା ଯଦି ତୁମ୍ଭ ଯୁଦ୍ଧ କରିବାର ପାଇଁ

ଆମ୍ଭ ସଙ୍ଗେ ଯୁଦ୍ଧ କର ଅଛୁଁ ଠିଆ ହୋଇ

 

 

ବୋଇଲେ ସେ ନାରାୟଣ ଶୁଣରେ ଅସୁର

ଦେବତାଏ ହୋଇଛନ୍ତି ଭୟରେ କାତର

ସେମାନଙ୍କୁ କରି ଆମ୍ଭେ ଅଭୟ ପ୍ରଦାନ

ବୋଲିଛୁଁ କରିବୁଁ ଦୈତ୍ୟ ସମୂଳେ ନିଧନ

ପ୍ରତିଜ୍ଞା ପାଳିବୁଁ ହେବ ନାହିଁ ଅନ୍ୟ ମତ

ଯେଠାରେ ଦେଖିବୁଁ ଦୈତ୍ୟ କରିବୁଁ ନିପାତ

ଯେବେ ଭୟେ ତୁମ୍ଭେମାନେ ପଶିବ ପାତାଳେ

ତଥାପି କରିବୁଁ ଆମ୍ଭେ ନିପାତ ସମୂଳେ

ଶୁଣି ମାଲ୍ୟବାନ ହୋଇ କ୍ରୋଧରେ ଅସ୍ଥିର

ନାରାୟଣ ବକ୍ଷେ କଲା ମୂଷଳ ପ୍ରହାର

ମୂଷଳ ପାଇଲା ଶୋଭା ବିଷ୍ଣୁଙ୍କ ବକ୍ଷରେ

ବିଦ୍ୟୁତ ଶୋଭଇ ଯେହ୍ନେ ନବକଳଧରେ

ବିଷ୍ଣୁ ସେହି ମୂଷଳକୁ କରି ଉତ୍‌ପାଟନ

ମାଲ୍ୟବାନ ଉପରକୁ କଲେକ ପ୍ରେରଣ

ଅଞ୍ଜନା ପର୍ବତେ ଯେହ୍ନେ ପଡ଼େ ଉଳ୍କାପିଣ୍ଡ

ଗମନ କରଇ ତେହ୍ନେ ମୂଷଳ ପ୍ରଚଣ୍ଡ

ପଡ଼ଇ ଅଶନି ଯେହ୍ନେ ପର୍ବତ ଶିଖରେ

ପଡ଼ିଲା ମୂଷଳ ମାଲ୍ୟବାନ ହୃଦୟରେ

ରାକ୍ଷସ କବଚ ଗଲା ହୋଇ ଛିନ୍ନ ଛିନ୍ନ

ପଡ଼ିଲା ରାକ୍ଷସ ତଳେ ହୋଇ ଅଚେତନ

କ୍ଷଣକ ଉତ୍ତାରେ ପୁଣି ହୋଇଣ ସଚେତ

ଉଭା ହେଲା ବିଷ୍ଣୁ ଅଗ୍ରେ ଯେସନେ ପର୍ବତ

ଅନନ୍ତର ଘେନି ଏକ ବିଶାଳ ମୁଦ୍‌ଗର

ନାରାୟଣ ମସ୍ତକରେ କଲାକ ପ୍ରହାର

ମୁଦ୍‌ଗର ମାଇଲା ପୁଣି ଗରୁଡ଼ ଡ଼େଣାରେ

ଧାଇ ପାଇ ପକ୍ଷୀରାଜ ମହା କ୍ରୋଧ ଭରେ

ଡ଼େଣା ପବନରେ ଦୈତ୍ୟେ ଦେଲେ ଯେ ଫୋପାଡ଼ି

ପବନରେ ଶୁଷ୍କପତ୍ର ଗଲା କିବା ଉଡ଼ି

ପରାସ୍ତ ହୁଅନ୍ତେ ଏହିପରି ମାଲ୍ୟବାନ

ଲଙ୍କାପୁର ମଧ୍ୟେ କଲା ସୁମାଲ୍ୟ ପ୍ରସ୍ଥାନ

ହେ ଶ୍ରୀରାମ ଏହିପରି ପୂର୍ବେ ଦୈତ୍ୟଗଣ

ନାରାୟଣ ହସ୍ତ ଯୁଦ୍ଧେ ହୁଅନ୍ତେ ନିଧନ

ନ ରହି ପାରିଣ ପୁଣି ଭୟରେ ଲଙ୍କାରେ

ଲୁଚିଲେ ସକଳେ ଯାଇ ପାତାଳ ପୁରୀରେ

ସାଳକଟଙ୍କଟା ବଂଶେ ଯେତେ ଥିଲେ ଦୈତ୍ୟ

ସର୍ବେ ହୋଇ ରହି ଥିଲେ ସୁମାଲ୍ୟ ଆଶ୍ରିତ

ପୁଲସ୍ତ୍ୟ ନାମରେ ଥିଲେ ଯେତେକ ରାକ୍ଷସ

ସେମାନଙ୍କୁ ତୁମ୍ଭେ ଯୁଦ୍ଧେ କରିଛ ବିନାଶ

ପୂର୍ବରୁ ସୁମାଲ୍ୟ ମାଳୀ ପୁଣି ମାଲ୍ୟବାନ

ଅଟନ୍ତି ରାବଣଠାରୁ ସମସ୍ତେ ପ୍ରଧାନ

ବନ ନାରାୟଣ ଶଙ୍ଖଚକ୍ର ଗଦାଧର

କେ କରନ୍ତା ଏହି ଦୈତ୍ୟମାନଙ୍କୁ ସଂହାର

ତୁମ୍ଭେ ଅଟ ସେହି ନାରାୟଣ ସନାତନ

ଦୈତ୍ୟ ବଧ ପାଇଁ ହୋଇ ଅଛ ଅବତୀର୍ଣ୍ଣ

ଯେତେବେଳେ ଧର୍ମ ପ୍ରତି ହୁଏ ଅତ୍ୟାଚାର

ହୁଅଇ ମର୍ତ୍ତ୍ୟରେ ବିଷ୍ଣୁଙ୍କର ଅବତାର

ହେ ଶ୍ରୀରାମ ବୋଇଲୁଁ ଯେ ପୂର୍ବ ବିବରଣ

ରାବଣ କାହାଣୀ ଏବ ବୋଲୁଁ ଅଛୁଁ ଶୁଣ

ସୁମାଳୀ ଯେ ଥିଲା ଯେବେ ପାତାଳ ପୁରୀରେ

ତେବେ ବାସ କରୁ ଥିଲେ କୁବେର ଲଙ୍କାରେ

 

ନବମ ସର୍ଗ

ଏହିରୂପେ ତହିଁ ଗତ ହେଲା କିଛିଦିନ

ସୁମାଳି ଯେ ମର୍ତ୍ତ ଲୋକେ କରେ ବିଚରଣ

ଜଳଦ ସମାନ କୃଷ୍ଣବର୍ଣ୍ଣ ତା ଶରୀର

ଦୁଇ କର୍ଣ୍ଣେ ଶୋଭେ ରତ୍ନ କୁଣ୍ଡଳ ସୁନ୍ଦର

ପରମା ସୁନ୍ଦରୀ କନ୍ୟା ଘେନି ସଙ୍ଗତରେ

ଦିବାନିଶି ମର୍ତ୍ତ୍ୟଲୋକେ ଭ୍ରମେ ଆନନ୍ଦରେ

ଦେଖିଲା ସୁମାଳୀ ଦିନେ ଧନ-ଅଧିପତି

ପୁଷ୍ପକ ରଥରେ ଚଢ଼ି ଶୂନ୍ୟେ ଯାଉଛନ୍ତି

କୁବେରଙ୍କୁ ଦେଖି ସୁମାଳୀ ଯେ ବିସ୍ମୟରେ

ପଳାଇ ରହିଲା ଲୁଚି ପାତାଳ ପୁରୀରେ

ଭାଳିଲା ନିର୍ଜନେ ବସି ସୁମାଳୀ ଅସୁର

କି ରୂପ ଉନ୍ନତି ହେବ ଆମ୍ଭମାନଙ୍କର

ସୁମାଳୀ କନ୍ୟାର ନାମ ଅଟି କୈକସୀ

ଅକଳଙ୍କ ଚନ୍ଦ୍ରମୁଖୀ ନବୀନା ରୂପସୀ

ଏକଦା ସୁମାଳୀ ରାଇ କନ୍ୟାକୁ ପାଶକୁ

ବୋଇଲା ହେ କନ୍ୟେ କିଛି ବୋଲିବି ତୁମ୍ଭକୁ

 

 

ତୁମ୍ଭର ବିବାହ କାଳ ହେଉଛି ଅତୀତ

ଏଯାଏଁତ ନ ପାଇଲି ଉପଯୁକ୍ତ ପାତ୍ର

ତୁମ୍ଭ ବିଭାପାଇଁ ମୁହିଁ ନ କରିବି ଯତ୍ନ

ଗୁଣବତୀ ରୂପବତୀ ତୁମ୍ଭେ ନାରୀ ରତ୍ନ

ମାନ୍ତ୍ର ଏବେ ହୋଇଅଛି ବାସନା ମୋହର

ଇଚ୍ଛା ଅନୁସାରେ ତୁମ୍ଭେ ଖୋଜି ନିଅ ବର

କନ୍ୟାଗଣ ପିତୃ ମାତୃ ପୁଣି ଭର୍ତ୍ତୃକୁଳ

କରିଥାନ୍ତି ଏମାନଙ୍କୁ ସଂଶୟ ପାକୁଳ

ଅତଏବ ଆଗୋ ପୁନ୍ତ୍ରି ବୋଲୁଛୁଁ ତୁମ୍ଭକୁ

ଆପେ ବର ଯାଇ ତୁମ୍ଭେ ବିଶ୍ରବା ଋଷିକୁ

ପ୍ରଜାପତି ବ୍ରହ୍ମା ବଂଶୋଦ୍ଭବ ମୁନିବର

ସର୍ବାଂଶରେ ସେହି ତୁମ୍ଭ ଉପଯୁକ୍ତ ବର

ସେହି ଋଷିବରେ ତୁମ୍ଭେ କଲେକ ବରଣ

କୁବେର ସମାନ ତୁମ୍ଭେ ପାଇବ ନନ୍ଦନ

କୈକସୀ ଜନକ ଆଜ୍ଞା ପାଇ ତତକ୍ଷଣ

ବିଶ୍ରବା ମହର୍ଷି ପାଶେ କଲାକ ଗମନ

ଯହିଁ ତପ କରୁ ଥିଲେ ବିଶ୍ରବା ମହର୍ଷି

ଉପସ୍ଥିତ ହେଲା ତହିଁ ରୂପସୀ କୈକସୀ

ଏମନ୍ତ କାଳରେ ମହାଋଷି ତପୋଧନ

ଅଗ୍ନିହୋତ୍ର ତପ କରୁ ଥିଲେ ଅନୁଷ୍ଠାନ

ଏଦାରୁଣ କାଳ କଥା କିଛି ନବିଚାରି

ଉଭାହେଲା ତହିଁ ଯାଇ ସୁମାଳୀ କୁମାରୀ

ମଥାପୋତି ଉଭା ହୋଇ ନ ବୋଲେ ବଚନ

ପଦ ଅଙ୍ଗୁଳିରେ କରି ଭୁମିକୁ ଖନନ

ବିଶ୍ରବା ପୁଛିଲେ ସତ୍ୟ ବୋଲ ଗୋ ସୁନ୍ଦରୀ

କିପାଁଇ ଆସିଛ ତୁମ୍ଭେ କାହାର କୁମାରୀ

ଆମ୍ଭଠାରେ ଥାଏ ଯଦି କିଛି ପ୍ରୟୋଜନ

କପଟ ନକରି ଦହ ସର୍ବ ବିବରଣ

ହାତଯୋଡ଼ି ବୋଲେ ତହୁଁ ରୂପସୀ କୈକସୀ

କି କଥା ନ ଜାଣ ତୁମ୍ଭେ ଆହେ ମହାଋଷି

କୈକସୀ ମୋହର ନାମ ଜନକ ଆଜ୍ଞାରେ

ଉପସ୍ଥିତ ହୋଇଅଛି ଆପଣଙ୍କ ଠାରେ

ନ ବୋଲିବି ଆଉ କିଛି ନ ପାରିବି କହି

ହେ ମହର୍ଷି ଆପଣଙ୍କୁ କିବା ଜଣା ନାହିଁ

ଧ୍ୟାନ ବଳେ ସର୍ବ କଥା ଜାଣୁନ୍ତୁ ଆପଣ

ଏସ୍ଥାନେ ଆସିବା ମୋର କିବା ପ୍ରୟୋଜନ

ବିଶ୍ରବା ଜାଣିଲେ ସର୍ବ ବିଷୟ ଧ୍ୟାନରେ

ଆସିଛି କୈକେସା ଏଥି ପୁତ୍ର ବାସନାରେ

ବୋଇଲେ ବିଶ୍ରବା ତହୁଁ ଚାହିଁ କୈକସୀକୁ

ଦାରୁଣ କାଳରେ ତୁମ୍ଭେ ଆସିଛ ଏଠାକୁ

ଦାରୁଣ ଦାରୁଣାକାର ଦାରୁଣ ସଂସାରେ

ଜନମିବେ ତୁମ୍ଭ ଗର୍ଭୁ ଦାରୁଣ ଅସୁରେ

ବୋଇଲା କୈକସୀ ପ୍ରଭୋ କରେ ନିବେଦନ

ମହାଋଷି ବ୍ରହ୍ମବାଦୀ ଅଟନ୍ତି ଆପଣ

ଆପଣଙ୍କ ଠାରୁ ହେବ ସୁତ ଦୁରାଚାର

ଜଗତେ ଦିଶିବ ଏହା ଅତି ଅସୁନ୍ଦର

ବୋଇଲେ ବିଶ୍ରବା ତହୁଁ ଶୁଣ ମୋ ବଚନ

ତୋ ଗର୍ଭୁରୁ ଜନମିବ ଶେଷେ ଯେ ନନ୍ଦନ

ଆମ୍ଭ ବଂଶ ଅନୁରୂପେ ହେବ ସେ ଧାର୍ମ୍ମିକ

ସତ୍ୟବାଦୀ ଜିତେନ୍ଦ୍ରିୟ ଜ୍ଞାନି ବିବେଚକ

ଏହିରୂପେ ଗତ ତହୁଁ ହେଲା କିଛିଦିନ

ପ୍ରସବିଲା କୈକେସୀ ଯେ ରାକ୍ଷସ ଭୀଷଣ

ଦଶଟା ମସ୍ତକ ତାର ହସ୍ତ ଯେ ବିଂଶତି

ବିଶାଳ ନୟନ ବାଳାଞ୍ଜନ ପରି ଜ୍ୟୋତି

ପ୍ରକାଣ୍ଡ ବଦନ ଦନ୍ତ ଅଞ୍ଜନ ବିଶାଳ

ରକ୍ତବର୍ଣ୍ଣ ଓଷ୍ଠ କେଶ ପ୍ରଦୀପ୍ତ ଉଜ୍ଜ୍ୱଳ

ଜନମିବ ମାନ୍ତ୍ରେ ପୁତ୍ର ଉଚ୍ଚ ଶିବାଗଣ

ବିକଟ ରୂପରେ କଲେ ଘୋର ଗରଜନ

ପର୍ଜ୍ଜନ୍ୟ କଲେକ ଘନଘନ ରକ୍ତ ବୃଷ୍ଟି

ଆକାଶ ମଣ୍ଡଳେ ମେଘମାଳା ଗଲେ ଘୋଟି

ଆକାଶରେ ଉଲ୍‌କାପାତ ହେଲା ଘନଘନ

ସହସା ଦିଶିଲା ସୂର୍ଯ୍ୟ ମଣ୍ଡଳ ମଳିନ

ହେଲା ଭୂମିକମ୍ପ ପ୍ରବଳରେ ବହେ ବାତ

ଅଟଳ ପର୍ବତମାଳା ହେଲେ ବିଚଳିତ

ମୁନି ହୋଇ ପୁତ୍ର ନାମ କରଣେ ପ୍ରବୃତ୍ତ

ବୋଇଲେ ଏହାର ନାମ ହେବ ଦଶମାଥ

ହୋଇଛି ଏ ପୁନ୍ତ୍ର ଗୋଟି ଯେଣୁ ଦଶଗ୍ରୀବ

ଦଶଗ୍ରୀବ ବୋଲି ଜଗତରେ ବୋଲାଇବ

ଦଶଗ୍ରୀବ ପରେ ଜାତ ହେଲା କୁମ୍ଭକର୍ଣ୍ଣ

ଶରୀର ଅତ୍ୟନ୍ତ ଦୀର୍ଘ ମହାବଳବାନ

ତାହା ପରେ ଶୂର୍ପନଖା ହୋଇଥିଲା ଜାତ

ଜ୍ଞାନୀ ବିଭୀଷଣ କୈକସୀର ଶେଷ ସୁତ

ଏହି ବିଭୀଷଣ ଜନମିଲେ ଯେତେବେଳେ

ହେଲାକ କୁସୁମ ବୃଷ୍ଟି ଗଗନ ମଣ୍ଡଳେ

ଗଗନେ ଦୁନ୍ଦୁଭି ଧ୍ୱନି ହେଲା ଘନଘନ

ସ୍ୱର୍ଗପୁରେ ସାଧୁବାଦ ଦେଲେ ଦେବଗଣ

କୁମ୍ଭକର୍ଣ୍ଣ ଦଶଗ୍ରୀବ ଭାଇ ଦୁଇଜଣ

ବିଶ୍ରବା ଆଶ୍ରମେ ବଢ଼ୁ ଥାନ୍ତି ଦିନଦିନ

ଦୁଇଜଣ ଭୟଙ୍କର ସ୍ୱଭାବ ଦୋଷରେ

ଅତ୍ୟାଚାର କଲେ ମୁନିମାନଙ୍କ ଉପରେ

କୁମ୍ଭକର୍ଣ୍ଣ ଆଶ୍ରମରେ କରି ବିଚରଣ

ସର୍ବଦା କରଇ ଋଷିମାନଙ୍କୁ ଭକ୍ଷଣ

ଧର୍ମ ପରାୟଣ ବିଭୀଷଣ ଆଶ୍ରମରେ

ବେଦ ପାଠ କରି ଦିନ କାଟନ୍ତି ସୁଖରେ

ଏକଦା କୁବେର ପିତୃ ଦର୍ଶନ ନିମନ୍ତ

ବିଶ୍ରବା ଆଶ୍ରମେ ଆସି ହେଲେ ଉପସ୍ଥିତ

ରାକ୍ଷସୀ କୈକେସୀ ପାଶେ ଦେଖି କୁବେରକୁ

ଦଶଗ୍ରୀବେ ପାଶେ ରାଇ ବୋଇଲା ତାହାକୁ

ଦେଖ ବାବୁ ତୁମ୍ଭ ଜ୍ୟେଷ୍ଠ ଭାଇ ଏ କୁବେର

କେମନ୍ତ ଏହାର ତେଜ ପୁଞ୍ଜ କଳେବର

ଭ୍ରାତୃତ୍ୱ ସମ୍ବନ୍ଧେ ତୁଲ୍ୟ ତୁମ୍ଭେ ଦୁଇ ଜଣ

ମାନ୍ତ୍ରକ କେମନ୍ତ ତୁମ୍ଭେ କୁବେର କେସନ

ଅତଏବ ବୋଲୁଅଛି ଶୁଣ ମୋର ବାପ

ଯତ୍ନକର ହେବାପାଇଁ କୁବେର ସ୍ୱରୂପ

ଦଶଗ୍ରୀବ ବୋଲେ ଚାହିଁ ଜନନୀ ବଦନ

ଶୁଣ ମାତ ଏ ମୋହର ପ୍ରତିଜ୍ଞା ବଚନ

ହେବି ଧନପତି ତୁଲ୍ୟ ଅଥବା ଅଧିକ

ମନ ମଧ୍ୟୁ ତ୍ୟାଗ କର ତୁମ୍ଭେ ସର୍ବ ଦୁଃଖ

ଅନନ୍ତର ଦଶଗ୍ରୀବ ବିଚାରି ମନରେ

ଗୋକର୍ଣ୍ଣ ଆଶ୍ରମେ ଗଲା ତପସ୍ୟା ଇଜ୍ଜାରେ

କୁମ୍ଭକର୍ଣ୍ଣ ସଙ୍ଗେ କଲା ତପୋ ଅନୁଷ୍ଠାନ

ତପେ ତୁଷ୍ଟ ହୋଇ ବ୍ରହ୍ମା କଲେ ବରଦାନ

 

ଦଶମ ସର୍ଗ

ଅଗସ୍ତ୍ୟଙ୍କୁ ପୁଛା କଲେ କୌଶଲ୍ୟା କୁମର

ଅନୁଗ୍ରହ କରି ମୋତେ ବୋଲ ମୁନିବର

ରାବଣ ପ୍ରଭୃତି ତିନି ଭାଇ ଆଶ୍ରମରେ

କେମନ୍ତେ ତପସ୍ୟା କଲେ ବୋଲ ବିଶେଷରେ

ବୋଇଲେ ଅଗସ୍ତ୍ୟ ଆହେ ଶୁଣ ରଘୁରାଣ

ତିନି ଭାଇ କଲେ ନାନା ଧର୍ମ ଅନୁଷ୍ଠାନ

କୁମ୍ଭକର୍ଣ୍ଣ ଧର୍ମମାର୍ଗେ ଥାଏ ନିୟମରେ

ଗ୍ରୀଷ୍ମକାଳେ ତପୋ କରେ ପଞ୍ଚାଗ୍ନି ମଧ୍ୟରେ

ମୂଷଳ ଧାରରେ ବୃଷ୍ଟି ହୁଏ ଯେତେବେଳେ

ବୀରାସନେ ବସି ତପୋ କରେ ତେତେବେଳେ

ହିମନ୍ତ କାଳରେ ଜଳ ମଧ୍ୟେ ବାସ କରି

ତପୋ ଅନୁଷ୍ଠାନ କରେ ଦିବସ ସର୍ବରୀ

ଏହିରୂପେ ଗଲା ଦଶସହସ୍ର ବରଷ

ଧର୍ମ୍ମଶୀଳ ବିଭୀଷଣ ରଜନୀ ଦିବସ

କରଇ ତପସ୍ୟା ଏକପଦେ ଉଭା ହୋଇ

ପାଞ୍ଚ ସହସ୍ର ବରଷ ଗତ ହେଲା ତହିଁ

 

 

ତାହାଙ୍କ କଠୋର ବ୍ରତ ହେଲେ ସମାପତ

କଲେ ସ୍ତୁତି ଦେବତାଏ ଅପ୍‌ସରାଏ ନୃତ୍ୟ

ପାଞ୍ଚସହସ୍ର ବରଷ ସୂର୍ଯ୍ୟକୁ ଅନାଇ

କଲେକ କଠୋର ତପୋ ଉର୍ଦ୍ଧବାହୁ ହୋଇ

ସୁରଲୋକବାସୀ ଯେହ୍ନେ କାନନ ବନରେ

କରନ୍ତି ଏକତ୍ର ନ୍ତ୍ରୀଡ଼ା ମନ ଆନନ୍ଦରେ

ତେହ୍ନେ ବିଭୀଷଣ ଦଶ ସହସ୍ର ବରଷ

କାଟିଲେ ଆନନ୍ଦ ମନେ ରଜନୀ ଦିବସ

ଦଶାନନ ମଧ୍ୟ ଦଶ ସହସ୍ର ବରଷ

କଲାକ କଠୋର ତପ କରି ଉପବାସ

ପ୍ରଥମ ସହସ୍ର ବର୍ଷ ସମ୍ପୂର୍ଣ୍ଣ କାଳରେ

ନିଜ ଶିର କାଟି ଦେଲା ଆହୁତି ଅଗ୍ନିରେ

ଏହିରୂପେ ଆନ ନଅ ସହସ୍ର ବରଷେ

ଆନ ନଅ ମୁଣ୍ଡ ଦେଲେ ଆହୂତି ହରଷେ

ଦଶ ସହସ୍ର ବରଷ ହୁଅନ୍ତେ ସମାପ୍ତ

ଶେଷ ମୁଣ୍ଡ କାଟିବାକୁ ହେଲାକ ଉଦ୍ୟତ

ଲୋକ ପିତାମହ ବ୍ରହ୍ମା ଏମନ୍ତ କାଳରେ

ଆସି ଉପସ୍ଥିତ ହେଲେ ରାବଣ ପାଶରେ

ବୋଇଲେ ତାହାକୁ ବ୍ରହ୍ମା ଆହେ ଦଶଶିର

ଇଚ୍ଛା ଅନୁସାରେ ତୁମ୍ଭେ ମାଗିନିଅ ବର

ସନ୍ତୁଷ୍ଟ ହୋଇଛୁଁ ତୁମ୍ଭ ତପୋ ଅନୁଷ୍ଠାନେ

ଯେ ବର ମାଗିବ ତାହା ଦେବୁଁ ଏହିକ୍ଷଣେ

ପିତାମହ ପାଦ ପଦ୍ମେ କରି ପ୍ରଣିପାତ

ଭକ୍ତିରେ ରାବଣ ବୋଲେ ଯୋଡ଼ି ବେନିହାତ

ଆମ୍ଭେ ପ୍ରଭୋ ମୃତ୍ୟୁ ଜୀବମାନଙ୍କର ବୈରୀ

ସର୍ବଦା ଥାଆନ୍ତି ଲୋକେ ମରଣକୁ ଡ଼ରି

ଅତଏବ ପ୍ରଭୋ ମୋତେ ଏତେ କୃପା କର

ଆଜ୍ଞାକର ହେବି ମୁହିଁ ଯେସନେ ଅମର

ଏହା ଶୁଣି ପିତାମହ ବୋଇଲେ ତାହାକୁ

ପାରିବି ଅମର ବର ନ ଦେଇ ତୁମ୍ଭକୁ

ଏହା ଶୁଣି ହାତଯୋଡ଼ି ବୋଲେ ଦଶଗ୍ରୀବ

ପକ୍ଷୀ ସର୍ପ ଯକ୍ଷ ଦୈତ୍ୟ ରାକ୍ଷସ ଦାନବ

ଅବାଧ୍ୟ ହୋଇବି ଯେହ୍ନେ ଏମାନଙ୍କ ଠାରେ

ଆନ ପ୍ରାଣୀଗଣେ ନ ଗଣଇଁ କିଞ୍ଚିତରେ

ଅରଣ୍ୟ ଜନ୍ତୁଙ୍କୁ ସଦା କରଇ ଭକ୍ଷଣ

ମନୁଷ୍ୟ ପ୍ରାଣୀକୁ ତୃଣ ପାତି କରେ ଜ୍ଞାନ

ବୋଇଲେ କମଳାସନ ଆହେ ଦଶଗ୍ରୀବ

ତୁମ୍ଭର ପ୍ରାର୍ଥନା ନିଶ୍ଚେ ସଫଳ ହୋଇବ

ପୁନର୍ବାର ପ୍ରଜାପତି ବୋଇଲେ ବଚନ

ଆନ ଦୁଇବର ମଧ୍ୟ କରୁଛୁଁ ପ୍ରଦାନ

ଆହୂତି ଦେଇଛ ଯଜ୍ଞେ ଯେ ସମସ୍ତ ଶିର

ସେ ସକଳ ପୂର୍ବପରି ହେବ ପୁନର୍ବାର

ଇଛା ଅନୁସାରେ ରୂପ କରିବ ଧାରଣ

ମସ୍ତକ ସକଳ ପ୍ରାପ୍ତ ହେଲା ଦଶାନନ

ବିଭୀଷଣ ପାଶେ ଯାଇ ତହୁଁ ପ୍ରଜାପତି

ବୋଇଲେ ହେ ବତ୍ସ ତୁମ୍ଭ ଅଛି ଧର୍ମେ ମତି

ସନ୍ତୁଷ୍ଟ ହୋଇଛୁଁ ତୁମ୍ଭ ତପୋ ଅନୁଷ୍ଠାନେ

ଯେ ବର ମାଗିବ ତାହା ଦେବୁଁ ଏହିକ୍ଷଣେ

ହାତ ଯୋଡ଼ି ବୋଲେ ଧର୍ମଶୀଳ ବିଭୀଷଣ

ଆପଣ ହୋଇଛ ଯେଣୁ ମୋ ପ୍ରତି ପ୍ରସନ୍ନ

କୃତାର୍ଥ ହୋଇଛି ପ୍ରଭୋ ମୁହିଁ ଏତିକିରେ

ପ୍ରୟୋଜନ କିବା ଅଛି ଅଧିକ ବା ବରେ

ତେବେ ଯଦି ଦୟାକରି ଅଛି ପ୍ରଜାପତି

ଦିଅ ବର ମୋର ଯେହ୍ନେ ଧର୍ମେ ଥାଏ ମତି

ବିପଦ ସମୟ ଯେବେ ହେବ ଉପସ୍ଥିତ

ହେବି ନାହିଁ ଯେହ୍ନେ ଧର୍ମ ମାର୍ଗୁ ବିଚଳିତ

ଉପଦେଶ ବିନା ଜନମିବ ବ୍ରହ୍ମଜ୍ଞାନ

ନିୟତି କରିବି ଧର୍ମ ନିୟମ ପାଳନ

ଆହେ ପ୍ରଭୋ ଏହି ବର ମୋହର ଅଭିଷ୍ଟ

ଧର୍ମଶୀଳ ଲୋକମାନେ ତ୍ରିଭୁବନେ ଶ୍ରେଷ୍ଠ

ବୋଇଲେ କମଳାସନ ଆହେ ବିଭୀଷଣ

ରାକ୍ଷସ କୁଳରେ କରି ଜନମ ଗ୍ରହଣ

ପାପବୁଦ୍ଧି ହୋଇ ନାହିଁ ଯେଣୁ ଉପସ୍ଥିତ

ତୁମ୍ଭର ସୁଖ୍ୟାତି ହେବ ଜଗତେ ବିଦିତ

ଇଚ୍ଛା ଅନୁସାରେ ଆମ୍ଭେ ଦେଉ ଅଛୁଁ ବର

ହୋଇ ରହି ଥିବ ତୁମ୍ଭେ ଜଗତେ ଅମର

ଅନନ୍ତର ପ୍ରଜାପତି ବର ଦେବା ପାଇଁ

କୁମ୍ଭକର୍ଣ୍ଣ ପାଶେ ଯାନ୍ତେ ଦେବତାଏ ତହିଁ

ଜଣାଇଲେ ବ୍ରହ୍ମାଠାରେ ଯୋଡ଼ି ଗର୍ବେ କର

ଆହେ ପ୍ରଭୋ ଏ ପାପିଷ୍ଠେ ଦିଅ ନାହିଁ ବର

ନନ୍ଦନ କାନନେ ଯାଇ ଥିଲା ଏକ ଦିନ

ସାତୋଟୀ ଅପସରା କଲା ସେଠାରେ ଭକ୍ଷଣ

ବାସବଙ୍କ ଦଶଗୋଟି ଧରି ଅନୁଚର

ଏ ପାପିଷ୍ଠ କୁମ୍ଭକର୍ଣ୍ଣ କଲାକ ଆହାର

ଦିବାରାତି ପୃଥିବୀରେ କରି ପର୍ଯ୍ୟଟନ

ବିସ୍ତ ମନୁଷ୍ୟ ଋଷି କଲାଣି ଭକ୍ଷଣ

ବର ବିନା କରୁଅଛି ଏତେ ଉପଦ୍ରବ

ନଜାଣୁ ପାଇଲେ ବର ଅବା କି କରିବ

ନ ଦେଇ ଏହାକୁ ବର କର ପ୍ରତାରଣା

ଏହାର ସକଳ ତପ ହେଉ ବିଡ଼ମ୍ବନା

ବରଛଳେ ତାକୁ ମୋହ କରୁନ୍ତୁ ପ୍ରଦାନ

ତାହେଲେ ରହିବ ମଧ୍ୟ ଏହାର ସମ୍ମାନ

ତହୁଁ କଲେ ବ୍ରହ୍ମା ସରସ୍ୱତୀଙ୍କୁ ସ୍ମରଣ

ସ୍ମରଣ କରନ୍ତେ ଦେବୀ କଲେ ଆଗମନ

ବିନୟେ ପୁଛିଲେ ତହୁଁ ଦେବୀ ସରସ୍ୱତୀ

କି କାର୍ଯ୍ୟ କରିବୁଁ ଆଜ୍ଞା କର ପ୍ରଜାପତି

ବୋଇଲେ ଯେ ବ୍ରହ୍ମା ଦେବୀ ଯାଅ ଧାତିକାରେ

ମୋହ ଜନ୍ମାଇବ କୁମ୍ଭକର୍ଣ୍ଣର ମନରେ

ବସନ୍ତେ ରାକ୍ଷସ କର୍ଣ୍ଣେ ଦେବୀ ସରସ୍ୱତୀ

କୁମ୍ଭକର୍ଣ୍ଣ ସ୍ମରେ ତହୁଁ ପାଇ ପ୍ରଜାପତି

ବୋଇଲେ ତାହାକୁ ଆହେ ବୀର କୁମ୍ଭକର୍ଣ୍ଣ

ମାଗିନିଅ ବର ଆମ୍ଭେ ହୋଇଛୁଁ ପ୍ରସନ୍ନ

ବୋଇଲା ଯେ ଏହି ବର କରନ୍ତୁ ପ୍ରଦାନ

ବହୁକାଳ ଥିବି ଘୋର ନିଦ୍ରାରେ ଆଛନ୍ନ

ତଥାସ୍ତୁ ବୋଲିଣ ବ୍ରହ୍ମା ଗଲେ ନିଜସ୍ଥାନେ

ସ୍ୱରସ୍ୱତୀ ମଧ୍ୟ ଛାଡ଼ିଗଲେ କୁମ୍ଭକର୍ଣ୍ଣେ

ବିଚାରିଲା ମନେ କୁମ୍ଭକର୍ଣ୍ଣ ଅନନ୍ତର

କିପାଇଁ ଘଟିଲା ମୋର ବୁଦ୍ଧି ଏପ୍ରକାର

ଜଣାଯାଏ ଦେବତାଏ କଲେ କିଛି କୂଟ

ଏଥକୁ ଘଟିଛି ମୋର ବୁଦ୍ଧିର ବିଭ୍ରାଟ

ବରପାଇ ରାବଣ ପ୍ରଭୃତି ତିନି ଭାଇ

ପିତା ଆଶ୍ରମରେ ସୁଖେ ବାସ କଲେ ଯାଇ

 

ଏକାଦଶ ସର୍ଗ

ସୁମାଳୀ ପାଇଲା ପରମ୍ପରା ସମାଚାର

ରାବଣାଦି ତିନି ଭାଇ ପାଇଛନ୍ତି ବର

ବାହାରିଲା ପାତାଳରୁ ହୋଇ ଆନନ୍ଦିତ

ସାହସରେ ଅନୁଚରମାନଙ୍କ ସହିତ

ମାରୀଚ ପ୍ରହସ୍ତ ବିରୂପାକ୍ଷ ସହୋଦର

ଏମାନେ ସୁମାଳୀ ସଙ୍ଗେ ହେଲେକ ବାହାର

ସୁମାଳୀ ରାବଣ ପାଶେ ହୋଇ ଉପସ୍ଥିତ

ବୋଇଲା ହେ ବତ୍ସ ଶୁଣି ହେଲି ଆନନ୍ଦିତ

ବ୍ରହ୍ମାଠାରୁ ତୁମ୍ଭେମାନେ ପାଇଅଛ ବର

ଆମ୍ଭମାନଙ୍କର ଭୟ ହେଲା ଏବେ ଦୂର

ଲଙ୍କାପୁରୀ ତ୍ୟାଗ କରି ଯାଇ ଥିଲୁଁ ଭୟେ

ନିର୍ଭୟେ ରହିବୁଁ ଏବେ ତୁମ୍ଭର ଆଶ୍ରୟେ

ଆମ୍ଭମାନଙ୍କର ବାସ ଗୃହ ଲଙ୍କାପୁରୀ

ବିଷ୍ଣୁଭୟେ ତାହା ଯାଇ ଥିଲୁଁ ତ୍ୟାଗ କରି

ବର୍ତ୍ତମାନ ତୁମ୍ଭ ଭାଇ ମହାତ୍ମା କୁବେର

ସେହି ଲଙ୍କାପୁରୀ କରିଛନ୍ତି ଅଧିକାର

 

 

ସାମଦାନ ଦଣ୍ଡ ଭେଦ ଅବା କରି ରଣ

ଯଦି କରି ପାର ଲଙ୍କା ପୁନଶ୍ଚ ଗ୍ରହଣ

ନିଶ୍ଚେ ଅଧିପତି ତୁମ୍ଭେ ହେବ ସେହି ପୁରେ

ରହିବେ ସକଳ ଦୈତ୍ୟ ତୁମ୍ଭ ଅଧିକାରେ

ବୋଇଲା ରାବଣ ଆହେ ଶୁଣନ୍ତୁ ଗୋସାଇଁ

କୁବେର ଅଟନ୍ତି ସହଜରେ ଆମ୍ଭ ଭାଇ

ତାଙ୍କ ବିପକ୍ଷରେ ନ କହିବେ କିଛି ପୁଣି

ସୁମାଳୀ ରହିଲା ତୁନି ହୋଇ ଏହା ଶୁଣି

ଅନନ୍ତର ଏକଦିନ ମିଶି ଅବସରେ

ପ୍ରହସ୍ତ ବୋଇଲା ରାବଣକୁ ବିନୟରେ

ସେଦିନ ବୋଇଲ ତୁମ୍ଭେ ଯାହା ସୁମାଳୀକୁ

ନ ଆସିଲା ସେ କଥାଟା ମାତ୍ର ମୋ ମନକୁ

ବୀରମାନଙ୍କର ପୁଣି ଅଛି କି ସୌଭ୍ରାତ୍ର

ଶୁଣନ୍ତୁ ବୋଲିକି କିଛି ପୂର୍ବର ବରିତ୍ର

ପୂର୍ବରେ ଅଦିତି ଦିତି ଥିଲେ ଭୂଇ ବାରୀ

ଦୁଇଜଣ ସହୋଦରା ପରମା ସୁନ୍ଦରୀ

କଶ୍ୟପ ବିବାହ କଲେ ସେ ଦୁଇ ରମଣୀ

ଅଦିତି ଅଟନ୍ତି ଦେବମାନଙ୍କ ଜନନୀ

ଦିତି ଗର୍ଭୁ ଜାତ ହେଲେ ସମସ୍ତ ଅସୁର

ଭୁଜବଳେ ହେଲେ ପୃଥିବୀରେ ଅଧିଶ୍ୱର

ଅନନ୍ତର ବିଷ୍ଣୁ ବଧ କରି ଅସୁରଙ୍କୁ

ପୃଥିବୀରେ ଆଧିପତ୍ୟ ଦେଲେ ଦେବତାଙ୍କୁ

ତୁମ୍ଭେ ଯେ କରିବ ଭ୍ରାତୃ ଦ୍ରୋହ ତାହା ନୁହେ

ପୂର୍ବୁ ଚଳି ଆସୁ ଅଛି ପ୍ରଥା ଏ ବିଷୟ

ରାବଣ ବିଚାର କରି ମୂହୂର୍ତ୍ତ ମନରେ

ଆନନ୍ଦେ ସମ୍ମତ ହେଲା ପ୍ରହସ୍ତ କଥାରେ

ବିଳମ୍ବ ନ କରି ବାହାରିଲା ସେହି ଦିନେ

ସୁମାଳୀ ପ୍ରଭୃତି ସଙ୍ଗେ ଛନ୍ତି ଦୈତ୍ୟଗଣେ

ଲଙ୍କାପୁରୀ ନିକଟରେ ତ୍ରିକୂଟ ପର୍ବତ

ରାବଣ ସେଠାରେ ଯାଇ ହେଲା ଉପସ୍ଥିତ

ସେଠାରେ ବୋଇଲା ରାଇ ପାଶେ ପ୍ରହସ୍ତଙ୍କୁ

ଯାଅ ତୁମ୍ଭେ ଦୂତ ହୋଇ କୁବେର ପାଶକୁ

ବୋଲିବ ତାହାଙ୍କୁ ଆମ୍ଭ କଥା ବିନୟରେ

ମହାତ୍ମା ରାକ୍ଷସମାନେ ଥିଲେ ଲଙ୍କାପୁରେ

ତେଣୁ ସେମାନଙ୍କ ଅଛି ଏଥି ଅଧିକାର

ଅତଏବ ସେମାନଙ୍କୁ ଛାଡ଼ି ଦିଅ ପୁର

ଆମ୍ଭେମାନେ ସୁଖି ହେବୁଁ ତୁମ୍ଭ ବେବହାରେ

ରହିବ ତୁମ୍ଭର ଖ୍ୟାତି ମଧ୍ୟ ଜଗତରେ

ପ୍ରହସ୍ତ ଲଙ୍କାକୁ ଚାଲି ଗଲା ତତ୍‌କ୍ଷଣେ

କୁବେରଙ୍କୁ ଜଣାଇଲା ରାବଣ ବଚନେ

ହେ କୁବେର ଦଶଗ୍ରୀବ ମୋତେ ତୁମ୍ଭ ଠାକୁ

ପଠାଇ ଅଛନ୍ତି କିଛି କଥା ବୋଲିବାକୁ

ସୁମାଳୀ ପ୍ରଭୃତି ପୂର୍ବେ ଭୀଷଣ ଅସୁରେ

ଅଧିକାର କରୁଥିଲେ ଏହି ଲଙ୍କାପୁରେ

ତେଣୁ ଦଶଗ୍ରୀବ ବୋଲିଛନ୍ତି ଆପଣାଙ୍କୁ

ଏହି ଲଙ୍କାପୁରୀ ଛାଡ଼ିଦିଅ ସେମାନଙ୍କୁ

କୁବେର ବୋଇଲେ ପିତା ଆଜ୍ଞା ଥିଲା ମୋତେ

ଏହି ଲଙ୍କାପୁରେ ବାସ କରିବା ନିମନ୍ତେ

ବହୁକାଳୁ ତେଣୁ ଏଥି କରୁଅଛୁଁ ବାସ

ତେବେ ତୁମ୍ଭେମାନେ ଯଦି କର ଅଭିଳାଷ

ସ୍ଵଚ୍ଛନ୍ଦରେ ଅଧିକାର କର ଲଙ୍କାପୁରେ

ଏହା ମଧ୍ୟ ବୋଲ ଯାଇ ଦଶଗ୍ରୀବ ଠାରେ

ଆମ୍ଭର ଏ ଲଙ୍କାପୁରୀ ଅଟଇ ତାଙ୍କର

କରୁନ୍ତୁ ସମ୍ପ୍ରତି ଆସି ଏହା ଅଧିକାର

ଏତେବୋଲି ଧନପତି ଗଲେ ତତକ୍ଷଣେ

ଜଣାଇଲେ ହାତଯୋଡ଼ି ପିତୃ ସନ୍ନିଧାନେ

ହେ ପିତଃ ପଠାଇଥିଲେ ଦଶଗ୍ରୀବ ଚାର

କରିବା ନିମନ୍ତେ ଲଙ୍କାପୁରୀ ଅଧିକାର

ପୂର୍ବକାଳେ ଥିଲା ଏହା ଦୈତ୍ୟମାନଙ୍କର

ଦେଉନ୍ତୁ ରାବଣେ ଏହା କରୁ ଅଧିକାର

ଅନୁଗ୍ରହ କରି ମୋତେ କରୁନ୍ତୁ ଆଦେଶ

କେଉଁଠାରେ ଏବେ ଯାଇ କରିବି ନିବାସ

ମହର୍ଷି ବିଶ୍ରବା ଶୁଣି କୁବେର ବଚନ

ବୋଇଲେ ହେ ବତ୍ସ ଦଶଗ୍ରୀବ ଏକଦିନ

ଏହିକଥା ବୋଲୁଥିଲା ଆସି ଆମ୍ଭଠାକୁ

ମାତ୍ର ଆମ୍ଭେ କ୍ରୋଧ କରି ବୋଇଲୁଁ ତାହାକୁ

ରେ ଦୁର୍ମତି କିପାଁକରୁ ଧର୍ମ୍ମ ବ୍ୟଭିଚାର

ଲଙ୍କାପୁରେ ଅଛି ତୋର କିବା ଅଧିକାର

ବରପାଇ ହରାଇଛୁଁ ଧର୍ମ୍ମ ଜ୍ଞାନ ଶୂନ୍ୟ

ସହଜେ ତୋହର ଅଟେ ପ୍ରକୃତି ଦାରୁଣ

ଅତଏବ ବୋଲୁ ଅଛୁଁ ଶୁଣ ମୋର କଥା

କଦାଚିତ କର ନାହିଁ ଧର୍ମ୍ମର ଅନ୍ୟଥା

ମାତ୍ରକ ନକରୁ ମୋ କଥାରେ କର୍ଣ୍ଣପାତ

ବ୍ରହ୍ମାବରେ ହୋଇ ଅଛି ଅତ୍ୟନ୍ତ ଦୁରନ୍ତ

ଭଲରୂପେ ଜାଣ ବାବୁ ତାର ଆଚରଣ

ଅତଏବ ବୋଲୁଅଛୁଁ ଆମ୍ଭ କଥା ଘେନ

ଛାଡ଼ିଦିଅ ସେ ପାପିଷ୍ଠ ରହୁ ଲଙ୍କାପୁରେ

କୈଳାଶ ପର୍ବତେ ତୁମ୍ଭେ ରୁହ ଆନନ୍ଦରେ

ଜାତି ବନ୍ଧୁ ଗଣ ଘେନି ଯାଅ ସେ ପର୍ବତେ

ନିର୍ମାଅ ସେଠାରେ ପୁର ରହିବା ନିମନ୍ତେ

ସ୍ୱର୍ଗରୁ ଅଧିକ ଅଟେ କୈଳାସ ପର୍ବତ

ସଦା ମନ୍ଦାକିନୀ ହେଉଅଛି ପ୍ରବାହିତ

ଏହି ଜଳ ସ୍ୱର୍ଣ୍ଣ ପଦ୍ମପତ୍ରରେ ଆଚ୍ଛନ୍ନ

କୁମୁଦ କହ୍ଲାଉ ଫୁଟିଥାଏ ଅନୁକ୍ଷଣ

ମନ୍ଦାକିନୀ ତୀର ଭୂମି ଅତି ମନୋହର

ଦେବତା ଗନ୍ଧର୍ବେ ତହିଁ କରନ୍ତି ବିହାର

ପିତା ଆଜ୍ଞା ପାଇ ଧନପତି ଆନନ୍ଦରେ

ଲଙ୍କା ଛାଡ଼ି ବାସ କଲେ କୈଳାସ ଶିଖରେ

ପ୍ରହସ୍ତ ବୋଇଲା ଦଶଗ୍ରୀବ ପାଶେ ଯାଇ

ଲଙ୍କାପୁରୀ ତ୍ୟାଗ କରି ଗଲେ ଧନସାଇଁ

ଏତେବେଳେ ପୁରୀ ହୋଇ ପଡ଼ିଅଛି ଶୂନ୍ୟ

ସେସ୍ଥାନେ କରିବୁଁ ବାସ ଚାଲୁନ୍ତୁ ଆପଣ

ଅନନ୍ତର ଦଶଗ୍ରୀବ ଘେନି ଜ୍ଞାତିଗଣେ

ଲଙ୍କାପୁରେ କଲା ବାସ ଆନନ୍ଦିତ ମନେ

କ୍ରମେ କ୍ରମେ ହେଲା ଲଙ୍କା ଦୈତ୍ୟେ ପରିପୂର୍ଣ୍ଣ

ସେମାନଙ୍କ ଅଧିପତି ହେଲା ଯେ ରାବଣ

 

ଦ୍ୱାଦଶ ସର୍ଗ

ଦଶଗ୍ରୀବ ଲଙ୍କାପୁରେ କରି ଆଧିପତ୍ୟ

ପରାମର୍ଶ କରି ଭ୍ରାତାମାନଙ୍କ ସହିତ

ଦାନବ ରାଜନ ବିଦ୍ୟୁଜିଭ ସହିତରେ

ବିଭା କରାଇଲା ଶୂର୍ପନଖାକୁ ବେଭାରେ

ଅନନ୍ତର ସୁଖେ ବାସ କରଇ ରାବଣ

ଏକାକୀ ସେ ମୃଗୟାକୁ ଯାଏ ପ୍ରତିଦିନ

ଦିନେ ଦିତି ପୁତ୍ର ମୟ ଦାନବ ସହିତ

ମୃଗୟା ପ୍ରସଙ୍ଗେ ହେଲା ବନରେ ସାକ୍ଷାତ

କନ୍ୟା ସଙ୍ଗେ କରେ ମୟ ଦାନବ ଭ୍ରମଣ

ତାକୁ ଦେଖି ପଚାରିଲା ରାକ୍ଷସ ରାଜନ

କେ ତୁମ୍ଭେ କିପାଇଁ କର ବନରେ ବିହାର

ଏହି ସୁଲୋଚନା ନାରୀ କେ ଅଟେ ତୁମ୍ଭର

ରାବଣ ବଚନେ ମୟଦାନବ ବୋଲଇ

ବୋଲୁଛି ସକଳ କଥା ଶୁଣ ମନ ଦେଇ

ହେମା ଅପସରା ନାମ ଥିବ ତୁମ୍ଭେ ଶୁଣି

ପରମା ସୁନ୍ଦରୀ ସେହି ଯେସନେ ଇନ୍ଦ୍ରାଣୀ

 

 

ଦୈବ ବଳେ ହୋଇଥିଲି ସେ କନ୍ୟା ପ୍ରାପତ

ହଜାରେ ବରଷ ଥିଲି ତାହାର ସହିତ

ଅନନ୍ତର ସେହି ଦୈବ କାର୍ଯ୍ୟ ଉଦ୍ଦେଶ୍ୟରେ

ତ୍ରୟୋଦଶ ବର୍ଷ ଥିଲେ ଯାଇ ସ୍ୱର୍ଗପୁରେ

ଏ ବିରହ କାଳ କଲି କଷ୍ଟରେ ଯାପନ

ବାସ କଲି ପୁରୀ ଏକ କରି ନିରିମାଣ

ବିଚିତ୍ର ନିର୍ମାଣ ଶକ୍ତି ଅଛି ମୋହଠାରେ

ନିର୍ମାଇ ମୁଁ ପାରେ ଗୃହ ବିବିଧପ୍ରକାରେ

ସମ୍ପ୍ରତି ଆସୁଛି ତହୁଁ ସଙ୍ଗେ କନ୍ୟା ଘେନି

ହେମା ଅପସରା ଅଟେ ଏହାର ଜନନୀ

ଏ ଯୁବତୀ ମୋର କନ୍ୟା ଅଟେ ହେ ରାଜନ

ଏହାପାଇଁ କରୁଅଛି ପାତ୍ର ଅନ୍ୱେଷଣ

ଏହିକଥା ଛାଡ଼ି ହେମା ଗର୍ଭୁ ଦୁଇ ସୁତ

ମାୟାବୀ ଦୁନ୍ଦୁଭି ନାମେ ହୋଇ ଥିଲେ ଜାତ

ହେ ରାଜନ ବୋଇଲି ଯେ ମୋର ବିବରଣ

ଅନୁଗ୍ରହ କରି ବୋଲ ତୁମ୍ଭେ କେଉଁ ଜଣ

ବିନୟ ବୋଇଲା ଏହା ଶୁଣ ଦଶଗ୍ରୀବ

ମହର୍ଷି ପୁଲସ୍ତ୍ୟ ବଂଶେ ମୋହର ଉଦ୍ଭବ

ମହାଋଷି ବିଶ୍ରବା ଯେ ବ୍ରହ୍ମାଙ୍କର ନାତି

ତାହାଙ୍କ ଔରସୁ ହୋଇ ଅଛି ମୋ ଉତ୍‌ପତ୍ତ

ନାମ ମୋର ଦଶଗ୍ରୀବ ଜାଣନ୍ତି ସକଳେ

ଲଙ୍କାପୁରେ ବାସକରେ ନିଜ ବାହୁବଳେ

ଦାନବ ରାଜନ ମୟ ଏହି ସର୍ବ ଶୁଣି

ଦଶଗ୍ରୀବ ଋଷି କୁଳୁ ଉଦଭବ ଜାଣି

ସଂକଳ୍ପ କଲାକ ମନ ମଧ୍ୟେ ତତକ୍ଷଣେ

ନିଜକନ୍ୟା ସମ୍ପ୍ରଦାନ କରିବି ରାବଣେ

ଅନନ୍ତର ହସି ହସି ବୋଲେ ଆହେ ତାତ

ଏ ସୁନ୍ଦରୀ କନ୍ୟା ମୋର ହେମା ଗର୍ଭୁ ଜାତ

ସହଜେ ସୁନ୍ଦରୀ କନ୍ୟା ନାମ ମନ୍ଦୋଦରୀ

ଆଜିଦିନ ଠାରୁ ହେଉ ଏହି ତୁମ୍ଭ ନାରୀ

ଦଶଗ୍ରୀବ ମନ ଦେଇ ମୟ ପ୍ରସ୍ତାବରେ

ସେ କନ୍ୟାକୁ ବିଭା ହେଲା ଅଗ୍ନି ସାକ୍ଷାତରେ

ହେ ଶ୍ରୀରାମ ମୟ ଜାଣିଥିଲେ ଭଲରୂପେ

ଦଶଗ୍ରୀବ ଦୈତ୍ୟ ହୋଇ ଅଛି ପିତୃଶାପେ

କେବଳ ମହତ ବଂଶୁ ହେବାରୁ ଉତ୍ପନ୍ନ

ଆନନ୍ଦ ମନରେ କଲେ ନିଜ କନ୍ୟାଦାନ

ଯୌତୁକ ରୂପରେ ଦେଇଥିଲେ ଏକ ଶକ୍ତି

ଯାହା ଯୋଗେ ଘଟିଥିଲା ଲକ୍ଷ୍ମଣେ ବିପତ୍ତି

ଅନନ୍ତର ଦଶଗ୍ରୀବ ଆସି ଲଙ୍କା ବାସେ

ବିଭୀଷିଣ କୁମ୍ଭକର୍ଣ୍ଣ ବିବାହ ସକାଶେ

ଦୂତ ଦ୍ୱାରା କରି ନାନା ସ୍ଥାନ ଅନ୍ୱେଷଣ

ଦୁଇଟି ସୁନ୍ଦରୀ କନ୍ୟା କଲା ଆହରଣ

ବୈରୋଚନା କନ୍ୟା ପୁତ୍ରି ନାମ ବଜ୍ରଜ୍ୱାଳା

କୁମ୍ଭକର୍ଣ୍ଣ ପତ୍ନୀ ହେଲା ସେ ସୁନ୍ଦରୀ ବାଳା

ଗନ୍ଧର୍ବ ଶୈକୁଷ କନ୍ୟା ତାନାମ ସରମା

ବିଭୀଷଣ ଧର୍ମ ପତ୍ନୀ ହେଲା ସେହି ବାମା

ଶୁଣ ରାମଚନ୍ଦ୍ର ପୂର୍ବ ସରମା ବୃତାନ୍ତ

ମାନ ସରୋବର ତୀରେ ହୋଇ ଥିଲେ ଜାତ

ତେତେବେଳେ ହୋଇ ଥିଲା ଘୋର ବୃଷ୍ଟି କାଳ

ସରୋ ବଢ଼ୂ ଥିଲା ହୋଇ ଅତ୍ୟନ୍ତ ପ୍ରବଳ

ନଦୀ ବୃଦ୍ଧି ଦେଖି ହେଲେ ସରମା ଯେ ଭୀତ

ବୋଇଲେ ସରମା ମାତା ‘ସରୋମା ବର୍ଦ୍ଧିତ

ବୋଲନ୍ତେ ସରୋମା ମାତା ସରୋମା ବର୍ଦ୍ଧିତ

ତେଣୁ କନ୍ୟା ନାମ ହେଲା ସରୋମା ବିଖ୍ୟାତ

ରାବଣ ପ୍ରଭୃତି ଭାର୍ଯ୍ୟା ସଙ୍ଗେ ତନି ଭାଇ

ବିହାର କରନ୍ତି ସୁଖେ ଲଙ୍କାପୁରେ ଥାଇ

ଗନ୍ଧର୍ବେ ଭ୍ରମନ୍ତି ଯେହ୍ନେ ନନ୍ଦନ କାନନେ

ଭ୍ରମନ୍ତି ସୁଖରେ ଯେହ୍ନେ ଭାଇ ତିନି ଜଣେ

ମନ୍ଦୋଦରୀ ଗର୍ଭୁ ମେଘନାଦ ହେଲା ଜାତ

ତୁମ୍ଭେମାନେ ଯାହାନାମ ବୋଲ ଇନ୍ଦ୍ରଜିତ

ଜନ୍ମିବା ମାତ୍ରକେ ପୁତ୍ର କଲା ଘୋର ନାଦ

ତେଣୁ ବୋଲାଇଲା ସେହି ନାମ ମେଘନାଦ

ପିତା ମାତା ମନେ କରି ହର୍ଷ ଉତ୍‌ପାଦନ

ଅନ୍ତପୁରେ ମେଘନାଦ ବଢ଼େ ଦିନ ଦିନ

 

ତ୍ରୟୋଦଶ ସର୍ଗ

ଅନନ୍ତର ନିଦ୍ରା ପ୍ରଜାପତିଙ୍କ ଆଜ୍ଞାରେ

ଆସି ଉପସ୍ଥିତ ହେଲେ କୁମ୍ଭକର୍ଣ୍ଣଠାରେ

ତହୁଁ କୁମ୍ଭକର୍ଣ୍ଣ ଯାଇ ରାବଣ ଛାମୁର

ବୋଇଲା ହୋଇଛି ମୁହିଁ ନିଦ୍ରାରେ କାତର

କରାଇଣ ଦିଅ ଏକ ଗୃହ ନିରିମାଣ

ତହିଁରେ କରିବି ମୁହିଁ ସୁଖରେ ଶୟନ

ରାବଣ ଆଦେଶ ପାଇ ଶିଳ୍ପକାରଗଣ

ରମଣୀୟ ଗୃହ ଏକ କଲେକ ନିର୍ମାଣ

ସେ ଗୃହ ଅଟଇ ଏକ ଯୋଜନ ବସ୍ତାର

ଅତି ଉଚ୍ଚ ଅଟେ ଦୁଇ ଯୁଣ ପରିସର

ସୋପାନ ବୈଦୁର୍ଯ୍ୟ ମୟ ସ୍ତମ୍ଭ ସ୍ୱର୍ଣ୍ଣ ମୟ

ଚାଳ ହସ୍ତୀ ଦନ୍ତମୟ ବେଦି ରତ୍ନ ମୟ

ମଣ୍ଡିତ କିଙ୍କିଣି ଜାଲ ପରମ ସୁନ୍ଦର

ସୁମେରୁ ପର୍ବତ ଗୁହା ପରି ମନୋହର

ସର୍ବ କାଳେ ସୁଖପ୍ରଦ ଅଟେ ସେ ଭବନ

ଶୋଇଲା ଅଚେତ ହୋଇ ତହିଁ କୁମ୍ଭକର୍ଣ୍ଣ

 

 

ବହୁଦିନ ଯାଏ ତାର ନ ଭାଙ୍ଗିଲା ନିଦ

ଏସମୟେ ଦଶଗ୍ରୀବ କରି ମହା କ୍ରୋଧ

ମହର୍ଷି ଗନ୍ଧର୍ବ ଯକ୍ଷ ଗଣେ ବଦ୍ଧ କରି

ଲଣ୍ଡଭଣ୍ଡ କରି ଦେଲା ସ୍ୱର୍ଗପୁର ଶିରି

କ୍ରୀଡ଼ା ଶୀଳ ହସ୍ତୀ ଯେହ୍ନେ ଭାଙ୍ଗେ ପଦ୍ମବନ

ରାବଣ ଭାଙ୍ଗିଲା ତେହ୍ନେ ନନ୍ଦନ କାନନ

ଅନନ୍ତର ଧର୍ମ୍ମଶୀଳ ସୁମତି କୁବେର

ରାବଣର ଶୁଣି ଏହିରୂପ ଅତ୍ୟାଚାର

ଆପଣାର କୁଳ ଅନୁରୂପ ଆଚରଣ

ପୂର୍ବ ପୁରୁଷଙ୍କ କରି ବେଭାର ସ୍ମରଣ

ଭ୍ରାତୃସ୍ନେହ ବଶ ହୋଇ ପଠାଇଲେ ଦୂତ

ଦଶଗ୍ରୀବେ ହିତ କଥା ବୋଲିବା ନିମନ୍ତ

ବିଭୀଷଣ ପାଶେ ଉପସ୍ଥିତ ହେଲା ଚାର

କରି ବିଭୀଷଣ ତାକୁ ସମ୍ମାନ ବେଭାର

ପଚାରିଲେ ଆହେ ଦୂତ ବୋଲ ବିବରଣ

ଆମ୍ଭ ପାଶେ ତୁମ୍ଭ ଆଗମନର କାରଣ

ଅନନ୍ତର ବିଭୀଷଣ ଦୂତକୁ ସଙ୍ଗରେ

ଘେନି ଯାଇ ଭେଟାଇଲେ ରାବଣ ଛାମୁରେ

ଓଳଗିଲା ଦୂତ କହି ଜୟ ଜୟକାର

ଉଭା ହୋଇ ହାତ ଯୋଡ଼ି ରାବଣ ଛାମୁର

ରତନ ଖଚିତ ଗଜଦନ୍ତ ପଲଙ୍କରେ

ବସି ଅଛି ଦଶଗ୍ରୀବ ମନ ଆନନ୍ଦରେ

ଅନ୍ତରର ହାତଯୋଡ଼ି ଜଣାଇଲା ଚାର

ପଠାଇ ଅଛନ୍ତି ମୋତେ ଏଠାକୁ କୁବେର

ବୋଲିଛନ୍ତି କୁଳଅନୁରୂପ କଥାମାନ

କରିବି ମୁଁ ଆପଣଙ୍କ ଠାରେ ନିବେଦନ

ବୋଲିଛନ୍ତି ଆପଣଙ୍କୁ ଧାର୍ମିକ କୁବେର

ନକର ଆପଣ ଜଗତରେ ଅତ୍ୟାଚାର

କଲଣି ବହୁତ ପାପ ଏବେ ହୁଅ କ୍ଷାନ୍ତ

ସର୍ବ ତ୍ୟାଗ କରି ଏବେ ହୁଅ ସୁଚରିତ

ପାର ଯଦି କର ଏବେ ଧର୍ମ୍ମ ଆଚରଣ

ମୁନି ଋଷିଗଣେ ଆଉ ନ କର ନିଧନ

କମ୍ପିତ ହେଉଛି ତୁମ୍ଭ ଡ଼ରେ ତ୍ରିଭୁବନ

ଦେଖିଛି ଭାଙ୍ଗିଛ ତୁମ୍ଭେ ନନ୍ଦନକାନନ

ବିଚାରୁ ଅଛନ୍ତି ଗୁପତରେ ଦେବ ଗଣ

ତୁମ୍ଭ ପାପ ପ୍ରତି ଫଳ ଦେବାର କାରଣ

ହେଳା କରୁଅଛ ବାରମ୍ବାର ଉପଦେଶ

ସେଥିପାଇଁ ଆମ୍ଭେ କିଛି ନ ଘେନୁଛୁଁ ଦୋଷ

ଅପରାଧ କରେ ଯଦି କଦାଚ ବାଳକ

ମନେ ନ ଘେନଇ ତାହା ବିବେଚକ ଲୋକ

ଦେଖ ବାବୁ କରି ଆମ୍ଭେ ଇନ୍ଦ୍ରିୟ ଦମନ

ହିମାଳୟ ଯାଇ ଥିଲୁଁ ତପସ୍ୟା କାରଣ

ସେହି ସ୍ଥାନେ ଭଗବାନ ଦେବ ଶୂଳପାଣି

ଅବସ୍ଥାନ କରୁଥିଲେ ଉମାସଙ୍ଗେ ଘେନି

ଦୈବଯୋଗେ ଦେଖିଲି ମୁ ଦକ୍ଷିଣ ନେତ୍ରରେ

ହେମବତୀ ବସିଥିଲେ ଶଙ୍କର ପାଶରେ

ଅନାଇଲି କିଏ ଏହି ଜାଣିବା କାରଣେ

ଅନ୍ୟକିଛି ଅଭିପ୍ରାୟ ଥିଲାନାହିଁ ମନେ

ତେତେବେଳେ ଉମା ଅନୁପମ ରୂପଧରି

ଶିବପାଶେ ବସିଥିଲେ ମେଘେ ବିଦ୍ୟୁପରି

ଯେମନ୍ତ ଭବାନୀରୂପେ ଦେଲି ମୁଁ ଅନାଇଁ

ଦକ୍ଷିଣ ନୟନ ମୋର ଗଲା ଦଗ୍ଧ ହୋଇ

ବାମ ନେତ୍ରେ ଯେହ୍ନେ ମୋର ଧୂଳି ଲାଗି ଅଛି

ସେହିଦିନ ଠାରୁ ଆଉ ନ ଦିଶିଲା କିଛି

ଅନନ୍ତର କରିବାକୁ ଶିବଙ୍କୁ ପ୍ରସନ୍ନ

ଆଠଶ ବରଷ କଲି ବ୍ରତ ଅନୁଷ୍ଠାନ

ଯେତେବେଳେ ବ୍ରତକାଳ ହେଲା ପରିପୂର୍ଣ୍ଣ

ବୋଇଲେ ମୋପାଶେ ଆସି ଶିବ ଭଗବାନ

ରେ ବତ୍ସ ତୋ ବ୍ରତେ ହୋଇଅଛୁଁ ଆନନ୍ଦିତ

ଆମ୍ଭେ ମଧ୍ୟ କରିଥିଲୁଁ ଏହିପରି ବ୍ରତ

ଆମ୍ଭ ଦୁଇଜଣେ ଛାଡ଼ି ନ ଦେଖେଁ କାହାକୁ

ଏହିପରି ସୁକଠିଣ ବ୍ରତ କରିବାକୁ

ଏହି ବ୍ରତ ଅଟେ ବାବୁ ଅତ୍ୟନ୍ତ ଦୁଷ୍କର

କରିଥିଲୁଁ ଆମ୍ଭେ ପ୍ରଥମରେ ଆବିଷ୍କାର

ଆନନ୍ଦିତ ହେଲୁଁ ତୁମ୍ଭ ତପସ୍ୟା ପ୍ରସଙ୍ଗେ

ଆଜିଠାରୁ ବନ୍ଧୁଗଣ ହେଲା ତୁମ୍ଭ ସଙ୍ଗେ

ଦଗ୍ଧ ହୋଇ ଅଛି ତୁମ୍ଭ ଦକ୍ଷିଣ ନୟନ

ବାମନେନ୍ତ୍ର ହୋଇଅଛି ପିଙ୍ଗଳ ବରଣ

ଚିନ୍ତାଙ୍କର ନାହିଁ ବାବୁ ଯାଅ ତୁମ୍ଭେ ଚଳି

ଆଜୁ ତୁମ୍ଭ ନାମ ହେବ ଏକାକ୍ଷି ପିଙ୍ଗଳୀ

ବନ୍ଧୁତା ସ୍ଥାପନ କରି ଶଙ୍କର ସହିତ

ଅନନ୍ତର ଗୃହେ ଆସି ହେଲି ଉପସ୍ଥିତ

ଗୃହେ ଆସି ପରମ୍ପରା ଶୁଣିଲି ଲୋକରେ

ପାପାଚାର କରୁଅଛ ତୁମ୍ଭେ ପୃଥିବୀରେ

ହେ ଭ୍ରାତୃ ବୋଲୁଛି ତେଣୁ ହୁଅ ସାବଧାନ

କରନାହିଁ ପାପ ବଂଶ କ୍ଷୟର କାରଣ

ଦେବତା ଋଷିଏ କରୁଛନ୍ତି ପରାମର୍ଶ

କରିବା ନିମନ୍ତେ ତୁମ୍ଭ ବଂଶର ବିନାଶ

ଦୂତମୁଖୁ ଏହା ଶୁଣି ଦୁର୍ମତି ରାବଣ

କ୍ରୋଧରେ କରି ଦୁଇ ଚକ୍ଷୁ ରକ୍ତବର୍ଣ୍ଣ

ଦାନ୍ତ କଡ଼ମଡ଼ କରି ବୋଇଲାରେ ଦୂତ

କଢ଼ାଇ ଆଣିଛି ତୋତେ ଏଠାକୁ ମଉତ

ମନୁ ତୁହି ମଲା ତୋର ପ୍ରେରକ କୁବେର

ଯୋଗୋଡ଼ା ବୋଇଲୁ ତାହା ନୁହେ ହିତକର

କୁବେର କରିଛି ଶିବ ସଙ୍ଗେ ମିତ୍ରପଣ

ଦେଖାଇବା ପାଇଁ ଆସିଅଛୁ ବଡ଼ପଣ

କ୍ଷମା ଯୋଗ୍ୟ ନୋହୁ ତୁହି ମରିବୁ ସମ୍ପ୍ରତି

ସହଜରେ ମୋର ଜ୍ୟେଷ୍ଠ ଭାଇ ଧନପତି

ଏତେବେଳ ଯାଏଁ ତେଣୁ ଥିଲି ତୁନି ହୋଇ

ଅପମାନ କଥା ଆଉ ନ ପାରିବି ସହି

ପୂର୍ବୂ ମୁହିଁ ମନେ ମନେ କରି ଅଛି ସ୍ଥିର

କରିବି ବିକ୍ରମେ ତ୍ରିଭୁବନ ଅଧିକାର

ଏତେବୋଲି ଦଶଗ୍ରୀବ ଉଠି କ୍ରୋଧ ଭରେ

ହାଣି ପକାଇଲା ଦୂତ ଶୀର ଖଡ଼ଗରେ

ଶବ ଗୋଟା ଦେଲା ନେଇ ରାକ୍ଷସଙ୍କ ହସ୍ତେ

ଖଣ୍ଡ ଖଣ୍ଡ କରି ତାହା ଖାଇବା ନିମନ୍ତେ

ଅନନ୍ତର ଯାତ୍ରା କରି ଗଲା ଦଶ ଶିରି

କୁବେର ଅଛନ୍ତି ଯେଉଁ ସ୍ଥାନେ ବାସକରି

 

ଚତୁର୍ଦ୍ଦଶ ସର୍ଗ

ଅନନ୍ତର ବଳ ଗର୍ବେ ଉନମତ

ବାହାରିଲା ଦଶଗ୍ରୀବ ଦିରାଜୟ ନିମନ୍ତ

ପ୍ରଥମରେ କୁବେରକୁ ଜିଣିବା ଇଚ୍ଛାରେ

ଧାଡ଼ି ଦେଲା ସୈନ୍ୟ ଘେନି କୈଳାସ ଶିଖରେ

ସଙ୍ଗରେ ଅଛନ୍ତି ଶୁକ ମାରୀଚ ସାରଣ

ପ୍ରହସ୍ତ ଧୂମ୍ରାକ୍ଷ ମହୋଦର ବୀରଗଣ

ମୁହୂର୍ତ୍ତ ମଧ୍ୟରେ ନାନା ବନ ଉପବନ

ଅତିକ୍ରମ କରି ହେଲା କୈଳାସେ ଉତ୍ତୀର୍ଣ୍ଣ

ରାବଣକୁ ଦେଖି ତେତେବେଳେ ଯକ୍ଷମାନେ

ସାହସ ନ କଲେ ଯୁଦ୍ଧ କରିବା କାରଣେ

କୁବେର ପାଶକୁ ଗଲେ ହୋଇ ତରତର

ଜଣାଇଲେ ବେଗେ ଦଶଗ୍ରୀବ ସମାଚାର

କୁବେର ଆଦେଶସେହି ସର୍ବ ଯକ୍ଷେ ପାଇ

ଅସ୍ତ୍ର ଶସ୍ତ୍ର ଘେନି ବାହାରିଲେ ଯୁଦ୍ଧ ପାଇଁ

ପର୍ବତ ଶିଖର ଛାଇ ଚାଲନ୍ତି ସଇନି

ମାର ମାର ଶବ୍ଦେ କମ୍ପି ଉଠଇ ମେଦିନୀ

 

 

ଦୁଇପକ୍ଷ ସୈନ୍ୟ ମଧ୍ୟେ ବାହିଲା ସମର

ଉଭୟ ପକ୍ଷରେ ବୋଲୁଛନ୍ତି ମାର ମାର

ରାକ୍ଷସ ସଚୀବମାନେ ହେଲେ ବ୍ୟାକୁଳିତ

ମାତ୍ରକ ରାବଣ ହେଲା ମହା ଆନନ୍ଦିତ

ଜଣେ ଯକ୍ଷ ମନ୍ତ୍ରୀ ସଙ୍ଗେ ଅସୁମାର ଯକ୍ଷ

ସମର କରନ୍ତି ଏହିରୂପେ ଦୁଇ ପକ୍ଷ

ମାରନ୍ତି ବିପକ୍ଷ ବଳେ ରାବଣକୁ ଘେରି

ଚତୁର୍ଦ୍ଦିଗୁ ପଡ଼େ ବାଣ ବୃଷ୍ଟି ଧାରା ପରି

ମାତ୍ର ବର୍ଷା ଧାରା ଯୋଗେ ଯେସନେ ପଙ୍ଗତ

ହୁଏ ନାହିଁ ସ୍ୱସ୍ଥାନରୁ କେଭେ ବିଚଳିତ

ସେହିପରି ଦୈତ୍ୟରାଜା ଆପଣା ସ୍ଥାନରେ

ଉଭା ହୋଇ ରହି ଅଛି ସମର କ୍ଷେତ୍ରରେ

ଅନନ୍ତର ଗଦା ଏକ ଘେନି ଦଶଶିର

କୁବେର ସଇନ ଗଣେ କଲାକ ପ୍ରହାର

ମେଘ ଉଡ଼ିଯାଏ ଯେହ୍ନେ ପବନ ବେଗରେ

ଯକ୍ଷ ସୈନ୍ୟେ ପଳାଇଲେ ତେସନ ପ୍ରକାରେ

ଥୋକେ ସୈନ୍ୟ ପଳାଇଲେ ପଡ଼ି ମଲେ ଥୋକେ

ତେତେବଡ଼ ସୈନ୍ୟ ଭାଙ୍ଗିଗଲା ନିମିଷକେ

କୁବେର ଦେଖିଲେ ପଳାଇଲେ ଯକ୍ଷ ସୈନ୍ୟେ

ଆନ ଆନ ସୈନ୍ୟଗଣେ କଲେ ନିମନ୍ତ୍ରଣ

ସଂଯୋଧ କଣ୍ଟକ ନାମେ ଏକ ମହାବୀର

ଆସିଲା ଯୁଦ୍ଧକୁ ଘେନି ସଇନ ଅପାର

ବହୁତ ବାହାନଛନ୍ତି ତାହାର ସହିତ

କ୍ରୋଧଭରେ ଯୁଦ୍ଧକ୍ଷେତ୍ରେ ହେଲା ଉପସ୍ଥିତ

ପେଶିଲା ଚକ୍ରେକ ମାରୀଚକୁ ଲକ୍ଷ କରି

ଚଳିଲା ସେ ଚକ୍ର ଶୂନ୍ୟେ ବିଷ୍ଣୁ ଚକ୍ର ପରି

ପଡ଼ନ୍ତେ ସେ ଚକ୍ର ଯାଇ ମାରୀଚ ଦେହରେ

ଅଚେତନ ହୋଇ ଦୈତ୍ୟ ପଡ଼ିଲା ଭୂମିରେ

କ୍ଷଣକେ ଚେତନା ପାଇ ଉଠିଲା ରଗଡ଼ି

କ୍ରୋଧେ କଚାଡ଼ିଲା ଯକ୍ଷ ମୁଣ୍ଡେ ଲୋହା ବାଡ଼ି

ପଡ଼ିଗଲା ତଳେ ବୀର ହୋଇ ଅଚେତନ

ସଂଯୋଧ କଣ୍ଟକ ପଳାଇଲା ଘେନି ପ୍ରାଣ

ଅନନ୍ତର ଯୁଦ୍ଧକରି କରି ଦଶ ମାଥ

ଅଳକା ନଗର ଦ୍ୱାରେ ହେଲା ଉପସ୍ଥିତ

ବୈଦୁର୍ଯ୍ୟ ଖଚିତ ଦ୍ୱାର ଅତ୍ୟନ୍ତ ବିଶାଳ

ସୂର୍ଯ୍ୟ ଭାନୁ ଯକ୍ଷ ତହିଁ ଥାଏ ଦ୍ୱାରପାଳ

ଦ୍ୱାରପାଳ ବାରମ୍ବାର କଲା ନିବାରଣ

ମାତ୍ର ତାହା କଥା କିପାଁ ଶୁଣିବ ରାବଣ

ଝସାଇ ପଶନ୍ତେ ଦୈତ ରାଜ ଅହଙ୍କାରେ

ଦ୍ୱାରପାଳ ପ୍ରହାରିଲା ତାକୁ କ୍ରୋଧ ଭରେ

ସେ ପ୍ରହାରେ ଦଶଗ୍ରୀବ ହେଲାକ ଅସ୍ଥିର

ବହିଲା ତାହାର ସର୍ବାଙ୍ଗରୁ ରକ୍ତଧାର

ଅନନ୍ତର ଦଶଗ୍ରୀବ ମହା କ୍ରୋଧ ଭରେ

ଗଦା ଏକ ପ୍ରହାରିଲେ ଦ୍ୱାରପାଳ ଶିରେ

ଦ୍ୱାରପାଳ ଗଦାଘାଏ ତେଜିଲା ଜୀବନ

ତାହା ଦେଖି ପଳାଇଲେ ସଙ୍ଗୀ ଯକ୍ଷ ଗଣ

ପଳାଇ ଲୁଚିଲା କେହି ପର୍ବତ ଗୁହାରେ

କେହି ଭୟେ ଅବ ଡ଼ୁବି ରହିଲା ଜଳରେ

 

 

Unknown

ପଞ୍ଚଦଶ ସର୍ଗ

ଯକ୍ଷ ଗଣେ ଭୀତ ଦେଖି ମାହାତ୍ମା କୁବେର

ମଣିଭଦ୍ରେ ପାଶେ ରାଇ ବୋଇଲେ ହେ ବୀର

ବେଗେଯାଇ ମାର ବାବୁପାପିଷ୍ଠ ରାବଣେ

ସଙ୍ଗେ ଘେନି ଯୁଦ୍ଧ ଇଚ୍ଛାକାରୀ ଯକ୍ଷ ଗଣେ

କୁବେର ଆଜ୍ଞାରେ ମଣିଭଦ୍ର ମହାବୀର

ଚାରିଲକ୍ଷ ସୈନ୍ୟ ଘେନି ହେଲାକ ବାହାର

ମୂଷଳ ମୂଦ୍ଗର ପାଶ ଘେନି ଯକ୍ଷ ଗଣେ

ଲଣ୍ଡ ଭଣ୍ଡ କରି ଦେଲେ ଅସୁର ସଇନେ

ଉଭୟ ପକ୍ଷରେ ଯୁଦ୍ଧ ହେଲା ଘୋରତର

ଆତ୍ମାପକ୍ଷ ପରପକ୍ଷ ନ ଥିଲା ବିଚାର

କେହି କରେ ଯୁଦ୍ଧ ଅବା କେଯାଏ ପଳାଇ

ବୁଲୁଛନ୍ତି ବେଗେ ବାଜପକ୍ଷୀ ପ୍ରାଏ ହୋଇ

ଦେବତା ଗନ୍ଧର୍ବ ବ୍ରହ୍ମବାଦୀ ଋଷିଗଣ

କରୁଛନ୍ତି ଶୂନ୍ୟେ ଥାଇ ଯୁଦ୍ଧ ଦରଶନ

ଏକାକି ପ୍ରହସ୍ତ ବୀର ଏହି ଅବସରରେ

ମାରିଲା ହଜାରେ ଯକ୍ଷ ମୁଦଗର ପ୍ରହାରେ

 

 

ଦ୍ୱିସହସ୍ର ଯକ୍ଷ କଲା ମାରୀଚ ବିନାଶ

ତେଣୁ ଆଉ ଯକ୍ଷେ ଯୁଦ୍ଧେ ନ କଲେ ସାହସ

ଅଟନ୍ତି କୁବେର ସୈନ୍ୟମାନେ ଧର୍ମ ଶୀଳ

ତେଣୁ ସେମାନଙ୍କ ଯୁଦ୍ଧ ଅଟଇ ସରଳ

ମାତ୍ରକ ଅଟଇ ପାପୀ ଯେତେକ ଅସୁରେ

କରନ୍ତି ସମର ସଦା କୁଟିଳ ମାର୍ଗରେ

ଏଥିପାଇଁ ହେଲେ ଯୁଦ୍ଧେ ଅସୁରେ ପ୍ରବଳ

ପଡ଼ିଲେ ନିର୍ବୀର୍ଯ୍ୟ ହୋଇ କ୍ରମେ ଯକ୍ଷ ଦଳ

ଅନନ୍ତର କ୍ରୋଧ ଭରେ ଧ୍ରୁମାକ୍ଷ ଅସୁର

ମଣିଭଦ୍ର ବକ୍ଷେ କଲା ମୂଷଳ ପ୍ରହାର

ମାତ୍ର ତହିଁ ଯକ୍ଷବୀର ହେଲା ନାହିଁ ଭୀତ

ଉଲଟି ଧ୍ରୁମାକ୍ଷ ଶିରେ କଲା ଗଦାଘାତ

ଧ୍ରୁମାକ୍ଷ ପଡ଼ିଲା ତଳେ ହୋଇ ଅଚେତନ

ମଣିଭଦ୍ରେ ଲକ୍ଷ କରି ଧାଇଲା ରାବଣ

ଦୁରୁ ଦେଖି ରାବଣକୁ ମଣିଭଦ୍ର ବୀର

ତିନିଟା ଶାଣିତ ଶକ୍ତି କଲାକ ପ୍ରହାର

ଦଶଗ୍ରୀବ ମଧ୍ୟ କ୍ରୋଧଭରେ ଆସି ଧାଇଁ

ମଣିଭଦ୍ର ଶିରେ ଶକ୍ତି ମାରିଲା ନିଠାଇ

ଗଦାଘାଏ ମଣିଭଦ୍ର ପଡ଼ିଲା ଭୂମିରେ

କୋଳାହଳ ହେଲା ଯକ୍ଷମାନଙ୍କ ମଧ୍ୟରେ

ଦେଖିଲେ କୁବେର ଦୁରୁ ରାକ୍ଷସ ଈଶ୍ୱର

ଗଦା ଘେନି ଯକ୍ଷ ଗଣେ କରୁଛି ପ୍ରହାର

କୁବେର ସଙ୍ଗରେ ଥିଲେ ମନ୍ତ୍ରୀ ପାଞ୍ଚଜଣ

ଶୁନ୍ତ୍ର, ପ୍ରୈାଷ୍ଠ ପଦ, ନିଧି, ପଦ୍ମ ଶଙ୍ଖ ଗଣ

ପାଶେ ଦେଖି ଦଶଗ୍ରୀବେ ବୋଇଲେ କୁବେର

ରେ ପାପିଷ୍ଠ ନିବାରଣ କଲି କାରବାର

ଚେତନା ନ ହେଲା ତୋର ମନେ କଦାଚିତ

ନରକେ ପାଇବୁ ଏଥି ଫଳ ସମୁଚିତ

ଅଜ୍ଞାନରେ କେହି ଯଦି ବିଷ ପାନ କରେ

ନଫଳେ କି ବିଷଫଳ ତାହାର ଦେହରେ

ପାପଯୋଗେ ଦୈବ ପ୍ରତିକୁଳ ଛନ୍ତି ହୋଇ

ହରାଇ ବସିଛୁ ଧର୍ମ ଜ୍ଞାନ ତେଣୁ ତୁହି

ଯେଉଁ ଲୋକ ଅହଙ୍କାରେ ହୋଇ ହତଜ୍ଞାନ

ପିତା ମାତା ବନ୍ଧୁଗଣେ କରେ ଅପମାନ

ନ ରୁହେ ସୁଖରେ କେଭେ ସେହି ପାପମତି

ଚରମେ କରଇ ଭୋଗ ଅଶେଷ ଦୁର୍ଗତି

ଯେଉଁ ଲୋକ ନ କରଇ ତପୋ ଅନୁଷ୍ଠାନ

ତାହାର ଦୁର୍ଗତି କେଭେ ନୁହେ ନିବାରଣ

ଗୁରୁ ସେବା ବିନା ଜନ୍ମ ନାହିଁ ଧର୍ମ ଜ୍ଞାନ

କାହୁଁ ସେ କରିବ ସତ୍ୟ ଧର୍ମ ଆଚରଣ

ପୁରୁଷ କରଇ ଲାଭ ନିଜ କର୍ମ ଫଳ

ଧନ, ରୂପ, ବଳ, ଯଶ ଅବନୀ ମଣ୍ଡଳ

ରେ ରାବଣ ଜନ୍ମି ଅଛି ତୋହର ଦୁର୍ମତି

ପରକାଳେ ନ ପାଇବୁ କଦାଚ ସଦ୍ଗତି

ପାପିକୁ ବୋଲିବା ହତ କଥା ବିଡ଼ମ୍ବଣ

ସତ୍‌ ପୁରୁଷ ଆପଣାକୁ ହେବ ସାବଧାନ

ଏତେବୋଲି ଧନପତି ମାରୀଚ ଅସୁରେ

ମାରନ୍ତେ ମୂଷଳ ପଳାଇଲା ଧାତିକାରେ

ପଳାନ୍ତେ ମରୀଚ ଧନ ପତି କ୍ରୋଧ ଭରେ

ଗଦାଏ ପ୍ରହାର କଲେ ଦଶଗ୍ରୀବ ଶିରେ

ମାତ୍ର ତହିଁ ହେଲା ନାହିଁ ବ୍ୟଥିତ ରାବଣ

ମାରିଲା କୁବେର ଶିରେ ଦଶଗୋଟା ବାଣ

ଉଭୟ ପକ୍ଷରେ ଯୁଦ୍ଧ ହେଲା ଘୋରତର

ଏକକୁ ଆରେକ ଯୁଦ୍ଧେ ମହା ବଳିଆର

ପେଶନ୍ତେ କୁବେର ଦଶଗ୍ରୀବେ ଅଗ୍ନି ବାଣ

ବାରୁଣ ଅସ୍ତ୍ରରେ ଦୈତ୍ୟ କଲା ଆବରଣ

ଅନନ୍ତର ଦଶଗ୍ରୀବ ରାକ୍ଷସୀ ମାୟାରେ

ନାନାରୂପା ଧରି ଯୁଦ୍ଧେ କୁବେର ସଙ୍ଗରେ

କେବେ ଧରେ ବ୍ୟାଘ୍ରରୂପ ବରାହ ଇନ୍ଦୁର

କେବେ ଯକ୍ଷ କେଭେ ବୃକ୍ଷ ପର୍ବତ ସାଗର

କରନ୍ତେ ରାବଣ ଏହିରୂପେ ପ୍ରବଞ୍ଚନା

କୁବେର ପାଶରେ ଆଉ ନ ପଡ଼ିଲା ଚିହ୍ନା

ଅନନ୍ତର ଦଶଗ୍ରୀବ ଏହି ଅବସରେ

ଘୂରାଇ ହାଣିଲା ଖଡ୍ଗ କୁବେର ମୁଣ୍ଡରେ

ଖଡ୍ଗରେ କୁବେର ହୋଇ ଶୋଣିତ ବିଲିପ୍ତ

ଅଚେତନ ହୋଇ ହେଲେ ଭୂତଳେ ପତିତ

ଏହା ଦେଖି ପଦ୍ମ ଶୁତ୍ର ଆଦି ଯକ୍ଷଗଣ

କୁବେରକୁ କାନ୍ଧେ ଘେନି କଲେ ପଳାୟନ

ଲୁଚାଇ ରଖିଲେ ନେଇ ନନ୍ଦନ କାନନେ

ପାଇଲେ କୁବେର ଜ୍ଞାନ ତହିଁ ବହୁକ୍ଷଣେ

କୁବେରକୁ ଜୟ କରି ରାକ୍ଷସ ରାଜନ

ବଳେ ଅଧିକାର କଲା ପୁଷ୍ପକ ବିମାନ

ସେ ବିମାନ ସ୍ୱର୍ଣ୍ଣସ୍ତମ୍ଭ ବୈଦୁର୍ଯ୍ୟ ତୋରଣ

ମୁକ୍ତା ଜାଲେ ଚତୁର୍ଦିଗ ଦିଶେ ଦିପ୍ତିମାନ

ତହିଁ ବୃକ୍ଷ ଲତା ଅଛି ବିବିଧ ପ୍ରକାର

ସକଳ ଋତୁରେ ଫୁଟେ କୁସୁମ ପ୍ରଚୁର

ଗଗନ ବିହାରୀ କାମରୂପୀ ଏବିମାନ

ମନୋବେଗ ଗାମୀ ସୂର୍ଯ୍ୟପରି ଦୀପ୍ତିମାନ

ଏହାର ସୋପାନ ଶ୍ରେଣୀ ସୁବର୍ଣ୍ଣ ନିର୍ମିତ

ବୈଦୁର୍ଯ୍ୟ ତୋରଣ ଚୁଡ଼ା ହୀରକ ଖଚିତ

ଦେବତା ବାହାନ ଦୃଷ୍ଟି ମନ ସୁଖକର

ବିଶ୍ୱକର୍ମା ବିନିର୍ମିତ ପ୍ରକାଣ୍ଡ ସୁନ୍ଦର

ଦୁର୍ମତି ରାବଣ ଚଢ଼ି ଏହି ବିମାନରେ

ବଳଗର୍ବେ ବାହାରିଲ ମନ ଆନନ୍ଦରେ

କୈଳାସ ପର୍ବତ ତେଜି କରଇ ଗମନ

ସଙ୍ଗତରେ ଛନ୍ତି ତାର ଦୈତ୍ୟ ମନ୍ତ୍ରୀଗଣ

 

ଷୋଡ଼ଶ ସର୍ଗ

ଦଶଗ୍ରୀବ ତ୍ୟାଗ କରି କୈଳାସ ପର୍ବତ

କାର୍ତ୍ତିକେୟ ଜନ୍ମ ସ୍ଥାନେ ହେଲା ଉପସ୍ଥିତ

ସେହି ସ୍ଥାନ ଶରବନେ ଅଟେ ପରିପୂର୍ଣ୍ଣ

ଦିଶଇ ଉଜ୍ଜ୍ୱଳ ଯେହ୍ନେ ଅରୁଣ ବରଣ

ଅନନ୍ତର ଦଶାନନ ଚଢ଼ି ପର୍ବତରେ

ଇତସ୍ତତଃ ଦେଖୁଅଛି ମନ ଆନନ୍ଦରେ

ଏମନ୍ତ ସମୟେ ରୁଦ୍ଧ ହେଲା ରଥଗତି

ଏହା ଦେଖି ମନ୍ତ୍ରୀଗଣେ ବୋଲେ ଦୈତ୍ୟପତି

ଚାଳକ ଆଜ୍ଞାରେ ଚଳେ ପୁଷ୍ପକ ବିମାନ

ତେବେ କିପାଁ ନ କରଇ ସମ୍ପ୍ରତି ଗମନ

ଜାଣିଲି ଏମନ୍ତ ପର୍ବତରେ ଅଛି କେହି

ତାହାର କୂଟରେ ଏହି ରଥ ଚଳୁ ନାହିଁ

ଧୀମାନ ମାରୀଚ ବୋଲେ ପୁଷ୍ପକ ବିମାନ

ନକରେ କୁବେର ବିନା ଆନକୁ ବହନ

ହୋଇଛନ୍ତି ସମ୍ପ୍ରତି ଯେ ଚାଳକ ଆପଣ

ସେଥିପାଇଁ କରୁନାହିଁ ବିମାନ ଗମନ

 

 

ମାରୀଚ ରାବଣ ହେଉଛନ୍ତି କୁହାକୁହି

ମହାବଳ ନନ୍ଦୀ ଉପସ୍ଥିତ ହେଲେ ତହିଁ

ହ୍ରସ୍ୱବାହୁ ନଣ୍ଡାମୁଣ୍ଡ ପିଙ୍ଗଳ ବରଣ

ନିର୍ଭୟରେ ରାବଣକୁ ବୋଇଲା ବଚନ

ହେ ରାବଣ ଯାଅ ତୁମ୍ଭେ ଏସ୍ଥାନରୁ ଫେରି

କ୍ରୀଡ଼ା କରୁଛନ୍ତି ବନେ ଶଙ୍କର ଶଙ୍କରୀ

ସମ୍ପ୍ରତି ସୁପର୍ଣ୍ଣ ନାଗ ଗନ୍ଧର୍ବ ରାକ୍ଷସ

ନ କରିବେ କେହି ବନେ ଯିବାକୁ ସାହସ

ନନ୍ଦୀ କଥା ଶୁଣି କ୍ରୋଧେ କମ୍ପିଲା ରାବଣ

ସହସା ହସିଲା ଚକ୍ଷୁ ଅରୁଣ ଚରଣ

ପୁଷ୍ପକ ରଥରୁ ଦୈତ୍ୟ ଆସିଲା ଓହ୍ଲାଇ

ବୋଇଲା କେ ମହାଦେବ ତାକୁ ଜାଣେ ନାହିଁ

କରନ୍ତେ ଗମନ ଏତେ ବୋଲି ଗିରି ମୂଳେ

ଦେଖିଲା ନନ୍ଦୀଙ୍କୁ ଉଭାଛନ୍ତି ଘେନି ଶୂଳେ

ବିକଟ ଆକାର ନନ୍ଦୀ ବାନର ବଦନ

ତାଙ୍କୁ ଦେଖି ଅବଜ୍ଞାରେ ହସିଲା ରାବଣ

କ୍ରୋଧରେ ବୋଇଲେ ତହୁଁ ତାକୁ ନନ୍ଦୀଶ୍ୱର

ମୋ ବାନର ମୁଖ ଦେଖି ହସିଲୁ ଅସୁର

କରିବା ନିମନ୍ତେ ମାତ୍ର ତୋହ ବଂଶ ନାଶ

ଅବନୀ ମଣ୍ଡଳେ ଜନମିବେ କପି ବଂଶ

ଆମ୍ଭ ତୁଲ୍ୟ ବୀର୍ଯ୍ୟବାନ ହେବେ ସେ ସକଳେ

କରିବେ ବିନାଶ ଦୈତ୍ୟ ବଂଶ ବାହୁବଳେ

ମନୋତୁଲ୍ୟ ବେଗଗାମୀ ପର୍ବତ ଆକାର

ଆୟୂଧଟି ହେବ ନଖ ଦନ୍ତ ତାହାଙ୍କର

କରିବେ ତୋହର ବଂଶ ନାଶ ସେ ବାନରେ

ଆଉ ଦିନାକେତେ ତୁହି ରହ ପୃଥିବୀରେ

ସମ୍ପ୍ରତି କରନ୍ତି ତୋର ଜୀବନ ସଂହାର

ମାତ୍ର କର୍ମଫଳ ତୋର ଭୋଗିବୁ ଅସୁର

ନନ୍ଦୀ ଏହିରୂପେ ଶାପ କରନ୍ତେ ପ୍ରଦାନ

ଆକାଶରୁ ପୁଷ୍ପ ବୃଷ୍ଟି ହେଲା ଘନ ଘନ

ମାତ୍ର ଦଶଗ୍ରୀବା ତାହା ତୂଚ୍ଛ ଜ୍ଞାନ କରି

ବୋଇଲାଏ ନୁହେ କିଛି ମହାଦେବ ଗିରି

କିପାଇଁ କରନ୍ତି ଅବା ଏଥିରେ ବିହାର

କେଉଁ ବଳେ କରିଛନ୍ତି ଏତେ ଅହଙ୍କାର

ମୋର ଗତି ରୋଧ କିପାଁ କଲେ ଏହି ସ୍ଥାନେ

ଶୈଳକୁ ଉପାଡ଼ି ପକାଇବି ଏହିକ୍ଷଣେ

ଏତେବୋଲି ପର୍ବତକୁ ଧରିଲା ରାବଣ

ଏକଟାଣ ଦେଇ ତାକୁ କଲା ଉତ୍‌ପାଟନ

କମ୍ପିଲେ ପ୍ରମଥଗଣ କମ୍ପିଲା ପର୍ବତ

ରୁଦ୍ରଙ୍କୁ ଧରିଲେ ଉମା ଦେବି ହୋଇତ୍ରସ୍ତ

ତହୁଁ ଶିବ ବାମ ପଦାଙ୍ଗୁଳେ ଦେଇ ଭାର

ରଖନ୍ତେ ପଙ୍କଜ ହେଲା ରାବଣ ଅସ୍ଥିର

ପୀଡ଼ା ପାଇ ଦଶଗ୍ରୀବ କରନ୍ତେ ଗର୍ଜନ

ପ୍ରଳୟ ସମାନ ହେଲା ପୃଥ୍ୱୀ କମ୍ପମାନ

କମ୍ପିଲା ମେଦିନୀ ସ୍ୱର୍ଗ କମ୍ପିଲା ପାତାଳ

କମ୍ପିଲେ ଦେବତାଗଣ ସଙ୍ଗେ ଆଖଣ୍ଡଳ

ଉଛୁଳି ଉଠିଲା ସିନ୍ଧୁ କମ୍ପିଲେ ପର୍ବତ

ଗନ୍ଧର୍ବ ଅପ୍‌ସର ଯକ୍ଷେ ହେଲେ ଚମକିତ

ଏଥକୁ ଅମାତ୍ୟେ ହୋଇ ଭୟରେ କାତର

ବୋଇଲେ ରାବଣେ ଆହେ ଦୈତ୍ୟ କୁଳେଶ୍ୱର

ଆପଣ କରୁନ୍ତୁ ତୁଷ୍ଟ ରୁଦ୍ରଙ୍କୁ ବୁଝାଇ

ବିନାତାଙ୍କ ଦୟା ରକ୍ଷା ବାଟ ଆଉ ନାହିଁ

କରୁନ୍ତୁ ତାହାଙ୍କୁ ସ୍ତୁତି ହେବେ ସେ ପ୍ରସନ୍ନ

ପରମ ଦୟାଳୁ ଉମାପତି ଭଗବାନ

ଅନନ୍ତର ଦଶଗ୍ରୀବ ଶଙ୍କର ଚରଣେ

ପ୍ରଣିପାତ କରି କଲା ସ୍ତୁତି ସାମଗାନେ

ଏମନ୍ତେ କରନ୍ତେ ସ୍ତୁତି ଦଶଗ୍ରୀବ ତହିଁ

ହଜାରେ ବରଷ କାଳ ଗଲା ଗତ ହୋଇ

ଦଶଗ୍ରୀବ ସ୍ତବେ ଶିବ ହୋଇ ସୁପ୍ରସନ୍ନ

ବୋଇଲେ ପାଶକୁ ଆସି ଆହେ ଦଶାନନ

ପର୍ବତ ତଳରୁ କର ହସ୍ତକୁ ବାହାର

ଅଟକି ରହିବ ନାହିଁ ଆଉ ତୁମ୍ଭ କର

ପର୍ବତରେ ତୁମ୍ଭ ହସ୍ତ ହେବାରୁ ଦଳିତ

ଭୀମ ରବେ କରିଅଛି ଜଗତକୁ ଭୀତ

ରାବଣ ତୁମ୍ଭର ନାମ ଆଜିଠାରୁ ହେବ

ଜଗତରେ ମଧ୍ୟ ଏହି ନାମ ବୋଲାଇବ

କରୁଅଛୁଁ ଆଜ୍ଞା ଆହେ ରାକ୍ଷସ ରାଜନ

ଇଚ୍ଛା ଅନୁସାରେ କର ସମ୍ପ୍ରତି ଗମନ

ବୋଇଲା ରାବଣ ଆହେ ଦେବ ଭଗବାନ

ହୋଇ ଥାନ୍ତି ଯେବେ ମୋହ ତପୋରେ ପ୍ରସନ୍ନ

ପ୍ରାର୍ଥନା କରୁଛି ମୋତେ ଦିଅ ଏକବର

ଗନ୍ଧର୍ବ ଗୁହ୍ୟକ ଯକ୍ଷ ଦାନବ ଅସୁର

ଅବାଧ୍ୟ ହୋଇଛି ମୁହିଁ ଏମାନଙ୍କଠାରେ

ବର ଦେଇଛନ୍ତି ମୋତେ ପୂର୍ବେ ବେଦବରେ

ଅଳ୍ପଜୀବୀ ମନୁଷ୍ୟକୁ ନଗଣଇ ମୁହିଁ

ଦିଅ ଏକ ମହାଅସ୍ତ୍ର ଜଗତ ବିଜୟୀ

ରାବଣ ସ୍ତବରେ ହୋଇ ଶଙ୍କର ସନ୍ତୋଷ

ଦେଲେ ଏକ ମହା ଖଡ଼୍ଗ ନାମ ଚନ୍ଦ୍ରହାସ

ବୋଇଲେ ସେ ବତ୍ସ ତୁମ୍ଭେ ଅତ୍ୟନ୍ତ ଯତ୍ନରେ

ରଖିବ ଏ ଚନ୍ଦ୍ରହାସ ଆପଣା ପାଶରେ

କଦାଚିତ ଏହା ଯଦି ଅଯତ୍ନ କରିବ

ଆମ୍ଭ ପାଶେ ନିଶ୍ଚେ ପୁଣ ନେଉଟି ଆସିବ

ଅନନ୍ତର ଦଶଗ୍ରୀବ ଶଙ୍କର ଚରଣେ

ପ୍ରଣିପାତ କରି ବାହାରିଲା ତତକ୍ଷଣେ

ମନ୍ତ୍ରୀଗଣ ସଙ୍ଗେ କରି ରଥେ ଆରୋହଣ

ଆନନ୍ଦରେ କଲା ପୃଥିବୀରେ ପର୍ଯ୍ୟଟନ

କ୍ଷନ୍ତ୍ରିୟଙ୍କ ସଙ୍ଗେ ଯୁଦ୍ଧ କରିବାର ପାଇଁ

ଆନନ୍ଦରେ ଦଶଗ୍ରୀବ ପୃଥ୍ୱୀରେ ବୁଲଇ

ଥୋକାଏ କ୍ଷନ୍ତ୍ରିୟ କରି ବଳ ଅହଙ୍କାର

ରାବଣ ହେଲେ ସବଂଶେ ସଂହାର

ଥୋକେ କ୍ଷତ୍ରି ଜାଣି ଦଶଗ୍ରୀବକୁ ଆଜେୟ

ଅଙ୍ଗୀକାର କଲେ ତାହାଠାରେ ପରାଜୟ

 

ସପ୍ତଦଶ ସର୍ଗ

ଏକଦା ରାବଣ ପର୍ଯ୍ୟଟନ ପ୍ରସଙ୍ଗରେ

ଦେଖିଲା ଯେ ହିମାଳୟ ଅରଣ୍ୟ ମଧ୍ୟରେ

ଦେବୀ ତୁଲ୍ୟ କନ୍ୟା ଏକ ପରମା ସୁନ୍ଦରୀ

ତପସ୍ୟା କରୁଛି ବସି ମୁନି ବ୍ରତ ଧରି

ପରିଧାନ କୃଷ୍ଣାଜିନ ଶିରେ ଜଟାଭାର

ବସି ଅଛି ତପସ୍ୟାରେ ମନ କରି ସ୍ଥିର

ସେ କନ୍ୟାକୁ ଦଶଗ୍ରୀବ କରି ନିରୀକ୍ଷଣ

ହସି ହସି ପଚାରିଲା ହେ ସୁନ୍ଦରୀ ଶୁଣ

ନବୀନ ଯୌବନ କାଳ ହୋଇଛି ତୁମ୍ଭର

ଏକାଳେ କରୁଛ କିପାଁ ତପସ୍ୟା କଠୋର

କାହିଁ ତୁମ୍ଭେ ସୁଖ ଭୋଗେ କାଟିବ ସମୟ

କଠୋର ତପୋରେ କରୁଅଛ ଦେହ କ୍ଷୟ

କେ କରେ ତପସ୍ୟା ବୋଲ ଯୌବନ କାଳରେ

କରନ୍ତି ଜ୍ଞାନୀଏ ସିନା ବୃଦ୍ଧ ବୟସରେ

ହେ ସୁନ୍ଦରୀ ଅଟ ତୁମ୍ଭେ କାହାର କୁମାରୀ

କିପାଇଁ କରୁଛ ବ୍ରତ ଅଟ କାହା ନାରୀ

 

 

ଯେ ଲୋକର ନାରୀ ତୁମ୍ଭେ ଅଟେ ସେହି ଧନ୍ୟ

ସ୍ୱୀକାର କରିଛ କଷ୍ଟ ବୋଲ କି କାରଣ

ତପସୀ ରାବଣେ କରି ଆତିଥ୍ୟ ସତ୍କାର

ବୋଇଲା ଯେ କୁଶଧ୍ୱଜ ମୋହର ପିୟର

ସେହି କୁଶଧ୍ୱଜ ବୃହସ୍ପତିଙ୍କ ନନ୍ଦନ

ପରମ ଧାର୍ମିକ ପିତା ତୁଲ୍ୟ ବୁଦ୍ଧିମାନ

ଏ ମହାତ୍ମା ବେଦପାଠ କରିବା କାଳରେ

ଜନ୍ମି ଥିଲି ମୁହିଁ ତାଙ୍କ ବାଙ୍ମୟୀ ମୂର୍ତ୍ତିରେ

ତେଣୁ ହୋଇ ଅଛି ମୋର ନାମ ବେଦବତୀ

ଅନନ୍ତର ଯେତେବେଳେ ହେଲି ମୁ ଯୁବତୀ

ଦେବତା ଗନ୍ଧର୍ବ ଯକ୍ଷ ରକ୍ଷ ନାଗଗଣ

ପ୍ରାର୍ଥନା କଲେକ ମୋତେ ବିବାହ କାରଣ

ମାନ୍ତ୍ର ପିତା ମୋତେ ସେମାନଙ୍କୁ ଦେଲେ ନାହିଁ

ଇଚ୍ଛା ଥିଲା ହେବେ କି ତାହାଙ୍କ ଜୁଆଇଁ

ଦୈତରାଜ ଶୂୟ ଜାଣି ପିତାଙ୍କ ସଂକଳ୍ପ

ନ ପାଇଣ ମୋତେ ମନ ମଧ୍ୟେ କରି ରୋଶ

ଅଚେତନ ଶୋଇ ଥିଲେ ପିତା ରଜନୀରେ

ମାରି ପକାଇଲା ଶୁମ୍ଭ ତାଙ୍କୁ ଗୁପତରେ

ଅନନ୍ତର ମାନ ମୋହ ହୋଇ କବଳ୍ୱିତ

ଆରୋହଣ କଲେ ଯାଇ ପିତା ସଙ୍ଗେ ଚିତା

ସମ୍ପ୍ରତି ଶିବଙ୍କ ମନୋରଥ ସିଦ୍ଧ ପାଇଁ

କରୁଛି କଠୋର ତପେ ଏକ ଚିତ୍ତ ହୋଇ

ହେ ରାଜନ ବୋଲେ ତୁ ଆତ୍ମ ବିବରଣ

ଅଟନ୍ତି ମୋହର ସୁମାଁ ବେଦ ନାରାୟଣ

ହେ ସଜନ ହୁଅ ତୁମ୍ଭେ ସମ୍ପ୍ରତି ବିଦାୟ

ତପୋବଳେ ଜାଣି ଅଛି ତୁମ୍ଭ ଅଭିପ୍ରାୟ

ଯେବଣ ବିନାଶି ଶକେ ହୋଇ ଜ୍ଜ୍ୱଳ ଜ୍ଜ୍ୱଳ

ଦେବତାଙ୍କ ମୁଖ ଚାହିଁ ବୋଇଲେ ଉତ୍ତର

ହେ ସୁନ୍ଦରୀ ବୋଲୁ ଅଛୁ ତେଜ ଏହି ବୁଦ୍ଧି

ବୁଦ୍ଧଗଣେ ଯକ୍ଷ ସିନା ଅଟେ ତପୋ ସିଦ୍ଧି

ସର୍ବ ଗୁଣେ ଗୁଣବତୀ ପରମା ସୁନ୍ଦରୀ

ମୋର କଥା ଶୁଣ ଏହି ବୁଦ୍ଧି ତ୍ୟାଗ କରି

ଲଙ୍କା ଅଧିପତି ମୁହିଁ କାମ ଦଶଗ୍ରୀବ

ଚଳି ତ ହୁଅଇ କେତେ ମୋହର ବିରତ

ବୋଲୁଁ ଅଛୁଁ ହୋଇ ତୁମ୍ଭେ ମୋର ଧର୍ମ ପତ୍ନୀ

ଅତୁଳ ଐଶ୍ୱର୍ଯ୍ୟ କୁଞ୍ଜ ହୁଅ ପାଟରାଣୀ

ଯାହାକୁ ବୋଲୁଛି ବିଷ୍ଣୁ ଅଟେ କେଉଁ ଜଣ

କଲ ଐଶ୍ୱର୍ଯ୍ୟରେ ଦୁହେଁ ମୋହର ସମାନ

ବୋଇଲେ ଯେ ବେଦବତୀ କବୋର ଏମନ୍ତ

ବ୍ରହ୍ମାଣ୍ଡରେ ବିଷ୍ଣୁ ଏକ ମାତ୍ର ବଳବନ୍ତ

ସମସ୍ତଙ୍କ ପୂଜନୀୟ ପରମ ଦେବତା

ତାହାଙ୍କୁ କହିବା କିବା କାହାର ଯୋଗ୍ୟତା

କାମାର୍ତ୍ତ ରାବଣ ଶୁଣି କୁମାରୀ ବଚନ

ଧାଇଁ ଯାଇ କନ୍ୟା କେଶ ଲୋକ ଗ୍ରହଣ

କେରବତୀ ଟାଣି ନେଇ ବେଗେ ନିଜ ବେଣି

ବୋଇଲେ ଆଶିଷ୍ଟ ଆରେ ଶୁଣ ମୋର ବାଣି

ଅକାରଣେ ତୁହି ମୋତେ କଲୁ ଅପମାନ

ତୋ ଆଗେ କରୁଛି ମୁହିଁ ଦେହ ବିସର୍ଜନ

ରେ ପାପିଷ୍ଠ ତୁହି ଏହି ଅରଣ୍ୟ ମଧ୍ୟରେ

ଅପମାନ କରୁ ସିନା ବଳ ଗରବରେ

ନିଶ୍ଚୟ ଜାଣିବୁ ତୋହ ବିନାଶ କାରଣ

ପୁନର୍ବାର କରିବି ମୁଁ ଜନମ ଗ୍ରହଣ

ରେ ପାପିଷ୍ଠ ପୁରୁଷଙ୍କୁ କରିବାକୁ ନାଶ

ନକରି ପାରନ୍ତି କେବେ ନାରୀଏ ସାହସ

ବିନାଶ କରନ୍ତି ତୋତେ ଅଭିଶାପ ଦେଇ

ମାନ୍ତ୍ର ତହିଁ ପୁଣ୍ୟ ମୋର ଯିବ କ୍ଷୟ ହୋଇ

ଯାହା ହେଉ ଥାଏ ଯଦି ମୋର ପୁଣ୍ୟ ବଳ

ଜଗତରେ ଥାଏ ଯଦି ଯଶ ଜଣ ଫଳ

ତେବେଗୋ ବିନାଶ ପାଇଁ ଜନମିବି ମୁହିଁ

କେହି ଧାର୍ମିକର ଅଯୋନଜା କନ୍ୟା ହୋଇ

ଏତେବୋଲି ବେଦବତୀ ଜ୍ୱଳନ୍ତ ଚିତାରେ

ପ୍ରବେଶିଲେ ତତକ୍ଷଣେ ରାବଣ ଆଗରେ

ଆକାଶକୁ ଘନ ଘନ ହେଲା ବାଦ୍ୟଧ୍ୱନି

ହେ ଶ୍ରୀରାମ ସେହି କନ୍ୟା ଜନକ ନନ୍ଦିନୀ

ତୁମ୍ଭର ଘରଣୀ ତୁମ୍ଭେ ବିଷ୍ଣୁ ଅବତାର

ସୀତଶାଣେ ଜାଭି ଗଲା ରାବଣ ଆମର

ସେହି ଅଗ୍ନି ଶିଖାରୁଣ କନ୍ୟା ବେଦବତୀ

ଜଗତ ମଧ୍ୟରେ ହେବେ ପୁନଶ୍ଚ ଉତ୍‌ପତି

 

ଅଷ୍ଟଦଶ ସର୍ଗ

ବେଦବତୀ କରନ୍ତେ ଯେ ଅଗ୍ନିରେ ପ୍ରବେଶ

ପୁଷ୍ପକ ରଥରେ ଚଢ଼ି ରାବଣ ରାକ୍ଷସ

ଆନନ୍ଦରେ କରେ ପୃଥିବୀରେ ପର୍ଯ୍ୟଟନ

ଦେଖିବ ଉସୀର ବୀଜ ଦେଶେ ଏକଦିନ

ଗରୁଡ଼ ଯେ ଦେଶ ରାଜା ହୋଇ ଗମାଦ୍ରିତ

କରୁଛନ୍ତି ମହାଯଜ୍ଞ ଦେବତା ସହିତ

ମହର୍ଷି ସମ୍ବର୍ତ୍ତ ହୋଇ ଅଛନ୍ତି ଯାଜକ

ଆଜି ଆନ ଋଷିଗଣେ ଯଜ୍ଞ ପ୍ରବର୍ତ୍ତୀତ

ଦୁର୍ଜୟ ରାବଣେ ଦେଖି ପରାଭବ ଭୟେ

ବୀର୍ଯ୍ୟଦା ଯୋନିରେ କୁଦି ଗଲେ ଦେବତାଏ

ବାସବ ମୟୂର ରୂପେ ଯମ କାଳ ରୂପେ

ଧନପତି କୁବେର ଯେ କୁବିଳାସ ରୂପେ

ବରୁଣ ଗରାଳରୂପେ ହେଲେ ରୂପାନ୍ତର

ଅନ୍ୟ ଅନ୍ୟ ଦେବେ ଧତି ବିବିଧ ଶରୀର

ରହିଲେ ଶକଳେ ନିଜ ଦେହକୁ ଲୋଭି

ରାକ୍ଷସ ହସ୍ତରୁ ନିଜ ନିଜ ରକ୍ଷା ପାଇଁ

 

 

ଏମନ୍ତ ସମୟ ସେହି ପାପିଷ୍ଠ ରାକ୍ଷସ

କୁକୁର ସମାନେ ତହିଁ ହେଲା ପର ବେଶ

ଗରୁଡ଼ ରାଜାକୁ ରାଇ ବୋଇଲା ବଚନ

ଆୟ ସଙ୍ଗେ ଯୁଦ୍ଧ ଆସି କର ହେ ରାଜନ

ଅଥବା ଅସ୍ତ୍ରକୁ ବୋଲ ହେଲା ପରାଜିତ

ରାବଣ ବଚନ ଶୁଣି ବୋଲନ୍ତି ମରୁତ

କେ ତୁମ୍ଭେ ଏଠାକୁ ବୋଲ କିପାଁ ଅଛି ଆସି

ବୋଲାକ ରାବଣ ତହୁଁ ଟହ ଟହ ହସି

କୁବେର ଆନୁଜ ଆମ୍ଭେ ନାମ ଦଶଗ୍ରୀବ

ଆମ୍ଭକୁ ନ ଜାଣ ଏହା ବଡ଼ ଅସମ୍ଭବ

କୁବେରକୁ ଜିଣି ଆମ୍ଭେ ଆଣିଛୁଁ ବିମାନ

ଅସୁର ପ୍ରତାପ ନ ଜାଣଇ କେଉଁ ଜଣ

ମରୁତ ବୋଇଲେ ଜେଣୁ ଜିଣିଛି ଭ୍ରାତାକୁ

ଜଗତରେ ଧନ୍ୟବୋଲି ବୋଲିଣ ତୁମ୍ଭକୁ

ଭ୍ରାତାକୁ କରଇ ଯେଉଁ ଲୋକ ପ୍ରବଳୟ

ଅସ୍ତ୍ର ଜାଣିବାରେ ସେହି ପାପୀ ଦୁରାଶୟ

ଭାଇକୁ ଜିଣିଛୁ ବୋଲି କରୁଛୁ ଗାରିମା

ଜଣାଗଲା ଜଣାଗଲା ତୋହର ମହିମା

ରେ ପାପିଷ୍ଠ ରହ କ୍ଷଣେ ଦେଖାଇବ ତୋତେ

ବାହୁଡ଼ି ଯେ ଯିବୁ ଏହା ନକର ପରତେ

ଏହା ରହି ହେଲେ ରାଜ ଯୁଦ୍ଧରେ ପ୍ରସ୍ତୁତ

ହତେ ଧନୁର୍ବାଣ ଘେନି ହେଲେ ବହିର୍ଗତ

ମହର୍ଷି ସମ୍ବର୍ତ୍ତ ଆସି ଏମନ୍ତ କାଳରେ

ରଜାକୁ ଓଗାଳି ବାଟ ବୋଇଲେ ସ୍ନେହରେ

ହେ ରାଜନ ବୋଲୁ ଅଛୁଁ ଶୁଣ ଆମ୍ଭ କଥା

ତୁମ୍ଭ ପଣେ ଶୁଦ୍ଧ ଏବେ ନୁହଇ ବ୍ୟବସ୍ଥା

ଏହି ମହେଶ୍ୱର ଯଜ୍ଞ ହେଲେ ଅସମ୍ପୂର୍ଣ୍ଣ

ନିଶ୍ଚୟ ହେବଟି ଏଥି କୁଳ କ୍ଷୟ ଜାଣି

ବିଶେଷ ଆଶ୍ରିତ ଲୋକ ନ କରନ୍ତି ଯୁଦ୍ଧ

ଧର୍ମକ୍ଷୟ ହୁଏ ଯଜ୍ଞବଳେ କଲେ କ୍ରୋଧ

ପୁଣି ଏହି ଯୁଦ୍ଧେ ଅଛି ନିତାନ୍ତ ସନ୍ଦେହ

ଯେଣୁ ଏହି ଦଶଗ୍ରୀବ ନିତାନ୍ତ ଦୁର୍ଜୟ

ଅନନ୍ତର ଗୁରୁବାକ୍ୟ ଶୁଣି ମହାପାଳ

ବିନୀତରେ ତ୍ୟାଗକରି ଆୟୁଧ ସକଳ

ସୁସ୍ଥମନେ ଯଜ୍ଞ ସ୍ଥଳେ କରନ୍ତେ ଗମନ

ଏହା ଦେଖି ଆନନ୍ଦିତ ହେଲେ ଦୈତ୍ୟଗଣ

ଅନନ୍ତର ଯଜ୍ଞ ସ୍ଥଳେ ଯାଇ ଦଶ ଶିର

ଅତ୍ୟାଗନ ଋଷିଗଣେ ଖାଇଲା ଯେ ଧରି

ମାନ୍ତ୍ର ଋଷିଗଣ ଭକ୍ତେ ନ ହୋଇ ସନ୍ତୋଷ

ପୃଥିବୀରେ ପର୍ଯ୍ୟଟନ କଲା ଯେ ରାକ୍ଷସ

ରାବଣ ଅନ୍ତେ ଇନ୍ଦ୍ର ଆଦି ଦେବଗଣ

ନିଜ ନିଜ ରୂପ ପୁଣ କଲେକ ଧାରଣ

ଅନନ୍ତର ଦେବରାଜ ବୋଇଲେ ମୟୂରେ

ଆମ୍ଭେ ଲୁଚି ରହିଥିବୁଁ ତୁମ୍ଭ ଶରୀରରେ

ଆନନ୍ଦ ମନରେ ତେଣୁ ଦେଉ ଅଛୁଁ ବର

ଆଜିଠାରୁ ସର୍ପ ଭୟ ନ ରହୁ ତୁମ୍ଭର

ତୁମ୍ଭ ପୁର ପକ୍ଷ ହେଉ ଚନ୍ଦ୍ରକୁ ମଣ୍ଡିତ

ଆୟୁ ମେଘ ଦେଖି ପୁଣ ହେବ ଆନନ୍ଦିତ

ମୟୂରଙ୍କ ପୁଚ୍ଛ ପୂର୍ବେ ଥିଲା ନୀଳବର୍ଣ୍ଣ

ଇନ୍ଦ୍ର କରେ ହୋଇ ଅଛି ଚିତ୍ରିତ ଏସନ

କାକକୁ ବୋଇଲେ ଯମ ଶୁଣ ହେ ବାୟସ

ତୁମ୍ଭ ପ୍ରତି ହୋଇ ଅଛୁଁ ଅତ୍ୟନ୍ତ ସନ୍ତୋଷ

ଅନ୍ୟ ପ୍ରାଣୀ ଗଣେ ଦେଉଁ ଯେ ସମସ୍ତ ଭୋଗ

ଆମ୍ଭ ବରେ ତୁମ୍ଭେ ତାହା ନ କରିବ ଭୋଗ

ପୃଥିବୀରେ ତୁମ୍ଭେ ଚିରଜୀବୀ ହୋଇ ଥିବ

ମନୁଷ୍ୟ ନ କଲେ ବଧ କେଭେ ନ ମରିବ

ଆୟ ଅଧିକାର ମଧ୍ୟେ ଛନ୍ତି ଯେତେ ନର

ତୁଷ୍ଟ ହେବେ ସର୍ବେ ତୁମ୍ଭେ କଲେ ଯେ ଆହାର

ବୋଇଲେ ବରୁଣ ତୁମ୍ଭେ ଶୁଣ ହେ ମରାଳ

ତୁମ୍ଭ ପକ୍ଷ ହେଉ ଚନ୍ଦ୍ର ସମାନ ଧବଳ

ସର୍ବଦା କରିବ ତୁମ୍ଭେ ଜଳରେ ବିହାର

ତୁମ୍ଭ ପ୍ରତି ପ୍ରୀତି ଚିହ୍ନ ଅଟେ ଏ ଆମ୍ଭର

ହେ ରାଜନ ହଂସମାନେ ନ ଥିଲେ ଧବଳ

ପକ୍ଷ ଅଗ୍ରଭାଗ ନୀଳ ସର୍ବାଙ୍ଗ ଶ୍ୟାମଳ

ମରାଳେ ଧବଳ ହେଲେ ତରୁଣ କୃପାରେ

ସେହି ଦିନୁ ବିଚରଣ କରନ୍ତି ଜଳରେ

ବୋଇଲେ କୁବେର କୁକଳାସେ ଡ଼ାକି କରି

ତୁମ୍ଭବର୍ଣ୍ଣ ଆଜିଠାରୁ ହେବ ସ୍ୱର୍ଣ୍ଣପରି

ଉଜ୍ୱଳ ଦିଶିବ ତୁମ୍ଭ ମସ୍ତକ ସତତ

ଏହି ଆମ୍ଭ ପ୍ରୀତି ଚିହ୍ନ ଜାଣିବ ନିତାନ୍ତ

ତୀର୍ଯ୍ୟଗ ପ୍ରାଣିଙ୍କୁ ବର ଦେଇ ଦେବ ଗଣେ

ନିଜ ନିଜ ସ୍ଥାନେ ଗଲେ ଆନନ୍ଦିତ ମନେ

 

ଏକୋନବିଂଶ ସର୍ଗ

ଅନନ୍ତର ଦଶଗ୍ରୀବ ଯୁଦ୍ଧ ଅଭିଳାଷେ

ମନ୍ତ୍ରୀଗଣେ ସଙ୍ଗେଘେନି ଭ୍ରମେ ଦେଶେ ଦେଶେ

ରାଜାଗଣ ପାଶେ ଯାଇ ବୋଲେ ଅହଙ୍କାରେ

ତୁମ୍ଭେ ଆସି ଯୁଦ୍ଧ କର ଆମ୍ଭ ସହିତରେ

ଅବା ଆସି କର ପରାଜୟ ଅଙ୍ଗୀକାର

ନତୁବା ତୁମ୍ଭର ନାହିଁ କଦାଚ ନିସ୍ତାର

ଯେ ସମସ୍ତ ରାଜା ବିଚକ୍ଷଣ ଧର୍ମ ଶୀଳ

ବିପୁଳ ସମ୍ପତ୍ତିଶାଳୀ ଯୁଦ୍ଧେ ମହାବଳ

ସେମାନେ ସ୍ୱୀକାର ମଧ୍ୟ କଲେ ପରାଜୟ

ରାବଣକୁ ଜାଣିପାରି ଯୁଦ୍ଧରେ ଅଜେୟ

ଏହିରୂପେ ପୁରୁରବା ଦୁଷ୍ମନ୍ତ ସୁରଥ

ଗାଧି ଗୟ ଆଦିକରି ସର୍ବ ନରନାଥ

ଏକେ ଏକେ ପରାଜୟ କଲେ ଅଙ୍ଗୀକାର

ଅନନ୍ତର ମନ୍ତ୍ରୀଗଣ ସଙ୍ଗେ ଦଶଶିର

ଅଯୋଧ୍ୟା କଟକେ ଯାଇ ହେଲା ଉପସ୍ଥିତ

ମହାରାଜା ଅନରଣ୍ୟ ଯହିଁ ନରନାଥ

 

 

ବୋଇଲା ରାଜାକୁ ଦଶଗ୍ରୀବ ଅହଙ୍କାରେ

ତୁମ୍ଭେ ଆସି ଯୁଦ୍ଧ କର ଆମ୍ଭ ସହିତରେ

ଅଥବା ସ୍ୱୀକାର ଆସି କର ପରାଜୟ

ଏହା ଛାଡ଼ି ନାହିଁ ତୁମ୍ଭ ନିସ୍ତାର ଉପାୟ

ଏହା ଶୁଣି ଅନରଣ୍ୟ ବୋଇଲେ କ୍ରୋଧରେ

ଆସ ତୁହି ଯୁଦ୍ଧ କର ଆମ୍ଭ ସହିତରେ

ରାକ୍ଷସମାନଙ୍କ ସଙ୍ଗେ କରିବାକୁ ରଣ

ନ ହାରିଲେ ଯୁଦ୍ଧେ ଅନରଣ୍ୟ ସେନାଗଣ

ଏଗାର ସହସ୍ର ହସ୍ତୀ ତୁରଙ୍ଗ ଅଯୁତ

ଅସଂଖ୍ୟ ପଦାତି ରଥ ରାହୁତ ମାହୁତ

ପାଆନ୍ତେ ଯୁଦ୍ଧକୁ ହେଲା ସମର ଅପାର

ମାତ୍ର ରାଜସୈନ୍ୟେ ହୋଇ ଗଲେ ଛାରଖାର

ମରନ୍ତି ପତଙ୍ଗ କଳ ଅନଳେ ଯେସନ

ରାକ୍ଷସ ବାଣରେ ମଲେ ରାଜସୈନ୍ୟଗଣ

କଲେକ ଅପାର ଯୁଦ୍ଧ ରାଜସେନାଗଣେ

ମାତ୍ର ନ ବର୍ତ୍ତିଲେ କେହି ରାକ୍ଷସଙ୍କ ବାଣେ

ସାଗରେ ପଡ଼ନ୍ତି ଶତଶତ ନଦୀଗଣ

ସୁତ ନ ଥାଏ ତହିଁ କାହାରହିଁ ଚିହ୍ନ

ରାଜସୈନ୍ୟ ସ୍ରୋତ ଆସି ପଡ଼ନ୍ତି ଯୁଦ୍ଧରେ

ମାତ୍ରକ ନ ଥାଏ ଚିହ୍ନ ଅସୁର ହସ୍ତରେ

ଏହା ଦେଖି କ୍ରୋଧଭରେ ରାଜା ଅନରଣ୍ୟ

ରାବଣ ଛାମୁକୁ ଗଲେ ଘେନି ଧନୁର୍ବାଣ

ରାବଣର ଦୁଇ ମନ୍ତ୍ରୀ ଶୁକ ଯେ ଶାରଣ

ଯୁଦ୍ଧ ଛାଡ଼ି ମୃଗପରି କଲେ ପଳାୟନ

ବୃଷ୍ଟିପାତ ହୁଏ ଯେହ୍ନେ ପର୍ବତ ଉପରେ

ଶରପଡ଼େ ତେହ୍ନେ ଦଶଗ୍ରୀବ ମସ୍ତକରେ

ମାତ୍ର ଭୀତ ହେଲାନାହିଁ ଅସୁର ରାଜନ

କ୍ରୋଧଭରେ ଅନରଣେ କଲା ଆକ୍ରମଣ

ଚାପୁଡ଼େ ମାରନ୍ତେ ଦୈତ୍ୟ ରାଜା ମସ୍ତକରେ

ଛିନ୍ନ ମୂଳ ତରୁପରି ପଡ଼ିଲେ ଭୂମିରେ

ଟହଟହ ହାସ୍ୟକରି ବୋଲଇ ରାବଣ

ଆମ୍ଭ ସଙ୍ଗେ ତୁମ୍ଭେ ପରା କରୁଥିଲ ରଣ

ନହେଲା ସମ୍ପ୍ରତି କେବା ଅଛି ଜଗତରେ

କରିବ ସମ୍ମୁଖ ଯୁଦ୍ଧ ଆମ୍ଭ ସହିତରେ

ଜଣା ଯାଏ ରଜା ତୁମ୍ଭେ ଅନ୍ତଃପୁରେ ଥିଲ

ଆମ୍ଭ ପରାକ୍ରମ କଥା ତେଣୁ ନ ଜାଣିଲ

ରାଜା ଅନରଣ୍ୟ ଥିଲେ ମୃତକଳ୍ପା ହୋଇ

ରାବଣ ଗର୍ବିତ କଥା ନ ପାରିଲେ ସହି

ବୋଇଲେ ରାକ୍ଷସ ଆରେ କାଳ ଦୁର୍ନିବାର

ନୋହିଲେ କରୁନ୍ତୁ କିରେ ଏଡ଼େ ଅହଂକାର

ସମ୍ପ୍ରତି କଲାକ ମୋତେ କାଳ ପରାଜୟ

ତୁହି ଉପଲକ୍ଷ ମାତ୍ର ଜାଣିବୁ ନିଶ୍ଚୟ

ସମ୍ପ୍ରତି ଅନ୍ତିମ ଦଶା ମୋର ଉପସ୍ଥିତ

ବୋଲୁଛି ଏତିକି କଥା ଶୁଣ ଆରେ ଦୈତ୍ୟ

ଯେବେ ମୁହିଁ କରିଥାଏଁ ଧର୍ମ ଉପାର୍ଜ୍ଜନ

ପିତାପରି କରିଥାଏଁ ପ୍ରଜାଙ୍କୁ ପାଳନ

ସତ୍‌ପାନ୍ତ୍ରରେ ଦାନ ଯେବେ କରିଥାଏଁ ମୁହିଁ

ତେବେ ମୋର ଏହି ବାକ୍ୟ ଆନ ହେବ ନାହିଁ

ଇକ୍ଷ୍ୱାକୁ ବଂଶରେ ଜାତ ହେବେ ଏକ ବୀର

ରାମଚନ୍ଦ୍ର ତାଙ୍କ ନାମ ଧାର୍ମିକ ସୁଧୀର

ତାଙ୍କ ହସ୍ତେ ତୋର ନିଶ୍ଚେ ଘଟିବ ମରଣ

ସ୍ୱର୍ଗରେ ଦୁନ୍ଦୁଭି ବାଦ୍ୟ ହେଲା ଘନଘନ

ରାବଣକୁ ଅଭିଶାପ ଦେଇ କ୍ରୋଧଭରେ

ଅନରଣ୍ୟ ପ୍ରାଣତେଜି ଗଲେ ସ୍ୱର୍ଗପୁରେ

 

ବିଂଶ ସର୍ଗ

ମନୁଷ୍ୟମାନଙ୍କୁ କରି ଭୟ ପ୍ରଦର୍ଶନ

କରୁଥିଲା ଦଶଗ୍ରୀବ ପୃଥ୍ୱୀ ପର୍ଯ୍ୟଟନ

ଦେବର୍ଷି ନାରଦ ଚଢ଼ି ମେଘ ବାହନରେ

ଉପସ୍ଥିତ ହେଲେ ଆସି ରାବଣ ପାଶରେ

ରାବଣ ପୁଛିଲା ଶିରେ ଦେଇ ବେନି ହାତ

ଆହେ ମହାମୁନି ମୋତେ ବୋଲୁନ୍ତୁ ବୃତ୍ତାନ୍ତ

କେତେ କାର୍ଯ୍ୟେ ଏ ସ୍ଥାନକୁ କଲେ ଆଗମନ

ଏହା ଶୁଣି ନାରଦ ଯେ ବୋଇଲେ ବଚନ

ଆହେ ଦଶଗ୍ରୀବ ଶୁଣ ବିଷ୍ଣୁ ପୂର୍ବକାଳେ

ନାଶ କରିଥିଲେ ଦୈତ୍ୟମାନଙ୍କୁ ସମୂଳେ

ଗନ୍ଧର୍ବ ଉରଗ ଗଣେ ଯଦି କର ନାଶ

ଶତେକ ଜାଣିବୁଁ ଅଛ ତୁମ୍ଭର ସାହସ

ବିଷ୍ଣୁ ଦୈତ୍ୟଗଣେ ନାଶ କରନ୍ତେ ମୋହର

ଜାତ ହୋଇଥିଲା ମନେ ଆନନ୍ଦ ଅପାର

ଗନ୍ଧର୍ବ ଉରଗ ଗଣେ କଲ ତୁମ୍ଭେ ନାଶ

ମନେ ମୋର ହେବ ଜାତ ସେପରି ସନ୍ତୋଷ

 

 

ହେ ବୀର ବୋଲୁଛି କିଛି ଏହି ପ୍ରସଙ୍ଗରେ

କରିବ ବିଚାରି ମାତ୍ର ଆପଣା ମନରେ

ଜଗତ ମଧ୍ୟରେ ତୁମ୍ଭେ ହୋଇ ମହାବଳୀ

ମନୁଷ୍ୟ ବିନାଶ କରି ପାଳିବ କି ଫଳ

କ୍ଷୁଦ୍ର ପ୍ରାଣୀ ନରଗଣ ମୃତ୍ୟୁ ବଶୀଭୂତ

ଏହାଙ୍କୁ କରିବା ନାଶ ନୁହଇ ଉଚିତ

ମରିଅଛି ଯେଉଁ ଲୋକ ତାକୁ ଦେଇ କ୍ଳେଶ

ଏଥିରେ ପାଇବ ବୋଲ କେବଣ ପୌରୁଷ

ଯେଉଁ ପ୍ରାଣୀମାନେ ହିତାହିତ ଜ୍ଞାନ ଶୂନ୍ୟ

ନାନାଚିନ୍ତା ଜରାବ୍ୟାଧି କ୍ଳେଶର ଅଧୀନ

କରି ସେହି କ୍ଷୁଦ୍ର ପ୍ରାଣୀମାନଙ୍କୁ ବିନାଶ

ଜଗତେ ପାଇଛି ବୋଲ କେଉଁ ଲୋକ ଯଶ

ନାନାବିଷାଦରେ ନରଲୋକ ଜଡ଼ିଭୁତ

ପିପାସାର୍ତ୍ତ ଦୈବହତ ବିଷାଦ ଶୋକାର୍ତ୍ତ

ନକର ବିନାଶ ବୀର ତୁମ୍ଭେ ଏମାନଙ୍କୁ

ଏମାନେ ଯେ କିପଦାର୍ଥ ବିଚାର ମନକୁ

ଯେବେହେଁ ଏମାନେ ଅଜ୍ଞାନରେ ଉପହତ

ମାତ୍ର ନାନାକ୍ଷୁଦ୍ର କ୍ଷୁଦ୍ର ବିଷୟ ଆସକ୍ତ

ଏମାନଙ୍କ ଗତି କିଛି ପାଏ ନାହିଁ ଜଣା

କରନ୍ତି ବିରୁଦ୍ଧ ନାନାବିଷୟ ବାସନା

କେବେ ବା କରନ୍ତି ନୃତ୍ୟ ଗୀତ ଆନନ୍ଦରେ

କେବେ ବା ବ୍ୟାକୁଳ ହୋଇ କାନ୍ଦନ୍ତି କାତରେ

ଏମାନଙ୍କ ଦୁଃଖଦଶା କି ବୋଲିବୁଁ ବାବୁ

ହରାଇ ଅଛନ୍ତି ନାରୀ ପ୍ରେମେ କଥା ସବୁ

ପରକାଳ କ୍ଳେଶ କଥା ନ ବୁଝନ୍ତି କିଛି

ଏମାନଙ୍କ ବିନାଶରେ କି ପୌରୁଷ ଅଛି

ମର୍ତ୍ତ ଲୋକ ହୋଇ ଅଛି ତୁମ୍ଭ ବଶୀଭୂତ

ମାତ୍ର ଜଗତରେ ଜୀବେ ଯେଶନ ଆୟତ୍ତ

ପ୍ରେମକୁ ନିଗ୍ରହ କରି ପାରଇ ଯେ ଏକା

ଜଗତେ ଉଡ଼ିବ ତୁମ୍ଭ ବିଜୟ ପତକା

ଭକ୍ତିରେ ବନ୍ଦନା କରି ନାରଦ ଚରଣ

ଟହଟହ ହସି ତହୁଁ ବୋଇଲା ରାବଣ

ଆହେ ମହାଋଷି ଯାଉଅଛି ପାତାଳକୁ

ନିଶ୍ଚୟ କରିବ ଜୟ ସେସ୍ଥାନ ବାସିଙ୍କୁ

ଅନନ୍ତର ଆନ ଲୋକେ କରି ପରାଜୟ

ଦେବତା ନାଗଙ୍କୁ ନାଶ କରିବି ନିଶ୍ଚୟ

କରିଣ ସକଳ ଲୋକେ ସ୍ୱବଶେ ସ୍ଥାପନ

କରିବ ଅମୃତ ପାଇଁ ସମୁଦ୍ର ମନ୍ଥନ

ବୋଇଲେ ନାରଦ ଆହେ ରାକ୍ଷସ ରାଜନ

ଯମଲୋକ ମାର୍ଗ ଅତି ଦୁର୍ଗମ କଠିଣ

ନଦେଖେଁ ଏମନ୍ତ ଲୋକ ମୁହି ଜଗତରେ

ତୁମ୍ଭବିନା ଯାଇପାରେ ଅଗମ୍ୟ ମାର୍ଗରେ

ବୋଇଲା ରାବଣ ଆହେ ଶୁଣ ତପୋଧନ

ଅବଶ୍ୟ କରିବି ତୁମ୍ଭ ଆଦେଶ ପାଳନ

ଯମକୁ କରିବା ପାଇଁ ନାଶ ଏହିକ୍ଷଣେ

ଯାଉଛୁ ଦକ୍ଷିଣ ଦିଗେ ଘେନି ମନ୍ତ୍ରୀଗଣେ

ପୂର୍ବେ କରିଥିଲି ମନ ମଧ୍ୟରେ ନିଶ୍ଚୟ

ଚାରିଗୋଟି ଲୋକପାଳ କରିବାକୁ ଜୟ

ସମ୍ପ୍ରତି ଯାଉଛି ଯମପୁରେ ଯାନ୍ତ୍ରା କରି

ପ୍ରାଣୀ ଭୟଙ୍କର ଯମେ ପକାଇବି ମାରି

ଏତେ ବୋଲି ନାରଦଙ୍କୁ କରି ପ୍ରଣୀପାତ

ଦକ୍ଷିଣ ଦିଗକୁ ଗଲା ମନ୍ତ୍ରୀଙ୍କ ସହିତ

ମହର୍ଷି ନାରଦ ତହୁଁ ଭାଳିଲେ ମନରେ

ଆୟୁ କ୍ଷୟ ହେଲେ ଯେବା ଧର୍ମ ଅନୁସାରେ

ଦିଅନ୍ତି ବିବିଧକ୍ଳେଶ ବ୍ରହ୍ମାଣ୍ଡ ଲୋକଙ୍କୁ

ରାବଣ କିପରି ଜୟ କରିବ ତାହାଙ୍କୁ

ଦ୍ୱିତୀୟ ଅନଳ ପରି ପାପପୁଣ୍ୟ ସାକ୍ଷୀ

ଯେ ମହାତ୍ମା ସଚେତନ ଜୀବେ ଛନ୍ତି ରଖି

ତ୍ରିଭୁବନ ଚଳୁଅଛି ଯାହାଙ୍କ ଭୟରେ

ରାବଣ କରିବ ତାଙ୍କୁ ଜୟ କି ପ୍ରକାରେ

ଯେ ବିଧାତା ଧାତା ସର୍ବ କର୍ମ ଫଳଦାତା

ସମସ୍ତ ପ୍ରାଣୀଙ୍କ ଏକମାତ୍ର ରକ୍ଷାକର୍ତ୍ତା

କିପରି କରିବ ଜୟ ତାହାକୁ ରାବଣ

ଅବା ତାର ଏକମାତ୍ର ସକଳ କାରଣ

କାଳ ଅତିରିକ୍ତ କିଛି କାରଣକୁ ଧରି

ଯମ ରାଜେ ଜୟ କରି ପାରେ ଦଶଶିର

ରାବଣ ଯମକୁ ଜୟ କରିବ କେମନ୍ତେ

ଦେଖିବାକୁ କୌତୁହଳ ଜନ୍ମି ଅଛି ଚିତ୍ତେ

ବିଳମ୍ବ ନ କରି ଯାଉଅଛି ଯମପୁରେ

ଦୁଇଜଣଙ୍କର ଯୁଦ୍ଧ ଦେଖିବି ଚକ୍ଷୁରେ

 

ଏକବିଂଶ ସର୍ଗ

ଅନନ୍ତର ଦେବଋଷି ତ୍ୱରିତ ପଦରେ

ଯମାଳୟେ ଉପସ୍ଥିତ ହେଲେ ଯମଠାରେ

ଦେଖିଲେ ସମ୍ମୁଖେ ଯମ ରଖି ଅନଳକୁ

ଶୁଭା ଶୁଭ ଫଳ ଦେଉ ଅଛନ୍ତି ପ୍ରାଣୀଙ୍କୁ

ନାରଦଙ୍କୁ ଦେଖି ଯମ କରି ସନମାନ

ବସିବା ନିମନ୍ତେ କଲେ ଆସନ ପ୍ରଦାନ

ବସନ୍ତେ ନାରଦ ପଚାରିଲେ ଯମ ରାଣ

ଆଜ୍ଞାକର ଆପଣଙ୍କ ଆସିବା କାରଣ

ଧର୍ମତ ବିନଷ୍ଟ ହୋଇ ନାହିଁ କେଉଁଠାରେ

ଶାରୀରିକ ଆପଣତ ଛନ୍ତି କୁଶଳରେ

ନାରଦ ବୋଇଲେ ଆହେ ଶୁଣ ଯମ ରାଏ

ମନ ଦେଇ ଶୁଣ ତୁମ୍ଭେ ବୋଲିବି କଥାଏ

ଦଶଗ୍ରୀବ ନାମେ ଏକ ରାକ୍ଷସ ଦୁର୍ଜୟ

ଆସୁଛି ତୁମ୍ଭକୁ କରିବାକୁ ପରାଜୟ

ତରତର ହୋଇ ତେଣୁ ଆସିଲି ଏଠାକୁ

ଏ ଅଦ୍ଭୁତ ସମାଚାର ଦେବାକୁ ତୁମ୍ଭକୁ

 

 

ଏମନ୍ତ ସମୟେ ଦୁରୁ ଦିଶିଲା ବିମାନ

ମହା ତେଜୋବନ୍ତ ଯେହ୍ନେ ମାର୍ତ୍ତଣ୍ଡ କିରଣ

ପ୍ରଭାକାଳେ ଚାରିଦିଗ କରି ଆଲୋକିତ

ଦଶଗ୍ରୀବ ଯମ ଦ୍ୱାରେ ହେଲା ଉପସ୍ଥିତ

ଦେଖିଲା ପ୍ରାଣୀଏ ନିଜ ନିଜ କର୍ମ ଫଳ

ଭୋଗ କରୁଛନ୍ତି ହୋଇ ନିତାନ୍ତ ବିକଳ

କେଉଁଠାରେ ଉଗ୍ରମୂର୍ତ୍ତୀ ଭୀଷଣ ଭାବରେ

କ୍ଳେଶ ଦେଉଛନ୍ତି ଜୀବେ ବଧ ବନ୍ଧନରେ

କାହିଁ ପ୍ରାଣୀଗଣ କରୁଛନ୍ତି ଆର୍ତ୍ତ ନାଦ

କୃମିକୀଟେ ଖାଇବାରୁ ତାଙ୍କ ମାଂସ ମେଦ

ଖାଉଛନ୍ତି କାହାକୁ ବା ଭୀଷଣ କୁକୁରେ

ଚୀତ୍କାର କରୁଛି କେହି ପ୍ରାଣୀ ଆର୍ତ୍ତସ୍ୱରେ

ଦାରୁଣ ବିଳାପ ବସି କରୁ ଅଛି କେହି

କେହି ବୈତରଣୀ ନଦୀ ଯାଏ ପାର ହୋଇ

କାହାକୁ କିଙ୍କର ଗଣେ ତପ୍ତ ବାଲୁକାରେ

ଗଡ଼ାଉ ଅଛନ୍ତି ପୁଣ ପୁଣ ନିର୍ଦ୍ଦୟରେ

ହାଣୁଛନ୍ତି କାହା ଦେହ କରି ରତି ରତି

ରୌରବ ନରକେ ନେଇ ପକାଉ ଅଛନ୍ତି

କ୍ଷାର ନଦୀ ଜଳେ କାହା ଦେହକୁ ଡ଼ୁବାଇ

କ୍ଷୁରଧାରେ କାଟୁଛନ୍ତି ଦେହ ରହି ରହି

କାହିଁ କେହି ଜଳ ପ୍ରାର୍ଥୀ କେହିବା କ୍ଷୁଧାର୍ତ୍ତ

ମାଗି ପାଉ ନାହିଁ କେହି ଜଳ ବିନ୍ଦୁ ମାନ୍ତ୍ର

କେହିବା କଙ୍କାଳ ମାତ୍ର ଦେହ ଅବଶିଷ୍ଟ

କେହି ପଡ଼ି ପାଉ ଅଛି ନାନାରୂପ କଷ୍ଟ

ଏମାନଙ୍କ ଦେହ ମଳ ପଙ୍କରେ ବିଲିପ୍ତ

ରୁକ୍ଷ ଦେହ ଶୁଷ୍କ ମୁଖ କେଶେ ଅଛ ମୁକ୍ତ

ଏହି ପାପୀ ଜୀବ ଗଣେ ଦେଖିଲା ରାବଣ

ପୁଣ ସିଂହାସନେ ବସିଛନ୍ତି ଯମ ରାଣ

କାହିଁ ଦେଖିଲା ସେ ନିଜ ପୁଣ୍ୟ ବଳେ ନରେ

ଗୀତ ବାଦ୍ୟ କରୁଛନ୍ତି ପ୍ରାସାଦେ ସୁଖରେ

ଯେଉଁ ପ୍ରାଣୀ ଗଣେ କରିଥିଲେ ଗୋରୁଦାନ

କରୁଛନ୍ତି ବସି ଆନନ୍ଦରେ କ୍ଷୀର ପାନ

ଅନ୍ନ ଦାତା ପାଉ ଅଛି ବିବିଧ ମିଷ୍ଟାନ୍ନ

ଗୃହ ଦାତା ପାଏ ଗୃହ ଧନ ଧାନ୍ୟ ପୂର୍ଣ୍ଣ

ଯମ ପୁରେ ଯାଇ ମହାବଳ ଦଶଶିରି

ଯନ୍ତ୍ରଣା ପୀଡ଼ିତ ଲୋକେ ଦେଲା ମୁକ୍ତା କରି

ପାପିଷ୍ଠ ନାରକୀ ମାନଙ୍କର ଅଦୃଷ୍ଟରେ

କ୍ଷଣକ ନିମନ୍ତେ ସୁଖ ଘଟିଲା ବିଧିରେ

ଏହା ଦେଖି ଯମପୁରୀ ପ୍ରେତ ରକ୍ଷି ଗଣ

କ୍ରୋଧଭରେ କରେ ରାବଣକୁ ଆକ୍ରମଣ

ମାରିଲେ ମୁଷଳ ବାଡ଼ି ପୁଷ୍ପକ ଉପରେ

ରଥ ଧ୍ୱଜ ଭାଙ୍ଗି ଗଲା ସେହି ଆଘାତରେ

ମାତ୍ର ଦେବ ରଥ ଏହା ଭାଙ୍ଗିବାର ନୁହେ

ପୂର୍ବପରି ହୋଇ ଗଲା ଅଳପ ସମୟେ

ଏଥୁ ଅନନ୍ତରେ କ୍ରୋଧଭରେ ଦୈତ ରାଜ

ସମ ସୈନ୍ୟେ ଲକ୍ଷ କରି ବିନ୍ଧିଲା ନାରାଜ

ରାବଣ ସଚୀବ ଗଣ ଦେହୁ ରକ୍ତ ବହେ

ଯମ ଦୁତ ଅସ୍ତ୍ରଘାତେ ବୃଷ୍ଟି ଧାରା ପ୍ରାୟେ

ଏକକୁ ଆରେକ କରୁଛନ୍ତି ଅସ୍ତ୍ରାଘାତ

ଆକାଶରୁ ହେଉ ଅଛି କିବା ବଜ୍ରପାତ

ଯମ ଦୂତ ଗଣେ ରାବଣକୁ ଲକ୍ଷ କରି

ବାଣ ବୃଷ୍ଟି କରୁଛନ୍ତି ବୃଷ୍ଟି ଧାରା ପରି

ପୁଷ୍ପିତ ଅଶୋକ ବୃକ୍ଷ ଦିଶଇ ଯେମନ୍ତ

ରକ୍ତ ଲାଗି ଦଶଗ୍ରୀବ ଦିଶଇ ତେମନ୍ତ

ଅନନ୍ତର ଦଶଗ୍ରୀବ ମହା କ୍ରୋଧ ଭରେ

ଯମ ସୈନ୍ୟ ପ୍ରତି ଶୂଳ ମୁଷଳ ପ୍ରହାରେ

ମାତ୍ର ଯମଦୂତେ ଦୈତ୍ୟ ଅସ୍ତ୍ର ହେଳା କରି

ଅସ୍ତ୍ର ଶସ୍ତ୍ର ଘେନି ରାବଣକୁ ଗଲେ ଘେରି

ମାରନ୍ତି ମୁଦ୍ଗର ପାସ ଖଡ଼୍‌ଗ ମୂଷଳ

କକଡ଼ା ମାସରେ ଯେବେ ବରଷଇ ଜଳ

ପୁଷ୍ପକ ବିମାନ ତ୍ୟାଗ କରି କ୍ରୋଧ ଭରେ

ଗିରିପରି ଉଦ୍ଭା ହେଲା ରାବଣ ମହିରେ

ରୁହ ରୁହ ବୋଲି ସୈନ୍ୟ ଡ଼ାକି ଦଶାନନ

ବିନ୍ଧିଲା ଆକର୍ଣ୍ଣ ଟାଣି ପାଶୁପତ ବାଣ

ଏହି ଅସ୍ତ୍ର ଧୂମ ଯୁକ୍ତ ନିତାନ୍ତ ଭୀଷଣ

କ୍ଷଣ ମଧ୍ୟେ କରି ପାରେ ବ୍ରହ୍ମାଣ୍ଡ ଦହନ

ତେଜନ୍ତେ ରାବଣ ଅସ୍ତ୍ର ବୃକ୍ଷ ଲତାମାନେ

ତେଜାନଳେ ଭସ୍ମ ହୋଇ ଗଲେ ତତକ୍ଷଣେ

ଯମଦୂତେ ପାଶୁପତ ଅସ୍ତ୍ର ତେଜାନଳେ

ଭସ୍ମୀଭୂତ ହୋଇ ସର୍ବେ ପଡ଼ିଲେ ଭୁତଳେ

ରାବଣ ସଚୀବଗଣେ କଲେ ଜୟ ଧ୍ୱନି

ଥର ଥର ଥର ହୋଇ କମ୍ପିଲା ମେଦିନୀ

 

ଦ୍ୱାବିଂଶ ସର୍ଗ

ଯମ ଏହି ନାଦ ଶୁଣି ବୁଝିଲେ ମନରେ

ନିଜପକ୍ଷ ସୈନ୍ୟଗଣେ ପଡ଼ିଲେ ସମରେ

କ୍ରୋଧରେ ନିଶ୍ୱାସ ତାଙ୍କ ବହେ ଘନ ଘନ

ଦିଶିଲା ନୟନ ବେନି ଅରୁଣ ବରଣ

ସାରଥିକୁ ପାଶେ ରାଇ ବୋଇଲେ ସାରଥି

ଆମ୍ଭ ରଥ ସଜ କରି ଘେନି ଆସ ଏଥି

ବିଳମ୍ବ ନ କରି ରଥ ଆଣିଲା ସାରଥି

ଆରୋହଣ କଲେ ଯାଇ ତହିଁ ଜନ୍ତୁପତି

ସର୍ବନାଶକାରୀ ମୃତ୍ୟୁ ଛନ୍ତି ସାକ୍ଷାତରେ

ମୂର୍ତ୍ତିମାନ କାଳଦଣ୍ଡ ଘେନିଛନ୍ତି କରେ

ଭୀଷଣ ବୃତାନ୍ତ ଦେଖି କ୍ରୋଧ କଳେବର

ବ୍ରହ୍ମାଣ୍ଡେ ପ୍ରାଣିଏ ହେଲେ ଭୟରେ ଅସ୍ଥିର

ଦେବତାଏ ହେଲେ ମଧ୍ୟ କ୍ରୋଧରେ କମ୍ପିତ

ଘୋରନାଦ କରି ବିଜେ କଲା ଯମରଥ

ରଥ ଘର ଘର ନାଦେ କମ୍ପୁଛି ଭବନ

ସମର ଭୂମିରେ ଯାଇ ହେଲା ଅବତୀର୍ଣ୍ଣ

 

 

ରାବଣ ସଚୀବଗଣେ ଯମ ରାଜେ ଦେଖି

ଭୟରେ ପଳାଇ ଗଲେ ସମର ଉପେକ୍ଷି

ବିଚାରିଲେ ଯମ ସଙ୍ଗେ ସମର ଦୁଷ୍କର

ତେଣୁ ପଳାଇଲେ ଭୟେ ସକଳ ଅସୁର

ମାତ୍ର ଦଶଗ୍ରୀବ ହେଲା ନାହିଁ ବିଚଳିତ

ରଣ କ୍ଷେତ୍ରେ ଉଭା ହେଲା ଯେସନେ ପର୍ବ୍ବତ

ଯମ ଦଶାନନ ମଧ୍ୟେ ହେଲା ଯୁଦ୍ଧ ଘୋର

ଜଗତରେ ନାହିଁ ଦେବାପାଇଁ ପଟାନ୍ତର

ଏକ ତୀକ୍ଷ୍ମ ଶୂଳ ହସ୍ତେ ଘେନି ଜନ୍ତୁରାଣ

ରାବଣର ମର୍ମସ୍ଥଳ କଲେ ଛିନ୍ନଭିନ୍ନ

ଯମ ରଥ ଉପରକୁ ମାରେ ଦୈତ୍ୟ ବାଣ

କଙ୍କଡ଼ା ମାସରେ ଯେହ୍ନେ ବରଷଇ ଘନ

ମାତ୍ର କିଛି ନ ପାରିଲା କରି ପ୍ରତିକାର

ସାତଦିନ ସାତରାତି ହେଲା ଯେ ସମର

ଦେବତା ଗନ୍ଧର୍ବ ସିଦ୍ଧ ମହାଋଷି ଗଣ

କରୁଛନ୍ତି ଶୂନ୍ୟେ ଥାଇ ଯୁଦ୍ଧ ଦରଶନ

ଯୁଦ୍ଧନାଦେ ହେଉ ଅଛି ମେଦିନୀ କମ୍ପିତ

ପ୍ରଳୟର କାଳ କିବା ହେଲା ଉପସ୍ଥିତ

କ୍ରୋଧରେ ରାବଣ ମାରେ ଶର ବାଛି ବାଛି

ଆକାଶରୁ ଯେହ୍ନେ ଜଳଧାର ପଡ଼ୁଅଛି

ମୃତ୍ୟୁକୁ ମାରିଲା ବଜ୍ରତୁଲ୍ୟ ଚାରି ଶର

ସାତ ଶରେ କଲା ସାରଥିକୁ ଜରଜର

ଘନଘନ ବିନ୍ଧେ ବାଣ ଯମକୁ ଅନାଇ

ତହିଁ ତାଙ୍କ ଦେହ ଗଲା ଛିନ୍ନଭିନ୍ନ ହୋଇ

ଏହା ଦେଖି ମହାକ୍ରୋଧ କଲେ ଯମରାଏ

ମୁଖରୁ ଅନଳ ନିଶ୍ୱାସରୁ ଧୂମ ବହେ

ଏ ବ୍ୟାପାର ଦେଖି ଆକାଶରେ ଦେବତାଏ

ଚକିତ ହେଲେକ କେହି ନ କହେ କଥାଏ

କ୍ରୋଧଭରେ ମୃତ୍ୟୁ ବୋଲେ ଯମକୁ ବଚନ

ଆଜ୍ଞାକର ଏହିକ୍ଷଣେ ବଧିବ ରାବଣ

ଭଲରୂପେ ମୋର ଶକ୍ତି ଜାଣନ୍ତି ଆପଣ

ଯେ ଆସଇ ଆଗେ ତାର ହରଇ ଜୀବନ

ନମୁଚି, ଶଙ୍କର, ଧୁମକେତୁ ବୈରୋଚନ

ହିରଣ୍ୟ କଶ୍ୟପୁ ଦୈତ୍ୟରାଜ ଶମ୍ଭୁ ବାଣ

ଶାସ୍ତ୍ରବିଦ ରାଜଋଷି ଉରଗ ଗନ୍ଧର୍ବ

ପଶୁପକ୍ଷୀ ଆଦି ପୃଥିବୀର ପ୍ରାଣୀ ସର୍ବ

କି ବୋଲିବି ଅଧିକ ବା ଜାଣନ୍ତି ବିଶେଷ

କରିବ ଯୁଗାନ୍ତ କାଳେ ବ୍ରହ୍ମାଣ୍ଡକୁ ନାଶ

ରାକ୍ଷସ ରାବଣ କଥା ଅଟେ କିବା ଛାର

ପୃଥିବୀରେ ହୋଇ ଅଛି କେଉଁ ବିର ଚୀର

ଅତଏବ ହେ ରାଜନ କରୁନ୍ତୁ ଆଦେଶ

ଏହି ଦଣ୍ଡେ କରିବି ମୁଁ ଦୈତ୍ୟକୁ ବିନାଶ

ଏ ମୋହର ଶକ୍ତି ନୁହେ ଗୁଣ ସ୍ୱାଭାବିକ

ମୋହର ଅଧୀନ ଜଗତରେ ପ୍ରାଣୀ ଯାକ

ମୃତ୍ୟୁକୁ ବୋଇଲେ ଯମ କ୍ଷଣେ ହୁଅ ସ୍ଥିର

ଏହିକ୍ଷଣେ କରୁ ଅଛି ଦୈତକୁ ସଂହାର

ଏତେବୋଲି କାଳଦଣ୍ଡ ଘେନି କ୍ରୋଧ ମନେ

ଉଞ୍ଚାଇଲେ ରାବଣକୁ ମାରିବା କାରଣେ

ମହା ଭୟଙ୍କର ଦଣ୍ଡ ପାଶେ କାଳ ପାଶ

ନିମିଷ ମାତ୍ରକେ ପୃଥ୍ୱୀ କରି ପାରେ ନାଶ

ପଡ଼ିବା ଅଧିକ କଥା କଲେ ଦରଶନ

ବ୍ରହ୍ମାଣ୍ଡ ପ୍ରାଣୀଏ ତେଜି ପାରନ୍ତି ଜୀବନ

ଏହାର ପ୍ରଖର ତେଜେ ରାବଣ ଶରୀର

ଦିଶିଲା ମଳିନ ହୋଇ ନିର୍ଜୀବ ପ୍ରକାର

ରାବଣର ମନ୍ତ୍ରୀଗଣ ପଳାଇଲେ ଭୟେ

ସିଂହରୂପ ଦେଖି ଯେହ୍ନେ ଶଶକ ପଳାଏ

ଉପସ୍ଥିତ ହୋଇ ତହିଁ ବ୍ରହ୍ମା ପ୍ରଜାପତି

ବୋଇଲେ କଥାଏ ଶୁଣ ଆହେ ଜନ୍ତୁପତି

ଏହି ରାବଣକୁ ତୁମ୍ଭେ ନର୍କର ସଂହାର

ହୋଇଛି ଅବଧ୍ୟ ଏହି ପାଇ ଆମ୍ଭ ବର

ତୁମ୍ଭେ ଯଦି ବାବୁ ତାକୁ ବିନାଶ କରିବ

ଆଜିଠାରୁ ଆମ୍ଭ ବର ବ୍ୟର୍ଥ ହୋଇ ଯିବ

ତୁମ୍ଭ ଯୋଗେ ହେବ ଯଦି ଆମ୍ଭ ବର ବ୍ୟର୍ଥ

ନିଶ୍ଚୟ ଜାଣିବ କଲ କାର୍ଯ୍ୟ ଅନୁଚିତ

ଗନ୍ଧର୍ବ ଅସୁର କିମ୍ବା ମନୁଷ୍ୟ ଦେବତା

କେହି ଯଦି ଆମ୍ଭ ବାକ୍ୟ କରଇ ଅନ୍ୟଥା

ଜଗତର କାର୍ଯ୍ୟ ହୋଇ ଯିବ ଛିନ୍ନ ଭିନ୍ନ

ନ ରହିବ କିଛି କାର୍ଯ୍ୟ ନିୟମ ଅଧୀନ

ତୁମ୍ଭ ଏହି କାଳ ଦଣ୍ଡ ଅବ୍ୟର୍ଥ ଅଟଳ

ଯାହାକୁ କରିବ ଲକ୍ଷ ନବର୍ତ୍ତିବ ସେହି

ପ୍ରାଣୀମାନଙ୍କର ମୃତ୍ୟୁ ଏହାର ଆୟତ୍ତ

ଏହା ମଧ୍ୟ ଅଟେ ଆମ୍ଭ ସୃଷ୍ଟି ଅଭିପ୍ରେତ

ଅତଏବ କାଳଦଣ୍ଡ କର ସମ୍ବରଣ

ମଲେ ଦୈତ୍ୟ ଆମ୍ଭବର ହେବ ଅକାରଣ

ଅଥବା ନ ମଲେ ଯଦି ରାବଣ ଦୁର୍ଜୟ

ବ୍ୟର୍ଥ ହେବ ଏହି ଦଣ୍ଡ ସୃଷ୍ଟି ଅଭିପ୍ରାୟ

ମିଥ୍ୟା ଦୋଷେ ଲିପ୍ତ ବାବୁ ନ କର ଆମ୍ଭକୁ

ନକର ନକର ବଧ ରାକ୍ଷସ ରାଜାକୁ

ଆପଣ ଆମ୍ଭର ପ୍ରଭୁ ବୋଇଲେ ଶମନ

ଆପଣଙ୍କ ଆଜ୍ଞା କରି ପାରେଁ କି ମେଶ୍ୱଣ

କରୁଅଛି ମୁହିଁ କାଳଦଣ୍ଡ ସମ୍ବରଣ

ଆପଣଙ୍କ ବଳେ ଅଟେ ଅବଧ୍ୟ ରାବଣ

ଯଦି ମୁହି ନ ମାରିବି ପାପିଷ୍ଠ ଅସୁରେଣ

ତେବେ କିବା ପ୍ରୟୋଜନ ରହିହୁଏ ସ୍ଥାନଭେଦ

ଏତେବୋଲି ଯମ ରଥ ସାରଥି ସୁବିଡ଼

ତତକ୍ଷଣେ ଯୁଦ୍ଧ ସ୍ଥଳୁ ହେଲେ ଅନ୍ତରାୟ

ଦ୍ୱାରି ପଳାଇଲା ଯମ ମଣିଲା ଉତ୍କଣ୍ଠା

ଆନନ୍ଦରେ ଜୟ ନାଦ କରେ ଘନ ଘନ

ମହର୍ଷି ନାରଦ ଯମ ବ୍ରହ୍ମା ସହିତରେ

ଯାତ୍ରା ବଳେ ଦେବ ଲୋକେ ଆନନ୍ଦ ମନରେ

 

ଇତି ଶ୍ରୀରାମାୟଣେ ଉତ୍ତରାକାଣ୍ଡେ ଦ୍ୱାବିଂଶ ସର୍ଗ

 

Unknown

ତ୍ରୟୋବିଂଶ ସର୍ଗ

ଏହିରୂପେ ପରାଜୟ କରି ଶମନକୁ

ରାଇଲା ରାବଣ ମନ୍ତ୍ରିମାନଙ୍କ ପାଶକୁ

ସର୍ବାଙ୍ଗରୁ ବହୁ ଅଛି ତାର ରକ୍ତ ଧାର

ମନ୍ତ୍ରୀମାନେ ଆସି ତାକୁ କଲେ ସସାହର

କରିବାରୁ ଦଶଗ୍ରୀବ ଶମନରୁ ଜୟ

ମନ୍ତ୍ରୀମାନେ ଏଥିପାଇଁ ମଣିଲେ ବିସ୍ମୟ

ଅନନ୍ତର ସେମାନଙ୍କୁ ଘେନି ଦଶାନନ

ପୁଷ୍ପକ ବିମାନେ ଯାଇ କଲା ଆରୋହଣ

ଧାଡ଼ି ଦେଲା ପାତାଳକୁ ଘେନି ମନ୍ତ୍ରୀଗଣ

ନିର୍ଭୟ ମନରେ କରି ସମୁଦ୍ର ଲଘଂନ

ଦୈତ୍ୟ ଅଧିଷ୍ଠାନ ଭୂମି ଉରଗ ଆଶ୍ରିତ

ଅକୁଳ ସିନ୍ଧୁକୁ ଭୟ ନକରି ବିଞ୍ଚିତ

ପ୍ରବେଶିଲା ବାସୁକୀର ଭୋଗବତୀ ପୁରେ

ନାଗଗଣେ ପରାଜୟ କଲା ସହଜରେ

ତହୁଁ ଯାତ୍ରା କରି ଗଲା ମଣିମୟୀ ପୁରେ

ନିବାତ କବଳେ ବାସ କରନ୍ତି ଯେଠାରେ

 

 

ନିବାର କବଚ ଋଣ ପାଇଁ ବ୍ରହ୍ମାବର

ଅଟନ୍ତି ଅବଧ୍ୟ ଯୁଦ୍ଧେ ମହା ବଳିଆର

ଘୋରତର ଯୁଦ୍ଧ ହେଲା ଉଭୟ ପକ୍ଷରେ

ଦୁଇ ପକ୍ଷ ବଳି ଥାଇ ଅଟନ୍ତି ସମରେ

ତ୍ରିଶୂଳ କୁଳୀଶ ଥିଲା ଗଦା ପାଦ ପାଣି

ଏକକୁ ଆରେକ ହେଉଛନ୍ତି ହଣା ହଣି

ନ ଦିଅଇ ପଛ ଘୁଞ୍ଚା କେହି ନିମିଷେକ

ଏହିରୂପେ କାଳଗତ ହେଲା ବରଷେକ

ଏମନ୍ତ ସମୟେ ତହିଁ ବ୍ରହ୍ମା ପଳାୟନ

ନିବାରି କବଚ ଗରେ ବୋଇଲେ ବଚନ

କ୍ଷାନ୍ତ ହୁଅ ତୁମ୍ଭେମାନେ ନକର ସମର

ରାବଣ ଅବଧ୍ୟ ଅଟେ ପାଇ ଆମ୍ଭ ବର

ତୁମ୍ଭେମାନେ ମଧ୍ୟ ଅଟ ଅବଧ୍ୟ ସମରେ

ଅତଏବ ବୋଲୁଁ ସନ୍ଧି କର ପରାସରେ

ଅନନ୍ତର ଅଗ୍ନି ସାକ୍ଷି କରି ଦଶକନ୍ଧି

ନିବାତକବଚ ଗଣ ସଙ୍ଗେ କଲା ସନ୍ଧି

ଏକକୁ ଆରେକ ଯହୁଁ ହେଲା ବନ୍ଧୁ ପଣ

ବରଷେକକାଳ ତହିଁ ରହିଲା ରାବଣ

ଶତରୂପ ମାୟାଶିକ୍ଷା କରି ସେ ସ୍ଥାନରେ

ଉପସ୍ଥିତ ହେଲା ତହୁଁ ଅଶ୍ଲୋକ ନଗରେ

କାଳକେୟ ନାମେ ଦୈତ୍ୟେ ଥାନ୍ତି ସେ ସ୍ଥାନରେ

ଶୂର୍ପନଖା ପତି ବିବ୍ୟୁଜିହ୍ୱ ସହିତରେ

ଉଭୟପକ୍ଷରେ ହେଲା ଯୁଦ୍ଧ ଘୋରତର

ମାତ୍ର ସେମାନଙ୍କୁ କଲା ରାବଣ ସଂହାର

ଏହି ଯୁଦ୍ଧେ ମୁହୁର୍ତ୍ତକେ ଦୈତ୍ୟ ଚାରିଶତ

ସହଜରେ ନାଶ କରି ଥିଲ ଦଶମାଥ

ଅନନ୍ତର ସେ ସ୍ଥାନରୁ ପୁଷ୍ପକରେ ଚଢ଼ି

ରାବଣ ବରୁଣପୁର ଯାଏ ଦେଲା ଧାଡ଼ି

କୈଳାସ ପର୍ବତପରି ସେପୁରୀ ଧବଳ

ସୁରଭୀ କରନ୍ତି ବାସ ତହିଁ ଚୀରକାଳ

କାମଧେନୁଠାରୁ ଦୁଗ୍ଧ ବହେ ନିରନ୍ତର

ଯାତ ହୋଇ ଅଛି ଯହିଁ କ୍ଷିରୋଦ ସାଗର

ତାଙ୍କଠାରୁ ଶୀତରଶ୍ମି ଚନ୍ଦ୍ର ପ୍ରାଦୁର୍ଭୁତ

ଛନ୍ତି ଯହିଁ କ୍ଷଣ ପାପ ଋଷିଏ ଜୀବିତ

ଜନମ ହୋଇଛି ତହୁଁ ପତ୍ରଗଣ୍ଡୁ ସୁଧା

ପୁଣି ନିରନ୍ତରେ କ୍ଷରୁଅଛି ତହିଁ ସୁଧା

ଭକ୍ତିଭାବେ ସୁରଭୀକୁ କରି ପ୍ରଦିକ୍ଷଣ

ବରୁଣ ଆଳୟେ ଯାର ପଶିଲା ରାବଣ

ଏହି ପୁରୀ ଚାରିପାର୍ଶ୍ୱ ନହଜେ ନିକ୍ଷାର

ବିରାଜଇ ନିତ୍ୟ ସୁଖ ନାହିଁ ନିରନ୍ତର

ପ୍ରବେଶ କରନ୍ତେ ପୁରୀ ମଧ୍ୟକୁ ରାବଣ

ପାହାଚିଏ ଆସି ତାକୁ କଲେ ଆମନ୍ତ୍ରଣ

ସହଜରେ ପରାଜୟ କରି ସେମାନଙ୍କୁ

ବୋଇଲା ରାବଣ କ୍ରୋଧେ ରାଇ ସେମାନଙ୍କୁ

ତୁମ୍ଭେମାନେ ପାଇ ବୋଲ ବରୁଣ ପାଶରେ

ଆମେ ଅଛୁଁ ଆମେ ଯୁଦ୍ଧ କରିବା ଇଚ୍ଛାରେ

ଇଚ୍ଛା ଯଦି କରି ଯୁଝ ଆସୁର ସହିତ

କିମ୍ବା ହାତ ଯୋଡ଼ି ବୋଲୁ ହେଲୁଁ ପରାଜିତ

କରିବେ ଯଦ୍ୟପି ପରାଜୟ ଅଙ୍ଗୀକାର

ତେବେ ତାହା ସର୍ବ ଭୟ ହୋଇଯିବ ଦୂର

ଅନନ୍ତର ବରୁଣଙ୍କ ପୁତ୍ର ପୌତ୍ରମାନେ

ବାହାରିଲେ କ୍ରୋଧେ ଯୁଦ୍ଧ କରିବା କାରଣେ

ବରୁଣଙ୍କ ଦୁଇ ମନ୍ତ୍ରୀ ଗୋ ପୁଣି ପୁଷ୍କର

ସେମାନଙ୍କ ସଙ୍ଗେ ବାହାରିଲେ ଧାତିକାର

ଅରୁଣ ବରୁଣ ରଥେ କରି ଆରୋହଣ

ଉପସ୍ଥିତ ହେଲେ ଆସି କରିବାକୁ ରଣ

ଉଭୟପକ୍ଷରେ ଯୁଦ୍ଧ ହେଲା ଘୋରତର

ସେ ଯୁଦ୍ଧକୁ ଦେବାପାଇଁ ନାହିଁ ପଟାନ୍ତର

କ୍ଷଣକ ମଧ୍ୟରେ ରାବଣର ମନ୍ତ୍ରୀମାନେ

ଛିନ୍ନଭିନ୍ନ କରିଦେଲେ ବରୁଣ ସଇନ୍ୟେ

ବରୁଣ ସଇନ୍ୟେ ଯହୁଁ ଯୁଦ୍ଧେ ଗଲେ ହଟି

ପୁତ୍ର ପୌତ୍ରଗଣେ ଆକାଶକୁଗଲେ ଉଠି

ଆକାଶ ମାର୍ଗରେ ଥାଇ କଲେ ଘୋର ରଣ

ରାବଣ ସୈନ୍ୟଙ୍କୁ କରିଦେଲେ ଛିନ୍ନଭିନ୍ନ

ଅନଳେ କରନ୍ତେ ଘନଘନ ସିଂହନାଦ

ମହୋଦର ମନେ ତହୁଁ ଜାତ ହେଲା କ୍ରୋଧ

ପାଇ ଗଲା ମୃତ୍ୟୁ ଭୟ କରି ବିସର୍ଜନ

ବରୁଣର ପୁତ୍ର ସର୍ବେ କଲା ଘୋର ରଣ

ଦୈତ୍ୟ ମହୋଦର କ୍ରୋଧେ ହାଣିଲ ଗଦାଏ

ବରୁଣର ପୁତ୍ରେ ହୋଇନ ପାରିଲେ ଥଏ

ଆସନ୍ତେ ସୋ ଶୂନ୍ୟ ମାର୍ଗୁ ଓହ୍ଲାଇ ତଳକୁ

ମହାଦନ ନାଶ ଲୋଡ଼ିଲେ ସାରଥିଙ୍କୁ

ରଥ ଶୂନ୍ୟ ହେଲା ବରୁଣଙ୍କ ସୁତଦର୍ପ

ଆକାଶରେ ପୁନର୍ବାର କଲେ ଆରୋହଣ

ଦେବ ପ୍ରଭାବରେ ଶତ୍ରୁଶର ଗଦାଘାତ

ନ ଲାଗିଲା ତାଙ୍କ ଦେହେ ଆଘାତ କିଞ୍ଚିତ

ଅନନ୍ତର ଗଦାଘାତ କରି ମହୋଦରେ

ତୀରବୃଷ୍ଟି କଲେ ଯାଇ ରାବଣ ଉପରେ

ପର୍ବତ ଉପରେ ଯେହ୍ନେ ପଡ଼େ ବୃଷ୍ଟିଧାର

ରାବଣ ଉପରେ ତେହ୍ନେ ପଡ଼ୁ ଅଛି ଶର

ରାବଣ କ୍ରୋଧରେ ମଧ୍ୟ ମୂଷଳ ମୂଦ୍ଗରେ

ଘନ ଘନ ବିନ୍ଧୁଅଛି ବରୁଣ କୁମାରେ

ଅନନ୍ତର ପୁତ୍ରଗଣେ ନ ପାରିଲେ ସହି

ଯୁଦ୍ଧସ୍ଥଳେ ପଡ଼ିଗଲେ ଅବସନ୍ନ ହୋଇ

ପଳାଇଲେ ଯୁଦ୍ଧଛାଡ଼ି ଘେନି ସୈନ୍ୟଗଣ

ତାହା ଦେଖି ସିଂହନାଦ କଲେ ଦଶାନନ

ବରୁଣ ମନ୍ତ୍ରୀକୁ ରାଇ ବୋଲେ ଦଶଶିର

ବୋଲ ଯାଇ ବରୁଣକୁ ଆମ୍ଭ ସମାଚାର

ପ୍ରହାସ ବରୁଣ ମନ୍ତ୍ରୀ ବୋଲେ ଦଶଶିରେ

ନାହାନ୍ତି ବରୁଣ ଦେବ ଆପଣା ଗୃହରେ

ସଙ୍ଗୀତ ଶୁଣିବା ପାଇଁ ଜଳ ଆଧିପତି

କିଛିଦିନ ହେଲା ବ୍ରହ୍ମଲୋକେ ଯାଇଛନ୍ତି

ତାଙ୍କ ପୁତ୍ରଗଣେ ହୋଇଛନ୍ତି ପରାଜିତ

ଆଉ କିପାଁ ପରିଶ୍ରମ କର ଦଶମାର୍ଥ

 

ଇତି ଶ୍ରୀରାମାୟଣେ ଉତ୍ତରକାଣ୍ଡେ ତ୍ରୟୋବିଂଶସର୍ଗ

 

ପ୍ରକ୍ଷପ୍ତ ପ୍ରଥମ ସର୍ଗ

ଅନନ୍ତର ଦଶାନନ ଆନନ୍ଦ ମନରେ

ବାହାରିଲା ସୈନ୍ୟବଳ ଘେନି ଲଙ୍କାପୁରେ

ରହି ପ୍ରସଙ୍ଗରେ ବାଟେ ଅଶନ ବଗର

ଦେଖିଲା ସେଠାରେ ଏକ ନ୍ତ୍ରୁର ମନେ ହର

ପୁରି ସିଂହଦ୍ୱାର ଅଟେ ବୈଦୁର୍ଯ୍ୟ ନିର୍ମ୍ମିତ

ସ୍ଫଟିକ ସୋପାନମାଳା ହୀରକ ଶୋଭିତ

ଗୃହ ସ୍ନାନେ ସ୍ଥାନେ ଦେଶ ସୁବର୍ଣ୍ଣା ଆସନ

ଏହା ଦେଖି ପ୍ରହସ୍ତକୁ ବୋଲଇ ରାବଣ

ପାମ ବୀର ବୁଝି ଯାଏ କାହାର ପୁର

ଅମରାବତୀକୁ ଏହି ନୋହିବ ପଟାନ୍ତର

ପ୍ରହସ୍ତ ରାବଣ ବୋଇଲା ଗଲା ଧାତିକାରେ

ସିଂହଦ୍ୱାର ଅବିକ୍ରମୀ ପ୍ରବେଶିଲା ପୁରେ

ଦେଖିଲା ପ୍ରଥମ କକ୍ଷେ କେହି ଲୋକ ନାହିଁ

କ୍ରମେକ୍ରମେ ସାତକକ୍ଷ ଗଲା ପାର ହୋଇ

ଅଷ୍ଟମ କ୍ଷରେ ଜ୍ୱଳୁଅଛି ଅଗ୍ନିଶିଖା

ଯୋଗେନ୍ଦ୍ର ପୁରୁଷ ତହିଁ ବସିଅଛି ଏକା

 

 

ପ୍ରହସ୍ତକୁ ଦେଖି ସେହି ଯୋଗେନ୍ଦ୍ର ପୁରୁଷ

ଅତି ଉଚ୍ଚସ୍ୱରେ କଲେ ଟହଟହ ହାସ୍ୟ

ସେହି ଉକରବ ଶୁଣି ପ୍ରାହସ୍ତ ଭୟରେ

ପଳାଇ ଆସିଲା ତହିଁ ରାବଣ ଛାମୁରେ

ଜଣାଇଲା ହାତଯୋଡ଼ି ସର୍ବ ସମାଚାର

ତାହା ଶୁଣି ଓହ୍ଲାଇଲା ରଥୁଁ ଦଶଶିର

ପ୍ରବେଶ ହେଲାକ ଯାଇ ପୁରୀ ସିଂହଦ୍ୱାରେ

ଭୀଷଣ ପୁରୁଷ ଏକ ଦେଖିଲା ସେଠାରେ

କୃଷ୍ଣକାୟ ସେ ପୁରୁଷ ହସ୍ତରେ ମୂଷଳ

ଅତି ଉଚ୍ଚ ଦେହ ତାର ବଦନ କରାଳ

ଲଲାଟରେ ଚନ୍ଦ୍ର କଳା ଚକ୍ଷୁ ରକ୍ତବର୍ଣ୍ଣ

ବିଶାଳ ମାଂସଳ ନାସିକା ଭୀଷଣ

ଦୀର୍ଘ ଶ୍ମଶ୍ରୁ ଓଷ୍ଠ ବିମ୍ବ ସମାନ ଅଭକ୍ତ

ବଳ ସୁନ୍ଦର କୁନ୍ଦ ପୁଷ୍ପ ତୁଲ୍ୟ ଦନ୍ତ

ସୁନ୍ଦର ଗଠିତ ଗ୍ରୀବା ନ୍ତ୍ରିବଳୀ ଅଙ୍କିତ

ତାକୁ ଦେଖି ଦଶଗ୍ରୀବ ହେଲା ଲୋମାଞ୍ଚିତ

ଅତିଶୟ ଭୟେ ବହେ ଘନ ଘନ ଶ୍ୱାସ

କଥା କହିବାକୁ ତାର ନ ହେଲା ସାହସ

ରାବଣ ଚିନ୍ତିତ ଦେଖି ବୋଇଲେ ସେ ବୀର

କିପାଇଁ ଆସିଛ ସତ୍ୟ ଦଶଶିର

ଆସ ତେବେ ଯୁଦ୍ଧକର ଆମ୍ଭ ସହିତରେ

କିମ୍ବା ବୋଲ ଏଥି ଆସି ଅଛ କି ଆଶାରେ

ଦାନବ ରାଜନ ଚାରିଭୁବନ ବିଖ୍ୟାତ

ତୁମ୍ଭେ କି ଲୋଡ଼ୁଛ ଯୁଦ୍ଧ ତାହାଙ୍କ ସହିତ

ଏହା ଶୁଣି ଦଶଗ୍ରୀବ ଉଠିଲା ଚମକି

ବୋଇଲା ବୋଲନ୍ତୁ ମୋତେ କପଟ ନ ରଖି

ଅଟନ୍ତି ସେ କେଉଁ ଜଣ ଯେ ଗଛନ୍ତି ଘରେ

କରିବି ସମର ମୁହିଁ ତାହାଙ୍କ ସଙ୍ଗରେ

ବୋଇଲେ ପୁରୁଷ ଗୃହେ ଅଛନ୍ତି ସେ ଜନ

ଅଟନ୍ତି ବିଖ୍ୟାତ ବଳ ଦାନବ ରାଜନ

ଉଦାର ସ୍ୱଭାବ ମହାବୀର ଗୁଣବନ୍ତ

ଭୀଷଣ କୃତାନ୍ତ ପରି ମହା ତେଜୋବନ୍ତ

ବିମୁଖ ନୁହନ୍ତି ସେହି କଦାଚ ସମରେ

ବୁର୍ଜୟ ବିଜୟୀ ପ୍ରିୟମ୍ବଦ ସ୍ୱଭାବରେ

ଅଟନ୍ତି ସେ ଅନୁରାଗୀ ଗୁରୁ ବିପ୍ର ପ୍ରତି

ନ କରେ ତାହାଙ୍କୁ ସ୍ୱାର୍ଥ ବିଚଳିତ ମତି

କରନ୍ତି ସକଳ କାର୍ଯ୍ୟ ମଣି ଦେଶ କାଳ

ମହାସତ୍ୟ ସତ୍ୟବାଦୀ ସୌମ୍ୟ ମହାବଳ

ସ୍ୱାଧ୍ୟାୟସମ୍ପନ୍ନ ବାୟୁ ତୁଲ୍ୟ ବେଗ ଗାମୀ

ବହ୍ନି ତୁଲ୍ୟ ତେଜୋବନ୍ତ ଗୁଣବାନ ବାଗ୍ମୀ

ଦେବତା ଉରଗ ପକ୍ଷୀ ଆଦିଛନ୍ତି ଯେତେ

କାହାଠାରୁ ଦ୍ଭୀତ ନ ହୁଅନ୍ତି କଦାଚିତେ

ତୁମ୍ଭେ କି ଲୋଡ଼ିଛ ଯୁଦ୍ଧ ତାହାଙ୍କ ସହିତ

ତେବେ ଆସ ହୁଅ ଏବେ ଯୁଦ୍ଧରେ ପ୍ରବୃତ୍ତ

ଅନନ୍ତର ଦଶଗ୍ରୀବ ଗଲା ବଳି ପାରେ

ତାକୁ ଦେଖି ବଳିରାଜା ବୋଇଲେ ହରଷେ

ଆସ ବାବୁ କୋଳେ ବସ ବୋଲିକି କରିଣ

କେତେ କାର୍ଯ୍ୟ ଲୋଡ଼ି ଏଥି କଲ ଆଗମନ

ବୋଇଲା ଗର୍ବରେ ଆହେ ଦାନବ ରାଜନ

ଶୁଣିଲି କରିଛି ବିଷ୍ଣୁ ତୁମ୍ଭକୁ ବନ୍ଧନ

ଆଜ୍ଞାକର ଏହି ମାତ୍ର କରିବି ମୁକତ

କରୁଛି ପ୍ରତିଜ୍ଞା ଦେବ ନାହିଁ ଅନ୍ୟମତ

ଉଚ୍ଚ ହାସ୍ୟ କରି ବଳି ବୋଇଲା ତାହାକୁ

ଆହେ ଦଶଗ୍ରୀବ ଶୁଣ ବୋଲୁଛି ତୁମ୍ଭକୁ

ଦେଖିଲ ଯାହାଙ୍କୁ କୃଷ୍ଣବରଣ ପୁରୁଷ

ନିରନ୍ତର ଦ୍ୱାର ଦେଶେ କରୁଛନ୍ତି ବାସ

ଦାନବ ଗଣକୁ କରିଛନ୍ତି ବଶୀଭୂତ

ଅତିଶୟ ପରାକ୍ରମୀ କୃତାନ୍ତ ସାକ୍ଷାତ

ଏହି କରିଛନ୍ତି ବଳେ ବଞ୍ଚିନା ଆମ୍ଭକୁ

ଏମନ୍ତ କେ ଅଛି ଅବା ଜିଣିବ ତାହାଙ୍କୁ

ଅଟନ୍ତି ସେ ସର୍ବମୟ ଭୁବନ ପାଳକ

ପ୍ରଳୟ କାଳରେ ଏକ ମାତ୍ର ସଂହାରକ

ତିନିକାଳ ଭୂତ ଭବିଷ୍ୟତ ବର୍ତ୍ତମାନ

ଅଟନ୍ତି ନିୟନ୍ତା ଏହି ପ୍ରଭୁ ଭଗବାନ

ଏହାଙ୍କ ପ୍ରସାଦେ ଜଗତରେ ପ୍ରାଣୀମାନେ

ଅଛନ୍ତି ନିୟତ ରହି ସ୍ୱକର୍ମ ବନ୍ଧନ

ଆମ୍ଭେମାନେ ଜାଣୁ ନାହିଁ ଏହାଙ୍କ ମହିମା

ଏହି କଳି ଏହିକାଳ ସକଳ ଅଣିମା

ଅଟନ୍ତି ଏ ହର୍ତ୍ତା କର୍ତ୍ତା ତ୍ରିଲୋକ ବିଧାତା

ଚରାଚର ପ୍ରାଣୀଙ୍କର କେବଳ ନିୟନ୍ତା

କରନ୍ତି ସଂହାର ସର୍ବ ପ୍ରଳୟ କାଳରେ

ସୃଜନ୍ତି ଅନାଦି ଜଗତକୁ ପୁନର୍ବାରେ

ଦାନ ଯଜ୍ଞ ହୋମ ଆଦି ସର୍ଜନ ରକ୍ଷକ

ତାଙ୍କୁ ଆଶ୍ରେ କରିଛନ୍ତି ତ୍ରିଭୁବନଲୋକ

ତୁମ୍ଭେ ଆମ୍ଭେ ପୁଣି ପୂର୍ବେ ଥିଲେ ଯେତେ ସର୍ବେ

ପଶୁ ପରି ବନ୍ଧା ଅଛୁଁ ତାହାଙ୍କ ପାଦରେ

ତୁଳି ତନୁ, ଶୁକ, ଶମ୍ଭୁ ନିଶୁମ୍ଭ ଅର୍ଜ୍ଜୁନ

ଶୁମ୍ଭ କାଳନେମି, କୁଟ, ମୃଦୁବୈରୋଚନ

ପ୍ରାହ୍ଲାଦ, କୈଟଭ, ମଧୁ, କଂସ ଯେ ଯମଳ

ପୂର୍ବକାଳେ ଏହିମାନେ ଥିଲେ ମହାବଳ

ଥିଲେ ସର୍ବେ ଯୋଗଧର୍ମୀ ମହାତ୍ମା ଧାର୍ମିକ

ଦାନ ଯଜ୍ଞକାରୀ ସତ୍ୟବାଦୀ ବିବେଚକ

ଥିଲା ଏମାନଙ୍କ ରାଜ୍ୟ ବିପୁଳ ବିଭବ

କରି ଯାଇଛନ୍ତି ନାନା ସୁଖ ଅନୁଭବ

କରୁଥିଲେ ନିତ୍ୟଦାନ ଯଜ୍ଞ ଅଧ୍ୟୟନ

ଧର୍ମ୍ମ ଅନୁସାରେ କରି ପ୍ରଜାଙ୍କୁ ପାଳନ

ସୁପକ୍ଷ ରକ୍ଷକ ପରପକ୍ଷ କ୍ଷୟକାରୀ

ଥିଲେ ଏକ ଏକ ସାର୍ବଭୌମ ଛତ୍ରଧାରୀ

ସର୍ବ ଶାସ୍ତ୍ରଦର୍ଶୀ ସର୍ବ ବିଦ୍ୟା ବିଶାରଦ

ଶତ୍ରୁ ଠାରୁ କେବେ ପାଇ ନାହାନ୍ତି ବିଷାଦ

ବାରମ୍ବାର ପରାଜୟ କରି ଦେବ ଗଣେ

ଦେବ ରାଜ୍ୟ ରଖିଥିଲେ ଆପଣା ଶାସନେ

ଯେବେହେଁ ସକଳେ ଥିଲେ ପ୍ରଳୟେ ସମରେ

ମାତ୍ରକ ସକଳେ ଥିଲେ ବିଷ୍ଣୁ ଆୟତ୍ତରେ

କି ଉପାୟେ କରିବାକୁ ହୁଏ ଶତ୍ରୁ ନାଶ

ଭଗବାନ ବିଷ୍ଣୁ ତାହା ଜାଣନ୍ତି ବିଶେଷ

ଶତ୍ରୁନାଶ କାଳ ଯେବେ ହୁଏ ଉପସ୍ଥିତ

ଆପଣେ ହୁଅନ୍ତି ହୃଦୁରୁପେ ଆବିର୍ଭୁତ

ଅନନ୍ତର କରି ସେହି ସ୍ୱକାର୍ଯ୍ୟ ସାଧନ

ହୁଅନ୍ତି ଆପଣାରୂପେ ପୁଣି ଅନ୍ତର୍ଦ୍ଧାନ

ପୂର୍ବେ ଥିଲେ ଯେତେ ଦୈତ୍ୟ ଯୁଦ୍ଧରେ ଦୁର୍ଦ୍ଧର୍ଷ

ସମସ୍ତଙ୍କୁ କରିଛନ୍ତି ଯୁଦ୍ଧେ ବିଷ୍ଣୁ ନାଶ

ବୋଇଲେ ଦାନବ ଗଜ ବଳି ପୁନର୍ବାର

ଏକ କଥା ଏବାକୁ ଅଛୁଁ ଶୁଣ ଲଙ୍କେଶ୍ୱର

ଏହି ଯେ ସମ୍ମୁଖେ ଦେଖୁ ଅଛ କୁଣ୍ଡଳକୁ

ଯାଅ ବାବୁ ଘେନି ଆସ ଆମ୍ଭ ନିକଟକୁ

ବନ୍ଧନ ମୋଚକ କଥା ବୋଲିବି ମୁ ସର୍ବ

ଯାଅ ବାବୁ ଘେନି ଆସ ନ କର ବିଳମ୍ବ

ଦଶାନନ ବଳ ପର୍ବେ ଉନମତ ହୋଇ

କୁଣ୍ଡଳ ପାଶକୁ ଗଲା ଆଣିବାର ପାଇଁ

ହସି ହସି କୁଣ୍ଡଳକୁ କଲା ଉତ୍ପାଟନ

ମାତ୍ର ତାହା ନ ପାରିଲା ଉଠାଇ ରାବଣ

ମହାଲାଜ ପାଇ ଚେଷ୍ଟା କଲା ପୁନର୍ବାର

ଉଠାନ୍ତେ କୁଶଳ ପଡ଼ିଗଲା ଦଶଶିର

କଟାଗଛ ପରି ହେଲ ଭୂତଳେ ପତିତ

ସର୍ବାଙ୍ଗୁ ବହିଲା ଧାର ଧାର ହୋଇ ରକ୍ତ

ଏ ଘଟଣା ଦେଖି ପ୍ରହସ୍ତାଦି ମନ୍ତ୍ରି ଗଣ

ହାହାକାର କରି ଉଚ୍ଚେ କଲେକ ରୋଦନ

ଅନନ୍ତର ଦଶଗ୍ରୀବ କ୍ଷଣକ ଉତ୍ତାରେ

ଚେତନା ପାଇଣ ଉଠି ବସିଲା ସଧୀରେ

ମାତ୍ରକ ଲଜ୍ଜାରେ ସେହି ନଟେକିଲା ମୁଣ୍ଡ

ବହୁବେଳ ଯାଏଁ ତାର ନ ଫିଟିଲା ତୁଣ୍ଡ

ଅନନ୍ତର ବଳି ଦଶଗ୍ରୀବେ ପାଶୋରଇ

ବୋଇଲେ ହେ ବାବୁ ସତ କହିବଇ ମୁହିଁ

ଏହା ଯେ କୁଣ୍ଡଳ ଗୋଟି ରତନ ନ ଖଚିତ

ଯାହା ତୁମ୍ଭେ ଯାଇ ଥିଲ ଆଣିବା ନିମନ୍ତ

ହିରଣ୍ୟ କଶିପୁ ତାର ପିତାମହଙ୍କର

ଏହା ଥିଲା ପୂର୍ବେ ତାଙ୍କ ବର୍ଣ୍ଣ ଅଳଙ୍କାର

ଆଜିଯାଏଁ ଏହା ପଡ଼ି ଅଛି ଏସ୍ଥାନରେ

ତାହାଙ୍କ ମୁକୁଟ ଅଛି ପର୍ବତ ଉପରେ

ହିରଣ୍ୟକଶିପୁଙ୍କର ନ ଥିଲା ମରଣ

ନ କରଇ କେହି ତାଙ୍କ ସଙ୍ଗେ ଶତ୍ରୁ ପଣ

କିବା ରାତ୍ରି କିବା ଦିନ ଉଭୟ ସନ୍ଧ୍ୟାରେ

ନ ମରିବେ ନିରୂପିତ ଥିଲା ଯେ ପୂର୍ବରେ

କିବା ଜଳ କିବା ସ୍ଥଳ ଅସ୍ତ୍ରେ ବା ଗଗନେ

ନିର୍ଦ୍ଧାରିତ ଥିଲା ନ ମରିବେ କେଉଁ ସ୍ଥାନେ

ଦିନେ ବାଦ ହେଲା ତାଙ୍କ ପ୍ରହ୍ଲାଦ ସହିତ

ଏମନ୍ତ ସମୟେ ଏକ ବୀର ଆଚମ୍ବିତ

ଆବିର୍ଭୁତ ହେଲେ ତହିଁ ନୃସିଂହ ଆକାର

ତାଙ୍କୁ ଦେଖି ହୋଇ ସର୍ବେ ଭୟରେ କାତର

ସେ ନୃସିଂହରୂପୀ ବୀର ଦୁଇ ହାତେ ଧରି

ହିରଣ୍ୟକଶିପୁ ଦେହ ପକାଇଲେ ଚିରି

ଏ ଅଦଦ୍ଭୁତ କାର୍ଯ୍ୟ କରିଥିଲେ ଯେଉଁ ଜଣ

ଦ୍ୱାରେ ଛନ୍ତି ସେହି ବାସୁଦେବ ନିରଞ୍ଜନ

କୀର୍ତ୍ତନ କରିବି ମୁହିଁ ମହିମା ତାଙ୍କର

ଯଦି ଶ୍ରଦ୍ଧା ହୁଏ ତେବେ ଶୁଣ ଦଶଶିର

ଦ୍ୱାର ଦେଶେ ଉଭାଛନ୍ତି ଯେ ମହାପୁରୁଷ

ଅସଂଖ୍ୟ ଦେବତା ଇନ୍ଦ୍ରେ କରିଥିଲେ ବଶ

ରାବଣ ବୋଇଲା ମୁହିଁ ମରଣ ସହିତ

ପ୍ରେତ ରାଜ ଜମ ସଙ୍ଗେ କରିଛି ସାକ୍ଷାତ

ଯମ ହସ୍ତେ ପାଶ ଚକ୍ଷୁ ଲୋହିତ ବରଣ

ବିଚ୍ୟୁତ ସମାନ ଜିହ୍ୱା ତେଜ ଅତି ତୀକ୍ଷ୍ଣ

ଭୟାନକ ବେଶ କେଶ ଜାଲ ଊର୍ଦ୍ଧ୍ୱ ଗତ

ସାପ ବିଷ ଲୋମରାଜି ବିକଟାଳ ଦନ୍ତ

ସୂର୍ଯ୍ୟପରି ମହାତେଜି ଅତ୍ୟନ୍ତ ଭୀଷଣ

ଜଗତ ପାପିଙ୍କୁ ଦଣ୍ଡ କରନ୍ତି ବିଧାନ

ସେହି ଶମନକୁ ମୁହିଁ ହେ ଦାନବ ପତି

କଣଅଛି ଯୁଦ୍ଧେ କରିନାହିଁ କିଛି ଭୀତି

ନଜାଣେ ତାହାଙ୍କ ଯେବା ଛନ୍ତି ଦ୍ୱାର ଦେଶେ

ଦୟାକରି ତାଙ୍କ କଥା ବୋଲୁନ୍ତୁ ବିଶେଷେ

ଦଶଗ୍ରୀବେ ଚାହିଁ ବଳି ବୋଇଲେ ହେ ଶୁଣ

ଦେଲେକ ବିଧାତା ସେହି ହରିନାରାୟଣ

ଅଟନ୍ତି କପିଳ ବିଷ୍ଣୁ ଅନନ୍ତ ନୃସିଂହ

ପାଶହସ୍ତ ନ୍ତ୍ରତୁଧାମା ସୁଧାମା ସମ୍ଭହ

ଦ୍ୱାଦଶ ମାର୍ତ୍ତଣ୍ଡସମ ଅଟନ୍ତି ତେଜସ୍ୱୀ

ପୁରାଣ ପୁରୁଷ ସ୍ମରନାଥ ବ୍ରହ୍ମରାଶି

ନୀଳ ମେଘାକାର ଦେହ ଜ୍ୱଳନ୍ତ କରାଳ

ସୁରୋତ୍ତମ ମହାଯୋଗୀ ଭକତ ବତ୍ସଳ

କରୁଛନ୍ତି କେତେଗଣେ ସୃଜନ ପାଳନ

ପ୍ରଳୟ କାଳରେ ଏହି ସଂହାର କାରଣ

ଏହି ଯଜ୍ଞ ଏହି ଯାଜ୍ୟ ଚକ୍ରଧାରୀ ହରି

ସର୍ବଦେବ ସର୍ବଭୂତମୟ ଦଇତାରି

ସର୍ବଲୋକମୟ ଏହି ସର୍ବଜ୍ଞାନ ମୟ

ମହାରୂପୀ ସର୍ବରୂପୀ ଜଗତ ଆଶ୍ରୟ

ତ୍ରିଲୋକର ଗୁରୁ ବୀରଘାତୀ ବୀର ଚକ୍ଷୁ

ତାଙ୍କୁ ଆଶ୍ରେ କରିଥାନ୍ତି ସକଳ ମୁମୁର୍ଷୁ

ଅବିନାଶୀ ବଳଦେବ ଶୁଦ୍ଧ ଚିତମୟ

ତାଙ୍କୁ ଆଶ୍ରେ କରିଥାନ୍ତି ମୁନି ସମୁଦାୟ

ପୁରୁଷ ମହିମା ଯେ ଅଛି ଅବଗତ

କଦାଚ ସେ ହୁଏ ନାହିଁ ପାପରେ ବିଲିପ୍ତ

ଏହାଙ୍କ ପ୍ରସାଦେ ସ୍ତବ ଯାଗଯଜ୍ଞ ଫଳ

ଲାଭ କରିଥାନ୍ତି ଜଗତର ପ୍ରାଣୀକୁଳ

ରାବଣ କ୍ରୋଧରେ ବମିରାଜା କଥା ଶୁଣି

ଧାଇଁଗଲା ଯହିଁ ଉଭା ଥିଲେ ଚକ୍ରପାଣି

ଏହା ଦେଖି ମନେ ବିଚାରିଲେ ଚକ୍ରଧର

ସଂପ୍ରତି କରିବି ନାହିଁ ଏହାକୁ ସଂହାର

କରିବାକୁ ହେବ ବ୍ରହ୍ମା ବଚନ ସମ୍ମାନ

ଏତେ ଭାଳି ଅନ୍ତର୍ଦ୍ଧାନ ହେଲେ ନାରାୟଣ

ନ ଦେଖି ରାବଣ ନାରାୟଣକୁ ସେଠାରେ

ସିଂହନାଦ କରି ବାହାରିଲା ଆନନ୍ଦରେ

ଯେଉଁ ମାର୍ଗ ଧରି ଯାଇଥିଲା ସେହିପୁରେ

ସେହି ବାଟେ ବାହୁଡ଼ିଲା ସିନା ଆନନ୍ଦରେ

 

ଇତି ଶ୍ରୀରାମାୟଣେ ଉତ୍ତରାକାଣ୍ଡେ ପ୍ରକ୍ଷିପ୍ତ ପ୍ରଥମସର୍ଗ

 

ପ୍ରକ୍ଷିପ୍ତ ଦ୍ଵିତୀୟ ସର୍ଗ

ସୁମେରୁ ଶିଖରେ କରି ରଜନୀ ଯାପନ

ବାହାରିଲା ସୂର୍ଯ୍ୟଲୋକେ ପ୍ରଭାତେ ରାବଣ

ପ୍ରହସ୍ତାଦି ମନ୍ତ୍ରୀମାନେ ଛନ୍ତି ସଙ୍ଗତରେ

ସର୍ବ ତେଜୋମୟ ସୂର୍ଯ୍ୟେ ଦେଖିଲା ସେଠାରେ

ସୂର୍ଯ୍ୟ ପିନ୍ଧିଛନ୍ତି ରତ୍ନ ଖଚିତ ବସନ

ହସ୍ତରେ କେୟୁର କର୍ଣ୍ଣ କୁଣ୍ଡନ ଭୁଷଣ

କଣ୍ଠେ ରତ୍ନମାଳା ଦେହେ ରକତ ଚନ୍ଦନ

ମହା ଅଶ୍ୱ ଉଚ୍ଚୈଶ୍ରବା ତାହାଙ୍କ ବାହାନ

ସେହି ଆଦିଦେବ ପୁଣି ଅନାଦି ଅମଧ୍ୟ

ଲୋକସାକ୍ଷୀ ଜଗତ୍ପତି ଜଗତ ଆରାଧ୍ୟ

ରାବଣ ହୋଇଣ ସୂର୍ଯ୍ୟ ତେଜରେ କାତର

ପ୍ରହସ୍ତ ଯୋଗରେ ପଠାଇଲା ସମାଚାର

ବୋଇଲା ପ୍ରହସ୍ତ ତୁମ୍ଭେ ଯାଅ ସୂର୍ଯ୍ୟ ପାଶେ

ବୋଲିବ ଆସିଛୁଁ ଆମ୍ଭେ ଏବେ ଯୁଦ୍ଧ ଆଶେ

ହୁଏ ଆସି ଯୁଦ୍ଧ କର ଆମ୍ଭର ସହିତ

ନତୁବ ସ୍ୱୀକାର କର ହେଲ ପରାଜିତ

 

 

ଆଜ୍ଞା ପାଇ ଗଲା ସୂର୍ଯ୍ୟ ପାଶକୁ ପ୍ରହସ୍ତ

ଦେଖିଲା ସେ ଦୁଇ ଦ୍ୱାରପାଳ ବଳବନ୍ତ

ପିଙ୍ଗଳ ଯେ ଦଣ୍ଡି ଦ୍ୱାରେ ଥିଲେ ଉଭା ହୋଇ

ପ୍ରହସ୍ତ ବୋଇଲା ସେମାନଙ୍କ ମୁଖ ଚାହିଁ

ଯୁଦ୍ଧ କରିବାକୁ ଆସିଛନ୍ତି ଦଶଶିର

ତୁମ୍ଭେମାନେ ଦିଅ ଦିବାକରେ ସମାଚାର

ସୂର୍ଯ୍ୟ ତେଜ ଶ୍ରୀହସ୍ତ ଯେ ନପାରିଣ ସହି

ଆପେଣା କଲାକ ଦ୍ୱାରଦେଶେ ତୁନି ହୋଇ

ଦଣ୍ଡି ବୀର ପାକ ସୂର୍ଯ୍ୟ ପାଶକୁ ବହନ

ରାବଣର ସମାଚାର କଲା ନିବେଦନ

ଏହା ଶୁଣି ଦିବାକର ବୋଇଲେ ଦଣ୍ଡିକୁ

ଏହିକ୍ଷଣେ ଯାଅ ବୀର ରାବଣ ପାଶକୁ

ପରାଜୟ କର ତାକୁ ଯଦି ତୁମ୍ଭେ ପାର

ନତୁବା ରକିବ ପରାଜୟ ଅଙ୍ଗୀକାର

ରାବଣ ପାଶକୁ ଯାଇ ଦଣ୍ଡି ମହାଶୟ

ଜଣାଇଲା ସୂର୍ଯ୍ୟ ଦେବଙ୍କର ବରପ୍ରାୟ

ବିଜୟ ଘୋଷଣା କରି ତହୁଁ ଦଶଗ୍ରୀବ

ବାହାରିଲା ତାହୁଁ ସଙ୍ଗେ ଘେନି ମନ୍ତ୍ରୀ ସର୍ବ

 

ଇତି ଶ୍ରୀରାମାୟଣେ ଉତ୍ତରାକାଣ୍ଡେ ପ୍ରକ୍ଷିପ୍ତ ୨ୟ ସର୍ଗ

 

ପ୍ରକ୍ଷିପ୍ତ ତୃତୀୟ ସର୍ଗ

ଧନନ୍ତର ଦଶଶିର ସୁମେରୁ ଶୃଙ୍ଗରେ

ରାତ୍ରିକାଳେ ବାସକରି ସୈନ୍ୟ ସହିତରେ

ବାହାରିଲ ଚନ୍ଦ୍ର ଲୋକେ ମନ ଆନନ୍ଦରେ

ଯିବାବେଳେ ପୁରୁଷେକ ଦେଖିଲା ମାର୍ଗରେ

ସେ ପୁରୁଷ କରିଛନ୍ତି ରଥେ ଆରୋହଣ

ସର୍ବାଙ୍ଗରେ ଲେପିଛନ୍ତି ଅଗୁରୁ ଚନ୍ଦନ

ଅପସରା ନ୍ତ୍ରୋତରେ ହେଉଛନ୍ତି ରତିଶ୍ରାନ୍ତ

ଅପ୍‌ସରା ଚୁମ୍ବନେ ହେଉଛନ୍ତି ଜାଗରିତ

ରାବଣ ତାହାଙ୍କୁ ଦେଖି ହେଲା ଚମତ୍କୃତ

ଏମନ୍ତ କାଳରେ ତହିଁ ମହର୍ଷି ପର୍ବତ

ଭ୍ରମଣ ପ୍ରସଙ୍ଗେ ଉପସ୍ଥିତ ହେଲେ ତହିଁ

କୁଶଳ ସମ୍ବାଦ ପୁଛା କରି ଲଙ୍କାସାଇଁ

ବୋଇଲା ହେ ଋଷି କଲ ଗଲା ସମୟେ ଆପଣ

ଅକସ୍ମାତ ଏସ୍ଥାନକୁ କଲ ଆଗମନ

ଦମ୍ଭରୁଜି ଅନୁଗ୍ରହ କରି ବୋଲ ମୋତେ

ଏହା କଉଁ ପୁରୁଷ ରଥେ ଯାଉଛ ସାକ୍ଷାତେ

 

 

ନିତାନ୍ତ ନିର୍ଲଜ୍ଜ ଏହି ପୁରୁଷ ଅଟଇ

ମଧ୍ୟ ଏହା ହୃଦୟରେ କିଛି ଭୟ ନାହିଁ

ବୋଇଲେ ପର୍ବତ ଶୁଣ ରାକ୍ଷସ ରାଜନ

ବୋଲୁ ଅଛି ପୁରୁଷଙ୍କ ସର୍ବ ବିବରଣ

ଏ ପୁରୁଷ ତୁମ୍ଭ ପରି ସୁମତି ବଳିରେ

ଲୋକ ସର୍ବ ଜୟ କରିଥିଲେ ଯେ ପୂର୍ବରେ

ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ପୁରୁଷ ସମ୍ପ୍ରତି

ସୋମପାନ କରି ଦିବ୍ୟ ଲୋକ ଯାଉଛନ୍ତି

ଅଟନ୍ତି ପୁରୁଷ ଏହି ମହା ପୁଣ୍ୟବନ୍ତ

ସ୍ୱତ ପ୍ରତି ତୁମ୍ଭ କ୍ରୋଧ ନୁହଇ ଉଚିତ

ଆନ ପୁରୁଷେକ ତହିଁ ଦେଖିଲା ରାବଣ

ତେଜସ୍ୱୀ ସଦର ମହାକାୟ ଗୁଣବାନ

ଦେଉଛନ୍ତି ବିନୋଦରେ ରହି ଅବଶେଷେ

ଚାରିପାଶେ ଗୀତ ଗାଉ ଅଛନ୍ତି କିସୁରେ

ପର୍ବତଙ୍କୁ ପଚାରିଲା ଦଶଗ୍ରୀବ ପୁଣି

କିଏ ଏହି ଦୟାକରି ବୋଲନ୍ତୁ ଆପଣ

ବୋଇଲେ ଦେବର୍ଷି ଆହେ ରାକ୍ଷସ ଈଶ୍ୱର

ସମର ବିଜୟୀ ମହାବାହୁ ଏହି ବୀର

ଯୁଦ୍ଧରେ ବିମୁଖ ନ ହୁଅନ୍ତୁ କଦାଚିତ

ଯୁଦ୍ଧ ଅସ୍ତ୍ରେ ହୋଇ ଅଛି ସର୍ବାଙ୍ଗ ବିକ୍ଷାତ

ପ୍ରଭୁ ପାଇଁ ପ୍ରାଣ ତେଜି ଅଛନ୍ତି ସମରେ

କେତେ ତୀରେ ମରିଛନ୍ତି ଏହାଙ୍କ ଅସ୍ତ୍ରରେ

ଏତେବେଳେ ହୋଇ ସେହି କିନ୍ନରେ ବେଷ୍ଟିତ

ଯାଉଛନ୍ତି ଇନ୍ଦ୍ର ଠାକୁ ହୋଇ ନିମନ୍ତ୍ରିତ

ରାବଣ ପୁଚ୍ଛିଲା ପର୍ବତଙ୍କୁ ପୁନର୍ବାର

କେବଣ ପୁରୁଷ ଏହି ପରମ ସୁନ୍ଦର

ମହର୍ଷି ବୋଇଲେ ଆହେ ଶୁଣ ଦଶଗ୍ରୀବ

ଏହି ଯେ ଦେଖୁଛ ଅଗ୍ରେ ପୁରୁଷ ସଙ୍ଗବି

ସ୍ୱର୍ଣ୍ଣମୟ ବିମାନରେ କରି ଆରୋହଣ

ଯାଉଛନ୍ତି ଦେହେ ଭରି ନାନା ଆଭରଣ

ଅପ୍‌ସରାଏ ବେଢ଼ି ଚାଲୁ ଅଛନ୍ତ ତାହାଙ୍କୁ

ଦିଅନ୍ତି ସେ ସ୍ୱର୍ଣ୍ଣ ଦାନ ଅତିଥି ମାନଙ୍କୁ

ସମ୍ପ୍ରତି ଯେ ସ୍ୱର୍ଣ୍ଣମୟ ବିମାନରେ ଚଢି

ନିଜ ଉପାର୍ଜିତ ଲୋକେ ଦେଉଛନ୍ତି ଧାଡ଼ି

ପୁଛିଲା ରାବଣ ପୁନ୍ତ୍ର ମହର୍ଷିଙ୍କୁ ଚାହିଁ

ଏହି ଯେ ସମସ୍ତ ଯାଉଛନ୍ତି ମହୀସାଇଁ

ସମ୍ପ୍ରତି କରିବି ମୁହିଁ ଯଦ୍ୟପି ଆହ୍ୱାନ

ଏମାନଙ୍କ ମଧୁଁ କେହି କରିବେ କି ରଣ

ଆପଣ ଅଟନ୍ତି ମୋର ଧର୍ମରେ ପିଅର

ଏହା ଶୁଣି ଦେବ ଋଷି ବୋଇଲେ ଉତ୍ତର

ଯେ ସମସ୍ତ ରାଜା ଯାଉଛନ୍ତି ସ୍ୱର୍ଗପୁରେ

ନ କରିବେ କେହି ଯୁଦ୍ଧ ତୁମ୍ଭ ସହିତରେ

ଯେ କରିବେ ଯୁଦ୍ଧ ତାହା ବୋଲୁ ଅଛି ଶୁଣ

ମାନ୍ଧାତା ଅଟନ୍ତି ସପ୍ତଦ୍ୱାପର ରାଜନ

କରି ସେ ପାର୍ଶ୍ୱେ ଯୁଦ୍ଧ ତୁମ୍ଭ ସହିତରେ

ବେଳ ପୁଛିଲ ପୁନର୍ବାର ଋଷିବାରେ

ବୋଲୁନ୍ତୁ ସେ ମାନଧାତା କେଉଁଠରେ ଛନ୍ତି

ଯୁଦ୍ଧେ ପାଇଁ ତାଙ୍କଠାକୁ ଯିବି ମୁଁ ସମ୍ପ୍ରତି

ଖୋଳିଲେ ପର୍ବତ ଆହେ ପୁଣ ଦଶଶିର

ଅବିନାଶ୍ୱ ପୁତ୍ର ମାନଧାତା ମହାବୀର

ଜୟ କଳି ସେହି ସସାଗରା ପୃଥିବୀକୁ

ସ୍ୱର୍ଣ୍ଣ ବିମାନେ ଚଢ଼ି ଆସିବେ ଏଠାକୁ

ଏମନ୍ତ ସମୟେ ଦୁରୁ ଦେଖିଲା ରାବଣ

ମହାବୀର ମାନଧାତା ଅଯୋଧ୍ୟା ରାଜନ

ସ୍ୱର୍ଣ୍ଣମୟ ବିମାନରେ ଚଢ଼ି ଆସୁଛନ୍ତି

ଅପୂର୍ବ ସୁନ୍ଦର ଦିଶୁଅଛି ତାଙ୍କ କାନ୍ତି

ପାଶେ ଯାଇ ମାନ୍ଧାତାକୁ ବୋଇଲା ରାବଣ

ଆମ୍ଭ ସଙ୍ଗେ ଯୁଦ୍ଧ ଆସି କରହେ ରାଜନ

ମାନ୍ଧାତା ବୋଇଲେ ଆରେ ଶୁଣତୁ ରାକ୍ଷସ

ଯଦି ତୋର ନାହିଁ କିଛି ପ୍ରାଣରେ ମୁକତି

ତେବେ ଯୁଦ୍ଧ କର ଆମ୍ଭ ସହିତରେ

ଏହା ଶୁଣି ଦଶଗ୍ରୀବ ବୋଇଲା କ୍ରୋଧରେ

ଶୁଣ କୁବେର ଯମେ ଯେ ଜଣ ନ ଡ଼ରେ

ସେହି କି ଡ଼ରିବ ତୁଛ ମାନବ ସମରେ

ଏତେ ବୋଲି ଦଶଗ୍ରୀବ ମନ୍ତ୍ରିଗଣେ ରାଇ

ଆଜ୍ଞା ଦେଲା ବେଗେ ଯୁଦ୍ଧ କରିବାର ପାଇଁ

ବାହାରିଲେ ମନ୍ତ୍ରି ଗଣ ରାବଣ ଆଜ୍ଞାରେ

ଅସ୍ତ୍ର ଯୁଦ୍ଧ କଲେ ଯାଇ ମାନ୍ଧାତା ସଙ୍ଗରେ

ମହାରାଜା ମାନଧାତା ମଧ୍ୟ କ୍ରୋଧ ଭରେ

ବିରୁପାକ୍ଷ ଅକମ୍ପନ ଶୁକ ମହୋଦରେ

ପାରିଣ ସଚୀବେ କଲେ ଖଡ଼ଗ ପ୍ରହାର

ପ୍ରହସ୍ତ ଦେଖିଲା ଦୁରୁ ଥାଇ ଏବେଭାର

ମାନ୍ଧାତାକୁ ଲକ୍ଷ କରି ପେଶିଲା ଯେ ବାଣ

ଅଧବାଟେ ଖଣ୍ଡ ଖଣ୍ଡ କଲେ ତା ସ୍ରଜନ

ଅନଳ ଯେସନେ ଦଗ୍ଧ କରେ ତୁଣଗୁଣୀ

ନାଶ କଲେ ଦୈତ୍ୟେ ମାନଧାତା କାଶପେଶି

ପୂର୍ବକାଳେ ଯେହ୍ନେ ମହାବୀର ସନାତନ

କରି ଥିଲେ କ୍ରୋଧେ କୌଞ୍ଚି ପର୍ବତ ବିଦୀର୍ଣ୍ଣ

ସେହିରୂପ ପାଞ୍ଚବାଣେ ରାଜା ମହାବୀର

ଭେଦ କରି ପକାଇଲେ ପ୍ରହସ୍ତ ଶବୀର

ଯମଦଣ୍ଡ ତୁଲ୍ୟ ଏକ ମୁଦଗର ଘୁରାଇ

ଦଶଗ୍ରୀବ ରଥେ କ୍ରୋଧେ ମାରିଲେ ନିଠାଇ

ମୁଦଗର ପଡ଼ିଲା ରଥେ କୁଳିଶ ସମନ

ପଡ଼ିଗଲା ରାବଣ ଯେ ହୋଇ ଅଚେତନ

ପୂର୍ଣ୍ଣ ଚନ୍ଦ୍ରେ ଦେଖି ଯେହ୍ନେ ଉଛୁଳ ସାଗର

ପଡ଼ନ୍ତେ ମୂର୍ଚ୍ଛିତ ହୋଇ ରଥୁ ଦଶଶିର

ସେହିରୂପ ମାନ୍ଧାତା ଯେ ହେଲେ ଉଲ୍ଲସିତ

ହେଲା ତାଙ୍କ ବଳବୀର୍ଯ୍ୟ ସାହସ ବର୍ଦ୍ଧିତ

ରାବଣ ସଇନ୍ୟମାନେ ହାହାକାର କରି

ଉଭା ହେଲେ ରାବଣକୁ ଚାରି ପାଶେ ଘେରି

ଚେତନା ପାଇଣ କିଛି କ୍ଷଣେ ଦଶଶିର

ମାନ୍ଧାତାକୁ ପୁଣ ପୁଣ କଲାକ ପ୍ରହାର

ରଥରେ ପଡ଼ିଲେ ହୋଇ ମାନ୍ଧାତା ମୂର୍ଚ୍ଛିତ

ଆନନ୍ଦରେ ସିଂହନାଦ କଲେ ସର୍ବ ଦୈତ୍ୟ

ଅନନ୍ତର କିଛିକ୍ଷଣେ ଅଯୋଧ୍ୟା ରାଜନ

ବସିଲେ ରଥରେ ଉଠି ପାଇଣ ଚେତନ

ରାବଣକୁ ଆଗେ ଦେଖି ହୋଇ କ୍ରୋଧାବିଷ୍ଟ

ଖଡ଼ଗ ପ୍ରହାର କଲେ ଦୈତ୍ୟ ସୈନ୍ୟ ନଷ୍ଟ

ଗର୍ଜ୍ଜନ କରଇ ରାଜା କାର୍ମୂକ ଟଙ୍କାର

ତାହା ଶୁଣି ଦୈତ୍ୟ ହେଲେ ଅତ୍ୟନ୍ତ ଅସ୍ଥିର

ମନୁଷ୍ୟ ରାକ୍ଷସ ମଧ୍ୟେ ହେଲା ଘୋର ରଣ

ବୀରାସନେ ବସିଛନ୍ତି ମାନ୍ଧାତା ରାବଣ

ଏକରୁ ଆରେକ ହେଉଛନ୍ତି ମରାମରି

ଦୁହିଙ୍କ ଦେହରୁ ରକ୍ତ ପଡ଼ୁଅଛି ଝରି

ରୌଦ୍ର ଅସ୍ତ୍ର ତ୍ୟାଗ କଲା କ୍ରୋଧରେ ରାବଣ

ଅଗ୍ନି ଅସ୍ତ୍ରେ ରାଜା ତାକୁ କଲେ ନିବାରଣ

ଗାନ୍ଧର୍ବାସ୍ତ୍ର ତ୍ୟାଗ କଲେ ଦୈତ୍ୟ କ୍ରୋଧଭରେ

ନିବାରଣ କଲେ ରାଜା ଦାରୁଣ ଅସ୍ତ୍ରରେ

ଅନନ୍ତର ମହାକ୍ରୋଧ ଭରେ ଦଶାନନ

ପାଗୁପତ ମହାସ୍ତ୍ରକୁ କଲାକ ସନ୍ଧାନ

ଏହି ମହା ଅସ୍ତ୍ର ଅଟେ ଶିବବର ଲବ୍ଧ

ହୁଅନ୍ତି ଯା ନାମ ଶୁଣି ତ୍ରିଭୁବନ ସ୍ତବ୍ଧ

ଅସ୍ତ୍ର ଦେଖି ଦେବତାଏ ହେଲେ ମହାଭୀତ

ସ୍ଥାବର ଜଙ୍ଗମ ମାନେ ହେଲେ ଚମକିତ

ପୌଲସ୍ତ୍ୟ ଗାଲବ ଋଷି ଜାଣିଲେ ଧ୍ୟାନରେ

ରାବଣ ମାନ୍ଧାତା ମାତି ଅଛନ୍ତି ସମରେ

ଅନନ୍ତର ଯୁଦ୍ଧ ସ୍ଥଳେ ଆସି ମୁନିଗଣ

ରାକ୍ଷସ ମାନବ ଯୁଦ୍ଧ କଲେ ନିବାରଣ

 

 

 

 

ରାବଣକୁ ତିରସ୍କାର କରିଣ ବହୁତ

କରାଇଲେ ମିତ୍ରପଣ ମାନ୍ଧାତା ସହିତ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ନାମ ପ୍ରକ୍ଷିପ୍ତ ୩ୟ ସର୍ଗ

 

ପ୍ରକ୍ଷିପ୍ତ ଚତୁର୍ଥ ସର୍ଗ

ଏଥୁ ଅନନ୍ତରେ ଯାଇ ସେ ସ୍ଥାନୁ ରାବଣ

ଊର୍ଦ୍ଧକୁ ଉଠିଲା ଦଶ ସହସ୍ର ଯୋଜନ

ଗୁଣବାନ ହଂସେ ତହିଁ କରୁଛନ୍ତି ବାସ

ତହୁଁ ପୁଣି ଦଶ ପୁଣ ଉଠିଲା ରାକ୍ଷସ

ତିନି ଜାତି ବ୍ରାହ୍ମ ପକ୍ଷୀ ଆଗ୍ନେୟ ସେଠାରେ

ସଞ୍ଚରଣ କରୁଛନ୍ତି ମେଘେ ନିରନ୍ତରେ

ତୃତୀୟ ପବନ ମାର୍ଗେ ଉଠିଲା ରାବଣ

ସିଦ୍ଧଗଣେ ଯହିଁ କରୁଛନ୍ତି ଅବସ୍ଥାନ

ତହୁଁ ପୁଣି ଦଶ ଯୁଣ ଉଠିଲା ଉପରେ

ବିନାୟକ ସଙ୍ଗେ ଭୂତେ ଅଛନ୍ତି ସେଠାରେ

ପଞ୍ଚମ ପବନ ମାର୍ଗ ତହୁଁ ଦଶଯୁଣ

ସହଜରେ ଉଠି ଗଲା ସେଠାକୁ ରାବଣ

ଶଭିଦ୍‌ବଗ ଗଙ୍ଗା ହେଉଛନ୍ତି ପ୍ରବାହିତ

ପବନ ଯୋଗରେ ଜଳ ହୋଇଛି ପବିନ୍ତ୍ର

କୁମୁଦ ପ୍ରଭୃତି ଦିଗଗଜ ଗଣ ତହିଁ

କ୍ରୀଡ଼ା କରୁଛନ୍ତି ଜଳ ଶୁଣ୍ଡରେ ହଲାଇ

 

 

ପୁଣି ଦଶଯୁଣ ଉର୍ଦ୍ଧ୍ୱେ ଉଠିଲା ରାବଣ

ଗରୁଡ଼ କରନ୍ତି ବାସ ତହିଁ ଅନୁକ୍ଷଣ

ସପ୍ତମ ପବନ ମାର୍ଗ ତହୁଁ ଦଶଯୁଣ

ସେଠାରେ କରନ୍ତି ବାସ ସପ୍ତ ଋଷିଗଣ

ତାହା ଦେଖି ଦଶଗ୍ରୀବ ଗଠିତ ଉପରେ

ଅଷ୍ଟମ ପବନ ମାର୍ଗ ଦଶଯୁଣ ଦୁରେ

ସେଠାରେ ଆକାଶ ଗଙ୍ଗା ନିର୍ମଳ ସଲିଳ

ପ୍ରବାହିତ ହେଉ ଅଛି ହୋଇ କଳ କଳ

ମହାବେଗେ ସ୍ରୋତ ହେଉ ଅଛି ଧାବମାନ

ପବନ କରିଛି ସେହି ଜଳକୁ ଧାରଣ

ତାହାର ଉପରେ ଚନ୍ଦ୍ର ମଣ୍ଡଳ ଅଟଇ

ବେଷ୍ଟିତ ଅଛନ୍ତି ଗ୍ରହ ତାରାଗଣ ଯହିଁ

ଅସଂଖ୍ୟ ଶୀତଳ ରଶ୍ମୀ ହେଉଛି ନିର୍ଗତ

ତାହା ଦେଖି ଲୋକେ ହେଉଛନ୍ତି ପୁଲକିତ

ରାବଣକୁ ନିଶାକାର ଦେଖି ସେ ସ୍ଥାନରେ

କ୍ରୋଧେ ତାକୁ ଦଗ୍ଧ କଲେ ଶୀତଳ ଅଗ୍ନିରେ

ରାବଣ ସଚୀବେ ହୋଇ ଅଗ୍ନିରେ ପୀଡ଼ିତ

ସେମାନଙ୍କ ହେଲା ସର୍ବ ଶରୀର କମ୍ପିତ

ପ୍ରହସ୍ତ ରାବଣେ ଜଣାଇଲା ଯୋଡ଼ିକର

ଆମ୍ଭେମାନେ ନଷ୍ଟ ହେତୁଁ ଆହେ ଲଙ୍କେଶ୍ୱର

ଚନ୍ଦ୍ରର ପ୍ରକୃତ ଅଟେ ଦହନ କାରକ

ଆମ୍ଭେମାନେ ନଷ୍ଟ ପ୍ରାୟ ହେବୁଁ ଦୈତ୍ୟଯାକ

ରାବଣ ପ୍ରହସ୍ତ ବାକ୍ୟ ଶୁଣି କ୍ରୋଧଭରେ

ତୀକ୍ଷ୍ମଶର ବୃଷ୍ଟି କଲା ଶଶାଙ୍କ ଉପରେ

ଏମନ୍ତ କାଳରେ ଯୁଦ୍ଧସ୍ଥଳେ ଅକସ୍ମାତ

ଲୋକ ପୀତାମହ ବ୍ରହ୍ମା ହେଲେ ଉପସ୍ଥିତ

ବୋଇଲେ ଏସ୍ଥାନୁ ବେଗେ ଯାଅ ଦଶଶିର

ନିଶାକର ସଙ୍ଗେ ଆଉ ନକର ସମର

ଲୋକଗଣ ହିତ ଇଛାକାରୀ ତାରା ପତି

ତାଙ୍କ ସଙ୍ଗେ ଯୁଦ୍ଧ କେଭେ ନୁହଇ ଯୁକତି

ବର୍ତ୍ତମାନ ଏକମନ୍ତ୍ର ଦେଉଛୁଁ ତୁମ୍ଭକୁ

ଏହା ଜପ କଲେ ଭୟ ନ ଥାଏ ମୃତ୍ୟୁକୁ

ପ୍ରାଣନାଶ କାଳ ଯେବେ ହେବ ଉପସ୍ଥିତ

ଏହା ଯପ କଲେ ହେବ ନିଶ୍ଚୟ ମୁକତ

ହାତ ପୋଡ଼ି ବିନୟରେ ବୋଲେ ଦଶ ମାଥ

ତୁଷ୍ଟ ହୋଇ ଥାଅ ଯେବେ ଆହେ ଲୋକନାଥ

ସମ୍ପ୍ରତି ସେ ମନ୍ତ୍ର ମୋତେ କରୁନ୍ତୁ ପ୍ରଦାନ

କରିବ ସେ ମନ୍ତ୍ରବଳେ ଜୟ ତ୍ରିଭୁବନ

ବୋଇଲେ ଏକଥା ଶୁଣି ଲୋକ ପିତାମହ

ଯେ ମନ୍ତ୍ର ଦେଉଛୁଁ ତାହା ନ ଯପ ପ୍ରତ୍ୟହ

ପ୍ରାଣନାଶ କାଳ ଯେବେ ହେବ ଉପସ୍ଥିତ

ଏମନ୍ତ୍ର କରିବ ଯଶ ହୋଇ ସମାହିତ

ଅକ୍ଷ ସୂତ୍ର ଘେନି ଯପ କରିବ ଏହାକୁ

ତେବେତ ମରଣ ଭୟ ନ ହେବ ତୁମ୍ଭକୁ

ନ କଲେକ ଯପ ହେବ ନାହିଁ ଇଷ୍ଟ ସିଦ୍ଧି

ଭଲରୂପେ ମନେ ରଖିଥିବ ଦଶ କନ୍ଧ

କରିବ ସେ ମନ୍ତ୍ର ଯପ ହୋଇ ସୁ୍ଦ୍ଧ ମନ

ବୋଲୁ ଅଛୁଁ ସେହି ମନ୍ତ୍ର ମନ ଦେଇ ଶୁଣ

ତୁମ୍ଭକୁ କରୁଛି ଆହେ ଦେବ ନମସ୍କାର

ସୁରାସୁର ପୂଜନୀୟ ତୁମ୍ଭେ ଏକେଶ୍ୱର

ତୁମ୍ଭେ ଭୂତ ଭବିଷ୍ୟତ ପିଙ୍ଗଳ ନୟନ

ତୁମ୍ଭେ ଶିଶୁ ତୁମ୍ଭେ ବୃଦ୍ଧ ଜଗତ କାରଣ

ନ୍ତ୍ରୈଲୋକ୍ୟ ଈଶ୍ୱର ତୁମ୍ଭେ ବ୍ୟାଘ୍ର ଚର୍ମ୍ମଧାରୀ

ତୁମ୍ଭେ ଯେ ହରିତ ନେମି ହର ପୁଣି ହରି

ଯୁଗାନ୍ତ ଦହନ ପାଇଁ ତୁମ୍ଭେ ଯେ ଅନଳ

ତୁମ୍ଭେ ଲୋକ ଶମ୍ଭୁ ବିଘ୍ନ ରାଜ ଲୋକ ପାଳ

ମହାଭାଗ ମହାଭୁଜ ଶୂଳୀ ମହେଶ୍ୱର

ବଳରୂପୀ ନୀଳଗ୍ରୀବ ତୁମ୍ଭେ ମହୋଦର

ତୁମ୍ଭେ ଦେବାନ୍ତକ ପଶୁପତି ଅବିନାଶୀ

ଶୂଳ ପାଣି ନେତା ପଶୁପତି ବ୍ରହ୍ମ ରାଶି

ବୃଷକେତୁ ଗୋପ୍ତା ମୁଣ୍ଡି ଶିଖଣ୍ଡି ଲୁକଟୀ

ଭୁତେଶ୍ୱର ଗଣାଧ୍ୟକ୍ଷ ସର୍ବ ହାରୀ ଜଟି

ସର୍ବଗ ସର୍ବାତ୍ମା ସର୍ବ ଭାବନ ଓଁ କାର

ପିନାକୀ ଧୂର୍ଜଟୀ ମାନନୀୟ ନିରାକାର

ତୁମ୍ଭେ ସର୍ବ ହାତୀ ସ୍ରଷ୍ଟା ଗୁରୁ ପ୍ରଜାପତି

ତୁମ୍ଭେ ବ୍ରହ୍ମଚାରୀ ଗୃହବାସୀ ଲକ୍ଷ୍ମୀପତି

ତୁମ୍ଭେ ପାରିଜାତ ରଣ ବିଶିଷ୍ଟ ପଣବ

ଅଜର ଅମର ଦର୍ଶନୀୟ ଯେ ଶୁଭଗ

ତରୁଣ ଅରଣକାନ୍ତି ତୁମ୍ଭେ ଦର୍ଶନୀୟ

ଭଗବାନ ଉମାକାନ୍ତ ତୁମ୍ଭେ ବରଣୀୟ

ତୁମ୍ଭେ ସୂ୍ର୍ଯ୍ୟ ଚକ୍ଷୁ ଦନ୍ତ ନାଶକ ଅମର

ଜ୍ୱରାପହାରକ କାଳାନ୍ତକ ପାଶ ଧର

ଉଳ୍କା ମୁଖ ବିଶ୍ୱପତି ମୁନି ଅଗ୍ନି କେତୁ

ଉନ୍ମାଦ ବେପନ କର୍ତ୍ତା ତୁମ୍ଭେ ବିଶ୍ୱ ହେତୁ

ତୁରୀୟ ବାମନ ତୁମ୍ଭେ ଦକ୍ଷିଣ ପଶ୍ଚିମ

ବାମଦେବ ଭିକ୍ଷୁ ଭିକ୍ଷୁରୂପୀ ନରୋତ୍ତମ

ତ୍ରିକୁଟୀ କୁଟିଳ କାଳ ତୁମ୍ଭେ ଇନ୍ଦ୍ର ହସ୍ତ

ତୁମ୍ଭେ ମାତ୍ର କର ବସୁମାନଙ୍କୁ ସ୍ତମ୍ଭିତ

ତୁମ୍ଭେ ଷଡ଼ ଋତୁରାଜ ମଧୁକ ନୟନ

ଆଶ୍ରମ ପୂଜିତ ବାସସ୍ପତ୍ୟ ବାଜ ସେନ

ଜଗନ୍ଧାତା ଜଗତ୍‌କର୍ତ୍ତା ଶାଶ୍ୱତ ପୁରୁଷ

ଧର୍ମାଧ୍ୟକ୍ଷ ବିରୁପାକ୍ଷ ତ୍ରିଧର୍ମା ମହେଶ

ତ୍ରିନେତ୍ର ଅଯୁତ ସୂର୍ଯ୍ୟ କାନ୍ତି ବହୁରୂପ

ନିଶ୍ଚଳ ଅନାଦି ଭୁତଭାବନ ନିଲେପ

ତୁମ୍ଭେ ଜଟାରାଶି ଚନ୍ଦ୍ର କଳାରେ ଅଙ୍କିତ

ଦେବ ଦେବ ଅତି ଦେବ ଶଶାଙ୍କଲାଞ୍ଛିତ

ବ୍ରହ୍ମଣ୍ୟ ଶରଣ୍ୟ ତୁମ୍ଭେ ସର୍ବ ଜୀବମୟ

ତୁର୍ଯ୍ୟନାଦୀ ଚନ୍ଦ୍ର ମୁଖ ସର୍ବ ବୀଜମୟ

ମୋହନ ବନ୍ଧନ ତୁମ୍ଭେ ନିଧନ କାରଣ

ପୁଷ୍ପଦନ୍ତ ହବ୍ୟଶ୍ମଶ୍ରୁ ବ୍ରହ୍ମ ସନାତନ

ହେ ରାବଣ ମହାଦେବଙ୍କର ନାମମାନ

ତୁମ୍ଭଠାରେ ଏକ ଏକ କଲି ଯେ କୀର୍ତ୍ତନ

ପବିନ୍ତ୍ର ଏନାମ ମାନ ପାପ ନାଶ କାରୀ

ଜପିବ ବିପଦ କାଳେ ହୋଇ ଶୁଦ୍ଧାଚାରୀ

 

ଇତି ଶ୍ରୀରାମାୟଣେ ଉତ୍ତରାକାଣ୍ଡେ ନାମ ପ୍ରକ୍ଷିପ୍ତ ୪ର୍ଥସର୍ଗ

 

ପ୍ରକ୍ଷିପ୍ତ ପଞ୍ଚମ ସର୍ଗ

ପ୍ରଜାପତି କରି ରାବଣକୁ ବରଦାନ

ପୁନର୍ବାର କଲେ ବ୍ରହ୍ମ ଲୋକକୁ ଗମନ

ଦଶଗ୍ରୀବ ମଧ୍ୟ ଫେରି ଗଲା ଲଙ୍କାପୁରେ

ଅନନ୍ତର ମନ୍ତ୍ରୀଗଣ ଘେନି ସଙ୍ଗତରେ

ଉପସ୍ଥିତ ହେଲା ଯାଇ ପଶ୍ଚିମ ସାଗରେ

ସେ ସମୁଦ୍ର ମଧ୍ୟେ ଏକ ପ୍ରକାଣ୍ଡ ଦ୍ୱୀପରେ

ଥିଲେ ଏକ ମହାବୀର ଭୀଷଣ ଆକର

ତପତ କାଞ୍ଚନ ତୁଲ୍ୟ ବରଣ ତାଙ୍କର

ଦେବଗଣ ମଧ୍ୟେ ଯେହ୍ନେ ଶ୍ରେଷ୍ଠ ବଳାରାତି

ଗ୍ରହଗଣ ମଧ୍ୟେ ଦିବାକର ଛାୟାପତି

ଶରଭମାନଙ୍କ ମଧ୍ୟେ ସିଂହ ଶ୍ରେଷ୍ଠତମ

ହସ୍ତୀଗଣ ମଧ୍ୟେ ଐରାବତ ମାତଙ୍ଗମ

ପର୍ବତମାନଙ୍କ ମଧ୍ୟେ ସୁମେରୁ ଶୋଭିତ

ବୃକ୍ଷମାନଙ୍କର ମଧ୍ୟେ ଶ୍ରେଷ୍ଠ ପାରିଜାତ

ଅଟନ୍ତି ପୁରୁଷ ମଧ୍ୟେ ଏ ବୀର ପ୍ରଧାନ

ପୃଥିବୀରେ କେହି ନାହିଁ ଏହାଙ୍କ ସମାନ

 

 

ରାବଣ ତାହାଙ୍କୁ ଯାଇ ବୋଇଲା ଉତ୍ତର

ଆମ୍ଭ ସଙ୍ଗେ ଯୁଦ୍ଧ ଆସି କର ଆହେ ବୀର

ଏତେ ବୋଲି ଦଶଗ୍ରୀବ ହେଲାକ କମ୍ପିତ

ଦିଶିଲା ଲୋହିତବର୍ଣ୍ଣ ତାର ବେନି ନେନ୍ତ୍ର

ଅଟନ୍ତି ବିକଟରୂପ ଦ୍ୱୀପବାସୀ ବୀର

ଅତି ଉଚ୍ଚ ଦିପ୍ତୀବନ୍ତ ତାହାଙ୍କ ଶରୀର

ସୁବିଶାଳ ବକ୍ଷ ବାହୁ ଆଜାନୁ ଲମ୍ବିତ

ଗ୍ରୀବାଦେଶ ଶଙ୍ଖବତ ରେଖାରେ ଅଙ୍କିତ

ତାହାଙ୍କର କୁକ୍ଷି ଅଟେ ମଣ୍ଡୁକ ସମାନ

ସିଂହ ତୁଲ୍ୟ ମୁଖ ଦେହ କୈଳାସ ପ୍ରମାଣ

ଦୁଇ ପଦତଳ ପଦ୍ମ ରେଖାରେ ଲାଞ୍ଛିତ

ଦୁଇ କରତଳ ପଦ୍ମ ସମାନ ଆରକ୍ତ

ଅତିଶୟ ବେଗଗତି ପବନ ସମାନ

କର୍ଣ୍ଣେ ସ୍ୱର୍ଣ୍ଣ ପଦ୍ମଜ୍ୱାଳା କରାଳ ବରଣ

ମହାକାୟ ମହାନାଦ ଉନ୍ନତ ଶରୀର

ତୂଣୀର କିଙ୍କିଣୀ ଘଣ୍ଟା ହସ୍ତେ ନିରନ୍ତର

ଅଞ୍ଜନ ପର୍ବ୍ବତ କିମ୍ବା କାଞ୍ଚନ ପର୍ବ୍ବତ

ସେହିରୂପ ତାଙ୍କ ଦେହ ଦିଶେ ସୁଶୋଭିତ

ସାକ୍ଷାତ ଋଗ୍‌ବେଦରୂପେ ଦିଶନ୍ତି ଏ ବୀର

ହୃଦୟରେ ପଦ୍ମମାଳା ଦିଶଇ ସୁନ୍ଦର

ଘୋରତର ଗରଜନ କରି ଦଶଶିର

ପାଶ ଅଙ୍କୁଶରେ କଲା ପୁରୁଷେ ପ୍ରହାର

ମାତ୍ର ଦ୍ୱୀପି ତାଡ଼ନାରେ ଯେହ୍ନେ ପଶୁରାଜ

ହସ୍ତୀରେ ସୁମେରୁ କିମ୍ବା ବୃଷଭରେ ଗଜ

ନଦୀବେଗେ ବିଚଳିତ ନୁହେ ସିନ୍ଧୁ ଜଳ

ରାବଣ ପ୍ରହାରେ ତେହ୍ନେ ପୁରୁଷ ଅଟଳ

ଅନନ୍ତର ସେ ପୁରୁଷ ରାବଣକୁ ରାଇ

ବୋଇଲେ ପାଷଣ୍ଡ ଆରେ କି କରୁଛୁ ତୁହି

ଶିଖାଇବି ଆଜ ତୋତେ କେମନ୍ତ ତୁ ବୀର

କରାଇବି ଯୁଦ୍ଧ ଇଚ୍ଛା ମନରୁ ଅନ୍ତର

ବଳ ବିକ୍ରମରେ ଯେହ୍ନେ ଅଟଇ ରାବଣ

ଲକ୍ଷଗୁଣେ ଏ ପୁରୁଷ ଅଟନ୍ତି ପ୍ରଧାନ

ସର୍ବସିଦ୍ଧି ମୂଳ ହେତୁ ଧର୍ମ ତପ ଦ୍ୱୟ

ଏ ପୁରୁଷ ଉରୁ ଦେଶ କରିଛି ଆଶ୍ରୟ

ଅନଙ୍ଗ ଏହାଙ୍କ ଶିଶୁ କଟି ବିଶ୍ୱଦେବ

ବାୟୁ ବସ୍ତି ପାର୍ଶ୍ୱ ଦୁଇ ସ୍ଥାନରୁ ଉଦ୍‌ଭବ

ଅଷ୍ଟବସ ମଧ୍ୟଭାଗ ସିନ୍ଧୁ କୁକ୍ଷି ସ୍ଥାନ

ଏହାଙ୍କର ସର୍ବଦିଗେ ଥାନ୍ତି ଦିଗମାନ

ରୁଦ୍ରଦେବ ପୃଷ୍ଠଭାଗ ବାୟୁ ସନ୍ଧିସ୍ଥଳ

ପିତୃ ପୃଷ୍ଠ ପିତାମହେ ହୃଦୟ କମଳ

ପବିନ୍ତ୍ର ଗୋଦାନ ଭୂମିଦାନ ସ୍ୱର୍ଣ୍ଣଦାନ

ଏମାନେ ଅଟନ୍ତି ପୁରୁଷଙ୍କ କକ୍ଷଲୋମ

ସୁମେରୁ ସୁନ୍ଦର ହିମାଚଳ ଅଟେ ବସ୍ଥି

ହସ୍ତଦ୍ୱୟ ବଜ୍ରଶୂନ୍ୟ ଦେହେ ବ୍ୟାପିଛନ୍ତି

କୃକାଟିକା ଦୁଇ ସନ୍ଧ୍ୟା ମେଘ ବାରିବାହ

ଧାତା ଯେ ବିଧାତା ବିଦ୍ୟାଧରେ ବାହୁ ଦ୍ୱୟ

ତକ୍ଷକ ବାସୁକି ବିଶାଳାକ୍ଷ ଇରାବତ

କର୍କୋଟକ ଧନଞ୍ଜୟ ଅଙ୍ଗୁଳୀ ସମସ୍ତ

ଅନଳ ବଦନ ସ୍କନ୍ଧ ରୁଦ୍ର ଏକାଦଶ

ଦୁଇ ପାଟି ଦନ୍ତ ଶ୍ରେଣୀ ପକ୍ଷ ଋତୁ ମାସ

ଅମାବସ୍ୟା ନାସାରନ୍ଦ୍ର ଛିଦ୍ରରେ ପବନ

ଅଶ୍ୱିନୀ କୁମାର ଦ୍ୱୟେ ଏହାଙ୍କର କର୍ଣ୍ଣ

ନେତ୍ର ବେନି ଦିବାକର ପୁଣି ନିଶାକର

ବେଦାଙ୍ଗ ସକଳ ଯଜ୍ଞ ତାରକା ନିକର

ସୁବୃତ୍ତ ତପସ୍ୟା ଘେନି ମହିମା ସମତ

ଏ ପୁରୁଷ ଦେହେ କରି ଅଛନ୍ତି ଆଶ୍ରୟ

ଏ ପୁରୁଷ ହସ୍ତଦ୍ୱାରା ହୋଇ ନିପୀଡ଼ିତ

ଭୂମିତଳେ ଦଶଗ୍ରୀବ ହେଲାକ ପତିତ

ଅନନ୍ତର ସେ ପୁରୁଷ ରାକ୍ଷସମାନଙ୍କୁ

ପରାଜୟ କରି ଗଲେ ପାତାଳ ପୁରକୁ

ଅନନ୍ତର ଦଶଗ୍ରୀବ ହୋଇ ଅଚେତନ

ଆପଣାର ମନ୍ତ୍ରିଗଣେ କଲେ ଆହାବାନ

ପଚାରିଲା ବୋଲ ସେ ପୁରୁଷ ଗଲା କାହିଁ

ମନ୍ତ୍ରି ଏ ବୋଇଲେ ଆମ୍ଭେମାନେ ଜାଣୁ ନାହିଁ

ମାତ୍ର ଅନୁମାନେ ଜଣାଯାଏ ସେ ପୁରୁଷ

ଏହି ମହାବିଳ ମଧ୍ୟେ କରିଛି ପ୍ରବେଶ

ମନ୍ତ୍ରିଗଣ ବାକ୍ୟ ଶୁଣି ଦୁର୍ବୃତ୍ତ ରାବଣ

ମହାବେଗେ ଗର୍ତ୍ତମଧ୍ୟେ ହେଲା ଧାବମାନ

ଦେଖିଲା ସେଠାରେ ମହାବାହୁ ବୀରଗଣ

ସୁଖେ ଇତସ୍ତତ କରୁଛନ୍ତି ବିଚରଣ

ସମସ୍ତେ ବେଉରଧାରୀ ଚନ୍ଦନ ଚର୍ଚ୍ଚିତ

ମଣିମୟ ଅଳଙ୍କାରେ ସର୍ବାଙ୍ଗ ମଣ୍ଡିତ

ତିନିକୋଟୀ ଦିବ୍ୟାଙ୍ଗନା ନୃତ୍ୟ କରୁଛନ୍ତି

ଜ୍ୱଳନ୍ତ ଅନଳ ତୁଲ୍ୟ ସେମାନଙ୍କ କାନ୍ତି

ଦ୍ୱାରେ ଉପସ୍ଥିତ ହୋଇ ଦେଖିଲା ରାବଣ

ଥୋକେ ମହାବୀର କରୁ ଅଛନ୍ତି ଭ୍ରମଣ

ପୂର୍ବେ ସେହି ଦେଖିଥିଲା ଯେବଣ ପୁରୁଷ

ସେ ପୁରୁଷ ତୁଲ୍ୟ ଅଟେ ଏମାନଙ୍କ ବେଶ

ସମସ୍ତେ ସମାନରୂପ ସମାନ ବରଣ

ଏକରୂପ ବେଶ କରିଛନ୍ତି ପରିଧାନ

ଏମାନଙ୍କୁ ଦେଖି ହୋଇ ଦଶଗ୍ରୀବ ଭୀତ

ଅବିଲମ୍ବେ ଗର୍ତ୍ତ ମଧ୍ୟୁ ହେଲା ବହିର୍ଗତ

ଇହୁଁ ଥୋକେ ଦୁରେ ଯାଇ ଦେଖିଲା ରାବଣ

ଆରେକ ପୁରୁଷ କରି ଅଛନ୍ତି ଶୟନ

ଯେଉଁ ଘରେ ଶୋଇଛନ୍ତି ଅଟେ ସେ ଧବଳ

ଆସନ ବସନମାନ ସମସ୍ତ ନିର୍ମଳ

ନିକଟେ ଚାମର ଘେନି ଉଭାଛନ୍ତି ଲକ୍ଷ୍ମୀ

ବିଷ୍ଣୁପ୍ରିୟା ଲୋକମାତା ସାଗର ନନ୍ଦିନୀ

ପଦ୍ମହସ୍ତେ ଘେନି ସେହି ତ୍ରିଲୋକ ସୁନ୍ଦରୀ

ଖଟି ରହିଛନ୍ତି ଶଯ୍ୟା ପାଶେ ଦାସୀପରି

ପାପିଷ୍ଠ ରାବଣ ଦେଖି ସେ ଦେବୀ ଲକ୍ଷ୍ମୀକୁ

କାମରେ ପୀଡ଼ିତ ହୋଇ ଗଲା ଧରିବାକୁ

ଶୋଇଥିବା ସର୍ପ ଯେହ୍ନେ ଧରେ ଯାଇ ଲୋକ

ସେହିରୂପ କଲା ଦଶଗ୍ରୀବ ଅବିବେକ

ରାବଣ ବାସନା ଦେଖି ଶୋଇବା ପୁରୁଷ

ଉଚ୍ଚସ୍ୱରେ କଲେ ସେହି ଟହଟହ ହାସ୍ୟ

ସେ ପୁରୁଷ ତେଜ ସହି ନପାରି ରାବଣ

ପଡ଼ିଗଲା ତଳେ ଛିନ୍ନ ବୃକ୍ଷର ସମାନ

ଏମନ୍ତ ସମୟେ ସେହି ଶୟନ ପୁରୁଷ

ବୋଇଲେ ରାବଣ ଚାହିଁ ଆରେରେ ରାକ୍ଷସ

ଉଠ ଉଠ ଚାଲିଯାଅ ଏ ସ୍ଥାନରୁ ତୁହି

ସମ୍ପ୍ରତି ତୋହର ବ୍ରହ୍ମାବରେ ମୃତ୍ୟୁ ନାହିଁ

ମୁହୂର୍ତ୍ତକେ ଦଶଗ୍ରୀବ ପାଇଲା ଚେତନା

ମାତ୍ର ମହାଶୟେ ସେହି ହେଲାକ ବିମନା

ଅନନ୍ତର ହାତଯୋଡ଼ି କଲା ନିବେଦନ

କୃପାକରି ବୋଲ ମୋତେ କେ ଅଟ ଆପଣ

ଏହା ଶୁଣି ହସି ହସି ବୋଇଲେ ପୁରୁଷ

ହେ ରାବଣ ଶୀଘ୍ର ତୋତେ ନ କରି ବିନାଶ

ରାବଣ ବୋଇଲା ବ୍ରହ୍ମା ଦେଇଛନ୍ତି ବର

ଚିରକାଳ ମୁହିଁ ହୋଇ ରହିବି ଅମର

ବାହୁବଳେ ବ୍ରହ୍ମାବର କରିବ ଲଂଘନ

ଦେବତା ମଧ୍ୟରେ ଅଛି ଏମନ୍ତ କେତେଜଣ

ବ୍ରହ୍ମାବର ଅତିକ୍ରମ କରିବା କଠିନ

ସେଥିରେ କରିବା ଯତ୍ନ ଅଟେ ଅକାରଣ

ତ୍ରିଲୋକ ମଧ୍ୟରେ ମୁହିଁ ନ ଦେଖେଁ କାହାକୁ

ହେବଟି ସମର୍ଥ ମୋହ ବର ଲଂଘିବାକୁ

ଏକକାଳେ ହେବ ମୋର ଅବଶ୍ୟ ମରଣ

ନମାରି ପାରିବ ମାତ୍ର କେହି ତୁମ୍ଭ ଭିନ୍ନ

ତୁମ୍ଭ ହସ୍ତେ ମୃତ୍ୟୁ ମୋର ଶ୍ଳାଘ୍ୟ ଯଶସ୍ୱର

ବଞ୍ଚିଥିବା ଠାରୁ ଏହା ଅଟେ ଶ୍ରେଷ୍ଠତର

ଏମନ୍ତ ସମୟେ ତହିଁ ଦେଖିଲା ରାବଣ

ଦ୍ୱାଦଶ ଆଦିତ୍ୟ ବାୟୁ ସ୍ଥାବର ଜଙ୍ଗମ

ଅଶ୍ୱିନୀ କୁମାରଦ୍ୱୟ ରୁଦ୍ର ପିତ୍ରୁ ମାନେ

କୁବେର ସାଗର ଯମ ଅଷ୍ଟବସୁ ଗଣେ

ବେଦ ବିଦ୍ୟା ଅଗ୍ନି ଗ୍ରହ ତାରା ନଦୀ ଗିରି

ମହର୍ଷି ଉରଗ ଦୈତ୍ୟ ସିଦ୍ଧ ପନ୍ନଗାରି

ସକଳ ଦେବତା ବ୍ୟୋମ ଗନ୍ଧର୍ବ ରାକ୍ଷସେ

ସୂକ୍ଷ୍ମରୂପେ ଦେଖା ଯାଉଛନ୍ତି ସେ ପୁରୁଷେ

ଅଗସ୍ତ୍ୟଙ୍କୁ ପଚାରିଲେ କୌଶଲ୍ୟା ନନ୍ଦନ

କେ ଅଟନ୍ତି ସେ ପୁରୁଷ ବୋଲୁନ୍ତୁ ଆପଣ

ନୃତ୍ୟକାରୀ ତିନି କୋଟି ରମଣୀ ବା କିଏ

କୃପାକରି ବୋଲି ମୋର ଫେଡ଼ୁନ୍ତୁ ସନ୍ଦେହେ

ଅଗସ୍ତ୍ୟ ବୋଇଲେ ଶୁଣ ରାଜୀବ ଲୋଚନ

ଦ୍ୱୀପସ୍ଥ ପୁରୁଷ ନର କପିଳ ମହାନ

ନୃତ୍ୟକାରୀ ନାରୀଗଣ ତାହାଙ୍କର ସ୍ୱର

କପିଳଙ୍କ ଅନୁରୂପ ପ୍ରଭାବ ତାଙ୍କର

ସେକାଳେ କପିଳ ହୋଇ ନ ଥିଲେଟି କ୍ରୋଧ

ନୋହିଲେ ରାବଣ ପ୍ରାଣୁ ହୋଇଥାନ୍ତା ବଧ

ପର୍ବତ ଆକାର ଦଶଗ୍ରୀବ ଘର୍ମ ଦେହେ

ଅଚେତନ ହୋଇ ତଳେ ପଡ଼ିଥିଲା ମୋହେ

ଖଳ ଯେହ୍ନେ ବାକ୍ୟବାଣେ ବିନ୍ଧଇ ଅନ୍ୟକୁ

ବାକ୍ୟେ ସେ ପୁରୁଷ ମୋହ କଲେ ରାବଣକୁ

ଚେତନା ପାଇଣ କିଛି କାଳେ ଦଶାନନ

ସଚୀବମାନଙ୍କ ଠାକୁ କଲା ପଳାୟନ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ପ୍ରକ୍ଷିପ୍ତ ୫ମସର୍ଗ

 

ଚତୁର୍ବିଂଶ ସର୍ଗ

ଅନନ୍ତର ଯିବାମାର୍ଗେ ଦୁଷ୍ଟ ଦଶ ଗିରି

ରାଜା ଋଷି ଦେବ ଆଦି ଦାନବ ସୁନ୍ଦରୀ

ଦେଖିଲା ଯାହାକୁ ନେଲା ଉଠାଇ ବିମାନେ

ବଧ କରି ସେମାନଙ୍କ ଜ୍ଞାତି ବନ୍ଧୁ ଗଣେ

ସେହୁ ନାରୀଗଣେ ଦୁଃଖେ କରନ୍ତି ରୋଦନ

ଦୁଇ ନେତ୍ରୁ ଅଶ୍ରୁ ଜଳ ବହେ ଘନ ଘନ

ସ୍ରୋତମାନେ ଯେହ୍ନେ ପଡ଼ନ୍ତି ସାଗରେ

ବିମାନେ ହେଲାକ ପୂର୍ଣ୍ଣ ତେହ୍ନେ ନେତ୍ର ନୀରେ

ସେହି ସର୍ବ ନାରୀଗଣ ଅପୂର୍ବ ସୁନ୍ଦରୀ

କେଶ ଜାଲ ଦୀର୍ଘ ମୁଖ ପୂର୍ଣ୍ଣ ଚନ୍ଦ୍ର ପରି

କଟି ଦେଶ ସୂକ୍ଷ୍ମ ସ୍ତନ ତଟ ସୁ କଠିଣ

ବିପୁଳ ନିତମ୍ବ ଦେହ କାଞ୍ଚନ ବରଣ

ସେହି ସର୍ବ ଦେବ କନ୍ୟା କରନ୍ତେ ରୋଦନ

ଦଶଗ୍ରୀବ ପୁଷ୍ପରଥ ଦିଶିଲା ଭୀଷଣ

ଦିଶନ୍ତି ରାବଣ କ୍ରୋଡ଼େ ସକଳ ସୁନ୍ଦରୀ

ପଶୁରାଜ କୋଳେ ମୃଗୀଗଣ ଥିଲା ପରି

 

 

କେ ରମଣୀ ଭାଳେ ମନେ ମଲି ଏହିଥର

କେହିବା ବିଚାରେ ବଧ କରିବ ପାମର

କେ ଭାଳେ ରାବଣ ନିଶ୍ଚେ କରିବ ଭକ୍ଷଣ

ସକଳ ରମଣୀ ଦୁଃଖେ କରନ୍ତି ରୋଦନ

କେ ଭାଳଇ ଆହେ ମୋର ବାଳକ ନନ୍ଦନ

ମୋହ ବିନା କେମନ୍ତେ ସେ ଧରିବ ଜୀବନ

କେ ବିଚାରେ ମନେ ମୋହ ମା କି କରିବ

କେ ଭାଳଇ ମୋହ ବାପ ତଥା ସରି ଯିବ

କେ ବିଚାରେ ମନେ ମୋର ସ୍ୱାମୀ ଗୁଣବାନ

ତାଙ୍କ ବିନା କେମନ୍ତେ ମୁ ଧରିବି ଜୀବନ

ଆହେ ମୃତ୍ୟୁ ମୋତେ ଘେନି ଯାଅ ଦୟାକରି

ସକଳ ସନ୍ତାପ ଯାଉ ଏହିକ୍ଷଣେ ସରି

ପୂର୍ବ ଜନ୍ମେ କେତେ ମୁହିଁ କରିଥିଲି ପାପ

ତେଣୁ ଏତେବେଳେ ଭୋଗ କରୁଛି ସନ୍ତାପ

ନରଲୋକ ଠାରୁ ଆଉ ନାହିଁ ନୀଚଲୋକ

ଏହାଙ୍କ ଜୀବନେ କିବା ପ୍ରୟୋଜନ ଥିବ

ଦିବାକର କରେ ଯେହ୍ନେ ତାରାଗଣେ ନାଶ

ମୋର ଜ୍ଞାତି ବଧ କଲା ଦୁର୍ବୃତ୍ତ ରାକ୍ଷସ

ପାପିଷ୍ଠ ରାକ୍ଷସ ଏହି ଅତ୍ୟନ୍ତ ଦୁର୍ବୃତ୍ତ

ଆନକୁ ବିନାଶ କରି ନୁହେ ସନ୍ତାପିତ

ବ୍ରହ୍ମାବରେ ହୋଇ ଅଛି ଦୁରନ୍ତ ରାବଣ

ମଧ୍ୟ ଏହି ଦୁଷ୍ଟ ସ୍ୱାଭାବିକ ବଳବାନ

ପରନାରୀ ଠାରେ ହୋଇ ଅଛି ଅନୁରତ

ଏହି ନାରୀ ଯୋଗେ ଦିନେ ହେବ ନିଶ୍ଚେ ହତ

ବିଦ୍ୱ ସର୍ବ ସତୀନାରୀ ବୋଲନ୍ତେ ଏସନ

ଆକାଶରୁ ପୁଷ୍ପବୃଷ୍ଟି ହେଲା ଘନ ଘନ

ନିଷ୍ପ୍ରଭ ଦିଶିଲା ତେତେବେଳେ ଦଶଶିର

ମଳିନ ଦିଶିଲା ମଧ୍ୟ ତାହା ଦେହ ଶିରି

ନାରୀଙ୍କ କ୍ରନ୍ଦନ ଶୁଣି ଶୁଣି ଲଙ୍କାସାଇଁ

ନିଜଗୃହ ଲଙ୍କାପୁରେ ପ୍ରବେଶିଲା ଯାଇ

ଏମନ୍ତେ ସମୟେ ଏକ ରାବଣ ଭଗିନୀ

ଆସିଲା ରାବଣ ପାଶେ ବାହୁନି ବାହୁନି

ତାହାକୁ ସାନ୍ତ୍ୱନା ଦେଇ ବୋଇଲା ରାବଣ

କିପାଇଁ ଭଗିନୀ ତୁହି କରୁଛୁ ରୋଦନ

ସେ ରାକ୍ଷସୀ ଦୁଇ ଚକ୍ଷୁ ଲୋହିତ ବାରଣ

କାନ୍ଦିବାରୁ ନେନ୍ତ୍ରନିରେ ହୋଇ ଅଛି ପୂର୍ଣ୍ଣ

ବୋଇଲା ରାକ୍ଷସୀ ଆଉ କି କହିବି ଭାଇ

ତୁମ୍ଭ ଯୋଗେ ବିଧବା ଯେ ହୋଇ ଅଛି ମୁହିଁ

ଦିଗ୍‌ବିଜୟେ ଯେତେବେଳେ ହେଲା ବହିର୍ଗତ

ଚଉଦ ସହସ୍ର ଦୈତ୍ୟ କରିଲଟି ହତ

କାଳକେୟ ଅଟେ ସେହି ଦୈତ୍ୟଗଣ ନାମ

ତାଙ୍କ ମଧ୍ୟେ ଥିଲେ ମୋର ପତି ପ୍ରିୟତମ

ନାମମାତ୍ର ଭାଇତୁମ୍ଭେ କାର୍ଯ୍ୟରେ ବଇରି

ତୁମ୍ଭଯୋଗେ ମୋର ସବୁ ଯାଇ ଅଛି ସରି

ବିଧବା ହୋଇଛି ଭାଇ ତୁମ୍ଭ ଲାଗି ସିନା

ଏକଥା କି ହୋଇ ନାହିଁ ଜଗତେ ରଟନା

ଭିଣୋଇ କି ରଖିଥାନ୍ତ ଯୁଦ୍ଧ ସମୟରେ

ତା ନ କରି କଲ ବଧ ଆପଣା ହସ୍ତରେ

କୋମଳରେ ରାକ୍ଷସୀକୁ ବୋଇଲା ରାବଣ

ଅକାରଣେ ତୁମ୍ଭେ ଆଉ ନକର ରୋଦନ

ନହେବ ଅଭାବ କିଛି ଥାଅ ମୋହ ଘରେ

ଦାନେ ମାନେ ସର୍ବଦା ମୁ ରଖିବି ଯତ୍ନରେ

ହେ ଭଗିନି ଯୁଦ୍ଧ ବେଳେ ହୋଇ ଉନମତ୍ତ

ନ ଜାଣି କରିଛି ତୁମ୍ଭ ପୁତ୍ରକୁ ଯେ ହତ

ଉନମତ ହୋଇ ମୁହିଁ ଯେଣୁ ଥିଲି ବାଣ

ତେତେବେଳେ ଥିଲା ନାହିଁ ଆତ୍ମ ପର ଜ୍ଞାନ

ଯା ହେବାର ହୋଇ ଅଛି ବୋଇଲେ କି ହେବ

ମୋହ ଘରେ ରହ ଦେବି ଅପାର ବିଭବ

ଅତଏବ ଶୁଣ ନାମ ମୋର ଉପଦେଶ

ଭ୍ରାତା ଖର ଘରେ ଯାଇ କର ଏବେ ବାସ

ମାଉସୀର ପୁଅ ଭାଇ ଅଟେ ସେହି ଖର

କରିବ ପାଶକୁ ଗଲେ ତୁମ୍ଭକୁ ଆଦର

ତାହା ପାଶେଛନ୍ତି ଦୈତ୍ୟ ଚଉଦ ହଜାର

ସମସ୍ତ ଦୈତ୍ୟକୁ ସେହି ଦିଅଇ ଆହାର

ତୁମ୍ଭକୁ କରିବେ ନିଶ୍ଚେ ଭରଣ ପୋଷଣ

ଦଣ୍ଡକ ଅରଣ୍ୟେ କର ବେଗରେ ଗମନ

ବଳିଷ୍ଠ ଦୁଷଣ ମଧ୍ୟ ଅଛି ସେହିଠାରେ

ସେନାପତି ହୋଇ ସୈନ୍ୟମାନଙ୍କ ଉପରେ

ଶୂର୍ପନଖା ଗଲା ଚାଲି ରାବଣ ଆଜ୍ଞାରେ

ରହିଲା ଦଣ୍ଡକାରଣ୍ୟେ ଆନନ୍ଦ ମନରେ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ନାମ ଚତୁର୍ବିଂଶ ସର୍ଗ

 

ପଞ୍ଚବିଂଶ ସର୍ଗ

ରାବଣ ଭଗ୍ନିକୁ ରଖି ଦଣ୍ଡକ ଅରଣ୍ୟେ

ରହିଲା ଯେ ଲଙ୍କାପୁରେ ଆନନ୍ଦିତ ମନେ

ଏକଦିନ ଦଶଗ୍ରୀବ ଅନୁଚର ସଙ୍ଗେ

ଲଙ୍କାପୁର ଉପବନେ ବୁଲୁ ଥିଲା ରଙ୍ଗେ

ପ୍ରବେଶ ହେଲାକ ଯାଇ ନିକୁମ୍ଭିଲା ଠାରେ

ଶୋଭିତ ସେ ଦେବ ଗୃହ ଯପ ମଣ୍ଡପରେ

ନିକୁମ୍ଭିଲା ଯଜ୍ଞ ହେଉଅଛି ଅନୁଷ୍ଠିତ

କୃଷ୍ଣାଜୀର୍ଣ୍ଣ ଧାରୀ ହୋଇ କମଣ୍ଡଳୁ ହସ୍ତ

ନିଜ ପୁନ୍ତ୍ର ମେଘନାଦ ବସିଛି ସେଠାରେ

ପୁଛିଲା ରାବଣ ତାକୁ କୋମଳ ବାକ୍ୟରେ

ବୋଲ ପୁତ୍ର କିବା ଯଜ୍ଞ କର ଅନୁଷ୍ଠାନ

ମାତ୍ର ତେତେବେଳେ ଥିଲା ଇନ୍ଦ୍ରଜିତ ମୌନ

ତାର ମୌନ ବ୍ରତଭଙ୍ଗ ନିବାରଣ ପାଇଁ

ବୋଇଲେ ଯେ ଶୁକ୍ରାଚାର୍ଯ୍ୟ ରାବଣେ ଅନାଇ

ଆହେ ଦୈତ୍ୟପତି ମୁହିଁ ଦେଉଛି ଉତ୍ତର

ତୁମ୍ଭ ଏହି ପୁତ୍ର ଇନ୍ଦ୍ରଜିତ ମହାବୀର

 

 

ଅଗ୍ନିଷ୍ଟୋମ ଅଶ୍ୱମେଧ ଯଜ୍ଞ ସଜସୂୟ

ଗୋମେଧ ବୈଷ୍ଣବ ଆଦି ଯଜ୍ଞ ଯେ ସମୂହ

ସର୍ବ ଯଜ୍ଞ ପୂର୍ବେ କରିଛନ୍ତି ଅନୁଷ୍ଠାନ

ମାହେଶ୍ୱର ଯଜ୍ଞ କରୁଛନ୍ତି ଆଚରଣ

ଅସାଧ୍ୟ ଏ ଯଜ୍ଞ କେହି ନ ପାରଇ କରି

ସାକ୍ଷାତରେ ବର ଦେଇଛନ୍ତି ତ୍ରିପୁରାରି

ଏହି କାମଗାମୀ ରଥ ଗଗନ ବିହାରୀ

ତାମସୀ ମାୟାକୁ ମଧ୍ୟ ଛନ୍ତି ଲାଭ କରି

ଏହି ମାୟା ପ୍ରଭାବରେ ହୁଏ ଅନ୍ଧକାର

ଜାଣି ନ ପାରଇ ଶତ୍ରୁ ଯୁଦ୍ଧ ସମାଚାର

ଏହା ଛାଡ଼ି ମହାବୀର ଅକ୍ଷୟ ତୂଣୀର

ଅଜେୟ କୋଦଣ୍ଡ ଶତ୍ରୁ ନାଶକାରୀଶର

ଲାଭ କରିଛନ୍ତି ଯଜ୍ଞ କରି ଅନୁଷ୍ଠାନ

ଆଜ ଅଟେ ଏହି ଯଜ୍ଞ ସମାପ୍ତିର ଦିନ

ଆଜି ଆମ୍ଭେ ପୁଣି ତୁମ୍ଭ ମେଘନାଦ ସୁତ

କରିଥାନ୍ତୁ ଯାଇ ତୁମ୍ଭ ସହିତ ସାକ୍ଷାତ

ରାବଣ ବୋଇଲା ତୁମ୍ଭେ ଯଜ୍ଞୀୟ ଦ୍ରବ୍ୟରେ

ଇନ୍ଦ୍ର ଆଦି ଶତ୍ରୁଗଣେ ପୂଜିଛ ଏଠାରେ

ଯା ହେବାର ହୋଇଅଛି ନାହିଁ ପ୍ରତିକାର

ଭ୍ରାତା ବିଭୀଷଣ ଇନ୍ଦ୍ରଜିତର ସହିତ

ପୂର ମଧ୍ୟେ ପ୍ରବେଶିଲା ଯାଇ ଦୈତ୍ୟନାଥ

ଧର୍ମ ଶୀଳ ବିଭୀଷଣ ଏକ ଦିନକରେ

ରାବଣକୁ ଜଣାଇଲେ ଯାଇ ଏକାନ୍ତରେ

କିପାଁଇ ଆଣିଲ ହରି ଦେବକନ୍ୟାଗଣ

ଏଥି ତୁମ୍ଭ ନଷ୍ଟ ହେବ ଧନ ଧର୍ମ୍ମ ମାନ

ଗର୍ହିତ ଏକାର୍ଯ୍ୟ ଅଟେ କୂଳ କ୍ଷୟ କର

ଏହା ତୁମ୍ଭେମାନେ କିପାଁ ନକର ବିଚାର

ଆଣୁଅଛ ତୁମ୍ଭେ ପରନାରୀକୁ ଚୋରାଇ

ତୁମ୍ଭ ଘରେ କି ହେଲାଣି ବୁଝିଲତ ନାହିଁ

ତୁମ୍ଭକୁ ବଳିଷ୍ଠ ମଧୁକର ଅପମାନ

ବାହୁବଳେ କଲା କୁମ୍ଭୀନସୀକୁ ହରଣ

ବୋଇଲା ଯେ ଦଶଗ୍ରୀବ ଏ କେମନ୍ତ କଥା

ମୋତେ ଜଣା ନାହିଁ କିଛି ଏ ସର୍ବ ବାରତା

ବୋଇଲେ ଯେ ବିଭୀଷଣ ହୋଇ କ୍ରୋଧାନ୍ୱିତ

ତୁମ୍ଭ ପାପ ପ୍ରାୟଶ୍ଚିତ କାଳ ଉପସ୍ଥିତ

ଆମ୍ଭମାନଙ୍କର ମାତାମହ ମାଲ୍ୟବାନ

ସୁମାଳୀଙ୍କ ବଡ଼ଭାଇ ମହା ଗୁଣବାନ

ବିଚକ୍ଷଣ ଏହି ନିଶାଚର ମହୋଦୟ

ଜନନୀଙ୍କ ଜ୍ୟେଷ୍ଠ ତାତ ତେଣୁ ମାତାମହ

ଅଟନ୍ତି ଯେ କୁମ୍ଭୀନସୀ ତାହାଙ୍କ ନାତୁଣୀ

ଆମ୍ଭମାନ ମାତୃ ସ୍ୱସୀ ଅନଳା ନନ୍ଦନୀ

କୁମ୍ଭୀନସୀ ଭଗ୍ନୀ ଅଟେ ଏହି ସମ୍ପର୍କରେ

ମଧୁ ତାକୁ ଧରି ଘେନି ଯାଇଛି ବଳରେ

ତେତେବେଳେ ଯଜ୍ଞ କରୁଥିଲେ ଇନ୍ଦ୍ରଜିତ

ମୁହିଁ ମଧ୍ୟ ଯାଇଥିଲି ତପସ୍ୟା ନିମିତ୍ତ

ଘୋର ନିଦ୍ରା ଅଭିଭୁତ ଥିଲେ କୁମ୍ଭକର୍ଣ୍ଣ

ଏହିକାଳେ ମଧୁ ଆସି କଲା ଆକ୍ରମଣ

ସୁରକ୍ଷିତ ଥିଲେ ମଧ୍ୟ ତୁମ୍ଭ ଅନ୍ତଃପୁର

ମଧୁ ଆସି କଲା ଦ୍ୱାରୀମାନଙ୍କୁ ସଂହାର

ବଳିଷ୍ଠ ଅମାତ୍ୟଗଣେ ମଧ୍ୟ ବଧ କରି

ନିଜ ବିକ୍ରମରେ ନେଲା କୁମ୍ଭିନସୀ ହରି

ଯେବେହେଁ ପାଇଲି ମୁହିଁ ପଶ୍ଚାତ ସମ୍ବାଦ

ତଥାପି ନକଲି ସେହି ପାପୀଷ୍ଠକୁ ବଧ

ଯେଣୁ ଭଗିନୀକୁ କରିନାହୁଁ ପାତ୍ରସାତ

ଭାଇମାନଙ୍କର ଯାହା ଅଟଇ ଉଚିତ

ଜାଣୁନ୍ତୁ ସକଳ ଲୋକ ଜଗତ ମଧ୍ୟରେ

ପାଇଲା ଦୁସମ ପ୍ରତିଫଳ ସହଜରେ

ଆପଣା ଦୁଷ୍ପମ ଚିନ୍ତା କରି ଦଶାନନ

କ୍ଷଣକ ନିମନ୍ତେ ହୋଇ ରହିଲା ମଉନ

ନ୍ତ୍ରୋଧଭରେ ବୋଇଲା ସେ ଆରକ୍ତ ଲୋଚନେ

ଆମ୍ଭ ରଥ ସଜକରି ଆଣ ଏହିକ୍ଷଣେ

ଭ୍ରାତା କୁମ୍ଭ କର୍ଣ୍ଣ ପୁଣି ଅନ୍ୟାନ୍ୟ ସଚୀବେ

ଅସ୍ତ୍ର ଘେନି ରଥେ ଚଢ଼ି ବାହାରନ୍ତୁ ଏବେ

ମଧୁ କି ନୁହଇଁ ମୋହ ବିକ୍ରମରେ ଭୀତ

ଆଜି ତାକୁ ପ୍ରତିଫଳ ଦେବି ସମୁଚିତ

ଚଉଦ ସହସ୍ରଁ ଅଷୌହିଣୀ ସେନା ଘେନି

ସ୍ୱରଲୋକେ ଯୁଦ୍ଧଯାତ୍ରା କରିବି ଏକ୍ଷଣି

ଚାଲିଲା ଯେ କୁମ୍ଭକର୍ଣ୍ଣ ସୈନ୍ୟ ଆଗେ ଆଗେ

କୁମ୍ଭକର୍ଣ୍ଣ ମଧ୍ୟେ ଦଶଗ୍ରୀବ ପଛ ଭାଗେ

କେବଳ ରହିଲେ ଲଙ୍କାପୁରେ ବିଭୀଷଣ

କରିବା ନିମନ୍ତେ ଧର୍ମ୍ମ କର୍ମ୍ମ ଅନୁଷ୍ଠାନ

ସକଳ ଅସୁରେ ଯାତ୍ରା କଲେ ମଧୁପୁରେ

କେହିବା ଚଢ଼ିଛି ଅଶ୍ୱେ କେହି ଶିଶୁମାରେ

ଭଷ୍ଟ୍ର ସର୍ପ ଗର୍ବଭରେ କରି ଆରୋହଣ

ଚାଲୁଛନ୍ତି ସୈନ୍ୟେ କରି ଗଗନ ଆଚ୍ଛନ୍ନ

ଏହା ଦେଖି ଆଉ ଥିଲେ ଯେତେକ ଅସୁରେ

ପୂର୍ବେ ଶତ୍ରୁ ପଣ ଥିଲା ଦେବତା ସଙ୍ଗରେ

କରିବା ନିମନ୍ତେ ଏବେ ବୈର ନିର୍ଯ୍ୟାତନ

ରାବଣ ସଇନ ସଙ୍ଗେ କଲେକ ଗମନ

ଦଶଗ୍ରୀବ ହେଲା ମଧୁପୁରେ ଉପସ୍ଥିତ

ମାତ୍ର ନ ପାଇଲା ମଧୁ ସହିତ ସାକ୍ଷାତ

କୁମ୍ଭୀନସୀ ଭଗ୍ନି ଆସି ରାବଣ ପାଶରେ

ମହାଭୟେ ଭୀତ ହୋଇ ପଡ଼ିଲା ପାଦରେ

ରାବଣ ତାହାକୁ କରି ଅଭୟ ପ୍ରଦାନ

ଆଶ୍ୱାସରେ ହାତ ଧରି କଲା ଉତ୍ତୋଳନ

ବୋଇଲା ହେ ଭଗ୍ନି ମୋତେ ବୋଲ ଖରତର

ତୁମ୍ଭ ପାଇଁ କରିବି ମୁ କିବା ଉପକାର

ବୋଇଲା ସେ କୁମ୍ଭୀନସୀ ଆହେ ଦୈତ୍ୟ ସାଇଁ

ମୋହର ପତିକୁ ତୁମ୍ଭେ ବଧ କର ନାହିଁ

ବୈଧବ୍ୟ ଯନ୍ତ୍ରଣା ଅତିଶୟ ନାରୀଙ୍କର

ଏହା ଠାରୁ ଆଉ ନାହିଁ ଦୁଃଖ ଗୁରୁତର

ବେଳେ ମାତ୍ର ରକ୍ଷାକର ମୋହ ମୁହଁ ଚାହିଁ

ପୂର୍ବେବର ଦେଇ ଅଛ ମୋର ଭୟ ନାହିଁ

ପଚାରିଲା ଦଶଶିର ଆନନ୍ଦ ମନରେ

ବୋଲ ବୋଲ ତୁମ୍ଭ ସ୍ୱାମୀ ଅଛି କେଉଁ ଠାରେ

ତାକୁ ସଙ୍ଗେ ଘେନି ସୁରଲୋକେ ଯିବି ମୁହିଁ

ଦେବତାମାନଙ୍କୁ ଜୟ କରିବାର ପାଇଁ

ଅନନ୍ତର କୁମ୍ଭିନସୀ ଗଲା ଧାତିକାରେ

ଉଠାଇଲା ମଧୁକୁ ସେ ଥିଲା ପାହାଡ଼ରେ

ବୋଇଲା ହେ ସ୍ୱାମୀ ଆସିଛନ୍ତି ମୋର ଭ୍ରାତା

ମହାବଳ ଲଙ୍କାଅଧୀଶ୍ୱର ଦଶମଥା

ଯାଉଛନ୍ତି ସୁରଲୋକେ ବିଜୟ କାରଣ

ତୁମ୍ଭେ ଯାଇ କର ତାଙ୍କୁ ସାହାଯ୍ୟ ପ୍ରଦାନ

କୁମ୍ଭୀନସୀ ବାକ୍ୟେ ମଧୁ ହୋଇଣ ସମ୍ମତ

ଦଶଗ୍ରୀବେ ପୂଜା କଲା ବିନୟ ସହିତ

ଏକରାତ୍ରି ଦଶଗ୍ରୀବ ରହି ମଧୁପୁରେ

ଯାତ୍ରା କଲା ଆରଦିନ ପ୍ରଭାତ କାଳରେ

ଉପସ୍ଥିତ ହୋଇ କୈଳାସରେ ଦଶାନନ

କଲା ତହିଁ ନିଜ ସେନାନିବେଶ ସ୍ଥାପନ

 

ଇତିଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚବିଂଶ ସର୍ଗ

 

Unknown

ଷଡ଼ବିଂଶ ସର୍ଗ

ଦିବା ଶେଷ ହେଲା ସୂର୍ଯ୍ୟ ହେଲେ ଅସ୍ତଗତ

ଧବଳ ଚନ୍ଦ୍ରମା ହେଲେ ଆକାଶେ ଉଦିତ

ବାଟ ଚାଲି ଥକା ହୋଇ ପର୍ବତ ଉପରେ

ସେନାଗଣ ଶୋଇଛନ୍ତି ପରମ ସୁଖରେ

କୈଳାସ ଶିଖରେ ବସି ଆନନ୍ଦେ ରାବଣ

ଚତୁର୍ଦିଗ ଶୋଭା କରୁ ଅଛି ନିରୀକ୍ଷଣ

ଦେଖିଲା ଉଜ୍ଜ୍ୱଳ କଣିଅର ଯେ ଅଶୋକ

କଦମ୍ବ ବଉଳ ଚ୍ୟୁତ ପୁନାଗ ଚମ୍ପକ

ପ୍ରିୟଙ୍ଗୁ ଅର୍ଜ୍ଜୁନ ଲୋଧ ପନସ ପିଆଳ

ମନ୍ଦାର ତଗର ଆଦି ବୃକ୍ଷ ନାରିକେଳ

କେତକୀ ପାଟଳ ହୋଇଛନ୍ତି ପ୍ରସ୍ଫୁଟିତ

ଫଳ ପୁଷ୍ପେ ବନସ୍ଥଳ ଦିଶୁଛି ଶୋଭିତ

ଶତଦଳ ଫୁଟି ଅଛି ମନ୍ଦାକିନୀ ଜଳେ

ନୃତ୍ୟ ଗୀତ କରୁଛନ୍ତି କିନ୍ନର ସକଳେ

କାମାର୍ତ୍ତରେ ଅନୁରାଗେ ପର୍ବତ ଉପରି

ଗାଉଛନ୍ତି ମନ ପ୍ରାଣ ପ୍ରଫୁଲ୍ଲିତ କରି

 

 

ମଦମତ୍ତ ବିଦ୍ୟାଧରେ ପ୍ରମଦା ସହିତ

ଆନନ୍ଦରେ କେଳି କରୁଛନ୍ତି ଇତସ୍ତତ

କୁବେର ଗୃହରେ ଗାଉଛନ୍ତି ଅପସରାଏ

ବୀଣାନାଦ ହେଲା ପରି ସବୁ ଶୁଣାଯାଏ

ବାସନ୍ତୀ କୁସୁମ ସର୍ବ ହୋଇ ବୃନ୍ତ ଚ୍ୟୁତ

ତଳେ ପଡ଼ିବାରୁ ବନ ଦିଶୁଛି ଶୋଭିତ

ପୁଷ୍ପ ଗନ୍ଧ ଘେନି ବହୁ ଅଛି ମନ୍ଦାନିଳ

ତହୁଁ ହେଲା ଦଶଗ୍ରୀବ କାମରେ ଆକୁଳ

ଏମନ୍ତ ସମୟେ ଦେଖୁ ଅପୂର୍ବ ଘଟନା

ଯାଉଥିଲା ସେହି ବାଟେ ରମ୍ଭା ଚନ୍ଦ୍ରନନା

ତାହାର ସର୍ବାଙ୍ଗ ଅଟେ ଚନ୍ଦନେ ଚର୍ଚ୍ଚିତ

ମସ୍ତକେ ମନ୍ଦାର ପୁଷ୍ପ ମାଲ୍ୟ ସୁଶୋଭିତ

ଯାଉ ଅଛି ସେ ଯୁବତୀ ତରତର ହୋଇ

ଦେବପୁରେ ନୃତ୍ୟଗୀତ କରିବାର ପାଇଁ

ତାହାର ଜଘନସ୍ଥଳ କାଞ୍ଚିରେ ଶୋଭିତ

ରତି ବିହାରକୁ ହୋଇ ଅଛି ଉପଯୁକ୍ତ

ମସ୍ତକରେ ଶୋଭେ ହରି ଚନ୍ଦନ ତିଳକ

ବାସନ୍ତୀ କୁସୁମ ହାରେ ଶୋଭେ ହୃଦ ଯାକ

କ୍ଷୀଣ ମଧ୍ୟ ବିମ୍ବଓଷ୍ଠୀ ଆୟତ୍ତ ନୟନା

ସୌନ୍ଦର୍ଯ୍ୟରେ ଦିଶେ ଯେହ୍ନେ ଲକ୍ଷ୍ମୀ ପଦ୍ମାସନା

ଆୟତ ଭୁକୁତା ଦିଶେ ଧନୁକ ସମାନ

ଭିଡ଼ି ପିନ୍ଧିଅଛି ଶାଡ଼ି ନୀଳିମା ବରଣ

ବେନି କରତଳ ପଦ୍ମ କୁସୁମ କୋମଳ

କଠିଣ ସୁନ୍ଦର ସମ ଉରଜ ଯୁଗଳ

ଦେଖିଲା ଯେ ସୁନ୍ଦରୀକୁ ସହସା ରାବଣ

ଧାଇଁ ଯାଇ ତାର କର କଲାକ ଧାରଣ

ବୋଇଲା ସୁନ୍ଦରୀ ଆଗୋ ଯାଉଅଛୁ କାହିଁ

ଯାହାକୁ କରିବୁ ଭୋଗ ଭାଗ୍ୟବାନ ସେହି

ତୁମ୍ଭର ଅଧରାମୃତ ସୁଧାରୁ ଅଧିକ

ଯେକରିବ ପାନ ଭାଗ୍ୟବାନ ସେହିଲୋକ

ତୁମ୍ଭର ଏକୁତ ଯୁଗ ସ୍ୱର୍ଣ୍ଣ କୁମ୍ଭାକାର

ତହିଁ ପୁଣି ଶୋଭାପାଏ ମୁକୁତାର ହାର

ସ୍ୱର୍ଣ୍ଣଚକ୍ର ତୁଲ୍ୟ ତୁମ୍ଭ ଏବେନି ଜଘନ

ଅପୂର୍ବ ଦିଶଇ ଶୋଭା ପଡ଼ି କାସ ପୁଣ

କେ କରିବ ଭୋଗ ଏହା ବୋଲ ସୁନ୍ଦରୀ

ଅଶ୍ୱିନି କୁମାରେ ବାସବ କି ଚକ୍ରଧାରୀ

ଗୋ ସୁନ୍ଦରୀ ମୁହିଁ ତୋର ଧରୁଅଛି ହାତ

ମୋତେ ଛାଡ଼ିଯିବା ତୁମ୍ଭ ନୁହଇ ଉଚିତ

ବସ ଶୀଳା ତଳେ ପଥଶ୍ରମ କର ଦୁର

ଜାଣପ୍ରିୟେ ମୁହିଁ ତିନିଲୋକ ଅଧୀଶ୍ୱର

ଯେ ଜାଣ ତ୍ରିଲୋକ ପ୍ରଭୁ ମୁହିଁତାର ପ୍ରଭୁ

ବିଧାତା ଜଗତ କର୍ତ୍ତା ମୁହିଁ ତେଣୁ ବିତ୍ତ

ରାବଣ ବଚନ ଶୁଣି ରମ୍ଭା ଯୋଡ଼ି କର

ବୋଇଲା କୋମଳେ ହୋଇ ଭୟରେ କାତର

ହେ ରାଜନ ତୁମ୍ଭେ ଗୁରୁ ପିତା ସହଜରେ

କିପାଇଁ ଏମନ୍ତ କଥା ଧରୁଛ ମୁଖରେ

ଆନଜଣେ ମୋତେ ଯଦି କରେ ଅପମାନ

ତହିଁ ରୁ ଉଦ୍ଧାର ସିନା କରିବେ ଆପଣ

ମୁହି ତୁମ୍ଭ ପୁତ୍ରବଧୁ ଧର୍ମ ପରମାଣେ

ଏତେବୋଲି ପଡ଼ିଲା ସେ ରାବଣ ଚରଣେ

ରାବଣ ବୋଇଲା ଯେବେ ଅଟୁ ପୁତ୍ରନାରୀ

ତେବେ ସିନା ପୁତ୍ରବଧୁ ହେବୁ ତୁ ସୁନ୍ଦରୀ

ଏହଶୁଣି ବୋଲେ ରମ୍ଭା ନ ବୋଲୁଛି ମିଥ୍ୟା

ମୁହିଁ ତୁ୍ମ୍ଭ ପୁତ୍ରବଧୁ ଅଟଇ ସର୍ବଥା

ଆପଣଙ୍କ ଭାଇ ଧନପତି ଯେ କୁବେର

ଖ୍ୟାତ ନଳ କୁବେର ଯେ ତାହାଙ୍କ କୁମର

ଯୁଦ୍ଧରେ କ୍ଷତ୍ରିୟ ଧର୍ମ କର୍ମରେ ବ୍ରାହ୍ମଣ

କ୍ରୋଧେ ଅଗ୍ନି କ୍ଷମାଗୁଣେ ପୃଥିବୀ ସମାନ

ଡ଼ାକିଛନ୍ତି ମୋତେ ତାଙ୍କପାଶେ ଯିବାପାଇଁ

ତେଣୁ ମୁହିଁ ଯାଉଅଛି ଏବେ ସଜ ହୋଇ

ଅଟନ୍ତି ସେ ବୀର ମୋର ପ୍ରତି ଅନୁରକ୍ତ

ମୁହିଁ ମଧ୍ୟ ତାଙ୍କ ପ୍ରେମେ ଅଟଇ ଆଶକ୍ତ

ତାଙ୍କବିନା ମୁହିଁ ଲୋଡ଼େ ନାହିଁ ଆନଜଣ

ଛାଡ଼ିଦିଅ ମୋତେ କରୁଅଛି ନିବେଦନ

ସେହି ମହାବୀର ବସିଥିବେ ବାଟ ଚାହିଁ

ତାଙ୍କ ଆଶା ପୂର୍ଣ୍ଣପାଇଁ ବାଧା ଦିଅ ନାହିଁ

ଆପଣ ଅଟନ୍ତି ମୋର ଗୁରୁ ମାନନୀୟ

ଧର୍ମରକ୍ଷା କରୁ କରୁ ଅଛି ଅନୁନୟ

ଅପ୍‌ସରା ମୁଖକୁ ଚାହିଁ ବୋଲେ ଲଙ୍କେଶ୍ୱର

ଯାହା ତୁହି ବୋଲୁ ପୁତ୍ରବଧୁ ଅଟୁ ମୋର

ଏକପତ୍ନୀ ସ୍ଥଳେ ଏହା ଅଟଇ ବ୍ୟବସ୍ଥା

ଦେବଗଣେ ମଧ୍ୟ ବୋଲି ଥାନ୍ତି ଏହି କଥା

ବିଶେଷ ଅପ୍‌ସରାମାନଙ୍କର ନାହିଁ ପତି

ଯେ କରଇ ଭୋଗ ତାଙ୍କୁ ସେ ତାଙ୍କ ଯୁବତୀ

ଏତେବୋଲି ଦଶଗ୍ରୀବ ରମ୍ଭା ହାତ ଧରି

ସୁଶୀତଳ ଶୀଳାତଳେ ଆଣିଲା ଓଟାରି

କାମଭୋଳେ ହୋଇ ଦୈତ୍ୟପତି ଉନମତ

ରମ୍ଭାସଙ୍ଗେ ରମଣରେ ହେଲକ ପ୍ରବୃତ୍ତ

ସହି ନ ପାରିଲା ରମ୍ଭା ରାବଣ ରମଣ

ମଦମତ୍ତ କରି ହସ୍ତେ ପଦ୍ମିନୀ ଯେସନ

ଫିଟିଗଲା କେଶପାଶ ଛିଣ୍ଡିଗଲା ମାଳା

ପଡ଼ିଲାକ ଖସି ଅଳଙ୍କାର ରତ୍ନବଳା

ଏଥୁ ଅନନ୍ତରେ ରମ୍ଭା ଲଜ୍ଜିତ ଭୟରେ

ପଡ଼ିଲାକ ଯାଇ ନଳ କୁବେର ପଦରେ

ରମ୍ଭା ମୁଖ ଚାହିଁ ନଳ କୁବେର ପୁଛିଲେ

କହପ୍ରିୟେ ଏସ୍ଥାନକୁ ଆସିବୁତ ଭଲେ

ଆସିବା ମାତ୍ରକେ କିପାଁ ପଡ଼ିଲୁ ପାରେ

ଭୟ ତେଜି ପ୍ରିୟେ ସବୁ ବୋଲ ମୋ ଆଗରେ

ଏତେକଥା ଶୁଣି ରମ୍ଭା ବୋଇଲା ବଚନ

ବିଜୟ ନିମନ୍ତେ ଯାଉ ଅଛନ୍ତି ରାବଣ

ଆଜି ନିଶି ବାସ କରୁଛନ୍ତି କୈଳାସରେ

ଅପାର ସଇନଛନ୍ତି ତାହାଙ୍କ ସଙ୍ଗରେ

ସେହିବାଟେ ଆସୁଥିଲି ଆପଣ ପାଶକୁ

ରାବଣ ଧରିଲେ ଆସି ମୋହର ହସ୍ତକୁ

ପଚାରିଲେ ହେ ସୁନ୍ଦରି ବୋଲ ସତ୍ୟକରି

କାହିଁ ଯାଉ ଅଛୁ ବୋଲ ତୁ କାହାର ନାରୀ

ବୋଇଲି ସକଳ ମୁହିଁ ଯାହା ବୋଲିବାର

ମାତ୍ର କିଛି କଥା ନ ଶୁଣିଲେ ଦଶଶିର

ପୁନଃ ପୁନଃ ବୋଇଲି ମୁ କାତର ବଚନେ

ମୁ ତୁମ୍ଭର ପୁତ୍ରବଧୁ ଧର୍ମ ପରମାଣେ

ମାତ୍ର ସେହି ଥିଲେ କାମ ବାଣରେ କାତର

ବଳେଧରି ମୋହ ପ୍ରତି କଲେ ବଳତ୍କାର

ନାରୀ କି ପାରିବ ପୁରୁଷର ସଙ୍ଗେ ବଳେ

କ୍ଷମାକର ଦୋଷୁ ପଡ଼ୁଅଛି ପାଦତଳେ

ନଳ କୁବେର ଯେ ରମ୍ଭା ମୁଖୁ ଏତେ ଶୁଣି

ସକଳ ବୃତାନ୍ତ ଧ୍ୟାନ ବଳେ ପାରି ଜାଣି

ମହାକ୍ରୋଧ ଭରେ ସେହି କରି ଆଚମନ

ବୋଇଲେ ରମ୍ଭାକୁ ପ୍ରିୟେ ମୋର ବାକ୍ୟ ଶୁଣ

ଦଶଗ୍ରୀବ ପ୍ରତି ଇଛା ନ ଥିଲା ତୁମ୍ଭର

କାମଭୋଳ ହୋଇ ସେହି କଲା ବଳାତ୍କାର

ଏ ଉତ୍ତାରେ ସେହି ଯଦି ନାରୀ ଅନିଚ୍ଛାରେ

କାମରେ ଉନ୍ମତ ହୋଇ ବଳାତ୍କାର କରେ

ଶତଖଣ୍ଡ ହୋଇ ତା ମସ୍ତକ ଚୂର୍ଣ୍ଣ ହେବ

ମୋର ଏହି ଅଭିଶାପ ମେଣ୍ଟିର ନ ହେବ

ନଳ କୁବେର କ୍ରୋଧରେ ଦିଅନ୍ତେ ସମ୍ପାଦ

ଆକାଶରେ ହେଲା ଦେବ ଦୁନ୍ଦଭି ଧ୍ୱନିତ

ଶୁଣି ପିତା ମହ ଅଭି ସମ୍ପାତ ବିଷୟ

ହେଲେ ମନେ ମନେ ଆନନ୍ଦିତ ଅତିଶୟ

ସେହି ଶାପ ଦିନଠାରୁ ଦୁର୍ମତି ରାବଣ

ନ କରଇ ନାରୀ ଅନିଛାରେ ଯେ ରମଣ

ପୂର୍ବେ ଘେନି ଯାଇ ଥିଲା ଯେ ସର୍ବ ରମଣୀ

ହେଲେ ସର୍ବେ ଆନନ୍ଦିତ ଏ ସମ୍ବାଦ ଶୁଣି

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ଷଷ୍ଠବିଂଶ ସର୍ଗ

 

ସପ୍ତବିଂଶ ସର୍ଗ

ଅନନ୍ତର ଦୈତ୍ୟପତି ସେନାନି ସହିତ

ଯାଇ ହେଲା ଇନ୍ଦ୍ରଲୋକ ମଧ୍ୟେ ଉପସ୍ଥିତ

ଆକାଶ ପୃଥିବୀ ଘୋଟି ଚାଲନ୍ତି ସଇନି

ସମୁଦ୍ର ଗର୍ଜନ ପରି ଶୁଭୁ ଅଛି ଧ୍ୱନି

ଦେବରାଜ ଇନ୍ଦ୍ରପାଇ ରାବଣ ସମ୍ବାଦ

ଭୟରେ ତାହାଙ୍କ ମନେ ଉପୁଜିଲା ଖେଦ

ଆଦିତ୍ୟାଦି ଦେବଗଣେ ବୋଇଲେ ବାସବ

ଯୁଦ୍ଧପାଇଁ ସଜ ହୁଅ ନ କର ବିଳମ୍ବ

ଯୁଦ୍ଧାର୍ଥୀ ଦେବତାଗଣେ ଯାଇ ହେଲେ ସଜ

ଏମନ୍ତ ସମୟେ ଭୟ ପାଇ ଦେବରାଜ

ଭଗବାନ ବିଷ୍ଣୁପାଶେ ଜଣାଇଲେ ଯାଇ

ଆସିଛ ରାବଣ ଯୁଦ୍ଧ କରିବାର ପାଇଁ

ବରେ ବଳବାନ ହୋଇ ଦୁରନ୍ତ ରାବଣ

ସମ୍ପ୍ରତି ମୁ କିକରିବି ବୋଲୁନ୍ତୁ ଆପଣ

ବ୍ରହ୍ମାବର ମେଣ୍ଟିବାକୁ ସାଧ୍ୟ ନାହିଁ ମୋର

ଅତଏବ କୃପା ମୋତେ କର ଚକ୍ରଧର

 

 

ତୁମ୍ଭବଳେ ବଳି କୁତ୍ର ନରକ ନମୁଚି

ସମ୍ବରାଦି ଦୈତ୍ୟଗଣେ ନାଶ କରି ଅଛି

ସେହିରୂପ ସାହା ଏବେ ହେଉନ୍ତୁ ଆପଣ

କରିବି ବିନାଶ ସୈନ୍ୟ ସହିତ ରାବଣ

ଆହେ ଦେବ ତୁମ୍ଭେ ମୋର କେବଳ ଆଶ୍ରୟ

ନାରାୟଣ ସନାତନ ଧାତା ଜରାବୁୟ

ସର୍ବଲୋକ ସଙ୍ଗେ ମୋତେ କରିଛ ସ୍ଥାପନ

ସ୍ଥାବର ଜଙ୍ଗମାତ୍ମକ ବିଶ୍ୱର କାରଣ

ପ୍ରଳୟରେ ତୁମ୍ଭ ଦେହେ ପ୍ରବେଶିବେ ଜୀବେ

ବୋଲୁନ୍ତୁ କରୁଣା କରି କିକରିବି ଏବେ

ଏହା ମଧ୍ୟ ବୋଲ ମୋତେ ଦେବ ଚକ୍ରପାଣି

କରିବ ଆପଣ ଯୁଦ୍ଧ ଗଦାଚକ୍ର ଘେନି

ବୋଇଲେ ଏକଥା ଶୁଣି ଦେବ ନାରାୟଣ

ଯେ କାର୍ଯ୍ୟ କରିବ ତୁମ୍ଭେ ବୋଲୁ ଅଛି ଶୁଣ

ବରପାଇ ଦଶଗ୍ରୀବ ହୋଇଛି ଦୁର୍ଜୟ

କରି ନ ପାରିବ କେହି ତାକୁ ପରାଜୟ

ସହଜ ଚକ୍ଷୁରେ ମୋତେ ହେଉଚି ଗୋଚର

ସେ ରାକ୍ଷସ ପୁତ୍ର ମେଘନାଦ ମହାବୀର

ତାହାକୁ ଆଶ୍ରୟ କରି ଯୁଝିବ ରାବଣ

ରହି ନ ପାରିବେ ସ୍ଥିର ହୋଇ ଦେବଗଣ

ଅନୁରୋଧ କରୁଅଛ ମୋତେ ସେଥିପାଇଁ

ସମ୍ପ୍ରତି ମୁ ସନମତ ହୋଇ ପାରେ ନାହିଁ

ଯେବେ ମୁଁ ଯୁଦ୍ଧେ ଯାଏଁ ଗଦାଚକ୍ର ଧରି

ଯୁଦ୍ଧକୁ ନ ଫେରେଁ କେଭେ ଶତ୍ରୁକୁ ନ ମାରି

ବ୍ରହ୍ମାବଳେ ବଳିଆର ଅଟଇ ରାବଣ

ତାହାକୁ କରିବା ନାଶ ଅଟଇ କଠିନ

ପ୍ରତିଜ୍ଞା କରୁଛି ଆହେ ସହସ୍ର ଲୋଚନ

ମୁହିଁ ମାତ୍ର ହେବି ତାର ମୃତ୍ୟୁର କାରଣ

ବିନାଶ କରିବି ତାକୁ ଜ୍ଞାତି ସହିତରେ

ସ୍ୱର୍ଗରେ କରିବ ବାସ ମନ ଆନନ୍ଦରେ

ବୋଇଲି ସମସ୍ତ ଗୁଢ଼ କଥା ମୁ ତୁମ୍ଭକୁ

ଦେବଗଣ ସଙ୍ଗେ ଘେନି ଯାଅ ସମରକୁ

ଅନନ୍ତର ରୁଦ୍ର ବସୁ ଆଦି ଦେବଗଣ

ଅଶ୍ୱିନୀ କୁମାର ଦ୍ୱୟ ଆଦିତ୍ୟ ପବନ

ବାହାରିଲେ ଯୁଦ୍ଧପାଇଁ ହୋଇ ସମବେତ

ତେତେବେଳେ ହୋଇଥିଲା ରଜନୀ ପ୍ରଭାତ

ଜାଗରିତ ହୋଇ ଥିଲେ ଅସୁର ସଇନେ

ବାହାରିଲେ ଯୁଦ୍ଧପାଇଁ ଦେଖି ଦେବଗଣେ

କେତେଛନ୍ତି ଦୈତ୍ୟ ସୈନ୍ୟ ନାହିଁ ତା କଳନା

ତାହା ଦେଖି ଦେବତାଏ ହେଲେକ ବିମନା

ବାଜିଲା ଉଭୟପକ୍ଷେ ତୁମୁଳ ସମର

ରାବଣ ସଚୀବଗେ ମହା ମହା ବୀର

ମାରୀଚ ପ୍ରହସ୍ତ ମହାପାର୍ଶ୍ୱ ଅକମ୍ପନ

ମହୋଦର ମହାସମଷ୍ଟ୍ରି ନିକୁମ୍ଭ ସାରଣ

ଶୁକ ବିରୁପାକ୍ଷ ଜମ୍ବୁମାଳୀ ମହା ହ୍ରାଦ

ଦୁର୍ମୁଖ ଦୂଷଣ ଖର ତ୍ରିଶିରା ସଂହ୍ରାଦ

ସୁପ୍ତଘ୍ନ କରବୀରାକ୍ଷ ବୀର ନରାନ୍ତକ

ସୂର୍ଯ୍ୟ ଶତ୍ରୁ ମହାକାୟ ପୁଣି ଦେବାନ୍ତକ

ଅତିକାୟ ଯଜ୍ଞକୋପ ସେନାପତି ଗଣେ

ନିଜ ନିଜ ସୈନ୍ୟ ଧରି ପ୍ରବେଶିଲେ ରଣେ

ପ୍ରଥମେ ଯୁଦ୍ଧରେ କରି ପ୍ରବେଶ ସୁମାଳୀ

ନିମିଷକେ ଦେବ ସୈନ୍ୟ ପକାଇଲା ଦଳି

ବାୟୁ ଯେହ୍ନେ ମେଘମାଳା କରେ ଛିନ୍ନଭିନ୍ନ

ସୁମାଳୀ ବାଣରେ ତେହ୍ନେ ହେଲେ ଦେବଗଣ

ସିଂହେ ଦେଖି ମୃଗ ଯେହ୍ନେ କରେ ପଳାୟନ

ସୁମାଳିକୁ ଦେଖି ଦେବେ ହେଲେ ଧାବମାନ

ସାବିନ୍ତ୍ରି ଅଷ୍ଟମ ବସୁ ଏହି ଅବସରେ

ପ୍ରବେଶିଲେ ଅସ୍ତ୍ର ଘେନି ସମର କ୍ଷେତ୍ରରେ

ତାହାଙ୍କର ସଙ୍ଗେ ଥିଲେ ଅପାର ସଇନ

ତାହା ଦେଖି ଭୟେ ତ୍ରସ୍ତ ହେଲେ ଦୈତ୍ୟଗଣ

ଅନନ୍ତର ତୁଷ୍ଟା ପୁଷା ଘେନି ନିଜ ସୈନ୍ୟ

ନିର୍ଭୟ ଚିତ୍ତରେ କଲେ ଯୁଦ୍ଧେ ଆଗମନ

ରାକ୍ଷସମାନଙ୍କ କୀର୍ତ୍ତି ନ ପାରିଣ ସହି

ବାହାରିଲେ ଯୁଦ୍ଧେ ଅସ୍ତ୍ର ଘେନି ସଜ ହୋଇ

ଦେବତା ରାକ୍ଷସେ ହେବା ମାତ୍ର ସମବେତ

ବାଜିଲା ଏମନ୍ତ ଯୁଦ୍ଧ ନୁହଇ କଥିତ

ଏକକୁ ଆରେକ କରୁଛନ୍ତି ଅସ୍ତ୍ରାଘାତ

ସମସ୍ତଙ୍କ ଦେହୁ ଭାସି ଯାଉଛି ରକତ

ଏମନ୍ତ ସମୟେ ବେଗେ ସୁମାଳୀ ରାକ୍ଷସ

ସୁର ସୈନ୍ୟ ସମ୍ମୁଖରେ ହେଲା ପରବେଶ

ବସୁ ସଙ୍ଗେ ଯୁଦ୍ଧତାର ହେଲା ଘୋରତର

ଏକକୁ ଆରେକ ହେଲା ସମର ଅପାର

ଅନନ୍ତର ବସୁ ତୀକ୍ଷ୍ମ ତୀକ୍ଷ୍ମ ଶର ମାରି

ସୁମାଳୀର ରଥ ଗୋଟା ଦେଲେ ଚୂର୍ଣ୍ଣକରି

ପ୍ରଚଣ୍ଡ ଗଦେକ ଘେନି ବସୁ କରି କୋପ

ସୁମାଳୀ ମସ୍ତକେ ନେଇ କଲେକ ନିକ୍ଷେପ

ଉଲ୍କା ତୁଲ୍ୟ ସେହି ଗଦା ପତନ ସମୟେ

ଗିରି ଶୃଙ୍ଗପରେ ବଜ୍ର ତୁଲ୍ୟ ଶୋଭାପାଏ

ସୁମାଳୀର ଅସ୍ଥି ମାଂସ ନ ରହିଲା ଚିହ୍ନ

ଆର୍ତ୍ତନାଦ କରି ପଳାଇଲେ ଦୈତ୍ୟଗଣ

ପଛେ ପଛେ ଧାଉଁଛନ୍ତି ବସୁ ମହାବୀର

ଜଣେକ ରାକ୍ଷସ ହୋଇ ନରହିଲା ସ୍ଥିର

 

ଇତିଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ନାମ ସପ୍ତବିଂଶ ସର୍ଗ

 

ଅଷ୍ଟାବିଂଶ ସର୍ଗ

ସୁମାଳୀ ମରନ୍ତେ ମହାବଳ ଇନ୍ଦ୍ରଜିତ

ପଳାୟିତ ସୈନ୍ୟଗଣେ କଲା ଏକତ୍ରିତ

ବନାଗ୍ନି ବନରେ ଯେହ୍ନେ ହୁଏ ଧାବମାନ

ଦେବ ସୈନ୍ୟ ଲକ୍ଷକରି ଧାଇଁଲା ତେସନ

ଦେବତାଏ ଯୁଦ୍ଧସ୍ଥଳେ ମେଘନାଦେ ଦେଖି

ଇତସ୍ତତଃ ପଳାଇଲେ ସମର ଉପେକ୍ଷି

ଜଣେ ନରହିଲା ଯୁଦ୍ଧସ୍ଥଳେ ସ୍ଥିର ହୋଇ

ବୋଇଲେ ବାସବ ଭୀତ ସୈନ୍ୟଗଣେ ଚାହିଁ

ନପଳାଅ ଯୁଦ୍ଧ ଛାଡ଼ି ହୁଅ ନାହିଁ ଭୀତ

ସମ୍ପ୍ରତି ଆସୁଛି ଯୁଦ୍ଧ କରିବା ଜୟନ୍ତ

ଅନନ୍ତର ମହାବୀର ଜୟନ୍ତ ବେଗରେ

ଉପସ୍ଥିତ ହେଲେ ଆସି ସମର କ୍ଷେତ୍ରରେ

ଜୟନ୍ତର ଚାରିପାଶେ ଥାଇ ଦେବଗଣ

ମେଘନାଦ ପ୍ରତି କଲେ ବାଣ ବରଷଣ

ଦେବତା ରାକ୍ଷସ ଯୁଦ୍ଧ କଲେ ଘୋରତର

ସେ ଯୁଦ୍ଧକୁ ଦେବାପାଇଁ ନାହିଁ ପଟାନ୍ତର

 

 

ମେଘନାଦ ସାରଥି ଯେ କାର୍ମୁକ ଓଟାରି

ବିନ୍ଧିଲା ତୁହାଇ ଗୋମୁଖକୁ ଲକ୍ଷକରି

ଜୟନ୍ତ ବିନ୍ଧିଲେ ମେଘନାଦ ସାରଥିକୁ

ଇନ୍ଦ୍ରଜିତ ବିନ୍ଧିଲା ଯେ ବାଣ ଜୟନ୍ତକୁ

ଦେବ ସୈନ୍ୟ ଲକ୍ଷକରି ଶତଘ୍ନୀ ମୁଷଳ

ମାରିଳା ତୁହାର ଇନ୍ଦ୍ରଜିତ ମହାବଳ

ଚତୁର୍ଦ୍ଦିଗେ ଘୋଟି ଅଛି ଘୋର ଅନ୍ଧକାର

ବାଣରେ ବ୍ୟଥିତ ହେଲେ ଦେବତା ନିକର

ସମର କରିବା ପାଇଁ ହୋଇ ଅସକତ

ଜୟନ୍ତକୁ ଛାଡ଼ି ପଳାଇଲେ ଇତସ୍ତତଃ

ବିବେଚନା ନାହିଁ ତେତେବେଳେ ଆତ୍ମପର

ଚତୁର୍ଦ୍ଦିଗେ ଘୋଟି ଅଛି ଘୋର ଅନ୍ଧକାର

ଦେବତାଏ ଦେବତାଙ୍କୁ ଅସୁର ଅସୁରେ

ଆସେ ମରାମରି ହେଉଛନ୍ତି ପରସ୍ପରେ

ଅନନ୍ତର ପୁଲେମା ଯେ ଆସି ସେ ସ୍ଥାନକୁ

ଗଣସ୍ରକୁ ଘେନି ଚାଲିଗଲା ଜୟନ୍ତକୁ

ଜୟନ୍ତ ପୁଲେମା ନାତି ଶଚୀତା ନନ୍ଦିନୀ

ସ୍ନେହରେ ତେଣୁଗଲା ଜୟନ୍ତକୁ ଘେନି

ମହାବୀର୍ଯ୍ୟ ଦୈତ୍ୟ ରାଜା ପୁଲେମା ବେଗରେ

ଜୟନ୍ତକୁ ଘେନି କଲା ପ୍ରବେଶ ସାଗରେ

ନଦେଖି ଜୟନ୍ତେ ଯୁଦ୍ଧସ୍ଥଳେ ଦେବଗଣ

ପ୍ରାଣ ଭୟେ ଇତସ୍ତତଃ କଲେ ପଳାୟନ

ମେଘନାଦ ମଧ୍ୟ ଦେବ ସୈନ୍ୟଙ୍କ ପଛରେ

ଧାଇଲା ଗର୍ଜ୍ଜନ କରି ମହାକ୍ରୋଧ ଭରେ

ଦେବରାଜ ଇନ୍ଦ୍ର ଦେଖି ଜୟନ୍ତକୁ ନଷ୍ଟ

ପୁଣି ଦେଖି ଦେବ ସୈନ୍ୟମାନଙ୍କର କଷ୍ଟ

ବୋଇଲେ ସେ ମାତଳିକୁ ଯାଅ ବେଗ କରି

ଆମ୍ଭ ରଥ ଆଣ ଏଥି ଶୀଘ୍ର ସଜ କରି

ଆଜ୍ଞପାଇ ମାତଳି ଯେ ହେଲେ ଧାବମାନ

ଇନ୍ଦ୍ରରଥ ସଜ କରି ଆଣିଲା ବହନ

ଚପଳା ଶୋଭିତ ମେଘେ ରଥର ବେଗରେ

ଗର୍ଜିଲେ ପ୍ରଳୟ ତୁଲ୍ୟ ରଥ ସମ୍ମୁଖରେ

ଗନ୍ଧର୍ବେ ନିବିଷ୍ଟ ମନେ ବଜାଇଲେ ବାଦ୍ୟ

ନାଚିଲେ ଅପ୍‌ସରା ଗଣେ ହୋଇଣ ପ୍ରମୋଦ

ଅଶ୍ୱିନୀ କୁମାରଦ୍ୱୟ ବାୟୁଗଣେ ଘେନି

ବାହାରିଲେ ରୁଦ୍ରବସୁ ସଙ୍ଗେ ବଜ୍ରପାଣି

ପ୍ରବଳେ ବହିଲେ ବାୟୁ ହେଲା ଉଲ୍‌କାପାତ

ନିଷ୍ପ୍ରଭ ଦିଶିଲା ସୂର୍ଯ୍ୟମଣ୍ଡଳ ସନ୍ତତ

ମହାବୀର ଦଶଗ୍ରୀବ ଏକରଥେ ଚଢ଼ି

ସଚିବମାନଙ୍କୁ ଘେନି ଯୁଦ୍ଧେ ଦେଲା ଧାଡ଼ି

ବିଶ୍ୱକର୍ମ୍ମା କରିଛନ୍ତି ଏରଥ ନିର୍ମ୍ମାଣ

ଏହାକୁ ଭୁଜଙ୍ଗ କରି ଅଛନ୍ତି ବେଷ୍ଟନ

ସେମାନଙ୍କ ନିଶ୍ୱାସରୁ ବହଇ ଅନଳ

ତେଣୁ ସେହି ରଥ ଗୋଟା ଦିଶେ ବିକଟାଳ

ଅନନ୍ତର ଦଶଗ୍ରୀବ ମେଘନାଦେ ରାଇ

ବୋଇଲା କ୍ଷଣେକ ତୁମ୍ଭେ ଥକାମେଣ୍ଟ ଯାଇ

ଏରୂପେ ପୁତ୍ରକୁ କରି ରାବଣ ଆଦେଶ

ସମର କ୍ଷେତ୍ରରେ ଆସି ହେଲା ପରବେଶ

ରଣସ୍ଥଳ ଛାଡ଼ିଗଲା ବୀର ଇନ୍ଦ୍ରଜିତ

ଦେବତା ରାକ୍ଷସେ ଯୁଦ୍ଧ ହେଲାକ ବହୁତ

ଶ୍ରାବଣ ମାସରେ ଯେହ୍ନେ ବରଷଇ ବାରି

ଘନ ଘନ ଅସ୍ତ୍ର ବୃଷ୍ଟି ହୁଏ ସେହିପରି

ରଥେ ଚଢ଼ି ପହୁଁଚିଲା ବୀର କୁମ୍ଭକର୍ଣ୍ଣ

ନବୁଝିଲା କାହା ସଙ୍ଗେ ହେଉଅଛି ରଣ

କେବଳ ଦେବତା ଗଣେ ଦେଖିଲା ସେ ଯହିଁ

ଗୁରଣ୍ଠା ଚାପୁଡ଼ା ବିଧା ମାରିଲା ନିଠାଇ

ମହାଘୋର ରୁଦ୍ରଗଣ ମାରୁତ ସହିତ

ଅସ୍ତ୍ର ଶସ୍ତ୍ରେ କୁମ୍ଭକର୍ଣ୍ଣ କଲେକ ବିକ୍ଷତ

ପ୍ରହାର ଭୟରେ ତହିଁ ରାକ୍ଷସ ସଇନେ

ଜୀବନ ବିକଳେ ପଳାଇଲେ ଏଣେତେଣେ

କେହି ମଲା କେହି ଗଲା କେହେଲା ମୂର୍ଜ୍ଜିତ

କେହି ମରି ପଡ଼ିଅଛି ବାହନ ସହିତ

କେହି ଚଢ଼ି ଥିଲା ହସ୍ତୀ ଉଷ୍ଟ୍ର ଅଶ୍ୱଖରେ

ବସହ ଉରଗ ବ୍ୟାଘ୍ର ସିଂହାଶିଶୁ ମାରେ

ଯାନମାନ ଧରି ପଡ଼ିଥିଲେ ମୂର୍ଚ୍ଛା ହୋଇ

ଚେତନା ପାଇଲେ କିଛିକ୍ଷଣେ ବାୟୁପିଇ

ଉଠିଣ ବସନ୍ତେ ପୁଣି ବାଜି ସୁରବାଣ

ପଡ଼ିଲେ ଭୂମିରେ ପୁଣି ତେଜିଣ ଜୀବନ

ରଣସ୍ଥଳେ ଯାଉ ଅଛି ରକ୍ତ ନଦୀ ବହି

ପିଉଛନ୍ତି କାକ ଗୃଧ୍ରେ ଆନନ୍ଦିତ ହୋଇ

ସୈନ୍ୟଗଣେ ନଷ୍ଟ ଦେଖି କ୍ରୋଧରେ ରାବଣ

ବାସବକୁ ଲକ୍ଷକରି ହେଲା ଧାବମାନ

କ୍ରୋଧେ ଇନ୍ଦ୍ର କଲେ ଶରାସନ ଆକର୍ଷଣ

ଟଙ୍କାର ଶବ୍ଦରେ ଦଶଦିଗ ହେଲା ପୂର୍ଣ୍ଣ

ରାବଣ ମସ୍ତକ ଲକ୍ଷରି ସୁନାଶିର

ବିନ୍ଧିଲେ ତୁହାଇ ଅଗ୍ନି ସମାନରେ ଶର

ରାବଣ ବିନ୍ଧଇ ମଧ୍ୟ ଶର ଘନ ଘନ

ଶରେ ଶରେ ଅନ୍ଧକାର ହେଲା ଦିଗମାନ

 

ଇତି ରାମାୟଣେ ଉତ୍ତରାକାଣ୍ଡେ ନାମ ଏକୋତ୍ରିଂଶ ସର୍ଗ

 

ଏକୋବନ୍ତ୍ରିଂଶ ସର୍ଗ

ଚତୁର୍ଦ୍ଦିଗେ ଘୋଟିଅଛି ଘୋର ଅନ୍ଧକାର

ଘୋର ଯୁଦ୍ଧ କରୁଛନ୍ତି ଦେବତା ଅସୁର

କାହି ରହିଁ ନାହିଁ ତହିଁ ଆତ୍ମପରଜ୍ଞାନ

ଦୈତ୍ୟେ ଦୈତ୍ୟେ ଦେବେ ଦେବେ ବିନ୍ଧୁଛନ୍ତି ବାଣ

ରାବଣ ଦେଖିଣ ଦୈତ୍ୟମାନଙ୍କ ବିନାଶ

ଗର୍ଜିଲା କ୍ରୋଧରେ ହାତେ ମୋଡ଼ି ଦାଢ଼ି ନିଶ

ବୋଇଲା ସେ କ୍ରୋଧଭରେ ଚାହିଁ ସାରଥିକୁ

ଘେନି ଚାଲ ରଥ ଦେବ ସୈନ୍ୟଙ୍କ ମଧ୍ୟକୁ

ମାରିବି ଦେବଗତାଗଣେ ଆଜି ବିକ୍ରମରେ

ବାସବ ସହିତ ଯମ ବରୁଣ କୁବେର

ହେ ସାରଥି ତୁମ୍ଭେ ଭୟେ ନହୁଅ କାତର

ଘେନି ଚାଲ ରଥ ବେଗେ ବିଳମ୍ବ ନକର

ହେ ସାରଥି ପୁନର୍ବାର ବୋଲୁ ଅଛି ଶୁଣ

ବାହ ତୁମ୍ଭେ ରଥସୈନ୍ୟ ମଧ୍ୟକୁ ବହନ

ଏସ୍ଥାନର ନାମ ଅଟେ ନନ୍ଦନ କାନନ

ରଖ ରଥ ନେଇ ଏକ ଦେଖି ଉଚ୍ଚସ୍ଥାନ

 

 

ଆଜ୍ଞାପାଇ ସାରଥି ଯେ ଚଳାଇଲା ରଥ

ଦେବତା ସଇନ୍ୟେ ଯହିଁ ଥିଲେ ଏକତ୍ରିତ

ରାବଣ ଉଦ୍ଦେଶ ଜାଣି ସହସ୍ର ଲୋଚନ

ଦେବଗଣେ ପାଶେ ରାଇ ବୋଇଲେ ବଚନ

ଆହେ ଦେବେ ଯାହା ବୁଝିଅଛି ଶ୍ରେୟସ୍କର

ତୁମ୍ଭେମାନେ ମିଳି ସେହିରୂପ କାର୍ଯ୍ୟକର

କ୍ରୋଧରେ ରାବଣ ଆସୁଅଛି ଯୁଝିବାକୁ

ଜୀବିତ ଦଶାରେ ବେଢ଼ି ଧରିବା ତାହାକୁ

ପୂର୍ବକାଳେ ସିନ୍ଧୁ ମଧ୍ୟେ ତରଙ୍ଗ ଯେସନ

ସେହିରୂପେ ଯୁଦ୍ଧେ ଆସୁଅଛି ଦଶାନନ

ସାବଧାନ ହୋଇ ସର୍ବେ ଥାଅ ତୁମ୍ଭେମାନେ

ଆଜିରେ ଅବଶ୍ୟ ଧରି ବାନ୍ଧିବା ରାବଣେ

ବ୍ରହ୍ମାବର ପାଇ ସେହି ହେଇଛି ଅସାଧ୍ୟ

କେଭେ କରି ନପାରିବୁ ତାକୁ ପ୍ରାଣୁବଧ

ଯେମନ୍ତ ଦାନବ ରାଜ ବଳି ବଳବନ୍ତ

ବଦ୍ଧ ହୋଇ ରହିବାରୁ ହୋଇଛୁଁ ନିଶ୍ଚିନ୍ତ

ଆଜି ସେହିରୂପେ ସର୍ବେ ପାପାତ୍ମା ରାବଣେ

ନିର୍ଭୟରେ ବେଢ଼ି ତାକୁ ବାନ୍ଧ ତୁମ୍ଭେମାନେ

ଅନନ୍ତର ଶଚୀପତି ଛାଡ଼ି ରାବଣକୁ

ଅନ୍ୟ ସ୍ଥାନେ ଯାଇ ବଧ କଲେ ଅସୁରଙ୍କୁ

ଦୈତ୍ୟପତି ଦଶାନନ ଦେଖି ଅବକାଶ

ଉତ୍ତର ଦିଗରୁ ସୈନ୍ୟେ କଲାକ ପ୍ରବେଶ

ଇନ୍ଦ୍ର ଯୁଦ୍ଧ କରୁଛନ୍ତି ଦକ୍ଷିଣ ପାଶରେ

ଦଶଗ୍ରୀବ ଦେବ ସୈନ୍ୟେ ବଧ କରି ଶରେ

ଚାଲିଗଲା ଶଏ ଯୁଣ ବାଟ ସହଜରେ

ଏହା ଦେଖି ଶଚୀପତି ଧାଇଲେ ବେଗରେ

ବିନ୍ଧିଲେ ରାବଣେ ଚାହିଁ ବାଛି ବାଛି ଶର

ଶର ଘାଏ ହେଲା ଦୈତ୍ୟ ରାଜ ଯେ କାତର

ଅସୁର ଦାନବେ ଦେଖି ରାବଣର ଦଶା

ହାହାକାର ନାଦ କଲେ ତେଜି ଯୁଦ୍ଧ ଆଶା

ଏହା ଦେଖି ମେଘନାଦ ମହା କ୍ରୋଧଭରେ

ରଥେ ଆରୋହଣ କରି ପଶିଲା ଯୁଦ୍ଧରେ

ବିଚାରିଲା ସୁରସେନା ଅସାଧ୍ୟ ଅଟଇ

ସମ୍ମୁଖ ଯୁଦ୍ଧରେ କିଛି ଫଳ ହେବ ନାହିଁ

ତେଣୁ କପଟରେ କରି ଆଶ୍ରୟ ମାୟାକୁ

ସୈନ୍ୟଗଣେ ଛାଡ଼ିଗଲା ଇନ୍ଦ୍ର ନିକଟକୁ

ଦେଖି ନ ପାରିଲେ ମେଘନାଦେ ଶଚୀସାଇଁ

ଯେଣୁ ସେହି ମାୟାବଳେ ଥିଲା ଗୁପ୍ତ ହୋଇ

ମେଘ ଅନ୍ତରାଳେ ଥାଇ ବିନ୍ଧୁ ଅଛି ଶର

ଇନ୍ଦ୍ର ନ ପାଇଲେ କିଛି ସନ୍ଧାନ ତାହାର

ପ୍ରଥମେ ସେ ମାତଳିକୁ କଲା ଶରାଘାତ

ଅସ୍ତ୍ରଘାଏ ସାରଥି ଯେ ହେଲାକ ବ୍ୟଥିତ

ଇନ୍ଦ୍ର ଯାଇ କରି ଐରାବତ ଆରୋହଣ

କାହିଁ ଅଛି ମେଘନାଦ କଲେକ ସନ୍ଧାନ

ଅଦୃଶ୍ୟ ହୋଇଛି ଇନ୍ଦ୍ରଜିତ ମାୟାବଳେ

ଯୁଦ୍ଧ କରୁଅଛି ଥାଇ ଶୂନ୍ୟ ଅନ୍ତରାଳେ

ଇନ୍ଦ୍ରକୁ ମୋହିତ କରି ରାବଣ ନନ୍ଦନ

ବାଛି ବାଛି ଶର ବୃଷ୍ଟି କରେ ଘନଘନ

ମେଘନାଦ ଶରାଘାତ ନ ପାରିଣ ସହି

ପଡ଼ିଲେ ବାସବ ଯୁଦ୍ଧେ ଅଚେତନ ହୋଇ

ଅନନ୍ତର ମେଘନାଦ ବାନ୍ଧ ବାସବକୁ

ବଳେ ଘେନିଗଲା ନିଜ ସଇନ ମଧ୍ୟକୁ

ବାସବକୁ ଦେଖି ବିଚାରିଲେ ଦେବଗଣ

କିପାଁ ଇନ୍ଦ୍ର ଯାଉଛନ୍ତି ହୋଇ ଅଚେତନ

ମାୟା ନିବାରଣ ମନ୍ତ୍ର ବାସବ ଜାଣନ୍ତି

ତେବେ କିପାଁ ମାୟାବଳେ ବନ୍ଧା ହୋଇଛନ୍ତି

ଇନ୍ଦ୍ରଜିତ ଲୁଚି ଅଛି ଶୂନ୍ୟେ ମାୟାବଳେ

କିପାଁ ଇନ୍ଦ୍ର ଯାଉଛନ୍ତି ଦୈବର କୌଶଳେ

ଅନନ୍ତର ଦେବତାଏ ମହାକ୍ରୋଧ ମନେ

ଘନ ଘନ ଶରବୃଷ୍ଟି କଲେକ ରାବଣେ

ରାବଣ ଆଦିତ୍ୟ ବସୁ ସଙ୍ଗେ କଲା ଯୁଦ୍ଧ

ମାତ୍ର ଯୁଦ୍ଧେ ତିଷ୍ଠି ନ ପାରିଲା ଦଶସ୍କନ୍ଧ

ପ୍ରହାର ବଥାରେ ହେଲା ନିପାତିତ ମ୍ଳାନ

ଏହା ଦେଖି ଇନ୍ଦ୍ର ଜିତ ହେଲା ସମ୍ମୁଖିନ

ବୋଇଲା ହେ ପିତଃ ଏ ସ୍ଥାନରୁ ଚାଲି ଆସ

ଆଜିକା ଯୁଦ୍ଧରେ ଲାଭ କରି ଅଛୁଁ ଯଶ

ଯୁଦ୍ଧ କରିବାରେ କିଛି ପ୍ରୟୋଜନ ନାହିଁ

ନିଶ୍ଚୟ ଜାଣିବ ଆମ୍ଭେ ହୋଇ ଅଛୁଁ ଜୟୀ

ନିଶ୍ଚନ୍ତ ଚିତ୍ତରେ ପିତଃ କରୁନ୍ତୁ ବିଶ୍ରାମ

ଦେବତା ମଧ୍ୟରେ ଯେବା ଅଟେ ଶ୍ରେଷ୍ଠ ତମ

ତାହାକୁ ମୁ ବାନ୍ଧି ଆଣି ଅଛି ବିକ୍ରମରେ

କିବା ପ୍ରୟୋଜନ ଅଛି ଯୁଦ୍ଧ କରିବାରେ

ଦେବତାମାନଙ୍କ ଦର୍ପ ହୋଇ ଅଛି ଚୂର୍ଣ୍ଣ

ଆପଣ ହେଉନ୍ତୁ ଏବେ ତ୍ରିଲୋକ ରାଜନ

ଅନନ୍ତର ଦେବେ ହୋଇ ଯୁଦ୍ଧରୁ ନିବୃତ୍ତ

ସକଳେ ପ୍ରସ୍ଥାନ କଲେ ବାସବ ବ୍ୟତୀତ

ଇନ୍ଦ୍ର ଜିତ ମୁଖୁ ଶୁଣି ଏତେ ଦଶଶିର

ଆଲିଙ୍ଗନ କରି କଲା ପୁତ୍ରକୁ ଆଦର

ଆରେ ବୀର ମୋର କୁଳଚନ୍ଦ୍ର ମାରେ ତୁହିଁ

ତୋହପାଇଁ ହେଲି ଆଜି ସମରେ ବିଜୟୀ

ବେଗେ ଯାଇ କର ବାବୁ ରଥେ ଆରେହଣ

ବାସବକୁ ଘେନ କର ଗୃହକୁ ପ୍ରସ୍ଥାନ

ତୁମ୍ଭ ପଛେ ପଛେ ମୁହିଁ ମଧ୍ୟ ଯାଉ ଅଛି

ସଚିବମାନଙ୍କୁ ଡ଼ାକି ସମ୍ବାଦ ଦେଉଛି

ଇନ୍ଦ୍ରକୁ ସଙ୍ଗରେ ଘେନି ବୀର ଇନ୍ଦ୍ର ଜିତ

ଆନନ୍ଦରେ ଲଙ୍କାପୁରେ ହେଲା ଉପସ୍ଥିତ

ଆଜ୍ଞାଦେଲା ସୈନ୍ୟଗଣେ ବିଶ୍ରାମ କାରଣେ

ଆପେ ମଧ୍ୟେ ଗଲା ନିଜ ବିଶ୍ରାମ ଭବନେ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ନାମ ଉନତ୍ରିଂଶ ସର୍ଗ

 

ତ୍ରିଂଶ ସର୍ଗ

ଇନ୍ଦ୍ରକୁ କରନ୍ତେ ମେଘନାଦ ପରାଜୟ

ବ୍ରହ୍ମ କୁ ସଙ୍ଗରେ ଘେନି ଦେବତା ସମୁହ

ରାବଣର ଲଙ୍କାପୁରେ ହେଲେ ଉପସ୍ଥିତ

ସଭାକରି ଯହିଁ ବସି ଅଛି ଦୈତ୍ୟନାଥ

ଏମନ୍ତ ସମୟେ ବ୍ରହ୍ମା ପହୁଞ୍ଚିଲେ ଯାଇ

କଲେ ଆଶୀର୍ବାଦ ତାକୁ ଆନନ୍ଦିତ ହୋଇ

ବୋଇଲେ ହେ ବତ୍ସ ତୁମ୍ଭ ପୁତ୍ର ଇନ୍ଦ୍ରଜିତ

ବଳ ବୀର୍ଯ୍ୟ ଦେଖି ଆମ୍ଭେ ହେଲୁଁ ଆନନ୍ଦିତ

ଆଶ୍ଚର୍ଯ୍ୟ ତାହାର ବଳ ଆଶ୍ଚର୍ଯ୍ୟ ବିକ୍ରମ

ମୋହ ଜାଣିବାରେ ତୁମ୍ଭଠାରୁ ଶ୍ରେଷ୍ଠତମ

ସ୍ୱ ତେଜରେ ତ୍ରି ଲୋକକୁ କଲା ପରାଜୟ

ସଫଳ ହୋଇଛି ତୁମ୍ଭ ପ୍ରତିଜ୍ଞା ସମୁହ

ମେଘନାଦ ବଳ ଦେଖି ହେଲୁଁ ଆନନ୍ଦିତ

ଏବେ ହେବ ଇନ୍ଦ୍ର ଜିତ ନାମରେ ବିଖ୍ୟାତ

ତାହାକୁ ଆଶ୍ରୟ କରି ଆଜିକା ଯୁଦ୍ଧରେ

ଦେବଗଣେ ଜୟ କଲା ଦୁର୍ଜୟ ସମରେ

 

 

ଏ ଉତ୍ତାରେ ହେବ ସେହି ସମରେ ଦୁର୍ଜୟ

ନ କରି ପାରିବ କେହି ତାକୁ ପରାଜୟ

ସମ୍ପ୍ରତି ଗୋଟିଏ କଥା ବୋଲିବୁଁ ତୁମ୍ଭକୁ

ଆମ୍ଭ ଅନୁରୋଧ ଛାଡ଼ି ଦିଅ ବାସବକୁ

ଏଥିପାଇଁ କି କରିବେ ବୋଲ ଦେବତାଏ

ଏହା ଶୁଣି ଇନ୍ଦ୍ରଜିତ ବୋଇଲା ବିନୟେ

ବାସବକୁ ଯେବେ ମୁହିଁ କରିବି ମୋଚନ

ତେବେ ମୋତେ ଅମରତ୍ୱ କରୁନ୍ତୁ ପ୍ରଦାନ

ବୋଇଲେ କମଳ ଯୋନି ଶୁଣ ଆହେ ବୀର

ପୃଥିବୀରେ କେହି ପ୍ରାଣୀ ନୁହଇ ଅମର

ସ୍ଥାବର ଜଙ୍ଗମ ସର୍ବ ମୃତ୍ୟୁର ଅଧୀନ

ମାଗ ଆଉ ବର ଆମ୍ଭେ କରିବୁଁ ପ୍ରଦାନ

ମେଘନାଦ ବୋଲେ ତହୁଁ ଯୋଡ଼ି ବେନିହାତ

ଏକାବେଳେ ନ ପାରିବି ଯଦି ଅମରତ୍ୱ

ଆରେକ ପ୍ରାର୍ଥନା ମୋର ଇନ୍ଦ୍ର ମୁକ୍ତି ପାଇଁ

ଯେବେ ଅଗ୍ନି ପୂଜା କରି ବାହାରିବ ମୁହିଁ

ମୋହପାଇଁ ଉପଯୁ୍କ୍ତ ଅଶ୍ୱ ଯୁକ୍ତ ରଥ

ଅଗ୍ନିକୁଣ୍ଡ ମଧ୍ୟସ୍ଥଳୁ ହେବଟି ଉଥିତ

ସମରକୁ ଯିବି ଯଦି ଚଢ଼ି ସେହି ରଥେ

ନୋହିବ ଅନିଷ୍ଟ କିଛି ମୋର ଶତ୍ରୁ ହାତେ

ଅଗ୍ନି ପୂଜା ଉପଲକ୍ଷେ ଯପ ହୋମ ଦାନ

ନ କରି ସମାପ୍ତ ଗଲେ କରିବାକୁ ରଣ

ଶତ୍ରୁ ହସ୍ତେ ମୋର ମୃତ୍ୟୁ ହେବଟି ନିଶ୍ଚୟ

ଏହିବର ଦିଅ ମୋତେ ଆହେ ପିତାମହ

ଲୋଡ଼ନ୍ତି ଅମର ବର ସର୍ବେ ତପୋଫଳେ

ମୁହିଁ ଲୋଡ଼େ ସେହି ବର ନିଜ ବାହୁବଳେ

ବ୍ରହ୍ମା ଏତେ କଥା ଶୁଣି ବୋଇଲେ ହେ ବୀର

ଯେ କଥା ମାଗିଲ ତାହା ଦେଉଅଛୁଁ ବର

ଅନନ୍ତର ଇନ୍ଦ୍ର ହୋଇ ଶତ୍ରୁ ହସ୍ତୁ ମୁକ୍ତ

ଇନ୍ଦ୍ରଲୋକେ ଗଲେ ଦେବମାନଙ୍କ ସହିତ

ସେହିଦିନ ଠାରୁ ଇନ୍ଦ୍ର ଥାନ୍ତି ମନୋ ଦୁଃଖେ

ଉପସ୍ଥିତ ହେଲେ ବ୍ରହ୍ମା ଦିନେ ତାଙ୍କ ପାଖେ

ଇନ୍ଦ୍ର କୁ ବିମନା ଦେଖି ବୋଇଲେ ବଚନ

ପୂର୍ବେ ତୁମ୍ଭେ ମନ୍ଦ କର୍ମ୍ମ କଲ କି କାରଣ

ପୂର୍ବେ ଆମ୍ଭେ କଲୁ ପ୍ରଜା ସୃଷ୍ଟି ନିଜ ଜ୍ଞାନେ

ସେମାନଙ୍କ ବର୍ଣ୍ଣ ବାକ୍ୟ ବୟସ ସମାନେ

ଇତର ବିଶେଷ ତାଙ୍କ ମଧ୍ୟେ ଥିଲା ନାହିଁ

ବିଚାରିଲୁଁ ପୁଣ କିଛି ବିଭିନ୍ନତା ପାଇଁ

ବୈଲକ୍ଷଣ ସମ୍ପାଦନ କରିବା ନିମନ୍ତେ

କରୁଁ ଏକ ନାରୀ ସୃଷ୍ଟି ବିଚାରିଣ ଚିତ୍ତେ

ପ୍ରଜାଙ୍କ ଶରୀର ଗତ ଯେଉ ବୈଲକ୍ଷଣ୍ୟ

ଏହି ନାରୀ ଦେହେ ସର୍ବ କଲୁ କ ପ୍ରଦାନ

ବିରୂପତା ନାମ ମାତ୍ର ଧରି ସେ ଯୁବତୀ

ହେଲା ସେହି ରୂପବତୀ ପୁଣି ଗୁଣବତୀ

ବୈରୂପ୍ୟରୁ ଉଦ୍ଭୁତ ଯା ତାହାଠାରୁ ହେଲା

ଏଥିପାଇଁ ତାହା ନାମ ହେଲାଟି ହଲ୍ୟା

ଆମ୍ଭେ ତାଙ୍କୁ ସେହି ନାମେ କରୁଁ ଆହାବାନ

ଭାଳିଲୁଁ କାହାକୁ ତାକୁ କରିବୁଁ ପ୍ରଦାନ

ଦେବତାମାନଙ୍କ ତୁମ୍ଭେ ଅଟ ଅଧିପତି

ବିଚାରିବୁଁ କନ୍ୟା ହେବ ତୁମ୍ଭର ଯୁବତୀ

ମାତ୍ର କିଛିକାଳ ପାଇଁ ନ୍ୟାସ ସ୍ୱରୁପରେ

ସମର୍ପିବୁ ମହାଋଷି ଗୌତମ ହସ୍ତରେ

ଆମ୍ଭକୁ ଗୌତମ କଲେ ପୁନ ସମର୍ପଣ

ମାତ୍ର କଲୁଁ ତାଙ୍କୁ ଭାର୍ଯ୍ୟାରୂପେ ସମ୍ପ୍ରଦାନ

ମହାତ୍ମା ଗୌତମ ମଧ୍ୟ ଅହଲ୍ୟାକୁ ପାଇ

ଥାନ୍ତି ନିଜ ଆଶ୍ରମରେ ଆନନ୍ଦିତ ହୋଇ

ଆହେ ଇନ୍ଦ୍ର ହୋଇ ତୁମ୍ଭେ କାମେ ବଶୀଭୂତ

ଗୌତମ ଆଶ୍ରମେ ଯାଇ ହେଲ ଉପସ୍ଥିତ

ପ୍ରଦୀପ୍ତ ଅନଳ ସମ ଦେଖି ସେହି ନାରୀ

ତାହାକୁ ଦୂଷିତ କଲ ଧର୍ମ ଜ୍ଞାନ ହାରି

ମହର୍ଷି ଗୌତମ ଦେଖି ତୁମ୍ଭ ପାପ କାର୍ଯ୍ୟ

ଶାପ ଦେଲେ ତେଣୁ ହୋଇ କ୍ରୋଧରେ ଅଧୈର୍ଯ୍ୟ

ତେଣୁ ତୁମ୍ଭେ ଦୁଃଖ ଭୋଗୁ ଅଛ ଏତେବେଳେ

ମହାଋଷି କ୍ରୋଧେ ବୋଲି ଥିଲେ ପୂର୍ବକାଳେ

ଯେଣୁ କଲ ତୁମ୍ଭେ ଆମ୍ଭ ନାରୀକୁ ଦୁଷିତ

ତେଣୁ ହେବ ନିଶ୍ଚେ ଯୁଦ୍ଧେ ଶତ୍ରୁ ହସ୍ତଗତ

କଲ ଆଶ୍ରମରେ ତୁମ୍ଭେ ଯେଉଁ ମନ୍ଦାଚାର

ହେବ ଏହା ନିଶ୍ଚେ ନର ଲୋକରେ ପ୍ରଚାର

ମାତ୍ର ଯେଉଁ ଲୋକ ଏହି ପାପ କାର୍ଯ୍ୟ କର୍ତ୍ତା

ଭୁଞ୍ଜିବ ଅର୍ଦ୍ଧେକ ପାପ ନ ହେବ ଅନ୍ୟଥା

ଆଉ ଅଧେ ପାପପାଇଁ ହେବ ତୁମ୍ଭେ ଦାୟୀ

ତୁମ୍ଭର ଇନ୍ଦ୍ରତ୍ୱ ହେବ ନାହିଁ ଚିରସ୍ଥାୟୀ

ଅହଲ୍ୟାକୁ ମଧ୍ୟ ଋଷି କରି ତିରସ୍କାର

ବୋଇଲେ ବିରୂପ ହେଉ ତୋହର ଶରୀର

ମନ୍ଦ କର୍ମ କରି ଅଛୁ ଯୌବନ ମଦରେ

କେତେ ରୂପବତୀ ଜାତ ହେବ ପୃଥିବୀରେ

କେବଳ ବିରୂପା ହୋଇ ତୁହି ରହିଥିବୁ

ଯେ ପାପ କରିଛୁ ଫଳ ଅବଶ୍ୟ ଭୁଞ୍ଜିବୁ

ତୋର ରୂପେ ହେଲା ଯେଣୁ ବାସବ ମୋହିତ

ତେଣୁ ହେବେ ଲୋକେ ଜଗତରେ ରୂପବନ୍ତ

ସେହି ଦିନଠାରୁ ସର୍ବେ ହେଲେ ରୂପବାନ

ହେ ବାସବ ଏହି ଅଟେ ପୂର୍ବେ ବିବରଣ

ଅହଲ୍ୟା ବୋଇଲେ ଗୌତମକୁ ଯୋଡ଼ିକର

ଆହେ ମହାଋଷି କିଛି ଦୋଷ ନାହିଁ ମୋର

ଇନ୍ଦ୍ର ତୁମ୍ଭ ରୂପଧରି ହେଲା ଉପଗତ

ଇଛାକରି ହୋଇ ନାହିଁ ଦୁସ୍କର୍ମରେ ରତ

ମହାମତ କ୍ଷମାକର ଧରୁଛି ଚରଣ

ନିର୍ଦୋଷୀ ପ୍ରାଣୀର ପ୍ରତି ହେଉନ୍ତୁ ସ୍ରସନ୍ନ

ବୋଇଲେ ଗୌତମ ତେଣୁ ଇକ୍ଷ୍ୱାକୁ ବଂଶରେ

ରାମଚନ୍ଦ୍ର ନାମେ ଜାତ ହେବେ ମହାବୀରେ

ନରରୂପ ଧାରୀ ମାତ୍ର ସ୍ୱୟଂ ନାରାୟଣ

କରିବେ ବ୍ରାହ୍ମଣ ପାଇଁ ବନକୁ ପ୍ରସ୍ଥାନ

ଏ ଆଶ୍ରମେ ଉପସ୍ଥିତ ହେଲେ ସେହିବୀର

ନିଶ୍ଚୟ ପବିତ୍ର ହେବ ତୋହର ଶରୀର

ଯେ ପାପ କରିଛୁଁ ତୁହି ନାହିଁ ତା ଉଦ୍ଧାର

ଏକ ମାତ୍ର ମୁକ୍ତି ଦାତା ଅଟନ୍ତି ସେ ବୀର

ଏଠାରେ କରିଣ ତାଙ୍କ ଆତିତ୍ୟ ସତ୍‌କାର

ମିଳିବୁ ମୋ ପାଶେ ଯାଇ ତହୁଁ ଅନନ୍ତର

ଏତେ ବୋଲି ବନେ କଲେ ଗୌତମ ପ୍ରସ୍ଥାନ

ଅହଲ୍ୟା କଲେକ ମଧ୍ୟ ତପସ୍ୟାଚରଣ

ହେ ବାସବ ମହାଋଷି ଅଭିଶାପ ଫଳେ

ତୁମ୍ଭେ ପରାଜୟ ପାଉଅଛ ଏତେବେଳେ

ପୂର୍ବ କରିଥିବା ତୁମ୍ଭ ଦୁସ୍କର୍ମ ନିମିତ୍ତ

ଯୁଦ୍ଧେ ହୋଇ ଥିଲ ବିପକ୍ଷର ହସ୍ତଗତ

ସମାହିତ ହୋଇ ଆହେ ସହସ୍ର ଲୋଚନ

ଶୀଘ୍ର ବୈଷ୍ଣବୀୟ ଯଜ୍ଞ କର ଅନୁଷ୍ଠାନ

ସେଥିରେ ପବିତ୍ର ହେଲେ ହେବ ସ୍ୱର୍ଗ ପ୍ରାପ୍ତ

ଯୁଦ୍ଧେ ମରି ନାହିଁ ତୁମ୍ଭ ନନ୍ଦନ ଜୟନ୍ତ

ପୁଲେମା ଯୁଦ୍ଧରୁ ତାକୁ ଅନିଷ୍ଟ ଆଶାରେ

ଲୁଚାଇ ରଖିଛି ନେଇ ସମୁଦ୍ର ମଧ୍ୟରେ

ଦେବରାଜ ଏତେ ଶୁଣି ବ୍ରହ୍ମାଙ୍କ ବଚନ

ବେଗେ କଲେ ବୈଷ୍ଣବୀୟ ଯଜ୍ଞ ଅନୁଷ୍ଠାନ

ଅନନ୍ତର ଏହି ଯଜ୍ଞ ପୁଣ୍ୟ ପ୍ରଭାଜରେ

ଅଧିକାର କଲେ ପୁନର୍ବାର ସ୍ୱର୍ଗପୁରେ

ଇନ୍ଦ୍ରଜିତ କଥା ରାମ ବୋଇଲି ତୁମ୍ଭକୁ

ଆନ କଥା ଦୂରେ ଥାଉ ଜିଣିଛି ଇନ୍ଦ୍ରକୁ

ଶ୍ରୀରାମ ଲକ୍ଷ୍ମଣ ଶୁଣି ଅଦ୍ଭୁତ ବ୍ୟାପାର

ବୋଇଲେ ଅଟଇ ମେଘନାଦ ମହାବୀର

ପାଶେ ଥିବା ବିଭୀଷଣ ବୋଇଲେ ବଚନ

ସତ୍ୟ ପୂର୍ବ କଥା ମୋତେ ହେଉଛି ସ୍ମରଣ

ବୋଇଲେ ଶ୍ରୀରାମଚନ୍ଦ୍ର ଆହେ ତପୋଧନ

ଯେ କଥା ହୋଇଲା ତାହା ଯଥାର୍ଥ ବଚନ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ତ୍ରିଂଶସର୍ଗ

 

ଏକତ୍ରିଂଶ ସର୍ଗ

ଏଥୁ ଅନନ୍ତରେ ରାମଚନ୍ଦ୍ର ପୁନର୍ବାର

ପଚାରିଲେ ଅଗସ୍ତ୍ୟଙ୍କୁ ଯୋଡ଼ି ବେନି କର

ନିଷ୍ଠୁର ରାବଣେ ଯେତେବେଳେ ପୃଥିବୀରେ

ଅତ୍ୟାଚାର କରୁଥିଲା ନ ଥିଲେ କି ବୀରେ

କ୍ଷତ୍ରିୟ ଅଥବା ଅନ୍ୟଜାତି ରାଜା କେହି

ପୃଥିବୀରେ କି ତେତେବେଳେ କେହି ଥିଲେ ନାହିଁ

ଅଥବା ଯେମାନେ ଥିଲେ ରାବଣ ସଙ୍ଗରେ

ଯୁଦ୍ଧ କରି ପରାଜିତ ହେଲେ ସହଜରେ

ବୋଇଲେ ଅଗସ୍ତ୍ୟ ଏହା ଶୁଣି ହାସ୍ୟ କରି

ବୋଲୁଛି ସେ ସର୍ବ ଶୁଣ ଆହେ ରାବଣାରି

ରାବଣ ପୃଥିବୀ ମଧ୍ୟେ କରେ ପର୍ଯ୍ୟଟନ

ବାହୁବଳେ କରି ରାଜାମାନଙ୍କୁ ଶାସନ

ଦିନେ ମାହିସତୀ ପୁରେ ହେଲା ଉପସ୍ଥିତ

ସ୍ୱର୍ଗଧାମ ତୁଲ୍ୟ ଅଟେ ସେ ପୁରୀ ଶୋଭିତ

ଭଗବାନ ଅଗ୍ନି ତହିଁ ଥାନ୍ତି ନିରନ୍ତରେ

ଏକମନ୍ତ୍ର ପୂତ ଶର କୁଣ୍ଡର ମଧ୍ୟରେ

 

 

ସେହି ଅଗ୍ନି ପ୍ରଭାବରେ ଥିଲେ ବଳବାନ

ସେ ସ୍ଥାନର ରାଜା ମହାବୀର୍ଯ୍ୟ ଅରଜୁନ

ପହୁଞ୍ଚିଲା ସେ ସ୍ଥାନରେ ଯେଦିନ ରାବଣ

ସେହିଦିନ ମହାମତି ଦ୍ୱୈହୟ ରାଜନ

ଅନ୍ତଃପୁର ନିବାସିନୀ ନାରୀଙ୍କ ସଙ୍ଗରେ

ଯାଇଥିଲେ କୌତୁକରେ ନର୍ମଦା ବିଧିରେ

ଅନନ୍ତର ଦଶଗ୍ରୀବ ଯାଇ ସେ ପୁରକୁ

ପଚାରିଲା ପାଶେ ରାଇ ଅମାତ୍ୟ ମାନଙ୍କୁ

ଶୀଘ୍ର ବୋଲ କାହିଁ ଯାଇ ଅଛନ୍ତି ଅର୍ଜୁନ

କରିବାକୁ ଇଚ୍ଛା କରୁଁ ତାଙ୍କ ସଙ୍ଗେ ରଣ

ବିଳମ୍ବ ନ କରି ତାଙ୍କୁ ଦିଅ ସମାଚାର

ଯୁଦ୍ଧ କରିବାକୁ ଆସିଛନ୍ତି ଲଙ୍କେଶ୍ୱର

ବୋଇଲେ ଅମାତ୍ୟମାନେ ଆହେ ଦଶାନନ

ନର୍ମଦା ବିହାରେ ଯାଇ ଅଛନ୍ତି ରାଜନ

ଏହା ଶୁଣି ଦଶଗ୍ରୀବ ସେଠାରୁ ବାହୁଡ଼ି

ସସୈନ୍ୟରେ ଦେଲା ବିନ୍ଧ୍ୟ ପର୍ବତକୁ ଧାଡ଼ି

ପୃଥିବୀକୁ ଭେଦ କରି ସେ ବିନ୍ଧ୍ୟ ପର୍ବତ

ଆକାଶେ ହୋଇଛି ମେଘ ତୁଲ୍ୟ ପ୍ରସାରିତ

ଉଚ୍ଚ ଶୃଙ୍ଗେ କରିଛନ୍ତି ଗଗନ ପରଶ

ସିଂହ ବ୍ୟାଘ୍ରେ କରୁଛନ୍ତି ଗୁହା ମଧ୍ୟେ ବାସ

ଜଳ ରାଶି ଭୃଗୁ ଦେଶୁ ହେବାରୁ ପତିତ

ମହାନାଦେ ଚତୁର୍ଦ୍ଦିଗ ହେଉଛି ଧ୍ୱନିତ

ଦେବତା ଦାନବଙ୍କର ଏହା ବାସସ୍ଥାନ

ଅପ୍‌ସରାଏ ମଧ୍ୟ କରୁଛନ୍ତି ବିଚରଣ

ନିଝର ମାନରେ ପୂର୍ଣ୍ଣ ସ୍ୱଚ୍ଛ ଜଳ ରାଶି

ବିବିଧ ରତନ ତହିଁ ଯାଉଛନ୍ତି ଭାସି

ଦେଖୁଁ ଦେଖୁଁ ଶୋଭା ସେହି ବିନ୍ଧ୍ୟ ପର୍ବତର

ନର୍ମଦା ଦିଗକୁ ଯାତ୍ରା କଲା ଲଙ୍କେଶ୍ୱର

ବିନ୍ଧ୍ୟ ପର୍ବତରୁ ହୋଇ ନର୍ମଦା ନିସୃତ

ପଶ୍ଚିମ ସମୁଦ୍ର ମଧ୍ୟେ ହୋଇଛି ପତିତ

ପବିତ୍ର ସଲିଳ ରାଶି ପ୍ରସ୍ତର ସ୍ତୂପରେ

ପ୍ରତିଘାତ ହୋଇ ବହି ଯାଉଛି ବେଗରେ

ସମ୍ବର ଶାର୍ଦୁଳ ସିଂହ ଭଲ୍ଲୁକ ଗଣ୍ଡାର

ଆନନ୍ଦରେ ଜଳେ କରୁ ଅଛନ୍ତି ବିହାର

ଡ଼ାହୁକ ଚକୁଆ ପାଣିକୁଆ ହଂସମାନେ

କଳରବ କରୁଛନ୍ତି ଆନନ୍ଦିତ ମନେ

ନର୍ମଦା ସୁନ୍ଦରୀ ନାରୀ ପରି ଦିଶୁ ଅଛି

ତୀରସ୍ଥ କୁସୁମ ଆଭରଣ ହୋଇ ଅଛି

ବିସ୍ତୀର୍ଣ୍ଣ ପୁଲିନ ଦେଶ ଅଟେ ତାଜ ଘନ

ମେଖଳା ମରାଳ ଶ୍ରେଣୀ ଛକ୍ରବାକ ସ୍ତନ

ପ୍ରସ୍ଫୁଟିତ ପଦ୍ମ ଦୁଇ ଚକ୍ଷୁ ରମଣୀୟ

ପୁଷ୍ପରେଣୁ ଅଙ୍ଗରାଗ ଫେନ ବାସ ଚୟ

ଶୀତଳ ହୁଅଇ ଦେହ ଏଥି କଲେ ସ୍ନାନ

ପବିତ୍ର ହୁଅଇ ପୁଣି ଆତ୍ମା ଦେହ ମନ

ଦୈତ୍ୟପତି ପୁଷ୍ପକରୁ ଓହ୍ଲାଇ ସଧିରେ

ସଚିବ ସହିତ ସରିବ୍ଦରା ନର୍ମଦାରେ

ସୁଦୃଶ୍ୟ ପୁଲିନ ଦେଶେ ଉପବିଷ୍ଟ ହୋଇ

ବହୁତ ପ୍ରଶଂସା କଲା ନଦୀକୁ ଅନାଇ

ଶୁକ ଶାରଣଙ୍କ ପ୍ରତି କରି ଦୃଷ୍ଟିପାତ

ବୋଇଲା ଆନନ୍ଦ ମତି ହୋଇ ଦୈତ୍ୟନାଥ

ଏହି ଦେଶ ଦିନକର ପ୍ରଚଣ୍ଡ କିରଣେ

ରଞ୍ଜିତ କରିଛି ଜଗତରୁ ସ୍ୱର୍ଣ୍ଣ ବର୍ଣ୍ଣେ

ଅନ୍ତରୀକ୍ଷ ମଧ୍ୟଭାଗେ ଶୋଭା ପାଉ ଅଛି

ମାତ୍ର ଆମ୍ଭ ବିଶ୍ରାମାର୍ଥେ ଅଶୀତଳ ହୋଇଛି

ସୁଗନ୍ଧ ଶୀତଳ ବାୟୁ ବହୁଛି ସଧୀରେ

ନଦୀ ଜଳ ସ୍ପର୍ଶ କରି ଆମ୍ଭର ଭୟରେ

ସୁଖଦା ନର୍ମଦା ସ୍ରୋତ ବହୁତ କେଶନ

ଆମ୍ଭ ଭୟେ ଭୟାତୁରା ରମଣୀ ସମାନ

ହେ ସଚୀବେ ଯୁଦ୍ଧ କରି ରାଜାଙ୍କ ସହିତ

ତୁମ୍ଭ ମାନଙ୍କର ଦେହ ହୋଇଛି ବିକ୍ଷତ

ତୁମ୍ଭ ମାନଙ୍କର ଦେହେ ଶତ୍ରୁ ରକ୍ତଚିହ୍ନ

ସୁନ୍ଦର ଦିଶୁଛି ଭକ୍ତ ଚନ୍ଦନ ସମାନ

ଅତଏବ ଯେହ୍ନେ ସାର୍ବଭୌମ ମତ୍ତ ହସ୍ତୀ

ସ୍ନାନ ପାଇଁ ଯାଇ ଗଙ୍ଗା ଜଳରେ ପଡ଼ନ୍ତି

ତୁମ୍ଭେମାନେ ତେହ୍ନେ ଯାଇ ପଡ଼ ନର୍ମଦାରେ

ପବିତ୍ର ଶରୀର ହେଉ ପବିତ୍ର ଜଳରେ

ଆମ୍ଭେ ମଧ୍ୟ ବସି ଶରଚ୍ଚନ୍ଦ୍ର ପୁଲିନରେ

କରିବୁଁ ଶଙ୍କର ପୂଜା ଏହି ଅବସରେ

ଏହା ଶୁଣି ମହୋଦର ପ୍ରହସ୍ତ ସାରଣ

ଧୂମ୍ରାକ୍ଷ ପ୍ରଭୃତି ଯଜ୍ଞକୋପ ମନ୍ତ୍ରୀଗଣ

ନର୍ମଦାରେ ସ୍ନାନ କରି ଗଲେ ଅରଣ୍ୟକୁ

ରାବଣର ପୂଜା ପାଇଁ ପୁଷ୍ପ ଆଣିବାକୁ

ମନ୍ତ୍ରୀଏ ମୂହୁର୍ତ୍ତ ମଧ୍ୟେ ଆଣିଲେ ସୁମନ

ଉମାପତି ପୂଜା ପାଇଁ ପର୍ବତ ପ୍ରମାଣ

ଐରାବତ ଯେହ୍ନେ ସନ୍ତରଇ ଗଙ୍ଗା ନୀରେ

ଦଶଗ୍ରୀବ ସ୍ନାନ କଲା ତେହ୍ନେ ନର୍ମଦାରେ

ଅନନ୍ତର ମନ୍ତ୍ର ଜପ ସ୍ନାନ କ୍ରିୟା ସାରି

ଜଳରୁ ଉଠିଲା ଦଶଗ୍ରୀବ ହସ୍ତୀ ପରି

କୂଳେ ଆସି ଭିଜା ଲୁଗା ତେଜିଣ ବହନ

କଲା ଶୁଦ୍ଧ ଶୁକ୍ଳ ଶୁଷ୍କ ବସ୍ତ୍ର ପରିଧାନ

ସ୍ଥାନ ଅନ୍ୱେଷଣ କଲା ଶିବ ପୂଜା ପାଇଁ

ରାକ୍ଷସେ ତାହାର ପଛେ ଅଛନ୍ତି ଗୋଡ଼ାଇ

ରାବଣ ଯେ ସ୍ଥାନେ ଯାଏ ତହିଁ ମନ୍ତ୍ରିମାନେ

ସ୍ୱର୍ଣ୍ଣମୟ ଶିବ ଲିଙ୍ଗ ନିଅନ୍ତି ସେ ସ୍ଥାନେ

ଅନନ୍ତର ଦଶଗ୍ରୀବ ବାଲୁକା ରାଶିରେ

ଥୋଇଲା ସେ ଶିବ ଲିଙ୍ଗ ଭକ୍ତି ଯତନରେ

ସୁଧାଗନ୍ଧେ ପୁଷ୍ପେ ପୂଜା କରି ଉମାସାଇଁ

ନୃତ୍ୟ କଲା ଲିଙ୍ଗ ଅଗ୍ରେ ଶାମ ଗାନ ଗାଇ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ଏକତ୍ରିଂଶ ସର୍ଗ

 

ଦ୍ୱାତ୍ରିଂଶ ସର୍ଗ

ଯହିଁ ପୂଜା କରୁ ଥିଲା ରାକ୍ଷସ ରାଜନ

ତାରପାଶେ ମାହିଷ୍ପତି ରାଜନ ଅର୍ଜୁନ

ଜଳ କ୍ରୀଡ଼ା କରୁ ଥିଲା ରମଣୀ ସଙ୍ଗରେ

କରିଣୀ ସଙ୍ଗେ ଯେହ୍ନେ ହସ୍ତୀ କ୍ରୀଡ଼ା କରେ

ସହସ୍ର ସଂଖ୍ୟକ ଅଟେ ଅର୍ଜୁନର ହସ୍ତ

ସେହି ମହାବୀର କେଳି କରିବା ନିମନ୍ତ

ହାତ ଡ଼େରି ରୁଦ୍ଧ କଲା ନର୍ମଦା ଜଳକୁ

ଉଜାଣି ବହିଲା ସ୍ରୋତ ଜଳ ଉପରକୁ

ମକର କୁମ୍ଭୀର ମତ୍ସେ ଜଳ ପରି ପୂର୍ଣ୍ଣ

ଭାସି ଆସୁ ଅଛି ତହିଁ କୁଶ ପୁଷ୍ପମାନ

ବନ୍ଧ ଯୋଗେ ନଦୀ ସ୍ରୋତ ଉଛୁଳିଲା ବଳେ

ରାବଣର ପୂଜା ପୁଷ୍ପ ଭାସି ଗଲା ଜଳେ

ସମାପତ ହୋଇ ଥିଲା ନାହିଁ ଶିବ ପୂଜା

ତେଣୁ ଚତୁର୍ଦ୍ଦିଗେ ଅନାଇଲା ଦୈତ୍ୟ ରାଜା

ଉପରକୁ ଜଳ ସ୍ରୋତ ଯାଉ ଅଛି ବହି

ପଶ୍ଚିମ ଦିଗକୁ ଛାଡ଼ି ପୂର୍ବ ମୁଖ ହୋଇ

 

 

ବର୍ଷାକାଳେ କୂଳ ବୁଡ଼ି ବହେ ଯେହ୍ନେ ଜଳ

ତଦ୍ରୂପ ବହିଲା ହୋଇ ନର୍ମଦା ପ୍ରବଳ

ରାବଣ ସଙ୍କେତ କରି ବୋଇଲା ମନ୍ତ୍ରିଙ୍କୁ

ଅକସ୍ମାତ ନଦୀ ବୃଦ୍ଧି ହେତୁ ଖୋଜିବାକୁ

ଆକାଶ ମାର୍ଗରେ ତତକ୍ଷଣେ ମନ୍ତ୍ରି ଗଣେ

ପଶ୍ଚିମକୁ ଗଲେ ହେତୁ ସନ୍ଧାନ କାରଣେ

ଅଧ ଯୁଣ ମାତ୍ର ଯାଇ ଦେଖିଲେ ସକଳେ

ଏକ ମହାବୀର ସ୍ନାନ କରୁ ଅଛି ଜଳେ

ଶାଳ ବୃକ୍ଷ ତୁଲ୍ୟ ଉଚ୍ଚ ଅଟେ ସେ ପୁରୁଷ

ସ୍ରୋତ ବେଗେ ଫିଟି ଯାଇ ଅଛି କେଶ ପାଶ

ସୁନ୍ଦରୀ ରମଣୀ ଗଣେ ଛନ୍ତି ତାକୁ ଘେରି

ରକ୍ତ ବର୍ଣ୍ଣ ଚକ୍ଷୁ ଦିଶୁ ଅଛି ଯବା ପରି

ଗିରି ଯେହ୍ନେ ପୃଥିବୀକୁ ସହସ୍ର ପଦରେ

ନିଶ୍ଚଳରେ ବଳେ ଆଣ୍ଟି ରଖି ଅଛି ସ୍ଥିରେ

ସହସ୍ର ହସ୍ତରେ ଅରଜୁନ ମହାବଳ

ରୁଦ୍ଧ କରି ରଖି ଅଛି ନଦୀ ସ୍ରୋତ ଜଳ

କରିଣୀ ବେଷ୍ଟିତ ହୋଇ ଯେସନେ କୁଞ୍ଜର

ରମଣୀଙ୍କ ମଧ୍ୟେ ତେହ୍ନେ ଦିଶେ ମହାବୀର

ଅର୍ଜୁନକୁ ଦେଖି ଶୁକ ସାରଣ ମନ୍ତ୍ରୀଏ

ରାବଣ ଛାମୂରେ ଯାଇ ବୋଇଲେ ବିନୟେ

ହେ ରାକ୍ଷସ ଅଧିପତି ଏକ ମହାବୀର

ଶାଳ ବୃକ୍ଷ ତୁଲ୍ୟ ଉଚ୍ଚ ତାହାର ଶରୀର

ବନ୍ଧ ଦେଲା ପରି ହୋଇ ପଡ଼ିଛି ନଦୀରେ

ବହୁତ ରମଣୀ ଛନ୍ତି ତାହାର ସଙ୍ଗରେ

ତାହାର ସହସ୍ର ହସ୍ତ କରି ଶୁଣ୍ଡ ପରି

କରୁଛି ବିହାର ଘେନି ବହୁ ସଂଖ୍ୟ ନାରୀ

ମାହିଷ୍ପତି ପତି ବୋଲି ମଣିଲା ତାହାକୁ

ବାହାରିଲା ଦଶଗ୍ରୀବ ଯୁଦ୍ଧ କରିବାକୁ

ପ୍ରଚଣ୍ଡ ପବନ ତହିଁ ଏମନ୍ତ କାଳରେ

ଧୂଳି ରାଶି ଚକ୍ର ଘେନି ବହିଲା ବେଗରେ

ଆକାଶରୁ ଘନ ଘନ ହେଲା ରକ୍ତ ବୃଷ୍ଟି

ଜଣା ଗଲା ଯେତେ ନାଶ ହେବ ପରା ସୃଷ୍ଟି

କୃଷ୍ଣ କାୟ ଦଶଗ୍ରୀବ ଚାଲୁଛି ବେଗରେ

ଗାଉଛନ୍ତି ମନ୍ତ୍ରିଗଣ ଗୋଡ଼ାଇ ପଛରେ

ମାହିଷ୍ପତି ପତିଠାରେ ହେଲା ଉପସ୍ଥିତ

ଦେଖିଲା ସେ ଅର୍ଜୁନକୁ ରମଣୀ ସହିତ

ଗର୍ବିତ ରାକ୍ଷସ ଏହା ଦେଖି କ୍ରୋଧ ମନେ

ବୋଇଲା ଗମ୍ଭୀର ସ୍ୱରେ ରାଇ ମନ୍ତ୍ରୀ ଗଣେ

ତୁମ୍ଭେମାନେ ବେଗେ ଯାଇ ବୋଲ ଅର୍ଜୁନକୁ

ଯୁଦ୍ଧପାଇଁ ଆମ୍ଭେ ଆସି ଅଛୁଁ ଏ ସ୍ଥାନକୁ

ମନ୍ତ୍ରିଏ ବୋଇଲେ ସାଧୁ ସାଧୁ ଦୈତ୍ୟପତି

ଯୁଦ୍ଧ ଉପଯୁକ୍ତ କାଳ ଆପଣ ଜାଣନ୍ତି

ଯେଉଁ ଲୋକ ଅଛି ନାରୀମାନଙ୍କ ମଧ୍ୟରେ

ଉଚିତ କି ଯୁଦ୍ଧ କରା ତାହା ସହିତରେ

ହେ ରାକ୍ଷସ ରାଜ ଆଜି ପାଇଁ କ୍ଷମା କର

ପାହି ଯାଉ ରାତି କାଲି କରିବା ସମର

ଆପଣଙ୍କ ଯେବେ ଯୁଦ୍ଧେ ଇଚ୍ଛା ବଳି ଅଛି

କାଳିରେ କଲେକ ଯୁଦ୍ଧ କିବା କ୍ଷତି ଅଛି

ବିଳମ୍ବ ପାରିବ ନାହିଁ ଯଦି ସହ୍ୟ କରି

ହେଉନ୍ତୁ ନିବୃତ୍ତ ଆମ୍ଭ ପ୍ରାଣ ବଧ କରି

ଅନନ୍ତର ଶୁକ ଆଦି ଶ୍ରେଷ୍ଠ ଦୈତ୍ୟମାନେ

ବିନାଶ କଲେକ ଅର୍ଜୁନର ମନ୍ତ୍ରି ଗଣେ

ଖାଇଲେ ଅର୍ଜୁନ ଅମାତ୍ୟଙ୍କୁ ଧରି ଧରି

ନର୍ମଦା ଉଭୟ କୂଳେ ପଡ଼ିଗଲା ହରି

ଅନନ୍ତର କ୍ରୋଧେ ଅର୍ଜୁନର ମନ୍ତ୍ରିଗଣ

ଅସୁରଙ୍କୁ ମାରିବାକୁ ହେଲେ ଧାବମାନ

ବାହାରିଲେ ମଧ୍ୟ ସଜହୋଇ ଯେ ଅସୁରେ

ବାଜିଳା ତୁମୁଳ ଯୁଦ୍ଧ ନଦୀ ଦୁଇ ତୀରେ

କେତେ ଜଣ ଲୋକ ହୋଇ ଭୟରେ କାତର

କଲେ ଅର୍ଜୁନକୁ ଏହି ବ୍ୟାପାର ଗୋଚର

ଅର୍ଜୁନ ବୋଇଲେ ଏହା ଶୁଣି ରମଣୀଙ୍କୁ

ସ୍ଥିର ହୁଅ କିଛି ଭୟ ନ କର କାହାକୁ

ଏତେ ବୋଲି ନଦୀ ଜଳୁ ଉଠିଲେ ଅର୍ଜୁନ

ଗଙ୍ଗା ଜଳୁ ଉଠେ ଯେହ୍ନେ ଦେବ ନିରଞ୍ଜନ

ଯୁଗାନ୍ତ କାଲିନ ଅଗ୍ନି ତୁଲ୍ୟ ଦିଶୁଛନ୍ତତି

ତପତ କାଞ୍ଚନ ତୁଲ୍ୟ ଦିଶୁ ଅଛି କାନ୍ତି

କାଞ୍ଚନ ବଳୟମାନ ଶୋଭୁ ଅଛି କରେ

ଅସ୍ତ୍ର ଶସ୍ତ୍ର ଘେନି କଲେ ପ୍ରବେଶ ଯୁଦ୍ଧରେ

ସୂର୍ଯ୍ୟ ପଥ ଆଗୁଳଇ ଯେହ୍ନେ ବିନ୍ଧ୍ୟଗିରି

ଅକମ୍ପନ ମାଗେ ଉଭା ହେଲା ସେହିପରି

ଦିଶୁଛି ତାହାର ରୂପ ଅତି ବିକଳେ

ହାତେ ଧରି ଅଛି ଏକ ଲୋହାର ମୂଷଳ

ସେ ମୂଷଳ ଚତୁସ୍ପାର୍ଶ୍ୱ ଦିଶୁଛି ଏମନ୍ତ

ଅଶୋକ କୁସୁମ ଶିଖାପରି ଦୀପ୍ତି ବନ୍ତ

ଅକମ୍ପନ ସେ ମୂଷଳ ମାରନ୍ତେ ଅର୍ଜୁନେ

ଅର୍ଜୁନ ତା ଅତିକ୍ରମ କଲେ ତୁଚ୍ଛ ଜ୍ଞାନେ

ଅନନ୍ତର ଅରଜୁନ ଧରିଲେ ଗଦାଏ

ପାଞ୍ଚଶ ହସ୍ତରେ ଯାହା ବଳେ ଧରା ଯାଏ

ଧାଇଁଲେ ସେ ମହାବୀର ଗଦାକୁ ଘୁରାଇ

ପ୍ରହସ୍ତ ମୁଣ୍ଡରେ ତାହା ମାରିଲେ ନିଠାଇ

ପ୍ରହସ୍ତ ପଡ଼ିଲା ତଳେ ହୋଇଣ ମୂର୍ଚ୍ଛିତ

ପଡ଼ଇ ପର୍ବତ ଯେହ୍ନେ ହୋଇ ବଜ୍ରହତ

ପଡ଼ନ୍ତେ ପ୍ରହସ୍ତ ଶୁକ ମାରୀଚ ସାରଣ

ଧ୍ରୁମାକ୍ଷ ପ୍ରଭୃତି ମହୋଦର ମନ୍ତ୍ରିଗଣ

ପଳାଇଲେ ଯୁଦ୍ଧ ଛାଡ଼ି ଜୀବନ ଭୟରେ

ଏହା ଦେଖି ଦଶଗ୍ରୀବ ଧାଇଁଲା କ୍ରୋଧରେ

ଅର୍ଜୁନର ହସ୍ତ ସଂଖ୍ୟା ସହସ୍ର ସଂଖ୍ୟକ

ବିଂଶ ଗୋଟା ହସ୍ତ ମଧ୍ୟ ବହୁତ ବଂଶାକ୍ଷ

ଉଭୟ ପକ୍ଷରେ ଯୁଦ୍ଧ ହେଲା ଘୋରତର

ଦିଶିଲା ତରଙ୍ଗ ଯୁକ୍ତ ଯେସନ ସାଗର

ତେଜ ଦୀପ୍ତ ସୂର୍ଯ୍ୟ କିମ୍ବା ମୁକ୍ତ ମୂଳ ଗିରି

ପ୍ରଳୟ କାଳରେ ଅଗ୍ନି ବିଶ୍ୱ ଦଗ୍ଧ କାରୀ

ବଜ୍ରନାଦୀ ମେଘ ବଳ ଦୃପ୍ତ ପଶୁ ରାଜ

କ୍ରୋଧା ବିଷ୍ଟ ଲୁବ୍ଧ କିମ୍ବା ଭାସ୍କର ଆତ୍ମଜ

କରିଣୀ ନିମନ୍ତେ କିମ୍ବା ଦୁଇ ମତ୍ତ ହସ୍ତୀ

ଅରଣ୍ୟ ମଧ୍ୟରେ ବଳେ ଯୁଦ୍ଧ କରୁଛନ୍ତି

ସେହିରୂପ ଯୁଦ୍ଧ କରୁଛନ୍ତି ଦୁଇ ବୀର

ଗଦା ସଞ୍ଚାଳନେ କେହି ନୁହଇ କାତର

ପୂର୍ବ କାଳେ ସହି ଥିଲେ ଇନ୍ଦ୍ର ବଜ୍ରାଘାତ

ସହଜରେ ପୃଥିବୀର ସକଳ ପର୍ବତ

ସେହିରୂପ ଅକାତରେ ବୀର ଦୁଇ ଜଣ

ଏକକୁ ଆରେକ ସହୁଛନ୍ତି ପ୍ରହାରଣ

ଏମାନଙ୍କ ଗଦାଘାତ ବଜ୍ରପାତ ପରି

ଥର ଥର ହୋଇ କମ୍ପି ଉଠେ ବସୁନ୍ଧରୀ

ପଡ଼ିଲା ଅର୍ଜୁନ ଗଦା ରାବଣ ବକ୍ଷରେ

ଦିଶିଲା ଚପଳା ଯେହ୍ନେ ଜଳଦ କୋଳରେ

ପଡ଼ିଲା ଅର୍ଜୁନ ଶିରେ ଦୈତ୍ୟ ଗଦା ଖଣ୍ଡ

ପଡ଼ଇ ପର୍ବତ ଶୃଙ୍ଗେ ଯେହ୍ନେ ଉଲ୍କା ପିଣ୍ଡ

ଅର୍ଜୁନ ରାବଣ କେନ୍ଦ୍ର ନୁହେ ଅବସନ୍ନ

ଦୁହିଙ୍କ ମଧ୍ୟରେ ଲାଗି ଅଛି ମହାରଣ

ଦୁଇ ବୃଷ କିମ୍ବା ଦୁଇ ବଳବନ୍ତ ହସ୍ତୀ

ସେହିପରି ଦୁଇ ବୀରେ ଯୁଦ୍ଧ କରୁଛନ୍ତି

ଅର୍ଜୁନ ଏମନ୍ତ କାଳେ ହୋଇ ରୋଷ ବର

ରାବଣକୁ କଲା ବଳେ ଗଦାଏ ପ୍ରହାର

ବ୍ରହ୍ମାବରେ ରାବଣର ଦେହ ସୁରକ୍ଷିତ

ଅର୍ଜୁନର ଗଦାଭେଦ ନକଲା କିଞ୍ଚିତ

ନ ଭେଦି ସେ ବକ୍ଷସ୍ଥଳୁ ପଡ଼ିଲା ଉପୁଡ଼ି

ପଡ଼ିଲା ଭୂମିରେ ଦୁଇଖଣ୍ଡ ହୋଇ ଝଡ଼ି

ଠିକରି ପଡ଼ିଲା ଦଶଗ୍ରୀବ ଶଏ ହାତ

ଅଚେତନ ହୋଇଗଲା କ୍ଷଣକ ନିମିତ୍ତ

ଅର୍ଜୁନ ଧରିଲେ ତାକୁ କରି ମହା ଦର୍ପ

ଗରୁଡ଼ ଧରଇ ଧାଇଁ ଆଶ୍ଚେ ଯେହ୍ନେ ସର୍ପ

ବିଷ୍ଣୁ କରିଥିଲେ ଯେହ୍ନେ ବଳିକୁ ବନ୍ଧନ

ସେହିରୂପ ଦଶଗ୍ରୀବେ ବାନ୍ଧିଲେ ଅର୍ଜୁନ

ଏହା ଦେଖି ଦେବତାଏ ହୋଇ ଆନନ୍ଦିତ

ଅର୍ଜୁନକୁ କଲେ ସର୍ବେ ପ୍ରଶଂସା ବହୁତ

ଆକାଶରୁ ପୁଷ୍ପବୃଷ୍ଟି ହେଲା ଘନ ଘନ

ବୋଇଲେ ସକଳେ ସାଧୁ ସାଧୁହେ ଅର୍ଜୁନ

ଶାର୍ଦୁଳ ମୃଗକୁ ବନେ ଧରିଲା ପରାଏ

ଅର୍ଜୁନ ତେସନେ ଦଶଗ୍ରୀବେ ଘେନି ଯାଏ

ପ୍ରହସ୍ତ ରାବଣ ଦଶା ରି ଦରଶନ

ଅର୍ଜୁନର ପ୍ରତି ହେଲେ କ୍ରୋଧେ ଧାବମାନ

ବର୍ଷାକାଳେ ଶୂନ୍ୟେ ଯେହ୍ନେ ମେଘେ ଯାନ୍ତି ତଡ଼ି

ସେହିରୂପେ ଦୈତ୍ୟେ ଯାଉ ଅଛନ୍ତି ଦଉଡ଼ି

କେହି ବୋଲେ ବେଗେଁ ଛାଡ଼ି ଦେଲେ ଦୈତ୍ୟ ନାଥେ

କେହି ବୋଲେ ଦଣ୍ଡେ ରହ ଦେଖାଇବି ତୋତେ

ଅର୍ଜୁନକୁ ଲକ୍ଷ କରି ସକଳ ଅସୁରେ

ପ୍ରହାର କଲେକ ଶୂଳ ମୂଷଳ ମୁଦ୍‌ଗରେ

ଚଞ୍ଚଳ ନ ହୋଇ ଅସ୍ତ୍ରମାନଙ୍କୁ ଅର୍ଜୁନ

ହାତକୁ ଉହାଡ଼ି ସର୍ବ କଲେ ନିବାରଣ

ବାୟୁ ବେଗେ ମେଘ ଯେହ୍ନେ ହୁଏ ଅନ୍ତରିତ

ଅର୍ଜୁନ ତେଜରେ ତେହ୍ନେ ପଳାଇଲେ ଦୈତ୍ୟ

କାର୍ତ୍ତବୀର୍ଯ୍ୟ ଅରଜୁନ ଘେନି ରାବଣକୁ

ଆନନ୍ଦ ମନରେ କଲା ଗମନ ନଗ୍ରକୁ

ତେତେବେଳେ ପୁରବାସୀ ବ୍ରାହ୍ମଣ ନିକରେ

କଲେକ କୁସୁମ ବୃଷ୍ଟି ଅର୍ଜୁନର ଶିରେ

ବଳିକୁ ନିଗ୍ରହ କରି ଯେହ୍ନେ ସୁନାଶିର

କରି ଥିଲେ ଯାଇ ସ୍ୱର୍ଗପୁର ଅଧିକାର

ରାବଣେ ନିଗ୍ରହ କରି ତେସନେ ଅର୍ଜୁନ

ପ୍ରବେଶିଲେ ପୁରେ ହୋଇ ଆନନ୍ଦିତ ମନ

 

ଇତି ଶ୍ରୀ ରାମାୟଣେ ଉତ୍ତରାଖଣ୍ଡେ ଦ୍ୱାନ୍ତ୍ରିଂସ ସର୍ଗ

 

ତ୍ରୟତ୍ରିଂଶ ସର୍ଗ

ଦେବତା ମାନଙ୍କ ଠାରୁ ମହର୍ଷି ପୁଲସ୍ତ୍ୟ

ଶୁଣିଲେ ଯେ ବନ୍ଧା ହୋଇ ଅଛି ଦୈତ୍ୟନାଥ

ପୁତ୍ର ସ୍ନେହ ଭରେ ହୋଇ କୃପା ପରବଶ

ଅର୍ଜୁନ ସମୀପେ ଯାଇ ହେଲେ ପରବେଶ

ମନେ ବାୟୁ ପରି ବେଗଗାମୀ ମହାଋଷି

ମାହିଷ୍ପତି ନଗରୀରେ ଦେଖିଲେ ପ୍ରବେଶି

ସ୍ୱର୍ଗପୁର ତୁଲ୍ୟ ଅଟେ ମାହିଷ୍ପତି ପୁରୀ

ନାନାରୂପ ଲୋକ ତହିଁ ରହିଛନ୍ତି ପୁରି

ମହର୍ଷି ପୁଲସ୍ତ୍ୟ ପ୍ରବେଶିଲେ ସେହିଠାରେ

ପିତାମହ ପ୍ରବେଶିଲେ କିବା ସ୍ୱର୍ଗ ପୁରେ

ଦ୍ୱାରପାଳେ ପୁଲସ୍ତ୍ୟଙ୍କୁ କରି ନିରୀକ୍ଷଣ

ବେଗେ ଯାଇ ରାଜାଠାରେ କଲେକ ଜଣାଣ

ଅର୍ଜୁନ ଏ କଥା ଶୁଣି ବିନୟ ବେଭାରେ

ହାତ ଯୋଡ଼ି ପ୍ରବେଶିଲେ ମହାଋଷି ଠାରେ

ଅର୍ଘ୍ୟ ମଧୁ ପର୍କ ଘେନି ରାଜ ପୁରୋହିତେ

ଚାଲିଲେ ପୁଲସ୍ତ୍ୟ ପାଶେ ରାଜାଙ୍କ ସହିତେ

 

 

ଇନ୍ଦ୍ର ଅଗ୍ରେ ଚାଲୁଛନ୍ତି କିବା ବୃହଷ୍ପତି

ରାଜା ଅଗ୍ରେ ପୁରୋହିତେ ତେହ୍ନେ ଦିଶୁଛନ୍ତି

ପୁଲସ୍ତ୍ୟଙ୍କୁ ଦେଖି ମହାବୀର ଅରଜୁନ

ଭକ୍ତି ଭାବେ କଲେ ଯାଇ ଚରଣ ବନ୍ଦନ

ବୋଇଲେ ହେ ଭଗବାନ ହେଲି ଚରିତାର୍ଥ

ପଦ ରେଣୁ ପଡ଼ି ହେଲା ମୋ ଦେଶ ପବିତ୍ର

ଭାଗ୍ୟରେ ପାଇଲି ଆଜି ଚରଣ ଦର୍ଶନ

ନ ପାଆନ୍ତି ଯାହା ଲୋଡ଼ି ଲୋଡ଼ି ସୁରଗଣ

ତୁମ୍ଭ କୃପା ବଳେ ହେଲା ହେ ମହା ମହିମ

ସଫଳ ତପସ୍ୟା ମୋର ସଫଳ ଜନମ

ମୋର ଏହି ରାଜ୍ୟ ଏହି ପୁତ୍ର ଏହି ନାରୀ

ସର୍ବୋପରେ ଅଧିକାର ଅଟଇ ତୁମ୍ଭରି

ଚିରକାଳ ଅଟେଁ ମୁହିଁ ତୁମ୍ଭର ଅଧୀନ

କିପାଁ ଆସିଛନ୍ତି ଆଜ୍ଞା କରୁନ୍ତୁ ବହନ

ପୁଲସ୍ତ୍ୟ ପୁଛିଲେ ଅରଜୁନ ମହାବଳେ

ଧର୍ମ ଅଗ୍ନି ପୁତ୍ରମାନେ ଛନ୍ତିତ କୁଶଳେ

ଆହେ ମହାରାଜ ପଦ୍ମପଳାଶ ଲୋଚନ

ଶୁଣିଲି କରିଛୁ ପରାଜୟେ ଦଶାନନ

କି ତୁଳନା ଦେବି ଆଉ ତୁମ୍ଭ ବାହୁ ବଳେ

ଏହା କେହି ନ କରିବ ଜଗତ ମଣ୍ଡଳେ

ଯାହାକୁ ଡ଼ରନ୍ତି ସିନ୍ଧୁ ଅନଳ ପବନ

ସେହି ରାବଣକୁ ତୁମ୍ଭେ କରିଛ ବନ୍ଧନ

ତାକୁ ବାନ୍ଧି କଲ ତୁମ୍ଭେ ସ୍ୱନାମ ପ୍ରଚାର

ସମ୍ପ୍ରତି ବୋଲୁଛୁଁ ତାକୁ ଛାଡ଼ି ଦିଅ ବୀର

ପୁଲସ୍ତ୍ୟଙ୍କ ଆଜ୍ଞା ପାଇ ସେ ବୀର ଅର୍ଜୁନ

କିଛିହିଁ ନ ବୋଲି କଲେ ରାବଣ ମୋଚନ

ଅନନ୍ତର ସେହି ମାହଟିତର ରାଜନ

କଲେକ ସେ ଦଶଗ୍ରୀବେ ବହୁତ ସମ୍ମାନ

ଉତ୍କୃଷ୍ଟ ବସନ ନାନାରୂପ ଅଳଙ୍କାର

ଆନନ୍ଦରେ ଦେଇ ରାବଣକୁ ଉପହାର

ଅନନ୍ତର ଦୁଇ ବୀର ଅଗ୍ନି ସାକ୍ଷି କରି

ପ୍ରତିଜ୍ଞା କଲେକ ରହିବାକୁ ମିତ୍ର ପରି

ଏରୂପେ ଆତିଥ୍ୟ କରି ରାବଣ ଅର୍ଜୁନ

ଆନନ୍ଦ ମନରେ କଲେ ପୁରକୁ ଗମନ

ବ୍ରହ୍ମଲୋକେ ଚାଲିଗଲେ ମହର୍ଷି ପୁଲସ୍ତ୍ୟ

ଲାଜ ପାଇ ଲଙ୍କାପୁରେ ଗଲା ଦୈତ୍ୟନାଥ

ହେ ଶ୍ରୀରାମ ଏହିରୂପେ ଦୈତ୍ୟ ବୁରାଶୟ

ଅର୍ଜୁନ ସମୀପେ ପାଇଥିଲା ପରାଜୟ

 

 

 

 

ଏକକୁ ଆରେକ ବଡ଼ଛନ୍ତି ପୃଥିବୀରେ

କାହାକୁ ମଣନ୍ତି ନାହିଁ ତୁଚ୍ଛ ଜ୍ଞାନୀ ନରେ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ନାମ ତ୍ରୟତ୍ରିଂଶ ସର୍ଗ

 

Unknown

ଚତୁସ୍ତ୍ରିଂଶ ସର୍ଗ

ଅର୍ଜୁନ କରନ୍ତେ ସମାଦର ରାବଣକୁ

ନ ଘେନିଲା ପରାଜୟ ଦୁଃଖ ସେ ମନକୁ

ବାହାରିଲା ପର୍ଯ୍ୟଟନ ପାଇଁ ପୁନର୍ବାର

ଯାହାକୁ ଭେଟଇ କରେ ତା ସଙ୍ଗେ ସମର

ରାକ୍ଷସ ମନୁଷ୍ୟ ଯାକୁ ଦେଖେ ବଳବାନ

ସମର ନିମନ୍ତେ ତାକୁ କରଇ ଆହ୍ୱାନ

ଅନନ୍ତର ଏକଦିନ ଯାଇ ଦୈତ୍ୟନାଥ

କିସ୍କିନ୍ଧା ନଗର ଠରେ ହେଲା ଉପସ୍ଥିତ

କପି ଶ୍ରେଷ୍ଠ ବାଳିବୀର ସେ ଦେଶ ରାଜନ

ଯୁଦ୍ଧ ପାଇଁ ତାକୁ କଲା ଆହ୍ୱାନ ରାବଣ

ତାହା ଶୁଣି ତାରା ପିତା କପି ବୀର ତାର

ରାବଣ ପାଶକୁ ଆସି ବୋଇଲେ ଉତ୍ତର

କେ କରିବ ଯୁଦ୍ଧ ବୋଲ ତୁମ୍ଭ ସହିତରେ

କପି ଶ୍ରେଷ୍ଠ ବାଳି ରାଜା ନାହାନ୍ତି ଯେ ଘରେ

ମୁହୂର୍ତ୍ତକ କାଳ ତୁମ୍ଭେ ରୁହ ଧୈର୍ଯ୍ୟ ଧରି

ଏହି ମାତ୍ର ବାଳି ରାଜା ଆସିବେ ଯେ ଫେରି

 

 

ସନ୍ଧ୍ୟା ଉପାସନା କରି ଚାରି ସମୁଦ୍ରରେ

ଏହିକ୍ଷଣେ କପିବୀର ଆସିବେ ଯେ ଘରେ

ଏହି ଦେଖ ଅସ୍ଥି ରାଶି ବୀର ମାନଙ୍କର

ଏଥୁ ଜାଣ ବାଳି ରାଜା କେଡ଼େ ମହାବୀର

ହେ ରାବଣ ଯଦି କରି ଥାଅ ସୁଧା ପାନ

ତଥାପି ବାଳିର ହସ୍ଫ ନାହିଁ ପରିତ୍ରାଣ

ମହାବୀର କପି ଶ୍ରେଷ୍ଠ କିସ୍କିନ୍ଧ୍ୟା ରାଜନ

ସମ୍ପ୍ରତି ପାଇବ ତୁମ୍ଭେ ତାହାର ପ୍ରମାଣ

ଏହା ନିଶ୍ଚେ ଦୃଢ଼ରୂପେ ରଖି ଥାଅ ମନେ

ତାଙ୍କ ସଙ୍ଗେ ଭେଟ ହେଲେ ନ ରହିବ ପ୍ରାଣେ

ଅଥବା ଯଦ୍ୟପି ଇଛା ବେଗେ ମରିବାକୁ

ବୋଲୁ ଅଛି ଯାଅ ତେବେ ଦକ୍ଷିଣ ସିନ୍ଧୁକୁ

ଜ୍ୱଳନ୍ତ ଅନଳ ତୁଲ୍ୟ ଦେଖିବ ସେ ବୀରେ

ଯାଅ ବେଗେ ବାଞ୍ଛା ଯଦି ଥାଏ ମରିବାରେ

ତାହାକୁ ଭତ୍ସନା କରି ତହୁଁ ଲଙ୍କାନାଥ

ଦକ୍ଷିଣ ସାଗର କୂଳେ ହେଲା ଉପସ୍ଥିତ

ଦେଖିଲା ସେଠାରେ ସ୍ୱର୍ଣ୍ଣ ପଙ୍କଜ ସମାନ

ବସି ଉପାସନା କରୁଛନ୍ତି କପିରାଣ

ପ୍ରାତଃ ସୂର୍ଯ୍ୟ ମୁଖ କାନ୍ତି ଅଟଇ ତାଙ୍କର

ଏକ ମନେ ହୋଇଛନ୍ତି ପୂଜାରେ ତତ୍ପର

କୃଷ୍ଣକାୟ ଦଶଗ୍ରୀବ ରଥରୁ ଓହ୍ଲାଇ

ବାଳି ନିକଟକୁ ଗଲା ଧରିବାର ପାଇଁ

ପାଦ ଟିପି ଯାଉ ଅଛି ଧିରି ଧରି ଚାଲି

ସଡ଼ାପାଇ ବାଳି କାଳେ ପଳାଇବ ବୋଲି

ଦେଖିଲେ ତାହାକୁ ବାଳି ରାଜା ଅକସ୍ମାତ

ମାନ୍ତ୍ର ସେଥିପାଇଁ ହେଲେ ନାହିଁ କିଛି ବ୍ୟସ୍ତ

ଦେଖି ନ ଦେଖିଲେ ତାକୁ କିଷ୍କିନ୍ଧ୍ୟା ରାଜନ

ମୃଗକୁ କରଇ ଯେହ୍ନେ ସିଂହ ତୁଚ୍ଛ ଜ୍ଞାନ

ରାବଣ ଅଭିପ୍ରାୟ ମଧ୍ୟ ପାରି ଜାଣି

ଅନାଇଲେ ନାହିଁ ଆକ୍ଷି ମେଲି ତୁଚ୍ଛ ମଣି

ବିଚାରିଲେ ଆସୁ ଅଛି ପାପିଷ୍ଠ ରାବଣ

ସମ୍ପ୍ରତି କରିବା ପାଇଁ ମୋତେ ଆକ୍ରମଣ

ଆସୁ ଭଲା ପାଶେ କାଖେ ଜାକିଣ ତାହାକୁ

ଯିବି ସ୍ନାନ ପାଇଁ ଆଜ ତିନି ସମୁଦ୍ରକୁ

ଦେଖନ୍ତୁ ଆଜିରେ ଜଗତର ଲୋକ ମାତେ

କାଖେ ଜାକି ଘେନି ଯିବି କେମନ୍ତେ ରାବଣେ

ଗରୁଡ଼ ସର୍ପକୁ ଘେନି ଯାଏ ଯେତେବେଳେ

ଲମ୍ବ ହୋଇ ସାପ ଝୁଲୁ ଥାଏ ଡ଼େଣା ତଳେ

ସେହିରୂପେ ଘେନି ଯିବି ରାବଣକୁ ଧରି

ତାର ଗୋଡ଼ ଝୁଲି ପଡ଼ି ଥିବ ସାପପରି

ବାଳି ରାଜା ମନେ ମନେ କରି ଏହା ସ୍ଥିର

ବସିଲେ ନିଶ୍ଚଳ ହୋଇ ପର୍ବତ ପ୍ରକାର

ମନେ ମନେ ଦୁହେଁ କରୁ ଅଛନ୍ତି ଯତନ

ଏକକୁ ଆରେକ କରିବାକୁ ଆକ୍ରମଣ

ପଦ ଶବ୍ଦେ ଜାଣି ପାରି ଆସିବ ପାଶକୁ

ଧରିଣ ଜାକିଲେ କାଖେ ବଢ଼ାଇ ହାତକୁ

କାଖେ ଜାକି ଅନ୍ତରୀକ୍ଷେ ହେଲେକ ଉଥିତ

ଗରୁଡ଼ ଥଣ୍ଟରେ ଘେନି ଯିବା ସର୍ପ ବତ୍‌

ଅନନ୍ତର ଦୈତ୍ୟ ମୁକ୍ତି ପାଇବା ଇଛାରେ

ଆମ୍ପୁଡ଼ିଲା କାମୁଡ଼ିଲା ବାଳିକୁ ବଳରେ

ମାତ୍ର ବାଳି ତହିଁ କିଛି କଷ୍ଟ ନ ମଣିଲେ

ବାୟୁପରି ରାବଣକୁ ଶୂନ୍ୟେ ଘେନି ଗଳେ

ବାଳିଠାରୁ ରାବଣକୁ ଛଡ଼ାଇବା ପାଇଁ

ତାହାର ଅମାତ୍ୟେ ପଛେ ଅଛନ୍ତି ଗୋଡ଼ାଇ

ସୂର୍ଯ୍ୟକୁ କି ଅବା ମେଘ ମାଳା ଘେରିଛନ୍ତି

ରାକ୍ଷସ ବେଷ୍ଟିତ ବାଳି ତେମନ୍ତ ଦିଶନ୍ତି

ମାତ୍ର ଦୈତ୍ୟ ନ ପାରିଲେ ବାଳି ପାଶେ ଯାଇ

ରହିଲେ ଜୀବନ ଭୟେ ପଛ ଘୁଞ୍ଚା ଦେଇ

ରକ୍ତ ମାଂସ ଧାରୀ ଜୀବ କଥା ଥାଉ ଦୂରେ

ନ ରୁହନ୍ତି ଗିରି ବାଳି ଗମନ ମାର୍ଗରେ

ନ ଉଡ଼ି ପାରନ୍ତି ଯେତେ ଉତ୍ତେ ପକ୍ଷୀ ଗଣ

ବାଳି ରାଜା ତେତେ ଉର୍ଦ୍ଧ୍ୱେ କରନ୍ତି ଗମନ

ଏକ ଏକ କରି ତିନି ସମୁଦ୍ରକୁ ଯାଇ

ସ୍ନାନ କାର୍ଯ୍ୟ ସମାପତ କଲେ କପି ସାଇ

ପ୍ରଥମରେ ଗଲେ ସେହି ପଶ୍ଚିମ ସାଗରେ

ରାବଣକୁ ଜାକି ରଖି ଅଛନ୍ତି କାଖରେ

ତହିଁ ସ୍ନାନ ତର୍ପଣାଦି କରି ସମାପନ

ଉତ୍ତର ସାଗର ଠାକୁ କଲେକ ଗମନ

ଜାକି ରଖିଛନ୍ତି କାଖେ ଅସୁର ରାଜକୁ

ସେଥିପାଇଁ ଭାର ଜଣା ନ ଯାଏ ତାହାଙ୍କୁ

ଉତ୍ତର ସାଗରେ ସାରି ସ୍ନାନତର ପଣ

ପଶ୍ଚିମ ସାଗର ମୁଖେ କଲେକ ଗମନ

ସହସ୍ର ସହସ୍ର ଜୁଣ ଭ୍ରମି ଆକାଶରେ

ସ୍ନାନ ତରପଣ କଲେ ଚାରି ସମୁଦ୍ରରେ

ଅନନ୍ତର କିସ୍କିନ୍ଧ୍ୟାକୁ କଲେ ଆଗମନ

ତେତେବେଳେ ଯାଏଁ କାଖେ ରହିଛି ରାବଣ

ଉପ ବନ ମଧ୍ୟେ ବସି କପିଙ୍କ ଈଶ୍ୱର

ରାକ୍ଷସ ରାଜାକୁ କଲେ କାଖରୁ ବାହାର

ପଚାରିଲେ ହସି ହସି ଆହେ ଦୈତ୍ୟ ରାଏ

ଏତେବେଳେ ଭାଳୁ ଅଛ କେବଣ ଉପାଏ

ବୋଇଲେ ରାବଣ ତହୁଁ ଆହେ କପିରାଜ

ଆଜ ମୁଁ ପାଇଲି ତୁମ୍ଭଠାରୁ ବଡ଼ ଲାଜ

ଲଙ୍କାର ରାଜନ ମୁହି ରାବଣ ଅଟଇଁ

ବୁଲୁ ଥିଲି ମେଦିନୀରେ ଦିଗ୍‌ ବିଜୟ ପାଇଁ

ମାତ୍ର ତୁମ୍ଭଠାରେ ଆଜି ହେଲି ପରାଜିତ

ଅନ୍ୟ ତୁମ୍ଭ ପରାକ୍ରମ ଧନ୍ୟ ତୁମ୍ଭ ତାତି

ଧନ୍ୟ ତୁମ୍ଭ ବଳ ବୀର୍ଯ୍ୟ ଧନ୍ୟ ତୁମ୍ଭ ଶିକ୍ଷା

ସାନ ପଶୁ ପରି ମୋତେ ଯାକି ନେଲ କକ୍ଷା

ସହସ୍ର ସହସ୍ର ଯୁଗ କଲ ଯେ ଭ୍ରମଣ

କିଞ୍ଚିତ ମାତର କ୍ଳେଶ ନ ଘେନିଲ ମନ

ତୁମ୍ଭ ବିନା ପୃଥିବୀରେ କେ ଅଛି ଏସନ

ମୋତେ କାଖ ତଳେ ଯାକି କରିବ ବହନ

ଅନଳ ଗରୁଡ଼ ପରି ଅଟେ ତୁମ୍ଭ ଗତି

ପରାକ୍ରମେ ତୁମ୍ଭ ସଙ୍ଗେ ସରି ଶଚୀ ପତି

ଅତଏବ କପି ପତି କରୁଛି ପ୍ରାର୍ଥନା

ପରଲୋକ ପରି ମୋତେ ନ କରିବ ଘେନା

ଅନଳ ସାକ୍ଷାତେ ଦୁହେଁ କରିବୁଁ ମିତ୍ରତା

ଚିରକାଳ ପାଇଁ ହେବ ନାହିଁ ବିଭିନ୍ନତା

ସ୍ତ୍ରୀ ପୁତ୍ର ନଗର ରାଜ୍ୟ ଭୋଜ୍ୟ ଆଚ୍ଛାଦନ

ଉଭୟ ମଧ୍ୟରେ ହେବ ଭୋଗ ସାଧାରଣ

ଅନନ୍ତର କପୀଶ୍ୱର ରାକ୍ଷସ ଈଶ୍ୱର

ଅଗ୍ନି ଜାଳି ମିତ୍ର ପଣ କଲେ ପରସ୍ପର

ହାତ ଧରା ଧରି ହୋଇ ଦୁହେଁ ଆନନ୍ଦରେ

ମେଲାଣି ହୋଇଣ ଗଲେ ନିଜ ନିଜ ପୁରେ

କିସ୍କିନ୍ଧ୍ୟାରେ ମାସେ କାଳ ରହିଣ ରାବଣ

ସଚୀବଙ୍କୁ ଘେନି କଲା ସ୍ୱପୁରେ ଗମନ

ପୂର୍ବ କାଳେ ଏହିରୂପ ଘଟିଲା ବ୍ୟାପାର

ସେ ବାଳୀକୁ ବଧ ତୁମ୍ଭେ କଲ ମହାବୀର

ଅଗସ୍ତ୍ୟ ବୋଇଲେ ରାମଚନ୍ଦ୍ର ମୁଖ ଚାହିଁ

ବାଳୀ ପରି ବଳୀ ପୃଥିବୀରେ ଥିଲେ ନାହିଁ

ଅନଳ କରଇ ଯେହ୍ନେ ଶଲଭକୁ ଦଗ୍ଧ

ସେହିପରି କଲ ତୁମ୍ଭେ ବାଳୀ ପ୍ରାଣ ବଧ

 

ଇତି ଶ୍ରୀ ରାମାୟଣେ ଉତ୍ତରାକାଣ୍ଡେ ଚତୁର୍ବିଂଶ ସର୍ଗ

 

ପଞ୍ଚସ୍ତ୍ରିଂଶ ସର୍ଗ

ଅନନ୍ତର ରାମଚନ୍ଦ୍ର ଯୋଡ଼ି ବେନି ପାଣି

ପୁଛା କଲେ ଅଗସ୍ତ୍ୟଙ୍କୁ ଆହେ ମହା ମୁନି

ବୋଇଲେ ଆପଣ ବାଳୀ ରାବଣ ସମାନେ

ବଳବନ୍ତ ପୃଥିବୀରେ ଥିଲା ନାହିଁ ଜଣେ

ମାତ୍ର ଆମ୍ଭେ ମନ ମଧ୍ୟେ କରୁଁ ଅନୁମାନ

ସେମାନଙ୍କ ଠାରୁ ବାଳିବୀର ହନୁମାନ

ବଳ ଧୈର୍ଯ୍ୟ ପ୍ରଜ୍ଞ ନୀତି ବିକ୍ରମ ପ୍ରଭାବ

ହନୁମାନ ଠାରେ ଏହି ସକଳ ସମ୍ଭବ

ସିନ୍ଧୁ ଦେଖି ଆମ୍ଭେ ସୈନ୍ୟେ ହେଲେ ଅବସନ୍ନ

ମାତ୍ର ଭୀତ ହେଲା ନାହିଁ ବୀର ହନୁମାନ

ଶଏ ଯୁଣ ସିନ୍ଧୁ ଡ଼େଇଁ ଗଲା ଲଙ୍କାପୁରେ

ଲଙ୍କା ପୋଡ଼ି ଠାବ କଲା ସୀତାଙ୍କୁ ସେଠାରେ

ରାବଣର ମନ୍ତ୍ରି ପୁତ୍ର ଅଟେ ମହାବୀର

ଏକାହନୁ କଲା ତାକୁ ସସୈନ୍ୟେ ସଂହାର

ପାବନ ଯେସନ ଦାହ କରଇ ମେଦିନୀ

ସେହିପରି ପୋଡ଼ି ଦେଲା ଲଙ୍କାକୁ ପାବନୀ

 

 

ବ୍ରହ୍ମ ଅସ୍ତ୍ରେ ବାନ୍ଧି ଥିଲା ରାକ୍ଷସ ରାଜନ

ନିଜବଳେ ମୁକ୍ତ ତହୁଁ ହୋଇ ହନୁମାନ

ସଭା ମଧ୍ୟେ ରାବଣଙ୍କୁ କରି ତିରସ୍କାର

କଲା କେତେ ମହାବଳ ଅସୁର ସଂହାର

ଯେତେ ଅଦଭୁତ କାର୍ଯ୍ୟ ଲୋ ସେ ସମରେ

ନପାରିବେ କରି ଇନ୍ଦ୍ର ଯମ ବା କୁବେରେ

ହନୁ ବାହୁବଳେ ଆମ୍ଭେ ହୋଇଛୁଁ ପ୍ରାପତ

ଲଙ୍କା ସୀତା ଯଶ ଖ୍ୟାତି ରାଜଶ୍ରୀ ରାଜତ୍ୱ

ନ ଥାନ୍ତା ଯଦ୍ୟପି ହନୁମାନ ମୋ ପାଶରେ

କେ କରନ୍ତା ଠାବ ପାଇ ସୀତାକୁ ଲଙ୍କାରେ

ମହାବଳୀ ସୁଗ୍ରୀବର ସାହା ହୋଇ ଥିଲା

ତଥାପି ସୁଗ୍ରୀବେ ବାଳୀ ପରାଜୟ କଲା

ଏଥକୁ ମନରେ ଆମ୍ଭେ କରୁଁ ଅନୁମାନ

ନିଜବଳ ଜ୍ଞାତ ଥିଲା ନାହିଁ ହନୁମାନ

ଆହେ ମୁନିବର ମୋତେ ବୋଲୁନ୍ତୁ ବିସ୍ତାରି

ଏତେ ବଳ ହନୁମାନ ପାଇଲା କିପରି

ରାଘବ ପୁଚ୍ଛନ୍ତେ ଏହା ବୋଇଲେ ମହର୍ଷି

ହନୁମାନ ବିବରଣ ସକଳ ବିଶେଷି

ବୋଇଲେ ଅଗସ୍ତ୍ୟ ଆହେ ଶୁଣ ରଘୁନାଥ

ହନୁମାନ ବଳବନ୍ତ ଅଟଇ ଯଥାର୍ଥ

ବୋଇଲ ଯେ ଗୁଣମାନ ହନୁ ବିଷୟରେ

ଯେ ସକଳ ତାହାଠାରେ ଅଛି ପ୍ରତ୍ୟକ୍ଷରେ

ମାତ୍ର ଶାପ ଦେଇଛନ୍ତି ପୂର୍ବେ ଋଷିଗଣ

ଆପଣା ବିକ୍ରମ ନଜାଣିବ ହନୁମାନ

ବାଲ୍ୟକାଳେ ହନୁମାନ ବାଲ୍ୟ ସ୍ୱଭାବରେ

କେତେ ଅଦଦ୍ଭୁତ କାର୍ଯ୍ୟ କରିଛି ପୃଥ୍ୱୀରେ

ତାହା ବୋଲିବାରୁ କେବା ହେବ ସମରଥ

ତଥାପି ବୋଲିବି କିଛି ଶୁଣ ରଘୁନାଥ

ମନ ଦେଇ ଶୁଣ ତୁମ୍ଭେ ଆହେ ରାବଣାରି

ସୁମେରୁ ନାମରେ ଏକ ଅଛି ମହାଗିରି

ପୂର୍ବକାଳେ ସୂର୍ଯ୍ୟବର କରନ୍ତେ ପ୍ରଦାନ

ସ୍ୱର୍ଣ୍ଣମୟ ହେଲା ସେହି ଗିରି ଶୃଙ୍ଗମାନ

କେଶରୀ ଅଟଇ ବୀର ହନୁମାନ ତାତ

ପୂର୍ବେ କରୁ ଥିଲା ସେହି ପର୍ବତେ ରାଜତ୍ୱ

ଅଞ୍ଜନା ଅଟଇ ସେହି କେଶରୀ ଘରଣୀ

ତାହା ଗର୍ଭୁଜାତ ହୋଇ ଅଛି ଏ ପାବନି

ପବନ ଔରସୁ ହନୁ ହୋଇ ଅଛି ଜାତ

ବୋଲୁ ଅଛ ଶୁଣ ବୀର ସେଥିର ବୃତାନ୍ତ

ଦିନେକ ଅଞ୍ଜନା ଯାଇ ଥିଲା ପୁଷ୍ପ ତୋଳି

ପବନ ତା ସଙ୍ଗେ ତହିଁ କଲେ ରତି କେଳି

ଧାନ୍ୟ ଅଗ୍ରସମ ବର୍ଣ୍ଣ ଜନ୍ମିଲା କୁମର

ମାତ୍ରକ ଅଞ୍ଜନା ବନେ କରି ପରିହାର

ଗୃହେ ଗଲେ ପୁତ୍ର ଗୋଟି ବନେ ଥିଲା ପଡ଼ି

କ୍ଷୁଧା ଆରତରେ ଶିଶୁ ଦେଲା ଘୋରରଡ଼ି

ଏମନ୍ତ ସମୟେ ଉଦେ ହେଲେ ଦିବାକର

ଜବାପୁଷ୍ପ ରାଶି ପରି ବରଣ ତାଙ୍କର

ଫଳ ଅନୁମାନ କରି ହନୁ ଗଲା ଡ଼େଇଁ

ଦିବାକରେ ଘେନି ଆସି ଖାଇବାର ପାଇଁ

ବାଳ ଅର୍କ ପରି ତେଜୋବନ୍ତ ହନୁମାନ

ମହାବେଗେ ଆକାଶରେ କରୁଛି ଗମନ

ଏହା ଦେଖି ବିଚାରିଲେ ମନେ ଦେବତାଏ

କିଏ ଏହି ଯାଉ ଅଛି ପବନ ପରାଏ

ଅଥବା ପବନ ମନ କିମ୍ବା ଖଗପତି

ଏମାନଙ୍କ ହେବ ନାହିଁ ଏହା ସମଗତି

ବାଲ୍ୟକାଳେ ଏତେ ଗତି ଅଟଇ ଏହାର

ନଜାଣୁ ବଢ଼ିଲେ ହେବ ଗତି କିପ୍ରକାର

ଏହା ଦେଖି ପ୍ରଭଞ୍ଜନ ବିଚାରିଲେ ମନେ

ପୁତ୍ର ଦଗ୍ଧ ହୋଇ ପାରେ ମାର୍ତଣ୍ଡ କିରଣେ

ତୁଷାର ରାଶିରେ ତହୁଁ ସୁଶୀତଳ ହୋଇ

ପୁତ୍ର ପଛେ ପଛେ ଗଲେ ସାହା ହେବା ପାଇଁ

ଆକାଶରେ ବହୁ ଯୁଣ ଯାଇ ବାତସୁତ

ଦିବାକର ସମୀପରେ ହେଲା ଉପସ୍ଥିତ

ଶିଶୁ ଏହି ହିତାହତ ଜ୍ଞାନ ହୋଇ ନାହିଁ

ପୁଣି ଗୁରୁତର କାର୍ଯ୍ୟ କରିବ ଯେ ଏହି

ମନ ମଧ୍ୟେ ଏତେ କଥା ବିଚାରି ଦିନେଶ

ତେତେବେଳେ କଲେ ନାହିଁ ହନୁକୁ ବିନାଶ

ପୁଣି ରାହୁ ସେହି ଦିନ ସେହି ସମୟରେ

ଗ୍ରାସିବା ନିମନ୍ତେ ଯାଇ ଥିଲା ଦିବାକରେ

ମାତ୍ର ହନୁମାନ ତାକୁ ଦେଲେ ତହୁଁ ତଡ଼ି

ସିଂହିକା ନନ୍ଦନ ତେଣୁ ଅଇଲା ବାହୁଡ଼ି

କ୍ରୋଧଭରେ ଇନ୍ଦ୍ରଠାରେ ହୋଇ ଉପସ୍ଥିତ

ଜଣାଇଲା ଏ କେମନ୍ତ କଥା ଶଚୀନାଥ

ପୂର୍ବକାଳୁ ଚନ୍ଦ୍ର ସୂର୍ଯ୍ୟ ଦେଉ ଅଛ ମୋତେ

ଗ୍ରାସ କରି କ୍ଷୁଧା ଶାନ୍ତି କରିବା ନିମନ୍ତେ

ଏତେବେଳେ ବୋଲ କିପାଁ ଦେଲ ଆନ ଜଣେ

ପୂର୍ବର ପ୍ରତିଜ୍ଞା ରଙ୍ଗ କଲ କି କାରଣେ

ଆଜି ପର୍ବଦିନ ଯାଇ ଥିଲି ସୂର୍ଯ୍ୟଠାକୁ

ମାତ୍ର ଆନ ରାହୁ ଆସି ଗ୍ରାସିଲା ତାହାକୁ

ବୋଲନ୍ତେ ଏତେକ ରାହୁ ସହସ୍ର ଲୋଚନ

ଚଞ୍ଚଳ ମନରେ ତହୁଁ ତେଜିଲେ ଆସନ

ଐରାବତଗଜ ସ୍କନ୍ଧେ ଆରୋହଣ କରି

ସୂର୍ଯ୍ୟ ମଣ୍ଡଳକୁ ବାହାରିଲେ ବଜ୍ରଧାରି

ଇନ୍ଦ୍ରକୁ ପଛରେ ଥୋଇ ରାହୁ ଧାଏଁ ଆଗେ

ଗ୍ରାସିବା ନିମନ୍ତେ ସୂର୍ଯ୍ୟ ମଣ୍ଡଳକୁ ବେଗେ

ମାତ୍ରକ କୈଳାସ ଗିରି ତୁଲ୍ୟ ହନୁମାନ

ମାର୍ଗେ ଦେଖି ଭୟେ ରାହୁ କଲା ପଳାୟନ

ପବନ ନନ୍ଦନ ହନୁ ଦିନକରେ ଛାଡ଼ି

ଫଳ ଜାଣି ରାହୁ ପଛେ ପଛେ ଗଲେ ତଡ଼ି

ଯେତେ ଉପରକୁ ରାହୁ ଯାଉଛି ପଳାଇ

ତେତେ ଉପରକୁ ହନୁ ଯାଉଛି ଗୋଡ଼ାଇ

ଏହା ଦେଖି ରାହୁ ପୁଣି ଓହ୍ଲାଇଲେ ତଳେ

ଅବିଶ୍ରାନ୍ତ ଧାଉଁଛନ୍ତି ଜୀବନ ବିକଳେ

ଅନନ୍ତର ବାସବକୁ ରକ୍ଷାକର୍ତ୍ତା ଜାଣି

ବିକଳେ ଡ଼ାକଇ ରକ୍ଷା କର ବଜ୍ରପାଣି

ବୋଇଲେ ବାସବ ଶୁଣି ରାହୁ ଆର୍ତ୍ତସ୍ୱର

ଡର ନାହିଁ ଡର ନାହିଁ ସିଂହିକା କୁମର

ସମ୍ପ୍ରତି ତରିବି ତୁମ୍ଭ ଶତ୍ରୁକୁ ବିନାଶ

ବୋଲୁଁ ବୋଲୁଁ ହନୁ ଆସି ହେଲେ ପରବେଶ

ଗଜରାଜ ଐରାବତ ଦେଖି ହନୁମାନ

ଧାଇଁ ଗଲେ ଧରିବାକୁ କରି ଫଳ ଜ୍ଞାନ

କ୍ରୋଧଭରେ ଇନ୍ଦ୍ର ତହୁଁ କଲେ ବଜ୍ରାଘାତ

ବଜ୍ରଘାଏ ହନୁ ହେଲା ଭୁତଳେ ପତିତ

ପର୍ବତ ଉପରେ ପଡ଼ି ଯାନ୍ତେ ବାତସୁତ

ତତକ୍ଷଣେ ହୋଇ ଗଲେ ପଞ୍ଚତ୍ୱ ପ୍ରାପତ

ଅଚେତନ ହୋଇ ପଡ଼ି ଯାଆନ୍ତେ କୁମର

ଏହା ଦେଖି ପ୍ରଭଞ୍ଜନ ହେଲେ କ୍ରୋଧଭର

ଲୋକର ଅହିତ ପାଇଁ ବିଚାରିଲେ ମନେ

ଗୁହାରେ ଲୁଚିଲେ ଯାଇ ଘେନି ହନୁମାନେ

ଲୋକଙ୍କ ଅନ୍ତରେ ବାୟୁ ନହେଲା ସଞ୍ଚାର

ମୁହୂର୍ତ୍ତ ମଧ୍ୟରେ ହେଲା ଜଗତ ଅସ୍ଥିର

ବୃଷ୍ଟିପାତ କରି ଯେହ୍ନେ ସହସ୍ର ଲୋଚନ

କରନ୍ତି ଜଗତ ପ୍ରାଣୀମାନଙ୍କୁ ପାଳନ

ସେହିରୂପେ ବାୟୁ ରକ୍ଷା କରନ୍ତି ସଂସାର

ପ୍ରାଣୀଗଣ ଦେହେ ହୋଇ ଆପଣେ ସଞ୍ଚାର

ଜଗତ ମଧ୍ୟରେ ଥିଲେ ଯେତେକ ଶରୀରୀ

ମଳ ମୂତ୍ରଆଦି ତ୍ୟାଗ ନପାରିଲେ କରି

ସମସ୍ତ ପ୍ରାଣୀର ହୋଇଥିଲା ଶ୍ୱାସରୋଧ

ପୁଣି ହେଲା ସେମାନଙ୍କ ଅଙ୍ଗ ଅବସାଦ

ସ୍ୱାଧ୍ୟାୟ ବଷଟକାର ଆଦି କ୍ରିୟାମାନ

ବାୟୁ ଅଭାବରେ ହେଲା ନାହିଁ ଅନୁଷ୍ଠାନ

କାଷ୍ଠପରି ହୋଇ ଗଲେ ସକଳ ଶରୀରୀ

ତ୍ରିଲୋକ ସ୍ତମ୍ଭିତ ହୋଇ ଗଲା ଜଡ଼ପରି

ଗନ୍ଧର୍ବ ଅପ୍‌ସର ଲୋକେ ଦେବତା ଅସୁରେ

ଅତ୍ୟନ୍ତ ଯନ୍ତ୍ରଣା ପାଇ ବାୟୁ ଅଭାବରେ

ପିତାମହ ବ୍ରହ୍ମାଠାରେ କଲେ ନିବେଦନ

ରକ୍ଷା କର ରକ୍ଷା କର ମରାଳ ବାହନ

ଅଟନ୍ତି ସକଳ ଲୋକ ଆପଣଙ୍କ ସୃଷ୍ଟ

ଏବେ ନାଶ ଯାଉଛନ୍ତି ପାଇ ମହାକଷ୍ଟ

ଚତୁର୍ବିଧ ପ୍ରଜା ସୃଷ୍ଟି କରି ପିତାମହ

ବିଧାନ କରିଛି ପୁଣି ଜୀବନ ଉପାୟ

ସକଳ ଲୋକର ପ୍ରାଣ ଅଟନ୍ତି ପବନ

ପୁଣି ଯାହା ଏକମାତ୍ର ଜୀବନ କାରଣ

ଆଜିରେ କିପାଇଁ ବାୟୁ ହୋଇଣ କୃପିତ

ଜଗତ ବିନାଶେ ହୋଇ ଅଛନ୍ତି ଉଦ୍ୟତ

ଅତଏବ ତୁମ୍ଭଠାରେ ପଶିଲୁଁ ଶରଣ

କରୁନ୍ତୁ ଏଥିରେ ଯାହା ଉପାୟ ବିଧାନ

ଏହା ଶୁଣି ପ୍ରଜାପତି କ୍ଷଣେ ଧ୍ୟାନ କରି

ବୋଇଲେ କାରଣ ଶୁଣ ସକଳ ଶରୀରୀ

ଯେ କାରଣେ ବାୟୁ ହୋଇ ଅଛନ୍ତି କୁପିତ

ବୋଲୁଛୁଁ ସକଳ ଶୁଣ ସେଥିର ବୃତ୍ତାନ୍ତ

ତୁମ୍ଭମାନଙ୍କର ଯାହା ମଙ୍ଗଳ ବିଷୟ

ଶୁଣିବାର ମଧ୍ୟ ତାହା ଅଟଇ ବିଧେୟ

ରାହୁ ବାକ୍ୟ ଶୁଣି ଆଜି ସହିସ୍ର ଲୋଚନ

ପବନ ପୁତ୍ରକୁ କରି ଅଛନ୍ତି ତାଡ଼ନ

ସେଥିପାଇଁ ବାୟୁ ହୋଇ ଅଛନ୍ତି କୁପିତ

ହେଉ ଯେ ନାହାନ୍ତି ଜଗତରେ ପ୍ରବାହିତ

ଅଶରୀରୀ ବାୟୁ ସଙ୍ଗ ଶରୀର ଅନ୍ତରେ

ପ୍ରବାହିତ ହୋଇ ରହିଛନ୍ତି ନିରନ୍ତରେ

ବାୟୁ ପ୍ରାଣ ବାୟୁ ସୁଖ ନିଖିଳ ଜଗତ

ବାୟୁ ବିନା ପ୍ରାଣୀ ହୋଇ ଯିବେ କାଷ୍ଠଭୂତ

ଏହି ଦେଖ ବାୟୁ ବିନା ନିଖିଳ ସଂସାର

ସ୍ଥିର ହୋଇ ଅଛି କାଷ୍ଠରାଶି ପରକାର

ଅତଏବ ଚାଲ ଯହିଁ ଅଛନ୍ତି ପବନ

ସେ ସ୍ଥାନକୁ ସର୍ବେ ମିଳି କରିବୁଁ ଗମନ

ଇନ୍ଦ୍ର ପକ୍ଷେ ଏହା କେଭେ ଉଚିତ ନୁହଇ

ରାହୁ ବାକ୍ୟେ ହନୁମାନେ ଦଣ୍ଡ ଦେବା ପାଇଁ

ଅନନ୍ତର ପ୍ରଜାପତି ଘେନି ଲୋକଗଣେ

ବାୟୁ ପାଶେ ଯାତ୍ରା କରି ଗଲେ ତତ୍‌କ୍ଷଣେ

ବାୟୁ କ୍ରୋଡ଼େ ବସିଥିଲେ ତାହାଙ୍କ ବାଳକ

ତେଜୋବନ୍ତ ସୂର୍ଯ୍ୟ କିମ୍ବା ଜଳନ୍ତ ପାବକ

ପବନକୁ ଦେଖି ବ୍ରହ୍ମା ପୁଣିଲୋକ ଗଣେ

ଅଭ୍ୟର୍ଥନା କଲେ ସର୍ବେ ଆନନ୍ଦିତ ମନେ

 

ଇତି ଶ୍ରୀବାଲ୍ମିକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚତ୍ରିଂଶ ସର୍ଗ

 

ଷଟ୍‌ତ୍ରିଂଶ ସର୍ଗ

ପବନ ବ୍ୟାକୁଳ ଥିଲେ ପୁତ୍ର ବିନାଶରେ

ଉଠିଲେ ସମ୍ଭ୍ରମେ ଦେଖି ବ୍ରହ୍ମାଙ୍କୁ ପାଶରେ

ଗଡ଼ଘାଲି ଶୋଇ ତିନିଥର ପ୍ରଭଞ୍ଜନ

ମୃତ ଶିଶୁ ଘେନି ତାଙ୍କ ଥୋଇଲେ ଚରଣ

ତେତେବେଳେ ତାଙ୍କ ମୌଳୀ କୁଣ୍ଡଳ ଭୁଷଣ

କଙ୍କଣ ପ୍ରଭୃତି ଦ୍ୱାରା ହେଲା କମ୍ପମାନ

ବ୍ରହ୍ମା ଦେଖି ନିପତିତ ବାୟୁକୁ ଚରଣେ

ସମ୍ଭ୍ରମରେ ଉଠାଇଲେ ଆନନ୍ଦିତ ମନେ

ମୃତ ଶିଶୁ ଗୋଟି ବ୍ରହ୍ମା କରନ୍ତେ ପରଶ

ଉଠିଲା ସେ ଶିଶୁ ଗୋଟି ହୋଇ ହସ ହସ

ଶିଶୁକୁ ଜୀବନ୍ତ ଦେଖି ଜଗତ ଜୀବନ

ପୂର୍ବପରି ଜଗତରେ କଲେ ସଞ୍ଚରଣ

ଶୀତ ଅନ୍ତେ ପ୍ରଫୁଲ୍ଲିତ ଯେସନେ ପଦ୍ମିନୀ

ସେହିପରି ଆନନ୍ଦିତ ହେଲେ ସର୍ବପ୍ରାଣୀ

ଯଶବୀର୍ଯ୍ୟ ଐଶ୍ୱର୍ଯ୍ୟ ଶ୍ରୀ ବିଜ୍ଞାନ ବୈରାଗ୍ୟ

ଯୁଗ୍ମ ଯୁଗ୍ମ ଏହି ତିନି ଗୁଣ ଉପଯୁଗ

 

 

ତ୍ରିମୂର୍ତ୍ତି ପ୍ରଧାନ ପୁଣି ତ୍ରିଲୋକ ବିଲୟ

ତ୍ରିଦଶ ଅର୍ଜିତ ସର୍ବ ଲୋକ ପିତାମହ

ଜଗତ ଜୀବନ ବାୟୁ ଶୁଭ ଇଚ୍ଛା ପାଁଇ

ବୋଲି ଆରମ୍ଭିଲେ ସର୍ବ ଦେବ ମୁଖ ଚାହିଁ

ହେ ବରୁଣ ହେ ଅନଳ ଆହେ ଶଚୀସାଇଁ

ବୋଲୁ ଅଛୁଁ ଯାହା ଶୁଣ ମନୋଯୋଗୀ ହୋଇ

ଯେବେହେଁ ସକଳେ ଅଛ ଏହା ଅବଗତ

ତଥାପି ଶୁଣନ୍ତୁ ଏବେ ବୋଲିବୁଁ କିଞ୍ଚିତ

ଏହି ଯେ ଦେଖୁଛ ଶିଶୁ ପବନ କୁମର

ଏହା ଯୋଗେ ହେବ ଭବିଷ୍ୟତେ ଉପକାର

ଅତଏବ ତୁମ୍ଭେମାନେ ଆମ୍ଭ ବୋଲ ଶୁଣ

ଏଶିଶୁକୁ କର ସର୍ବଦେବେ ବରଦାନ

ଏହା ଶୁଣି ଶଚୀପତି ଘେନି ପଦ୍ମମାଳା

ଆନନ୍ଦରେ ଲମ୍ବାଇଲେ ହନୁମାନ ଗଳା

ବୋଇଲେ ବଜ୍ରରେ ହେଲା ଏହା ହନୁ ଭିନ୍ନ

ଅତଏବ ଏହା ନାମ ହେବ ହନୁମାନ

ପୁଣି ଦେଉଅଛୁଁ ବର ଏହି ବାତସୁତ

ଆମ୍ଭ ବଜ୍ରେ ହେବ ନାହିଁ ଏହା ପ୍ରାଣ ହତ

ଅନନ୍ତର ସୂର୍ଯ୍ୟ ଦେବ ଦେଲେ ଏହି ବର

ଆମ୍ଭ ତୁଲ୍ୟ ଦୀପ୍ତି ମାନ ହେବ ଏକୁମର

ଶାସ୍ତ୍ର ଅଧ୍ୟୟନେ ଯେବେ ହେବ ସମରଥ

ଆମ୍ଭେ ଶିଖାଭବୁଁ ନାନାଶାସ୍ତ୍ର ବିଧିମତ

ଏହାର ଜନ୍ମିବ ତହୁଁ ବାଗ୍ମିତା ବିଶେଷ

ସହଜେ ସକଳ ଶାସ୍ତ୍ର କରିବ ଅଭ୍ୟାସ

ବୋଇଲେ ବରୁଣ ବର ଦେଇ ଏକୁମର

ଆମ୍ଭ ପାଶୁଁ ଜଳଠାରୁ ନାହିଁ ଏହା ଡ଼ର

ବୋଇଲେ ଶମନ କରୁଅଛୁଁ ବରଦାନ

ଆମ୍ଭ ଦଣ୍ଡେ ଏହି ହେବ ନାହିଁ ଅବସନ୍ନ

କଦାଚିତ ଯୁଦ୍ଧସ୍ଥଳେ ନହେବ କାତର

ପୁଣି ହୋଇ ରହିଥିବ ନିରୋଗ ଶରୀର

ଏକାକ୍ଷି ପିଙ୍ଗଳ ବର୍ଣ୍ଣ କୁବେର ବୋଇଲେ

ଆମ୍ଭ ଅସ୍ତ୍ରେ ଅବସନ୍ନ ନହେବ ଏ ଭଲେ

ଆନନ୍ଦ ମନରେ ଉମାପତି ଦେଲେ ବର

ଜଗତ ମଧ୍ୟରେ ହେବ ବିଖ୍ୟାତ ଏବୀର

ମହାଭିଜ୍ଞ ବିଶ୍ୱକର୍ମା ବୋଇଲେ ବଚନ

ଚିରଜୀବୀ ହୋଇଥିବ ବୀର ହନୁମାନ

ଏଥୁଅନ୍ତେ ଚତୁର୍ମୁଖ ଦେଲେ ଏହି ବର

ନ ମରିବ ବ୍ରହ୍ମ ଦଣ୍ଡେ ପବନ କୁମର

ବୋଇଲେ ସେ ପୁଣି ପ୍ରଭଞ୍ଜନ ମୁଖ ଚାହିଁ

ତୁମ୍ଭ ପୁତ୍ର ଯୁଦ୍ଧେ ପରାଜିତ ହେବ ନାହିଁ

ହେବ ଏହି ଶତ୍ରୁ ମାନଙ୍କର ଭୟପ୍ରଦ

ମିତ୍ରମାନଙ୍କର ପ୍ରୀତି ପ୍ରଣୟ ଆସ୍ପଦ

ଏହି କପିଶ୍ରେଷ୍ଠ କାମରୂପ କାମଚାରୀ

କାମଗ ଯଶସ୍ୱୀ ବୀର ସର୍ବ ଗୁଣଧାରୀ

କରିବ ଶ୍ରୀରାମଚନ୍ଦ୍ର କାର୍ଯ୍ୟ ପ୍ରୀତିକର

ରାବଣ ବିନାଶ ପାଇଁ ହୋଇ ତତ୍‌ପର

ପବନେ ଏତେକ କହି କମଳ ଆସନ

ଦେବଗଣ ସଙ୍ଗେ କଲେ ସ୍ୱସ୍ଥାନେ ଗମନ

ବାୟୁ ଗଲେ ନିଜ ଗୃହେ ଘେନିଣ କୁମରେ

ସମର୍ପିଣ କରି ଦେଲେ ଅଞ୍ଜନା କୋଳରେ

ଏଥୁ ଅନନ୍ତରେ ବରପ୍ରାପ୍ତ ହନୁମନ୍ତ

କ୍ରମେ ବଢ଼ି ଯୁବାକାଳେ ହେଲା ବଳବନ୍ତ

ଯୌବନରେ ଦେଖା ଗଲା ମନ୍ଦ ବ୍ୟବହାର

ମହର୍ଷି ଆଶ୍ରମ ମଧ୍ୟେ କରେ ଅତ୍ୟାଚାର

ଆଶ୍ରମ ପାଦପ ଅଗ୍ନି ହୋତ୍ର ସ୍ତୁକ ଭାଣ୍ଡ

ଭାଙ୍ଗିଭୁଙ୍ଗି ସବୁ କରି ଦିଏ ଲଣ୍ଡଭଣ୍ଡ

ଋଷିମାନେ ସବୁ ସହି ରହନ୍ତି ଏମାନ

ଜାଣନ୍ତି ପାବନି ବ୍ରହ୍ମା ବଳେ ବଳବାନ

ମାତ୍ରକ ଉତ୍ପାତ କରିବାରୁ ବାରମ୍ବାର

ଋଷିଏ ପାରିଲେ ନାହିଁ ସହି ଅତ୍ୟାଚାର

ଭୃଗୁ ଅଙ୍ଗି ରସ ବଂଶଜାତ ଋଷିମାନେ

ଏହିରୂପ ଅଭିଶାପ ଦେଲେ ହନୁମାନେ

କରୁଛ ଯେ ବଳେ ଆମ୍ଭମାନଙ୍କୁ ବିକଳ

ଜାଣି ନପାରିବ ଦୀର୍ଘକାଳ ସେହିବଳ

ସ୍ମରଣ କରାଇ ଦେବେ ଲୋକେ ଯେତେବେଳେ

ତୁମ୍ଭେ ବଳ ବୀର୍ଯ୍ୟ ବୃଦ୍ଧି ହେବ ତେତେବେଳେ

ହେ ରାଘବ ଶାପଗ୍ରସ୍ତ ହୋଇ ହନୁମାନ

ଧୀର ଶାନ୍ତ ଭାବେ କରୁଥାଏ କାର୍ଯ୍ୟମାନ

ବାଳୀ ସୁଗ୍ରୀବର ପିତା ରଜସ ମର୍କଟ

ମହା ବଳବନ୍ତ କପି ରାଜ୍ୟର ସମ୍ରାଟ

ବହୁକାଳ ରାଜ୍ୟ କରି ଲଭନ୍ତେ ମରଣ

ବାଳୀ କଲେ ପିତୃ ସିଂହାସନ ଆରୋହଣ

ଯୌବ ରାଜ୍ୟେ ଅଭିଷିକ୍ତ ହେଲେ ଯେ ସୁଗ୍ରୀବ

ଦୁଇ ଭ୍ରାତା ମଧ୍ୟେ ଥିଲା ପ୍ରଣୟ ଅତୀବ

ଦୁଇ ଭାଇ ମଧ୍ୟେ ଯେବେ ହେଲା ବୈରଭାବ

ହନୁମାନ ଭୁଲିଥିଲା ଆପଣା ପ୍ରଭାବ

ସୁଗ୍ରୀବ ଏକଥା ମଧ୍ୟ ଥିଲେ ନାହିଁ ଜାଣି

ଗୁପତ ଭାବରେ ରହିଥାନ୍ତି ଦୁଇ ପ୍ରାଣୀ

ଉତ୍ସାହ ବିନୟ ପରାକ୍ରମ ଚତୁରତା

ସାଧୁତା ଦକ୍ଷତା ଧୈର୍ଯ୍ୟ ପ୍ରଭାବ ଧୀରତା

ଧାର୍ମିକତା ସୁଶୀଳତା ଗାମ୍ଭୀର୍ଯ୍ୟ ବୀରତ୍ୱେ

ହନୁମାନ ତୁଲ୍ୟ କେହି ନଥିଲା ଜଗତେ

ନାନାବିଧ ଶାସ୍ତ୍ର କରିବାକୁ ଅଧ୍ୟୟନ

କରିଥିଲେ ସେହି ଅସ୍ତଗିରିକୁ ଗମନ

ସୂତ୍ରବୃତ୍ତ ଅଷ୍ଟାଧ୍ୟାୟ ଲକ୍ଷ୍ମଣ ବିଶିଷ୍ଟ

ପାତଞ୍ଜଳି କୃତଭାଷ୍ୟ ବିବିଧ ଗରିଷ୍ଠ

ବ୍ୟାକରଣ ଆଦି କରି ବେଦାନ୍ତ ନିର୍ଣ୍ଣୟ

ଅଧ୍ୟୟନ କରିଥିଲେ ପବନ ତନୟ

ସର୍ବ ବିଦ୍ୟା ଅଧ୍ୟୟନ ତପୋ ଅନୁଷ୍ଠାନେ

ନିପୁଣ ସେ ଥିଲେ ସୁରାଚାର୍ଯ୍ୟ ଅନୁମାନେ

ବଳରେ କୃତାନ୍ତ ସମ ତେଜେ ଅଗ୍ନି ପରି

ଗାମ୍ଭୀର୍ଯ୍ୟରେ ହନୁମନ୍ତ ସମୁଦ୍ରର ସରି

ହେ ରଘୁନନ୍ଦନ ହନୁମାନ ତାର ମୈନ୍ଦ

ସୁଗ୍ରୀବ ଦ୍ୱିବିଦ ନଳ ଅତି ମୁଖ ସୈନ୍ଦ

ଗବୟ ଗବାକ୍ଷ ଗଜ ବଳବନ୍ତ ରଣେ

ତୁମ୍ଭ ପାଇଁ ସୃଷ୍ଟି କରିଛନ୍ତି ଦେବଗଣେ

ଅଗସ୍ତ୍ୟ ମୁଖରୁ ଶୁଣି ହନୁ ବିବରଣ

ଆଶ୍ଚର୍ଯ୍ୟ ମଣିଲେ ତହିଁ ଶ୍ରୀରାମ ଲକ୍ଷ୍ମଣ

ବୋଇଲେ ଅଗସ୍ତ୍ୟ ଆହେ କୌଶଲ୍ୟାନନ୍ଦନ

ଆନନ୍ଦିତ ହେଲୁଁ କରି ତୁମ୍ଭକୁ ଦର୍ଶନ

ହନୁମାନ ଜନ୍ମକଥା ବୋଇଲୁଁ ତୁମ୍ଭକୁ

ଆଜ୍ଞାକର ଯାଉଁ ଏବେ ଆପଣା ସ୍ଥାନକୁ

ଅଗସ୍ତ୍ୟ ବଚନ ଶୁଣି କୌଶଲ୍ୟା ନନ୍ଦନ

କରଯୋଡ଼ି ବିନୟରେ ବୋଇଲେ ବଚନ

ହେ ମହର୍ଷିଗଣ କରି ଦର୍ଶନ ତୁମ୍ଭକୁ

ଲଭିବୁଁ ଯେ ପୁଣ୍ୟଫଳ ଅକ୍ଷୟ ପାଦକୁ

ପିତା ପିତାମହ ପୁଣି ଏହି ପୁଣ୍ୟ ଫଳେ

ତୁଷ୍ଟ ହେବେ ପିତୃଲୋକେ ଦେବତା ସକଳେ

ଆଉ ଏକ ନିବେଦନ ଶୁଣନ୍ତୁ ଗୋସାଇଁ

ଇଚ୍ଛା କରିଅଛୁଁ ଯଜ୍ଞ ଅନୁଷ୍ଠାନ ପାଇଁ

ସେହି ମହାଯଜ୍ଞେ ହେବେ ଆପଣ ସଦସ୍ୟ

କୃପା କଲେ ପୂର୍ଣ୍ଣ ହେବ ବାସନା ଅବଶ୍ୟ

ତପୋବଳେ କରିଛନ୍ତି ଦୁରପାପ ରାଶି

ତେଣୁ ଆମ୍ଭେ ହେଉଅଛୁଁ କରୁଣା ପ୍ରତ୍ୟାଶି

ତଥାସ୍ତୁ ବୋଲିଣ ଚାଲି ଗଲେ ଋଷିମାନେ

ପାରିଷଦ ଗଣେ ଗଲେ ନିଜ ନିଜ ସ୍ଥାନେ

ଦିବାକର ଅସ୍ତମିତ ରଜନୀ ଆଗତ

ହେଲେ ଯେ ଶ୍ରୀରାମ ସନ୍ଧ୍ୟା ବନ୍ଦନାରେ ରତ

 

ଇତି ବାଲ୍ମୀକି ରାମାୟଣେ ଉତ୍ତରାକାଣ୍ଡେ ଏକଚତ୍ୱାରିଂଶ ସର୍ଗ

 

ଦ୍ୱିଚତ୍ୱାରିଂଶ ସର୍ଗ

ଆନନ୍ଦ ଦାୟିନୀ ନିଶି ହୁଅନ୍ତେ ଅତୀତ       

ରାଜପୁରେ ବନ୍ଦିଗଣେ ହେଲେ ଉପସ୍ଥିତ

ଲଲିତ ସଂଗୀତକାରୀ ଅଟନ୍ତି ସେମାନେ

କିନ୍ନର ସମାନେ ଗୀତ ଗାନ୍ତି ତାନେ ମାନେ

ଗାଇଲେ ସେମାନେ ରାମଚନ୍ଦ୍ର ସ୍ତୁତିଗୀତ

ମହାରାଜ ରାମଚନ୍ଦ୍ର ହୁଅ ଜାଗରିତ

ବ୍ରହ୍ମ ମୂହୁର୍ତ୍ତରେ ତୁମ୍ଭେ ନକଲେ ଉତ୍ଥାନ

ନକରିବେ ଲୋକେ ଧର୍ମ୍ମ କାର୍ଯ୍ୟ ଅନୁଷ୍ଠାନ

ଅଶ୍ୱିନୀ କୁମାର ତୁଲ୍ୟ ତୁମ୍ଭ ରୂପକାନ୍ତି

ବୃହଷ୍ପତି ତୁଲ୍ୟ ବୁଦ୍ଧି ତେଜେ ସୂର୍ଯ୍ୟ ଭାତି

କ୍ଷମାଗୁଣେ ପୃଥ୍ୱୀ ବିଷ୍ଣୁ ତୁଲ୍ୟ ପରାକ୍ରମ

ଗାମ୍ଭୀର୍ଯ୍ୟେ ସାଗର ବେଗେ ପବନ ଉପମ

ଶଶଧର ପରି ତୁମ୍ଭ ଲାବଣ୍ୟ ରୁଚିର

ପର୍ବତ ସମାନ ଥାଅ କର୍ତ୍ତବ୍ୟରେ ସ୍ଥିର

ଧର୍ମପରାୟଣ ପ୍ରଜାଗଣ ହତକାରୀ

ନଥିଲେ ପୂର୍ବରେ ତୁମ୍ଭ ତୁଲ୍ୟ ଛତ୍ରଧାରୀ

 

 

ତୁମ୍ଭକୁ କରିବ ନାହିଁ ତ୍ୟାଗ ଲକ୍ଷ୍ମୀକୀର୍ତ୍ତି

ଆହେ ମହାରାଜ ସୁଖେ ପ୍ରତିପାଳ କ୍ଷିତି

ଶ୍ରୀରାମ ସଙ୍ଗୀତ ଶୁଣି ହେଲେ ଜାଗରିତ

ବିଷ୍ଣୁ ହେଲେ କିବା ନାଗ ଶଯ୍ୟାରୁ ଉଥିତ

ତାହାଙ୍କୁ ଉଠିବା ଦେଖି କିଙ୍କର ସକଳ

ବିଶୁଦ୍ଧ ପାତ୍ରରେ ଆଣି ଦେଲେ ଯୁଦ୍ଧ ଜଳ

ମୁଖ ପ୍ରକ୍ଷାଳନ କରି ରାଜୀବ ଲୋଚନ

ଅଗ୍ନି ଦେବ ପୂଜା ହୋମ କରି ସମାପନ

କୁଳ ଦେବତାଙ୍କୁ ଯାଇ କଲେ ନମସ୍କାର

ଇକ୍ଷ୍ୱାକୁ ତୁଳରେ ଅଛି ଯେପରି ବେଭାର

ସଭା ମଧ୍ୟେ ତହୁଁଯାଇ ହେଲେ ଉପସ୍ଥିତ

ପାତ୍ରମିତ୍ରେ ପୁରୋହିତେ ହୋଇ ପରିବୃତ

ଇନ୍ଦ୍ରଙ୍କୁ ବେଷ୍ଟିତ ଥାନ୍ତି ଯେମନ୍ତ ଆମରେ

ବସିଛନ୍ତି ସଭାସଦେ ଶ୍ରୀରାମ ପାଶରେ

ବରତ ଲକ୍ଷ୍ମଣ ଶତ୍ରୁ ଘନ ତିନିଜଣ

ହାତଯୋଡ଼ି ସେବୁଛନ୍ତି ଶ୍ରୀରାମ ଚରଣ

ବିକ୍ରମୀ ବାନର ଗଣ ସୁଗ୍ରୀବ ସହିତ

ଶ୍ରୀରାମ ଛାମୁରେ ଆସି ହେଲେ ଉପସ୍ଥିତ

ବେଦାଧ୍ୟାୟୀ ବିପ୍ରଗଣ କରି ଆଗମନ

ଶ୍ରୀରାମ ଛାମୁରେ କଲେ ବେଦ ଅଧ୍ୟୟନ

ପୁରାଣଜ୍ଞ ବିଜ୍ଞ ବିପ୍ରଗଣ ପରସ୍ପରେ

ଆଳାପ ବିଚାର କରୁଛନ୍ତି ପରସ୍ପରେ

 

ଇତି ଶ୍ରୀବାଲ୍ମୀକି ପ୍ରଣିତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱିଚତ୍ୱାରିଂଶ ସର୍ଗ

 

ତ୍ରିଚତ୍ୱାରିଂଶ ସର୍ଗ

ମହାତ୍ମା ଶ୍ରୀରାମଚନ୍ଦ୍ରେ ଅଗସ୍ତ୍ୟଙ୍କୁ ଚାହିଁ

ପୁଛିଲେ ଆରେକ କଥା ବୋଲିବା ଗୋସାଇଁ

ବାଳୀ ସୁଗ୍ରୀବଙ୍କ ପିତାମାତେ ବିବରଣ

ଦୟା କରି କହ ମୋତେ କରିବି ଶ୍ରବଣ

ବୋଇଲେ ଅଗସ୍ତ୍ୟ ଆହେ ଶୁଣ ରଘୁପତି

ନାରଦ ପୂର୍ବରେ ମୋତେ ଯାହା କହିଛନ୍ତି

ମହର୍ଷି ନାରଦ ଦିନେ ଭ୍ରମଣ ଛଳରେ

ଉପସ୍ଥିତ ହେଲେ ଆସି ଆମ୍ଭ ଆଶ୍ରମରେ

ବହୁତ ସତ୍କାର କରି ବସାଇ ଆସନେ

ପୁଚ୍ଛା କରୁଁ ନାନାକଥା ବିନୟ ବଚନେ

ତାଙ୍କଠାରୁ ଯାହା ଯାହା କରିଛୁଁ ଶ୍ରବଣ

ଶୁଣିବା ହେଉନ୍ତୁ ସେହି ସର୍ବ ବିବରଣ

ସୁମେରୁ ମଧ୍ୟମ ଶୃଙ୍ଗେ ବିସ୍ତୀର୍ଣ୍ଣ ପ୍ରାନ୍ତର

ପରିମାଣ ତାର ଶଏ ଯୋଜନ ବିସ୍ତାର

ତହିଁ ଅଛି ସଭା ରୌପ୍ୟ ତୁଲ୍ୟ ତାହା ଜ୍ୟୋତି

କରନ୍ତି ସେଠାରେ ଯୋଗାଭ୍ୟାସ ପ୍ରଜାପତି

 

 

ଦିନେ ବ୍ରହ୍ମା ନେତ୍ରୁ ବହୁଥିଲା ଅଶ୍ରୁଜଳ

ପ୍ରଜାପତି ପୋଛି ଫିଙ୍ଗି ଦେଲେ ଭୂମିତଳ

ପଡ଼ନ୍ତେ ପୃଥିବୀ ମଧ୍ୟେ ସେହି ଅଶ୍ରୁଧାର

ତକ୍ଷଣେ ଧାରଣ କଲା ବାନର ଆକାର

ବୋଇଲେ ଯେ ବ୍ରହ୍ମା ତାକୁ ଦେଇଣ ଆଶ୍ୱାସ

ହେ ବାନର କର ଏହି ପର୍ବତରେ ବାସ

ନିୟତ କରନ୍ତି ବାସ ଏଥି ଦେବଗଣ

ତୁମ୍ଭେ ରହ ଫଳମୂଳ କରିଣ ଭକ୍ଷଣ

କିଛିକାଳ ଯାଏଁ ବାସ କଲେକ ଏଠାରେ

କୁମ୍ଭର ମଙ୍ଗଳ ହେବ ସର୍ବତେ ପ୍ରକାରେ

ଏହାଶୁଣି କପିରାଜ ବୋଇଲେ ବଚନ

ଆପଣଙ୍କ ଆଜ୍ଞା ନିଶ୍ଚେ କରିବୁଁ ପାଳନ

ବନ ମଧ୍ୟେ କପିରାଜ କରନ୍ତି ଭ୍ରମଣ

କରିବା ନିମନ୍ତେ ଫଳ ମୂଳ ଅନ୍ୱେଷଣ

ସନ୍ଧ୍ୟାବେଳେ ଆଶ୍ରମକୁ କରି ଆଗମନ

କରନ୍ତି ଯେ ପ୍ରଜାପତି ଚରଣ ବନ୍ଦନ

ଏହିରୂପେ ବନେ ବଚନ ପର୍ଯ୍ୟଟନ କରି

ବାସ କରୁଥାନ୍ତି ତପି ସୁଖେ କାଳ ହରି

ସୁମେରୁ ଉତ୍ତର ଶୃଙ୍ଗେ ଦିନେ କପିବର

ଦେଖିଲେ ନିର୍ମ୍ମଳ ଏକ ସ୍ୱଚ୍ଛ ସରୋବର

ଜଳପାନ ପାଇଁ ଉପସ୍ଥିତ ହୋଇ କୂଳେ

ଦେଖିଲେ ଆପଣ ମୁଖ ପ୍ରତିବିମ୍ବ ଜଳେ

ପ୍ରତିବିମ୍ବ ଦେଖି ମନେ କଲେ ସେ ବିଶ୍ୱାସ

ଜଳରେ ପ୍ରବଳ ଶତ୍ରୁ କରିଅଛି ବାସ

ଏତେକ ବିଚାର କରି ମହାକ୍ରୋଧ ଭରେ

ଶତ୍ରୁ କୁ ଧରିବା ପାଇଁ ପଡ଼ିଲେ ଜଳରେ

ଶତ୍ରୁକୁ ନପାଇ ଜଳୁ ଆସନ୍ତେ ବାହାରି

ତାଙ୍କରୂପ ପରିବର୍ତ୍ତୀ ହୋଇ ଗଲା ନାରୀ

ପରମାସୁନ୍ଦରୀ ନାରୀ ସସ୍ମିତବଦନା

ପୀନ ପୟୋଧରା ନିତମ୍ବିନୀ ସୁଲୋଚନା

କମନୀୟକାନ୍ତି ଚନ୍ଦ୍ରପ୍ରଭା ଶୋଭା ତ୍ୱରା

ତୁଳନା ଦେବାକୁ ଉମା କମଳିନୀ ପରା

ଗୌରକାନ୍ତି ସୌଦାମିନୀ କରେ ଉପହାସ

ବରାଙ୍ଗନା ବନ ଖଣ୍ଡେ କରୁଥାନ୍ତି ବାସ

ଶଚୀପତି ଦିନେ ଆସିଥିଲେ ବ୍ରହ୍ମା ପାଶେ

ଭକ୍ତ ଭାବେ ପାଦପଦ୍ମ ବନ୍ଦନା ସକାଶେ

ଦୈବଯୋଗେ ଭେଟ ହେଲା ରମଣୀ ସହିତ

ସୂର୍ଯ୍ୟ ମଧ୍ୟ ଆସି ତହିଁ ହେଲେ ଉପସ୍ଥିତି

ଦେବେନ୍ଦ୍ର ମାର୍ତ୍ତଣ୍ଡ ଦୁହେଁ ଦେଖି ସେ କୁମାରୀ

ବିମୋହିତ ହୋଇ କାମବାଣେ ହେଲେ ଘାରି

ନପାଇ ନାରୀକୁ ଇନ୍ଦ୍ର କାମ ଅଧୈର୍ଯ୍ୟରେ

ପକାଇଲେ ବୀର୍ଯ୍ୟ ନାରୀ ମସ୍ତକ ବାଳରେ

ଅବ୍ୟର୍ଥ ବୀର୍ଯ୍ୟରୁ ପୁନ୍ତ୍ର ଏକ ହେଲା ଜାତ

ବାଳୁଁଜାତ ବୋଲି ବାଳୀ ନାମରେ ବିଖ୍ୟାତ

ସୂର୍ଯ୍ୟ ମଧ୍ୟ କାମ ବଶେ ହୋଇଣ ଅଧୈର୍ଯ୍ୟ

ସେହି ନାରୀ ଗ୍ରୀବାଦେଶେ ପକାଇଲେ ବୀର୍ଯ୍ୟ

ତହିଁରୁ ଉତ୍‌ପନ୍ନ ହେଲେ ଯେବଣ କୁମର

ସୁଗ୍ରୀବ ତାହାର ନାମ ବିଖ୍ୟାତ ବାନର

ଦୁଇ ପୁତ୍ରେ ରଖି ସୂର୍ଯ୍ୟ ସହସ୍ର ଲୋଚନ

ଆପଣା ଆପଣା ସ୍ଥାନେ କଲେ ଯେ ଗମନ

ପାହିଲା ରଜନୀ ଉଦେ ହେଲେ ଦିବାକର

ଋକ୍ଷରାଜ ପୁନର୍ବାର ହେଲେ ଯେ ବାନର

ଘେନି ସଙ୍ଗେ ବଳବନ୍ତ ନନ୍ଦନେ ଉଲ୍ଲାସେ

ଉପସ୍ଥିତ ହେଲା ଯାଇ ପ୍ରଜାପତି ପାଶେ

ପ୍ରଜାପତି ପୁତ୍ର ବେନି କରି ଦରଶନ

ବହୁତ ବୋଇଲେ ତାଙ୍କୁ ଶାନ୍ତ୍ୱନା ବଚନ

ଆଜ୍ଞା କଲେ ଦେବ ଦୁତେ ରାଇଣ ପାଶକୁ

ବେଗେ ତୁମ୍ଭେ ଯାଅ ଚଳି କିସ୍କିନ୍ଧା ଦେଶକୁ

କରନ୍ତି ସେଠାରେ ବାସ ବହୁତ ବାନର

ନାନାରତ୍ନ ପରିପୂର୍ଣ୍ଣ ପରମ ସୁନ୍ଦର

ସେଠାରେ କରନ୍ତି ବାସ ଯେହ୍ନେ ଯୁଥପତି

ଜଣାଇବ ସେମାନଙ୍କୁ ଆମ୍ଭ ଅନୁମତି

ଦେଲୁଁ ଯେ ବାଳିକୁ କିସ୍କିନ୍ଧାର ସିଂହାସନ

ସେମାନେ ଆମ୍ଭର ଆଜ୍ଞା କରିବେ ପାଳନ

ଦେବଦୂତ ଆଜ୍ଞା ପାଇ ଗଲେ ଧାତିକାରେ

ଉପସ୍ଥିତ ହେଲେ ବାଳୀ ସଙ୍ଗେ କିସ୍କିନ୍ଧାରେ

ଯୁଥପତି ଗଣେ ରାଇ ବ୍ରହ୍ମାଙ୍କ ବଚନେ

ବସାଇଲେ ବାଳୀକୁ ଯେ ରାଜ ସିଂହାସନେ

ସପ୍ତଦ୍ୱୀପ ମଧ୍ୟେ ଥିଲେ ଯେତେକ ମର୍କଟ

ବାଳୀ ହେଲେ ସମସ୍ତଙ୍କ ମଧ୍ୟରେ ସମ୍ରାଟ

ବୋଇଲେ ଅଗସ୍ତ୍ୟ ଆହେ ରଘୁକୁଳ ପତି

ଶୁଣିବେ ଯେ ଲୋକ ଏହି ଅମିୟ ଭାରତି

ବିନାଶି ସକଳ ପାପ ହୋଇ ସିଦ୍ଧ କାମ

କରିବେ ଚରମେ ବାସ ନିଶ୍ଚେ ସ୍ୱର୍ଗଧାମ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ଉତ୍ତରାକାଣ୍ଡେ ତ୍ରିଚତ୍ୱାରିଂଶ ସର୍ଗ

 

ଚତୁଚତ୍ୱାରିଂଶ ସର୍ଗ

ଏଥୁଅନ୍ତେ ରାମଚନ୍ଦ୍ର ଭ୍ରାତାଙ୍କ ସହିତ

ପୌରାଣିକ କଥା ଶୁଣି ହେଲେ ଆନନ୍ଦିତ

ବୋଇଲେ ଋଷିଙ୍କୁ ଚାହିଁ ଆହେ ମହାଯତି

ଅଦ୍ଭୁତ ବୃତ୍ତାନ୍ତ ବାଳୀ ସୁଗ୍ରୀବ ଉତ୍‌ପତି

ସୁଗ୍ରୀବ ଯେ ବାଳୀ ଦୁହେଁ ଦେବତା କୁମର

ଏକଥା ତ ଥିଲା ନାହିଁ ଜଗତେ ପ୍ରଚାର

ବୋଇଲେ ଅଗସ୍ତ୍ୟ ଆହେ କୌଶଲ୍ୟା ତନୟ

ବୋଲୁଛିଁ ଆହୁରି ଶୁଣ ଅଦ୍ଭୁତ ବିଷୟ

ଯେରୂପ ରାବଣ କଲା ବୈଦେହୀ ହରଣ

ବୋଲୁଛୁଁ ଶୁଣିବା ହେଉ ତହିଁ ବିବରଣ

ପୂର୍ବେ ଦଶାନନ ଦିନେ ବିନୟ ବେଭାରେ

ପୁଛା କରିଥିଲା ଋଷି ସନତ୍‌କୁମାରେ

କେଉଁ ଜଣ ବଳବନ୍ତ ଦେବତା ମଧ୍ୟରେ

ହୁଅନ୍ତି ବିଜୟୀ ଦେବେ କାହା ଆଶ୍ରୟରେ

କରନ୍ତି କାହାର ପାଇଁ ଯୋଗିଗଣେ ଧ୍ୟାନ

ମହାତ୍ମା ବ୍ରାହ୍ମଣ ଗଣେ ଯଜ୍ଞ ଅନୁଷ୍ଠାନ

 

 

ବୋଲୁନ୍ତୁ କରୁଣା କରି ଏହି ସମାଚାର

ବୋଇଲେ ଏକଥା ଶୁଣି ସନତକୁମାର

ଯାହାଙ୍କ ବିଷୟ ପଚାରୁଛ ଦଶାନନ

ପରମ ପୁରୁଷ ସେହି ବ୍ରହ୍ମ ସନାତନ

ଜଗତ ପାଳନକାରୀ ସେହି ମହେଶ୍ୱର

ତାଙ୍କଠାରୁ ଜାତ ହୋଇ ଅଛି ଚରାଚର

ତାହାଙ୍କ ଉତପତି କେହି ନୁହନ୍ତି ବିଦିତ

ତାଙ୍କଠାରୁ ସର୍ବ ହୋଇ ଅଛି ପ୍ରକାଶିତ

ସୁର ବା ଅସୁରେ ଜଗତର ପ୍ରାଣୀମାନେ

ବିନୀତ ଭାବରେ ଥାନ୍ତି ତାଙ୍କ ସନ୍ନିଧାନେ

ତାଙ୍କ ନାଭି ସ୍ଥଳୁ ହୋଇ ବ୍ରହ୍ମା ଉତ୍‌ପତି

ସ୍ଥାବର ଜଙ୍ଗମତ୍ମାକ ସୃଜିଛନ୍ତି କ୍ଷିତି

ତାହାଙ୍କ ଉଦ୍ଦେଶ୍ୟ ହୁଏ ଯଜ୍ଞ ଅନୁଷ୍ଠାନ

ଦେବତା କରନ୍ତି ମଧ୍ୟ ସୁଧାରସ ପାନ

ବେଦାଦି ପୁରାଣ ପାଠ କରି ଯୋଗିମାନେ

ନିମଗ୍ନ ଥାଆନ୍ତି ବ୍ରହ୍ମ ପୁରୁଷଙ୍କ ଧ୍ୟାନେ

ତାହାଙ୍କ ସକାଶୁ ଦେବଗଣେ ପାଇ ବର

ଜିଣନ୍ତି ଯୁଦ୍ଧରେ ଯକ୍ଷ ଦୈତ୍ୟ ନିଶାଚର

ସମସ୍ତଙ୍କ ପୂଜନୀୟ ହର ଭଗବାନ

ସର୍ବକାଳେ ସର୍ବ ଘଟେ ଥାନ୍ତି ବିଦ୍ୟମାନ

ସନତ କୁମାର ବାକ୍ୟ ଶୁଣି ଦଶାନନ

ବିନୟରେ ହାତ ଯୋଡ଼ି ବୋଇଲେ ବଚନ

ବୋଲୁନ୍ତୁ ଗୋସାଁଇ ଦୈତ୍ୟ ନିଶାଚର ଯକ୍ଷେ

ଯୁଦ୍ଧରେ ନିହତ ହୋଇ ଯାନ୍ତି କେଉଁ ଲୋକେ

ବିଶେଷ ପ୍ରଭୁଙ୍କ ହାତେ ମରନ୍ତି ଯେମାନେ

ସେମାନେ କରନ୍ତି ବାସ ଯାଇ କେଉଁସ୍ଥାନେ

ସନତକୁମାର ଶୁଣି ବୋଇଲେ ରାବଣେ

ମରନ୍ତି ଯେ ଦୈତ୍ୟମାନେ ଦେବତାଙ୍କ ରଣେ

ସେମାନେ ନିଶ୍ଚୟ ବାସ କରନ୍ତି ସ୍ୱର୍ଗରେ

ପୁଣି ନିଜ କର୍ମ୍ମ ଦୋଷେ ଜନ୍ମନ୍ତି ମହୀରେ

ମାତ୍ରକ ମତନ୍ତି ବିଷ୍ଣୁ ଚକ୍ରରେ ଯେମାନେ

ସେମାନେ କରନ୍ତି ବାସ ତାଙ୍କ ବିଦ୍ୟମାନେ

ସନତକୁମାର ବାକ୍ୟ ଶୁଣି ନିଶାଚର

ମନ ମଧ୍ୟେ କରୁଥାଏ ସର୍ବଦା ବିଚାର

କିପରି ମରିବି ମୁହିଁ ବିଷ୍ଣୁଙ୍କ ଚକ୍ରରେ

ଗୁଣି ହେଉଥାଏ ସଦା ଏକଥା ମନରେ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁର୍ଚ୍ଚତ୍ୱାରିଂଶ ସର୍ଗ

 

ପଞ୍ଚଚତ୍ୱାରିଂଶ ସର୍ଗ

ଦଶାନନ କରୁଅଛି ମନରେ ବିଚାର

ବୋଇଲେ ଯେ ମହାମୁନି ତାକୁ ପୁନର୍ବାର

ଆହେ ଦଶାନନ ତୁମ୍ଭେ ନହୁଅ ଉଦାସ

ଯୁଦ୍ଧରେ ସମ୍ପୂର୍ଣ୍ଣ ହେବ ତୁମ୍ଭ ଅଭିଳାଷ

ପୁରାକଲେ ବିଂଶବାହୁ ବୋଲ ସମାଚାର

ମୋହର ବାସନା ପୂର୍ଣ୍ଣ ହେବ କିପ୍ରକାର

ସନତକୁମାର ଶୁଣି ବୋଇଲେ ବଚନ

ବୋଲୁଅଛୁଁ ସବୁକଥା ଶୁଣ ଦଶାନନ

ସର୍ବଭୁତ ମଧ୍ୟଗତ ସନାତନ ହରି

ତାହାଙ୍କୁ ସକଳ ଭୁତେ ଛନ୍ତି ଆଶ୍ରେ କରି

ସ୍ୱର୍ଗମର୍ତ୍ତ୍ୟ ବନ ନଦୀ ସାଗର ପର୍ବତ

ତାଙ୍କ ସତ୍ୱାବିଧମାନ ସର୍ବତ୍ର ସତତ

ସାବିତ୍ରୀ ପୃଥିବୀ ସତ୍ୟ ସ୍ୱରୂପ ଓଁକାର

ଅଟନ୍ତି ଅନନ୍ତ ଦେବ ଜଗତ ଆଧାର

ଦିବାରାତ୍ରି ସନ୍ଧ୍ୟା ସୂର୍ଯ୍ୟ ଚନ୍ଦ୍ର କାଳ ଯମ

ଅଟନ୍ତି ସେ ବାୟୁ ଇନ୍ଦ୍ର ରୁଦ୍ର ଅଗ୍ନି ବ୍ରହ୍ମ

 

 

ଜଗତ ତ୍ରିତୟ କରି ଅଛନ୍ତି ସୃଜନ

ତାଙ୍କ ଯୋଗେ ହୁଏ ସର୍ବ ସଂହାର ପାଳନ

ଅଧିକ ବୋଲିବି ଆଉ କିବା ଦଶାନନ

ଭଗବାନ ବିଷ୍ଣୁ ଲୀଳା ସମସ୍ତ ଭୁବନ

ଅରୁଣବସନ ଶ୍ୟାମ ନିଳୋତ୍ପଳ କାନ୍ତି

ନୀଳ ମେଘେ ଦିଶେ କିବା ସୌଦାମିନୀ ଭାତି

ହୃଦୟେ ଶ୍ରୀବତ୍ସଚିହ୍ନ ଦିଶଇ ବିମଳ

ନୀଳୋତ୍ପଳ ସମ ଦିଶେ ନୟନ ଯୁଗଳ

ସଂଗ୍ରାମ ରୂପିଣୀ ଲକ୍ଷ୍ମୀ ଦେହେ ନିରନ୍ତର

ଅଲେଖ ଅବ୍ୟକ୍ତ ଭୁତ ନେତ୍ର ଅଗୋଚର

ତାହାଙ୍କ କରୁଣା ହୁଏ ଯେଉଁ ଲୋକଠାରେ

ସେହି ଲୋକ ତାଙ୍କ ରୂପ ଦେଖିବାକୁ ପାରେ

ଯଜ୍ଞଫଳେ ଦାନେ କିମ୍ବା ତପେ ଅନୁଷ୍ଠାନେ

କେହି ଲୋକ ଦେଖି ନପାରଇ ଭଗବାନେ

ଯେଉଁ ଲୋକ ଶୁଦ୍ଧଚିତ୍ତ ଆତ୍ମମନ ପ୍ରାଣ

ପ୍ରଭୁଙ୍କ ଶ୍ରୀପଦେ କରିଅଛି ସମର୍ପଣ

ତପସ୍ୟାରେ କରିଅଛି ସଂଯତ ଆତ୍ମାକୁ

ଜ୍ଞାନନେତ୍ରେ ସେହି ଲୋକ ପାଏ ଦେଖିବାକୁ

ତାହାଙ୍କ ଦର୍ଶନ ଯେବେ ଲୋଡ଼ ହେ ରାବଣ

ସେଥିତତ୍ତ୍ୱ ବୋଲୁଅଛି କରୁନ୍ତୁ ଶ୍ରବଣ

ସତ୍ୟଯୁଗ ଅନ୍ତେ ତ୍ରେତା ଯୁଗ ଆରମ୍ଭରେ

ଭଗବାନ ନାରାୟଣ ଇକ୍ଷ୍ୱାକୁ ବଂଶରେ

ଦଶରଥ ପୁତ୍ରରୂପେ ଲଭିବେ ଜନମ

ଲୋକହିତ ପାଇଁ ରକ୍ଷା କରିବାକୁ ଧର୍ମ

ହେବେ ସେହି ବଳବନ୍ତ ପରମ ସୁନ୍ଦର

ଦୀର୍ଘ ବାହୁ ସତ୍ୟବ୍ରତ ଯୁଦ୍ଧେ ଧୂରନ୍ଧର

ରାମଚନ୍ଦ୍ର ନାମେ ଖ୍ୟାତ ହେବେ ସେ ମହୀରେ

କରିବେ ତାହାଙ୍କୁ ଭୂତେ ଅର୍ଚ୍ଚନା ବିଧିରେ

ପିତା ଆଜ୍ଞା ରକ୍ଷା ପାଇଁ ଯିବେ ଅରଣ୍ୟକୁ

ଘେନି ସଙ୍ଗେ ଭାର୍ଯ୍ୟା ସୀତା ଭ୍ରାତା ଲକ୍ଷ୍ମଣକୁ

ତାହାଙ୍କ ଘରଣୀ ବସୁଧାରୁ ହୋଇ ଜାତ

ପୃଥିବୀ ମଧ୍ୟରେ ହେବେ ସୀତା ନାମେ ଖ୍ୟାତ

ଦେବ ଦେବ ଭଗବାନ ନାରାୟଣ କଥା

ବୋଇଲୁଁ ତୁମ୍ଭକୁ ସର୍ବ ଆହେ ଦଶମଥା

ହେ ରଘୁନନ୍ଦନ ଶୁଣି ଏସର୍ବ ରାବଣ

ତୁମ୍ଭ ସଙ୍ଗେ ଯୁଦ୍ଧ ପାଇଁ କରି ନିର୍ଦ୍ଧାରଣ

ପୃଥିବୀରେ ବୁଲୁଥାଏ ମନ ଆନନ୍ଦରେ

ନଗଣି କାହାକୁ ଯୁଦ୍ଧେ ବଳ ବିକ୍ରମରେ

ଅଗସ୍ତ୍ୟ ବଚନ ଶୁଣି କୌଶଲ୍ୟା ନନ୍ଦନ

ମହର୍ଷିଙ୍କୁ ପୁନର୍ବାର ବୋଇଲେ ବଚନ

ଏହି ସର୍ବ କଥା ଅଟେ ଅଦ୍ଭୂତ ନିତାନ୍ତ

ଆଉ କିଛି ବୋଲ ମୋତେ ପ୍ରାଚୀନ ବୃତ୍ତାନ୍ତ

 

ଇତି ଶ୍ରୀମହର୍ଷି ବାଲ୍ମିକୀ ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚଚତ୍ୱାରିଂଶ ସର୍ଗ

 

ଷଟ୍‌ଚତ୍ୱାରିଂଶ ସର୍ଗ

ଏହା ଶୁଣି କୁମ୍ଭଯୋନି ବୋଇଲେ ବଚନ

ଅବଶିଷ୍ଟ କଥା ଶୁଣ କୌଶଲ୍ୟା ନନ୍ଦନ

ଏତେ ବୋଲି ମହାମୁନି କଲେ ଯେ ଆଖ୍ୟାତ

ଯାହା ଯାହା ଘଟି ଥିଲା ପୂର୍ବରେ ବୃତାନ୍ତ

ଦଶାନନ ତୁମ୍ଭ ସଙ୍ଗେ ଯୁଦ୍ଧ କରିବାକୁ

ପଞ୍ଚବଟୀ ବନୁ ହରି ନେଲା ଯେ ସୀତାକୁ

ମହର୍ଷି ନାରଦ ଦିନେ ସୁମେରୁ ପର୍ବତେ

ଆନନ୍ଦ ମନରେ ଏହା କହିଥିଲେ ମୋତେ

ଦେବତା ଗନ୍ଧର୍ବେ ମଧ୍ୟେ ଥିଲେ ସେସ୍ଥାନରେ

ସର୍ବେ ଶୁଣି ଥିଲୁଁ ଏହା ଆନନ୍ଦ ମନରେ

ରାମାୟଣ ପୁଣ୍ୟ ଶ୍ଳୋକ ଶୁଣେ ଯେଉଁ ଜନ

କରନ୍ତି ତାହାକୁ ରକ୍ଷା ଜାନକୀ ରମଣ

 

ଇତି ଶ୍ରୀମହର୍ଷି ବାଲ୍ମିକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷଟଚତ୍ୱାରିଂଶ ସର୍ଗ

 

Unknown

ସପ୍ତଚତ୍ୱାରିଂଶ ସର୍ଗ

ଏଥୁ ଅନନ୍ତର ଲଙ୍କାପତି ବାହୁବଳେ

ସଂଗ୍ରାମ ଇଚ୍ଛାରେ ବୁଲୁଥାଏ ପୃଥ୍ୱୀତଳେ

କାହାରି ବିକ୍ରମ କଥା କଲେ ସେ ଶ୍ରବଣ

ତକ୍ଷଣେ ତା ପାଶେ ଯାଏ କରିବାକୁ ରଣ

କରୁଥାଏ ଧରଣୀରେ ନିତ୍ୟ ପର୍ଯ୍ୟଟନ

ଦେଖିଲା ଆକାଶେ ଦିନକରେ ଦଶାନନ

ବ୍ରହ୍ମ ଲୋକୁଁ ଆସୁଛନ୍ତି ଦେବର୍ଷି ନାରଦ

ବାରିଦ ପଶ୍ଚାତେ ଯେହ୍ନେ ଜୀବନ୍ତ ବାରିଦ

ପାଇ ତାଙ୍କ ପାଶେ ଦୂରୁ ଦେଖି ଦଶାନନ

ହାତଯୋଡ଼ି ବିନୟରେ ପୁଛିଲା ବଚନ

ଆପଣତ ବୁଲୁଛନ୍ତି ସମସ୍ତ ଜଗତ

ବୋଲ କେଉଁଠାରେ ଲୋକଗଣ ବଳବନ୍ତ

କୃପାକରି ତାହା ନାମ ବୋଲ ମୋ ଆଗରେ

ସଂଗ୍ରାମ କରିବି ଯାଇ ମୁହି ତା ସଙ୍ଗରେ

ବୋଇଲେ ମୁହୂର୍ତ୍ତକାଳ ଚିନ୍ତି ମୁନିବର

ଜାଣ ତୁମ୍ଭେ ଅଛି ଏକ କ୍ଷିରଦ ସାଗର

 

 

ତହିଁ ଏକ ଶ୍ୱେତ ଦ୍ୱୀପ ଅଛି ବିଦ୍ୟମାନ

ସେସ୍ଥାନର ଲୋକେ ଦୀର୍ଘବାହୁ ବଳବାନ

ସେହି ସର୍ବ ଲୋକମାନଙ୍କର କଣ୍ଠସ୍ୱର

ବାରିଦ ଗର୍ଜନ ପରି ଶୁଭେ ଭୟଙ୍କର

ଆହେ ଦଶାନନ ତୁମ୍ଭେ ଲୋଡ଼ୁଛି ଯେମନ୍ତ

ଶ୍ୱେତଦ୍ୱୀପ ଲୋକେ ସେହିପରି ବଳବନ୍ତ

ନାରଦଙ୍କୁ ପୁଛା କଲା ଦୈତ୍ୟ ପୁନର୍ବାର

ବଳବନ୍ତ ହେଲେ ସେହି ଲୋକେ କିପ୍ରକାର

କିପାଁ ବାସ କରୁଛନ୍ତି ଯାଇ ଶ୍ୱେତଦ୍ୱୀପେ

ଦୟାକରି ମହାଋଷି ବୋଲ ମୋ ସମୀପେ

ପୃଥିବୀର ସର୍ବକଥା ଜାଣନ୍ତି ଆପଣ

ଜଣାଯାଏ ଥିବାପରି ହାତରେ ଦର୍ପଣ

ବୋଇଲେ ନାରଦ ଶୁଣି ଆହେ ଦଶାନନ

ସେମାନେ ପୂଜନ୍ତି ସଦା ବ୍ରହ୍ମ ସନାତନ

ନାରାୟଣ ପାଦପଦ୍ମେ ଥାଏ ତାଙ୍କ ମତି

ସମସ୍ତେ ସୁଶୀଳ ସାଧୁ ସଦାଚାରୀ ଯତି

ପରବ୍ରହ୍ମ କୃପାବଳେ ସେମାନେ ବଳିଷ୍ଠ

ସେପରି ଅଟନ୍ତି ମଧ୍ୟ ଯୁଦ୍ଧରେ ଗରିଷ୍ଠ

କରନ୍ତି ସେ ନାରାୟଣ ଯାହାକୁ ବିନାଶ

ସେହି ଲୋକ କରେ ଯାଇ ସ୍ୱର୍ଗପୁରେ ବାସ

ତପସ୍ୟା ସଂଯମ ଦାନ ଯଜ୍ଞ ଅନୁଷ୍ଠାନ

ସେପରି ଲଭନ୍ତି ନାହିଁ ସ୍ୱର୍ଗ ଲୋକମାନେ

ଏହାଶୁଣି ଦଶାନନ ଚିନ୍ତିଲା ମନରେ

କିପରି ଘଟିବ ଯୁଦ୍ଧ ପ୍ରଭୁଙ୍କ ସଙ୍ଗରେ

ଏଥୁହୁଅନ୍ତେ ସିଂହନାଦ କରି ଘନଘନ

ଶ୍ୱେତ ଦ୍ୱୀପ ଅଭିମୁଖେ ହେଲା ଧାବମାନ

ଦ୍ୱନ୍ଦପ୍ରିୟ ମହାଋଷି ମନର ଉଲ୍ଲାସେ

ଗଲେ ଶ୍ୱେତଦ୍ୱୀପେ ଯୁଦ୍ଧ ଦେଖିବା ମାନସେ

ଶ୍ୱେତ ଦ୍ୱୀପେ ଉପସ୍ଥିତ ହୁଅନ୍ତେ ରାବଣ

ବହିଲା ପ୍ରବଳରୂପେ ଝଞ୍ଜା ସମୀରଣ

ସମ୍ଭାଳି ନପାରି ସେହି ସମୀରଣ ବେଗ

ଆଇଲା ରାବଣ ଘୁଞ୍ଚି ହୋଇଣ ଉଦ୍ବେଗ

ରାବଣ ସଚୀବମାନେ ବୋଇଲେ ତାହାକୁ

ଆମ୍ଭେମାନେ ନପାରିବୁଁ ଯୁଦ୍ଧ କରିବାକୁ

ଯେପରି ପ୍ରବଳ ବାୟୁ ଆସୁଅଛି ବହି

ଯୁଦ୍ଧ କରିବାର ଆଉ ନପାରିବୁଁ ରହି

ନିଶାଚର ବୋଲି ଏତେ ରାବଣେ ବଚନ

ତ୍ରାସ ପାଇ ସେସ୍ଥାନରୁ କଲେ ପଳାୟନ

ରାକ୍ଷସମାନଙ୍କୁ ବିଦା ଦେଇ ଲଙ୍କେଶ୍ୱର

ଶ୍ୱେତ ଦ୍ୱୀପେ ଗଲା ରୂପଧରି ଭୟଙ୍କର

ସେସ୍ଥାନେ ନାରୀଏ ଦୈତ୍ୟେ ଭେଟିଲେ ବାଟରେ

ଜଣେ ନାରୀ ତାକୁ ପୁଛା କଲା ଧରି କରେ

କିଏ ତୁମ୍ଭେ କାହା ପୁତ୍ର କେଉଁ ଦେଶେ ଘର

କିପାଁ ଏସ୍ଥାନକୁ ହେଲା ଆସିବା ତୁମ୍ଭର

ବୋଇଲା ରାବଣ ଶୁଣି ରମଣୀ ବଚନ

ଆମ୍ଭେ ଅଟୁ ମହାମୁନି ବିଶ୍ରବା ନନ୍ଦନ

ଲଙ୍କା ଅଧିପତି ଆମ୍ଭେ ନାମ ଯେ ରାବଣ

ଆସିଅଛୁଁ ଏସ୍ଥାନକୁ କରିବାକୁ ରଣ

ମାତ୍ର କିପାଁ କାହାରିକୁ ନଦେଖୁଁ ଏସ୍ଥାନେ

ହସିଲେ ଯେ ଟହ ଟହ ଶୁଣି ନାରୀମାନେ

ନାରୀଙ୍କ ମଧ୍ୟରୁ ଜଣେ ନାରୀ କ୍ରୋଧ କରି

ରାବଣ ଅଣ୍ଟାକୁ ଆଣ୍ଟ କରି ଟେକି ଧରି

ବୋଲିଲା ସେ ସଖୀଗଣେ ଆସ ଦେଖ ଦେଖ

ଧରିଛୁଁ କେମନ୍ତ ପ୍ରାଣୀ ଦଶ ଗୋଟା ବେକ

କୋଡ଼ିଏଟା ଆକ୍ଷି ପୁଣି କୋଡ଼ିଏଟା ହାତ

ଦେଖିବତ ଧାଇ ଆସ ମୋ ପାଶେ ସଙ୍ଗାତ

ସଖୀଗଲେ କହି ସେହି ନାରୀ ଲଙ୍କେଶ୍ୱରେ

ଫିଙ୍ଗା ଫିଙ୍ଗି କରି ଧରେ ଏକରୁ ସେକରେ

କେହିରୂପ ଅବକାଶ ପାଇ ଦଶାନନ

କାମିନୀ ହାତକୁ କଲା ସବଳେ ଦଂଶନ

ପକାଇଲା ମଧ୍ୟ ତାହା ହାତକୁ ଆମ୍ପୁଡ଼ି

କ୍ରୋଧଭରେ ଦେଲା ନାରୀ ଦୂରକୁ ଫୋପାଡ଼ି

ପଡ଼ିଲା ସାଗର ଜଳେ ଯାଇ ନିଶାଚର

ଶୈଳ ଖଣ୍ଡେ ଭାଞ୍ଜି କିବା ପଡ଼ିଲା ସାଗର

ହେ ରଘୁନନ୍ଦନ ପୂର୍ବକାଳେ ଦଶାନନ

ଶ୍ୱେତ ଦ୍ୱୀପେ ପାଇ ଥିଲା ପୂର୍ବେ ଅପମାନ

ରାବଣ ଦୁର୍ଦଶା ଦେଖି ନାରଦ ମହର୍ଷି

ଶ୍ୱେତ ଦ୍ୱୀପୁଁ ସ୍ୱର୍ଗେ ଚାଲି ଗଲେ ହସି ହସି

ହେ ରଘୁନନ୍ଦନ ତୁମ୍ଭ ହସ୍ତରେ ରାବଣ

ମରିବା ଇଛାରେ କଲା ସୀତାକୁ ହରଣ

ତୁମ୍ଭେ ସର୍ବ ଲୋକ ପୂଜ୍ୟ ହେ ସୀତା ରମଣ

ଶଙ୍ଖ ଚକ୍ର ଗଦାପଦ୍ମ ଧାରୀ ନାରାୟଣ

ଶାର୍ଙ୍ଗାୟୁଧ ହୃଷୀକେଶ ତୁମ୍ଭେ ଭଗବାନ

ଭକତମାନଙ୍କୁ କର ଅଭୟ ପ୍ରଦାନ

ବିନାଶ କରିବା ପାଇ ଯୁଦ୍ଧରେ ରାବଣ

ମନୁଷ୍ୟ ରୂପକୁ ତୁମ୍ଭେ କରିଛ ଧାରଣ

ବଡ଼ହିଁ ସନ୍ଦେହ ମୋର ଆହେ ସାର୍ଙ୍ଗ ପାଣି

ତୁମ୍ଭେ ଯେ ସେ ଭଗବାନ ନପାରକି ଜାଣି

ସର୍ବଲୋକ ପିତାମହ ବୋଲି ଛନ୍ତି ବ୍ରହ୍ମା

ତ୍ରିଗୁଣ ଆତ୍ମକ ତୁମ୍ଭେ ଅଟ ବିଶ୍ୱକର୍ମା

ତ୍ରିଧାମା ତ୍ରିକାଳ କର୍ମା ବିଷ୍ଣୁ ସନାତନ

ଜଗତର ରକ୍ଷାକାରୀ ଅରି ବିମର୍ଦନ

ବଳି ବିମର୍ଦନେ ହେଲ ବାମନ ସ୍ୱରୂପ

ଲୋକହିତ ପାଇଁ ଧରି ଅଛ ନରରୂପ

ରାବଣ ସହିତେ କରି ରାକ୍ଷସେ ବିନାଶ

ପୃଥିବୀ ସନ୍ତାପ ସର୍ବ କରିଛ ଉଶ୍ୱାସ

ଦେବତା ମହର୍ଷିଗଣ ତୁମ୍ଭ କରୁଣାରେ

ଶାନ୍ତି ଲାଭ କରୁଛନ୍ତି ମନ ଆନନ୍ଦରେ

ସାକ୍ଷାତ୍‌ ପରମଲକ୍ଷ୍ମୀ ମହାଭାଗା ସୀତା

ତୁମ୍ଭ ପାଇଁ ହୋଇଛନ୍ତି ଜନକ ଦୁହିତା

ଦଶାନନ ରଖିଥିଲା ଅଶୋକ ବନରେ

ମାତୃ ରୂପା ହୋଇ କିନ୍ତୁ ଥିଲେ ସେସ୍ଥାନରେ

ଆହେ ରାମଚନ୍ଦ୍ର ଯାହା ସନତ କୁମାର

ଦଶାନନ ପାଶେ କହି ଥିଲେ ସମାଚାର

କହିଛନ୍ତି ସେ ସମସ୍ତ ଆମ୍ଭକୁ ନାରଦ

ଜଣାଇଲୁ ତୁମ୍ଭଠାରେ ସେ ସର୍ବ ସମ୍ବାଦ

ଅକ୍ଷୟ ଅବ୍ୟୟ ମୁକ୍ତିପ୍ରଦ ରାମାୟଣ

ଶ୍ରାଦ୍ଧକାଳେ ଯେଉଁ ଲୋକ କରଇ ଶ୍ରବଣ

ଅଥବା ଶୁଣାଏ ଶୁଦ୍ଧଚିତେ ବିପ୍ରବରେ

ତାହା ପିତୃଲୋକ ନିଶ୍ଚେ ବସନ୍ତି ସ୍ୱର୍ଗରେ

ରାଜୀବଲୋଚନ ରାମ ଲକ୍ଷ୍ମଣ ସହିତ

ମହାଋଷି ବାକ୍ୟ ଶୁଣି ହେଲେ ଯେ ଚକିତ

ସୁଗ୍ରିବ ପ୍ରଭୃତି ଥିଲେ ଯେହ୍ନେକ ବାନରେ

ସମସ୍ତେ ଚକିତ ହେଲେ ମହର୍ଷି କଥାରେ

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଜାତି ଗଣ

ବାରମ୍ବାର ଶ୍ରୀରାମଙ୍କୁ କଲେ ନିରୀକ୍ଷଣ

ବୋଇଲେ ଅଗସ୍ତ୍ୟ ତହୁଁ ଆହେ ରଘୁବର

ଯାଉଁ ସ୍ୱସ୍ଥାନକୁ ଏବେ ଅନୁମତି କର

ମହର୍ଷି ଅଗସ୍ତ୍ୟ ବୋଲି ଏତେକ ଶ୍ରୀରାମେ

ଶିଷ୍ୟଗଣେ ଘେନି ଗଲେ ଆପଣା ଆଶ୍ରମେ

 

ଇତି ଶ୍ରୀମହର୍ଷି ବାଲ୍ମିକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତଚତ୍ୱାରିଂଶ ସର୍ଗ

 

ଅଷ୍ଟଚତ୍ୱାରିଂଶ ସର୍ଗ

ଏଥୁଅନ୍ତେ ରାମଚନ୍ଦ୍ର କୌଶଲ୍ୟାନନ୍ଦନ

ସାମନ୍ତ ନୃପତି ଗଣେ ବୋଇଲେ ବଚନ

ଯାଅ ତୁମ୍ଭେମାନେ ଏବେ ଆପଣା ସ୍ଥାନକୁ

ଆପଣା ଆପଣା ରାଜ୍ୟ କାର୍ଯ୍ୟ କରିବାକୁ

କର୍ମଚାରି ଗଣେ କରି ଏତେକ ଆଦେଶ

ଆପଣା କର୍ମରେ କଲେ ମାନସ ନିବେଶ

ଏଥୁଁ ଅନନ୍ତର ରାମଚନ୍ଦ୍ର ରଘୁବର

ବୋଇଲେ ମାତୁଳ ଯୁଧାତିତେ ଯୋଡ଼ିକର

ହେ ମାତୁଳ ଆମ୍ଭେ ପୁଣି ଆମ୍ଭ ଭାଇମାନେ

ନିରନ୍ତରେ ଅଛୁଁ ଆପଣଙ୍କ ସନ୍ନିଧାନେ

ଏ ଅଯୋଧ୍ୟା ଅଛି ଆପଣଙ୍କ ଅଧିକାରେ

ସର୍ବ ଲୋକ ବଶମ୍ବଦ ଆପଣଙ୍କଠାରେ

ମାତ୍ରକ ଚିନ୍ତିତ ଛନ୍ତି କେକୟ ରାଜନ

ଆପଣ ତାହାଙ୍କ ପାଶେ କରୁନ୍ତୁ ଗମନ

ଧନ ରତ୍ନ ରାଣୀ ଘେନି ଯାଉନ୍ତୁ ଲକ୍ଷ୍ମଣ

ଆପଣଙ୍କୁ ଗୃହେ ଛାଡ଼ି ଆସିବା କାରଣ

 

 

ବୋଇଲେ ଯେ ଯୁଧାଜିତ ହେ ରଘୁନନ୍ଦନ

ଅଦ୍ୟ ଆମ୍ଭେ ସ୍ୱଦେଶକୁ କରିବୁ ଗମନ

ପ୍ରୟୋଜନ ନାହିଁ କିଛି ଧନ ରତନରେ

ସେ ସବୁ ପଦାର୍ଥ ଥାଉ ତୁମ୍ଭ ଭଣ୍ଡାରରେ

ଏତେ ବୋଲି କରି ରାମଚନ୍ଦ୍ରଙ୍କୁ ସମ୍ମାନ

ଯୁଧାଜିତ କଲେ ନିଜ ସ୍ଥାନକୁ ପ୍ରସ୍ଥାନ

ଏଥୁ ଅନନ୍ତରେ ରାମ ରାଜୀବ ଲୋଚନ

କାଶୀ ରାଜ ପାଶେ ଯାଇ ବୋଇଲେ ବଚନ

ଥିଲ ତୁମ୍ଭେ ଯୁଦ୍ଧ ବେଳେ ଭରତ ସହିତ

ଏଥି ପାଇଁ ତୁମ୍ଭ ପ୍ରତି ଅଛୁ ଆନନ୍ଦିତ

ତୁମ୍ଭ ପାଁଇ ଶୂନ୍ୟ ଅଛି ବାରାଣଶୀ ଧାମ

ହେ ବୟସ୍ୟ କର ଆଜି ସେସ୍ଥାନେ ଗମନ

କୌଶଲ୍ୟା ନନ୍ଦନ ବୋଲି ଏତେକ ବଚନ

କାଶୀ ରାଜେ କଲେ ଯାଇ ଗାତ ଆଲିଙ୍ଗନ

ଜାନକୀ ରମଣ କରିବାରୁ ଅନୁମତି

ନିଜ ପୁରୀ ବାରାଣଶୀ ଗଲେ କାଶୀପତି

ମହାତ୍ମା ରାଘବ ହୋଇ ଆନନ୍ଦିତ ମନ

ତିନିଶତ ନୃପତିଙ୍କୁ ବୋଇଲେ ବଚନ

ଆମ୍ଭ ପ୍ରିୟ ବନ୍ଧୁ ଆହେ ନରପତି ଗଣ

ତୁମ୍ଭେମାନେ ସତ୍ୟସନ୍ଧ ଧର୍ମ୍ମ ପରାୟଣ

ତୁମ୍ଭମାନଙ୍କର ତେଜ ସହାୟ କାରଣେ

ସବଂଶେ କରିଛୁଁ ବଧ ଦୁରାତ୍ମା ରାବଣେ

ଭରତ ଡ଼ାକନ୍ତେ ଆସି ଅଛନ୍ତି ଏଠାକୁ

ବାଟଚାହିଁ ବସି ଥିଲେ ଆମ୍ଭ ଆସିବାକୁ

ବହୁତ ଦିନରୁଛନ୍ତି ଅଯୋଧ୍ୟା ନଗରେ

ବାଟ ଚାହିଁ ରହି ଥିବେ ପ୍ରଜାଏ ଦେଶରେ

ବୋଇଲେ ନୃପତିଗଣ ଶୁଣି ଏ ବଚନ

ବହୁତ ଆନନ୍ଦ ହେଲୁଁ ହେ ରଘୁନନ୍ଦନ

ରାବଣେ ବିନାଶି କଲ ଜାନକୀ ଉଦ୍ଧାର

ଆମ୍ଭମାନଙ୍କର ମଧ୍ୟ କଲ ଉପକାର

ପ୍ରଶଂସା କରୁଛ ଆମ୍ଭମାନଙ୍କୁ ଆପଣ

ଆମ୍ଭେମାନେ ମାତ୍ର ନୋହୁଁ ପ୍ରଶଂସା ଭାଜନ

କେବଳ ଏତିକି ନିବେଦନ ରଘୁପତି

ଥିବ ଆପଣଙ୍କ ଯେହ୍ନେ ଏହିପରି ମତି

ଆମ୍ଭେମାନେ ଆପଣଙ୍କ ଅନୁଗତ ଦାସ

ଏକଥା କରିବେ ଯେହ୍ନେ ଆପଣ ବିଶ୍ୱାସ

ଏଥୁ ଅନନ୍ତରେ ରାମଚନ୍ଦ୍ରଙ୍କ ଆଦେଶେ

ରଜାମାନେ ଚାଲିଗଲେ ନିଜ ନିଜ ଦେଶେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟଚତ୍ୱାରିଂଶ ସର୍ଗ

 

ଏକୋନପଞ୍ଚାଶ ସର୍ଗ

ଏଥୁଅନ୍ତେ ନୃପତିଏ ଚଢ଼ି ହସ୍ତୀ ଅଶ୍ୱେ

ମେଦିନୀ କମ୍ପାଇଗଲେ ନିଜ ନିଜ ଦେଶେ

ରାଘବ ସାହାଯ୍ୟ ପାଇ ଥିଲେ ଯେ ବାନରେ

ନିଜ ନିଜ ଦେଶେ ଯାତ୍ରା କଲେ ଆନନ୍ଦରେ

ଅଯୋଧ୍ୟାରେ ଥିଲେ ଯେଉଁ ନରପତିମାନେ

କୁହା କୁହି ହେଲେ ପରସ୍ପରେ ଅଭିମାନେ

ବିଳମ୍ବେ ଡ଼ାକିଲେ ଆମ୍ଭମାନଙ୍କୁ ଭରତ

ନୋହିଲେ ଲଙ୍କାକୁ ଯାଇ ନୃପତି ସମସ୍ତ

ରାବଣକୁ କରିଥାନ୍ତୁ ସବଂଶେ ବିନାଶ

ଏତିକି ମନରେ ରହି ଗଲା ଅଭିଳାଷ

ଏହିପରି କୁହା କୁହି ହୋଇ ରାଜାମାନେ

ଯାତ୍ରା କରି ଗଲେ ସର୍ବେ ନିଜ ନିଜ ସ୍ଥାନେ

ସେମାନଙ୍କ ରାଜ୍ୟ ସବୁ ଅତ୍ୟନ୍ତ ପ୍ରସିଦ୍ଧ

ପରିପୂର୍ଣ୍ଣ ଅଛି ଧନ ରତନ ବିବିଧ

ଦେଶେ ଉପସ୍ଥିତ ହୋଇ ନରପତି ଗଣ

ନାନାବିଧ ଧନ ରତ୍ନ କରି ଆହରଣ

 

 

ପଠାଇଲେ ରାମଚନ୍ଦ୍ର ପାଶେ ଉପହାର

ହସ୍ତୀ ଅଶ୍ୱ ପଶୁ ଯୁଥ ବିବିଧ ସମ୍ଭାର

ଉପହାରମାନ ଦେଖି ଜାନକୀ ରମଣ

ଆନନ୍ଦ ମନରେ କରି ସେ ସର୍ବ ଗ୍ରହଣ

ବିଭୀଷଣ ସୁଗ୍ରୀବାଦି ଯେ ସର୍ବ ବାନରେ

କରି ଥିଲେ ଲଙ୍କାପୁରେ ସାହାଯ୍ୟ ସମରେ

ରାମଚନ୍ଦ୍ର ରାଜଦତ ଉପହାର ମାନ

ସେମାନଙ୍କୁ ଆନନ୍ଦରେ ଲେ ସମ୍ପ୍ରଦାନ

ସେମାନେ ଶ୍ରୀରାମ ଦର୍ତ୍ତ ଉପହାର ପାଇ

ଆନନ୍ଦେ ଗ୍ରହଣ କଲେ ମସ୍ତକେ ଲଗାଇ

ଏଥୁଅନ୍ତେ ରାମଚନ୍ଦ୍ର ଆନନ୍ଦ ମନରେ

ହନୁମାନ ଅଙ୍ଗଦକୁ ବସାଇ କୋଳରେ

ବୋଇଲେ ସୁଗ୍ରୀବେ ଆହେ ବାନର ଈଶ୍ୱର

ରାବଣ ସହିତେ ଯୁଦ୍ଧେ ଏହି ଦୁଇ ବୀର

କରିଛନ୍ତି କେତେରୂପ ହିତ ଅନୁଷ୍ଠାନ

ସେଥିପାଇଁ ଏମାନଙ୍କୁ କରିବୁଁ ସମ୍ମାନ

ଏତେ କଥା ବୋଲି ନିଜ ଦେହ ଅଳଙ୍କାର

ହନୁମାନ ଅଙ୍ଗଦକୁ ଦେଲେ ଉପହାର

ଏଥୁଅନ୍ତେ ନଳ ନୀଳ କେଶରୀ ଦ୍ୱିବିଦେ

ପ୍ରଜଘଂ ପନସ ଗନ୍ଧ ମାଦନ ସର ହେ

ବିନତ ଗବାକ୍ଷ ଜମ୍ବୁବାନ ବଳ ମୁଖେ

ଇନ୍ଦ୍ରଜାନ ମୈନ୍ଦ୍ର ଧ୍ରୁମ ଆଦି ଦଧି ମୁଖେ

ମହାବୀର ବଳବନ୍ତ ମର୍କଟ ସୁଷେଣେ

ଲଙ୍କା ଯୁଦ୍ଧେ ସାହା ଥିବା କପି ରାଜଗଣେ

ବୋଇଳେ ଆନନ୍ଦେ ଆହେ ପ୍ରିୟ ମିତ୍ର ଗଣ

ବହୁତ ପାଇଛ କଷ୍ଟ ଜାନକୀ କାରଣ

ତୁମ୍ଭେମାନେ କରିବାରୁ ଆମ୍ଭ ଉପକାର

ବଧିବୁଁ ରାବଣ କଲୁ ଜାନଜ୍ଞ ଉଦ୍ଧାର

ଏତେ ବୋଲି ଜଣେ ଜଣେ କରି ଆଲିଙ୍ଗନ

ଦେଲେ ନାନାବିଧ ବସ୍ତ୍ର ଅଳଙ୍କାର ଧନ

ଉପହାର ମାନ ପାଇ ବାନର ସକଳେ

ଜୟ ଜୟକାର ଧ୍ୱନି କଲେ କୁତୁହଳେ

ଖାଇ ନାନାବିଧ ଫଳ ମୂଳ ମଧୁ ମାଂସ

ଅଯୋଧ୍ୟା ନଗରେ କଲେ ବାସ ଏକ ମାସ

ଆନନ୍ଦ ଆହ୍ଲାଦେ ଥିଲେ ବାନର ଏପରି

ମଣିଲେ ମାସେକ କାଳ ମୁହୂର୍ତ୍ତକ ସରି

ଶ୍ରୀରାମ ସହିତ ଆସି ସକଳ ବାନରେ

ରହିଲେ ବରଷେ କାଳ ଅଯୋଧ୍ୟା ନଗରେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକୋନପଞ୍ଚାଶ ସର୍ଗ

 

ପଞ୍ଚାଶ ସର୍ଗ

ଏଥୁ ଅନନ୍ତରେ ରାମ କୌଶଲ୍ୟା ନନ୍ଦନ

ବୋଇଲେ ଯେ ସୁଗ୍ରୀବକୁ କରି ସମ୍ବୋଧନ

ଆହେ ବାନରେନ୍ଦ୍ର ଆଉ ବିଳମ୍ବ ନକରି

ଅମାତ୍ୟ ସହିତ ଯାଅ କିସ୍କିନ୍ଧ୍ୟା ନଗରୀ

ଧର୍ମ ମାର୍ଗେ ଥାଇ ରାଜ୍ୟ କରିବ ଶାସନ

ପୁତ୍ର ନିର୍ବିଶେଷେ କରି ପ୍ରଜାଙ୍କୁ ପାଳନ

ଅଙ୍ଗଦ ସୁଷେଣ ତାର ବାଳ ହନୁମାନ

କୁମୁଦ ଦ୍ୱିବିଦ ଶତବଳି ଜାମ୍ବବାନ

ଗବାକ୍ଷ ଗବୟ ଗନ୍ଧମାଦନ ଋଷଭ

ଋକ୍ଷରାଜ ଶଙ୍ଖଚୁଡ଼ କେଶରି ଶତଭ

ଏମାନେ ସମସ୍ତେ ବୀର ମହୋବଳବନ୍ତ

ଏମାନଙ୍କ ପ୍ରତି ଥିବ ପ୍ରସନ୍ନ ସନ୍ତତ

ରାମଚନ୍ଦ୍ର ବୋଲି ଏତେ ମଧୁର ବଚନ

ସୁଗ୍ରୀବଙ୍କୁ ବାରମ୍ବାର କଲେ ଆଲିଙ୍ଗନ

ଏଥୁ ଅନନ୍ତରେ ରାମଚନ୍ଦ୍ର ରଘୁବର

ବୋଇଲେ ଯେ ବିଭୀଷଣେ ହେ ଧାର୍ମ୍ମିକବର

 

 

ଧର୍ମମାର୍ଗେ ଲଙ୍କାପୁରୀ କରିବ ଶାସନ

କେତେବେଳେ ଅଧର୍ମରେ ଦେବ ନାହିଁ ମନ

ଧାର୍ମିକ ରାଜାଏ ସୁଖେ ଥାନ୍ତି ଚୀରକାଳ

ରାଜ୍ୟ ମଧ୍ୟେ ଥାଏ ନାହିଁ କିଛିହିଁ ଜଞ୍ଜାଳ

ଯାତ୍ରା କର ସ୍ୱ ସ୍ୱ ସ୍ଥାନେ ଆହେ ବୀରଗଣ

ସର୍ବଦା କରିବୁଁ ତୁମ୍ଭମାନଙ୍କୁ ସ୍ମରଣ

ରାମଚନ୍ଦ୍ର ବାଣି ଶୁଣି ରାକ୍ଷସ ବାନରେ

ବହୁତ ପ୍ରଶଂସା କଲେ ମନ ଆନନ୍ଦରେ

ବୋଇଲେ ହେ ପ୍ରଭୋ ସୂର୍ଯ୍ୟବଂଶରୁ ସମ୍ଭୂତ

ଆପଣଙ୍କ ବୀର୍ଯ୍ୟ କାର୍ଯ୍ୟ ନିତାନ୍ତ ଅଦ୍ଭୂତ

ବୋଇଲେ ଶ୍ରୀରାମଚନ୍ଦ୍ରେ ପବନ ନନ୍ଦନ

ଆପଣଙ୍କ ପାଦପଦ୍ମେ ରହୁ ମୋର ମନ

ଯେତେକାଳ ରାମକଥା ରହିବ ପୃଥ୍ୱୀରେ

ତେତେକାଳ ରହିବ ମୋ ଜୀବନ ଶରୀରେ

ଧରଣୀରେ ତୁମଭ ଗୀତ ଗାଇବେ ଅପସରେ

ଶୁଣିବି ସେ ମଧୁମୟ ଗୀତ ଆନନ୍ଦରେ

ବୋଲନ୍ତେ ଅଞ୍ଜନା ସୁତ ଏତେକ ବଚନ

ପ୍ରେମଭରେ ରାମଚନ୍ଦ୍ର କଲେ ଆଲିଙ୍ଗନ

ବୋଇଲେ ହନୁକୁ ଦେଇ ଶ୍ରୀରାମ ଆଶ୍ୱାସ

ନିଶ୍ଚୟ ସମ୍ପୂର୍ଣ୍ଣ ହେବ ତୁମ୍ଭ ଅଭିଳାଷ

ସ୍ୱୀକାର କରୁଛୁଁ ତୁମ୍ଭଠାରେ ବାରମ୍ବାର

ସର୍ବଦା କରିବୁଁ ଆମ୍ଭେ ତୁମ୍ଭ ଉପକାର

ନିଜ କଣ୍ଠୁ ରତ୍ନହାର କାଢ଼ି କୁତୁହଳେ

ଲମ୍ବାଇଲେ ତାହା ନେଇ ହନୁମାନ ଗଳେ

ଶଶାଙ୍କ କିରଣ ଯେହ୍ନେ ସୁମେରୁ ଶିଖରେ

ଶୋଭିଲା ରତନ ମାଳା ହନୁଙ୍କ ଗଳାରେ

ଆସନରୁ ଉଠି ଆନ ଆନ କପିଗଣେ

ଓଳଗି ହେଲେକ ଯାଇ ଶ୍ରୀରାମଚରଣେ

ସଜ ହେଲେ ଯିବା ପାଇଁ ନିଜ ନିଜ ସ୍ଥାନେ

ଆଗୁଆଳି କରି ବୀରବର ହନୁମାନେ

ଧର୍ମାତ୍ମା ରାଘବ ସୁଗ୍ରୀବର ବିଭୀଷଣେ

ମେଲାଣି ଦେଲେ ଯେ ଆଲିଙ୍ଗନ ସମ୍ଭାଷଣେ

ଛାଡ଼ି ଯିବା ପାଇଁ ହେବ କୌଶଲ୍ୟା କୁମରେ

ବହୁତ କ୍ରନ୍ଦନ କଲେ ଏଥକୁ ବାନରେ

ରାମଚନ୍ଦ୍ର ଶ୍ରୀଚରଣ କରିଣ ବର୍ଜନ

କପିଗଣ କଲେ ନିଜ ଦେଶକୁ ଗମନ

ସେମାନଙ୍କୁ ଦେଖି ହୁଏ ବିଚାର ମନରେ

ରଖିଯାଉ ଛନ୍ତି ପ୍ରାଣ ଶ୍ରୀରାମ ପାଶରେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚାଶ ସର୍ଗ

 

ଏକପଞ୍ଚାଶ ସର୍ଗ

ନିଜ ନିଜ ଦେଶେ ଗଲେ ବାନରେ ରାକ୍ଷସେ

ମହାତ୍ମା ରାଘବ ବାସ କରନ୍ତେ ହରଷେ

ଦିନେ ବସିଛନ୍ତି ଭ୍ରାତାମାନଙ୍କ ସଙ୍ଗରେ

ଏମନ୍ତ ସମୟେ ଶବ୍ଦ ହେଲା ଆକାଶରେ

ଆହେ ସୀତାନାଥ ମୁହିଁ ପୁଷ୍ପକ ବିମାନ

କୁବେର ଭବନୁ କରିଅଛି ଆଗମନ

କରିବାକୁ ଆପଣଙ୍କ ଆଦେଶ ପାଳନ

କୁବେର ଭୁବନେ କରିଥିଲି ଯେ ଗମନ

ଧନେଶ୍ୱର ଡ଼ାକି ମୋତେ ବୋଇଲେ ଏକ୍ଷଣି

ଲାଭ କରିଛନ୍ତି ମୋତେ ରାବଣକୁ ଜିଣି

ଆଜ୍ଞା କରୁଅଛି ଯାଅ ରାମଚନ୍ଦ୍ର ପାଶେ

ତାହାଙ୍କ ଆଜ୍ଞାରେ କାର୍ଯ୍ୟ କରିବା ସକାଶେ

କୁବେର ଆଦେଶେ ମୁହିଁ ଆସିଛି ଏଠାକୁ

ଆହେ ପ୍ରଭୋ ଆପଣଙ୍କ ଆଜ୍ଞା ପାଳିବାକୁ

ଅନୁଗ୍ରହ କରି ମୋତେ କରନ୍ତୁ ଗ୍ରହଣ

କରିପାରେ ମୁହିଁ ସର୍ବସ୍ଥାନେ ବିଚରଣ

 

 

ବୋଇଲେ ଶ୍ରୀରାମଚନ୍ଦ୍ର ଶୁଣି ଏବଚନ

ସେହି ବିମାନ ଯେବେ କରିଅଛ ଆଗମନ

କରିବୁଁ ଯତନ ତୁମ୍ଭେ ରହ ଆମ୍ଭଠାରେ

ତୁମ୍ଭକୁ ଗ୍ରହଣ କରୁଁ କୁବେର ଆଜ୍ଞାରେ

ଏଥୁଅନ୍ତେ ରାମଚନ୍ଦ୍ର ବହୁତ ସମ୍ମାନେ

ଧୂପ ଦୀପ ଗନ୍ଧ ପୁଷ୍ପେ ପୂଜିଲେ ବିମାନେ

ଆନନ୍ଦ ମନରେ ଆଜ୍ଞା କଲେ ବିମାନକୁ

ଏବେ ତୁମ୍ଭେ ଯାଇ ପାର ଇଚ୍ଛା ସେସ୍ଥାନକୁ

ସ୍ମରଣ କରିବୁ ଯେବେ ଆସିବ ଏସ୍ଥାନେ

ନହେବ ତୁମ୍ଭର କଷ୍ଟ ଆମ୍ଭ ବିଦ୍ୟମାନେ

ପୁଷ୍ପକ ବିମାନ ରାମଚନ୍ଦ୍ରଙ୍କ ପାଦଦେଶେ

ଚାଲି ଗଲେ ନିଜ ଇହା ଅନୁରୂପ ଦେଶେ

ମହାତ୍ମା ଭରତ ଆସି ଏଥୁ ଅନନ୍ତରେ

ହାତଯୋଡ଼ି ଜଣାଇଲେ ଶ୍ରୀରାମ ପାଶରେ

ଆହେ ବୀରଶ୍ରେଷ୍ଠ ପୁରବାସୀ ଲୋକଗଣ

ତୁଷ୍ଟଛନ୍ତି ଦେଖି ଆପଣଙ୍କ ଆଚରଣ

ପୁଣି କୁହାକୁହି ହେଉଛନ୍ତି ପରସ୍ପର

ହେଉଛି ଅଦ୍ଭୁତ କଥା ନୟନ ଗୋଚର

କଥା କହୁ ଅଛି ଆସି ନିର୍ଜୀବ ବିମାନ

ଅତ୍ୟନ୍ତ ଅଦ୍ଭୁତ ଅଟେ ଏହି କଥାମାନ

ଜୀର୍ଣ୍ଣ ବୃଦ୍ଧ ହେଉଛନ୍ତି ମର୍ତ୍ତ ଜୀବଗଣ

ତଥାପି ଶମନ କରୁ ନାହିଁ ଆକ୍ରମଣ

ସୁସ୍ଥ ଶରୀରରେ ରହି କୁଳନାରୀ ସର୍ବ

ନିର୍ବିଘ୍ନରେ କରୁଛନ୍ତି ସନ୍ତାନ ପ୍ରସବ

ଦୃଢ଼ଦେହ ବଳବନ୍ତ ହୋଇ ସର୍ବନରେ

ସମୟ ଯାପନ କରୁଛନ୍ତି ଆନନ୍ଦରେ

ଶୀତଳ ସୁମନ୍ଦ ବହୁ ଅଛି ସମୀରଣ

ଯଥାକାଳେ ହେଉ ଅଛି ବାରି ବରିଷଣ

ସର୍ବଲୋକ କାଳ କାଟୁଛନ୍ତି ଆନନ୍ଦରେ

ପୁଣି କୁହାକୁହି ହେଉଛନ୍ତି ପରସ୍ପର

ପାଇ ନାହୁଁ ଏପ୍ରକାର ରାଜା କଦାଚିତ

ତାହା ଶୁଣି ରାମଚନ୍ଦ୍ର ହେଲେ ଆନନ୍ଦିତ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକପଞ୍ଚାଶ ସର୍ଗ

 

ଦ୍ୱିପଞ୍ଚାଶ ସର୍ଗ

ଏଥୁ ଅନନ୍ତରେ ରାମଚନ୍ଦ୍ର ଧନୁଷ୍ପାଣି

କୁବେର ପ୍ରେରିତ ରଥ ଦେଇଣ ମେଲାଣି

ଅଶୋକବନିକା ଅନ୍ତପୁର ଉପବନେ

ପ୍ରବେଶ ହେଲେକ ଯାଇ ଆନନ୍ଦିତ ମନେ

ନାନାବୃକ୍ଷେ ପରିପୂର୍ଣ୍ଣ ଅଟେ ଉପବନ

ଦେବଦାରୁ ସହକାର ଅଗୁରୁ ଚନ୍ଦନ

ପଣସ ସଜିନା ଲୋଧ ପୁନ୍ନାଗ ଚମ୍ପକ

ଅର୍ଜୁନ କଦମ୍ବ ନାଗେଶ୍ୱର କୁରୁବକ

ପାରିଜାତ ଛୁରିଅନା ନାରଙ୍ଗ କଦଳି

ମନ୍ଦାର ସିଂହାରହାର ବଉଳ ପାଟଳି

ନାନାଜାତି ଲତା ନୀଳ ହରିତ ଲୋହିତ

ପାଟଳ ଶ୍ୟାମଳ କୃଷ୍ଣଆଦି ଶ୍ୱେତ ପୀତ

ପରିପୂର୍ଣ୍ଣ ରହିଛନ୍ତି ପାଦପ ସକଳେ

ମନୋହର ପୁଷ୍ପ ପୁଣି ସରସାର ପଳେ

ପୁଷ୍ପ ଗନ୍ଧେ ବନ ହଉ ଅଛି ଆମୋଦିତ

ସୁକଣ୍ଠ ବିହଙ୍ଗ ଗଣେ ଗାଉଛନ୍ତି ଗୀତ

 

 

ଉପବନ ମଧ୍ୟେ ଅଛି ଏକ ସରୋବର

କମଳ କହ୍ଲାରେ ପୂର୍ଣ୍ଣ ପରମ ସୁନ୍ଦର

ଚକ୍ରବାକ ଚକ୍ରବାକୀ କରୁଛନ୍ତି କେଳି

ସାରସ ସାରସୀ ବକ ମରାଳ ମରାଳୀ

ତୀରେ ଶୋଭା ପାଏ ନାନାଜାତି ତରୁଗଣ

ସୁଶୀତଳ ଧୀରେ ଧୀରେ ବହେ ସମୀରଣ

ଉପମା ଦେବାକୁ ଯୋଗ୍ୟ ଅଟେ ଉପବନ

ଚୈତ୍ରରଥ ବନ କିମ୍ବା ନନ୍ଦନ କାନନ

ସ୍ଥାନେ ସ୍ଥାନେ ଲତା ଗୃହ ପରମ ସୁନ୍ଦର

ଚିତ୍ରିତ ଆସନ କାରୁକାର୍ଯ୍ୟେ ମନୋହର

ଅଶୋକ ବନିକା ଗୃହେ ପ୍ରବେଶି ଶ୍ରୀରାମ

ସୀତା ହସ୍ତ ଧରି ବାକ୍ୟ କହି ଅଭିରାମ

ବସାଇଲେ ପାରି ଏକ ସୁନ୍ଦର ଆସନ

ନାନାରୂପ ମଧୁ ମାଂସ କରାଇ ଭୋଜନ

ନୃତ୍ୟ ଗୀତ ବିଶାରଦ ଅପସରୀମାନେ

ସଂଗୀତ କରିବା ପାଇଁ ଅଇଲେ ସେସ୍ଥାନେ

ସୁନ୍ଦରୀ କିନ୍ନରୀମାନେ କରି ନୃତ୍ୟ ଗୀତ

ଶ୍ରୀରାମ ସୀତାଙ୍କ ମନ କଲେ ଆନନ୍ଦିତ

ରାମଚନ୍ଦ୍ର ସଙ୍ଗେ ଶୋଭା ପାନ୍ତି ସୀତା ସତୀ

ବଶିଷ୍ଠ ସହିତ ବିରାଜିତା ଅରୁନ୍ଧତୀ

ଏହିରୂପ ପ୍ରତିଦିନ କୌଶଲ୍ୟା ନନ୍ଦନ

କରନ୍ତି ଯେ ସୀତାଦେବୀ ହୃଦୟ ରଞ୍ଜନ

ଏହିରୂପେ କାଟିଗଲା ବରଷେକ କାଳ

ମନ ମଧ୍ୟେ ଥାଏ ନାହିଁ କିଛିହିଁ ଜଞ୍ଜାଳ

ଏକଦା ଶ୍ରୀରାମ ପୁଛା କଲେ ସୀତାପାଶ

ହେ ଜାନକୀ ତୁମ୍ଭରକି ଅଛି ଅଭିଳାଷ

ତୁମ୍ଭର ସନ୍ତାନ ଲାଭକାଳ ଉପସ୍ଥିତ

ତେଣୁ ଅଭିଳାଷ ପୂର୍ଣ୍ଣ କରିବା ଉଚିତ

ବୋଇଲେ ଜାନକୀ ଶୁଣି ହେ ଆର୍ଯ୍ୟନନ୍ଦନ

ମହର୍ଷି ଆଶ୍ରମ ବେଳେ କରିବି ଦର୍ଶନ

ଏକରାତ୍ରି ସେସ୍ଥାନରେ କରିବାକୁ ବାସ

ମନ ମଧ୍ୟେ ମୋର ହୋଇ ଅଛି ଅଭିଳାଷ

ବୋଇଲେ ଶ୍ରୀରାମଚନ୍ଦ୍ର ଆଗୋ ଚନ୍ଦ୍ରାନନା

କାଲିରେ ଅବଶ୍ୟ ପୂର୍ଣ୍ଣ କରିବୁଁ ବାସନା

ଏତେବୋଲି ରାମଚନ୍ଦ୍ର ଆନନ୍ଦ ମନରେ

ଅନ୍ୟକାର୍ଯ୍ୟ ଉପଲକ୍ଷେ ଗଲେ କକ୍ଷାନ୍ତରେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱିପଞ୍ଚାଶ ସର୍ଗ

 

ତ୍ରିପଞ୍ଚାଶ ସର୍ଗ

ଦିନକରେ ରାମଚନ୍ଦ୍ର ସନ୍ଧ୍ୟା ସମୟରେ

ବସିଛନ୍ତି ପାରିଷଦମାନଙ୍କ ସଙ୍ଗରେ

ମଧୁମତ୍ତ ଦନ୍ତବକ୍ର କଶ୍ୟପ ବିଜୟ

ମଙ୍ଗଳ ଯେ କୁଳଭଦ୍ର ସୁରାଜି କାଳିୟ

କହୁଛନ୍ତି ନାନାକଥା ହୋଇଣ ବେଷ୍ଟିତ

ରାମଚନ୍ଦ୍ର ମନ କରିବାକୁ ଆନନ୍ଦିତ

ଭଦ୍ରେ ପୁଛା କଲେ ରାମ କଥା ପ୍ରସଙ୍ଗରେ

ବୋଲ ବନ୍ଧୋ କିକି କଥା ହେଉଛି ରାଜ୍ୟରେ

ପୁରବାସିଗଣେ କିମ୍ବା ଗ୍ରାମବାସିଗଣ

ବୋଲନ୍ତି କି କିଛି ରାଜବଂଶ ବିବରଣ

ବୋଲନ୍ତି କି କିଛି କଥା ଆମ୍ଭର ଉଦ୍ଦେଶେ

ଭରତ ଲକ୍ଷ୍ମଣ ସୀତା କୈକେୟୀ ବିଶେଷେ

ରାଜ୍ୟ ମଧ୍ୟେ ଥିବା ପ୍ରଜା ସାଧାରଣ ମତ

ରାଜାଙ୍କ କର୍ତ୍ତବ୍ୟ ତାହା ହେବା ଅବଗତ

ଶ୍ରୀରାମ ପୁଛନ୍ତେ ଭଦ୍ର ବୋଇଲେ ଉତ୍ତର

ହୁଅନ୍ତି ପ୍ରଜାଏ କୁହାକୁହି ପରସ୍ପର

 

 

ଜାନକୀ ହରଣ କଥା ରାବଣ ମରଣ

କିପରି ସମର କଲେ କପି ଋଷଗଣ

ବୋଇଲେ ଶ୍ରୀରାମ ଭଦ୍ର ବୋଲ ବିଶେଷରେ

ବୋଲନ୍ତି କିକଥା ପ୍ରଜା ଆମ୍ଭ ବିଷୟରେ

ଭଲ ହେଉ ମନ୍ଦ ହେଉ କିଛି ନବିଚାରି

ଯାହା ଶୁଣି ଆସିଅଛ ବୋଲିବ ବିସ୍ତାରି

ନକରି ସନ୍ଦେହ ଶଙ୍କା ନୋହି ବିଚଳିତ

ଯାହା ଯାହା ଶୁଣିଅଛ ବୋଲିବ ଉଚିତ

ଜାଣିଲେ ପ୍ରଜାଙ୍କ ମତ ହେବୁଁ ସାବଧାନ

କରିବୁଁ ସର୍ବଦା ଶୁଭକାର୍ଯ୍ୟ ଅନୁଷ୍ଠାନ

ରାଘବ ବଚନେ ଭଦ୍ର ଯୋଡ଼ି ବେନିକର

ବୋଇଲେ ଶୁଣିବା ହେଉ ଆହେ ରଘୁବର

ବୋଲନ୍ତି ପ୍ରଜାଏ ଥିଲା ପ୍ରଚଣ୍ଡ ରାବଣ

ବଧିଲେ ତାହାକୁ ରାମଚନ୍ଦ୍ର କରି ରଣ

ନିଜ ବାହୁବଳେ କରି ଜାନକୀ ଉଦ୍ଧାର

ବାହୁଡ଼ିଲେ କୁଶଳରେ ଦେଶେ ପୁନର୍ବାର

ରାବଣ ସୀତାକୁ ହରିନେଇ କପଟରେ

ଘେନି ଗଲା ଲଙ୍କାପୁରେ ବସାଇ ରଥରେ

ଅଶୋକ ବନରେ ରଖିଥିଲା ସାବଧାନେ

ମାତ୍ର କିଛି ବୁଝି ପାରୁ ନାହୁଁ ଅନୁମାନେ

ସନ୍ଦେହ ନକରି କିଛି ସୀତା ଚରିତ୍ରକୁ

କିପରି ଶ୍ରୀରାମ ତାଙ୍କୁ ଆଣିଲେ ଘରକୁ

ଦୁଷ୍କର୍ମ୍ମ କଲେକ କିଛି ଆମ୍ଭ ନାରୀମାନେ

ସେସକାଳେ ସହିବାକୁ ହେବ ସାବଧାନେ

କରନ୍ତି ଯେ ସର୍ବକାର୍ଯ୍ୟ ନରପତିଗଣ

କରନ୍ତି ପୂଜାଏ ସେହି ସର୍ବ ଆଚରଣ

ଏହା ଶୁଣି ରାମଚନ୍ଦ୍ର ଦୁଃଖିତ ମନରେ

ପୁଛା କଲେ ବନ୍ଧୁ ଗଣେ କୋମଳ ବାକ୍ୟରେ

କିପାଇଁ ବୋଲନ୍ତି ଏହା ପୁରବାସିଗଣ

ବୋଇଲେ ସକଳ କିଛି ନଜାଣୁ କାରଣ

ମାତ୍ର ଭଦ୍ର କଥା ଅଟେ ସତ୍ୟ ସମୁଦାୟ

ଆପଣ କରିବେ ନାହିଁ ସେଥିରେ ସଂଶୟ

ରାମଚନ୍ଦ୍ର ଶୁଣି ଏହି ନିଦାରୁଣ ବାଣି

ବୟସ୍ୟମାନଙ୍କୁ ଦେଲେ ତକ୍ଷଣେ ମେଲାଣି

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ରିପଞ୍ଚାଶ ସର୍ଗ

 

ଚତୁଃପଞ୍ଚାଶ ସର୍ଗ

ମହାତ୍ମା ରାଘବ ବସି ଅଛନ୍ତି ନିର୍ଜନେ

ବିଚାରୁ ଅଛନ୍ତି ନାନା କଥା ମନେ ମନେ

ଆଜ୍ଞା କଲେ ଦ୍ୱାବିକୁ ଯେ ରାଇ ନିଜପାଶ

ଲକ୍ଷ୍ମଣ ଭରତ ଆମ୍ଭ ପାଶେ ଘେନି ଆସ

ଆଜ୍ଞା ମାତ୍ରେ ପଡ଼ିଆରି ଗଲେ ଧାତିକାରେ

ମହାତ୍ମା ଲକ୍ଷ୍ମଣ ବସି ଥିଲେ ଯେଉଁଠାରେ

ହାତଯୋଡ଼ି ପଡ଼ିଆରି ବୋଇଲା ବଚନ

କରୁନ୍ତୁ ଶ୍ରୀରାମଚନ୍ଦ୍ର ପାଶେ ଆଗମନ

ଲକ୍ଷ୍ମଣ ସେ ଆଜ୍ଞା ଶୁଣି ଚଳିଲେ ସତ୍ୱରେ

ଉପସ୍ଥିତ ହେଲେ ରାମଚନ୍ଦ୍ର ସମୀପରେ

ପ୍ରବେଶନ୍ତେ ଲକ୍ଷ୍ମଣ ଯେ ରାଜ ଅନ୍ତପୁରେ

ପ୍ରବେଶିଲେ ପଢ଼ିଆରି ଭରତ ଛାମୁରେ

ଜୟ ଉଚ୍ଚାରଣ କରି ବୋଇଲେ ତାହାଙ୍କୁ

ଆପଣ ଆସୁନ୍ତୁ ବେଳେ ମହାରାଜାଠାକୁ

ଭରତ ଏକଥା ଶୁଣି ଉଠି ଧାତିକାରେ

ଉପସ୍ଥିତ ହେଲେ ଯାଇ ରାମଚନ୍ଦ୍ରଠାରେ

 

 

ତହୁଁ ପଢ଼ିଆରି ଗଲା ଶତ୍ରୁଘନ ପାଶେ

ଜଣାଇଲା ରାଜାପାଶେ ଆସିବା ସକାଶେ

ଶତ୍ରୁଘ୍ନ ସେ ଆଜ୍ଞାପାଇ ଉଠିଲେ ତଡ଼ତି

ଉପସ୍ଥିତ ହେଲେ ଯହିଁ ଥିଲେ ରଘୁପତି

ତିନିଭାଇ ଉପସ୍ଥିତ ହୋଇ ରାଜାଠାରେ

ବ୍ୟାକୁଳିତ ହେଲେ ଦେଖି ଇଙ୍ଗିତ ଆକାରେ

ବସିଛନ୍ତି ମଥା ପୋତି କୌଶଲ୍ୟା ନନ୍ଦନ

ଦ୍ୱିନୟନୁ ବାରିଧାରା ବହେ ଘନ ଘନ

ମହାରାଜା ରାମଚନ୍ଦ୍ର ଭ୍ରାତାଗଣେ ଦେଖି

ଆଲିଙ୍ଗନ କଲେ ତାଙ୍କୁ ଆସନ ଉପେଖି

କାନ୍ଦି କାନ୍ଦି ସେମାନଙ୍କୁ ବୋଇଲେ ବଚନ

ତୁମ୍ଭେମାନେ ଅଟ ମୋର ଜୀବର ଜୀବନ

ତୁମ୍ଭମାନଙ୍କର ରାଜ୍ୟ କରୁଛି ଶାସନ

ସମ୍ପ୍ରତି କରିବ ଏକକାର୍ଯ୍ୟ ସମ୍ପାଦନ

କୁମାରେ ଏକଥା ଶୁଣି ଭାଳିଲେ ମନରେ

ନଜାଣୁ କି ଘଟିବ ଯେ ଆଜି କପାଳରେ

ଦେଖୁଛୁଁ ଅଦ୍ଭୂତ ମହାରାଜା ଆଚରଣ

ଅବଶ୍ୟ ଏଥିରେ ଅଛି ବିଶେଷ କାରଣ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁଃପଞ୍ଚାଶ ସର୍ଗ

 

ପଞ୍ଚପଞ୍ଚାଶ ସର୍ଗ

ରଘୁପତି ‘‘ରାମଚନ୍ଦ୍ର’’ ଏଥୁ ଅନନ୍ତରେ

ବୋଇଲେ ଯେ ଭ୍ରାତାଗଣେ କାତର ବାକ୍ୟରେ

ଆହେ ଭ୍ରାତାଗଣ ଶୁଣ ପୁରବ ସିଗଣେ

ଅପବାଦ ଦେଉଛନ୍ତି ମୋତେ ଅକାରଣେ

ମହାତ୍ମା ଇକ୍ଷ୍ୱାକୁବଂଶୁ ଆମ୍ଭର ଉଦପତି

ପବିତ୍ର ବଂଶରୁ ଜନ୍ମିଛନ୍ତି ସୀତାସତୀ

ଜାଣତ ସକଳ କଥା ମହାତ୍ମା ଲକ୍ଷ୍ମଣ

କିରୂପେ ସୀତାକୁ କଲା ରାବଣ ହରଣ

କିରୂପ ବିନାଶ କଲୁଁ ଯାଇ ନିଶାଚରେ

ସକଳତ ଘଟି ଅଛି ତୁମ୍ଭ ସାକ୍ଷାତରେ

ଅଯୋଧ୍ୟା ଆସିବା କାଳେ ଥିଲୁଁ ଯେ ପଚାରି

କିପରି ଲଙ୍କାରେ ଥିଲ ଜନକ କୁମାରୀ

ଏକଥା ଶୁଣିଣ ସୀତା ସର୍ବ ସାକ୍ଷାତରେ

ପରୀକ୍ଷା ସକାଶେ ପ୍ରବେଶିଲେ ବୈଶ୍ୱାନରେ

ଚନ୍ଦ୍ର ସୂର୍ଯ୍ୟ ବାୟୁ ଆଦି ସକଳ ଦେବତା

ବୋଇଲେ ନିଷ୍ପାପୀ ସୀତା ଅଟନ୍ତି ସର୍ବଥା

 

 

ମହର୍ଷି ରାଜର୍ଷି ଦେବରାଜ ଦେବଗଣ

ଆମ୍ଭ ହସ୍ତେ ଜାନକୀକୁ କଲେ ସମର୍ପଣ

ସୀତାଙ୍କୁ ପବିତ୍ରା ବୋଲି ଜାଣୁ ଯେ ନିଶ୍ଚୟ

କେବଳ ପରୀକ୍ଷା କଲୁଁ କରି ଲୋକ ଭୟ

ଅଇଲୁଁ ସୀତାଙ୍କୁ ଘେନି ଅଯୋଧ୍ୟାପୁରକୁ

ଲୋକଗଣେ ନିନ୍ଦା କରୁ ଅଛନ୍ତି ଆମ୍ଭକୁ

ରଘୁବଂଶ ଆଚରଣ ସମସ୍ତେତ ଜାଣ

ଲୋକନିନ୍ଦା କଥା ଶୁଣି ଦହୁ ଅଛି ପ୍ରାଣ

ଯେଲୋକମାନଙ୍କ ହୁଏ ଅଯଶ ଘୋଷଣା

ଲଭନ୍ତି ସେଲୋକଗଣ ନରକ ଯନ୍ତ୍ରଣା

ଜଗତ ମଧ୍ୟରେ ଯେହ୍ନେ ଯଶ ପୂଜନୀୟ

ସେହିରୂପ ଅଯଶ ଯେ ଅଟେ ନିନ୍ଦନୀୟ

ମହାତ୍ମା ପୁରୁଷମାନେ ଯଶ ଲଭିବାକୁ

ସହଜରେ ତ୍ୟାଗ କରି ପାରନ୍ତି ଆତ୍ମାକୁ

ଅପବାଦ ଠାରୁ କଷ୍ଟ ନାହିଁ ଜଗତରେ

ସହି ହୁଏ ନାହିଁ ସେହି ଦୁଃଖ ଜୀବନରେ

ହେ ଲକ୍ଷ୍ମଣ ଅପବାଦୁଁ ରକ୍ଷା ପାଇବାକୁ

ପରିତ୍ୟାଗ କରିପାରୁଁ ସୀତାଙ୍କୁ ତୁମ୍ଭକୁ

ହେ ଲକ୍ଷ୍ମଣ କାଲି ତୁମ୍ଭେ ପ୍ରଭାତ କାଳରେ

ମୈଥିଳୀକୁ ଘେନି ଯାଅ ବସାଇ ରଥରେ

ଗଙ୍ଗା ନଦୀ ଆରପାରି ତମସା କୁଳରେ

ବାଲ୍ମୀକି ଆଶ୍ରମ ପାଶ ନିବିଡ଼ ବନିରେ

ଏକାକିନୀ ସେସ୍ଥାନରେ ଛାଡ଼ିଣ ତାହାଙ୍କୁ

ବାହୁଡ଼ି ଆସିବ ରଥ ଘେନି ଅଯୋଧ୍ୟାକୁ

ପ୍ରତିବାଦ କର ନାହିଁ ଭାଇରେ ଲକ୍ଷ୍ମଣ

ଅବିଳମ୍ବେ ଆମ୍ଭ ଆଜ୍ଞା କର ସମ୍ପାଦନ

କର ଯଦି ଏଥି ବିପରୀତ ବ୍ୟବହାର

ଜାଣିବୁଁ ଯେ ଆମ୍ଭ ପ୍ରତି କଲ ଅତ୍ୟାଚାର

ତୁମ୍ଭେମାନେ କହି ଅଛ ଛୁଇଁ ଆମ୍ଭ ପାଦ

ନକରିବ ଆମ୍ଭ ଆଜ୍ଞା କେଭେ ପ୍ରତିବାଦ

ଏତେବେଳେ କଲେ ସେଥି ଅନ୍ୟ ଆଚରଣ

ଜାଣିବୁଁ କରୁଛ ଆମ୍ଭ ସଙ୍ଗେ ଶତ୍ରୁପଣ

କିଛିଦିନ ଆଗେ ସୀତା କରିଥିଲେ ମନ

ମହର୍ଷି ଆଶ୍ରମ ବେଳେ କରିବେ ଦର୍ଶନ

ତୁମ୍ଭେ ତାଙ୍କୁ ସେସ୍ଥାନରେ ଯେବେ ଛାଡ଼ିଆସ

ସହଜରେ ପୂର୍ଣ୍ଣ ହେବ ତାଙ୍କ ଅଭିଳାଷ

ଏତେ ବୋଲି ରାମଚନ୍ଦ୍ର ଦୁଃଖିତ ମନରେ

ପ୍ରବେଶିଲେ ରୁହେ ଅଶ୍ରୁପୂର୍ଣ୍ଣ ନୟନରେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚପଞ୍ଚାଶ ସର୍ଗ

 

ଷଟ୍‌ପଞ୍ଚାଶ ସର୍ଗ

ଏଥୁ ଅନନ୍ତରେ ତହୁଁ ପାହିଗଲା ରାତି

ସାରଥିକୁ ରାଇପାଶେ ବୋଇଲେ ସୌମିତ୍ରି

ହେ ସାରଥି ବେଗେ ତୁମ୍ଭେ ରଥ ଘେନି ଆସ

ସଂଯୋଜିତ କରି ତହିଁ ଦ୍ରୁତଗାମୀ ଅଶ୍ୱ

ଜାନକୀ ବସିବା ଯୋଗ୍ୟ ବିଛାଇ ଆସନ

ବିଳମ୍ବ ନିକରି ରଥ ଆଣିବ ବହନ

କାଲି ଆଜ୍ଞା କରିଛନ୍ତି ଆସନ୍ତୁ ଶ୍ରୀରାମ

ଦେଖିବାକୁ ଯିବେ ସାତ ମହର୍ଷି ଆଶ୍ରମ

ଆଜ୍ଞାସଙ୍ଗେ ସାରଥି ଯେ ଆଣିଲେ ରଥକୁ

ଦ୍ରୁତଗାମୀ ଅଶ୍ୱ ସଙ୍ଗେ ଲକ୍ଷ୍ମଣ ପାଶକୁ

ଜଣାଇଲେ ହାତଯୋଡ଼ି ହେ ବୀର ଲକ୍ଷ୍ମଣ

ଆଣି ଅଛୁଁ ରଥ ଯାହା କରୁନ୍ତୁ ଏକ୍ଷଣ

ଏହା ଶୁଣି ଲକ୍ଷ୍ମଣ ଯେ ଗଲେ ଧାତିକାରେ

ଜଣାଇଲେ ହାତଯୋଡ଼ି ସୀତା ଦେବୀଠାରେ

ହେ ଦେବୀ ଆପଣ ଦିନେ ମହାରାଜା ପାଶେ

କହିଥିଲେ ପୁଣ୍ୟାଶ୍ରମ ଦେଖିବା ସକାଶେ

 

 

ମହାରାଜା ଆଜ୍ଞା କରି ଅଛନ୍ତି ଆମ୍ଭକୁ

ପୁଣ୍ୟାଶ୍ରମେ ଘେନି ଯିବା ପାଇଁ ଆପଣଙ୍କୁ

ଆସନ୍ତୁ ଆପଣ ବେଗେ ବସନ୍ତୁ ରଥରେ

ଯିବି ଆଶ୍ରମକୁ ଆପଣଙ୍କ ସହିତରେ

ବୈଦେହୀ ଏକଥା ଶୁଣି ବୋଇଲେ ଲକ୍ଷ୍ମଣେ

ହେଉ ଆମ୍ଭେ ତପୋବନେ ଯିବୁ ଏହିକ୍ଷଣେ

ନେବୁଁ ସଙ୍ଗେ ବହୁମୂଲ୍ୟ ରତ୍ନ ଆଭରଣ

ମୁନି ପତ୍ନୀ ଗଣେ କରିବାକୁ ବିତରଣ

ଲକ୍ଷ୍ମଣ ସମ୍ମତ ହୋଇ ଜାନକୀ କଥାରେ

ବସ୍ତ୍ର ରତ୍ନ ଅଳଙ୍କାର ନେଲେ ଭାରେ ଭାରେ

ଏଥୁଅନ୍ତେ ଜାନକୀଙ୍କୁ ରଥରେ ବସାଇ

ତପୋବନ ଅଭିମୁଖେ ଗଲେ ରଥବାହି

ବୋଇଲେ ଜାନକୀ ମାର୍ଗେ ହେ ବୀର ଲକ୍ଷ୍ମଣ

କିପାଁ ମାର୍ଗେ ଦେଖୁଅଛୁଁ ଏତେ କୁଲକ୍ଷଣ

କିପାଁ ହେଉ ଅଛି ମୋର ମନ ବିଚଳିତ

ଘନଘନ ହେଉ ଅଛି ହୃଦୟ କମ୍ପିତ

ପୃଥିବୀକୁ ଦେଖୁଅଛୁଁ କିପାଁ ଶୂନ୍ୟବାୟ

ବୋଲ ବୋଲ ହେ ଲକ୍ଷ୍ମଣ ଏଥିର ବିଷୟ

ଜୀବନ ବଲ୍ଲଭ ରାମ ଛନ୍ତିତ କୁଶଳେ

ଜନପଦ ପୁରବାସୀ ପ୍ରକୃତି ସକଳେ

ଲକ୍ଷ୍ମଣକୁ ଏତେ ବୋଲି ସୀତା ସୁଲୋଚନା

ଦେବଗଣ ପାଶେ କଲେ ମଙ୍ଗଳ ପ୍ରାର୍ଥନା

ଜାନକୀ ବଚନ ଶୁଣି ମହାତ୍ମା ଲକ୍ଷ୍ମଣ

ବୋଇଲେ ବିନୟ କରି ବନ୍ଦିଣ ଚରଣ

ଆହେ ଦେବୀ ଦେଖୁଅଛ ଯେସର୍ବ ନିମିତ

ନୁହେ ଅମଙ୍ଗଳ କିଛି ନୋହୁନ୍ତୁ ଚିନ୍ତିତ

ପ୍ରବେଶିଲା ରଥଯାଇ ଗୋମତୀ କୂଳରେ

ରହିଲେ ସେ ରାତ୍ରି ଦୁହେଁ ଋଷି ଆଶ୍ରମରେ

ଆରଦିନ ପ୍ରାତଃକାଳେ ମହାତ୍ମା ଲକ୍ଷ୍ମଣ

ଜାନକୀ ସହିତ କରି ରଥ ଆରୋହଣ

ଆଜ୍ଞା ଦେଲେ ସୁମନ୍ତ୍ରକୁ ରଥ ବାହ ଧୀରେ

ରହିବୁଁ ଆଜିରେ ଯାଇ ଗଙ୍ଗାନଦୀ ତୀରେ

ପ୍ରବେଶ ହୁଅନ୍ତେ ରଥ ଗଙ୍ଗାନଦୀ କୂଳେ

କାନ୍ଦିଲେ ଲକ୍ଷ୍ମଣ ବୀର ଅତ୍ୟନ୍ତ ଆକୁଳେ

ଲକ୍ଷ୍ମଣେ ବ୍ୟାକୁଳ ଦେଖି ପୁଛିଲେ ଜାନକୀ

ଆହେ ବୀର ବୋଲ ମୋତେ କାନ୍ଦୁଛ କାହିଁକି

ଦେଖିଲେ ଆଶ୍ରମ ଆଜି ବହୁକାଳ ପରେ

ବରଞ୍ଚି ହୁଅନ୍ତା ଜାତ ଆନନ୍ଦ ମନରେ

ପାଶରେ ନାହାନ୍ତି ରାମ ରାଜୀବ ଲୋଚନ

ସେଥିପାଇଁ ବାବୁ କି ହେ କରୁଛ କ୍ରନ୍ଦନ

ଅଟନ୍ତି ଶ୍ରୀରାମ ମୋର ଜୀବନ ସମ୍ବଳ

ସୂତ ହେଉ ନାହିଁ ତାଙ୍କ ସକାଶେ ବିକଳ

ବାହୁଡ଼ି ଦେଖିବୁଁ ପୁଣି ତାଙ୍କ ଚନ୍ଦ୍ରାନନ

ଦୁଇଦିନ ପାଇଁ କିପାଁ କରିବୁଁ କ୍ରନ୍ଦନ

ଜ୍ଞାନବନ୍ତ ହୋଇ କାନ୍ଦୁ ଅଛ କାହିଁ ପାଇଁ

ଆମ୍ଭର ମନର କଥା ବୁଝିପାରୁ ନାହିଁ

ଆହେ ବାବୁ ତୁମ୍ଭେ ଆଉ ବିଳମ୍ବ ନକରି

ବେଗି ବେଗି ଭାଗିରଥି ନଦୀ ହୁଅ ପାରି

ମହର୍ଷିମାନଙ୍କୁ ତହିଁ କରି ନମସ୍କାର

ଉପହାର ଦେବୁଁ ରତ୍ନ ବସ୍ତ୍ର ଅଳଙ୍କାର

ଏକଦିନ ଏକରାତି ରହି ଆଶ୍ରମରେ

ବାହୁଡ଼ି ଅଯୋଧ୍ୟା ଯିବୁଁ ତୁମ୍ଭ ସହିତରେ

ଦେଖିବାକୁ ରାମଚନ୍ଦ୍ର ବଦନ କମଳ

ଆମ୍ଭ ମନ ହେଉ ଅଛି ନିତାନ୍ତ ଚଞ୍ଚଳ

ମହାତ୍ମା ଲକ୍ଷ୍ମଣ ଗୁପ୍ତ କରି ମନୋଭାବ

ଡ଼ାକିଲେ ନାବିକଗଣେ ଆଣିବାକୁ ନାବ

ବୋଇଲେ ନାବିକ ପ୍ରଭୋ ଆଣିଛି ବୋଇତ

ଆପଣମାନଙ୍କ ପାଇଁ କରି ସୁସଜ୍ଜିତ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷଟ୍‌ପଞ୍ଚାଶ ସର୍ଗ

 

ସପ୍ତପଞ୍ଚାଶ ସର୍ଗ

ସାରଥିକୁ ସୌମିତ୍ରି ଯେ କଲେ ଆଜ୍ଞାଦାନ

ଗଙ୍ଗାକୂଳେ ରଥ କରିବାକୁ ଅବସ୍ଥାନ

ସୀତାଙ୍କୁ ବସାଇ ନାବେ ହେଲେ ଗଙ୍ଗାପାରି

ପ୍ରବଶିଲେ ବନେ ଯହିଁ ଥାନ୍ତି ତପୋଚାରୀ

ପ୍ରବେଶ କରନ୍ତେ ଦୁହେଁ ନିର୍ଜ୍ଜନ କାନନେ

ବୋଇଲେ ଲକ୍ଷ୍ମଣ ଅଶ୍ରୁ ପୂରିତ ଲୋଚନେ

ହେ ଦେବୀ ପାଷଣ୍ଡ ମୁହିଁ ଅତ୍ୟନ୍ତ ନିଷ୍ଠୁର

ପୃଥିବୀରେ ନାହିଁ ମୋହ ସମାନରେ କ୍ରୂର

ନୋହିଲେ ଶ୍ରୀରାମ କରନ୍ତେକି ଆଜ୍ଞାଦାନ

କରିବାକୁ ନିଦାରୁଣ ନୀଚ କର୍ମମାନ

ମୋର ନିନ୍ଦ୍ୟ କଥା ହେବ ଜଗତରେ ରାଷ୍ଟ

ଭୁଞ୍ଜିବି ମୁ ମଧ୍ୟ ଚୀରକାଳ ମନେ କଷ୍ଟ

ପାଳିବାରୁ ମହାରାଜା ଆଜ୍ଞା କଷ୍ଟକର

ବରଞ୍ଚ ମୋ ପକ୍ଷେ ମୃତ୍ୟୁ ଅଟେ ଶ୍ରେୟସ୍କର

ହେ ଦେବୀ ମୋହର ନାହିଁ କିଛିମାତ୍ର ଦୋଷ

ଦୟାକରି ମୋର ପ୍ରତି ନକରିବା ରୋଷ

 

 

ହାତଯୋଡ଼ି ଲକ୍ଷ୍ମଣ ଯେ ପଡ଼ି ଗଲେ ତଳେ

ନେତ୍ରବାରି ପରିପୂର୍ଣ୍ଣ ନୟନ ଯୁଗଳେ

ଲକ୍ଷ୍ମଣକୁ ଦେଖି ଅଶ୍ରୁ ପୂରିତ ନୟନ

ବ୍ୟାକୁଳ ମନରେ ସୀତା ବୋଇଲେ ବଚନ

ହେ ଲକ୍ଷ୍ମଣ କିଛି କଥା ବୁଝିପାରୁ ନାହିଁ

ଏପରି ବ୍ୟାକୁଳ ହେଉଅଛି କାହିଁପାଇଁ

ହେ ଲକ୍ଷ୍ମଣ କାହିଁ ପାଇଁ ପଡ଼ିଗଲ ତଳେ

ମହାରାଜା ରାମଚନ୍ଦ୍ର ଛନ୍ତିତ କୁଶଳେ

ଆହେ ସତ୍ୟବାଦି ମୋତେ ବୋଲ ସତ୍ୟକଥା

କିପାଇଁ ଜନ୍ମିଲା ତୁମ୍ଭ ମନେ ଏଡ଼େ ବ୍ୟଥା

ବୋଇଲେ କାତର ଭାବେ ସୁମିତ୍ରା ତନୟ

ଆଗୋ ଦେବୀ ବୋଲିବାକୁ ବିଦରେ ହୃଦୟ

ପୁରଦାସୀ ଜନପଦବାସୀ ପ୍ରଜାଗଣ

ଆପଣଙ୍କୁ ଅପବାଦ ଦେଲେ ଅକାରଣ

ମହାରାଜ ରାମଚନ୍ଦ୍ର ଜାଣନ୍ତି ବିଶେଷ

ଆପଣଙ୍କ ଚରିତ୍ରରେ ଦୋଷ ନାହିଁ ଲେଶ

ତଥାପି ସେ ସନାତନ ଧର୍ମ ପାଳିବାକୁ

ଲୋକନିନ୍ଦା ଭୟେ ତ୍ୟାଗ କଲେ ଆପଣଙ୍କୁ

ରଘୁକୁଳ ପତି ରାମଚନ୍ଦ୍ର ଆଦେଶରେ

ଆପଣଙ୍କୁ ଛାଡ଼ି ଯିବି ନିର୍ଜନ ବନରେ

ମହର୍ଷି ବାଲ୍ମୀକି ବାସ କରନ୍ତି ଏବନେ

ଆପଣ ରହୁନ୍ତୁ ତାଙ୍କ ସହିତ ନିର୍ଜନେ

ସ୍ୱାମୀପଦ ଚିନ୍ତି କାଳ କଲେ ହରଣ

ଅବଶ୍ୟ ମଙ୍ଗଳ ଲାଭ କରିବେ ଆପଣ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତପଞ୍ଚାଶ ସର୍ଗ

 

ଅଷ୍ଟପଞ୍ଚାଶ ସର୍ଗ

ଲକ୍ଷ୍ମଣ ଦାରୁଣ ବାଣି ଶୁଣି ଦେବୀ ସୀତା

ମୂର୍ଚ୍ଛାଗତ ହୋଇ ହେଲେ ଭୂତଳେ ପତିତା

ଜ୍ଞାନଲାଭ କରି ପୁଣି କ୍ଷଣକ ଉତ୍ତାରେ

ବୋଇଲେ କାରୁଣ୍ୟ ବାକ୍ୟେ ସଉମିତ୍ରି ଠାରେ

ହେ ଲକ୍ଷ୍ମଣ ଜନ୍ମ ମୋତେ ଦେଇଛନ୍ତି ବିଧି

କରିବି ଅସୀମ କଷ୍ଟ ଭୋଗ ନିରବଧି

ଆଜି ମୋର ଦେଖି ଏହି ଯନ୍ତ୍ରଣା ଦୁର୍ଭାର

ହେଲେ କୃତକାର୍ଯ୍ୟ ଧାତା କରିବେ ବିଚାର

ନଜାଣେ ମୁ ପୂର୍ବ ଜନ୍ମେ କଲି କେତେପାପ

ସେଥିପାଇଁ ଭୁଞ୍ଜୁ ଅଛି ଏତେକ ସନ୍ତାପ

ପତିବ୍ରତା ଜାଣି ମଧ୍ୟ ମୋତେ ନରପତି

ତଥାପି ବର୍ଜନ କଲେ ଏକେଉଁ ଯୁକତି

ହେ ଲକ୍ଷ୍ମଣ ପୂର୍ବେ ବୁଲିବାକୁ ପତିସନେ

ସବୁ ସୁଖଭୋଗେ ତେଜି ଯାଇଥିଲି ବନେ

ଏବେ କାହା ମୁଖ ଦେଖି ବୋଲହେ ଲକ୍ଷ୍ମଣ

ଏକାକିନୀ ବନେ ବନେ କରିବି ଭ୍ରମଣ

 

 

ମୋତେ ଯେତେବେଳେ ପଚାରିବେ ମୁନିଗଣ

ଶ୍ରୀରାମ ତୁମ୍ଭକୁ ତ୍ୟାଗ କଲେ କିକାରଣ

କେଉଁ ପାପ କାର୍ଯ୍ୟ କରିଥିଲ ଅନୁଷ୍ଠାନ

ହେ ଲକ୍ଷ୍ମଣ କରିବି ମୁ କି ଉତ୍ତର ଦାନ

କରନ୍ତି ସମ୍ପ୍ରତି ଜଳେ ପ୍ରାଣ ବିସର୍ଜ୍ଜନ

ହେ ଲକ୍ଷ୍ମଣ ଗର୍ଭବତୀ ଅଛି ବର୍ତ୍ତମାନ

ମଲେ ମୁହି ମରିବେ ଯେ ଶ୍ରୀରାମ ସନ୍ତାନ

ହେ ଲକ୍ଷ୍ମଣ ମୋତେ ଛାଡ଼ି ଯାଅ ଏହିଠାରେ

ହେଳା କର ନାହିଁ ରାଜଆଜ୍ଞା ପାଳିବାରେ

ଶେଷ ଏକ ଅନୁରୋଧ ଶୁଣ ହେ ଲକ୍ଷ୍ମଣ

ବୋଲିବ ରାଜାଙ୍କୁ ଯାଇ ବନ୍ଦିଣ ଚରଣ

ସୀତାସତୀ ବୋଲି ତୁମ୍ଭେ ଜାଣ ମହାଭାଗ

କେବଳ ଅଯଶ ଭୟେ କଲ ପରିତ୍ୟାଗ

ମୋହ ପାଇଁ ନିନ୍ଦା ଯେବେ ଭୁଞ୍ଜନ୍ତି ରାଜନ

କରିବା ତା ଦୂର ମୋହ ପକ୍ଷେ ପ୍ରୟୋଜନ

ଯେଣୁ ନାରୀମାନଙ୍କର ସାହା ମାତ୍ର ପତି

ପତି ବିନା ସେମାନଙ୍କ ନାହିଁ ଅନ୍ୟ ଗତି

ଆହୁରି ବୋଲିବ ତାଙ୍କୁ ପୁରବାସିଗଣେ

ସନ୍ତୋଷ ରଖିବେ ସଦା ସାଧୁ ଆଚରଣେ

ନ୍ୟାୟମାର୍ଗ ଧରି ପ୍ରଜାଗଣେ ପାଳିବାର

ବିଶେଷ ରାଜାଙ୍କ ପକ୍ଷେ ଯତ୍ନ କରିବାର

ଆପଣା ଶରୀର ପାଇଁ ନକରେ ଭାବନା

ସର୍ବଦା କରଇଁ ପତି ମଙ୍ଗଳ କାମନା

ପତି ଗୁରୁ ପତି ବନ୍ଧୁ ନାରୀମାନଙ୍କର

ପତି ବିନା ନାରୀଙ୍କର ନାହି ଗତ୍ୟନ୍ତର

ହେ ଲକ୍ଷ୍ମଣ ଫେରି ତୁମ୍ଭେ ଯାଅ ଅଯୋଧ୍ୟାକୁ

ବୋଲିବ ସକଳ କଥା ଶ୍ରୀରାମଚନ୍ଦ୍ରଙ୍କୁ

ଓଳଗୁଛି ମାତାଗଣ ଶ୍ରୀଚରଣ ତଳେ

ଗର୍ଭବତୀ ଅଛି ମୁହିଁ ବୋଲିବ ସକଳେ

ଜନକ ତନୟା ଏତେ ବୋଲନ୍ତେ ବଚନ

ବିକଳେ ବହୁତ କଲେ ଲକ୍ଷ୍ମଣ ରୋଦନ

ପ୍ରଣିପାତ ପ୍ରଦକ୍ଷିଣ କରି ମୈଥିଳୀକୁ

ଉଭା ହେଲେ ତୁନି ହୋଇ ଅନାଇ ତଳକୁ

କ୍ଷଣକ ଉତ୍ତାରେ ପୁଣି ବୋଇଲେ ବଚନ

କିପରି କରିବି ତୁମ୍ଭ ଲାବଣ୍ୟ ଦର୍ଶନ

ସର୍ବଦା ଦର୍ଶନ କରେଁ ଚରଣ ଯୁଗଳ

କିପରି ଦେଖିବି ଆଜି ଶ୍ରୀମୁଖ କମଳ

ଏତେ ବୋଲି କାନ୍ଦି କାନ୍ଦି ମହାତ୍ମା ଲକ୍ଷ୍ମଣ

ପୁନର୍ବାର ମୈଥିଳୀଙ୍କ ବନ୍ଦିଲେ ଚରଣ

ନୀରବେ ମେଲାଣି ହୋଇ ବସିଲେ ନାବରେ

ଆଜ୍ଞା ଦେଲେ ନାବିକକୁ ପାରି କରିବାରେ

ଯିବାବେଳେ ବାରମ୍ବାର ପଛକୁ ଅନାଇ

ଦେଖିଲେ ଯେ କାନ୍ଦୁଛନ୍ତି ପାଟ ମହାଦେଈ

ନାବ ଯାଇ ଉପସ୍ଥିତ ହୁଅନ୍ତେ କୂଳରେ

ଓହ୍ଲାଇ ଲକ୍ଷ୍ମଣ ଯାଇ ବସିଲେ ରଥରେ

ରଥରେ ବସିଣ ମଧ୍ୟ ମହାତ୍ମା ଲକ୍ଷ୍ମଣ

ପଛକୁ କରନ୍ତି ବାରମ୍ବାର ନିରୀକ୍ଷଣ

ଜନକ ତନୟା ଦେଖି ଲକ୍ଷ୍ମଣେ ଏପରି

କାନ୍ଦନ୍ତି ବିକଳେ ନିଜ ଦୁର୍ଭାଗ୍ୟ ସୁମରି

ପାଶରେ ନ ଦେଖି ଜ୍ଞାତି ବନ୍ଧୁ ପରିଜନେ

କାନ୍ଦି କାନ୍ଦି ପ୍ରବେଶିଲେ ବିଜନ କାନନେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟପଞ୍ଚାଶ ସର୍ଗ

 

ଏକୋନଷଷ୍ଟିତମ ସର୍ଗ

କାନ୍ଦି କାନ୍ଦି ସୀତା ଦେବୀ କରନ୍ତି ଭ୍ରମଣ

ଦେଖିଲେ ତାହାଙ୍କୁ ବନେ ମୁନି ପୁତ୍ରଗଣ

ଜଣାଇଲେ ହାତ ଯୋଡ଼ି ବାଲ୍ମୀକି ପାଶରେ

ସୁନ୍ଦରୀ ନାରୀଏ ବୁଲୁ ଅଛନ୍ତି ବନରେ

ସାକ୍ଷାତ କମଳା ପରି ତାଙ୍କ ଦେହ କାନ୍ତି

ଅନାଥା ସମାନେ ବିକଳରେ କାନ୍ଦୁଛନ୍ତି

ଏକାକିନୀ ବସି ରହିଛନ୍ତି ନଦୀ ତଟେ

ଆପଣ ଚାଲୁନ୍ତୁ ବେଳେ ତାହାଙ୍କ ନିକଟେ

ତାହାଙ୍କ ଲାବଣ୍ୟ ଯେହ୍ନେ ଆନନ୍ଦ ପ୍ରତିମା

ମାତ୍ର ନାହିଁ ଏବେ ତାଙ୍କ କ୍ରନ୍ଦନର ସୀମା

ଆଶ୍ରମ ପାଶକୁ ଆସିଛନ୍ତି ରକ୍ଷା ପାଇଁ

ତାହାଙ୍କ ପାଶକୁ ବେଳେ ଚାଲୁନ୍ତୁ ଗୋସାଇଁ

ମହର୍ଷି ବାଲ୍ମୀକି ଶୁଣି କୁମାରଙ୍କ ବାଣୀ

ଧ୍ୟାନବଳେ ସବୁ କଥା ପାରିଲେ ଯେ ଜାଣି

ଋଷି ପତ୍ନୀଗଣେ ଘେନି ଗଲେ ଧାତିକାରେ

ସୀତାଦେବୀ ବସି କାନ୍ଦୁ ଥିଲେ ଯେଉଁଠାରେ

 

 

ଦେଖିଲେ ଜାନକୀ କରୁ ଅଛନ୍ତି ରୋଦନ

ଦୟାକରି କୋମଳରେ ବୋଇଲେ ବଚନ

ପତିବ୍ରତେ ଅଟ ତୁମ୍ଭେ ରାମଚନ୍ଦ୍ର ନାରୀ

ଦଶରଥ ପୁତ୍ରବଧୂ ଜନକ କୁମାରୀ

ତୁମ୍ଭର ସ୍ୱରୂପ ଆମ୍ଭେ କରି ନିରୀକ୍ଷଣ

ଜାଣି ଅଛୁଁ ଏସ୍ଥାନକୁ ଆସିବା କାରଣ

କେଉଁଠାରେ କିକି ଅଛି ବ୍ରହ୍ମାଣ୍ଡ ମଣ୍ଡଳେ

ସମସ୍ତ ବୃତାନ୍ତ ଜାଣିପାରୁଁ ଯୋଗବଳେ

ପବିତ୍ର ହୃଦୟା ତୁମ୍ଭେ ଜାଣୁଛୁଁ ମନରେ

ନିର୍ଭୟ ଚିତ୍ତରେ ବାସ କର ଆଶ୍ରମରେ

ଆଶ୍ରମରେ ଛନ୍ତି ଯେତେ ମୁନି ପତ୍ନୀଗଣ

କନ୍ୟାପରି ତୁମ୍ଭକୁ ଯେ କରିବେ ପାଳନ

ଆଶ୍ରମକୁ ଆସିକରି ଅର୍ଘ୍ୟାଦି ଗ୍ରହଣ

ହେବ ତହିଁ ତୁମ୍ଭ ମନୋଦୁଃଖ ନିବାରଣ

ଜନକ ସମାନ କର ଆମ୍ଭକୁ ବିଶ୍ୱାସ

ନିଜ ଗୃହ ଜ୍ଞାନ କରି କର ଏଥିବାସ

ବାଲ୍ମୀକି ଅଦ୍ଭୁତ ବାକ୍ୟେ ଜନକ କୁମାରୀ

ବିନୟରେ ହାତଯୋଡ଼ି ଚରଣେ ଜୁହାରି

ଋଷି ସଙ୍ଗେ ଯିବା ପାଇଁ ହେଲେ ସନମତ

ସମସ୍ତେ ଯେ ହେଲେ ଆଶ୍ରମରେ ଉପଗତ

ତଦନ୍ତେ ମହର୍ଷି ସଙ୍ଗେ ଘେନିଣ ସୀତାଙ୍କୁ

ଗଲେ ଦୁଇଜଣ ମୁନି ପତ୍ନୀଗଣଠାକୁ

ଋଷିଙ୍କ ଆସିବା ଦେଖି ମୁନି ପତ୍ନୀଗଣ

ଆନନ୍ଦ ମନରେ ଯାଇ ବନ୍ଦିଲେ ଚରଣ

ସ୍ୱାଗତ ପଚାରି ପ୍ରଶ୍ନ କଲେ ମୁନିବରେ

ହେ ମହର୍ଷି ଆପଣତ ଛନ୍ତି କୁଶଳରେ

ବହୁତ କାଳରୁ ଆସି ନଥିଲେ ଏଠାକୁ

ଆଜ୍ଞାକର ଏବେ ହେବ କିସ କରିବାକୁ

ମୁନିପତ୍ନୀ ବାକ୍ୟ ଶୁଣି ବୋଇଲେ ମହର୍ଷି

ଜନକ କୁମାରୀ ଏହି ଅଟନ୍ତି ରୂପସୀ

ଦଶରଥ ପୁତ୍ରବଧୁ ଶ୍ରୀରାମ ଘରଣୀ

ସାଧ୍ୱୀ ସତୀ ପତିବ୍ରତା ବିଶୁଦ୍ଧାଚାରିଣୀ

ଅକାରଣେ ପତି କରି ଅଛନ୍ତି ବର୍ଜନ

ଉଚିତ ଏହାଙ୍କୁ ଆମ୍ଭ କରିବା ପାଳନ

ଆପଣମାନଙ୍କଠାରେ ଏହି ନିବେଦନ

ପରମ ସ୍ନେହରେ କର ଏହାଙ୍କୁ ପାଳନ

ମୁନି ପତ୍ନୀଗଣ ହସ୍ତେ ଦେଇଣ ସୀତାଙ୍କୁ

ବାହୁଡ଼ି ଅଇଲେ ଋଷି ନିଜ ଆଶ୍ରମକୁ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକୋନଷଷ୍ଟିତମ ସର୍ଗ

 

ଷଷ୍ଟିତମ ସର୍ଗ

କରନ୍ତେ ଜାନକୀ ଦେବୀ ବନରେ ଭ୍ରମଣ

ବହୁତ ସନ୍ତାପ କରି ମହାତ୍ମା ଲକ୍ଷ୍ମଣ

ବୋଇଲେ ଯେ ସୁମତ୍ରକୁ ହେ ସାରଥି ଥରେ

ରାମଚନ୍ଦ୍ର ମନୋଦୁଃଖ ବିଚାର ମନରେ

ଯେଉଁ କଷ୍ଟ ପାଉଛନ୍ତି ଆର୍ଯ୍ୟ ସୀତା ପାଇଁ

ତହୁଁ ବଳି ଜଗତରେ ଆଉ କଷ୍ଟ ନାହିଁ

ସୀତା ତ୍ୟାଗ ଦେଖି କରୁଅଛି ଅନୁମାନ

ଏହି ସର୍ବ କାର୍ଯ୍ୟ ଅଟେ ବିଧାତା ବିଧାନ

ଦୈବଶକ୍ତି ବଳେ ଚଳୁଅଛି ଏଜଗତ

ସେହି ଶକ୍ତି ଲଘିଂବାର କାହାର ଆୟତ୍ତ

ସମସ୍ତ ଜଗତ ଯାହା ପଦେ ଖଟିଛନ୍ତି

ସେହି ରାମଚନ୍ଦ୍ର ଏବେ ଦୈବ ବଶବର୍ତ୍ତୀ

ବନେ ବନେ ବୁଲି ପାଇଥିଲେ ଯେଉଁ କଷ୍ଟ

ଜାନକୀ ବର୍ଜନ ଅଟେ ତହିଁରୁ ଗରିଷ୍ଠ

ସୀତାଙ୍କୁ କରିବା ତ୍ୟାଗ ନୃଶଂସ ବ୍ୟାପାର

ଲୋକ ଅପବାଦ କଲେ ସିନା ଏ ବେଭାର

 

 

ସୁମନ୍ତ୍ର ଏକଥା ଶୁଣି ବୋଇଲେ ବଚନ

ସୀତା ପାଇଁ ଭାଳ ନାହିଁ ସୁମିତ୍ରା ନନ୍ଦନ

ବିପ୍ରେ କହିଛନ୍ତି ଆପଣଙ୍କ ପିତାଠାରେ

ଭୁଞ୍ଜିବେ ଶ୍ରୀରାମଚନ୍ଦ୍ର କଷ୍ଟ ବାରେବାରେ

ଜ୍ଞାତି ବନ୍ଧୁ ଗଣେ ସେହି କରିବେ ବର୍ଜନ

ବିଧାତା ନିର୍ବନ୍ଧ ଏହା କେକରେ ମେଣ୍ଟନ

କେବଳ ଜାନକୀ ପାଇଁ କରୁଛ ଭାବନା

ଆହୁରି ବହୁତ ଅଛି ଦୈବ ବିଡ଼ମ୍ବନା

ଭରତ ଶତ୍ରୁଘ୍ନ ଆପଣଙ୍କୁ ଏକଦିନେ

ପରିତ୍ୟାଗ କରିବେ ସେ ଦୈବର ଅଧୀନେ

ବିପ୍ରଗଣ ବାକ୍ୟେ ଦଶରଥ ନରକରେ

ଦୁର୍ବାସା ଋଷିଙ୍କୁ ପୁଛିଥିଲେ ଗୁପତରେ

ପୂର୍ବରୁ ଏକଥା ଅଛି ଆମ୍ଭକୁ ଯେ ଜଣା

ମାତ୍ର ଗୁପ୍ତ ରଖିଥିବୁ ଗୁପତ ମନ୍ତ୍ରଣା

ଆପଣଙ୍କୁ କହିବାର ନଥିଲା ଉଚିତ

ବୋଇଲୁଁ ହେବାରୁ ଆପଣ ଯେ ସନ୍ତାପିତ

ଦୈବର ଘଟଣା ବୋଲି ପାଇବେ ସାନ୍ତ୍ୱନା

ଏଥିପାଇଁ ପୂର୍ବକଥା କଲୁଁ ଯେ ବର୍ଣ୍ଣନା

ଆପଣଙ୍କଠାରେ ମୋର ନିବେଦନ ଏତେ

ନକହିବେ ଏହି କଥା ଶତ୍ରୁଘ୍ନ ଭରତେ

ସୁମନ୍ତ୍ରେ ଲକ୍ଷ୍ମଣ ପୁଣି ବୋଇଲେ ବଚନ

ପୂର୍ବକଥା କର ଆମ୍ଭ ପାଶରେ କୀର୍ତ୍ତନ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷଷ୍ଟିତମ ସର୍ଗ

 

ଏକଷଷ୍ଟିତମ ସର୍ଗ

ପୁଛନ୍ତେ ଏତେକ କଥା ମହାତ୍ମା ଲକ୍ଷ୍ମଣ

ବୋଇଲେ ସ୍ୱତନ୍ତ୍ର ସର୍ବ ପୂର୍ବ ବିବରଣ

ହେ ସୌମିତ୍ରେ ପୂର୍ବକାଳେ ମହର୍ଷି ଦୁର୍ବାସା

ବଶିଷ୍ଠେ ଆଶ୍ରମେ କାଟିବାକୁ ଚତୁର୍ମାସ୍ୟା

ବାସ କରୁଥାନ୍ତି-ଦିନେ ଆପଣଙ୍କ ପିତ

ଗୁରୁଙ୍କ ଦର୍ଶନ ପାଇଁ ହେଲେ ଉପସ୍ଥିତ

ଦେଖିଲେ ବଶିଷ୍ଠ ବାମପାର୍ଶ୍ଵେ ଛନ୍ଦି ବସି

ସୂର୍ଯ୍ୟପରି ତେଜୋବନ୍ତ ଦୁର୍ବାସା ମହର୍ଷି

ରାଜାଙ୍କୁ ଆସିବା ଦେଖି ମୁନି ବେନିଜଣ

ପାଛୋଟି ଆଣିଲେ ତାଙ୍କୁ କରି ନିମନ୍ତ୍ରଣ

ଆସନରେ ବସି ନୃପ ପୁଛିଲେ କୁଶଳ

ଯାଗଯଜ୍ଞ ତପଚର୍ଯ୍ୟା ଆଶ୍ରମ ମଙ୍ଗଳ

ପରସ୍ପରେ ପଡ଼ିଗଲା ବହୁତ ସନ୍ଦେଶ

କଥା କହୁଁ କହୁଁ ହେଲା ଦିବା ଅବଶେଷ

ଅବଶେଷେ ପୁଛା କଲେ ନୃପ ଯୋଡ଼ିକର

ମହାଋଷି ଦୁର୍ବାସାଙ୍କୁ କରି ସମାଦର

 

 

କୃପାକରି ବୋଲ ମୋତେ ଆହେ ଭଗବାନ

କେତେକାଳ ଆମ୍ଭ ବଂଶ ଥିବ ବିଦ୍ୟମାନ

ଅବଶେଷେ ହେବ ପୁଣି ବଂଶର କି ଗତି

କୃପାକରି ବୋଲ ମୋତେ ଆହେ ମହାମତି

ବୋଇଲେ ଦୁର୍ବାସା ଶୁଣି ଆହେ ନରପାଳେ

ଦେବତା ଅସୁର ଯୁଦ୍ଧ ହେଲା ପୁରାକାଳେ

ଅବଶେଷେ ପରାଜୟ ଲଭି ଦୈତ୍ୟଗଣ

କଲେ ଯାଇ ଭୃଗୁପତ୍ନୀ ଆଶ୍ରୟ ଗ୍ରହଣ

ଭୃଗୁପତ୍ନୀ ସେମାନଙ୍କୁ ଦିଅଁନତେ ଆଶ୍ୱାସ

ନିର୍ଭୟରେ ଦୈତ୍ୟଗଣେ କରୁଥାନ୍ତି ବାସ

ଏହା ଦେଖି ବିଷ୍ଣୁ ହୋଇ କ୍ରୋଧରେ ଅଧୀର

ଛେଦିଲେ ଶାଣିତ ଚକ୍ରେ ଭୃଗୁପତ୍ନୀ ଶିର

ଏହା ଦେଖି ଭୃଗୁ ଦେଲେ କ୍ରୋଧଭରେ ଶାପ

ଆହେ ବିଷ୍ଣୁ କଲ ତୁମ୍ଭେ ଘୋରତର ପାପ

ଜନମ ଲଭିବ ଯାଇ ମନୁଷ୍ୟ ଲୋକରେ

ବହୁତ ପାଇବ କଷ୍ଟ ପତ୍ନୀ ବିୟୋଗରେ

ଅଭିଶାପ ଦେଇ ଭୃଗୁ ବିଚାରିଲେ ମନେ

ମୋର ଶାପ ବିଷ୍ଣୁକୁ ଯେ ଫଳିବ କେସନେ

ଅଟନ୍ତି ତ୍ରିଲୋକ ରକ୍ଷାକାରୀ ନାରାୟଣ

ମୋର ଶାପ ହୋଇ ଯାଇ ପାରେ ଅକାରଣ

ଫଳ କରିବା ପାଇଁ ନିଜ ଶାପମାନ

କଲେ ଯାଇ ଘୋରତର ତପୋଅନୁଷ୍ଠାନ

ଜଗତ ମଙ୍ଗଳପାଇଁ ପ୍ରଭୁ ନାରାୟଣ

କଲେ ମହାଋଷି ଅଭିଶମ୍ପାତ ଗ୍ରହଣ

ହେ ରାଜନ ବିଷ୍ଣୁ ଶାପ ପାଇ ଏହି ରୂପେ

ଜନ୍ମ ଲଭିଛନ୍ତି ଆପଣଙ୍କ ପୁତ୍ରରୂପେ

ଅତୁଳନା ହେଲେ ମଧ୍ୟ ତାହାଙ୍କ ପ୍ରତାପ

ବ୍ୟର୍ଥ ହେବ ନାହିଁ କେଭେ ଭୃଗୁମୁନି ଶାପ

ଧର୍ମପତ୍ନୀ ଠାରୁ ହେବେ ନିଶ୍ଚୟ ବିଯୁକ୍ତ

ଭୁଞ୍ଜିବେ ଆପଣା କର୍ମଫଳ ଉପଯୁକ୍ତ

ଅଯୋଧ୍ୟା ନୃପତି ରାମ ହେବେ ଦୀର୍ଘଜୀବୀ

ତାହାଙ୍କ ଅନୁଜଗଣ ଥିବେ ତାଙ୍କୁ ସେବି

ଦଶଶତ ପୁଣି ଦଶ ସହସ୍ର ବରଷ

କରିବେ ରାଜତ୍ୱ ରାମଚନ୍ଦ୍ର ମହାଯଶ

ପୁଣି ଅଶ୍ୱମେଧ ଯଜ୍ଞ କରି ଅନୁଷ୍ଠାନ

ବାହୁଡ଼ିବେ ବ୍ରହ୍ମଲୋକେ ବିଷ୍ଣୁ ଭଗବାନ

ଜାନକୀ ଗର୍ଭରୁ ହେବେ ଦୁଇପୁତ୍ର ଜାତ

ବଳେ ବୀର୍ଯ୍ୟେ ରୂପ ଗୁଣେ ଜଗତ ବିଖ୍ୟାତ

ବୋଲନ୍ତେ ଏତେକ କଥା ଦୁର୍ବାସା ମହର୍ଷି

ମହାରାଜା ଦଶରଥ ଅଳ୍ପକ୍ଷଣ ବସି

ବିନୟରେ କରି ମୁନି ଚରଣ ବନ୍ଦନ

ଅଯୋଧ୍ୟାପୁରୀକୁ କଲେ ପ୍ରତି ଆଗମନ

ହେ ରଘୁନନ୍ଦନ ସେହି ମହାଋଷି କଥା

କେତେବେଳେ କେହିରୂପେ ହେବକି ଅନ୍ୟଥା

ହେ ଲକ୍ଷ୍ମଣ ଏହା ଯେଣୁ ଦୈବର ଘଟଣା

କାହିଁକି ପାଉଛ ତେବେ ମନରେ ଯନ୍ତ୍ରଣା

ସୁମତ୍ର ବଚନ ଶୁଣି ମହାତ୍ମା ଲକ୍ଷ୍ମଣ

ମନର ସନ୍ତାପ ସର୍ବ କଲେ ନିବାରଣ

ହେଲା ଦିବା ଅବସାନ ଅସ୍ତ ଦିବାକରେ

ଦୁଇଜଣ କଲେ ବାସ କେଶିନୀ ତଟରେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକଷଷ୍ଟିତମ ସର୍ଗ

 

Unknown

ଦ୍ୱିଷଷ୍ଟିତମ ସର୍ଗ

ସୁମେରୁ ଲକ୍ଷ୍ମଣ ଦୁହେଁ କେଶିନୀ ତଟରେ

ରଜନୀ ଯାପନ କରି ଉଠିଲେ ପ୍ରାତଃରେ

ମଧ୍ୟାହ୍ନ କାଳରେ ଯାଇ ହେଲେ ଉପସ୍ଥିତ

ସୁନ୍ଦରୀ ଅଯୋଧ୍ୟାପୁରୀ ଯହିଁ ବିରାଜିତ

ରଥରୁ ଓହ୍ଲାଇ ମନେ ଚିନ୍ତିଲେ ଲକ୍ଷ୍ମଣ

କିପରି ବୋଲିବି ସୀତା ତ୍ୟାଗ ବିବରଣ

ପଚାରିବେ ରାମଚନ୍ଦ୍ର ସୀତା ଗଲେ କାହିଁ

କି ଉତ୍ତର ଦେବି ମୁହିଁ ତାଙ୍କ ମୁଖ ଚାହିଁ

ପ୍ରବେଶିଲେ ପୁରେ ଏତେ ଭାଳି ମନେମନେ

ବସିଛନ୍ତି ରାଜା ଯହିଁ ବିଷର୍ଣ୍ଣ ବଦନେ

ଦେଖିଲେ ସେ ହେଉଛନ୍ତି ଅତ୍ୟନ୍ତ ବିକଳ

ବାଷ୍ପବାରି ପରିପୂର୍ଣ୍ଣ ନୟନ ଯୁଗଳ

ବ୍ୟାକୁଳ ହୃଦୟେ ତହୁଁ ମହାତ୍ମା ଲକ୍ଷ୍ମଣ

ଭକ୍ତିଭାବେ ବନ୍ଦିଲ ଯେ ଶ୍ରୀରାମ ଚରଣ

ବୋଇଲେ ବିନୟ କରି ଯୋଡ଼ି ବେନିକର

ଶୁଣିବାକୁ ଆଜ୍ଞା ହେଉ ଅଯୋଧ୍ୟା ଈଶ୍ୱର

 

 

ଗଙ୍ଗାକୂଳେ ମହାଋଷି ବାଲ୍ମୀକି ଆଶ୍ରମେ

ଛାଡ଼ିଲି ସୀତାଙ୍କୁ ଆପଣଙ୍କ ଆଜ୍ଞାକ୍ରମେ

ହେ ଦେବ ନୋହୁନ୍ତୁ ଆଉ କାତର ଶୋକରେ

ସୁଖ ଦୁଃଖ ଏହିପରି ଘଟୁଛି ଲୋକରେ

ଉନ୍ନତି ଉତ୍ତାରେ ହୁଏ ପତନ ନିଶ୍ଚୟ

ସଂଯୋଗେ ବିଯୋଗ ଘଟେ ସଞ୍ଚୟରେ କ୍ଷୟ

ଜୀବନ ଉତ୍ତାରେ ମୃତ୍ୟୁ ଜଗତର ରୀତି

ଜ୍ଞାନୀ ନକରନ୍ତି ତେଣୁ ବିପଦକୁ ଭୀତି

ଜଗତରେ ପ୍ରେମକରୁଁ ଯାହାକୁ ଯାହାକୁ

ସେ ସକଳ ଏକଦିନ ହେବ ଛାଡ଼ିବାକୁ

ଅଧିକ କହିବି କିବା ଆଉ ଆହେ ଆର୍ଯ୍ୟ

ବୁଝାଇ ଆପଣ ମନ ଧରନ୍ତୁ ଯେ ଧୈର୍ଯ୍ୟ

ଆପଣଙ୍କ ଆଶ୍ରେଛନ୍ତି ଜଗତର ଲୋକ

ପାରନ୍ତି ଯେ କରି ଦୁର ସମସ୍ତଙ୍କ ଶୋକ

ମୈଥିଳୀକୁ ତେଜିଛନ୍ତି ଅପବାଦ ଭୟେ

ନକରୁନ୍ତୁ ଆଉ ପରିତାପ ସେ ବିଷୟେ

ସର୍ବଦା ଯଦ୍ୟପି ହେବେ ଶୋକରେ ମୋହିତ

ବରଞ୍ଚ ତହିଁରେ ହେବେ ପୁରୀ କଳଙ୍କିତ

ଏଥିପାଇଁ କହୁଅଛୁଁ ହେ ରଘୁନନ୍ଦନ

ଶୋକ ପରିହର କର ଧୈର୍ଯ୍ୟାବଳମ୍ବନ

ବୋଲନ୍ତେ ଏତେକ କଥା ସୁମିତ୍ରା ନନ୍ଦନ

ଧୈର୍ଯ୍ୟ ଧରି ରାମଚନ୍ଦ୍ର ବୋଇଲେ ବଚନ

ହେ ଲକ୍ଷ୍ମଣ ପାଲିବାରୁ ଆମ୍ଭର ଆଦେଶ

ତୁମ୍ଭ ପ୍ରତି ହୋଇ ଅଛୁଁ ସନ୍ତୁଷ୍ଟ ବିଶେଷ

ପୁଣି ଶୁଣି ତୁମ୍ଭ ହିତ ଉପଦେଶ କଥା

ଦୁର କରୁଁ ସୀତା ପରିତ୍ୟାଗ ମନୋବ୍ୟଥା

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଦ୍ୱିଷଷ୍ଟିତମ ସର୍ଗ

 

ତ୍ରିଷଷ୍ଟିତମ ସର୍ଗ

ବୋଇଲେ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣକୁ ଚାହିଁ

ତୁମ୍ଭପରି ହିତାକାରୀ ବନ୍ଧୁ ଆଉ କାହିଁ

ବର୍ତ୍ତମାନ ଏତେ କାର୍ଯ୍ୟ କର ହେ ଲକ୍ଷ୍ମଣ

ଡ଼ାକି ଆଣ ବେଗେ ପୁରୋହିତ ମନ୍ତ୍ରୀଗଣ

ଚାରିଦିନ କରି ନାହୁଁ କାର୍ଯ୍ୟ ନିୟମିତ

ସେଥିପାଇଁ ହେଉ ଅଛି ହୃଦୟ ବ୍ୟଥିତ

ଆହେ ବାବୁ ଯାଅ ଘେନି ମନ୍ତ୍ରୀ ପୁରୋହିତ

କାର୍ଯ୍ୟାର୍ଥୀମାନଙ୍କ କାର୍ଯ୍ୟ କର ସମ୍ପାଦିତ

ଯେଉଁ ରାଜା ରାଜକାର୍ଯ୍ୟେ ଅବହେଳା କରେ

ଅବଶ୍ୟ ପଡ଼ଇ ଘୋରତର ନରକରେ

ହେ ଲକ୍ଷ୍ମଣ ପୂର୍ବକାଳେ ଭୃଗୁନରପତି

ଥିଲେ ସତ୍ୟବ୍ରତ ପରାୟଣ ମହାଯତି

ଏକତା ପୁଷ୍କରତୀର୍ଥେ ସେହି ନରରାଣ

ସୁବର୍ଣ୍ଣ ଭୁଷିତ କୋଯି ଧେନୁ କଲେ ଦାନ

ଦାନ ପାଇ ଯେଉଁ ଧେନୁ ଯାଇଥିଲା ଅଣା

ତହୁଁ ଏକ ଧେନୁ ଯାଇ ପଛେ ଗଲା ଜଣା

 

 

ଦାଗ୍ନିକ ବ୍ରାହ୍ମଣ ଏକ ବସନ୍ତି ଦେଶରେ

ସବତ୍ସା ଧେନୁ ଯେ ଏକ ଥିଲା ତାଙ୍କ ଘରେ

ରାଜଭୃତ୍ୟେ ଭ୍ରମକ୍ରମେ ଥିଲେ ତାକୁ ଆଣି

ଏହା କେହି ଲୋକ ପାରି ନଥିଲା ଯେ ଜାଣି

ସନ୍ଧ୍ୟାବେଳେ ଧେନୁ ଯହୁଁ ନଆସିଲା ଘରେ

ବିପ୍ରବଚନ ଚିନ୍ତା କଲେ ବହୁତ ମନରେ

ବହୁତ x x x ପ୍ରବର ବଂଶ

ମାତ୍ର କାହି ନପାଇଲେ ଗାଭୀଚଉଦ୍ଦେଶ

ବହୁତ ବରଷ ଖୋଜୁଁ ଖୋଜୁଁ ଗଲା ବହି

ଖୋଜୁଥାନ୍ତି ବିପ୍ରବର ନିବୃତ୍ତ ନହୋଇ

କନଖଲ ଦେଶେ ଦେଖିଲେ ଯେ ବିପ୍ରବରେ

ଧେନୁ ବୁଲୁଅଛି ଆଉ ଏକ ବିପ୍ର ଘରେ

ଜୀର୍ଣ୍ଣ ଶୀର୍ଣ୍ଣ ଗାଭୀଟିର ଦିଶୁଛି ପଞ୍ଜରା

ଜଣାଯାଏ ଖାଇବାକୁ ପାଉ ନାହିଁ ପରା

ଶବଳା ଶବଳା ବୋଲି ଡ଼ାକନ୍ତେ ତାହାକୁ

ହମ୍ବାରବ କରି ଧାଁଇ ଆସିଲା ପାଶକୁ

କନଖଳ ବିପ୍ର ଦେଖି ବୋଇଲେ ବଚନ

ଏହି ଗାଭୀଟିକୁ ଆମ୍ଭେ କରୁଛୁଁ ପାଳନ

ନୃଗ ରାଜା ଦାନ କରି ଅଛନ୍ତି ଆମ୍ଭକୁ

ଆପଣ କିପାଇଁ ଘେନି ଯାଉଛ ଏହାକୁ

ପୂର୍ବ ସ୍ୱାମୀ ବିପ୍ର ଶୁଣି ବୋଇଲେ କ୍ରୋଧରେ

କିପାଇଁ ରହିବ ଆମ୍ଭ ଗାଭୀ ତୁମ୍ଭ ଘରେ

ହୁଅନ୍ତେ ଏପରି କ୍ରମେ କଥା ବଳି ବଳି

ଦୁଇ ଜଣଙ୍କର ମଧ୍ୟେ ହେଲା ଘୋର କଳି

କଳି କରି କରି ଦୁହେଁ ଗଲେ ରାଜା ପାଶେ

ଧେନୁର ସ୍ୱାମୀତ୍ୱ କଥା ମୀମାଂସା ସକାଶେ

ବସିଲେ ବହୁତ ଦିନ ରାଜସିଂହ ଦ୍ୱାରେ

ଜଣାଇବା ପାଇଁ ଗାଭୀ କଥା ରାଜାଠାରେ

ମାତ୍ର ଭେଟ ନହେବାରୁ ନରପତିଙ୍କର

କ୍ରୋଧେ ଅଭିଶାପ ଦେଲେ ଦୁଇ ବିପ୍ରବର

ଆହେ ନୃପ କାର୍ଯ୍ୟାର୍ଥୀଙ୍କ ନଶୁଣି ଗୁହାରି

ଅନ୍ତଃପୁରେ ରହି ଅଛ ହୋଇ ବାମାଚାରୀ

ଅଭିଶାପ ଦେଉଅଛୁଁ ହେବ କୃକଳାସ

ମନୁଷ୍ୟ ଅଦୃଶ୍ୟ ହୋଇ କରିବ ଯେ ବାସ

ବିଷ୍ଣୁ ହେବେ ଯେଉଁ କାଳେ ବସୁଦେବ ସୁତ

ତେତେବେଳେ ହେବ ତୁମ୍ଭେ ଶାପରୁ ବିମୁକ୍ତ

ନୃଗେ ଅଭିଶାପ ଦେଇ ବିପ୍ର ଦୁଇଜଣ

କଥଞ୍ଚିତ କଲେ ମନୋଦୁଃଖ ନିବାରଣ

ଗାଭୀ ଗୋଟି ଦେଇ କନଖଳ ବ୍ରାହ୍ମଣକୁ

ପୂର୍ବ ସ୍ୱାମୀ ବିପ୍ର ଚାଲିଗଲେ ଯେ ଘରକୁ

ଏହିରୂପେ ନୃଗ ନୃପ ପାଇ ଅଭିଶାପ

ଅବଶେଷେ ଭୁଞ୍ଜି ଥିଲେ ଦାରୁଣ ସନ୍ତାପ

ଏଥିପାଇଁ ବୋଲୁ ଅଛୁଁ ହେ ବୀର ଲକ୍ଷ୍ମଣ

ରାଜକାର୍ଯ୍ୟେ ହେଳା କର ନାହିଁ ଅକାରଣ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ରିଷଷ୍ଟିତମ ସର୍ଗ

 

ଚତୁଷଷ୍ଟିତମ ସର୍ଗ

ମହାତ୍ମା ଲକ୍ଷ୍ମଣ ଶୁଣି ଶ୍ରୀରାମ ବଚନ

କରଯୋଡ଼ି ବିନୟରେ କଲେ ନିବେଦନ

ହେ ରାଜନ ନୃଗ କରି ଅତିଅଳ୍ପ ପାପ

ଭୋଗ କରିଥିଲେ ଘୋରତର ଅଭିଶାପ

ଏହିରୂପେ ରାଜାଶାପ ପାଇ ଅକାରଣେ

କିକି କଥା କହିଥିଲେ କୁପିତ ବ୍ରାହ୍ମଣେ

ବୋଇଲେ ଶ୍ରୀରାମଚନ୍ଦ୍ର ଶୁଣ ହେ ଲକ୍ଷ୍ମଣ

ବ୍ରହ୍ମ ଅଭିଶାପ କଥା କରିଣ ଶ୍ରବଣ

ବୋଇଲେ ବ୍ରାହ୍ମଣ ପୁରୋହିତ ରାଇପାଶେ

ମହର୍ଷି ନାରଦ ଆସିଥିଲେ ଆମ୍ଭ ବାସେ

ବୋଇଲେ ଆମ୍ଭକୁ ଦୁଇଜଣ ବିପ୍ରବର

ଅଭିଶାପ ଦେଇଛନ୍ତି ହୋଇ କ୍ରୋଧଭର

ଘଟିବାର ଯାହା ଥିଲା ଘଟିତ ଯାଇଛି

ସେଥିକି ସନ୍ତାପ କରିବାରେ ନାହିଁ କିଛି

ସଂପ୍ରତି ଆମ୍ଭର ପକ୍ଷେ ହେଉଛି ଉଚିତ

କରିବାର ବସୁକୁ ଯେ ରାଜ୍ୟେ ଅଭିଷିକ୍ତ

 

 

ଆମ୍ଭ ଜ୍ୟେଷ୍ଠ ପୁତ୍ର ବସୁ ଅଟେ ଗୁଣବନ୍ତ

ଶିଖି ଅଛି ରାଜନୀତି ସିଦ୍ଧାନ୍ତ ଯାବନ୍ତ

ପୁଣି ଉପଯୁକ୍ତ ଶିଳ୍ପିଗଣେ ଡାକିଆଣି

ଖୋଳ ଏକ ଗର୍ତ୍ତ ଆମ୍ଭ ମନୋରୂପ ଜାଣି

ଯେଉଁ ବିଳ ମଧ୍ୟେ ଆମ୍ଭେ ସୁଖେ କରି ବାସ

କାଟିବୁଁ ଯେ ଶୀତ ଗ୍ରୀଷ୍ମ ବର୍ଷା ବାରମାସ

ବିଳ ଚାରିପାଶେ ଏକଯୋଜନ ବିସ୍ତାର

ରୋପ ବୃକ୍ଷ ଲତାଆଦି ବିବିଧ ପ୍ରକାର

ବିଳଟି ଯହିଁରେ ହେବ ସୁଖକର ସ୍ଥାନ

ସେଥିପାଇଁ ବିଶେଷରେ ହେବ ଯତ୍ନବାନ

ସମ୍ପୂର୍ଣ୍ଣରୂପରେ ବିଳ ହେବ ପରିପାଟି

କରି ବାସ ତହିଁ ଶାପ କାଳ ଦେବୁଁ କାଟି

ନୃଗ ନରପତି କରି ଏମନ୍ତ ବିଧାନ

ଜ୍ୟେଷ୍ଠ ପୁତ୍ରେ ପାଶେ ରାଇ କଲେ ଆଜ୍ଞାଦାନ

ହେ ପୁତ୍ର କରିବ ପ୍ରଜାମାନଙ୍କୁ ପାଳନ

ଅସତ କାର୍ଯ୍ୟରେ କେଭେ ଦେବ ନାହିଁ ମନ

ଅଳ୍ପ ଦୋଷେ ବିପ୍ରେ ମୋତେ ଦେଇଛନ୍ତି ଶାପ

ତହିଁକି କରିବ ନାହିଁ କଦାଚ ସନ୍ତାପ

ଜଗତ ସକଳ କାର୍ଯ୍ୟେ କାରଣ ବିଧାତା

ଅଟନ୍ତି ସେ ଏକମାତ୍ର ସୁଥ ଦୁଃଖ ଦାତା

ଆହେ ପୁତ୍ର ଜଗତର ମନୁଷ୍ୟ ସକଳ

ଅବଶ୍ୟ ଭୁଞ୍ଜନ୍ତି ପୂର୍ବଜନ୍ମ କର୍ମଫଳ

ରାଜଋଷି ନୃଗ ପୁତ୍ରେ ଦେଇ ଉପଦେଶ

କଲେକ ସୁନ୍ଦର ବିଳ ମଧ୍ୟରେ ପ୍ରବେଶ

ସେହି ବିଳ ମଧ୍ୟେ ବାସ କରିଣ ରାଜନ

ଅଭିଶାପ କାଳ କରୁଥାନ୍ତି ଯେ ଯାପନ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁଷଷ୍ଟିତ୍ତମ ସର୍ଗ

 

ପଞ୍ଚଷଷ୍ଟିତମ ସର୍ଗ

ମହାରାଜ ରାମଚନ୍ଦ୍ର ଅଯୋଧ୍ୟା ରାଜନ

କରି ନୃଗରାଜା ଶାପ ବୃତ୍ତାନ୍ତ ବର୍ଣ୍ଣନ

ବୋଇଲେ ଲକ୍ଷ୍ମଣେ ଯେବେ ବାସନା ତୁମ୍ଭର

ବୋଲିବୁଁ ପୂର୍ବର କଥା ଶୁଣ ସବିସ୍ତର

ବୋଇଲେ ଲକ୍ଷ୍ମଣ ଶୁଣି ହେ ରଘୁନନ୍ଦନ

ବୋଲୁନ୍ତୁ ପୂର୍ବର କଥା ଅମିୟ ବଚନ

ଇକ୍ଷ୍ୱାକୁ ନନ୍ଦନ ରାମ ଶୁଣି ଏହି ବାଣୀ

ବୋଲି ଆରମ୍ଭିଲେ ପୁଣି ପୂର୍ବର କାହିଣି

ପୂର୍ବେ ଥିଲେ ଏକ ମହାବଳ ନରପତି

ନେମି ତାଙ୍କ ନାମ ଧର୍ମ ପରାୟଣ ଯତି

ଇକ୍ଷ୍ୱାକୁ ଦ୍ୱାଦଶ ପୁତ୍ର ଥିଲେ ତହିଁ ରାଜ

ଧର୍ମଶାସ୍ତ୍ର ଅନୁସରି ପାଳୁଥାନ୍ତି ପ୍ରଜା

ମହାଋଷି ଗୌତମଙ୍କ ଆଶ୍ରମ ପାଶରେ

ବୈଜୟନ୍ତ ନାମେ ଏକ ସୁନ୍ଦର ନଗରେ

ମହାରାଜା ନେମି ତହିଁ କରୁଥାନ୍ତି ବାସ

ଏକଦା ଜନ୍ମିଲା ତାଙ୍କ ମନେ ଅଭିଳାଷ

 

 

କରିବାକୁ ପିତାଙ୍କର ସନ୍ତୋଷ ବିଧାନ

କରିବି ଯେ ନାନାରୂପ ଯଜ୍ଞ ଅନୁଷ୍ଠାନ

ଜନକ ଇକ୍ଷ୍ୱାକୁ ପାଶେ କହି ମନ କଥା

ଆରମ୍ଭିଲେ ଯଜ୍ଞକାର୍ଯ୍ୟ ଶାସ୍ତ୍ରବିଧି ଯଥା

ପ୍ରଥମେ ମହର୍ଷି ଭୃଗୁ ବଶିଷ୍ଟ ଅନ୍ତ୍ରିକୁ

ବରଣ କଲେ ଯେ ଯଜ୍ଞ କାର୍ଯ୍ୟ କରିବାକୁ

ବୋଇଲେ ବଶିଷ୍ଠ ତାଙ୍କ ଆହେ ନରପତି

ଦେବେନ୍ଦ୍ର ଆମ୍ଭକୁ ଏଥୁ ପୂର୍ବୁ ବରିଛନ୍ତି

ପ୍ରଥମେ ତାହାଙ୍କ କାର୍ଯ୍ୟ କରି ସମାଧାନ

କରିବୁଁ ଯେ ଆପଣଙ୍କ ଯଜ୍ଞ ଅନୁଷ୍ଠାନ

ଏତେ ବୋଲି ମହାଋଷି ଗଲେ ଇନ୍ଦ୍ରପାଶେ

ତାଙ୍କ ଯଜ୍ଞ ଅନୁଷ୍ଠାନ କରିବା ସକାଶେ

ରାଜଋଷି ନେମି ତାଙ୍କୁ ଅପେକ୍ଷା ନକରି

ଡ଼କାଇ ଆଣିଲେ ବିପ୍ରେ ଆପଣା ନଗରି

ଉପସ୍ଥିତ ହୋଇ ପଞ୍ଚ ସହସ୍ର ବ୍ରାହ୍ମଣ

ଗୌତମଙ୍କୁ ନକଲେ ଯଜ୍ଞ କାର୍ଯ୍ୟରେ ବରଣ

ସହସ୍ର ବରଷକାଳ କରି ନିରୁପିତ

ଆପଣେ ନୃପତି ହେଲେ ଯଜ୍ଞରେ ଦିକ୍ଷିତ

ଏଥୁଅନ୍ତେ ଇନ୍ଦ୍ର କାର୍ଯ୍ୟ କରି ସମାଧାନ

ପହୁଞ୍ଚିଲେ ବଶିଷ୍ଠ ଯେ ରାଜା ବିଦ୍ୟମାନ

ଦେଖିଲେ ଆରମ୍ଭିଛନ୍ତି ଯଜ୍ଞ ନରପତି

ମହର୍ଷି ଗୌତମ ତାଙ୍କ କାର୍ଯ୍ୟ କରୁଛନ୍ତି

ଏହାଦେଖି କ୍ରୋଧ କରି ଅତ୍ୟନ୍ତ ମହର୍ଷି

ରାଜାଙ୍କ ଦର୍ଶନ ପାଇଁ ରହିଲେ ଯେ ବସି

ମାତ୍ରକ ନୃପତି କରୁଥିବାରୁ ଶୟନ

ମହର୍ଷି ପାଇଲେ ନାହିଁ ତାହାଙ୍କ ଦର୍ଶନ

ତହୁଁ ଋଷି କ୍ରୋଧ କରି ବୋଇଲେ ନୃପଙ୍କୁ

ଆମ୍ଭର ଅବଜ୍ଞା କରି ବରିଲ ଅନ୍ୟକୁ

ପୁଣି ଶୋଇ ରହିଅଛ ନଦେଲ ଦର୍ଶନ

ଶାପ ଦେଲୁଁ ଏହି ଦୋଷେ ହେବ ଅଚେତନ

ଜାଗରିତ ହୋଇ ରାଜା କଲେ ଯେ ଶ୍ରବଣ

ମହାଋଷି ବଶିଷ୍ଠଙ୍କ ଶାପ ବିବରଣ

ତହୁଁ ରାଜା କ୍ରୋଧ କରି ବୋଇଲେ ବଚନ

ହେ ମହର୍ଷି ଆମ୍ଭେ କରୁଥିଲୁଁ ଯେ ଶୟନ

ଜାଣୁ ନାହିଁ ଆପଣଙ୍କ ଆସିବା ବୃତ୍ତାନ୍ତ

ଶାପ ଦେଇ କରିଅଛ ଅନ୍ୟାୟ ନିତାନ୍ତ

ଅନ୍ୟାୟ କରିଛ ତୁମ୍ଭେ ହୋଇ ଜ୍ଞାନହୀନ

ଆମ୍ଭେ ଶାପ ଦେଲୁଁ ହୁଅ ଚେତନା ବିହୀନ

 

 

 

 

ଏହିରୂପ ଅଭିଶାପ ଦେଇ ପରସ୍ପର

ତତକ୍ଷଣେ ଦୁଇ ଜଣେ ତେଜିଲେ ଶରୀର

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚଷଷ୍ଟିତମ ସର୍ଗ

 

ଷଟ୍‌ଷଷ୍ଟିତମ ସର୍ଗ

ରାମଚନ୍ଦ୍ର ବାକ୍ୟ ଶୁଣି ମହାତ୍ମା ଲକ୍ଷ୍ମଣ

ବୋଇଲେ ବିନୟ କରି ବନ୍ଦିଣ ଚରଣ

ହେ ଆର୍ଯ୍ୟ ନୃପତି ନେମି ମହର୍ଷି ବଶିଷ୍ଠ

ତେଜ ଦେହ ପାଇ ଅଭିଶମ୍ପାତ ଗରିଷ୍ଠ

କିପରି ପାଇଲେ ପୁନର୍ବାର ନିଜ ଦେହ

ବୋଲୁନ୍ତୁ ସେକଥା ଫେଡୁ ମନରୁ ସନ୍ଦେହ

ବୋଇଲେ ଶ୍ରୀରାମଚନ୍ଦ୍ର ଶୁଣ ଆହେ ବୀର

ମହର୍ଷି ବଶିଷ୍ଠ ତେଜି ଶାପରେ ଶରୀର

ବାୟୁରୂପ ଧରି ଗଲେ ବ୍ରହ୍ମା ସନ୍ନିଧାନେ

ବୋଇଲେ ବିନୟ କରି ବିବିଧ ବିଧାନେ

ହେ ବ୍ରାହ୍ମଣ ଦେଖ ହୀନ ଲୋକଙ୍କର ଗତି

ଜାଣନ୍ତି ବିଶେଷରୂପେ ଆହେ ପ୍ରଜାପତି

ଆପଣ କରନ୍ତି ସର୍ବ ଜଗତ ବିଧାନ

କୃପାକରି କର ଅନ୍ୟ ଶରୀର ପ୍ରଦାନ

ବୋଇଲେ ସ୍ୱୟମ୍ବୁ ବ୍ରହ୍ମା ଆହେ ଦ୍ୱିଜବରେ

ପ୍ରବେଶ କରିବ ମିତ୍ରା ବରୁଣ ତେଜରେ

 

 

ଏହିରୂପ ରହି ବରଷେକ ସମ୍ଭବତ

ପୁନର୍ବାର ହେବ ପ୍ରଜାପତିତ୍ୱ ପ୍ରାପତ

ଏହା ଶୁଣି ବାୟୁଭୁତ ମହର୍ଷି ବଶିଷ୍ଠ

ହେଲେ ଯାଇ ବରୁଣଙ୍କ ଆଳୟେ ପ୍ରବିଷ୍ଟ

ମିନ୍ତ୍ରଆଦି ସରଗଣ ଏହି ସମୟରେ

ବାସ କରୁଥିଲେ ଯାଇ ବରୁଣାଳୟରେ

ଦିନେ ସ୍ୱର୍ଗ ବିଦ୍ୟାଧରୀ ଉର୍ବଶୀ ସୁନ୍ଦରୀ

ଉପସ୍ଥିତ ହେଲେ ସଙ୍ଗେ ଘେନି ସହଚରୀ

ମହାତ୍ମା ବରୁଣ ତାଙ୍କୁ ଦେଖି ଉପସ୍ଥିତ

ଧୈର୍ଯ୍ୟହାରି ହେଲେ କାମବାଣରେ ମୋହିତ

କାମବୃତି ଚରିତାର୍ଥ କରିବା ନିମନ୍ତେ

ବୋଇଲେ ସେ ଉର୍ବଶୀକୁ ଡ଼ାକିଣ ଏକାନ୍ତେ

ବୋଇଲେ ଉର୍ବଶୀ ତହୁଁ ଶୁଣି ବିବରଣ

ମିତ୍ର କରିଛନ୍ତି ମୋତେ ପ୍ରଥମେ ବରଣ

ବରୁଣ ବୋଇଲେ ଶୁଣି ଉର୍ବଶୀ ବଚନ

ହେ ସୁନ୍ଦରୀ ନଶୁଣିଲେ ମୋର ନିବେଦନ

ଦେବତା ନିର୍ମିତ କୁଣ୍ଡେ କରି ବୀର୍ଯ୍ୟପାତ

ଅବଶ୍ୟ କରିବ କାମବୃତ୍ତ ଚରିତାର୍ଥ

ବୋଇଲେ ଉର୍ବଶୀ ପ୍ରଭୋ କରେଁ ନିବେଦନ

ଆପଣଙ୍କୁ ସମରପି ଅଛି ପ୍ରାଣ ମନ

ଆପଣ ଏଥିରେ କିଛି ନକର ସନ୍ଦେହ

ମିତ୍ରକୁ ଦେଇଛ ଆଜି ପାଇଁ ଏହି ଦେହ

ମାତ୍ରକ ବରୁଣ ହୋଇ କାମରେ ଅଧୈର୍ଯ୍ୟ

ଦେବକୁଣ୍ଡ ମଧ୍ୟେ କଲେ ପାତ ନିଜ ବୀର୍ଯ୍ୟ

ଉର୍ବଶୀ ମିତ୍ରଙ୍କ ପାଶେ କରନ୍ତେ ଗମନ

ମିତ୍ର ତହୁଁ କ୍ରୋଧଭରେ ବୋଇଲେ ବଚନ

ଆରେ ଦୁଷ୍ଟା ଆମ୍ଭେ କରିଥିଲୁଁ ନିମନ୍ତ୍ରଣ

କିପାଁ କଲ ଯାଇ ତୁମ୍ଭେ ଆନକୁ ବରଣ

ଯେରୂପ କରିଛ ତୁମ୍ଭେ ଆମ୍ଭକୁ ନିରାଶ

ଅଭିଶାପ ଦେଲୁଁ ମର୍ତ୍ତ୍ୟଲୋକେ କରବାସ

କାଶୀ ପୁତ୍ର ପୁରୁରବା ହେବେ ତୁମ୍ଭ ସ୍ୱାମୀ

ଶାପଅନ୍ତେ ପୁନର୍ବାର ହେବ ସ୍ୱର୍ଗଗାମୀ

ଉର୍ବଶୀ ଗର୍ଭରୁ ଏକ ପୁତ୍ର ହେଲେ ଜାତ

ତାଙ୍କ ନାମ ଆୟୁ ମହାବଳ ପରାକ୍ରାନ୍ତ

ଆୟୁଙ୍କର ପୁତ୍ର ନାମ ମହାତ୍ମା ନହୁଷ

ବହୁତ ସହସ୍ର ବର୍ଷ ତାହାଙ୍କ ଆୟୁଷ

ହୁଅନ୍ତେ ବାସବ କ୍ଳାନ୍ତ ବୃତ୍ତାସୁର ରଣେ

ମହାତ୍ମା ନହୁଷ ବଞ୍ଚିଥିଲେ ଇନ୍ଦ୍ରପଣେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷଟ୍‌ଷଷ୍ଟିତମ ସର୍ଗ

 

ସପ୍ତଷଷ୍ଟିତମ ସର୍ଗ

ଶ୍ରୀରାମଚନ୍ଦ୍ରଙ୍କ ବାକ୍ୟ କରିଣ ଶ୍ରବଣ

ପୁନର୍ବାର ହାତଯୋଡ଼ି ବୋଇଲେ ଲକ୍ଷ୍ମଣ

ହେ ଆର୍ଯ୍ୟ ବୋଲୁନ୍ତୁ ନିମି ମହର୍ଷି ବଶିଷ୍ଠ

କିପରି ମେଣ୍ଟିଲେ ଅଭିଶମ୍ପାତ ଗରିଷ୍ଠ

ବୋଇଲେ ରାଘବ ଶୁଣି ଲକ୍ଷ୍ମଣ ବଚନ

ବଶିଷ୍ଠଙ୍କ ପୂର୍ବ କଥା ଅପୂର୍ବ କଥନ

ଯେ କୁଣ୍ଡେ ବରୁଣ କରିଥିଲେ ବୀର୍ଯ୍ୟପାତ

ମିତ୍ର ମଧ୍ୟ ତହୁଁ କରିଥିଲେ ତେଜ ଜାତ

ଅଗସ୍ତି ମହର୍ଷି ଜାତ ମିତ୍ରଙ୍କ ତେଜରୁ

ଜନମିବା ମାତ୍ର ଚାଲିଗଲେ ସେ ସ୍ଥାନରୁ

ବ୍ରହ୍ମର୍ଷି ବଶିଷ୍ଠ ଜାତ ବରୁଣ ତେଜରେ

ହେଲେ କୁଳପୁରୋହିତ ଇକ୍ଷ୍ୱାକୁ ବଂଶରେ

ଏଉତ୍ତାରେ ମନଦେଇ ଶୁଣ ହେ ଲକ୍ଷ୍ମଣ

ବୋଲୁ ଅଛୁଁ ନିମି ନରପତି ବିବରଣ

ହେଲେ ମଧ୍ୟ ଜୀବ ଶୂନ୍ୟ ନିମି ନରପତି

ଋଷିମାନେ ହେଲେ ନାହିଁ ଯଜ୍ଞରୁ ବିରତି

 

 

ରାଜା ମୃତଦେହ ରଖି ତୈଲ କଟାହରେ

ଦେଉଥାନ୍ତି ଗନ୍ଧମାଲ୍ୟ ପରମ ଯତ୍ନରେ

କିଛିଦିନ ଅନ୍ତେ ଯଜ୍ଞ ସମାପ୍ତ କାଳରେ

ବୋଇଲେ ମହର୍ଷି ଭୃଗୁ ରାଜା ଉଦ୍ଦେଶ୍ୟରେ

ତୁମ୍ଭ ପ୍ରତି ତୁଷ୍ଟ ହୋଇ ଅଛୁଁ ହେ ରାଜନ

ପୁଣି ଆଣିଦେବୁଁ ତୁମ୍ଭ ଦେହରେ ଜୀବନ

ଦେବଗଣ ମଧ୍ୟ ତୁଷ୍ଟ ହୋଇଣ ଯଜ୍ଞରେ

ବୋଇଲେ ଯେ ନିମି ଜୀବଆତ୍ମା ଉଦ୍ଦେଶ୍ୟରେ

ଆମ୍ଭେମାନେ ତୁଷ୍ଟ ଅଛୁଁ ଆହେ ନରବର

ଇଚ୍ଛା ଅନୁସାରେ ତୁମ୍ଭେ ମାଗିନିଅ ବର

ନୃପତି ଜୀବାତ୍ମା ଶୁଣି ବୋଇଲେ ଉତ୍ତର

ଆହେ ଦେବଗଣେ ମୋତେ ଦିଅ ଏହି ବର

ଜୀବଗଣ ଚକ୍ଷୁ ମଧ୍ୟେ କରିବୁଁ ଯେ ବାସ

ତଥାସ୍ତୁ ବୋଇଲେ ଦେବେ ହୋଇଣ ଉଲ୍ଲାସ

କରିବାର ତୁମ୍ଭେ ବାସ ବିଶ୍ରାମ କାଳରେ

ନିମେଷ ପଡ଼ିବ ପ୍ରାଣୀଗଣ ନୟନରେ

କରନ୍ତେ ଦେବତାଗଣ ସ୍ୱସ୍ଥାନେ ପ୍ରସ୍ଥାନ

ଏକତ୍ରିତ ହେଲେ ଋଷିଗଣ ଏକସ୍ଥାନ

ନରପତି ମୃତଦେହ ଆଣି ଯଜ୍ଞଠାକୁ

ଅରଣି ନିକ୍ଷେପ କରି ମଥିଲେ ତାହାକୁ

ପୁତ୍ରଜାତ ମନ୍ତ୍ରପଢ଼ି କରନ୍ତେ ମନ୍ଥନ

ଜାତ ହେଲେ ତହୁଁ ଏକ ତେଜସ୍ୱୀ ନନ୍ଦନ

ବିଚେତନ ଦେହ ମଧ୍ୟୁ ହେବାରୁ ଯେ ଜାତ

ବୈଦେହ ଯେ ମିଥି ନାମେ ହେଲେ ତହୁଁ ଖ୍ୟାତ

ମୈଥିଲ ହୋଇଛି ନାମ ମିଥି ନାମ ଯୋଗୁଁ

ଲଭିଲେ ଜନକ ନାମ ଜାତ ହେତୁ ଯଜ୍ଞୁଁ

ବୋଇଲେ ଶ୍ରୀରାମଚନ୍ଦ୍ର ହେ ବୀର ଲକ୍ଷ୍ମଣ

ଏହା ଅଟେ ନିମି ବଶିଷ୍ଠଙ୍କ ବିବରଣ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତଷଷ୍ଟିତମ ସର୍ଗ

 

ଅଷ୍ଟଷଷ୍ଟିତମ ସର୍ଗ

ବୋଲନ୍ତେ ଶ୍ରୀରାମଚନ୍ଦ୍ର ଏତେକ ବଚନ

ପୁନର୍ବାର ପୁଛା କଲେ ସୁମିତ୍ରା ନନ୍ଦନ

କିକାରଣେ ଶୁର ନର ନିମି ନରପତି

କ୍ଷମାଦାନ କଲେ ନାହିଁ ବଶିଷ୍ଠଙ୍କ ପ୍ରତି

ଲକ୍ଷ୍ମଣ ବଚନ ଶୁଣି ବୋଇଲେ ରାଘବ

କ୍ଷମାଶୀଳ ନୁହନ୍ତି ଯେ ସକଳ ମାନବ

ମାତ୍ରକ ବହୁତ ଲୋକଛନ୍ତି କ୍ଷମାବନ୍ତ

ମହାରାଜା ଯଯାତି ଯେ ସେଥିର ଦୃଷ୍ଟାନ୍ତ

ବୋଲିବୁଁ ସେ ପୂର୍ବକଥା ମନଦେଇ ଶୁଣ

ଯେ ପ୍ରକାର ଥିଲା ଯଯାତିଙ୍କ କ୍ଷମାଗୁଣ

ନହୁଷ ରାଜନ ପ୍ରଜାରଞ୍ଜନ ଯଯାତି

ତାହାଙ୍କର ଦୁଇ ଭାର୍ଯ୍ୟା ଥିଲେ ରୂପବତୀ

ଜଣେ ଦେବଯାନି ଅନ୍ୟ ଜଣେ ଯେ ଶର୍ମିଷ୍ଠ

ଦୁଇ ଜଣଙ୍କର ଥାଏ କର୍ତ୍ତବ୍ୟରେ ନିଷ୍ଟ

ଶର୍ମିଷ୍ଠା ଅଟନ୍ତି ବୃଷପର୍ବାଙ୍କ ନନ୍ଦିନୀ

ଶୁକ୍ରାଚାର୍ଯ୍ୟ କନ୍ୟା ସୁମଧ୍ୟମା ଦେବଯାନୀ

 

 

ଶର୍ମିଷ୍ଠା ଗର୍ଭରୁ ଜାତ ସୁକୁମାର ପୁରୁ

ଯଦୁ ଜନମିଲେ ଦେବ ଯାନୀଙ୍କ ଗର୍ଭରୁ

ସୁନ୍ଦରୀ ଶର୍ମିଷ୍ଠା ପୁଣି ତାହାଙ୍କ କୁମର

ଅଧିକରେ ପ୍ରିୟପାତ୍ର ଥିଲେ ରାଜାଙ୍କର

ଯଦୁ ଦେଖି ପିତାଙ୍କର ଭାବ ଏରୂପରେ

ବୋଇଲେ ମାତାଙ୍କୁ ଯାଇ ଦିନେ ଏକାନ୍ତରେ

ହେ ଦେବି ଜନକ ତୁମ୍ଭ ଜଗତରେ ମାନ୍ୟ

କିପରି ସହୁଛ ଏତେ ଦୁଃଖ ଅପମାନ

ଆସ ଆମ୍ଭେମାନେ ପ୍ରବେଶିବୁଁ ଅନଳରେ

ପିତା ସୁଖେ ଥାନ୍ତୁ ଦୈତ୍ୟ ସୁତା ସହିତରେ

ତୁମ୍ଭେ ଅବା ଅପମାନ ପାର ସବୁ ସହି

ମାତ୍ରକ ମୋହର ହୃଦ ଯାଉଅଛି ଦହି

ଥାଅ ଘରେ ସହି ଏହି ସବୁ ଅପମାନ

ମେଲାଣି ଦେଉନ୍ତୁ ମୋତେ ତେଜିବି ଜୀବନ

ଦେବଯାନୀ କରି ପୁତ୍ର ବଚନ ଶ୍ରବଣ

ମନ ମଧ୍ୟେ କଲେ ନିଜ ପିତାଙ୍କୁ ସ୍ମରଣ

ଶୁକ୍ରାଚାର୍ଯ୍ୟ ହୋଇ କନ୍ୟା ମାନସ ବିଦିତ

ଅବିଳମ୍ବେ ହେଲେ ତାଙ୍କଠାରେ ଉପସ୍ଥିତ

ଦେଖି ଦେବଶୁର କନ୍ୟା ମଳିନ ବଦନ

ବାରମ୍ବାର ସ୍ନେହଭରେ ପୁଛିଲେ ବଚନ

ମଳିନ ଦିଶୁଛ କିପାଁ ବୋଲ ତୁମ୍ଭ ମୁଖ

ମନ ମଧ୍ୟେ ଜାତ ହୋଇ ଅଛି କେଉଁ ଦୁଃଖ

ବୋଇଲେ ଯେ ଦେବଯାନୀ ଶୁଣି ପିତା କଥା

ସହି ନପରିବି ମୁହିଁ ଆଉ ହୃଦ କଥା

ଆଉ କରି ନ ପାରିବି ଜୀବନ ଧାରଣ

ମରିବି ନିଶ୍ଚୟ କରି ଗରଳ ଭକ୍ଷଣ

ରାଜର୍ଷି ଯଯାତି ମୋତେ କରି ତୁତୁଜ୍ଞାନ

ସପତଣୀ ଆଗେ କରିଥାନ୍ତି ଅପମାନ

ତାହାଙ୍କର ଭକ୍ତିଥିଲେ ଆପଣଙ୍କ ପ୍ରତି

କରନ୍ତେ କି ଇଚ୍ଛା କରି ମୋତେ ସେ ଅପ୍ରିତି

ତନୟାର ବାକ୍ୟ ଶୁଣି ମହର୍ଷି କ୍ରୋଧରେ

ଏହିରୂପ ଶାପ ଦେଲେ ନହୁଷ କୁମରେ

ଆରେ ପାପୀ କରିଅଛୁ ମୋତେ ଅନାଦର

ସେହି ପାପେ ହେଉ ତୋର ବୃଦ୍ଧ କଳେବର

ଏହିରୂପ ଅଭିଶାପ ଦେଇ ରାଜନକୁ

ଦେବଗୁରୁ ଶୁକ୍ରାଚାର୍ଯ୍ୟ ଗଲେ ସ୍ୱସ୍ଥାନକୁ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟଷଷ୍ଟିତମ ସର୍ଗ

 

ଏକୋନଷଷ୍ଟିତମ ସର୍ଗ

ମହାରାଜ ଯଯାତି ଯେ ଉଶନା ଶାପରେ

ଜରାଗ୍ରସ୍ତ ହୋଇ ଗଲେ ସେହି ମୂହୂର୍ତ୍ତରେ

ନିଜ ପୁତ୍ର ଯଦୁକୁ ଯେ କରି ସମ୍ବୋଧନ

କୋମଳେ କରୁଣ କରି ବୋଇଲେ ବଚନ

ହେ ପୁତ୍ର ସୁବିଜ୍ଞ ତୁମ୍ଭେ ଧର୍ମପରାୟଣ

କରୁ ଅସ୍ତ ଏହି ଜରା ଭରକୁ ଗ୍ରହଣ

ବିଷ୍ମୟ ସମ୍ଭୋଗ କରି ଆମ୍ଭେ ପୁନର୍ବାର

ଗ୍ରହଣ କରିବୁଁ ତୁମ୍ଭଠାରୁ ଜରାଭାବ

ବୋଇଲେ ଯେ ଯତ୍ନ ହୋଇ କ୍ରୋଧିତ କିଞ୍ଚିତ

ହୋଇ ଅଛୁଁ ତୁମ୍ଭ ସ୍ନେହ ଅର୍ଥରୁ ବଞ୍ଚିତ

ଆପଣଙ୍କ ପ୍ରିୟପୁତ୍ର ଅଟନ୍ତି ସେ ପୁରୁ

ନେଉନ୍ତୁ ସେ ଜରା ଆପଣଙ୍କ ଶରୀରରୁ

ତହୁଁ ନରପତି ପୁରୁ ପୁତ୍ରେ ରାତପାଶେ

ବୋଇଲେରେ ପୁତ୍ର ଆମ୍ଭ କଲ୍ୟାଣ ସକାଶେ

ଗ୍ରହଣ କରତୁ ଆମ୍ଭ ଦେହୁଁ ଜରାଭାର

ଏଉତ୍ତାରେ ତୁମ୍ଭଠାରୁ ନେବୁଁ ପୁନର୍ବାର

 

 

ବିନୟ ଭାବରେ ପୁରୁ ବୋଇଲେ ବଚନ

ଆପଣଙ୍କ ଆଜ୍ଞା ନିଶ୍ଚେ କରିବୁଁ ପାଳନ

ଯଯାତି ଏକଥା ଶୁଣି ହୋଇ ଆନନ୍ଦିତ

ପୁତ୍ର ଦେହେ ଜରା କରି ଦେଲେ ସଂକ୍ରାମିତ

ମହାତ୍ମା ଯଯାତି ଲାଭ କରିଣ ଯୌବନ

ବହୁତ ବରଷ କରି ପୃଥିବୀ ପାଳନ

ଏକଦା ଯଯାତି ପୁରୁ ପୁତ୍ରେ ରାଇପାଶେ

ବୋଇଲେ ବୃଦ୍ଧତ୍ୱ ରଖିଥିଲୁଁ ତୁମ୍ଭପାଶେ

ନ୍ୟାସରୂପେ ଥିଲା ତୁମ୍ଭଠାରେ ଜରାଭାର

ଏଥକୁ ମନରେ ଅନ୍ୟରୂପ ନବିଚାର

ତୁମ୍ଭ ଭକ୍ତି ଦେଖି ହୋଇଅଛୁଁ ଆନନ୍ଦିତ

ହୁଅ ଏବେ ତୁମ୍ଭେ ଆମ୍ଭ ରାଜ୍ୟେ ଅଭିଷିକ୍ତ

ଯଯାତି ଏତେକ ବୋଲି ମହାତ୍ମା ପୁରୁକୁ

ବୋଇଲେ ଯେ ଦେବଯାନୀ ତନୟା ଯଦୁକୁ

କ୍ଷତ୍ରିୟ କୁଳରେ ଜନ୍ମି ଅଛୁଁ ଦୁରାତ୍ମନ

ମାତ୍ରକ ବ୍ୟଭାର ତୋର ରାକ୍ଷସ ସମାନ

ଆମ୍ଭ ଆଜ୍ଞା ପାଳିବାକୁ କଲୁ ଅସ୍ୱୀକାର

ତେଣୁ ତୋର ନାହିଁ ରାଜ୍ୟେ କିଛି ଅଧିକାର

ନିଶାଚରମାନଙ୍କର ହେବୁ ତୁ ଜନକ

ସୋମବଂଶୀ ହେବେ ନାହିଁ ତୋହ ବଂଶ ଲୋକ

ରାଜର୍ଷି ଯଯାତି ଶାପ ହେଲୁଣ ନନ୍ଦନେ

ବାନପ୍ରସ୍ଥ ଧର୍ମ ଧରି ବାସ କଲେ ବନେ

ପୁରୁ ରାଜ୍ୟ ପାଇଁ ପ୍ରଜା କରନ୍ତି ପାଳନ

ଯଦୁ ରାଜବଂଶ ତେଜ ଯାତ୍ରା କଲେ ବନ

ନିବିଡ଼ ଦୁର୍ଗମ କ୍ରୌଞ୍ଚ ବନେ କରି ବାସ

ଉତ୍ପାଦନ କଲେ ଶତ ସହସ୍ର ରାକ୍ଷସ

ହେ ଲକ୍ଷ୍ମଣ ଦେଖ ରାଜା ଯଯାତି ଚରିତ

ଉଶନା ଶାପରେ ହେଲେ ନାହିଁ ବିଚଳିତ

ମାତ୍ର ରାଜା ନିମି ବ୍ରହ୍ମଶାପେ କରି କ୍ରୋଧ

ପ୍ରତି ଶାପ ଦେଇ ପ୍ରତି ହିଂସା କଲେ ଶୋଧ

ଯେ ରାଜା କର୍ତ୍ତବ୍ୟେ କରେ ନାହିଁ ମନୋଯୋଗ

ନୃଗ ନରପତି ପରି କରେ କଷ୍ଟ ଭୋଗ

ଶ୍ରୀରାମ ଲକ୍ଷ୍ମଣ କଥା ହେଉଁ ପରସ୍ପର

ପାହି ଗଲା ବିଶି ଉଦେ ହେଲେ ଦିବାକର

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକୋନସପ୍ତତିତମ ସର୍ଗ

 

ସପ୍ତତିତମ ସର୍ଗ

ରାଜୀବଲୋଚନ ରାମଚନ୍ଦ୍ର ପ୍ରଭାତରେ

ପ୍ରାତଃକୃତ୍ୟମାନ ସାରି ବସିଲେ ସଭାରେ

ଉପସ୍ଥିତ ହେଲେ ମନ୍ତ୍ରି ବ୍ୟଭାର କୋବିଦ

ମହର୍ଷି ବଶିଷ୍ଠ ବିପ୍ରଗଣ ବେଦବିଦ

ଅନ୍ୟାନ୍ୟ ସଦୃଶ୍ୟ ବର୍ଗେ ହେଲେ ଉପସ୍ଥିତ

ଚନ୍ଦ୍ର ପାର୍ଶ୍ୱେ ଯେହ୍ନେ ତାରାଗଣ ବିରାଜିତ

ବୋଇଲେ ଲକ୍ଷ୍ମଣେ ଚାହିଁ କୌଶଳ୍ୟା କୁମର

ଦ୍ୱାରଦେଶେ ଯାଇ ଭାଇ ବେଳେ ତତ୍ୱକର

କେହି ବିଚାରାର୍ଥୀ ଅଛି କି ନା ଉପସ୍ଥିତ

ଥିଲେ ଘେନି ଆସି ଆମ୍ଭ ସାକ୍ଷାତା ତ୍ୱରିତ

ସୁମିତ୍ରା ନନ୍ଦନ ତହୁଁ ଶ୍ରୀରାମ ଆଜ୍ଞାରେ

ଡ଼ାକିଲେ ଉଚ୍ଚରେ ବାରମ୍ବାର ସିଂହଦ୍ୱାରେ

ବାରମ୍ବାର ଡ଼ାକିଲେହେଁ ସୁମିତ୍ରା କୁମର

ମାତ୍ର କେିହ ଅଭିଯୋକ୍ତା ନଦେଲା ଉତ୍ତର

ଶ୍ରୀରାମ ଶାସନ ଶୁଣେ ଅଯୋଧ୍ୟା ରାଜ୍ୟରେ

ଦୁଃଖ ଲେଶ ମାତ୍ର ଥିଲା ନାହିଁ କାହାଠାରେ

 

 

ଅଧିବ୍ୟାଧି ସର୍ବ ହୋଇ ଥିଲା ଅନ୍ତରିତ

ସୁଫଳା ଅବନୀ ବୃକ୍ଷ ଲତା ପଞ୍ଚବିତ

କାହାରି କିଛିହିଁ ଥିଲା ନାହିଁ ବିଡ଼ମ୍ବନା

କେକରିବ ଆସି ଆଉ ବିଚାର ପ୍ରାର୍ଥନା

ଜଣାଇଲେ ଲକ୍ଷ୍ମଣ ଯେ ଶ୍ରୀରାମ ଚରଣେ

ଉପସ୍ଥିତ ନାହିଁ କେହି ବିଚାରାର୍ଥୀ ଜଣେ

ବୋଇଲେ ଶ୍ରୀରାମଚନ୍ଦ୍ର ହେ ବତ୍ସ ଲକ୍ଷ୍ମଣ

ଆଉ ବେଳେ ତୁମ୍ଭେ ଯାଇ କର ଅନ୍ୱେଷଣ

ଯେବେହେଁ କରୁଛୁଁ ଆମ୍ଭେ ସମ୍ରାଜ୍ୟ ଶାସନ

ପ୍ରଜା ପାଳିବାରେ ତୁମ୍ଭେ କରିବ ଯତନ

ସୁମିତ୍ରା ନନ୍ଦନ ପାଇ ଶ୍ରୀରାମ ଆଦେଶ

ପୁନର୍ବାର ଉପସ୍ଥିତ ହେଲେ ଦ୍ୱାର ଦେଶ

ଶୁଣିଲେ ଦୁରରୁ ଶୁଭୁ ଅଛି ବାରମ୍ବାର

କରୁଛି ଉଚ୍ଚରେ ଏକ କୁକୁର ଚିତ୍‌କାର

ପୁଛା କଲେ ଯାଇ ତାକୁ ମହାତ୍ମା ଲକ୍ଷ୍ମଣ

ବିକଳେ ଚିତ୍‌କାର କରୁ ଅଛ କିକାରଣ

ବୋଇଲେ କୁକୁର ଆହେ ସୁମିତ୍ରା ନନ୍ଦନ

ଶ୍ରୀରାମ ଛାମୁରେ ମୋର ଅଛି ପ୍ରୟୋଜନ

ସଙ୍ଗଭୁତ ଶରଣ୍ୟ ସେ ଲୋକ ରକ୍ଷାକାରୀ

ତାଙ୍କଠାରେ କିଛିକଥା କରିବି ଗୁହାରି

ସାରମେୟ କଥା ଶୁଣି ମହାତ୍ମା ଲକ୍ଷ୍ମଣ

ଶ୍ରୀରାମ ଛାମୁରେ ଜଣାଇଲେ ବିବରଣ

ବୋଇଲେ ଶ୍ରୀରାମଚନ୍ଦ୍ର ତହୁଁ ଲକ୍ଷ୍ମଣକୁ

ବେଗେ ଆମ୍ଭ ପାଶେ ଡ଼ାକି ଆଣ କୁକୁରକୁ

ଲକ୍ଷ୍ମଣ ବାହୁଡ଼ି ପୁଣି ବୋଇଲେ କୁକୁରେ

ଆସି ନିବେଦନ କର ନରପତିଠାରେ

ବୋଇଲେ କୁକୁର ଆହେ ସୁମିତ୍ରା ନନ୍ଦନ

ପବିତ୍ର ଯେ ଦେବ ଦ୍ୱିଜ ନୃପତି ଭୁବନ

ଅନଳ ଅନିଳା ଚନ୍ଦ୍ର ସୂର୍ଯ୍ୟ ମରୁତ୍ମାନ

ସନ୍ତତ ସେ ସର୍ବସ୍ଥାନେ ଥାନ୍ତି ବିଦ୍ୟମାନ

ବିଶେଷେ ଶ୍ରୀରାମଚନ୍ଦ୍ର ସମରେ ପଣ୍ଡିତ

ସର୍ବ ପ୍ରାଣୀ ହିତକାରୀ ସର୍ବଗୁଣ ବିତ

ଅଟନ୍ତି ସେ ଚନ୍ଦ୍ର ସୂର୍ଯ୍ୟ ଧନଦ ସମାନ

ପ୍ରତ୍ୟକ୍ଷ ବାସବ କିମ୍ବା ଧର୍ମ୍ମ ମୂର୍ତ୍ତିମାନ

ନୀଚଜାତି ମୁହିଁ ବିନା ତାହାଙ୍କ ଆଦେଶ

କିପରି ତାହାଙ୍କଠାରେ କରିବି ପ୍ରବେଶ

ଲକ୍ଷ୍ମଣ ଯେ ସାରମେୟ କଥା ଅନୁସାରେ

ଜଣାଇଲେ ହାତଯୋଡ଼ି ରାମଚନ୍ଦ୍ର ଠାରେ

ହେ ଦେବ କୁକୁର ଏକ ଅଛି ଦ୍ୱାର ଦେଶେ

ଲୋଡ଼େ ଆପଣଙ୍କଠାକୁ ଆସିବା ସକାଶେ

ବୋଇଲେ ରାଘବ ବେଗେ ଆସୁ ସାରମେୟ

କାର୍ଯ୍ୟାର୍ଥୀକୁ ତୁମ୍ଭେ ଜ୍ଞାନ କର ନାହିଁ ହେୟ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତତିତମ ସର୍ଗ

 

ଏକସପ୍ତତିତମ ସର୍ଗ

ମହାତ୍ମା ଲକ୍ଷ୍ମଣ ପାଇ ଶ୍ରୀରାମ ଆଦେଶ

କୁକୁରକୁ ଘେନି ହେଲେ ସଭାରେ ପ୍ରବେଶ

ବୋଇଲେ ଶ୍ରୀରାମଚନ୍ଦ୍ର ଆହେ ସାରମେୟ

ବୋଲି କିକି କଥା ଅଛି ତୁମ୍ଭର ବିଜ୍ଞେୟ

କୁକୁରକୁ ଏହି କଥା ପୁଛି ବାରମ୍ବାର

ଦେଖିଲେତା ମୁଣ୍ଡୁ ପଡ଼ୁଅଛି ରକ୍ତଧାର

ପୁଛା କଲେ କୁକୁରକୁ ଜାନକୀ ରମଣ

ତୁମ୍ଭ ମୁଣ୍ଡୁଁ ଭକ୍ତ ବହୁ ଅଛି କିକାରଣ

ବୋଇଲା କୁକୁର ଆହେ ଅଯୋଧ୍ୟାର ପତି

ନୃପତି ଅଟନ୍ତି ପ୍ରଜାମାନଙ୍କର ଗତି

ପ୍ରଜାମାନେ ଯେତେବେଳେ ଥାଆନ୍ତି ନିଦ୍ରିତ

କରନ୍ତି ନୃପତି ରକ୍ଷା ହୋଇ ଜାଗରିତ

ନରପତି କଲେ ହେଳା ରାଜ୍ୟ ପାଳିବାରେ

ପ୍ରଜାମାନଙ୍କର ଆଉ ଗତି କେଉଁ ଠାରେ

ରାଜାହିଁ ଜଗତ ପିତା ଲୋକ ରକ୍ଷାକାରୀ

ତେଣୁ ସେ ଅଟନ୍ତି ଲୋକେ ଧର୍ମ ନାମଧାରୀ

 

 

ହେ ରାଜନ ରାଜାଗଣ ଥିଲେ ସ୍ୱଧର୍ମ୍ମରେ

କିଛିହିଁ ଦୁଷ୍ପ୍ରାପ୍ୟ ଥାଏ ନାହିଁ ଜଗତରେ

ଦାନ ଦୟା ସାଧୁ ସେବା ସରଳ ବେଭାର

ଉଚିତ ନୃପତିଗଣ ପକ୍ଷେ କରିବାର

ଗୁଣର ଆକର ଧର୍ମ୍ମ ନିଧାନ ଆପଣ

ନିର୍ମଳ ପବିତ୍ର ଆପଣଙ୍କ ଆଚରଣ

ଆପଣଙ୍କୁ ଜଣା ଅଛି ସକଳ ବାରତା

ମାର୍ଜ୍ଜନା କରୁନ୍ତୁ ପ୍ରଭୁ ମୋର ବାଚାଳତା

କୁକୁରକୁ ରାମଚନ୍ଦ୍ର ବୋଇଲେ ବଚନ

ତୁମ୍ଭ ପାଇଁ କେଉଁ କାର୍ଯ୍ୟ କରିବୁଁ ସାଧନ

ରାମଚନ୍ଦ୍ର ବାକ୍ୟ ଶୁଣି ବୋଇଲା କୁକୁର

ମୋର ନିବେଦନ ଶୁଣ ଜଗତ ଠାକୁର

ଆପଣ କରିବେ ସର୍ବ ଭୟୁ ନିବାରଣ

ବୋଲୁଅଛି ମୋର ସର୍ବ ଦୁଃଖ ବିବରଣ

ବ୍ରାହ୍ମଣ ଶାସନେ ବାସ କରେ ବିପ୍ର ଏକ

ତା ନାମ ସର୍ବାର୍ଥ ସିଦ୍ଧ ବଡ଼ ଅବିବେକ

ଅକାରଣେ ମୋତେ କରି ଅଛି ସେ ପ୍ରହାର

ଅନୁଗ୍ରହ କରି ଏହା କରୁନ୍ତୁ ବିଚାର

ଏହା ଶୁଣି ରାମଚନ୍ଦ୍ର ପଠାଇ ଡ଼ଗରା

ଡ଼କାଇଲେ ବ୍ରାହ୍ମଣକୁ ସଭା ମଧ୍ୟେ ତ୍ୱରା

ଉପସ୍ଥିତ ହୋଇ ବିପ୍ର ବୋଇଲେ ବଚନ

କିପାଁଇ ଆହ୍ୱାନ ମୋତେ କଲେ ହେ ରାଜନ

ବୋଇଲେ ରାଜନ ଦେଖି କେଉଁ ଅପକାର

ହେ ବିପ୍ର କରିଛୁ ଏହି କୁକୁରେ ପ୍ରହାର

କ୍ରୋଧବଶ ହୋଇ ତୁମ୍ଭେ କରିଛ ଏପରି

ମାନବ କୁଳର କ୍ରୋଧ ଅଟେ ମହା ଅରି

ମାନବ ହୃଦୟେ ଯଦି କ୍ରୋଧ କରେ ବାସ

ଦାନ ଯଜ୍ଞ ଆଦି ଫଳ କରଇ ବିନାଶ

ସକଳ ଅନିଷ୍ଟ କ୍ରୋଧ କରଇ ସାଧନ

ଯତନେ କରିବ ତେଣୁ ଏହାକୁ ବର୍ଜନ

କର ପର ଉପକାର ସାଧ୍ୟ ଅନୁସାରେ

କାହାର ବିଦ୍ୱେଶ ଥିବ ନାହିଁ ତୁମ୍ଭଠାରେ

ଯେତେ ଅମଙ୍ଗଳ କରିପାରେ କ୍ରୋଧ ଲୋକ

ତେତେ ଦଗ୍ଧ କରେ ନାହିଁ ଜ୍ୱଳନ୍ତ ପାବକ

ଶାଣିତ କୃପାଣ କିମ୍ବା ସର୍ପଙ୍କ ଗରଳ

ତହୁଁ ବଳି କ୍ରୋଧରିପୁ ଅଟଇ ପ୍ରବଳ

ବୋଇଲେ ସର୍ବାର୍ଥସିଦ୍ଧ ରାଜା ବାକ୍ୟ ଶୁଣି

ଶୁଣିବାକୁ ଆଜ୍ଞା ହେଉ ଆହେ ନରମଣି

ଦିନକରେ ବାହାରିଲି ମୁହିଁ ଭିକ୍ଷା ପାଇଁ

ମାତ୍ର ବୁଲି ବୁଲି ଭିକ୍ଷା ନମିଳିଲା କାହିଁ

କ୍ଷୁଧାରେ କାତର ହୋଇ ଆସୁଥିଲି ଘରେ

ଦେଖିଲି ଏ ସାରମେୟ ଶୋଇଛି ବାଟରେ

ବାରମ୍ବାର କହିଲି ଯେ ଘୁଞ୍ଚି ଯିବା ପାଇଁ

ମାତ୍ରକ ଏଦୁଷ୍ଟ ବାଟ ଛାଡ଼ି ଦେଲା ନାହିଁ

କୁକୁର ଏପରି କରିବାରୁ ଅତ୍ୟାଚାର

ଠେଙ୍ଗାରେ କରିଛି କ୍ରୋଧେ ଏହାକୁ ପ୍ରହାର

ହେ ରାଜନ ଅପରାଧ କରିଛି ପ୍ରଚଣ୍ଡ

ପ୍ରଦାଦ କରୁନ୍ତୁ ଦୋଷ ଅନୁରୂପ ଦଣ୍ଡ

ପାଇଲେ ସମ୍ପ୍ରତି ରାଜଦଣ୍ଡ ଉପଯୁକ୍ତ

ନଥିବ ନରକ ଭୟ ହୋଇ ଯିବି ମୁକ୍ତ

ବ୍ରାହ୍ମଣ ବଚନ ଶୁଣି କୌଶଲ୍ୟା ନନ୍ଦନ

ସଦସ୍ୟମାନଙ୍କୁ ଚାହିଁ ବୋଇଲେ ବଚନ

ଶୁଣିଲେ ସକଳେ ଏହି ବ୍ରାହ୍ମଣର ଦୋଷ

ଏହାକୁ କି ଦଣ୍ଡ ଦେବୁଁ ଦିଅ ପରମର୍ଶ

କାଶ୍ୟପ ବଶିଷ୍ଠ ଭୃଗୁ ଅଙ୍ଗିରା ମହର୍ଷି

ଆଉ ଯେତେ ଲୋକ ଥିଲେ ସଭାମଧ୍ୟେ ବସି

ବୋଇଲେ ସକଳେ ଆହେ ଜାନକୀ ରମଣ

ଚୀରକାଳ ଅଟନ୍ତି ଯେ ଅବଧ୍ୟ ବ୍ରାହ୍ମଣ

ତଥାପି ଅଟନ୍ତି ରାଜା ଜଗତରେ ଶାସ୍ତା

ଲୋକଗଣ ରକ୍ଷାକାରୀ ଗତିମୁକ୍ତି ଦାତା

ସମସ୍ତଙ୍କ ବାକ୍ୟ ଶୁଣି ବୋଇଲେ କୁକୁର

ମୋର ନିବେଦନ ଶୁଣ ଜଗତ ଠାକୁର

ଆପଣଙ୍କ ଶ୍ରୀଚରଣେ ଏତିକି ମିନତି

ହେଉ ବିପ୍ର କାଳଞ୍ଜର ଦେଶେ କୁଳପତି

ତହୁଁ ସେ ସର୍ବ ଅସିଦ୍ଧ ରାଜାଙ୍କ ଆଦେଶେ

କୁଳପତି ହୋଇ ଗଲା କାଳଞ୍ଜର ଦେଶେ

ଚମତ୍କୃତ ହୋଇ ପୁଛା କଲେ ମନ୍ତ୍ରିଗଣ

କିପ୍ରକାର ଦଣ୍ଡ ଏହି ପାଇଲା ବ୍ରାହ୍ମଣ

କାଳଞ୍ଜର ଦେଶ ମଧ୍ୟେ ପ୍ରଧାନ ହେବାର

ବରଞ୍ଚ ବୋଲିବୁ ଏହା ଅଟେ ପୁରସ୍କାର

ବୋଇଲେ ଶ୍ରୀରାମ ମନ୍ତ୍ରିଗଣ ପୁଛିବାରେ

ଏଥିର ବୃତ୍ତାନ୍ତ ସାରମେୟ ବହିପାରେ

ପଚାରନ୍ତେ କୁକୁରକୁ ବୋଇଲା ଭାରତ

କାଳଞ୍ଜର ଦେଶେ ମୁହିଁ ଥିଲି କୁଳପତି

ସର୍ବଦା କରଇଁ ପୂଜା ଦେବ ବିପ୍ରଗଣେ

ଯତ୍ନକରେ ଦେବ ବିପ୍ର ସମ୍ପତ୍ତି ରକ୍ଷଣେ

ଗୁରୁ ବିପ୍ରଗଣ ପ୍ରତି ଥାଇ ଭକ୍ତିମାନ

କରୁଥାଏଁ ଲୋକଗଣ ହିତ ଅନୁଷ୍ଠାନ

ପର ଦ୍ରବ୍ୟ ହରଣରେ ଥାଏ ନାହିଁ ମତି

ତଥାପି ଦେଖୁନ୍ତୁ ମୋର କେମନ୍ତ ଦୁର୍ଗତି

କୁଳପତି ହେଲେ ଏହି ନିର୍ବୋଧ ବ୍ରାହ୍ମଣ

କରିବ ଅବଶ୍ୟ ନାନା ଅହିତା ଚରଣ

ଅଧର୍ମି ନିର୍ବୋଧ କ୍ରୋଧ ସ୍ୱଭାବ ନୃଶଂସ

ବିନାଶ କରଇ ତାର କୁଳ ଚତୁର୍ଦ୍ଦଶ

ଜଗତରେ ଯେଉଁ ଲୋକ ହୁଏ କୁଳପତି

ଅବଶ୍ୟ ଭୁଞ୍ଜଇ ପରକାଳରେ ଦୁର୍ଗତି

ଇଚ୍ଛା ଥିଲେ ନରକକୁ କରିବା ପ୍ରେରଣ

କରୁନ୍ତୁ ତାହାକୁ କୁଳପତିରେ ବରଣ

କୁଳପତି ଗଣ ହୋଇ ଲୋଭ ପରବେଶ

ହରନ୍ତି ସ୍ତ୍ରୀଧନ ପୁଣି ଦେବସ୍ୱ ବ୍ରହ୍ମସ୍ୱ

ପୁଣି ଯେଉଁ ଲୋକ ଦତ୍ତଧନ ଅପହରେ

ପଡ଼େ ସେହି ନିଶ୍ଚେ ବାଳୀ ନାମ ନରକରେ

ସଭାସଦଗଣ ଶୁଣି ଏସବୁ ବୃତ୍ତାନ୍ତ

ବସିଲେ ମଉନି ହୋଇ ଆଶ୍ଚର୍ଯ୍ୟ ନିତାନ୍ତ

କୁକୁର ମେଳାଣି ହୋଇ ଗଲା ବାରାଣସି

ବ୍ରତ ଆରମ୍ଭିଲା ପ୍ରୟୋପବେଶନେ ବସି

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକସପ୍ତତିତମ ସର୍ଗ

 

ଦ୍ୱିସପ୍ତତିତମ ସର୍ଗ

ଥିଲା ସେହି ଦେଶେ ଏକ ନିବିଡ଼ କାନନ

ବୃକ୍ଷ ଲତା ପରିପୂର୍ଣ୍ଣ ପ୍ରଫୁଲ୍ଲ ସୁମନ

ସିଂହ ବ୍ୟାଘ୍ର ଜନ୍ତୁ କରୁଥାନ୍ତି ବିଚରଣ

କରନ୍ତି ତପସ୍ୟା ବେଦବିଦ ବିପ୍ରଗଣ

ଏକ ଗିଧ ଏକ ପେଚା ଆନନ୍ଦିତ ମନେ

ବାସ କରୁଥାନ୍ତି ବହୁକାଳୁଁ ସେହି ବନେ

ଏକଦା ପାପାତ୍ମା ଗିଧ କରି ଅତ୍ୟାଚାର

ପେଚକ ବସାକୁ ଯାଇ କଲା ଅଧିକାର

ବହୁତ ବିବାଦ ତେଣୁ ହେଲା ପରସ୍ପରେ

ଦୁହିଙ୍କର ବସା ଅଧିକାର ବିଷୟରେ

ସେଦେଶ ନୃପତି ରାମ ଜାନକୀ ରମଣ

ତାଙ୍କ ପାଶେ ଗଲେ ଦ୍ୱନ୍ଦ ମୀମାଂସା କାରଣ

ଉପସ୍ଥିତ ହୋଇ ଦୁହେଁ ରାଜାଙ୍କ ପାଶରେ

ବିଚାର ପ୍ରାର୍ଥନା କଲେ ବିନୟ ବାକ୍ୟରେ

ବୋଇଲା ସେ ଗୃଧ୍ର ରାମଚନ୍ଦ୍ର ମୁଖ ଚାହିଁ

ମୋର ନିବେଦନ ଶୁଣ ଅଯୋଧ୍ୟାର ସାଇଁ

 

 

ସୁରାସୁର ସର୍ବଭୂତେ ଆପଣ ପ୍ରଧାନ

ଅଟନ୍ତି ଯେ ଦେବଗୁରୁ ଉଶନା ସମାନ

ଚନ୍ଦ୍ରମା ସମାନେ ତବକାନ୍ତି କମନୀୟ

ତୁମ୍ଭର ମହିମା ନୁହେ ଅନୁଭବନୀୟ

ଜଗତେ ନୀତିଜ୍ଞ ମଧ୍ୟେ ଆପଣ ଅଗ୍ରଣୀ

ଗାମ୍ଭୀର୍ଯ୍ୟେ ସାଗର ସମ କ୍ଷମାରେ ଧରଣୀ

ଆପଣଙ୍କ କୀର୍ତ୍ତମାଳା ଜଗତ ବିଦିତ

ପାରନ୍ତି ଯେ ସର୍ବଭୂତ କରି ପରାଜିତ

ପ୍ରଚଣ୍ଡ ମାର୍ତ୍ତଣ୍ଡ ସମ ବେଗରେ ପବନ

ଶୁଣିବାକୁ ଆଜ୍ଞା ହେଉ ମୋର ନିବେଦନ

କରିଥିଲି ମୁହିଁ ଏକ ଆବାସ ନିର୍ମ୍ମାଣ

ଉଲୁକ ସେ ବସା ମୋର କରୁଛି ହରଣ

ପୁଣି ମୋହ ପ୍ରତି କରୁଅଛି ଅତ୍ୟାଚାର

ହେ ଦେବ ଗୁହାରି ମୋର କରୁନ୍ତୁ ବିଚାର

ଗିଧ ବାକ୍ୟ ଶୁଣି ତହୁଁ ବୋଇଲା ପେଚକ

ହେ ପ୍ରଭୋ ଆପଣ ଅଛନ୍ତି ଜଗତ ପାଳକ

ହେ ରଘୁନନ୍ଦନ ଅଟ ସର୍ବବେଦ ସାର

ଅଟନ୍ତି ସ୍ୱୟମ୍ଭୂ ନାରାୟଣ ଅବତାର

ପ୍ରକୃତି ପୁଞ୍ଜକୁ ସମଭାବେ ଦେଖୁଛନ୍ତି

ଶଶାଙ୍କ ଅଂଶରୁ ହୋଇ ଥିବାରୁ ଉତ୍ପତ୍ତି

ଆପଣ ଅଟନ୍ତି ଦାତା ପାପ ରକ୍ଷାକାରୀ

ଆମ୍ଭମାନଙ୍କର ତେଣୁ ଇନ୍ଦ୍ର ବଜ୍ରଧାରୀ

ଆପଣଙ୍କ ତେଜ ସର୍ବପ୍ରାଣୀ ଭୟକର

ଆକାଶ ମଣ୍ଡଳେ ଯେହ୍ନେ ଉଦିତ ଭାସ୍କର

ଦାନେ ମୁକ୍ତ ହସ୍ତ ସର୍ବପ୍ରାଣୀ ସୁଖପ୍ରଦ

ତେଣୁ ଆମ୍ଭମାନଙ୍କର ଅଟନ୍ତି ଧନଦ

ସ୍ଥାବର ଜଙ୍ଗମ ଶତ୍ରୁ ମିତ୍ର ସର୍ବଠାରେ

ସମଦୃଷ୍ଟି ଥାଏ ତବ ଧର୍ମ ଅନୁସାରେ

ହୁଅନ୍ତି ଯେ ଲୋକପ୍ରତି କ୍ରୋଧିତ ଆପଣ

ସେହି ପାପାଚାରୀ ଲଭେ ଅବଶ୍ୟ ମରଣ

ଅନାଥର ନାଥ ଅଟ ଦୁର୍ବଳର ବଳ

ସକଳ ପ୍ରାଣୀର ଅଟ ସହାୟ ସମ୍ବଳ

ଆହେ ପ୍ରଭୋ ମୋ ଗୁହାରି କରୁନ୍ତୁ ଶ୍ରବଣ

ଏହି ଗୃଧ୍ର ମୋ ବସାକୁ କରୁଛି ହରଣ

ଆହେ ମହାପ୍ରଭୋ କରି ଉଚିତ ବିଚାର

ଏପାପିଷ୍ଠ ହସ୍ତୁଁ ମୋତେ କରୁନ୍ତୁ ଉଦ୍ଧାର

ମହାରାଜ ରାମଚନ୍ଦ୍ର ଶୁଣି ଏହି କଥା

ବୋଇଲେ ସଚୀବଗଣେ ସକଳ ବାରତା

ବିଜୟ ସିଦ୍ଧାର୍ଥ ରାଷ୍ଟ୍ର ବର୍ଦ୍ଧନ ସୁମନ୍ତ

ମହାବଳ ଧର୍ମପାଳ ଅଶୋକ ଜୟନ୍ତ

ଦଶରଥ ମନ୍ତ୍ରୀଥିଲେ ଏମାନେ ସକଳେ

କରୁଥିଲେ ରାଜ୍ୟରକ୍ଷା ବିଚାର କୌଶଳେ

ନୀତିଶାସ୍ତ୍ର ବିଶାରଦ ସର୍ବେ ବୁଦ୍ଧିମାନ

ସତ୍‌କୁଳରୁ ଜାତ ସର୍ବଶାସ୍ତ୍ରଜ୍ଞ ବିଦ୍ୱାନ

ଏମାନେ ରାଜାଙ୍କଠାରୁ ଶୁଣି ବିବରଣ

ପୁଛା କଲେ ଗୃଧ୍ରକୁ ଯେ ବିବାଦ କାରଣ

ମନ୍ତ୍ରୀଏ ପୁଛନ୍ତେ ଗୃଧ୍ର ବୋଇଲା ଉତ୍ତର

ବହୁକାଳୁଁ ବାନ୍ଧି ଅଛି ବସାଟି ମୋହର

ପୃଥ୍ୱୀରେ ଯେ ଦିନୁ ହେଲେ ମନୁଷ୍ୟ ଭିଆଣ

ସେହିଦିନୁ ବସାଟି ମୁ କରିଛି ନିର୍ମାଣ

ବୋଇଲା ପେଚକ ଶୁଣି ଆହେ ମନ୍ତ୍ରୀବରେ

ଯେଦିନୁ ପାଦପ ସୃଷ୍ଟି ହେଲା ପୃଥିବୀରେ

ସେହି ଦିନୁ କରିଛି ମୁ ଆବାସ ନିର୍ମାଣ

ନେଉନ୍ତୁ ଆପଣମାନେ ସେଥିରେ ପ୍ରମାଣ

ଏରୂପ ଉଲୁକ ଗୃଧ୍ର ବଚନ ଶ୍ରବଣେ

ବୋଇଲେ ଶ୍ରୀରାମଚନ୍ଦ୍ର ସଭାସଦଗଣେ

ଯେ ସଭାରେ ବୃଦ୍ଧ ନାହିଁ ନୁହେ ସେହି ସଭା

ଉପଦେଶ ବିନା ବୃଦ୍ଧ ପାନ୍ତି ନାହିଁ ଶୋଭା

ସତ୍ୟ ହୀନ ଉପଦେଶ ନୁହେ ଉପଦେଶ

ସେହି ଉପଦେଶ ଅଟେ କୌଶଳ ବିଶେଷ

ପ୍ରକୃତ ବିଷୟ ଜାଣି ଯେଉଁ ସଭ୍ୟମାନେ

ସତ୍ୟ କଥା ନବୋଲନ୍ତି ଜ୍ଞାତେ ଅଭିମାନେ

ପ୍ରକୃତ କଥାରେ ଅବା ନଦେଲେ ଉତ୍ତର

ନିତାନ୍ତ ଅସତ୍ୟବାଦୀ ସେହି ସର୍ବ ନର

ସହସ୍ର ସହସ୍ର ବର୍ଷ କରି କର୍ମଭୋଗ

ଲଭନ୍ତି ପଶ୍ଚାତ ମୁକ୍ତି ପାଇଲେ ସୁଯୋଗ

ବୋଇଲେ ସଚୀବେ ରାମଚନ୍ଦ୍ର ମୁଖ ଚାହିଁ

ଏକଥାରେ ଉଲ୍ଲୂକର କିଛି ଦୋଷ ନାହିଁ

ଗୃଧ୍ର ବାକ୍ୟ ସତ୍ୟ ବୋଲି ଯାଉ ନାହିଁ ଜଣା

ସିଦ୍ଧାନ୍ତ କରିଛୁଁ କରି ସକଳ ତର୍କଣା

ଦୋଷଗୁଣ ସବୁକଥା କରିଣ ବିଚାର

ବିଧାନ କରୁନ୍ତୁ ଯାହା ଦଣ୍ଡ ପୁରସ୍କାର

ଦଣ୍ଡ ପୁରସ୍କାର ରାଜା କଲେକ ବିଧାନ

ତାହାଙ୍କ ଦୁର୍ଗତି ସଙ୍କ ହୁଏ ଅବମାନ

ବୋଇଲେ ଶ୍ରୀରାମଚନ୍ଦ୍ର ହେ ସଚୀବଗଣ

ପୌରାଣିକ କଥା ଏକ କରୁନ୍ତୁ ଶ୍ରବଣ

ସୃଷ୍ଟି ପୂର୍ବେ ଚନ୍ଦ୍ର ସୂର୍ଯ୍ୟ ତାରକା ମଣ୍ଡଳ

ସସଗରା ବସୁନ୍ଧରା ଗିରି ବନସ୍ଥଳ

ଏହି ସର୍ବ ଅବିଛନ୍ନ ରହି ଏକତ୍ରରେ

ପ୍ରବେଶିଲେ ଭଗବାନ ବିଷ୍ଣୁଙ୍କ ଜଠରେ

ଏହି ସର୍ବ କରି ଗର୍ଭ ମଧ୍ୟରେ ଧାରଣ

ଯୋଗମାୟା ଅଭିଭୂତ ଥିଲେ ନାରାୟଣ

ଭଗବାନ ହେବା ଯୋଗୁଁ ନିଦ୍ରାରେ ଆଦେଶ

ବ୍ରହ୍ମ କଲେ ଯାଇ ତାଙ୍କ ଗର୍ଭରେ ପ୍ରବେଶ

ନାରାୟଣ ନାଭିଦେଶୁଁ ହେଲା ପ୍ରକାଶିତ

ସୁବର୍ଣ୍ଣ ନିର୍ମିତ ଏକ ପଦ୍ମ ପ୍ରସ୍ଫୁଟିତ

ନାରାୟଣ ଉଦରରୁ ବାହାରିଲେ ବ୍ରହ୍ମା

ଜଗତ ସୃଷ୍ଟିରେ ହେବା ପାଇଁ କୃତକର୍ମ୍ମା

ସୁବର୍ଣ୍ଣ କମଳେ କରି ସମାଧି ସ୍ଥାପନ

ମନ ଦେଲେ କରିବାକୁ ଜଗତ ସୃଜନ

ସୃଜିଲେ ପ୍ରଥମେ ଜଳ ବାୟୁ ବସୁମତୀ

ସରିସୃପ ଜରାୟୁଜ ଅଣ୍ଡଜ ପ୍ରଭୃତି

ନାରାୟଣ କର୍ଣ୍ଣମଧ୍ୟୁଁ ଏହି ଅବସରେ

ଜନମିଲେ ଦୈତ୍ୟ ମଧୁ କୈଟଭ ନାମରେ

ଦୈତ୍ୟ ଦୁଇ ସମ୍ମୁଖରେ ଦେଖିଣ ବ୍ରହ୍ମାଙ୍କୁ

ଧାଇଁଲେ ଯେ ବେଗେ କ୍ରୋଧଭରେ ମାରିବାକୁ

ଭଗବାନ ବ୍ରହ୍ମା ଦେଖି ଦୈତ୍ୟଙ୍କ ବ୍ୟଭାର

ମହାକ୍ରୋଧ ଭରେ ତହୁଁ ତେଜିଲେ ହୁଙ୍କାର

ନାରାୟଣ ଜାଗରିତ ହୋଇ ହୁଙ୍କାରରେ

ମଧୁକୈଟଭକ ନାଶ କଲେ ଯେ ଚକ୍ରରେ

ଦୈତ୍ୟମେଦ ଗନ୍ଧେ ହେଲା ଦୁର୍ଗନ୍ଧ ମେଦିନୀ

ଭାବିତ ହେଲେ ଯେ ଦେଖି ବ୍ରହ୍ମା ପଦ୍ମଯୋନି

ବ୍ରହ୍ମ ପତିପ୍ରାୟ ଜାଣି ପ୍ରଭୁ ସନାତନ

ପାଦପ ଔଷଧ ଶସ୍ୟ କଲେ ଯେ ସୃଜନ

ହୋଇଛି ଉତ୍ପନ୍ନ ବସୁନ୍ଧରୀ ଏପ୍ରକାର

ତେଣୁ ଅଟେ ବସା ପେଚକର ଅଧୀକାର

ଏହି ଗୃଧ୍ର ପରଧନ ହରିବା ପ୍ରଯୁକ୍ତ

ପ୍ରାଣଦଣ୍ଡ ଅଟେ ତାର ଶାସ୍ତି ଉପଯୁକ୍ତ

ଗୃଧ୍ର ପ୍ରତି ଏହି ଆଜ୍ଞା କରନ୍ତେ ରାଜନ

ଆକାଶରୁ ଦୈବବାଣୀ ହେଲା ଘନଘନ

ଆହେ ମହାରାଜ ବଧ ନକର ଗୃଧ୍ରକୁ

ଶାପ ନଳ ପୋଡ଼ୁ ଅଛି ଏହା ଶରୀରକୁ

ଏହି ଗୃଧ୍ର ପକ୍ଷୀ କଥା ଶୁଣନ୍ତୁ ସମ୍ପ୍ରତି

ପୂର୍ବେ ବ୍ରହ୍ମବୈଦ୍ୟ ନାମେ ଥିଲେ ନରପତି

ଏକଦା ଗୌତମ ଆସି ରାଜାଙ୍କର ପାଶେ

ପ୍ରାର୍ଥନା କଲେ ଯେ କିଛି ଭୋଜନ ସକାଶେ

ବୋଇଲେ ମହର୍ଷି ନରପତି ମୁଖ ଚାହିଁ

ଶଏ ଏକ ବର୍ଷ ହେଲା କିଛି ଖାଇ ନାହିଁ

ମହର୍ଷିଙ୍କ ଆଜ୍ଞା ପ୍ରାପ୍ତି ମାତ୍ରକେ ରାଜନ

ନାନାରୂପ ଖାଦ୍ୟ କରି ଦେଲେ ଆୟୋଜନ

ମହର୍ଷି ଗୌତମ ବସିଛନ୍ତି ଭୋଜନରେ

ଦେଖିଲେ ଯେ ମାଂସ ଖଣ୍ଡେ ଆପଣା ଖାଦ୍ୟରେ

ମାଂସ ଖଣ୍ଡ ଦେଖି ଋଷି ମହାକ୍ରୋଧ ଭରେ

ଗୁଧ୍ର ହୁଅ ବୋଲି ଶାପ ଦେଲେ ନରବରେ

ଶାପକଥା ଶୁଣି ବ୍ରହ୍ମଦତ୍ତ ନରପତି

ଋଷିଙ୍କୁ ବିନୟେ କଲେ ବହୁତ ମିନତି

ନଜାଣି କରିଛି ଦୋଷ ଆହେ ତପୋଧନ

ଦୟାକରି ଅଭିଶାପ କରୁନ୍ତୁ ମୋଚନ

ଏହା ଶୁଣି ମହାଋଷି ଜାଣିଲେ ଧ୍ୟାନରେ

ଦୋଷ ହୋଇଅଛି ନରପତି ଅଜ୍ଞାତରେ

ବୋଇଲେ ମହର୍ଷି ତହୁଁ ସନ୍ତୁଷ୍ଟ ଚିତ୍ତରେ

ଜନ୍ମିବେ ଶ୍ରୀରାମଚନ୍ଦ୍ର ଇକ୍ଷ୍ୱାକୁ ବଂଶରେ

ସେହି ନରପତି କଲେ ତୁମ୍ଭକୁ ପରଶ୍ୟ

ଏହି ଶାପ ବିମୋଚନ ହେବଟି ଅବଶ୍ୟ

ଏହାଶୁଣି ରଘୁପତି ଛୁଅନ୍ତେ ଗୃଧ୍ରକୁ

ବ୍ରହ୍ମଦତ୍ତ ତ୍ୟାଗ କରି ପକ୍ଷୀ ଶରୀରକୁ

ବୋଇଲେ ଶ୍ରୀରାମଚନ୍ଦ୍ର ଯୋଡ଼ି ବେନିକର

ମହାପ୍ରଭୁ କଲ ମୋତେ ପାପରୁ ଉଦ୍ଧାର

 

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱିସପ୍ତତିତମ ସର୍ଗ

 

ତ୍ରିସପ୍ତତିତମ ସର୍ଗ

ପାଳନ୍ତି ଶ୍ରୀରାମ ରାଜ୍ୟ ଲକ୍ଷ୍ମଣ ସହିତ

ସୁଖଦ ବସନ୍ତ ଋତୁ ହେଲା ଉପସ୍ଥିତ

ଏକଦିନ ରାମଚନ୍ଦ୍ର ପ୍ରଭାତ କାଳରେ

ପ୍ରାତଃକୃତ୍ୟ ସାରି ବସି ଅଛନ୍ତି ସଭାରେ

ସୁମନ୍ତ୍ର ଏମନ୍ତ କାଳେ କଲେ ନିବେଦନ

ଶୁଣିବାକୁ ଆଜ୍ଞା ହେଉ ଅଯୋଧ୍ୟା ରାଜନ

ମହାତପୀ ଭୃଗୁପୁତ୍ର ଚ୍ୟବନ ମହର୍ଷି

ଶିଷ୍ୟଗଣେ ଘେନି ସିଂହଦ୍ୱାରେ ଛନ୍ତି ବସି

କରିବାକୁ ଆପଣଙ୍କ ସହିତ ସାକ୍ଷାତ

ବୋଇଲେ ସୁମତ୍ର କଥା ଶୁଣି ସୀତାନାଥ

ଆସୁନ୍ତୁ ସୋମମହାଋଷିଗଣ ଆମ୍ଭଠାରୁ

ସୁମନ୍ତ୍ର ଯେ ଗଲେ ସେମାନଙ୍କୁ ଆଣିବାକୁ

ବ୍ରହ୍ମ ତେଜୋମୟ ଶତାଧିକ ମହାଋଷି

ମହାରାଜ ଆଜ୍ଞା ମାତ୍ରେ ସଭାରେ ପ୍ରବେଶି

ତୀର୍ଥୋଦକଆଦି ନାନାବିଧ ଉପଚାର

ମହାରାଜା ରାମଚନ୍ଦ୍ରେ ଦେଲେ ଉପହାର

 

 

ଉପହାରମାନ ପାଇ ଅଯୋଧ୍ୟା ରାଜନ

ବସିବାକୁ ଦେଲେ ଋଷିମାନଙ୍କୁ ଆସନ

ତହୁଁ ଅନ୍ତେ ମହାରାଜା ଯୋଡ଼ି ବେନିକର

ପୁଛା କଲେ ଋଷିଗଣେ କରି ସମାଦର

ବୋଲିବା ହେଉନ୍ତୁ କୃପାକରି ବିପ୍ରଗଣ

ଆପଣମାନଙ୍କ ଏଥି ଆସିବା କାରଣ

ଆମ୍ଭର ଜୀବନ ରାଜ୍ୟ ଆହେ ବିପ୍ରବର୍ଗ

ଆପଣମାନଙ୍କ ପାଇଁ କରିଛୁଁ ଉତ୍ସର୍ଗ

ମହର୍ଷିମାନଙ୍କ ଆମ୍ଭେ ସଦା ଆଜ୍ଞାକାରୀ

ପାଳିବୁଁ କରୁନ୍ତୁ ଆଜ୍ଞା କିଛି ନବିଚାରି

ଶ୍ରୀରାମ ବିନୀତ ବାକ୍ୟେ ହୋଇଣ ସନ୍ତୋଷ

ବୋଇଲେ ତାପସେ ହୋଇ ବହୁତ ହରଷ

ହେ ରାଜନ ତୁମ୍ଭ ବିନା ଅଛି କେଉଁ ଜଣ

ତାପସମାନଙ୍କ ପାଇଁ କରିବ ଏପଣ

ବହୁତ ଦେଖିଛୁଁ ଆମ୍ଭେମାନେ ନରପତି

ପ୍ରତିଜ୍ଞା କରନ୍ତି ବୁଝି ସୁଝି କାର୍ଯ୍ୟଗତି

ମାତ୍ର ତୁମ୍ଭେ କିଛି କଥା କରି ନବିଚାର

ପ୍ରତିଜ୍ଞା କରୁଛ କାର୍ଯ୍ୟ କରିବ ଉଦ୍ଧାର

 

 

 

 

ଏଥକୁ କରୁଛୁଁ ଆମ୍ଭେମାନେ ଅନୁମାନ

ଆମ୍ଭମାନଙ୍କର କାର୍ଯ୍ୟ କରିବ ସାଧନ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ରିସପ୍ତତିତମ ସର୍ଗ

 

ଚତୁଃସପ୍ତତିତମ ସର୍ଗ

ମହର୍ଷିମାନଙ୍କ ବାକ୍ୟ ହୋନ୍ତେ ସମାପନ

ବୋଇଲେ ଶ୍ରୀରାମଚନ୍ଦ୍ର କାକୁତ୍‍ସ୍ଥ ନନ୍ଦନ

ଆଜ୍ଞା କର ତ୍ୱରା କରି ଆହେ ଋଷିଗଣ

ଆପଣମାନଙ୍କ ଏଥି ଆସିବା କାରଣ

ବୋଇଲେ ଭାର୍ଗବ ଶୁରି ଶ୍ରୀରାମ ବଚନ

ଆମ୍ଭ ନିବେଦନ ଶୁଣ ହେ ରଘୁନନ୍ଦନ

କୃତଯୁଗେ ଲୋଳା ଗର୍ଭେ ଜନ୍ମିଲା ଦାନବ

ତାହା ନାମ ମଧୁ ଥିଲା ବିପୁଳ ବିଭବ

ସାଧୁ କର୍ମେ ନିରନ୍ତର ଥାଏ ତାର ମତି

ଭକ୍ତି ଭାବେ ପୂଜା କରୁଥାଏ ଉମାପତି

ତାହା ଧର୍ମନିଷ୍ଠା ଦେଖି ଶିବ ଭଗବାନ

ଏକ ମହାଅସ୍ତ୍ର କରି ତାକୁ ସମ୍ପ୍ରଦାନ

ବୋଇଲେ ହେ ଦୈତ୍ୟରାଜ ଦେଖି ତୁମ୍ଭ ଭକ୍ତି

ଆନନ୍ଦେ ପ୍ରଦାନ କଲୁଁ ଏହି ମହାଶକ୍ତି

ଯେ ପର୍ଯ୍ୟନ୍ତ ନକରିବ ବିଦ୍ୱେଷ କାହାରେ

ସେ ପର୍ଯ୍ୟନ୍ତ ଏହି ଶକ୍ତି ଥିବ ତୁମ୍ଭଠାରେ

 

 

ମାତ୍ର ଆମ୍ଭ ଆଜ୍ଞା ଯେବେ କରିବ ଅନ୍ୟଥା

ନପାଇବ ଏହି ଅସ୍ତ୍ର ବୁଝି ଥାଅ କଥା

ତୁମ୍ଭ ସଙ୍ଗେ ଯେଉଁ ଲୋକ କରିବ ସମର

କରିବ ଏଶକ୍ତି ତାର ଜୀବନ ସଂହାର

ଶିବଠାରୁ ଦୈତ୍ୟ ପାଇ ଏହିରୂପ ବର

ବୋଇଲା ବିନୟ କରି ଯୋଡ଼ି ବେନିକର

ହେ ଦେବ ଆପଣ ଅଟ ଶୂର ଗଣପତି

କୃପାକରି ଦିଅ ବର ଯେହ୍ନେ ଏହି ଶକ୍ତି

ପରିତ୍ୟାଗ ନକରିବ ମୋହର ବଂଶକୁ

ଏହାଶୁଣି ମହାଦେବ ବୋଇଲେ ମଧୁକୁ

ଆହେ ମଧୁ ଯେଉଁ ବର ଦେଇ ଅଛୁଁ ବେଲେ

ସେଥିର ଅନ୍ୟଥା ହେବ ନାହିଁ କେତେବେଳେ

ତୁମ୍ଭ ଏକ ପୁତ୍ର ମାତ୍ର ପାଇବ ଏବର

ଏହି ଶକ୍ତି ଥିବାଯାଏ ହେବ ସେ ଅମର

ମହାଶୂର ଦୈତ୍ୟ ଲାଭ କରି ଏହି ବାଣ

ସୁରମ୍ୟ ଭବନ ଏକ କଲାକ ନିର୍ମ୍ମାଣ

ଅଲା ଗର୍ଭୁଁ ଜାତ ହେଲା ନନ୍ଦିନୀ ରୂପସୀ

ମହାପ୍ରଭାବତୀ ତାହା ନାମ କୁମ୍ଭନସୀ

ସେହି କୁମ୍ଭନସୀ ମଧୁ ଭାର୍ଯ୍ୟା ପ୍ରିୟତମା

କାହା ଗର୍ଭୁ ଜାତି ପୁତ୍ର ଲବଣ ସୁଷମା

ମାତ୍ର ସେ ନନ୍ଦନ ଥିଲା ନିତାନ୍ତ ଦୁର୍ବୃତ୍ତ

ନିରନ୍ତର ଥାଏ ମନ୍ଦ କର୍ମରେ ପ୍ରବୃତ୍ତ

ଏଥୁଅନ୍ତେ ପୁତ୍ରେ କରି ବାଣ ସମର୍ପଣ

ମହାଶୂର ମଧୁ ଦୈତ୍ୟ ଲଭଇ ମରଣ

ଶିବବର ପ୍ରଭାବରେ ଲବଣ ଅସୁର

ଅତ୍ୟାଚାରୀ ହୋଇ କଲା ତିନି ଲୋକ ଜୁର

ବିଶେଷେ ତାପସ ଗଣେ କରୁଛି ନିଗ୍ରହ

ହେ କାକୁସ୍ଥ ବର୍ତ୍ତମାନ କର ଅନୁଗ୍ରହ

ଲବଣ ହସ୍ତରୁ ରକ୍ଷା କର ଋଷିଗଣେ

କଷ୍ଟ ପାଉଅଛୁଁ ତାହା ମନ୍ଦ ଆଚରଣେ

ଦୁଃଖ ଜଣାଇଲୁଁ ଯାଇ କେତେ ନୃପତିକୁ

କେହି ଯାଇ ନପାରିଲେ ଲବଣ କତିକୁ

ଉଶ୍ୱାସ କରିଛ ପୃଥ୍ୱୀ ବିନାଶି ରାବଣ

ବର୍ତ୍ତମାନ ଅତ୍ୟାଚାର କରୁଛି ଲବଣ

ହେ ରାଘବ ଜଣାଇବୁଁ ସର୍ବ ବିବରଣ

କୃପାକରି କର ମୋର ପ୍ରାର୍ଥନା ପୂରଣ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁଃସପ୍ତତିତମ ସର୍ଗ

 

ପଞ୍ଚସପ୍ତତିତମ ସର୍ଗ

ପୁଛା କଲେ ରାମଚନ୍ଦ୍ର ଆହେ ଋଷିଗଣ

କି ପ୍ରକାର ଅତ୍ୟାଚାର କରୁଛି ଲବଣ

ଲୋକଗଣ ପ୍ରତି କରେ କିରୂପ ବେଭାର

କେଉଁ ଠାରେ ରହେ କରେ କି ଦ୍ରବ୍ୟ ଆହାର

ବୋଇଲେ ରୁଷିଏ ମଧୁବନେ କରେ ବାସ

ମୁନିଋଷି ଗଣେ ଧରି ଧରି କରେ ଗ୍ରାସ

ସିଂହ ବ୍ୟାଘ୍ର ନର ମୃଗ ଯାହାକୁ ସେ ଧରେ

ତତକ୍ଷଣେ ପୂର୍ଣ୍ଣ କରେ ଆପଣା ଉଦରେ

ବୋଇଲେ ଶ୍ରୀରାମଚନ୍ଦ୍ର ଆହେ ମୁନିଗଣ

ଅବଶ୍ୟ କରିବୁଁ ଯାଇ ବିନାଶ ଲବଣ

ଏତେ ବୋଲି ମୁନିଗଣେ ଅଯୋଧ୍ୟା ରାଜନ

ଭରତ ଶତ୍ରୁଘ୍ନେ ରାଇ ବୋଇଲେ ବଚନ

ତୁମ୍ଭ ଦୁଇ ଜଣ ମଧ୍ୟେ ଯାଅ ବୀର ଜଣେ

ଲବଣ ରାକ୍ଷସ ପ୍ରାଣ ବିନାଶ କାରଣେ

ବୋଇଲେ ଭରତ ଶୁଣି ହେ ଅଯୋଧ୍ୟାପତି

ଲବଣେ ବଧିବା ପାଇଁ ହେଉ ଅନୁମତି

 

 

ନିବାରଣ କରିବାକୁ ଋଷିଗଣ ତ୍ରାସ

କରିବି ସମ୍ପ୍ରତି ଯାଇ ଲବଣେ ବିନାଶ

ଶତ୍ରୁଘ୍ନ ଏକଥା ଶୁଣି ଯୋଡ଼ି ବେନିକର

ବୋଇଲେ ଶ୍ରୀରାମେ ଆହେ ଅଯେଧ୍ୟା ଈଶ୍ୱର

ମହାତ୍ମା ମାଧ୍ୟମ ଭ୍ରାତା ବୋଇଲେ ଯେ କଥା

ପାରନ୍ତି ସେ କରି ନାହିଁ ସେଥିରେ ଅନ୍ୟଥା

ମାତ୍ର ଆପଣଙ୍କ ବନ ଗମନ କାଳରେ

ଫଳ ମୂଳ ଖାଇଥିଲେ ତପସ୍ୱୀ ବେଶରେ

ପର୍ବକାଳମାନଙ୍କରେ କରି ଉପବାସ

ଯତିବେଶେ ନନ୍ଦିଗ୍ରାମେ କରୁଥାନ୍ତି ବାସ

ଆପଣଙ୍କ ଅଭାବରେ ଅଯୋଧ୍ୟା ନଗରୀ

ପ୍ରଜାଗଣେ ପାଳୁଥିଲେ ନିଜ ପୁତ୍ରପରି

ହୋଇ ପଡ଼ିଛନ୍ତି କ୍ଷୀଣ ପାଇ ନାନାକ୍ଳେଶ

ବରଞ୍ଚ ମୁ ଯିବି ଯୁଦ୍ଧେ କରୁନ୍ତୁ ଆଦେଶ

ମହାତ୍ମା ରାଘବ ଶୁଣି ଏସର୍ବ ବଚନ

ବୋଇଲେ ଆନନ୍ଦେ ଆହେ ଭ୍ରାତଃ ଶତ୍ରୁଘନ

ନଲୋଡ଼ ଦେବାକୁ ଯେବେ ଭରତକୁ କ୍ଳେଶ

ଯାଅ ତେବେ ଯୁଦ୍ଧେ ଆମ୍ଭେ କରୁଛୁଁ ଆଦେଶ

ତୁମ୍ଭଠାରେ ବର୍ତ୍ତମାନ ଅଛି ସର୍ବଗୁଣ

ତଥାପି ଦେଉଛୁଁ କିଛି ଉପଦେଶ ଶୁଣ

ଲବଣକୁ ମାରି କରି ରାଜ୍ୟ ସଂଶୋଧନ

କରିବ ପ୍ରଜାଙ୍କୁ ପୁତ୍ର ସମାନେ ପାଳନ

ବିପ୍ରଗଣଠାରୁ ଘେନି ବିଧି ଯଥୋଚିତ

କରବୁଁ ତୁମ୍ଭକୁ ସେହି ରାଜ୍ୟେ ଅଭିଷିକ୍ତ

କରିବାକୁ ହେଲେ ସେହି ରାଜ୍ୟ ଉଛୁ ଳନ

କରିବା ଉଚିତ ତହିଁ ନୂତନ ଶାସନ

ଏକଥାରେ କରୁଅଛୁଁ ଯାହା ଅନୁମତି

ଉଚିତ ନୁହଇ ତୁମ୍ଭ କରିବା ଆପତ୍ତି

ଯେହେତୁ ବାଳକ ତୁମ୍ଭେ ଅଗ୍ରଜ ଆଦେଶ

ପାଳିବା ଉଚିତ ତୁମ୍ଭ ପକ୍ଷରେ ବିଶେଷ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚସପ୍ତତିତମ ସର୍ଗ

 

ଷଟ୍‌ସପ୍ତତିତମ ସର୍ଗ

ଶ୍ରୀରାମଚନ୍ଦ୍ରଙ୍କ ବାକ୍ୟ ଶୁଣି ଶତ୍ରୁଘନ

ବିନୟରେ କରଯୋଡ଼ି ବୋଇଲେ ବଚନ

ହେ କାକୁତ୍ସ ହେଉ ନାହିଁ ଉଚିତ ବେଭାର

କନିଷ୍ଠ ପାଇବ ଜ୍ୟେଷ୍ଠ ଥାଉ ରାଜ୍ୟଭାର

ଆପଣଙ୍କ ଆଜ୍ଞା କରି ନପାରେ ଅମାନ୍ୟ

ଉଭୟ ସଂକଟ ପଡ଼ିଅଛି ବର୍ତ୍ତମାନ

ମହାତ୍ମା ମଧ୍ୟମ ଭ୍ରାତା ଥିଲେ ଯେ ଉଦ୍ୟତ

ରାକ୍ଷସ ଲବଣ ପ୍ରାଣ କରିବାକୁ ହତ

ମାତ୍ର ମୁହିଁ ଇଚ୍ଛାକରି ଯିବାକୁ ସମରେ

ସମ୍ପ୍ରତି ଏପରି ପଡ଼ିଅଛି ସଂକଟରେ

ଜ୍ୟେଷ୍ଠ ଭ୍ରାତା ଭରତଙ୍କୁ କର ଅନାଦର

ଅନ୍ୟାୟ କରିଛି ଇଛା କରି ଗୁରୁତର

ହେ ରାଜନ କର ଏହିପରି ଅନୁମତି

ଭୁଞ୍ଜିବାକୁ ହେବ ନାହିଁ ଯେସନ ଦୁର୍ଗତି

ଶତ୍ରୁଘ୍ନ ବିନୟ କରି ବୋଲିବାରୁ ଏତେ

ବୋଇଲେ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ ଭରତେ

 

 

ଆଜିରେ କରିବୁଁ ଶତ୍ରୁଘ୍ନକୁ ଅଭିଷିକ୍ତ

ତୁମ୍ଭେମାନେ ଆୟୋଜନ କର ଯଥୋଚିତ

ପୁରୋହିତ ନଗ୍ରବାସୀ ଅମାତ୍ୟ ସକଳେ

ଉପସ୍ଥିତ ହେଉନ୍ତୁ ଯେ ଆସି ସଭାସ୍ଥଳେ

ରାମଚନ୍ଦ୍ର ବାକ୍ୟ ଶୁଣି ଭରତ ଲକ୍ଷ୍ମଣ

ଅଭିଷେକ ଦ୍ରବ୍ୟମାନ କରି ଆହରଣ

ପୁରୋହିତ ମନ୍ତ୍ରୀ ବିପ୍ରଗଣ ସହିତରେ

ଉପସ୍ଥିତ ହେଲେ ଯାଇ ରାଜ ଭବନରେ

ଏଥୁଅନ୍ତେ ରାମଚନ୍ଦ୍ର ଜାନକୀ ରମଣ

ଶତ୍ରୁଘ୍ନକୁ କଲେ ସେନାପତିରେ ବରଣ

ବେଦତ୍ୱକ୍ତ କ୍ରିୟାମାନ କରି ଶୁଭକ୍ଷଣେ

ଆଶୀର୍ବାଦ କଲେ ପୁରୋହିତ ବିପ୍ରଗଣେ

କୌଶଲ୍ୟା କୈକେୟୀ ମାତା ସୁମିତ୍ରା ଜନନୀ

ଥିଲେ ଆଉ ଯେତେ ଅନ୍ତଃପୁର ନିବାସିନୀ

କରି ଦେବ ପୂଜାଆଦି ମଙ୍ଗଳାଚରଣ

ଆଶୀର୍ବାଦ କଲେ ଯୁଦ୍ଧ ବିଜୟ କାରଣ

ଯମୁନା ସରିତ ତୀରବାସୀ ବିପ୍ରଗଣେ

ମଣିଲେ ଲବଣ ନିଶ୍ଚେ ହତ ହେବ ରଣେ

ଏଥୁ ଅନନ୍ତରେ ରାମଚନ୍ଦ୍ର ସ୍ନେହଭରେ

ପ୍ରିୟ ଭ୍ରାତା ଶତ୍ରୁଘ୍ନକୁ ବସାଇ କୋଳରେ

ବୋଇଲେ ହେ ଭ୍ରାତଃ କର ଦିବ୍ୟାସ୍ତ୍ର ଗ୍ରହଣ

କରିବ ଏ ଅସ୍ତ୍ର ବଳେ ବିନାଶ ଲବଣ

ସୃଷ୍ଟି ଅନ୍ତଃକାଳେ ମହାପ୍ରଭୁ ଭଗବାନ

ନିଶ୍ଚଳରେ ଥିଲେ ମହାର୍ଣ୍ଣବରେ ଶୟନ

ସେହି ସମୟରେ ମଧୁ କୈଟଭ ଦାନବ

ବ୍ରହ୍ମାଣ୍ଡ ମଧ୍ୟରେ କରିବାରୁ ଉପଦ୍ରବ

କରିବା ନିମନ୍ତେ ସେହି ଦୈତ୍ୟକୁ ନିଧନ

ଏହି ଅସ୍ତ୍ର ସୃଜି ଥିଲେ ବିଷ୍ଣୁ ସନାତନ

ଅସ୍ତ୍ରବଳେ କରି ଦୈତ୍ୟମାନଙ୍କୁ ସଂହାର

ବ୍ରହ୍ମାଣ୍ଡ ସୃଜନା କରିଥିଲେ ପୁନର୍ବାର

ଦଶାନନ ବଧ କାଳେ ଆମ୍ଭେ ମଧ୍ୟ ବାରେ

ଛୁଇ ନାହୁଁ ଅସ୍ତ୍ରଭୁତ କ୍ଷୟ ଆଶଙ୍କାରେ

ଦୂରାତ୍ମା ଲବଣ ମହାଦେବ ଦତ୍ତ ଶୂଳ

ଜଗତେ ଉତ୍‌ପାତ ପାଇଁ କରିଅଛି ମୂଳ

ସେହି ଶୂକ କରି ନିଜ ଗୃହେ ସଂସ୍ଥାପନ

ଆହାର ଲୋଡ଼ିବା ପାଇଁ ବୁଲଇ ଭୁବନ

ସେହିକାଳେ ଯଦି କେହି ଲୋଡ଼ଇ ସମର

ବାହାର କରଇ ଶିବ ଶୂଳ ଖରତର

ତୁମ୍ଭେ ଯାଇ ଜଗିରହି ଥିବଟି ତାହାକୁ

ଯେତେବେଳେ ଯିବ ସେହି ବୁଲି ବାହାରକୁ

ଆଣ୍ଟରେ ବସିବ ମାଡ଼ି ଯାଇ ଦ୍ୱାରଦେଶ

ନକରି ପାରିବ ଯେହ୍ନେ ଗୃହରେ ପ୍ରବେଶ

ଶୂଳ ନପାଇଲେ ସେହି ଦୁର୍ବୃତ୍ତ ଲବଣ

ନପାରିବ କରି କେଭେ ଶତ୍ରୁ ସଙ୍ଗେ ରଣ

ନତୁବା ଶଙ୍କର ବରେ ସେହି ଦୁରାଶୟ

କେତେବେଳେ ନ ଲଭିବ ଯୁଦ୍ଧେ ପରାଜୟ

ଏଥୁଅନ୍ତେ ରାମଚନ୍ଦ୍ର କଲେ ଆଜ୍ଞାଦାନ

ଯାଉନ୍ତୁ ଶତ୍ରୁଘ୍ନ ସହିତରେ ସୈନ୍ୟମାନ

ଦ୍ୱିସହସ୍ର ରଥ ଚାରି ସହସ୍ର ତୁରଙ୍ଗ

ପଦାତିକ ନଟ ନଟୀ ସହସ୍ରେ ମାତଙ୍ଗ

ଯାଉନ୍ତୁ ବଣିକଗଣ ପଣ୍ୟ ଦ୍ରବ୍ୟ ଘେନି

ରତନ ବାହନ ମନ୍ତ୍ରୀ ପୁରୋହିତ ବେନି

ଆହେ ବାବୁ ଶତ୍ରୁ ଘନ ସାଧୁ ଆଚରଣେ

ସର୍ବଦା ଆୟତ୍ତେ ରଖିଥିବ ସେନା ଗଣେ

ଭୃତ୍ୟ ଗଣେ ରଖିଥିବ ସର୍ବଦା ସନ୍ତୁଷ୍ଟ

କେତେବେଳେ କାହାମନେ ଦେବ ନାହିଁ କଷ୍ଟ

ଯାଅ ବାବୁ ମଧୁ ବନେ ଅଛି ସେ ଅସୁର

ନିଜ ବାହୁବଳେ ତାର ଗର୍ବ କର ଚୁର

କରିବ ଗୁପତଭାବେ ଯାଇ ଆକ୍ରମଣ

ସନ୍ଧାନ ପାଇବ ନାହିଁ ଯେମନ୍ତ ଲବଣ

ପ୍ରଥମେ ସନ୍ଧାନ ଯେବେ ପାଇବ ଅସୁର

ଶିବଦତ୍ତ ଶୂକ ଘେନି କରିବ ସମର

ଏତିକି ବିଶେଷ କରି ରଖିଥିବ ମନେ

ତାହା ହାତେ ଶିବଶୂଳ ନପଡ଼େ ଯେସନେ

ତୁମ୍ଭ ସେନାଗଣ ଋଷିମାନଙ୍କ ସଙ୍ଗରେ

ଠଣା ଦେଇ ରହିଥାନ୍ତୁ ଜାହ୍ନବୀ କୂଳରେ

ସେଠାରେ କରିବ ଗ୍ରୀଷ୍ମକାଳ ଅବସାନ

କରିବ ସେଠାରୁ ଯାତ୍ରା ଘେନି ସୈନ୍ୟମାନ

ଯାତ୍ରା କରି ଯିବ ବର୍ଷା ହେଲେ ଉପସ୍ଥିତ

ଆମ୍ଭ ଜାଣିବାରେ ସେହି ସମୟ ଉଚିତ

ମହାତ୍ମା ଶ୍ରୀରାମଚନ୍ଦ୍ର ବାକ୍ୟ ଅବସାନେ

ବୋଇଲେ ଶତ୍ରୁଘ୍ନ ଯାଇ ସୈନ୍ୟ ସନ୍ନିଧାନେ

ଆହେ ସୈନ୍ୟଗଣ ଯାତ୍ରା କର ଶାନ୍ତଭାବେ

ମାର୍ଗ ମଧ୍ୟେ ଠଣା କରି ଯିବ ଠାବେ ଠାବେ

କରିବ ଯେସ୍ଥାନେ ବାସ ସ୍ଥାନ ନିରୂପଣ

ନ କରିବ କାହାପ୍ରତି ମନ୍ଦ ଆଚରଣ

ଶତ୍ରୁଘ୍ନ ଏତେକ କଥା ବୋଲ ସୈନ୍ୟଗଣେ

ଷାଷ୍ଟାଙ୍ଗ ଓଳଗି ହେଲେ ଶ୍ରୀରାମ ଚରଣେ

 

 

 

 

କୁଳପୁରୋହିତେ ପୁଣି କରି ନମସ୍କାର

ଶୁଭ ଲଗ୍ନ ଧରି ହେଲେ ନଗରୁ ବାହାର

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତସପ୍ତତିତମ ସର୍ଗ

 

ଅଷ୍ଟସପ୍ତତିତମ ସର୍ଗ

ପ୍ରଥମରେ କରି ସୈନ୍ୟମାନଙ୍କୁ ପ୍ରେରଣ

ପଶ୍ଚାତେ ଶତ୍ରୁଘ୍ନ ଗଲେ ଧରି ଶୁଭକ୍ଷଣ

ଦୁଇଦିନ ଯାତ୍ରା କରି ମାର୍ଗ ପରିଶ୍ରମେ

ଉପସ୍ଥିତ ହେଲେ ଯାଇ ବାଲ୍ମୀକି ଆଶ୍ରମେ

ବୋଇଲେ ମୁନିଙ୍କ ପଦେ କରି ନମସ୍କାର

ଋଷିଗଣ କାର୍ଯ୍ୟେ ଏଥି ଆମ୍ଭ ଆସିବାର

ଏସ୍ଥାନରେ କରି ଆଜି ରଜନୀ ଯାପନ

କରିବୁଁ କାଲିରେ ଯଥାସ୍ଥାନକୁ ଗମନ

ଶତ୍ରୁଘ୍ନ ବଚନ ଶୁଣି ବୋଇଲେ ବାଲ୍ମୀକି

ଆହେ ରାଜପୁତ୍ର କଥା ବୋଲୁଅଛ ଏକି

ତୁମ୍ଭମାନଙ୍କର ସିନା ଆଶ୍ରମଟି ଏହି

ମନ ଇଚ୍ଛା ଯେତେଦିନ ଯାଅ ଏଥି ରହି

ପାଦଅର୍ଘ୍ୟ ଦେଇ ମୁନି ବସାଇ ଆସନେ

କୁଶଳ ବାରତା ପୁଛା କଲେ ଶତ୍ରୁ ଘନେ

ମୁନିଙ୍କ ବାକ୍ୟରେ ଦେଇ ଉଚିତ ଉତ୍ତର

ପୁଛା କଲେ ମହର୍ଷିଙ୍କୁ ନୃପତି କୁମର

 

 

ଆଶ୍ରମର ପୂର୍ବଦିଗେ ଯଜ୍ଞୀୟ ବିଭୂତି

ଦିଶୁଅଛି ଅଟେ ଏହା କାହାର ସମ୍ପତ୍ତି

ବୋଇଲେ ବାଲ୍ମୀକି ପୂର୍ବେ ଇକ୍ଷ୍ୱାକୁ ବଂଶରେ

ଥିଲେ ଏକ ନରପତି ସୌଦାସ ନାମରେ

ବୀର୍ଯ୍ୟସହ ନାମେ ଥିଲେ ତାହାଙ୍କ କୁମର

ଦୟାବନ୍ତ ଗୁଣବନ୍ତ ପରମ ସୁନ୍ଦର

ଏକଦା ନୃପତି ସଙ୍ଗେ ଘେନି କୁମରକୁ

ପାରଧିକୁ ଯାଇଥିଲେ ଅରଣ୍ୟ ମଧ୍ୟକୁ

ଦେଖିଲେ ନୃପତି ବନେ ଦୁଇଟା ରାକ୍ଷସ

ଅସଂଖ୍ୟ ଅସଂଖ୍ୟ ପ୍ରାଣୀ କରୁଥାନ୍ତି ଗ୍ରାସ

ବ୍ୟାଘ୍ରରୂପ ଧରି ସେହି ଦୁଇଟା ଦାନବ

ଅରଣ୍ୟ ମଧ୍ୟରେ କରୁଥାନ୍ତି ଉପଦ୍ରବ

ସୌଦାସ ନୃପତି ଦେଖି ଦୈତ୍ୟ ଅତ୍ୟାଚାର

କ୍ରୋଧେ କଲେ ଏକଗୋଟା ଦୈତ୍ୟକୁ ସଂହାର

ସହଚର ଦଶା ଦେଖି ଆରେକ ରାକ୍ଷସ

ବୋଇଲଶ ଯେ ନୃପତିକୁ କରି ମହାରୋଷ

ରେ ପାପୀଷ୍ଠ ବଧିଲୁ ତୁ ମୋର ସହଚରେ

ଅବଶ୍ୟ ପାଇବୁ ପ୍ରତିଫଳ ଦିନକରେ

ନିଶାଚର ଏତେ କଥା ନୃପତିକୁ କହି

ତତକ୍ଷଣେ ଗଲା ତହିଁ ଅନ୍ତର୍ଦ୍ଧାନ ହୋଇ

କେତେକାଳ ବୀର୍ଯ୍ୟସହ ନୃପତି ନନ୍ଦନ

ଆରୋହଣ କଲେ ପିତୃଦତ୍ତ ସିଂହାସନ

ସୌଦାସ ନୃପତି ଏହି ଆଶ୍ରମ ପାର୍ଶ୍ୱରେ

ଅଶ୍ୱମେଧ ଯଜ୍ଞ ଆରମ୍ଭିଲେ ବିଧାନରେ

ମହର୍ଷି ବଶିଷ୍ଠ ତହିଁ ହେଲେ ପୁରୋହିତ

ଆରମ୍ଭିଣ ପୂଜାପାଠ ଯଥା ଶାସ୍ତ୍ରୋଚିତ

ବହୁତ ବରଷ ଯାଏଁ ହେଲା ସେହି ଯଜ୍ଞ

ଦେବଯଜ୍ଞ ସମାନରେ ସୁନ୍ଦର ମନୋଜ୍ଞ

ନିଶାଚର ବୈରନିର୍ଯ୍ୟାତନ ମାନସରେ

ଉପସ୍ଥିତ ହେଲା ଆସି ନୃପତି ପାଶରେ

ବଶିଷ୍ଠ ସ୍ୱରୂପ ଧରି ବୋଇଲା ବଚନ

ହେ ରାଜନ ଆଜି ମାଂସ କରିବୁଁ ଭୋଜନ

ମାଂସ ଆୟୋଜନ ତୁମ୍ଭେ କର ବେଗ କରି

ଭୋଜନ ବେଳକୁ ଯେହ୍ନେ ନଯାଏ ଉବରି

ଶୁଣି ରାଜା ଦୁଷ୍ଟ ଦୈତ୍ୟ ବଚନ ଏସନ

ସୁଆରମାନଙ୍କୁ ଡ଼ାକି ବୋଇଲେ ବଚନ

ହେ ପାତକେ କର ଯାଇ ସଜାଡ଼ ତ୍ୱରିତ

ଭୋଜନ କରିବେ ମାଂସ କୁଳପୁରୋହିତ

ଘୃତପକ୍ୱ ମାଂସ ରାନ୍ଧ ଅନ୍ନ ସହିତରେ

କେହିରୂପେ ତ୍ରୁଟୀ ଯେହ୍ନେ ନୁହେ ଭୋଜନରେ

ଏରୂପ ଯୁକ୍ତିରେ ରାନ୍ଧ ଦେଢ଼ ଆଣି ମାଂସ

ଖାଇ ପୂର୍ଣ୍ଣ ହେବ ଯେହ୍ନେ ତାଙ୍କ ଅଭିଳାଷ

ପୁଣି ସେହି ନିଶାଚର କପଟ ବେଶରେ

ପ୍ରବେଶ ହେଲା କ ଯାଇ ରାନ୍ଧଣା ଗୃହରେ

ପୁରୋହିତ ପାଇଁ ରାନ୍ଧ ଦେଲା ନରମାଂସ

ଜାଣି ନ ପାରିଲେ କିଛି ନୃପତି ସୌଦାସ

ବସିଲେ ଭୋଜନେ ସ୍ନାନ ସାରି ପୁରୋହିତ

ରାଜା ରାଣୀ ଦୁଇଜଣ ହୋଇ ଆନନ୍ଦିତ

ପରଶି ଦିଅନ୍ତେ ନରମାଂସ ଯୁକ୍ତ ଅନ୍ନ

ଦେଖି ପୁରୋହିତ ହେଲେ ବହୁତ ବିଷର୍ଣ୍ଣ

ପୁଣି ମହା କ୍ରୋଧଭରେ ଦେଲେ ଅଭିଶାପ

ହେ ରାଜନ କଲ ତୁମ୍ଭେ ଆଜି ମହାପାପ

ଆମ୍ଭକୁ ଭୋଜନ ପାଇଁ ଦେଲ ନରମାଂସ

ଆଜିଠାରୁ କର ତୁମ୍ଭେ ନରମାଂସ ଗ୍ରାସ

ଏହାଶୁଣି ନରପତି ମହା କ୍ରୋଧଭରେ

ବୋଇଲେ ଯେ ଧରି ଜଳ ଗଣ୍ଡୁଷ ହସ୍ତରେ

ଆହେ ବିପ୍ର ଅଭିଶାପ ଦେଇ କଲ ପାପ

ଏଥିପାଇଁ ଦେଉ ଅଛୁଁ ପ୍ରତି ଅଭିଶାପ

ମାତ୍ର ରାଣୀ ଧରି ନୃପେ ବୋଇଲେ ତୁରିତେ

ଅଭିଶାପ ଦିଅ ନାହିଁ କୂଳ ପୁରୋହିତେ

ଗଣ୍ଡୁଷର ଜଳେ ରାଜା ପାଦ ହେଲା ସିକ୍ତ

ସେଦିନରୁ ହେଲା ରାଜା ଚରଣ ବିକୃତ

ଏଥକୁ କଳ୍ମାଷପାଦ ହେଲା ରାଜା ନାମ

ଚିନ୍ତିଲେ ନୃପତି କରି କ୍ଷଣକେ ବିଶ୍ରାମ

ଏଥିରେ ନାହିଁଟି କିଛି ମହର୍ଷିଙ୍କ ଦୋଷ

ଅକାରଣେ ମୁହିଁ ତାଙ୍କୁ କରୁଅଛି ରୋଷ

ଯେତେକ ଉତ୍ପାତ ଘଟାଇଛି ନିଶାଚର

ଏଥକୁ ହେଲାଟି ଏତେ ଦୁର୍ଦ୍ଦଶା ମୋହର

ଏତେ ଭାଳି ମହାରାଜା ରାଜ୍ଞୀ ବେନିଜଣ

ବାରମ୍ବାର ବଶିଷ୍ଠଙ୍କ ବନ୍ଦିଣ ଚରଣ

ବୋଇଲେ ହେ ପୁରୋହିତ କ୍ଷମାକର ଦୋଷ

ଅକାରଣେ ମୋହ ପ୍ରତି ନକରୁନ୍ତୁ ରୋଷ

ଦୁରାତ୍ମା ରାକ୍ଷସ କୂଟ କଲା ଏତେ ସରି

ଭୁଲାଇଲା ମୋତେ ଆପଣଙ୍କ ରୂପଧରି

ଜାଣିଲେ ମହର୍ଷି ରାଜା ବାକ୍ୟ ଅବସାନେ

ସକଳ ବୃତ୍ତାନ୍ତ ଧ୍ୟାନ ଯୋଗେ ଅନୁମାନେ

ବୋଇଲେ ହେ ରାଜା ବୋଲିଅଛୁଁ ଯେଉଁ କଥା

କେତେବେଳେ ଅଭିଶାପ ନ ହେବ ଅନ୍ୟଥା

ମାତ୍ର ବାରବର୍ଷ ଏହିଭାବେ ହେଲେ ଗତ

ହେବ ଆମ୍ଭ ବରେ ତୁମ୍ଭେ ଶାପରୁ ମୁକତ

ଦ୍ୱାଦଶ ବରଷ ଅନ୍ତେ ସୌଦାସ ରାଜନ

ଶାପୁଁ ମୁକ୍ତ ହୋଇ କଲେ ପ୍ରଜାଙ୍କୁ ପାଳନ

ଦେଖୁ ଅଛ ଯେ ଆଶ୍ରମ ହେ ରଘୁନନ୍ଦନ

ଅଟେ ସେହି ରାଜାଙ୍କର ଯଜ୍ଞ ଆୟତନ

ଶତ୍ରୁଘ୍ନ ଏତେକ ଶୁଣି ଆନନ୍ଦିତ ମନେ

ଶୟନ ନିମନ୍ତେ ଉଠି ଗଲେ ନିଜସ୍ଥାନେ

 

ଇତି ଶ୍ରୀମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟସପ୍ତତିତମ ସର୍ଗ

 

Unknown

ନବସପ୍ତତିତମ ସର୍ଗ

 

ଶତ୍ରୁଘ୍ନ ଯେ ରାତ୍ରେ ଥିଲେ ବାଲ୍ମୀକି ଆଶ୍ରମେ

ଜନକ ତନୟା ସେହି ରାତ୍ରେ ଦୈବକ୍ରମେ

ପ୍ରସବିଲେ ଦୁଇ ପୁତ୍ର ଶୁଭ ମୁହୁର୍ତ୍ତରେ

ଅର୍ଦ୍ଧରାତ୍ରି ବେଳେ ଆସି ମୁନିଙ୍କ କୁମରେ

ଜଣାଇଲେ ମହର୍ଷିଙ୍କୁ ଆମ୍ଭେ ମୁନିବର

ପ୍ରସବି ଅଛନ୍ତି ସୀତା ଦୁଇଟି କୁମର

ଆପଣ କରୁନ୍ତୁ ଆସି ରକ୍ଷା ପୁତ୍ରମାନ

ବାଳରିଷ୍ଟ ନାଶକ୍ରିୟା କରି ଅନୁଷ୍ଠାନ

କୁମାରମାନଙ୍କ ବାକ୍ୟ ଶୁଣି ମୁନିବରେ

ଉପସ୍ଥିତ ହେଲେ ଯାଇ ଜାନକୀ ପାଶରେ

ଦେବପୁତ୍ର ସମାନରେ ଦୁଇଟି ନନ୍ଦନ

ଆନନ୍ଦିତ ହେଲେ ଋଷି କରି ବିଲୋକନ

ହସ୍ତେ ଘେନି କୁଶ ଲବ ତୃଣ ଦୁଇ ମୁଷ୍ଟି

ଉଚ୍ଚାରଣ କରି ମନେ ମନ୍ତ୍ର ପୁତ୍ର ଇଷ୍ଟି

ବୃଦ୍ଧା ନାରୀ ହସ୍ତେ ଦେଇ ବୋଇଲେ ବଚନ

ଏହି ତୃଣେ କର ପୁତ୍ରମାନଙ୍କୁ ମାର୍ଜ୍ଜନ

 

 

ମାର୍ଜ୍ଜିତ ହେବାରୁ କୁଶେ ଲବେ ପୁତ୍ରଗଣ

ଲବ କୁଶ ଦୁଇ ନାମ କଲେ ଯେ ଧାରଣ

ସୂତକା ଆଗାର ନିବାସିନୀ ବୃଦ୍ଧା ଗଣ

ଋଷି ହସ୍ତୁଁ କୁଶ ଲବ କରିଣ ଗ୍ରହଣ

ରାମଚନ୍ଦ୍ର ଗୋତ୍ରମନ୍ତ୍ର ଉଚ୍ଚାରଣ କରି

ଜାତକର୍ମ୍ମ କଲେ ପୂର୍ବ ରୀତି ଅନୁସରି

ଶତ୍ରୁଘ୍ନ ଏକଥା ଶୁଣି ଗଲେ ଧାତିକାରେ

ସୀତା ସତୀ ଥିଲେ ଯେଉଁ ସୂତିକା ଆଗାରେ

ବୋଇଲେ ଯେ ଜାନକୀଙ୍କୁ କରି ସମ୍ବୋଧନ

ଭୋ ମାତଃ ପ୍ରସବି ଅଛି ଯେ ଦୁଇ ନନ୍ଦନ

ଚନ୍ଦ୍ରକାନ୍ତି ପରି ଦିଶୁ ଅଛନ୍ତି ନିର୍ମଳ

କରିବେ ଏମାନେ ରଘୁବଂଶକୁ ଉଜ୍ଜ୍ୱଳ

କ୍ରମେ କ୍ରମେ ହେଲା ଆସି ନିଶି ଅବସାନ

ଶତ୍ରୁଘନ ସାରି ପ୍ରାତଃକୃତ କ୍ରିୟାମାନ

ମହର୍ଷି ବାଲ୍ମୀକି ଆଶୀର୍ବାଦ ଶିରେ ଧରି

ପଶ୍ଚିମ ଦିଗକୁ ତହୁଁ ଗଲେ ଯାତ୍ରା କରି

ସାତଦିନ ହେଲା ଅତିବାହିତ ମାର୍ଗରେ

ଆଶ୍ରମରେ ପ୍ରବେଶିଲେ ଅଷ୍ଟମ ଦିନରେ

ଯମୁନା କୁଳରେ ଥିଲେ ମହାଋଷିଗଣ

ଶତ୍ରୁଘ୍ନ ବନ୍ଦନା କରି ତାହାଙ୍କ ଚରଣ

ବସିଲେ ଯେ ଯାଇ ଋଷିଦତ୍ତ କୁଶାସନେ

ପାହିଗଲା ରାତ୍ରୀ ନାନାବାକ୍ୟ ଆଳାପନେ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ନବସପ୍ତତିତମ ସର୍ଗ

 

ଅଶୀତିତମ ସର୍ଗ

କୁମାର ଶତ୍ରୁଘ୍ନ ସେହି ରଜନୀ କାଳରେ

ପୁଛା କଲେ ଚ୍ୟବନଙ୍କୁ କଥା ପ୍ରସଙ୍ଗରେ

ଅନୁଗ୍ରହ କରି ମୋତେ ବୋଲ ମହାଯତି

କି ପ୍ରକାର ଅଟେ ଶିବଦତ୍ତ ଶୂଳଶକ୍ତି

କେଉଁ କେଉଁ ମହାବୀର ଲବଣ ସଙ୍ଗରେ

ସମରେ ପ୍ରବୃତ୍ତ ହୋଇ ଗଲେ ଯମଘରେ

ଶତ୍ରୁଘ୍ନ ବଚନ ଶୁଣି ବୋଇଲେ ଭାର୍ଗବ

ଶିବଦତ୍ତ ଶୁଳଇ ଯେ ଅତ୍ୟନ୍ତ ପ୍ରଭାବ

ସେହି ମହାଦେବ ଶୂଳ ଘେନି ସେ ଲବଣ

କେତେ କେତେ ବୀର ସଙ୍ଗେ କରିଅଛି ରଣ

ସେଥିମଧ୍ୟେ ପୂର୍ବକାଳେ ମାନ୍ଧାତ ସହିତ

କଲା ଯେଉଁ ରଣ ଶୁଣ ବୋଲୁଁ ବିସ୍ତାରିତ

ମାନ୍ଧାତା ଯେ ଥିଲେ ଅଯୋଧ୍ୟାର ନରପତି

ଭୁବନ ବିଖ୍ୟାତ ଥିଲା ତାହାଙ୍କର କୀର୍ତ୍ତି

କରି ପରାଜୟ ପୃଥିବୀର ନୃପଗଣ

ଅନୁଷ୍ଠାନ କଲେ ସ୍ୱର୍ଗ ବିଜୟ କାରଣ

 

 

ମାନ୍ଧାତା ଉଦ୍ୟୋଗ ଦେଖି ସହସ୍ର ଲୋଚନ

ଦେବଗଣ ସଙ୍ଗେ ହେଲେ ବ୍ୟାକୁଳିତ ମନ

ମହାତ୍ମା ମାନ୍ଦାତା ସୈନ୍ୟ ସାମନ୍ତ ସହିତ

ବାସବ ସମୀପେ ଯାଇ ହେଲେ ଉପସ୍ଥିତ

ବୋଇଲେ ବାସବ ତାଙ୍କୁ ଆହେ ନରପତି

ପୃଥିବୀ ମଣ୍ଡଳେ ତୁମ୍ଭେ ଅଟ ଅଧିପତି

ଏପର୍ଯ୍ୟନ୍ତ କରି ନାହିଁ ପୃଥିବୀ ଶାସିତ

କିପରି କରିବ ସ୍ୱର୍ଗପୁର ପରାଜିତ

କରି ନାହିଁ ଏପର୍ଯ୍ୟନ୍ତ ପୃଥିବୀ ଶାସନ

ସ୍ୱର୍ଗ ଜିଣିବାକୁ କିପାଁ ବଳାଇଛ ମନ

ପୁଛା କଲେ ମାନ୍ଧାତା ଯେ ବୋଲ ପୁରନ୍ଦର

କେଉଁ ସ୍ଥାନ କରି ନାହୁଁ ଆମ୍ଭେ ଅଧିକାର

ବୋଇଲେ ବାସବ ଶୁଣି ଆହେ ନରପତି

ଲବଣ ଯେ ନୁହେ ତୁମ୍ଭ ଆଜ୍ଞା ଅନୁବର୍ତ୍ତୀ

ବାସବ ବଚନ ଶୁଣି ମାନ୍ଧାତା ଲଜ୍ଜାରେ

ବାହୁଡ଼ି ଅଇଲେ ସ୍ୱର୍ଗ ରାଜ୍ୟୁଁ ମର୍ତ୍ତ୍ୟପୁରେ

କ୍ରୋଧ ଭରେ ଯାତ୍ରା କଲେ ଘେନି ସୈନ୍ୟଗଣ

ଲବଣ ଅସୁର ସଙ୍ଗେ କରିବାକୁ ରଣ

ଉପସ୍ଥିତ ହୋଇ ରାଜା ଲବଣ ଆବାସେ

ପଠାଇଲେ ଦୂତ ଏକଜଣ ତାହା ପାଶେ

ମାତ୍ରକ ଦୂତକୁ ବଧ କରି ସେ ଲବଣ

ତତକ୍ଷଣେ କଲା ତାହା ମାଂସକୁ ଭକ୍ଷଣ

ମାନ୍ଧାତା ଏମନ୍ତ ଦେଖି ଦୈତ୍ୟ ଆଚରଣ

ଲବଣ ସହିତ କଲେ ଘୋରତର ରଣ

ଦୁରାତ୍ମା ଲବଣ ଦେଖି ନୃପତି ପ୍ରୟାସ

ଅବଜ୍ଞା ଭାବରେ ତାଙ୍କୁ କରି ଉପହାସ

ଶିବଦତ୍ତ ଶୂଳ ଯୋଗେ କରିଣ ପ୍ରହାର

ନରପତି ସୈନ୍ୟଗଣେ କଲା ଛାରଖାର

ଦେଲେ ଚତୁରଙ୍ଗ ସୈନ୍ୟ ସକଳ ନିପାତ

ଆପଣେ ମାନ୍ଧାତା ମଧ୍ୟ ହେଲେ ଭଷ୍ମସାତ

ହେ ଶତ୍ରୁଘ୍ନ ଶୁଣିଲତ ଶୂଳର ବୃତ୍ତାନ୍ତ

ବାସ୍ତବ ଅଟଇ ଶୂଳ ପ୍ରଚଣ୍ଡ ନିତାନ୍ତ

ଶୂଳ ଛାଡ଼ି ଥିବ ଯେବେ ଦୁରାତ୍ମା ଲବଣ

କରିବ ସେ କାଳେ ଯାଇ ତାକୁ ଆକ୍ରମଣ

ଏହିପରି ସୁଯୋଗରେ ଥିବ ଶତ୍ରୁଘନ

ନତୁବା ତାହାର କେବେ ନହେବ ନିଧନ

ଦୁରାତ୍ମା ଲବଣ ମଲେ ଲୋକର ମଙ୍ଗଳ

ଯାଅ ବାବୁ ଧରି ତୁମ୍ଭେ ଏପରି କୌଶଳ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଶୀତିତମ ସର୍ଗ

 

ଏକାଶୀତିତମ ସର୍ଗ

ମହାତ୍ମା ଶତ୍ରୁଘ୍ନ ମୁନିଗଣ ସହିତରେ

ରଜନୀ ଯାପନ କରି କଥା ପ୍ରସଙ୍ଗରେ

ପ୍ରଭାତକାଳରେ ଉଠି ଦୁରାତ୍ମା ଲବଣ

ବାହାରିଲା କରିବାକୁ ଖାଦ୍ୟ ଅନ୍ୱେଷଣ

ମହାତ୍ମା ଶତ୍ରୁଘ୍ନ ଦେଖି ଏହି ଅବସର

ଜଗି ବସିଲେ ଯେ ବାଟ ଘେନି ଧନୁଶର

ଯମୁନା କୂଳରେ ଅଟେ ରାକ୍ଷସ ଭବନ

ବସିଛନ୍ତି ତାହା ଦ୍ୱାରେ ମହାତ୍ମା ଶତ୍ରୁଘ୍ନ

ଅର୍ଦ୍ଧ ଦିବାକାଳେ ସର୍ଙ୍ଗ ମାନଙ୍କ ସହିତ

ପୁରଦ୍ୱାରେ ଆସି ଦୈତ୍ୟ ହେଲା ଉପସ୍ଥିତ

ବହୁତ ସହସ୍ର ପ୍ରାଣୀ ଜୀବହିଂସା କରି

ସେହି ପ୍ରାଣୀ ଶବରାଶି ଅଛି କାନ୍ଧେ ଧରି

ଦେଖିଲା ଦ୍ୱାରରେ ବସିଛନ୍ତି ଶତ୍ରୁଘନ

ବୋଇଲା କ୍ରୋଧରେ କରି ତାହାଙ୍କୁ ଗର୍ଜ୍ଜନ

ଆରେ ନରାଧମ କିପାଁ ଅଇଲୁ ଏଠାକୁ

ଚିତ୍ତେ କି ତୋହର ଭୟ ନାହିଁ ମରିବାକୁ

 

 

ମାରିବାକୁ ମୋତେ ପରା କରିଛୁ ପ୍ରୟାସ

ତୋପରି ବହୁତ ବୀର କରିଅଛି ଗ୍ରାସ

ତୋହର ଏପରି ସାଧ କିଁପା ମରିବାକୁ

ନୋହିଲେ ଇଚ୍ଛାରେ କିପାଁ ଆସନ୍ତୁ ଏଠାକୁ

ରହ ରହ ଦଣ୍ଡେ ମାତ୍ର ଆରେ କ୍ଷୁଦ୍ରନର

ତୋହ ରକ୍ତ ମାଂସ ଯୋଗେ ପୁରୁ ମୋ’ ଉଦର

ଦୁରାଚାର ନିଶାଚର ବୋଲନ୍ତେ ଏମନ୍ତ

କ୍ରୋଧ ଭରେ ଶତ୍ରୁ ଘନ ଘସି ଦନ୍ତେଦନ୍ତ

ବୋଇଲେ ରାକ୍ଷସ ଆରେ ଥାଉ କଥା ତୋର

ହେଉ ଆଜି ଦ୍ୱନ୍ଦ ଯୁଦ୍ଧ ତୋହର ମୋହର

ମୋହର ଜନକ ମହାରାଜ ଦଶରଥ

ଜ୍ୟେଷ୍ଠ ଭ୍ରାତା ରାମଚନ୍ଦ୍ର ବୀର ମହାରଥ

ମୋ ନାମ ଶତ୍ରୁଘ୍ନ ନାଶିବାକୁ ପ୍ରାଣ ତୋର

ଆସିଅଛୁଁ ଏସ୍ଥାନକୁ ଆରେ ନିଶାଚର

ବହୁତ କରିଛୁ ଲୋକ ମଧ୍ୟେ ଅତ୍ୟାଚାର

ନିଶ୍ଚୟ କରିବି ତୋର ଜୀବନ ସଂହାର

ଶତ୍ରୁଘ୍ନ ବଚନ ଶୁଣି ଦୁରାତ୍ମା ଲବଣ

ବୋଇଲା ଆଜିରେ ମୋର ବଡ଼ ଶୁଭକ୍ଷଣ

ଖୋଜିବାକୁ ଲୋଡ଼ିବାକୁ ହେଲା ନାହିଁ କିଛି

ଆପଣେ ଆହାର ଆସି ଦ୍ୱାରେ ପହୁଞ୍ଚିଛି

ଜାଣେ ମୁହିଁ ତୋର ଭାଇ ବଡ଼ ଅତ୍ୟାଚାରୀ

ମୋର ମାମୁ ରାବଣକୁ ପୂର୍ବେ ଅଛି ମାରି

ତୁଚ୍ଛ ମଣି ତାହାକୁ ମୁନ ବୋଇଲି କିଛି

ଆଜି ତାହା ସାନ ଭାଇ ପରା ଆସି ଅଛି

ତୋହ ବଶେ ବର୍ତ୍ତମାନ ଛନ୍ତି ଯେତେ ଲୋକ

ଜନମି ଅଛନ୍ତି ପୁଣି ଜନ୍ମିବେ ଯେତେକ

ସମସ୍ତଙ୍କୁ ମୁହିଁ ତୃଣ ସମାନେ ମଣିଛି

ଏଥିପାଇଁ ଆଜିଯାଏଁ ବୋଲି ନାହିଁ କିଛି

ସମ୍ପ୍ରତି କରୁଛୁ ତୁହି ସମର ପ୍ରାର୍ଥନା

ଅବଶ୍ୟ କରିବି ପୂର୍ଣ୍ଣ ତୋହର କାମନା

ମୂହୂର୍ତ୍ତେକ କାଳ ତୁହି ବସ ଏହିଠାରେ

ମୋହର ବିକ୍ରମ ତୋତେ ଦେଖାଇବି ବାରେ

ବୋଇଲେ ଶତ୍ରୁଘ୍ନ ଆରେ ଯିବୁ ତୁହି କାହିଁ

ଆସିଅଛି ମୁହିଁ ତୋର ପ୍ରାଣବଧ ପାଇଁ

ପଳାଇବୁ ବୋଲି ପରା କରୁଛୁ ବାହନା

ମୋ ଆଗେ ଚଳିବ ନାହିଁ କିଛି ପ୍ରବଞ୍ଚନା

ଶତ୍ରୁକୁ ଯେ ମନ୍ଦ ବୁଦ୍ଧି ଦିଏ ଅବକାଶ

ନିବାରଣ ହୁଏ ନାହିଁ ତାହାର ବିନାଶ

 

 

 

 

କର ମନ ମଧ୍ୟେ ଇଷ୍ଟ ଦେବତା ସ୍ମରଣ

ବର୍ତ୍ତମାନ ତୋହର ଯେ ଘଟିବ ମରଣ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକାଶୀତିତମ ସର୍ଗ

 

ଦ୍ୱ୍ୟଶୀତିତମ ସର୍ଗ

ମହାତ୍ମା ଶତ୍ରୁଘ୍ନ ବାକ୍ୟ କରିଣ ଶ୍ରବଣ

କ୍ରୋଧରେ ଅଧୀର ହୋଇ ବୋଇଲା ଲବଣ

ବାହୁଡ଼ି ଆସିବି ଦଣ୍ଡେ ଥାଆ ଦ୍ୱାରେ ବସି

ତୋହର ମୋହର ବଳ ହେବ କସାକସି

ବୋଇଲେ ଶତ୍ରୁଘ୍ନ କାହିଁ ଯିବୁ ନିଶାଚର

ଛାଡ଼ି ଦେଲେ ଆଉ ଭେଟ ମିଳେ କି ତୋହର

ଶତ୍ରୁଘ୍ନ ନଥିଲା କରି ଜନମ ଗ୍ରହଣ

ତେଣୁ ତୁହି ଜିଣି ଯାଉ ଥିଲୁ ବୀରଗଣ

ତୋହର ମରଣ କାଳ ହେବାରୁ ନିକଟ

ସହସା ମୋ ସଙ୍ଗେ ତେଣୁ ହେଲା ତାରଭେଟ

ବଧିଲେ ଶ୍ରୀରାମଚନ୍ଦ୍ର ଯେମନ୍ତ ରାବଣେ

ବିନାଶ କରିବ ତୋତେ ତେମନ୍ତ ଏକ୍ଷଣେ

ଦେବେ ତୁଷ୍ଟ ହୋଇଥିଲେ ମରନ୍ତେ ରାବଣ

ଦେଖୁନ୍ତୁ ତୋହର ମୃତ୍ୟୁ ଏବେ ଋଷିଗଣ

ଲବଣ ଏକଥା ଶୁଣି ମହା କ୍ରୋଧଭରେ

ପିଟିଲା ଗୋଟାଏ ବୃକ୍ଷ ଶତ୍ରୁଘ୍ନ ଉପରେ

 

 

ତତକ୍ଷଣେ ଶତ୍ରୁଘନ ଖଡ୍ଗ ଏକ ଧରି

କାଟି ପକାଇଲେ ବୃକ୍ଷ ଶତଖଣ୍ଡ କରି

ବୃକ୍ଷ ବ୍ୟର୍ଥ ଦେଖି ନିଶାଚର ଦୁରାଚାର

କଲା ନାନା ବୃକ୍ଷମାନ ଉପାଡ଼ି ପ୍ରହାର

ଶତ୍ରୁଘ୍ନ ସେ ବୃକ୍ଷମାନ କରି ଖଣ୍ଡ ଖଣ୍ଡ

ଲବଣକୁ କଲେ ଶର ପ୍ରହାର ପ୍ରଚଣ୍ଡ

ମାତ୍ରକ ଅସୁର ତହିଁ ଭୃକ୍ଷେପ ନ କରି

ପିଟିଲା ଶତ୍ରୁଘ୍ନେ ଏକ ଶାଳ ବୃକ୍ଷ ଧରି

ବୃକ୍ଷର ଆଘାତେ ହୋଇ ଶତ୍ରୁଘ୍ନ ମୂର୍ଚ୍ଛିତ

ଛିନ୍ନ ତରୁ ପରି ହେଲେ ଭୂତଳେ ପତିତ

ଦେଖି ଯୁଦ୍ଧେ ଶତ୍ରୁଘ୍ନର ଦଶା ଏପ୍ରକାର

ଦେବତା ଗନ୍ଧର୍ବେ ସର୍ବେ କଲେ ହାହାକାର

ମାତ୍ରକ ଶତ୍ରୁଘ୍ନ ବୀର ମୂହୂର୍ତ୍ତ ଉତ୍ତାରେ

ଚେତା ପାଇ ଉଭା ହେଲେ ଯୁଦ୍ଧ କରିବାରେ

ନୁଆଇଁ ଧନୁରେ ଗୁଣ ଦେଇ ପୁନର୍ବାର

ଶ୍ରୀରାମ ପ୍ରଦତ୍ତ ଶର କଲେ ଯେ ବାହାର

ଚନ୍ଦନ ଚର୍ଚ୍ଚିତ ସେହି ଶାଣିତ ଶାୟର୍କ

ଧକ ଧକ ଜ୍ୱଳେ ଯେହ୍ନେ ଜ୍ୱଳନ୍ତ ପାବକ

ସେହି ମହାଶର ବଜ୍ର ସମାନ ପ୍ରଚଣ୍ଡ

ସୁମେରୁ ପର୍ବତ କରି ପାରେ ଖଣ୍ଡ ଖଣ୍ଡ

କାଳାଗ୍ନି ସମାନ ସେହି ଶର ତେଜୋମୟ

ସହଜରେ ପାରେ କରି ତିନି ଲୋକ କ୍ଷୟ

ଶର ଶବ୍ଦ ଶୁଣି ଲୋକମାନେ ହୋଇ ଭୀତି

ପିତାମହ ଠାରେ ଯାଇ ହେଲେ ଉପସ୍ଥିତ

ବୋଇଲେହେ ପଦ୍ମଯୋନି ଏକି ଚମତ୍କାର

କମ୍ପିତ ହେଉଛି କିପାଁ ପୃଥ୍ୱୀ ଏପ୍ରକାର

ବୋଲନ୍ତେ କମଳଯୋନି ଆହେ ଦେବଗଣ

ତୁମ୍ଭମାନଙ୍କର ନାହିଁ ଭୟର କାରଣ

ଲବଣ ଅସୁରେ ବଧ ପାଇଁ ଶତ୍ରୁଘନ

ଧନୁରେ ଟଙ୍କାର ଦେଉ ଅଛି ଘନ ଘନ

ପୂର୍ବେ ମଧୁକୈଟଭର ବିନାଶ କାରଣ

ଏହି ଶର ସୃଷ୍ଟି କରିଥିଲେ ନାରାୟଣ

ଆଜି ରାମାନୁଜ ଶତ୍ରୁ ଘନ ସେହି ଶରେ

ବିନାଶ କରିବେ ଦୁଷ୍ଟ ଲବଣ ଅସୁରେ

ବର୍ତ୍ତମାନ ହେବ ସେହି ଅସୁର ବିନାଶ

ଦେଖିବାକୁ ଇଚ୍ଛାଥିଲେ ଯାଅ ତାଙ୍କ ପାଶ

ଦେବ ଦେବ ବ୍ରହ୍ମା ବାକ୍ୟ ଶୁଣି ଦେବଗଣେ

ଯୁଦ୍ଧକ୍ଷେତ୍ରେ ଉପସ୍ଥିତ ହେଲେ ତତକ୍ଷଣେ

ଦେଖିଲେ ଶତ୍ରୁଘ୍ନ ଯୁଦ୍ଧେ ହୋଇଛନ୍ତି ଉଭା

ବୃତ୍ତ ଯୁଦ୍ଧେ ଇନ୍ଦ୍ର ପରି ପାଉଛନ୍ତି ଶୋଭା

ଦେଖିଲେ ଶତ୍ରୁଘ୍ନ ବୀର ଅନାଇ ଆକାଶେ

ଦେବତାମାନଙ୍କ ଦେହ ଲାବଣ୍ୟ ବିକାଶେ

ଉତ୍ସାହିତ ହୋଇ ତେଣୁ ସୁମିତ୍ରା ନନ୍ଦନ

ଆନନ୍ଦରେ ସିଂହନାଦ କଲେ ଘନ ଘନ

କୁଳୀଶ ସମାନେ ଦେଇ ଧନୁରେ ଟଙ୍କାର

ଲବଣ ହୃଦୟେ କଲେ ଶାୟକ ପ୍ରହାର

ବିଦାରିଣ କରି ଶର ଲବଣ ବକ୍ଷକୁ

ବାହୁଡ଼ି ଅଇଲା ପୁଣି ଶତ୍ରୁଘ୍ନ ହସ୍ତକୁ

ବଜ୍ରାହତ ଗିରିପରି ପଡ଼ିଲା ଲବଣ

ଏହା ଦେଖି ଆନନ୍ଦିତ ହେଲେ ଋଷିଗଣ

ହରଦତ୍ତ ଶୂଳ ତହୁଁ ଛାଡ଼ି ଅସୁରକୁ

ତକ୍ଷଣେ ବାହୁଡ଼ି ଗଲା ଶଙ୍କର ପାଶକୁ

ମରନ୍ତେ ଶତ୍ରୁଘ୍ନ ହସ୍ତେ ଦୁରାତ୍ମା ଲବଣ

ଆନନ୍ଦିତ ହେଲେ ଦେବ ମୁନିଋଷିଗଣ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱ୍ୟଶୀତିତମ ସର୍ଗ

 

ତ୍ର୍ୟଶୀତିତମ ସର୍ଗ

ହୁଅନ୍ତେ ଏପରି ଯୁଦ୍ଧେ ଲବଣ ନିହତ

ମହେନ୍ଦ୍ରାଦି ଦେବଗଣେ ହୋଇ ସମାଗତ

ବୋଇଲେ ଶତ୍ରୁଘ୍ନେ ବତ୍ସ ବିନାଶି ଲବଣେ

ଭୟ ଶୂନ୍ୟ କଲ ମୁନିଋଷି ଦେବଗଣେ

ଇଚ୍ଛା ଅନୁସାରେ ତୁମ୍ଭେ ମାଗି ନିଅ ବର

ଅବଶ୍ୟ କରିବୁଁ ପୂର୍ଣ୍ଣ ବାସନା ତୁମ୍ଭର

ହାତଯୋଡ଼ି ଦେବଗଣେ ବୋଇଲେ ଶତ୍ରୁଘ୍ନ

ହୋଇଥାନ୍ତି ମୋହପ୍ରତି ଯଦ୍ୟପି ପ୍ରସନ୍ନ

ତେବେ ଏହି ବର ମୋତେ ଦିଅ ଦୟାକରି

ଧନେ ପୂର୍ଣ୍ଣ ହେଉ ରାଜଧାନୀ ମଧୁପୁରୀ

ତଥାସ୍ତୁ ବୋଲିଣ ଇନ୍ଦ୍ରଆଦି ଦେବଗଣ

ଚଢ଼ି ବିମାନରେ କଲେ ସ୍ୱର୍ଗେ ଆରୋହଣ

ଜାହ୍ନବୀ କୂଳରେ ଥିଲେ ରଘୁ ସେନାଗଣ

ମହାତ୍ମା ଶତ୍ରୁଘ୍ନ କରି ସମ୍ବାଦ ପ୍ରେରଣ

ରାଜଧାନୀ ମଧୁପୁରେ ଅଣାଇ ତାହାଙ୍କୁ

ଆଜ୍ଞା ଦେଲେ ସେମାନଙ୍କୁ ବାସ କରିବାକୁ

 

 

ଅର୍ଦ୍ଧେକ ଦିବସ ଗତ ହୋଇଛି ଶ୍ରାବଣ

ବାସସ୍ଥାନ ନିରୂପଣ କଲେ ପ୍ରଜାଗଣ

ମଧୁପୁରୀ ରାଜଧାନୀ ଅର୍ଦ୍ଧ ଚନ୍ଦ୍ରାକୃତି

ସେହିଦିନୁ ପ୍ରକାଶିଲା ସେଥିର ବିଭୂତି

ଶତ୍ରୁଘ୍ନଙ୍କ ଯତ୍ନେ ରାଜଧାନୀ ମଧୁପୁରୀ

ଦିନକୁ ଦିନକୁ ବୃଦ୍ଧି ହେଲା ଶୋଭାଶିରି

ସ୍ଥାନେ ସ୍ଥାନେ ଶୋଭାପାଏ ବିପଣି ବିଥିକା

ବିବିଧ ପ୍ରାସାଦ ଶ୍ରେଣୀ ଶୋଭା ପ୍ରକାଶିକା

ସୁନ୍ଦର ଉଦ୍ୟାନ ମନୋହର ଉପବନ

ସ୍ଥାନେ ସ୍ଥାନେ ସରୋବର ସୁନ୍ଦର ଶୋଭନ

ବଣିକ ସକଳେ ନାନାଦେଶ ଦେଶୁଁ ଆସି

ପଣ୍ୟ ଦ୍ରବ୍ୟ ଘେନି ହେଲେ ମଧୁପୁର ବାସି

ବ୍ରାହ୍ମଣାଦି ଚାରିଜାତି କରି ତହିଁ ବାସ

ଆନନ୍ଦ ମନରେ ସର୍ବେ କରନ୍ତି ବିଳାସ

ଯଥାକାଳେ ଆକାଶରୁ ପଡ଼େ ଜଳଧାରା

ଅପର୍ଯ୍ୟାପ୍ତ ଶସ୍ୟଦାନ କରେ ବସୁନ୍ଧରା

ନାଗରିକ ଜନପଦ ବାସୀ ଲୋକଗଣ

ନୀରୋଗ ଶରୀରେ କରୁଥାନ୍ତି ବିଚରଣ

ଦ୍ୱାଦଶ ବରଷ କାଳ ମଧ୍ୟେ ମଧୁପୁରୀ

ଶତ୍ରୁଘ୍ନଙ୍କ ଯତ୍ନେ ଧନ ଧାନ୍ୟେ ଗଲା ପୁରୀ

ଏଥୁଅନ୍ତେ ଇଚ୍ଛା କଲେ ସୁମିତ୍ରା ନନ୍ଦନ

କରିବେ ଶ୍ରୀରାମଚନ୍ଦ୍ର ଚରଣ ଦର୍ଶନ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ର୍ୟଶୀତିତେମ ସର୍ଗ

 

ଚତୁରଶୀତତମ ସର୍ଗ

ଏଥୁଅନନ୍ତରେ ମହାବାହୁ ଶତ୍ରୁଘନ

ଇଚ୍ଛା କରି ଶ୍ରୀରାମଙ୍କ ଚରଣ ଦର୍ଶନ

ଅତି ଅଳ୍ପମାତ୍ର ସହଚର ସଙ୍ଗେ ଧରି

ଅଯୋଧ୍ୟା ନଗର ମୁଖେ ଗଲେ ଯାତ୍ରା କରି

ରହିଲେ ଅମାତ୍ୟ ସେନାପତି ମଧୁପୁରେ

ରାଜଧାନୀ ପ୍ରଜାଗଣେ ରକ୍ଷା କରିବାରେ

ସାତ ଆଠ ଦିନ ବାଟ ଚାଲି ଯଥାକ୍ରମେ

ଉପସ୍ଥିତ ହେଲେ ଯାଇ ବାଲ୍ମୀକି ଆଶ୍ରମେ

ମହର୍ଷି ତାହାଙ୍କୁ କରି ଅତିଥି ସତ୍‌କାର

ଦେଲେ ଆଣି ଫଳମୂଳ ବିବିଧ ପ୍ରକାର

ବସାଇ ଆସନେ ଶତ୍ରୁଘ୍ନଙ୍କୁ ଅନନ୍ତରେ

ବୋଇଲେ ଯେ ମହାମୁନି କଥା ପ୍ରସଙ୍ଗରେ

ଆହେ ବତ୍ସ ସେପ୍ରକାର ବଧିଲ ଲବଣ

ଶୁଣି ଅଛୁଁ ଆମ୍ଭେ ସେହି ସର୍ବ ବିବରଣ

ବହୁତ ନୃପତି ସେହି କରିଥିଲା ବଧ

ଏତେଦିନ କଲ ତୁମ୍ଭେ ସେଥି ପ୍ରତିଶୋଧ

 

 

ପୃଥିବୀର ଭାର କରି ଅଛି ନିବାରଣ

ସୁଖରେ କରିବେ ବାସ ମୁନିଋଷିଗଣ

ଶୁଣି ଆସିଅଛୁଁ ବୋଲୁ ଥିଲେ ଦେବଗଣେ

ଯେରୂପ ପୌରୁଷ ତୁମ୍ଭେ ପ୍ରକାଶିଲ ରଣେ

ଏତେକଥା ବୋଲି ପ୍ରେମଭରେ ତପୋଧନ

କଲେ ଯାଇ ଶତ୍ରୁଘ୍ନଙ୍କ ମସ୍ତକ ଚୁମ୍ବନ

ଏଥୁ ଅନ୍ତେ ଋଷି ଶତ୍ରୁଘ୍ନଙ୍କ ଅନୁଚରେ

ଆନନ୍ଦିତ କରାଇଲେ ଅତିଥି ସତ୍କାରେ

ଅନୁଚର ସହିତରେ ମହାତ୍ମା ଶତ୍ରୁଘ୍ନ

ଶୟନ କଲେକ ଯାଇ ସାରିଣ ଭୋଜନ

ଋଷି ପୁତ୍ରଗଣେ ମିଳି ଗାଇଲେ ସଙ୍ଗୀତ

ଶ୍ରୀରାମଚନ୍ଦ୍ରଙ୍କ ଆନୁପୂର୍ବକ ଚରିତ

ଶତ୍ରୁଘନ ଶୁଣି ସେହି ସୁମଧୁର ସ୍ୱର

ଜ୍ଞାନଶୂନ୍ୟ ହୋଇ ଗଲେ ମୁହୁର୍ତ୍ତ ମାତର

ପୂର୍ବ କଥାମାନ ଶୁଣି ହେଲା ତାଙ୍କ ଜ୍ଞାନ

ଘଟୁଛି ସେ କଥାମାନ ଯେହ୍ନେ ବର୍ତ୍ତମାନ

ସୈନ୍ୟଗଣ ଶୁଣି ମଧ୍ୟ ସ୍ୱର ସୁଲଳିତ

ଅଚେତନ ପ୍ରାୟ ହେଲେ ଆନନ୍ଦେ ମୋହିତ

କୁହା କୁହି ହେଲେ ସୈନ୍ୟଗଣ ପରସ୍ପର

ପୂର୍ବେ ଶୁଣା ଥିଲା ନାହିଁ ଏ ପ୍ରକାର ସ୍ୱର

ଶତ୍ରୁଘ୍ନକୁ ପୁଛା କଲେ ଆସି ସୈନ୍ୟଗଣ

ଆଶ୍ଚର୍ଯ୍ୟ ଅଦ୍ଭୁତ ଗୀତ କରୁଛୁଁ ଶ୍ରବଣ

ପଚାରୁନ୍ତୁ ମହର୍ଷିଙ୍କୁ କେଗାଇଲା ଗୀତ

ବୋଇଲେ ଶତ୍ରୁଘ୍ନ ଏହା ନୁହଇ ଉଚିତ

ଆଶ୍ରମରେ ଘଟେ କେତେ ଏପରି ଘଟଣା

ସେ ସମସ୍ତ ମର୍ମ୍ମ କିଛି ଯାଏ ନାହିଁ ଜଣା

ଗୋଳଯୋଗ କର ନାହିଁ କିଛି ତୁମ୍ଭେମାନେ

ସ୍ଥିର ହୋଇ ରୁହ ସର୍ବେ ନିଜ ନିଜ ସ୍ଥାନେ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁରଶୀତିତମ ସର୍ଗ

 

ପଞ୍ଚଶୀତିତମ ସର୍ଗ

ଶୁଣି ଶୁଣି ରାମଚନ୍ଦ୍ର ଚରିତ ଗାୟନ

ମହାତ୍ମା ଶତ୍ରୁଘ୍ନ କଲେ ସୁଖରେ ଶୟନ

ନିଦ୍ରା ତେଜି ମହାବୀର ଉଠି ପ୍ରଭାତରେ

ପ୍ରାତଃକୃତ ମାନ ସାରି ବାଲ୍ମୀକି ପାଶରେ

ଜଣାଇଲେ ହାତ ଯୋଡ଼ି ଆହେ ତପୋଧନ

ଆଜ୍ଞା କର ଅଯୋଧ୍ୟାକୁ କରିବୁଁ ଗମନ

ମହର୍ଷି ଏ କଥା ଶୁଣି ଆନନ୍ଦିତ ମନେ

ଶୁଭ ଯାତ୍ରା ପାଇଁ ଆଜ୍ଞା ଦେଲେ ଶତ୍ରୁଘନେ

ଋଷି ଆଜ୍ଞା ପାଇ ରଥେ କରି ଆରେହଣ

ବାହାରିଲେ ମହାବୀର ଘେନି ସଙ୍ଗୀଗଣ

ଦେଖୁଁ ଦେଖୁଁ ପ୍ରବେଶିଲେ ଅଯୋଧ୍ୟା ନଗରେ

ରଥରୁ ଓହ୍ଲାଇ କଲେ ପ୍ରବେଶ ଗୃହରେ

ଶ୍ରୀରାମଚନ୍ଦ୍ରଙ୍କ ପାଶେ ହୋଇ ଉପସ୍ଥିତ

ହାତଯୋଡ଼ି ବିନୟରେ ହେଲେ ପ୍ରଣମିତ

ଜଣାଇଲେ ମହାରାଜ ପାପିଷ୍ଠ ଲବଣ

ଆମ୍ଭ ହସ୍ତେ ଘୋର ଯୁଦ୍ଧେ ଲଭିଛି ମରଣ

 

 

ପୁଣି ବସାଇଛୁଁ ମଧୁପୁରେ ରାଜଧାନୀ

ବାସ କରୁ ଛନ୍ତି ତହିଁ ଲୋକ ଜ୍ଞାନୀ ମାନୀ

ଆପଣଙ୍କ ଶ୍ରୀଚରଣ ନ କରୁ ଦର୍ଶନ

ଏତେକାଳ ହେଉଥିଲା ବ୍ୟାକୁଳିତ ମନ

ଅଯୋଧ୍ୟା ନଗରେ ଆସି ଅଛୁଁ ସେଥି ପାଇଁ

କି କାର୍ଯ୍ୟ କରିବୁଁ ଏବେ ବୋଲୁନ୍ତୁ ଗୋସାଇଁ

ବୋଇଲେ ଶ୍ରୀରାମଚନ୍ଦ୍ର ଶୁଣି ଏ ବଚନ

ଆହେ ବାବୁ ହୁଅ ନାହିଁ ବ୍ୟାକୁଳିତ ମନ

କ୍ଷତ୍ରିୟମାନଙ୍କ ଧର୍ମ୍ମ ପ୍ରଜା ପାଳିବାର

ସ୍ୱଦେଶ ବିଦେଶ ସମ ଜ୍ଞାନ କରିବାର

ସାତ ଦିନ ରହି ତୁମ୍ଭେ ଅଯୋଧ୍ୟା ନଗରେ

ବାହୁଡ଼ିଣ ଯାଅ ପୁନର୍ବାର ମଧୁପୁରେ

ତୁମ୍ଭେ ଅଟ ଆମ୍ଭ ପ୍ରାଣ ଠାରୁ ପ୍ରିୟତର

ମାତ୍ରକ ପାଳିବା ପ୍ରଜା କର୍ତ୍ତବ୍ୟ ତୁମ୍ଭର

ମହାତ୍ମା ଶତ୍ରୁଘ୍ନ ଶୁଣି ଶ୍ରୀରାମ ବଚନ

ବୋଇଲେ କରିବୁଁ ମଧୁପୁରକୁ ଗମନ

ଏଥୁ ଅନ୍ତେ ସାତ ଦିନ ରହି ଅଯୋଧ୍ୟାରେ

ଅନୁକୁଳ କଲେ ଯିବା ପାଇଁ ମଧୁପୁରେ

 

 

 

 

ଭରତ ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ଚରଣ

ବନ୍ଦିଣ ଶତ୍ରୁଘ୍ନ କଲେ ରଥ ଆରୋହଣ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚାଶୀତିତମ ସର୍ଗ

 

ଷଡ଼ଶୀତିତମ ସର୍ଗ

ଏଥୁ ଅନ୍ତେ ରାମଚନ୍ଦ୍ର କମଳଲୋଚନ

କରୁ ଥାନ୍ତି ଧର୍ମ୍ମ ମାର୍ଗେ ପ୍ରଜାଙ୍କୁ ପାଳନ

ସୁଖେ କରୁ ଥାନ୍ତି ବାସ ଲକ୍ଷ୍ମଣ ଭରତ

ଆନନ୍ଦରେ କାଳ କରୁଥାନ୍ତି ଅତିପାତ

ଜନପଦ ବାସୀ ଏକ ବିପ୍ର ଦିନକରେ

ଉପସ୍ଥିତ ହେଲା ରାମଚନ୍ଦ୍ର ସମୀପରେ

ମୃତ ବାଳକଟି ସ୍କନ୍ଧେ କରିଛି ବହନ

ହା ପୁତ୍ର ହା ପୁତ୍ର ବୋଲି କରୁଛି ରୋଦନ

ପୂର୍ବ ଜନ୍ମେ ମୁହିଁ କରିଥିଲି କେତେ ପାପ

ଏଥକୁ ଜନ୍ମିଲା ମୋର ଏତେକ ସନ୍ତାପ

ଏକ ମାତ୍ର ପୁତ୍ର ଅକାଳରେ ଗଲା ମରି

କିପରି ରହିବ ତାହା ମାତା ଦେହ ଧରି

ମୋହ ଜାଣିବାରେ କିଛି ପାପ କରି ନାହିଁ

ଏପରି ଦୁର୍ଦ୍ଦଶା ତେବେ ହେଲା କାହିଁ ପାଇଁ

କରି ନାହିଁ ହିଂସା କହି ନାହିଁ ମିଛକଥା

ଅକାରଣେ କାହା ମନେ ଦେଇ ନାହିଁ ବ୍ୟଥା

 

 

କାହାରି ସମ୍ପଦ ହରି ନାହିଁ କେହି କାଳେ

ତେବେ କିପାଁ ପୁତ୍ର ମୋର ମଲାଟି ଅକାଳେ

ଦେଖା ନାହିଁ ଶୁଣା ନାହିଁ ଏପରି ଘଟଣା

ମୋହରି କପାଳେ କିପାଁ ଘଟିଲା ଯନ୍ତ୍ରଣା

ନିଶ୍ଚେ ରାମଚନ୍ଦ୍ର ପାପ ଏଥିର କାରଣ

ଅନ୍ୟ ରାଜ୍ୟେ ନାହିଁ କିପାଁ ଅକାଳ ମରଣ

ବଞ୍ଚାଇଣ ଦିଅ ମୋହ ପୁତ୍ରକୁ ରାଜନ

ନତୁ ତୁମ୍ଭ ସାକ୍ଷାତରେ ତେଜିବି ଜୀବନ

ବ୍ରହ୍ମ ହତ୍ୟା ମହାପାପ ଲାଗିବ ତୁମ୍ଭକୁ

ବଞ୍ଚାଇ ଦେବ କି ନାହିଁ ବୋଲ ମୋ ପୁତ୍ରକୁ

ଦୀର୍ଘଜୀବୀ ହୁଅ ରାଜା ସୁଖେ କର ବାସ

ମାତ୍ରକ ହେଲି ମୁଁ ସବୁ କଥାରୁ ନିରାଶ

ଏତେକାଳ ତୁମ୍ଭ ରାଜ୍ୟେ ଥିଲା ନାହିଁ ଦୁଃଖ

ଆଉ ନ ଘଟିବ ପ୍ରଜା କପାଳରେ ସୁଖ

ପାଳୁଥିଲେ ଯେଉଁ ପୃଥ୍ୱୀ ମହାତ୍ମା ଇକ୍ଷାକୁ

ପାପୀ ରାମଚନ୍ଦ୍ର ପାଳୁ ଅଛନ୍ତି ତାହାକୁ

ରାଜ୍ୟର ବିପଦ ରାଜା ଅଧର୍ମର ମୂଳ

ଭୁଞ୍ଜନ୍ତି ଏଥକୁ ପ୍ରଜା ବିପଦ ସଙ୍କୁଳ

ଅନୁଷ୍ଠାନ କଲେ ମନ୍ଦ କାର୍ଯ୍ୟ ପ୍ରଜାଗଣ

କରିବେ ନୃପତି ସେହି ସର୍ବ ନିବାରଣ

ତହିଁରେ ଯଦ୍ୟପି ହେଳା କରନ୍ତି ନୃପତି

ଭୁଞ୍ଜନ୍ତି ପ୍ରଜାଏ ରାଜ୍ୟେ ବିଷମ ଦୁର୍ଗତି

ଏହିପରି ବୋଲି ବିପ୍ର କରିଣ କ୍ରନ୍ଦନ

କରୁଥାଏ ମୃତ ପୁତ୍ର ମସ୍ତକ ଚୁମ୍ବନ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷଡ଼ଶୀତିତମ ସର୍ଗ

 

ସପ୍ତଶୀତିତମ ସର୍ଗ

ପୁତ୍ର ଶୋକାତୁର ବିପ୍ର ବୋଲନ୍ତେ ଏସନ

ବହୁତ ବ୍ୟାକୁଳ ହୋଇ ଅଯୋଧ୍ୟା ରାଜନ

ପଠାଇଲେ ପ୍ରତିହାରୀ ଡ଼ାକିବା କାରଣେ

ବଶିଷ୍ଠ ଜାବାଳି ବାମଦେବ ଭ୍ରାତାଗଣେ

ଉପସ୍ଥିତ ହେଲେ ପାଇ ନୃପତି ସମ୍ବାଦ

ବାମଦେବ ମାର୍କଣ୍ଡେୟ କାଶ୍ୟପ ନାରଦ

କାତ୍ୟାୟନ ମୌଦଗଲ୍ୟ ଜାବାଳି ଗୌତମ

ଜନପଦ ପୌର ଆନ ଆନ ବିପ୍ରତମ

ମହାତ୍ମା ଶ୍ରୀରାମ ଉକ୍ତି ପୂର୍ବ ସମ୍ଭାଷଣେ

ଅନୁମତି ଦେଲେ ବସିବାକୁ ବିପ୍ରଗଣେ

ମନ୍ତ୍ରୀ ପୁରୋହିତ ବସିବାରୁ ଆସନରେ

ବୋଇଲେ ଶ୍ରୀରାମଚନ୍ଦ୍ର ବିନୟ ବାକ୍ୟରେ

ବ୍ରାହ୍ମଣର ପୁତ୍ର ମୃତ୍ୟୁ କଥା ବ୍ୟାଖ୍ୟା କରି

ମନ୍ତ୍ରୀ ପୁରୋହିତଗଣେ ବୋଲନ୍ତେ ବିସ୍ତାରି

ନରପତି ବାକ୍ୟ ଶୁଣି ବୋଇଲେ ନାରଦ

ଶୁଣନ୍ତୁ ହେ ମହାରାଜ ସେଥିର ସମ୍ବାଦ

 

 

ପୂର୍ବକାଳେ କୃତଯୁଗେ ବିପ୍ରମାନଙ୍କର

କେବଳ ଯେ ଥିଲା ତପସ୍ୟାରେ ଅଧିକାର

ସେହି ବ୍ରହ୍ମ ଭୂତ ଯୁଗେ ଜଗତ ସଂସାର

ଦୂର ହୋଇଥିଲା ଅଜ୍ଞାନତା ଅନ୍ଧକାର

ଲୋକମାନେ ଦିର୍ଘଜୀବୀ ଥିଲେ ସେ ଯୁଗରେ

ଅକାଳ ମରଣ ଥିଲା ନାହିଁ ଜଗତରେ

ଏଥୁଅନ୍ତେ ତ୍ରେତାଯୁଗେ ହେଲା ଏ ପ୍ରକାର

କ୍ଷତ୍ରିୟେ ପାଇଲେ ତପସ୍ୟାର ଅଧିକାର

ନ ରହିଲା ପୂର୍ବପରି ତପସ୍ୟା ପ୍ରଭାବ

କିଞ୍ଚିତରେ ଊଣା ହୋଇ ଗଲା ଧର୍ମଭାବ

ବ୍ରାହ୍ମଣ କ୍ଷତ୍ରିୟ ଭେଦ ନୁହନ୍ତେ କାହିଁରେ

ପଦେକ ଅଧର୍ମ ପ୍ରବେଶିଲା ପୃଥିବୀରେ

ଅଧ୍ୟାତ୍ମିକ ବ୍ରହ୍ମଜ୍ଞାନ ନ ରହି ବିଚାର

ବର୍ଣ୍ଣାଶ୍ରମ କର୍ମକାଣ୍ଡ ବହୁଳ ପ୍ରଚାର

ନରହନ୍ତେ ତପସ୍ୟାରେ ପ୍ରଭେଦ ବିଶେଷ

ପ୍ରବେଶିଲା ଲୋକ ମନେ ମିଥ୍ୟା ଇର୍ଷାଦ୍ୱେଶ

ମନୁଷ୍ୟର ପରମାୟୁ ହେଲା ପରମିତ

ବିପ୍ର ଦେହେ ବ୍ରହ୍ମ ତେଜ ନୋହିଲା ଲକ୍ଷିତ

ଆୟୁ କ୍ଷୟ ଦୋଷ କରିବାକୁ ପରିହାର

ବ୍ରାହ୍ମଣ କ୍ଷତ୍ରିୟ ଜାତି କରି ସଦାଚାର

ନିଯୁକ୍ତ ହେଲେ ଯେ ତପକାର୍ଯ୍ୟ ଅନୁଷ୍ଠାନେ

ସେମାନଙ୍କ ସେବା କଲେ ବୈଶ୍ୟ ଶୂଦ୍ରମାନେ

ହେବାରୁ ଏରୂପ ଜାତି ମଧ୍ୟେ ବ୍ୟବହାର

ଅଧର୍ମ୍ମ ଦ୍ୱିତୀୟ ପାଦ ପୃଥ୍ୱୀରେ ସଞ୍ଚାର

ବୈଶ୍ୟଜାତି ତପ କଲେ ଦ୍ୱାପର ଯୁଗରେ

କେବଳ ରହିଲେ ଶୂଦ୍ର ସେବା କରିବାରେ

ତପସ୍ୟା କରିବେ ଶୂଦ୍ର ଜାତି ଭବିଷ୍ୟତେ

ବର୍ତ୍ତମାନ ଅଧିକାର ନାହିଁ କେହି ମତେ

ବର୍ତ୍ତମାନ ତ୍ରେତା ଯୁଗେ ଶୂଦ୍ର ଏକ ଜଣ

ଅରଣ୍ୟରେ କରୁ ଅଛି ତପ ଆଚରଣ

ହେବା ଯୋଗୁଁ ଏହିପରି କାର୍ଯ୍ୟ ଅନୁଚିତ

ଏଥକୁ ଅକାଳ ମୃତ୍ୟୁ ହେଲା ଉପସ୍ଥିତ

ଯହିଁ ହୁଏ ଆଚରଣ ନିଷିଦ୍ଧ ବ୍ୟାପାର

ସହଜରେ ହୁଏ ତହିଁ ଅଲକ୍ଷ୍ମା ସଞ୍ଚାର

ନିବାରଣ ନକରନ୍ତି ଯେଉଁ ନରପତି

ନିଶ୍ଚୟ ଲଭନ୍ତି ଚରମରେ ଅଧୋଗତି

ଷଷ୍ଠାଂଶ ନିଅନ୍ତି ରାଜା ପ୍ରଜାଠାରୁ କର

ଏଥିପାଇଁ ହେଉ ଅଛି କର୍ତ୍ତବ୍ୟ ତାଙ୍କର

କରିବେ ସର୍ବୋତୋଭାବେ ରକ୍ଷା ପ୍ରଜାଗଣେ

ବିବିଧ ପ୍ରକାରେ ସାଧୁ କାର୍ଯ୍ୟ ଆଚରଣେ

ହେ ରାଜନ ରାଜ୍ୟ ମଧ୍ୟେ କରି ଅନ୍ୱେଷଣ

ଅସାଧୁ ଗର୍ହିତ କାର୍ଯ୍ୟ କର ନିବାରଣ

ହେବ ତୁମ୍ଭ ଧର୍ମ ବୃଦ୍ଧି ପ୍ରଜା ଆୟୁଷ୍ମାନ

ଜୀବନ ପାଇବ ପୁଣି ବ୍ରାହ୍ମଣ ସନ୍ତାନ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତାଶୀତିତପ ସର୍ଗ

 

ଅଷ୍ଟାଶୀତିତମ ସର୍ଗ

ମହାଋଷି ନାରଦଙ୍କ ବଚନ ଶ୍ରବଣେ

ବୋଇଲେ ଶ୍ରୀରାମଚନ୍ଦ୍ର ଅନୁଜ ଲକ୍ଷ୍ମଣେ

ହେ ଭ୍ରାତଃ ସାନ୍ତ୍ୱନା ତୁମ୍ଭେ ଦେଇ ବ୍ରାହ୍ମଣକୁ

ତୈଳ ଭାଣ୍ଡ ମଧ୍ୟେ ରଖ ତାହାର ପୁତ୍ରକୁ

ସାବଧାନ ହୋଇ ଥିବ ରକ୍ଷା କରିବାରେ

ବିକୃତ ନ ହେବ ମୃତ ଦେହ ଯେ ପ୍ରକାରେ

ରାମଚନ୍ଦ୍ର ଏତେ କଥା ବୋଲି ଲକ୍ଷ୍ମଣକୁ

ମନ ମଧ୍ୟେ ସୁମରିଲେ ପୁଷ୍ପକ ରଥକୁ

ତକ୍ଷଣେ ପୁଷ୍ପକ ରଥ ରତନ ଭୁଷିତ

ରାମଚନ୍ଦ୍ର ସମୀପରେ ହେଲା ଉପସ୍ଥିତ

ଭରତକୁ ରାଜ୍ୟଭାର କରି ସମର୍ପଣ

ପୁଷ୍ପକ ରଥରେ ଯାଇ କଲେ ଆରୋହଣ

ଶରଶରାସନ ହସ୍ତେ ଦିଶଇ ସୁନ୍ଦର

ବଜ୍ର ହସ୍ତେ ଶୋଭାପାନ୍ତି ଯେହ୍ନେ ବଜ୍ରଧର

ପ୍ରଥମରେ ଯାତ୍ରା କଲେ ପଶ୍ଚିମ ଦିଗକୁ

ଅନ୍ୱେଷଣ କରି କରି ଶୂଦ୍ର ତାପସକୁ

 

 

ପଶ୍ଚିମ ଦିଗରେ କିଛି ନପାଇ ସନ୍ଧାନ

ଉତ୍ତର ଦିଗକୁ ତହୁଁ ହେଲେ ଧାବମାନ

ନପାଇ ସେଦିଗେ କିଛି ଗଲେ ଦକ୍ଷିଣକୁ

ଯହିଁ ଗିରୀ ଶୃଙ୍ଗ ସ୍ପର୍ଷି ଅଛି ଆକାଶକୁ

ପର୍ବତ ପାଶରେ ଏକ ଅଛି ସରୋବର

ସ୍ଫଟିକ ସମାନ ବାରି ପରମ ସୁନ୍ଦର

ଦେଖିଲେ ତାକୂଳେ ଯାଇ ରାମ ରଘୁବର

କରୁ ଅଛି ଶୂଦ୍ର ଏକ ତପସ୍ୟା କଠୋର

ଓହ୍ଲାଇ ରଥରୁ ତହିଁ ଶ୍ରୀରଘୁନନ୍ଦନ

ପୁଛା କଲେ ତପସ୍ୱୀକୁ କରି ସମ୍ବୋଧନ

ହେ ଧାର୍ମିକ ଧନ୍ୟ ତୁମ୍ଭେ ଅଛଇ କୁଶଳେ

ପଚାରୁଛୁଁ କିଛି କଥା ଆମ୍ଭେ କୁତୁହଳେ

ସ୍ୱର୍ଗ କାମନାରେ କିବା କରୁଛ ତପସ୍ୟା

ଅଥବା ତୁମ୍ଭର ଅଛି ଆଉ କିଛି ଆଶା

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି

କେଉଁ ବଂଶୁ ହୋଇ ଅଛି ତୁମ୍ଭର ଉତ୍‌ପତି

ପୁଛନ୍ତେ ଏତେକ ଦଶରଥଙ୍କ ତନୟ

ତପସ୍ୱୀ ବୋଇଲେ ତହୁଁ ନିଜ ପରିଚୟ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟାଶୀତିତମ ସର୍ଗ

 

ନବଶୀତିତମ ସର୍ଗ

ବୋଇଲେ ତାପସ ତହୁଁ ଆହେ ରଘୁବର

ସଂକ୍ଷେପ ବୃତ୍ତାନ୍ତ ତେବେ ଶୁଣନ୍ତୁ ମୋହର

ମୋ ନାମ ଶମ୍ବୁକ ଶୂଦ୍ର ବଂଶରୁ ଉତ୍‌ପତି

ଦେବତ୍ୱ ଲଭିବା ପାଇଁ ହୋଇ ଅଛି ଯତି

ରାମଚନ୍ଦ୍ର ଶୁଣି ସେହି ତପସ୍ୱୀ ବଚନ

ତତକ୍ଷଣେ କଲେ ତାର ମସ୍ତକ ଛେଦନ

ଏହା ଦେଖି ଆନନ୍ଦିତ ହୋଇ ଦେବଗଣ

ଶ୍ରୀରାମଚନ୍ଦ୍ରଙ୍କ କଲେ ଜୟ ଉଚ୍ଚାରଣ

ଆମୋଦିତ ହେଲା ବନ ସୁଶୀତଳ ବାଏ

ଆକାଶରୁ ପୁଷ୍ପ ବୃଷ୍ଟି କରି ଦେବତାଏ

ବୋଇଲେ ଧନ୍ୟ ହେ ତୁମ୍ଭେ ଅଯୋଧ୍ୟାର ସ୍ୱାମୀ

ତୁମ୍ଭ ଯୋଗେ ଶୂଦ୍ର ହେଲା ନାହିଁ ସ୍ୱର୍ଗଗାମୀ

ସାଧି ଅଛ ଉପକାର ଆମ୍ଭମାନଙ୍କର

ଇଚ୍ଛା ଅନୁସାରେ ଏବେ ମାଗି ନିଅ ବର

ଦେବତାମାନଙ୍କ ବାକ୍ୟ ଶୁଣି ରଘୁବର

ବୋଇଲେ ବିନୟ କରି ଯୋଡ଼ି ବେନି କର

 

 

ମୋହ ପ୍ରତି ଯେବେ ହୋଇ ଥାଅ କୃପାବାନ

ବ୍ରାହ୍ମଣ ପୁତ୍ରକୁ ତେବେ କର ପ୍ରାଣଦାନ

ମୋହ ପାପେ ମରି ଅଛି ବ୍ରାହ୍ମଣ ନନ୍ଦନ

ଆପଣମାନଙ୍କ ଯୋଗେ ପାଉ ସେ ଜୀବନ

ବୋଇଲେ ଦେବତାଗଣେ ଆହେ ରଘୁବର

ଲଭିବ ଜୀବନ ଆଜ ବ୍ରାହ୍ମଣ କୁମର

ଦେବତାମାନଙ୍କ ବରେ ବ୍ରାହ୍ମଣ ନନ୍ଦନ

ଉଠିଲା ଶଯ୍ୟାରୁ ଲଭି ତକ୍ଷଣେ ଜୀବନ

ବୋଇଲେ ଦେବତାଗଣେ ହେ ରଘୁନନ୍ଦନ

ଅଗସ୍ତ୍ୟ ଆଶ୍ରମ ପଦେ କରିବୁଁ ଗମନ

ପରମ ଧାର୍ମ୍ମିକ ମହାଋଷି ବେଦ ଧ୍ୟାୟୀ

ଦ୍ୱାଦଶ ବରଷ କାଳ ଥିଲେ ଜଳଶାୟୀ

ଅଦ୍ୟ ହେବ ତାହାଙ୍କର ଦୀକ୍ଷା ସମାପତ

ତେଣୁ ଆମ୍ଭେମାନେ ହୋଇଅଛୁଁ ଅଭ୍ୟାଗତ

ନ ଥିଲେ ବିଶେଷ କାର୍ଯ୍ୟ ଅଯୋଧ୍ୟା ନଗରେ

ତେବେ ବାବୁ ଚାଲ ଆମ୍ଭମାନଙ୍କ ସଙ୍ଗରେ

ଦେବତାମାନଙ୍କ ବାକ୍ୟେ ଜାନକୀ ରମଣ

ରତନ ଖଚିତ ରଥେ କରି ଆରୋହଣ

ଦେବତାମାନଙ୍କ ଯାତ୍ରା ମାର୍ଗ ଅନୁସରି

କୁମ୍ଭଯୋନି ଆଶ୍ରମକୁ ଗଲେ ଯାତ୍ରା କରି

ଅଭ୍ୟାଗତ ଉପସ୍ଥିତ ଦେଖି ତପୋନିଧି

ସମ୍ଭାଷଣ ଅଭ୍ୟର୍ଥନା କଲେ ଯଥାବିଧି

କୁମ୍ଭଯୋନି ପୂଜା ଘେନି ଦେବତା ସକଳେ

ତହୁଁ ଯାତ୍ରା କରି ଗଲେ ଆକାଶ ମଣ୍ଡଳେ

ବନ୍ଦିଲେ ଶ୍ରୀରାମଚନ୍ଦ୍ର ମୁନିଙ୍କ ପୟର

ମୁନି ମଧ୍ୟ କଲେ ତାଙ୍କୁ ବହୁତ ଆଦର

ବସନ୍ତେ ଶ୍ରୀରାମଚନ୍ଦ୍ର ପବିତ୍ର ଆସନେ

ବୋଇଲେ ମହର୍ଷି ତାଙ୍କ ମଧୁର ବଚନେ

ହେ କାକୁତ୍ସ କରି ଶୂଦ୍ର ଜୀବନ ସଂହାର

କରି ଅଛ ବିପ୍ର ପୁତ୍ର ଜୀବନ ଉଦ୍ଧାର

ଦେବତାମାନଙ୍କ ଠାରୁ ଶୁଣିଛୁଁ ସକଳ

ଶୂଦ୍ର ମୁନି ପ୍ରାଣନାଶ କଥା ଅବିକଳ

ଆମ୍ଭ ପ୍ରିୟପାତ୍ର ତୁମ୍ଭେ ହେ ରଘୁନନ୍ଦନ

ତୁମ୍ଭ ଯୋଗେ ଧରି ଛନ୍ତି ପ୍ରାଣୀଏ ଜୀବନ

ତୁମ୍ଭେ ଅଟ ସନାତନ ପୁରୁଷ ପ୍ରଧାନ

ତୁମ୍ଭଠାରୁ ପ୍ରତିଷ୍ଠିତ ଛନ୍ତି ଜୀବମାନ

ଆଜିରେ ଅତିଥି ହୋଇ ଆମ୍ଭ ଆଶ୍ରମରେ

କାଲି ପ୍ରାତଃକାଳେ ଯିବ ଅଯୋଧ୍ୟା ନଗରେ

ଅନୁରୋଧ କରୁଅଛୁଁ ହେ ରଘୁନନ୍ଦନ

ଅନ୍ୟଥା କରିବ ନାହିଁ ଆମ୍ଭ ଏବଚନ

ବିଶ୍ୱକର୍ମ୍ମା ବିନିର୍ମ୍ମିତ ଦିବ୍ୟ ଆଭରଣ

ଦେଉ ଅଛୁଁ କର ନିଜ ଦେହରେ ଧାରଣ

ଦତ୍ତବସ୍ତୁ ପୁନର୍ଦାନେ ସୁମହତ ଫଳ

ତେଣୁ ଦେଉ ଅଛୁଁ ଏହି ଭୁଷଣ ସକଳ

ବିଶ୍ୱକର୍ମ୍ମା ଦେଇଥିଲେ ଆମ୍ଭକୁ ଏମାନ

ମହାଫଳ ହେବ ପୁନର୍ବାର କଲେ ଦାନ

ମହାମୁନି ବାକ୍ୟ ଶୁଣି କୌଶଲ୍ୟା ନନ୍ଦନ

ବିନୟରେ ହାତଯୋଡ଼ି ବୋଇଲେ ବଚନ

କ୍ଷମାକର ମୁନିବର ନ ବୋଲ ଏମନ୍ତ

କ୍ଷତ୍ରିୟମାନଙ୍କ ପକ୍ଷେ ଗର୍ହିତ ଅତ୍ୟନ୍ତ

ବିପ୍ରଗଣ ଠାରୁ ଦାନ କରିବା ଗ୍ରହଣ

ଆପଣଙ୍କ ଆଜ୍ଞା କରି ନ ପାରୁଁ ପାଳନ

ବୋଇଲେ ଅଗସ୍ତ୍ୟ ଶୁଣି ରାମଚନ୍ଦ୍ର କଥା

ପୂର୍ବର କହିଣୀ ତେବେ ଶୁଣ ମହାରଥା

ପୃଥିବୀରେ ହେଲା ଯେବେ ମନୁଷ୍ୟ ବସତୀ

ତେତେବେଳେ କେହିଥିଲେ ନାହିଁ ନରପତି

ପ୍ରଜାଗଣେ ମିଳିଗଲେ ପିତାମହ ପାଶେ

ପୃଥ୍ୱୀପାଇଁ ରାଜା ଏକ ପାଇବା ସକାଶେ

ବୋଇଲେ ସକଳେ ମିଳି ଆହେ ବେଦବର

ସ୍ୱର୍ଗପୁରେ ରାଜା ହେଲେ ଦେବ ପୁରନ୍ଦର

ପୃଥିବୀରେ କାହାକୁତ କରିନାହିଁ ରାଜା

ଦେଉନ୍ତୁ ନୃପତି ଏକ ପାଳିବାକୁ ପ୍ରଜା

ରାଜପୂଜା ଯୋଗେ ହେବ ପାପ ବିମୋଚନ

କରିବେ ନୃପତି ମଧ୍ୟ ଦୁଷ୍ଟଙ୍କୁ ଶାସନ

ପଦ୍ମଯୋନି ଶୁଣି ପ୍ରଜାଗଣ ନିବେଦନ

ଲୋକପାଳ ଗଣେ ଲାଇ ବୋଇଲେ ବଚନ

ଆହେ ଦେବଗଣ ପାଳି ଆମ୍ଭର ଆଦେଶ

ଦିଅ ତୁମ୍ଭେମାନେ ନିଜ ନିଜ ତେଜ ଅଂଶ

ଦେବତାଏ କରିବ୍ରହ୍ମ ବାକ୍ୟେ ଅଙ୍ଗୀକାର

ଦେଲେ ନିଜ ଅଂଶ କରି ଦେହରୁ ବାହାର

ଦେବଦତ୍ତ ଅଂଶମାନ ଘେନି ପ୍ରଜାପତି

ସୃଜନ କଲେ ଯେ ପୃଥିବୀରେ ନରପତି

ଯେଉଁ ଅଂଶ ଦେଇଥିଲେ ସହସ୍ର ଲୋଚନ

କରନ୍ତି ରାଜାଏ ତହିଁ ପ୍ରଜାଙ୍କୁ ପାଳନ

କରନ୍ତି ବରୁଣ ଅଂଶେ ଶରୀର ପୋଷଣ

କୁବେର ପ୍ରଦତ୍ତ ଅଂଶେ ଧନ ବିତରଣ

ଶାସନ କରନ୍ତି ପ୍ରଜା ଯମଦତ୍ତ ଅଂଶେ

ହେ ନରେନ୍ଦ୍ର ତୁମ୍ଭେ ଜନ୍ମି ଅଛ ରାଜବଂଶେ

ଆମ୍ଭ ପ୍ରତି ବର୍ତ୍ତମାନ କରି ଅନୁଗ୍ରହ

ଇନ୍ଦ୍ରଦତ୍ତ ଅଂଶେ କର ଦାନ ପରିଗ୍ରହ

ରାମଚନ୍ଦ୍ର କରି ଏହି ବଚନ ଶ୍ରବଣ

ଗ୍ରହଣ କଲେ ଯେ ମୁନିଦତ୍ତ ଆଭରଣ

ସେହି ଆଭରଣମାନ ସୁନ୍ଦର ଗଠିତ

ଉଜ୍ୱଳ ଭାସ୍କରଜ୍ୟୋତି ପରି ବିରାଜିତ

ପୁଛାକଲେ ରାମଚନ୍ଦ୍ର ଆହେ ମୁନିବର

ଏହି ଅଳଙ୍କାରମାନ ପରମ ସୁନ୍ଦର

ପାଇଲେ ଏମାନ କାହାଠାରୁ କି ପ୍ରକାରେ

ବିସ୍ତାରିତ ରୂପେ ଏହା ବୋଲୁନ୍ତୁ ମୋଠାରେ

 

ଇତି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ନବାଶୀତିତମ ସର୍ଗ

 

ନବତିତମ ସର୍ଗ

ବୋଇଲେ ଅଗସ୍ତ୍ୟ ଶୁଣ ଆହେ ରଘୁବର

ପୂର୍ବକାଳେ ଥିଲା ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର

ନିବିଡ଼ ଅରଣ୍ୟ ତହିଁ ଥିଲା ପରିପୂର୍ଣ୍ଣ

ମାତ୍ର ଅଟେ ତାହା ବନ୍ୟ ପଶୁ ପକ୍ଷୀ ଶୂନ୍ୟ

ସେ ନିର୍ଜନ ବନ ଏକ ପ୍ରାନ୍ତ ପ୍ରଦେଶରେ

ତପଶ୍ଚର୍ଯ୍ୟା କରୁଥିଲୁଁ ଏକାନ୍ତ ମନରେ

ଦିନକରେ ପ୍ରାତଃକାଳେ କରୁଁ ଆମ୍ଭେ ମନ

ବୁଲି ବୁଲି ଦେଖିବାକୁ ସମସ୍ତ କାନନ

ଦେଖିବୁଁ ଅରଣ୍ୟେ ବୁଲି ବିଟପୀ ସମସ୍ତ

ଫଳ ପୁଷ୍ପ ଭରେ ହୋଇ ଛନ୍ତି ଅବନତ

ଅପରୂପ ବନ ଶୋଭା ହେବ ନାହିଁ କହି

ଦେଖିବା ମାତ୍ରକେ ଲୋକ ମନ ଯିବ ମୋହି

ବନମଧ୍ୟ ଭାଗେ ଅଛି ଏକ ସରୋବର

ଶ୍ୟାମଳ ନିର୍ମଳ ଜଳ ଯୋଜନେ ବସ୍ତାର

କୁମୁଦ କହ୍ଲାର ପଦ୍ମ ଆଦି ରକ୍ତକଇଁ

ପରିପୂର୍ଣ୍ଣ ଫୁଟି ଶୋଭା ପାଉଅଛି ତହିଁ

 

 

ସରୋବର କୂଳେ ଏକ ଦେଖିଲୁଁ ଆଶ୍ରମ

ତହିଁ ରହିଛନ୍ତି ଏକ ଋଷି ପ୍ରାଜ୍ଞତମ

ରାତ୍ରି ବାସ କରି ସେହି ଋଷି ଆଶ୍ରମରେ

ପ୍ରାତଃକୃତ୍ୟ ପାଇଁ ଗଲୁଁ ପ୍ରଭାତ କାଳରେ

ଯାଉ ଥିଲୁଁ ସରୋବରେ ପ୍ରାତଃ ସ୍ନାନ ପାଇଁ

ପଡ଼ି ଅଛି ଶବ ଏକ ଦେଖିଲୁଁ ଅନାଇଁ

ମାତ୍ରକ ଦେଖିଲୁଁ ଏକ କଥା ଚମତ୍କାର

ଶବ ଦେହେ ନାହିଁ ମୃତ୍ୟୁ ଲକ୍ଷଣ ବିକାର

ତାହା ଦେଖି ଚିନ୍ତା କରୁଅଛୁଁ କଥାମାନ

ଉପସ୍ଥିତ ହେଲା ଏକ ସ୍ୱର୍ଗୀୟ ବିମାନ

ମନୋବେଗଗାମୀ ଅଟେ ସେହି ରଥବର

ହଂସଯୁଗ ବହୁଛନ୍ତି ପରମ ସୁନ୍ଦର

ସ୍ୱର୍ଗୀୟ ପୁରୁଷ ଏକ ତହିଁ ବସିଛନ୍ତି

ବିଦ୍ୟାଧାରୀମାନେ ଘେରିଛନ୍ତି ପନ୍ତିପନ୍ତି

ଥୋକେ ବିଦ୍ୟାଧାରୀ କରୁ ଅଛନ୍ତି ଗାୟନ

ଥୋକେ କରୁଛନ୍ତି ବସି ଚାମର ବ୍ୟଜନ

ମୃଦଙ୍ଗ ବଜାଏ କେହି ବୀଣା କରତାଳ

କେହି କେହି ବେନି ହସ୍ତେ ଦେଉଛନ୍ତି ତାଳ

ଓହ୍ଲାଇଲେ ରଥୁଁ ସେହି ପୁରୁଷ ସୁନ୍ଦର

ମେରୁଶୃଙ୍ଗୁ ଅବତୀର୍ଣ୍ଣ ଯଥା ଦିବାକର

ଆନନ୍ଦରେ କରି ସେହି ଶବକୁ ଭୋଜନ

ସରୋବର ଜଳେ ଯାଇ କଲେ ଆଚମନ

ଯାଉଛନ୍ତି ରଥ ଆରୋହଣ କରିବାକୁ

କର ଯୋଡ଼ କରି ପୁଛା କଲୁଁ ଯେ ତାହାଙ୍କୁ

ଦୟା କରି ବୋଲ ମୋତେ ଆହେ ମହାଜନ

କିକାରଣେ କଲ ଏହି ଅଖାଦ୍ୟ ଭୋଜନ

ଦେବତା ସମାନ କାନ୍ତି ଦେବତା ବେଭାର

ତଥାପି କରୁଛ ମୃତ ଶରୀର ଆହାର

ନିବେଦନ କରୁଅଛି ହେ ବିମାନଚାରୀ

ଏଥିର ବୃତ୍ତାନ୍ତ ମୋତେ ବୋଲୁନ୍ତୁ ବିସ୍ତାରି

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ନବତିତମ ସର୍ଗ

 

ଏକନବତିତମ ସର୍ଗ

ପଚାରନ୍ତେ ଆମ୍ଭେ କଥା ହେ ରଘୁନନ୍ଦନ

ସ୍ୱର୍ଗୀୟ ପୁରୁଷ ତହୁଁ ବୋଇଲେ ବଚନ

ଆହେ ବିପ୍ରବର ଯାହା ଅଛନ୍ତି ପଚାରି

ଅବଶ୍ୟ ଯେ କଥାମାନ ବୋଲିବୁଁ ବିସ୍ତାରି

ପୂର୍ବକାଳେ ସୁବିଖ୍ୟାତ ବିଦର୍ଭ ନଗରେ

ଥିଲେ ଏକ ନରପତି ସୁଦେବ ନାମରେ

ତାହାଙ୍କର ଦୁଇ ରାଣୀ ସାଧ୍ୱୀ ଗୁଣବତୀ

ସେମାନଙ୍କ ଗର୍ଭୁ ଜାତ ଦୁଇଟି ସନ୍ତତି

ଆମ୍ଭ ନାମ ସ୍ୱେତ ବଡ଼ ରାଣୀ ଜ୍ୟେଷ୍ଠ ସୁତ

କନିଷ୍ଠ ପୁତ୍ରର ନାମ ଅଟଇ ସୁରତ

ପିତା ଦେହ ତ୍ୟାଗ ଅନ୍ତେ ପୁରବାସୀ ଜନେ

ବସାଇଲେ ଆମ୍ଭକୁ ଯେ ରାଜ ସିଂହାସନେ

ଆମ୍ଭେ ମଧ୍ୟ ସବୁବେଳେ ହୋଇ ଏକମନ

ଧର୍ମ୍ମମାର୍ଗେ କରୁଥାଉଁ ପ୍ରଜାଙ୍କୁ ପାଳନ

ଏହିରୂପେ ହେଲା ବର୍ଷ ସହସ୍ର ଅତୀତ

ବୃଦ୍ଧତ୍ୱ ସମୟ ଆସି ହେଲା ଉପସ୍ଥିତ

 

 

କନିଷ୍ଠ ସୁରତେ କରି ରାଜ୍ୟ ସମର୍ପଣ

ବାହାରିଲୁଁ କରିବାକୁ ତପ ଆଚରଣ

ସହସ୍ର ବରଷ କାଳ ରହି ଏହି ବନେ

ବ୍ରହ୍ମପଦ ଧ୍ୟାନ କରୁ ଥାଉଁ ଏକମନେ

ଦେହ ତ୍ୟାଗ କରି କଲୁଁ ବ୍ରହ୍ମଲୋକ ଲାଭ

ମାତ୍ରକ ରହିଲା ତହିଁ କିଞ୍ଚିତ ଅଭାବ

କ୍ଷୁଧା କିମ୍ବା ତୃଷ୍ଣା କିଛି ନ ଥାଏ ସେଠାରେ

ମାତ୍ର ଆମ୍ଭେ ପୀଡ଼ା ପାଉଁ କ୍ଷୁଧା ପିପାସାରେ

ପିପାସା କ୍ଷୁଧାରୁ ମୁକ୍ତ ପାଇବା ସକାଶେ

ଗଲୁଁ ତ୍ରିଭୁବନ ପ୍ରଭୁ ବିଧାତାଙ୍କ ପାଶେ

ବୋଇଲୁଁ ତାହାଙ୍କୁ ହୋଇ ବ୍ୟାକୁଳିତ ମନ

ହେ ହିରଣ୍ୟଗର୍ଭ ମୋର ଶୁଣ ନିବେଦନ

ଏହି ବ୍ରହ୍ମଲୋକ କ୍ଷୁଧା ପିପାସା ବର୍ଜିତ

ମାତ୍ରକ ଆମ୍ଭେ ଯେ ଥାଉଁ ସେଥିରେ ପୀଡ଼ିତ

ଆହେ ମହାପ୍ରଭୁ ଆମ୍ଭେ କରୁଁ ନିବେଦନ

ଦୟାକରି କର ଆମ୍ଭ ଖାଦ୍ୟ ନିର୍ବାଚନ

ବୋଇଲେ ବିଧାତା କରି ବଚନ ଶ୍ରବଣ

ଯାଅ ତୁମ୍ଭେ କର ସ୍ୱାଦୁ ମାଂସକୁ ଭକ୍ଷଣ

ଆହେ ମହାମତେ ତୁମ୍ଭେ ତପସ୍ୟା କାଳରେ

ଯତ୍ନ କରୁଥାଅ ଦେହ ରକ୍ଷା ବିଷୟରେ

ପୁଣି ତୁମ୍ଭ ଥିଲେ ମଧ୍ୟ ଧର୍ମ୍ମକାର୍ଯ୍ୟେ ଜ୍ଞାନ

ମାତ୍ର ରଖି ନାହିଁ ଦାନ ଧର୍ମ୍ମର ସମ୍ମାନ

ନ କରି ଥିବାରୁ ଦାନ ଧର୍ମ୍ମ ସମାଦର

କ୍ଷୁଧା ପିପାସାରେ ତେଣୁ ହେଉଛ କାତର

ତେଣୁ ତୁମ୍ଭପ୍ରତି ଆମ୍ଭେ କରୁଛୁଁ ବିଧାନ

ଯାଓ ନିଜ ତ୍ୟକ୍ତ ଦେହ କରିବ ଭୋଜନ

ଭେଟ ହେଲେ ମହାଋଷି ଅଗସ୍ତି ସହିତ

ତେତେବେଳେ ହେବ ତୁମ୍ଭ ଦୁଃଖ ଅପନୀତ

ପାରନ୍ତି ସେ ପରିତ୍ରାଣ କରି ସୁରଗଣେ

ତୁମ୍ଭ ଦୁଃଖ ଘୁଞ୍ଚାଇବା ତାଙ୍କୁ କେତେକ୍ଷଣେ

କରିବାକୁ ପଦ୍ମଯୋନି ଆଦେଶ ପାଳନ

ବହୁ ବର୍ଷ କଲୁଁ ନିଜ ଶରୀର ଭୋଜନ

ପ୍ରତିଦିନ କରୁ ନିଜ ଉଦରକୁ ପୂର୍ତ୍ତି

ହେଉ ନାହିଁ ଶବ କ୍ଷୟ ଜନ୍ମୁ ନାହିଁ ତୃପ୍ତି

ଆହେ ବ୍ରହ୍ମଋଷି ଏବେ କରୁନ୍ତୁ ଆଦେଶ

ଦୂର ହୋଇ ଯାଉ ଏହି ଘୃଣାଯୁକ୍ତ କ୍ଳେଶ

ବୁଝିଛୁଁ ଆପଣ ଅଟ ଅଗସ୍ତି ମହର୍ଷି

ନୋହିଲେ ଏଠାକୁ କେବା ଆସନ୍ତା ଭରସି

ପୁଣି ଆମ୍ଭପ୍ରତି ହୋଇ କୃପାପରାୟଣ

ଏହି ଆଭରଣମାନ କରୁନ୍ତୁ ଗ୍ରହଣ

ସୁବର୍ଣ୍ଣାଦି ଯାହା ଅଛି ଆମ୍ଭ ସମୀପରେ

ସମର୍ପଣ କଲୁଁ ଆପଣଙ୍କ ଚରଣରେ

ସ୍ୱର୍ଗୀୟ ପୁରୁଷ ବାକ୍ୟ କରିଣ ଶ୍ରବଣ

ଗ୍ରହଣ କଲୁ ଯେ ତାଙ୍କ ଦତ୍ତ ଆଭରଣ

ସେ ପୁରୁଷ କଲେ ସ୍ୱର୍ଗପୁରେ ଆରୋହଣ

ହେ ଶ୍ରୀରାମ ଏହା ଅଳଙ୍କାର ବିବରଣ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକନବତିତମ ସର୍ଗ

 

ଦ୍ୱିନବତିତସ ସର୍ଗ

ଅଗସ୍ତ୍ୟ ମୁଖରୁ ଶୁଣି ଅଦ୍‌ଭୁତ ବଚନ

ପୁନର୍ବାର ପୁଛା କଲେ ଅଯୋଧ୍ୟା ରାଜନ

ଦୟାକରି ବୋଲ ମୋତେ ଆହେ ମହାଯତି

ଏପରି ନିର୍ଜ୍ଜନ ବନେ ଶ୍ୱେତ ନରପତି

କାହିଁପାଇଁ କରୁଥିଲେ ତପ ଆଚରଣ

କିପାଁ ଥିଲା ନାହିଁ ଜନ ପ୍ରାଣୀ ସଞ୍ଚରଣ

ଶ୍ରୀରାମ ବଚନ ଶୁଣି ବୋଇଲେ ଅଗସ୍ତ୍ୟ

ବୋଲୁଁଅଛୁଁ ଶୁଣ ସେଥି କାରଣ ସମସ୍ତ

କୃତଯୋଗେ ଥିଲେ ମନୁ ନାମେ ଦଣ୍ଡଧାରୀ

ଧର୍ମ୍ମ ପ୍ରବର୍ତ୍ତକ ବର୍ଣ୍ଣାଶ୍ରମ ଭାଗକାରୀ

ଇକ୍ଷାକୁ ନାମରେ ତାଙ୍କ ଦୁର୍ଜୟ ନନ୍ଦନ

କଲେ ସେହି ପୃଥିବୀରେ ରାଜ୍ୟ ସଂସ୍ଥାପନ

ବୋଇଲେ ମହାତ୍ମା ମନୁ ପୁତ୍ରେ ପାଶେ ରାଇ

ପୃଥିବୀର ପ୍ରଜାଗଣେ ରକ୍ଷାକର ଯାଇ

କରିବ କ୍ଷତ୍ରିୟ ଧର୍ମ୍ମେ ପ୍ରଜାଙ୍କୁ ପାଳନ

ପ୍ରୟୋଗ କରିବ ନାହିଁ ଦଣ୍ଡ ଅକାରଣ

 

 

ଯେଉଁ ଦଣ୍ଡ ଯୁକ୍ତ ହୁଏ ଅପରାଧ ପ୍ରତି

ତାହାହିଁ ପ୍ରକୃତ ଧର୍ମ୍ମ ଶାସ୍ତ୍ର ସନମତି

ଧର୍ମ୍ମଶାସ୍ତ୍ର ଅନୁସାରେ ପାଳି ପ୍ରଜାବର୍ଗେ

ନରପତିଗଣ ଦେହ ତେଜି ଯାନ୍ତି ସ୍ୱର୍ଗେ

ମହାମନା ମନୁ ବୋଲି ପୁତ୍ରକୁ ଏସନ

କଲେ ସନାତନ ବ୍ରହ୍ମଲୋକକୁ ଗମନ

କରନ୍ତେ ମହାତ୍ମା ମନୁ ବ୍ରହ୍ମଲୋକେ ଗତି

ମନମଧ୍ୟେ ବିଚାରିଲେ ଇକ୍ଷାକୁ ନୃପତି

ଯାତ କରାଇବା ପାଇଁ ପୃଥ୍ୱୀରେ ସନ୍ତାନ

କଲେ ନାନାବିଧ ପୁଣ୍ୟ କାର୍ଯ୍ୟ ଅନୁଷ୍ଠାନ

ଶଏଗୋଟି ପୁତ୍ର ଜାତ ହେଲା ତାହାଙ୍କର

ସର୍ବରୁ କନିଷ୍ଠ ପୁତ୍ର ଦୁରନ୍ତ ପାମର

ହେବାରୁ ସେ ପୁତ୍ର ଗୋଟି ଏମନ୍ତ ପ୍ରଚଣ୍ଡ

ମହାତ୍ମା ଇକ୍ଷାକୁ ଦେଲେ ତାହା ନାମ ଦଣ୍ଡ

ଲୋଡ଼ି ତାହା ସ୍ୱଭାବର ଅନୁରୂପ ସ୍ଥାନ

କଲେ ବିନ୍ଧ୍ୟ ପର୍ବତରେ ରାଜତ୍ତ୍ୱ ପ୍ରଦାନ

ପାଇ ସେହି ରମ୍ୟ ଭୂମି ଦଣ୍ଡ ନରବର

ବସାଇଲେ ମଧୁଦଣ୍ଡ ନାମରେ ନଗର

 

 

 

 

ଉଗ୍ରତେଜା ଉଶନାକୁ କରି ପୁରୋହିତ

ରାଜ କାର୍ଯ୍ୟ କରୁଥାନ୍ତି ହୋଇ ଆନନ୍ଦିତ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱିନବତିତମ ସର୍ଗ

 

ତ୍ରିନବତିତମ ସର୍ଗ

ଏଥୁଅନ୍ତେ କୁମ୍ଭଯୋନି ବାକ୍ୟ ଅବସାନେ

ବୋଇଲେ ବୃତ୍ତାନ୍ତ ରାମଚନ୍ଦ୍ର ସନ୍ନିଧାନେ

ଆହେ ରାମଚନ୍ଦ୍ର ଏହି ଦଣ୍ଡ ନରରାଣ

ବହୁତ ଅଯୁତ ଯୁଗ କରି ରାଜପଣ

ଏକଦା ସେ ରାଜା ରମଣୀୟ ମଧୁମାସେ

ଉପସ୍ଥିତ ହେଲେ ଋଷି ଭାର୍ଗବ ଆବାସେ

ଦେଖିଲେ ଭାର୍ଗବ କନ୍ୟା ତହିଁ ବୁଲୁଛନ୍ତି

ଅଲୋକସାମାନ୍ୟରୂପା କୁମାରୀ ଯୁବତୀ

କନ୍ୟାରୂପ ଦେଖି ରାଜା ହୋଇ ବିମୋହିତ

ପୁଛା କଲେ ତାହା ପାଶେ ହୋଇ ଉପସ୍ଥିତ

ଆଗୋ ନିତମ୍ବିନି ମୋତେ ବୋଲୁନ୍ତୁ କାରଣ

ଏକାକିନୀ ବନେ କିପାଁ କର ବିଚରଣ

କେଉଁ ବଂଶେ ଜନ୍ମ ତୁମ୍ଭେ କାହାର କୁମାରୀ

ତୁମ୍ଭରୂପ ଦେଖି ହେଉଅଛି କାମେଘୋରି

ଧରୁଅଛି କର ପୂର୍ଣ୍ଣ କର ଅଭିଳାଷ

ଚୀରକାଳ ହୋଇଥିବି ତୁମ୍ଭପଦେ ଦାସ

 

 

ବୋଇଲେ କୁମାରୀ ଶୁଣି ରାଜାର ବଚନ

ହେ ରାଜେନ୍ଦ୍ର ବୋଲ ନାହିଁ ଆମ୍ଭକୁ ଏସନ

ମନେ ଭାବ ନାହିଁ ଆମ୍ଭେ ରମଣୀ ସାମାନ୍ୟ

ଅରଜା ଆମ୍ଭର ନାମ ଭାର୍ଗବଙ୍କ କନ୍ୟା

ଅଛୁଁ ଆମ୍ଭେ ପିତୃଦେବ ହୋଇ ଆଜ୍ଞାବଶ

ବଳରେ ନକର ଆମ୍ଭ ଅଙ୍ଗକୁ ପରଶ

ପିତୃଦେବ ଶିଷ୍ୟ ତୁମ୍ଭେ ଆମ୍ଭେ ଅଟୁଁ କନ୍ୟା

ନକର ମନରେ କେଭେ ଅଶୁଭ କାମନା

ତାହାଙ୍କର ହେବ ଯେବେ କ୍ରୋଧର ଉତ୍ପତ୍ତ

ତୁମ୍ଭପକ୍ଷେ ଘଟିପାରେ ବିଷମ ବିବତ୍ତ

ଯେବେ ତୁମ୍ଭେ କରୁଅଛ ଆମ୍ଭକୁ କାମନା

କର ପିତାଠାରେ ଆମ୍ଭ ସକାଶେ ପ୍ରାର୍ଥନା

ଏଥିର ଅନ୍ୟଥା ହେଲେ ଘଟିବ ବିପତ୍ତି

ସରିପାଇ ପାରେ ତୁମ୍ଭ ସକଳ ସମ୍ପତ୍ତି

ଏତେକାଳ ଅବଗତ ନାହିଁକି ରାଜନ

ପିତା କ୍ରୋଧ କରି ପାରେ ନ୍ତ୍ରୈଲୋକ୍ୟ ଦହନ

ଏହିପରି ବୋଲୁଛନ୍ତି ଅରଜା ଯୁବତୀ

କାମରେ ଉନ୍ମତ୍ତ ହୋଇ ଦଣ୍ଡ ନରପତି

ବୋଇଲେ ଯେ ବିନୟରେ ଯୋଡ଼ି ବେନିକର

ଗୋ ଲାବଣ୍ୟମୟି ମୋତେ ବାରେ କୃପାକର

ଧୈର୍ଯ୍ୟହୀନ କରୁଅଛି ମୋତେ କାମବାଣ

ତୁମ୍ଭବିନା ଦେହୁଁ ଛାଡ଼ି ଯାଇ ପାରେ ପ୍ରାଣ

ହେଉ ପାପ ତୁମ୍ଭ ପ୍ରୀତି ଲାଭ କରିବାକୁ

ଅଥବା ଯଦ୍ୟପି ହେବ ପ୍ରାଣ ତେଜିବାକୁ

ପଡ଼ିବାକୁ ହେଲେ ନରକରେ ବାରମ୍ବାର

ସେ ସମସ୍ତ ସହିବାକୁ କରୁଛି ସ୍ୱୀକାର

ଏହି କଥା କହୁଁ କହୁଁ କାମାର୍ତ୍ତ ରାଜନ

ଭାର୍ଗବ ସୁତାଙ୍କୁ ଯାଇ କଲେ ଆଲିଙ୍ଗନ

ଅଭିଳାଷ ପୂର୍ଣ୍ଣ କରି ପାମର ରାଜନ

ତ୍ୱରିତ ପଦରେ କଲେ ସ୍ୱସ୍ଥାନେ ଗମନ

କାନ୍ଦି କାନ୍ଦି ଋଷସୁତା ଗଲେ ପିତା ପାଶେ

ରାଜା ଅତ୍ୟାଚାର କଥା କହିବା ସକାଶେ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ରିନବତିତମ ସର୍ଗ

 

Unknown

ଚତୁର୍ଣ୍ଣବତିତମ ସର୍ଗ

ଦେଖିଲେ ଭାର୍ଗବ କାନ୍ଦୁ ଅଛନ୍ତି ନନ୍ଦିନୀ

କୁବେଶା ମଳିନା ଯେହ୍ନେ ପ୍ରାତଃ କୁମୁଦିନୀ

ଶିଷ୍ୟ ମୁଖୁଁ ଶୁଣିଲେ ଯେ ସର୍ବ ସମାଚାର

ନୃପତି ଯେପରି କରିଥିଲା ଅତ୍ୟାଚାର

କ୍ରୋଧେ ପ୍ରଜ୍ଜ୍ୱଳିତ ହୋଇ ବୋଇଲେ ମହର୍ଷି

କେଡ଼େ ଅତ୍ୟାଚାର କଲା ପାଷଣ୍ଡ ଭରସି

ପ୍ରଜ୍ଜ୍ୱଳିତ ହୁତାଶନେ ଦେଇଅଛ ହାତ

ନିର୍ବୋଧ ପାଷଣ୍ଡ ହେବ ଅଚୀରେ ନିପାତ

ଆଜିଠାରୁ ସାତଦିନେ ମରିବ ପାମର

ମରିବେ ତାହାର ଜ୍ଞାତି ବନ୍ଧୁ ଅନୁଚର

କେହି ଜଣେ ଲୋକ ନ ରହିବ ତାହା ବଂଶେ

ବିପତ୍ତି ଘଟିବ ତାହା ରାଜ୍ୟ ସର୍ବ ଅଂଶେ

ରାଜଧାନୀ ତାର ଶଏ ଯୋଜନ ବିସ୍ତାର

ଧୂଳିରୂପ ସର୍ବ ହୋଇଯିବ ଛାରଖାର

ଧୂଳି ବରଷିବେ ତାହା ରାଜ୍ୟେ ମଘବାନ

ନଷ୍ଟ ହୋଇଯିବେ ଜଙ୍ଗମାଦି ଜୀବମାନ

 

 

ନଷ୍ଟ ହୋଇଯିବ ସର୍ବ ରାଜ୍ୟର ସମ୍ପଦ

ଚିହ୍ନ ନ ରହିବ ମାନବ କି ଜନପଦ

କ୍ରୋଧଭରେ ଶାପ ଦେଇ ହୋଇଣ ବିମନା

ଶିଷ୍ୟଗଣେ ଆଜ୍ଞା ଦେଲେ ମହର୍ଷି ଉଶନା

ବତ୍ସଗଣ ଏଥି ଘଟିଅଛି ବ୍ୟତିକ୍ରମ

ଅବିଳମ୍ବେ ତ୍ୟାଗ କରି ଚାଲ ଏ ଆଶ୍ରମ

ଦଣ୍ଡରାଜ୍ୟ ପରିତ୍ୟାଗ କରି ମୁନିଗଣେ

ଅନ୍ୟ ଆଶ୍ରମକୁ ଚାଲି ଗଲେ ତତକ୍ଷଣେ

ଏଥୁଅନ୍ତେ ଶୁକ୍ରାଚାର୍ଯ୍ୟ ବୋଇଲେ କନ୍ୟାକୁ

ଏହି ସ୍ଥାନେ ତୁମ୍ଭକୁ ଯେ ହେବ ରହିବାକୁ

ଏହି ସରୋବର ଯୋଜନେକ ଆୟତନ

ସର୍ବଦା କରିବ ତୁମ୍ଭ ଚିତ୍ତ ବିନୋଦନ

ସମାଧିରେ ରହି ବାସ କର କିଛିକାଳ

ତୁମ୍ଭପକ୍ଷେ ନ ଘଟିବ କିଛିହିଁ ଜଞ୍ଜାଳ

ତୁମ୍ଭସଙ୍ଗେ ଯେଉଁମାନେ କରିବେ ବସତି

ଧୂଳି ବୃଷ୍ଟି ନ କରିବ ସେମାନଙ୍କ କ୍ଷତି

କୁମାରୀ ଅରଜା ଶୁଣି ମହର୍ଷି ବଚନ

ସନମତ ହେଲେ ତାହା କରିବେ ପାଳନ

ମହର୍ଷି ଭାର୍ଗବ ତେଜି ଯାଆନ୍ତେ ଆଶ୍ରମ

ରାଜ୍ୟ ମଧ୍ୟେ ଘଟିଲା ଯେ ନାନା ବ୍ୟତିକ୍ରମ

କ୍ରମେ କ୍ରମେ ମଲେ ବଳ ବାହନ ପ୍ରଭୃତି

ସାତଦିନେ ନଷ୍ଟ ହେଲା ସମସ୍ତ ବିଭୂତି

ମଲେ ରାଜା ରାଜବଂଶ ପାତ୍ର ମିତ୍ରଗଣ

ନ ରହିଲା କିଛି ନର ବାସର ଲକ୍ଷଣ

ହେ କାକୁତ୍ସ ଏହି ବିନ୍ଧ୍ୟଗିରି ମଧ୍ୟବର୍ତ୍ତୀ

ରାଜପଣ କରୁଥିଲା ଦଣ୍ଡ ନରପତି

କୃତଯୁଗେ ସେହି କରିବାରୁ ଅତ୍ୟାଚାର

ରାଜଧାନୀ ହୋଇ ଯାଇ ଅଛି ଛାରଖାର

ଦଣ୍ଡ କରିବାରୁ ରାଜଧାନୀ ସୂତ୍ରପାତ

ଦଣ୍ଡକଅରଣ୍ୟ ନାମେ ହୋଇଛି ବିଖ୍ୟାତ

ଋଷିଏ କରନ୍ତି ବାସ ଯେଉଁ ପ୍ରଦେଶରେ

ଜନସ୍ଥାନ ବୋଲି ନାମ ଖ୍ୟାତ ଯେ ଲୋକରେ

ଯେଉଁ କଥା ପୁଛା କଲ ହେ ରଘୁନନ୍ଦନ

ବିଶେଷରୂପରେ ତାହା କଲୁଁ ଯେ ବର୍ଣ୍ଣନ

ସନ୍ଧ୍ୟା ଉପାସନା କାଳ ଆସି ଉପସ୍ଥିତ

ଦେଖ ମୁନି ଋଷିମାନେ ହୋଇ ସମାହିତ

ବେଦ ଉକ୍ତ ମନ୍ତ୍ରମାନ କରି ଉଚ୍ଚାରଣ

କରୁଛନ୍ତି ବ୍ରହ୍ମ ବନ୍ଦନାଦି ଆଚରଣ

 

 

 

 

ଅସ୍ତଗତ ହୋଇ ଯାଉ ଛନ୍ତି ଦିବାକର

ଯାଅ ସନ୍ଧ୍ୟା ବନ୍ଦନାତି କର ରଘୁବର

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁର୍ଣ୍ଣବତିତମ ସର୍ଗ

 

ପଞ୍ଚନବତିତମ ସର୍ଗ

ମହାତ୍ମା ଶ୍ରୀରାମ ପାଇ ଅଗସ୍ତ୍ୟ ଆଦେଶ

ସରୋବର କୂଳେ ଯାଇ ହେଲେ ଯେ ପ୍ରବେଶ

ସନ୍ଧ୍ୟା ବନ୍ଦନାଦି କାର୍ଯ୍ୟ କରି ସମାପନ

ପୁନର୍ବାର କଲେ ମୁନି ପାଶେ ଆଗମନ

ମହାତ୍ମା ଅଗସ୍ତ୍ୟ ତାଙ୍କ ଭୋଜନ କାରଣ

କନ୍ଦମୂଳ ଫଳ ଆଦି କଲେ ସମର୍ପଣ

ଖାଦ୍ୟ ଦ୍ରବ୍ୟମାନ କରି ଶ୍ରୀରାମ ଭୋଜନ

ପବିତ୍ର ଆଶ୍ରମେ କଲେ ରଜନୀ ଯାପନ

ପ୍ରାତଃକାଳେ ସାରି ପ୍ରାତଃକୃତ୍ୟ କାର୍ଯ୍ୟମାନ

ଉପସ୍ଥିତ ହେଲେ ମହାଋଷି ବିଦ୍ୟମାନ

ବୋଇଲେ ଯେ କରଯୋଡ଼ି ବିନୟ ବଚନେ

କୃତାର୍ଥ ହୋଇଛୁଁ ତୁମ୍ଭ ଚରଣ ଦର୍ଶନେ

ଅନୁଗ୍ରହ ଆଜ୍ଞା ଯେବେ ହେବ ଏ ଉତ୍ତାରେ

ଉପସ୍ଥିତ ହେବୁଁ ଆସି ଆପଣଙ୍କ ଠାରେ

ନିବେଦନ କରୁଅଛୁଁ ଆହେ ତପୋଧନ

ଆଜ୍ଞା ହେଉ ଅଯୋଧ୍ୟାକୁ କରିବୁଁ ଗମନ

 

 

ଇଚ୍ଛା ଅଛି ପୁଣି ଆପଣଙ୍କୁ ଦେଖିବାକୁ

କରିବୁଁ ଆଶ୍ରମେ ଆସି ପବିତ୍ର ଆତ୍ମାକୁ

ଶୁଣି ରାମଚନ୍ଦ୍ରଙ୍କର ବିନୟ ବଚନ

ବୋଇଲେ ସ୍ନେହରେ କୁମ୍ଭଯୋନି ତପୋଧନ

ହେ ରଘୁନନ୍ଦନ ତୁମ୍ଭ ବାକ୍ୟ ଶ୍ରବଣରେ

ଆଶ୍ଚର୍ଯ୍ୟ ମଣୁଛୁଁ ଆମ୍ଭେ ଆପଣା ମନରେ

ଆପଣା ମହିମା ତୁମ୍ଭେ ହୋଇଛ ବିସ୍ମୃତ

ନୋହିଲେ ବୋଲନ୍ତ ନାହିଁ ବାକ୍ୟ ଏବମ୍ଭୁତ

ତୁମ୍ଭପଦ ଧ୍ୟାନ କରି ହେ ରଘୁନନ୍ଦନ

କରନ୍ତି ମନୁଷ୍ୟେ ସୁରଲୋକକୁ ଗମନ

ତୁମ୍ଭ ସ୍ୱରୂପକୁ ଜାଣେ ନାହିଁ ଯେଉଁ ଲୋକ

ନିଶ୍ଚୟ ଭୁଞ୍ଜଇ ସେହି ଅନନ୍ତ ନରକ

ହେ ରଘୁନନ୍ଦନ ତୁମ୍ଭେ ପତିତ ପାବନ

ସିଦ୍ଧି ଲାଭ କଲେ ତୁମ୍ଭେ ଚରିତ କୀର୍ତ୍ତନ

ଆନନ୍ଦ ମନରେ ଦେଉଅଛୁଁ ଅନୁମତି

ଅଯୋଧ୍ୟା ନଗରେ କର ଗମନ ସମ୍ପ୍ରତି

ନିରାପଦ ହୋଇ କର ମାର୍ଗରେ ଗମନ

ଧର୍ମ୍ମ ଅନୁସାରେ କର ପ୍ରଜାଙ୍କୁ ପାଳନ

ମହାତ୍ମା ଅଗସ୍ତ୍ୟ ବାକ୍ୟ କରିଣ ଶ୍ରବଣ

ରାମଚନ୍ଦ୍ର ବନ୍ଦି ମହାଋଷିଙ୍କ ଚରଣ

ନମସ୍କାର କରି ଆନ ଋଷିଙ୍କ ପୟରେ

ଚଢ଼ିଲେ ଆନନ୍ଦ ମନେ ପୁଷ୍ପକ ରଥରେ

ଚଢ଼ନ୍ତେ ପୁଷ୍ପକ ରଥେ ଦିଶଇ ସୁନ୍ଦର

ଜଳଦ କୋଳରେ ଯେହ୍ନେ ପୂର୍ଣ୍ଣ ଶଶଧର

କରନ୍ତେ ଶ୍ରୀରାମ ପୁନର୍ବାର ନମସ୍କାର

ଋଷିଗଣେ ଆଶୀର୍ବାଦ କଲେ ବାରମ୍ବାର

ମାର୍ଗ ମଧ୍ୟେ ହୋଇ ଯାତ୍ରା କାଳରେ ପୂଜିତ

ଅଯୋଧ୍ୟାନଗରେ ଯାଇ ହେଲେ ଉପସ୍ଥିତ

ଓହ୍ଲାଇ ରଥରୁ ରାମଚନ୍ଦ୍ର ସୀତାପତି

ପୁଷ୍ପକ ବିମାନେ ଚାହିଁ ହେଲେ ଅନୁମତି

ଆହେ ରଥବର ଆମ୍ଭେ କରୁଛୁଁ ଆଦେଶ

ଆନନ୍ଦ ମନରେ ଚାଲି ଯାଅ ନିଜ ଦେଶ

ପ୍ରବେଶି ଗୃହରେ ରାମଚନ୍ଦ୍ର ସୀତା ପତି

ଦ୍ୱାରବାନେ ପାଶେ ରାଇ କଲେ ଅନୁମତି

ଆହେ ପଢ଼ି ଆରି ତୁମ୍ଭେ ଯାଅ ଏହିକ୍ଷଣେ

ଆମ୍ଭପାଶେ ଘେନି ଆସ ଭରତ ଲକ୍ଷ୍ମଣେ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚନବତିତମ ସର୍ଗ

 

ଷର୍ଣ୍ଣବତିତମ ସର୍ଗ

ରାଜାଜ୍ଞାରେ ଦ୍ୱାରୀ କରି ତ୍ୱରିତେ ଗମନ

ଭରତ ଲକ୍ଷ୍ମଣ ପାଶେ କଲେ ନିବେଦନ

ରାଜ ଆଜ୍ଞା ପ୍ରାପ୍ତ ମାତ୍ରେ ଲକ୍ଷ୍ମଣ ଭରତ

ତ୍ୱରିତେ ଛାମୁରେ ଆସି ହେଲେ ସମାଗତ

ରାମଚନ୍ଦ୍ର କରି ସେମାନଙ୍କୁ ଆଲିଙ୍ଗନ

ସ୍ନେହଯୁକ୍ତ କୋମଳରେ ବୋଇଲେ ବଚନ

ଆହେ ବାବୁ କରୁଁ ବିପ୍ର କାର୍ଯ୍ୟ ସମାଧାନ

ଇଛାକରୁଁ କରିବାକୁ ଯଜ୍ଞ ଅନୁଷ୍ଠାନ

ପ୍ରାଣରୁ ଅଧିକ ତୁମ୍ଭେମାନେ ମୋର ଭାଇ

କର ସବୁ କାର୍ଯ୍ୟ ଆମ୍ଭ ଇଚ୍ଛା ଅନୁଯାୟି

ରାଜସୂୟ ଯଜ୍ଞ ସର୍ବ ଧର୍ମ୍ମ ହେତୁ ଭୁତ

ତାହା ଅନୁଷ୍ଠାନ ପାଇଁ ହେଉନ୍ତୁ ପ୍ରସ୍ତୁତ

ଏହି ରାଜସୂୟ ଯଜ୍ଞ ସୋମଭଗବାନ

ଲଭିଲେ ଅକ୍ଷୟ କୀର୍ତ୍ତି କରି ଅନୁଷ୍ଠାନ

ମିତ୍ର ଇତିହାସ ବାବୁ ଅଛ ଅବଗତ

ରାଜସୂୟ ଯଜ୍ଞେ ଲାଭ କଲ ବରୁଣତ୍ୱ

 

 

ରାମଚନ୍ଦ୍ର ବାକ୍ୟ ଶୁଣି ବୋଇଲେ ଭରତ

ଆପଣଙ୍କ ଯଶ ବ୍ୟାପ୍ତ ରହିଛି ଜଗତ

ଅମରମାନଙ୍କ ମଧ୍ୟେ ଯେହ୍ନେ ପ୍ରଜାପତି

ନୃପତି ମଣ୍ଡଳେ ତେହ୍ନେ ଆପଣ ଅଟନ୍ତି

ଜଗତର ମୁକ୍ତି ଗତି ଅଟନ୍ତି ଆପଣ

ଗଣନ୍ତି ଜନକ ତୁଲ୍ୟ ନରପତିଗଣ

କେବଳ କଥାଏ ମନେ ହେଉଛି ସଂଶୟ

କରିବାକୁ ହେବ ଏଥିପାଇଁ ଦିଗ୍‌ବିଜୟ

ଲଭିବେ ଅବଶ୍ୟ ମୃତ୍ୟୁ କ୍ଷତ୍ରିୟ ସକଳ

ବୀରଶୂନ୍ୟ ହୋଇଯିବ ଧରଣୀ ମଣ୍ଡଳ

କରିବାର ଲୋକ ନାଶ କାର୍ଯ୍ୟ ଗରହିତ

ଆପଣଙ୍କ ପକ୍ଷେ କେଭେ ନୁହଇ ଉଚିତ

ଭରତ ବଚନ ଶୁଣି ବୋଇଲେ ଶ୍ରୀରାମ

କୋମଳ ମଧୁର ଶୁଦ୍ଧ ବାକ୍ୟ ଅଭିରାମ

ହେ ଧର୍ମ୍ମଜ୍ଞ ହେବ ଏହି ଯଜ୍ଞେ ଲୋକ ନାଶ

ମନମଧ୍ୟୁଁ ତାହା କଲୁଁ ଏଥି ଅଭିଳାଷ

ଲୋକ ପୀଡ଼ା କର କାର୍ଯ୍ୟ କରିବାର ପାଇଁ

କେତେବେଳେ ଆମ୍ଭ ମନେ ଅଭିଳାଷ ନାହିଁ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷର୍ଣ୍ଣବତିତମ ସର୍ଗ

 

ସପ୍ତନବତିତମ ସର୍ଗ

ବୋଇଲେ ବିନୟେ ସଉମିତ୍ରି ମହାମତି

ଶୁଣିବାକୁ ଆଜ୍ଞା ହେଉ ଆହେ ନରପତି

ଅଶ୍ୱମେଧ ଯଜ୍ଞ ସର୍ବ ପାପ ବିନାଶନ

କରୁନ୍ତୁ ସେ ଯଜ୍ଞ ହେଲେ ଆପଣଙ୍କ ମନ

ଅଶ୍ୱମେଧ ଯଜ୍ଞ କରି ଇନ୍ଦ୍ର ଶଚୀପତି

ବ୍ରହ୍ମହତ୍ୟା ପାପୂଁ ପାଇଥିଲେ ଅବ୍ୟାହତି

ସବିସ୍ତର ଯଜ୍ଞ କଥା କରୁଛ ବର୍ଣ୍ଣନ

ଶୁଣିବାକୁ ଆଜ୍ଞା ହେଉ ଅଯୋଧ୍ୟା ରାଜନ

ପୂର୍ବେ ଦେବାସୁର ମଧ୍ୟେ ସଂଗ୍ରାମ କାଳରେ

ଜନ୍ମି ଥିଲେ ବୃତ୍ର ଦୈତ୍ୟ ଅସୁର କୁଳରେ

ଥିଲେ ସେହି ବୃତ୍ରାସୁର ଧର୍ମ୍ମ ପରାୟଣ

ସର୍ବଶାସ୍ତ୍ର ପାରଦର୍ଶୀ ଯୁଦ୍ଧେ ବିଚକ୍ଷଣ

କରୁଥିଲେ ଧର୍ମ୍ମମାର୍ଗେ ସମ୍ମ୍ରାଜ୍ୟ ଶାସନ

ପୁତ୍ର ନିର୍ବିଶେଷ କରି ପ୍ରଜାଙ୍କୁ ପାଳନ

ଶସ୍ୟେ ପରିପୂର୍ଣ୍ଣ ହୋଇ ଥିଲଶ ବସୁମତି

ଅପ୍ରକୂଳ ଥିଲା ନାହିଁ ପ୍ରଜାଙ୍କ ସମ୍ପତ୍ତି

 

 

ଏହିରୂପ କୃତ୍ର ରାଜ୍ୟ ପାଳି କିଛିକାଳ

ମଣିଲେ ବିଷୟ ଭୋଗ ସମସ୍ତ ଜଞ୍ଜାଳ

ଏଥିପାଇଁ ତପସ୍ୟାରେ ବଳାଇଣ ମନ

ପୁତ୍ରେ ରାଜ୍ୟ ଦେଇ କଲେ ବନକୁ ଗମନ

ସେଠାରେ ତପସ୍ୟା ଆରମ୍ଭିଲେ ଘୋରତର

ତାହା ଦେଖି ତ୍ରସ୍ତ ହେଲେ ଦେବ ପୁରନ୍ଦର

ଦେବତାମାନଙ୍କୁ ତହୁଁ ଘେନି ସଙ୍ଗତରେ

ଉପସ୍ଥିତ ହେଲେ ନାରାୟଣ ସମୀପରେ

ବୋଇଲେ ବିନୟେ ବିଶ୍ୱପତି ଭଗବାନେ

ମହାପ୍ରଭୋ ତ୍ରସ୍ତ ହୋଇ ଅଛୁଁ ଆମ୍ଭେମାନେ

ତପସ୍ୟା କରୁଛ ବୃତ୍ରାସୁର ଘୋରତର

ତ୍ରିଭୁବନ ପ୍ରାଣୀମାନେ ହେଲେଣି କାତର

ଆମ୍ଭ ଶକ୍ତି ନାହିଁ କରିବାକୁ ନିବାରଣ

ତେଣୁ ଆପଣଙ୍କ ପାଦେ ପଶିଲୁଁ ଶରଣ

ଆହେ ମହାପ୍ରଭୋ ରକ୍ଷା କରୁନ୍ତୁ ଜଗତ

ଉପାୟ କରୁନ୍ତୁ ଯହିଁ ହେବ ଦୈତ୍ୟ ହତ

ଦେବତାଏ ଆସିଛନ୍ତି ଆପଣଙ୍କ ଠାକୁ

ଉପାୟ ନ ଦେଖି କିଛି ରକ୍ଷା ପାଇବାକୁ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତନବତିତମ ସର୍ଗ

 

ଅଷ୍ଟନବତିତମ ସର୍ଗ

ବୋଇଲେ ଶ୍ରୀରାମ ଶୁଣି ଲକ୍ଷ୍ମଣ ବଚନ

ବୋଲ ବୋଲ ବୃତ୍ର ହେଲା କିରୂପେ ନିଧନ

ରାମଚନ୍ଦ୍ର ବାକ୍ୟ ଶୁଣି ବୋଇଲେ ଲକ୍ଷ୍ମଣ

ଶଚିପତି ବାକ୍ୟ ଶୁଣି ପ୍ରଭୁ ନାରାୟଣ

ହେ ବାସବ ଆମ୍ଭେ ବୃତ୍ରାସୁର ସହିତରେ

ପ୍ରଣୟସୂତ୍ରରେ ବଦ୍ଧ ଅଛୁଁ ପରସ୍ପରେ

ମାତ୍ର ଦେବତାଙ୍କ ସୁଖ ସମ୍ପଦ ସକାଶେ

କରିପାରୁଁ ଆମ୍ଭେ ସର୍ବ କାର୍ଯ୍ୟ ଅନାୟାସେ

ସେହି ବୃତ୍ରାସୁର ପ୍ରାଣ କରିବାକୁ ହତ

କରିବୁଁ ସ୍ୱତେଜ ତିନି ଅଂଶରେ ବିଭକ୍ତ

ରହିବ ଏକାଂଶେ ତେଜ ବାସବ ଦେହରେ

ଦ୍ୱିତୀୟ ପାତାଳପୁରେ ତୃତୀୟ ବଜ୍ରରେ

ମହାତ୍ମା ବାସବ ଘେନି ଆମ୍ଭ ତେଜ ଅଂଶ

କରିବେ ଅବଶ୍ୟ ବୃତ୍ରାସୁର ପ୍ରାଣ ଧ୍ୱଂସ

ବୋଇଲେ ବାସବ ଶୁଣି ବିଷ୍ଣୁଙ୍କ ବଚନ

ଯାହା ଆଜ୍ଞା କଲେ ଆହେ ଦୈତ୍ୟ ବିଘାତନ

 

 

ଅନ୍ୟଥା ନ ହେବ ସେଥି ବିଷୟେ କିଞ୍ଚିତ

କରୁନ୍ତୁ ସ୍ୱକୀୟ ତେଜ ଏବେ ସଂକ୍ରମିତ

କାର୍ଯ୍ୟସିଦ୍ଧି ହେଲା ବୋଲି ମନମଧ୍ୟେ ଜାରି

ନାରାୟଣ ସମୀପରୁ ହେଲେ ଯେ ମେଲାଣି

ଦେବତାମାନଙ୍କୁ ଘେନି ସହସ୍ରଲୋଚନ

ବୃତ୍ରାସୁର ସମୀପକୁ କଲେ ଯେ ଗମନ

ଦେଖିଲେ ଯେ ଉପସ୍ଥିତ ହୋଇ ଦେବଗଣ

ବୃତ୍ରାସୁର କରୁଅଛି ତପ ଆଚରଣ

ତପ ପ୍ରଭାବରେ ବନ ହୋଇଛି ଉଜ୍ଜ୍ୱଳ

ସ୍ଥିରଭାବେ ବସିଅଛି ଦୈତ୍ୟ ମହାବଳ

ଏହା ଦେଖି ଦେବତାଏ ବିଚାରିଲେ ମନେ

ସମର କରିବୁଁ ଏହା ସହିତ କେସନେ

ଏତେ କଥା ମନମଧ୍ୟେ କରିର ବିଚାର

କଲେ ଯେ ବାସବ ଏକ କୁଳିଶ ପ୍ରହାର

ପଡ଼ନ୍ତେ ଅଶନି ଘୋର କାଳାଗ୍ନି ପ୍ରଚଣ୍ଡ

ବୃତ୍ରାସରୁ ଶିର ହୋଇ ଗଲା ବେନି ଖଣ୍ଡ

କମ୍ପିଲା ଜଗତ ଗିରି ସହିତ ସାଗର

ଏହା ଦେଖି ବ୍ୟାକୁଳିତ ହେଲେ ପୁରନ୍ଦର

ବ୍ରହ୍ମବିଦ୍ୟା ପାପ ତାଙ୍କୁ କରନ୍ତେ ପରଶ

ପଳାଇ ଲୁଚିଲେ ଯାଇ ଲୋକାନ୍ତ ପ୍ରଦେଶ

ଭୁଞ୍ଜନ୍ତେ ପାପରେ ମହା କଷ୍ଟ ପୁରନ୍ଦର

ଦେବତାମାନଙ୍କୁ ସଙ୍ଗେ ଘେନି ବୈଶ୍ୱାନର

ଉପସ୍ଥିତ ହୋଇ ନାରାୟଣ ସମୀପରେ

ଜଣାଇଲେ ବାରମ୍ବାର ବିନୟ ବାକ୍ୟରେ

ଆହେ ପରମେଶ ତୁମ୍ଭେ ଜଗତର ପତି

ଭୂତଗଣ ରକ୍ଷାକାରୀ ଅଗତିର ଗତି

ଆପଣ କଲ ଯେ ବୃତ୍ରାସୁରକୁ ନିହତ

ମାତ୍ରକ ବାସବ ହୋଇଛନ୍ତି ପାପଗ୍ରସ୍ତ

ହେ ସୁର ଶାର୍ଦୁଳ ଏବେ କର ଅନୁମତି

ପାଉନ୍ତୁ ବାସବ ମହାପାପୁଁ ଅବ୍ୟାହତି

ବୋଇଲେ ଏତେକ ଶୁଣି ପ୍ରଭୁ ନାରାୟଣ

ନିର୍ଭୟ ଚିତ୍ତରେ ଫେରି ଯାଅ ସୁରଗଣ

ବୋଲ ବାସବକୁ ଆମ୍ଭେ କଲୁଁ ଆଜ୍ଞା ଦାନ

କରୁନ୍ତୁ ସେ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ

ଏତେ ବୋଲି ନାରାୟଣ ଦେବତାମାନଙ୍କୁ

ଅନ୍ତର୍ଦ୍ଧାନ ହୋଇଗଲେ ବୈକୁଣ୍ଠ ଧାମକୁ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟନବତିତମ ସର୍ଗ

 

ନବନବତିତମ ସର୍ଗ

ବୃତ୍ରାସୁର ବଧ କଥା କରିଣ କୀର୍ତ୍ତନ

ବୋଲି ଆରମ୍ଭିଲେ ପୁଣି ସୁମିତ୍ରା ନନ୍ଦନ

ଏଥୁ ଅନ୍ତେ ମହାସୁର ହୁଅନ୍ତେ ନିହତ

ଦେବ ପୁରନ୍ଦର ହୋଇ ମହାପାପ ଗ୍ରସ୍ତ

ରହିଲେ ଲୋକାନ୍ତ ଦେଶେ ହୋଇଣ ପ୍ରଛନ୍ନ

ଅବରୁଦ୍ଧ ସର୍ପ ଯଥା ବିଗତ ଚେତନ

ତାହାଙ୍କୁ ନ ଦେଖି ହେଲେ ଧରଣୀ ବିକଳ

ଶୁଷ୍କ ସର ନଦ ନଦୀ ମହୀରୁହ କୂଳ

ନ ପଡ଼ିଲା ବାରିବିନ୍ଦୁ ଜଗତ ମଧ୍ୟରେ

ଏଥକୁ ଅମରଗଣ ବ୍ୟାକୁଳ ଚିତ୍ତରେ

ନାରାୟଣ ଉପବିଷ୍ଟ ଯଜ୍ଞ ଅନୁଷ୍ଠାନ

ଆରମ୍ଭିଲେ ପୂର୍ବାପର ଯେମନ୍ତ ବିଧାନ

ଉପାଧ୍ୟା ମହର୍ଷି ଗର୍ଗ ଦେବତା ସକଳେ

ଉପଦେଶ ଦେଲେ ଯାଇ ଦେବ ଆଖଣ୍ଡଳେ

ବ୍ରହ୍ମହତ୍ୟା ପାପେ ବିମୋହିତ ସଚିପତି

ଅଶ୍ୱମେଧ ଯଜ୍ଞ ଆରମ୍ଭରେ ଦେଲେ ମତି

 

 

ଯଜ୍ଞ ଶେଷେ ବ୍ରହ୍ମବିଦ୍ୟା ପାପ-ଦେହ ଧରି

ଜଣାଇଲା ଦେବଗଣେ କରଯୋଡ଼ି କରି

ଆହେ ଦେବଗଣ ସ୍ଥାନ କରୁନ୍ତୁ ନିର୍ଦ୍ଦେଶ

କେଉଁଠାରେ ଯାଇ ମୁହିଁ କରିବ ପ୍ରବେଶ

ବୋଇଲେ ଦେବତାଗଣ ଆରେ ଦୁରାଚାରୀ

କର ତୁହି ଆପଣାର ଦେହ ଭାଗ ଚାରି

ବ୍ରହ୍ମ ହତ୍ୟା ପାପ ଦେହ କରି ଚାରିଭାଗ

ବୋଇଲା ଦେବତାଗଣେ ଆହେ ମହାଭାଗ

ମୋର ଦେହ ଏକ ଅଂଶେ ବୃଷ୍ଟି ଚାରିମାସ

ପୂର୍ଣ୍ଣଜଳା ନଦୀ ଗର୍ଭେ କରିବ ଯେ ବାସ

କରିବ ଦ୍ୱିତୀୟ ଅଂଶ ବାସ ଅବନୀ ଭାରେ

ତୃତୀୟାଂଶେ ଉନ୍ମାଦିନୀ ଦୁଷ୍ଟା କାମିନରେ

ଯେ ଲୋକ ମିଥ୍ୟାରେ ବିପ୍ର ଅମଙ୍ଗଳ କରେ

ରହିବ ଚତୁର୍ଥ ଅଂଶ ତାହା ଶରୀରରେ

ବୋଇଲେ ଏତେକ ଶୁଣି ଦେବତା ସକଳ

ଆରେ ଦୁଷ୍ଟ ହେଉ ତୋର ସଂକଳ୍ପ ସଫଳ

ଏତେ ବୋଲି ବ୍ରହ୍ମହତ୍ୟା ପାପକୁ ଅମରେ

ଉପସ୍ଥିତ ହେଲେ ଯାଇ ବାସବ ପାଶରେ

ହୁଅନ୍ତେ ମହେନ୍ଦ୍ର ପୁଣି ସ୍ୱର୍ଗେ ପ୍ରତିଷ୍ଠିତ

ଜଗତ ମଧ୍ୟରେ ହେଲା ଶାନ୍ତି ବିରାଜିତ

ଆହେ ପ୍ରଭୋ ଅଶ୍ୱମେଧ ଯଜ୍ଞର ବିଧାନ

ବୋଇଲୁଁ ଏହାକୁ ଏବେ କର ଅନୁଷ୍ଠାନ

ଅମିୟ ସମାନ ଅଟେ ଲକ୍ଷ୍ମଣ ବଚନ

ଶୁଣି ଆନନ୍ଦିତ ହେଲେ କୌଶଲ୍ୟା ନନ୍ଦନ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ନବନବତୀତମ ସର୍ଗ

 

ଶତତମ ସର୍ଗ

ଶୁଣି ରାମଚନ୍ଦ୍ର ବୃତ୍ର ନିଧନ ବୃତ୍ତାନ୍ତ

ବୋଇଲେ ଲକ୍ଷ୍ମଣେ ହୋଇ ପ୍ରଫୁଲ୍ଲ ନିତାନ୍ତ

ହେ ଲକ୍ଷ୍ମଣ ବୋଇଲ ଯା ଅଶ୍ୱମେଧ କଥା

ଆମ୍ଭ ଜାଣିବାରେ ତାହା ନୁହଇ ଅନ୍ୟଥା

ପୌରାଣିକ କଥା ଏକ ଶୁଣିଛୁଁ ପୂର୍ବରେ

ତୁମ୍ଭଠାରେ ବୋଲିବୁଁ ଯେ ଶୁଣ ସଂକ୍ଷେପରେ

ପୂର୍ବକାଳେ ପୂର୍ଣ୍ଣ ହୋଇ ବିବିଧ ସମ୍ପଦ

ବାହୁଳି ନାମରେ ଏକ ଥିଲା ଜନପଦ

ମହାତ୍ମା କର୍ଦମ ପ୍ରଜାପତିଙ୍କ ନନ୍ଦନ

ଇଳ ନାମଧାରୀ ତହିଁ ଥିଲେ ଯେ ରାଜନ

ପରମ ଧାର୍ମ୍ମିକ ଇଳ ପରମ ସୁନ୍ଦର

ପୃଥିବୀ ମଧ୍ୟରେ ଏକ ଥିଲେ ଅଧିଶ୍ୱର

ପାଳନ୍ତି ସେ ପ୍ରଜାଗଣେ ପୁତ୍ର ନିର୍ବିଶେଷେ

ରୋଗ କଷ୍ଟ ଅନାବୃଷ୍ଟି ଥିଲା ନାହିଁ ଦେଶେ

ଦାନବ ରାକ୍ଷସ ଯକ୍ଷ ଦେବ ଆଦିନର

କରନ୍ତି ତାହାଙ୍କୁ ପୂଜା ଯୋଡ଼ି ବେନିକରୁ

 

 

ଏକଦା ସେ ରାଜା ରମଣୀୟ ମଧୁମାସେ

ବାହାରିଲେ ମୃଗୟାକୁ ପରମ ଉଲ୍ଲାସେ

ଅରଣ୍ୟରେ ପଶି ସଙ୍ଗିଗଣ ସହିତରେ

ସହସ୍ର ସହସ୍ର ମୃଗ ବଧି ତୀକ୍ଷ୍ମ ଶରେ

କ୍ରମେ କ୍ରମେ ଭ୍ରମି ଅରଣ୍ୟର ସ୍ଥାନେ ସ୍ଥାନେ

ଉପସ୍ଥିତ ହେଲେ କୁମାରଙ୍କ ଜନ୍ମସ୍ଥାନେ

ତହିଁ କରି ଶିବ ନାରୀ ରୂପକୁ ଧାରଣ

କରୁଥାନ୍ତି ପାର୍ବତୀଙ୍କ ସହିତ ଭ୍ରମଣ

ଶଙ୍କର ଆଜ୍ଞାରେ ମୃଗ ବିହଙ୍ଗ ସହିତ

ନାରୀରୂପ ଧରି ତହିଁ ଥିଲେ ବିରାଜିତ

କର୍ଦମ ନନ୍ଦନ ଇଳ ଏମନ୍ତ କାଳରେ

ଉପସ୍ଥିତ ହେଲେ ଯାଇ ସେହି ଅରଣ୍ୟରେ

ନାରୀରୂପ ହୋଇ ଗଲା ଉପସ୍ଥିତ ମାତ୍ରେ

ପୁରୁଷର ଚିହ୍ନ ମାତ୍ର ନରହିଲା ଗାତ୍ରେ

ନିଜରୂପ ଦେଖି ରାଜା ହୋଇ ଚମତ୍କାର

ଅନାଇଦେଖିଲେ ଜନ୍ତୁମାନଙ୍କ ଆକାର

ମୃଗ ପକ୍ଷୀଆଦି ପ୍ରାଣୀ ଛନ୍ତି ଯେତେରୂପ

ଅଛନ୍ତି ଧାରଣ କରି ରମଣୀ ସ୍ୱରୂପ

ବୁଝିଲେ କର୍ଦମ ପୁତ୍ର କରି ଅନୁମାନ

ଶଙ୍କର ଆଜ୍ଞାରେ ଘଟି ଅଛି ଯେ ଏମାନ

ଏଥକୁ କର୍ଦମ ପୂତ୍ର ଶିବ ପାଶେ ଯାଇ

ଚରଣେ ଶରଣ ପଶି ହେଲେ ଯେ ବିନୟି

ରାଜାଙ୍କ କାତର ଭକ୍ତି ଦେଖିଣ ଶଙ୍କର

ହସି ହସି ଆଜ୍ଞା କଲେ ଆହେ ନରବର

ପୁରୁଷକୁ ବିନା ତୁମ୍ଭେ ମାଗ ଅନ୍ୟ ବର

ଅବଶ୍ୟ କରିବୁଁ ପୂର୍ଣ୍ଣ ବାସନା ତୁମ୍ଭର

ଶଙ୍କର ପାଶରୁ ଇଳ ହୋଇଣ ନିରାଶ

ଜଣାଇଲେ ଯାଇ ତହୁଁ ଉମାଦେବୀ ପାଶ

ହେ ବରଦେ ରକ୍ଷୟିତ୍ରୀ ମାତଃ ଭଗବତୀ

ଅନୁକମ୍ପା କର ବାରେ ଅଧୀନର ପ୍ରତି

ବୋଇଲେ ପାର୍ବତୀ ଶୁଣି ଆହେ ନରବର

ଦେଇ ନପାରିବୁଁ ଆମ୍ଭେ ସମ୍ପୂର୍ଣ୍ଣରେ ବର

ସମ୍ପୂର୍ଣ୍ଣରେ ବରଦାତା ଅଟନ୍ତି ଶଙ୍କର

ଦେହାର୍ଦ୍ଧ ଭାଗିନୀ ଆମ୍ଭେ ଅଟୁଁ ତାହାଙ୍କର

ଆମ୍ଭଠାରୁ ବର ଯେବେ କର ଅଭିଳାଷ

ଆମ୍ଭେ ମାତ୍ର ଦେଇ ପାରୁଁ ତହୁଁ ଅର୍ଦ୍ଧ ଅଂଶ

ବୋଇଲେ ଏକଥା ଶୁଣି କର୍ଦମ ନନ୍ଦନ

ମୋହ ପ୍ରତି ଦେବି ଯେବେ ହେଲ ସୁପ୍ରସନ୍ନ

ଦିଅ ମୋତେ ଏହି ବର ହୋଇଣ ସନ୍ତୋଷ

ମାସେକ ହେବୁଟି ନାରୀ ମାସେକ ପୁରୁଷ

ତଥାସ୍ତୁ ବୋଇଲେ ରାଜା ବାକ୍ୟେ ଭଗବତୀ

ମାସେକ ପୁରୁଷ ହେବ ମାସେକ ଯୁବତୀ

ମାତ୍ର ଯେଉଁ ଲିଙ୍ଗ ତୁମ୍ଭେ ହେବ ଯେତେବେଳେ

ଧାରଣ କରିବ ସେହି ସ୍ୱଭାବ ଯେ ହେଳେ

ପାର୍ବତୀଙ୍କ ବରେ ରାଜା ବେନିରୂପ ଧରି

କାଟୁଥାନ୍ତି ଆନନ୍ଦରେ ଦିବସ ଶର୍ବରୀ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେଶତତମ ସର୍ଗ

 

ଏକାଧିକଶତତମ ସର୍ଗ

ରାମଚନ୍ଦ୍ର ମୁଖୁଁ ଇଳ ବୃତ୍ତାନ୍ତ ଶ୍ରବଣ

କରି ଆନନ୍ଦିତ ହେଲେ ଭରତ ଲକ୍ଷ୍ମଣ

ପୁଛା କଲେ ବେନି ଭାଇ ଯୋଡ଼ି ବେନିକର

ବୋଲିବା ହେଉନ୍ତୁ ସେହି ଇଳ ନରବର

ଯେତେବେଳେ ନାରୀରୂପ କରନ୍ତି ଧାରଣ

କରୁଥିଲେ ସେକାଳରେ କିକି ଆଚରଣ

କରନ୍ତି ପୁରୁଷରୂପେ କିକି ବ୍ୟବହାର

ବୋଲିବା ହେଉନ୍ତୁ ସେହି ସର୍ବ ସମାଚାର

ଭରତ ଲକ୍ଷ୍ମଣ ବାକ୍ୟ ଶୁଣି ରଘୁନାଥ

ବୋଲି ଆରମ୍ଭିଲେ ଇଳ ଭୂପତି ବୃତ୍ତାନ୍ତ

ଧରିଣ ପ୍ରଥମ ମାସେ ଇଳ ନରପତି

ଜଗତ ମୋହିନୀ ରୂପ ଅପୂର୍ବ ଯୁବତୀ

ସହିତରେ ଘେନି ପୂର୍ବ ସହଚର ଗଣେ

ଅରଣ୍ୟ ମଧ୍ୟକୁ ଗଲେ ଭ୍ରମଣ କାରଣେ

ଯାନ ବାହନାଦି ସର୍ବ କରି ପରିହାର

ଅରଣ୍ୟ ମଧ୍ୟରେ ରାଜା କରନ୍ତି ବିହାର

 

 

ଦେଖିଲେ ନୃପତି ତହିଁ ଏକ ସରୋବର

ବୁଲୁଛନ୍ତି ନାନାବିଧ ପକ୍ଷୀ ଜଳଚର

ତହିଁ ଚନ୍ଦ୍ର ପୁତ୍ର ବୁଧ କରି ଅବସ୍ଥାନ

ନୟନ ମୁଦ୍ରିତ କରି କରୁଛନ୍ତି ଧ୍ୟାନ

ଇଳା ସହଚରୀ ଗଣେ ଘେନି ସେହି ଜଳେ

ସ୍ନାନ ବିହାରାଦି କଲା ମନ କୁତୁହଳେ

ଇଳାଙ୍କ ସୌନ୍ଦର୍ଯ୍ୟ ଦେଖି ଚନ୍ଦ୍ରମା ନନ୍ଦନ

କେତେବେଳେ କରି ନପାରିଲେ ସ୍ଥିରମନ

ବିଚାରିଲେ ମନେ କିଏ ଅଟେ ଏଲଳନା

ଦେବୀ ବା ଦାନବୀ ନାରୀ ଅପ୍‍ସର ଅଙ୍ଗନା

ନ କରିଣ ଥାଏ ଯେବେ ଅନ୍ୟକ ବରଣ

ଅବଶ୍ୟ କରିବୁଁ ତେବେ ଏହାକୁ ହରଣ

ଏତେ ଭାଳି ବୁଧ ଆସି ଆଶ୍ରମ ପ୍ରାଙ୍ଗଣେ

ପୁଛା କଲେ ରାଇ ଇଳା ସହଚରୀ ଗଣେ

ହେ ରମଣୀ ଗଣେ ସତ୍ୟ ବୋଲିବା ଆମ୍ଭକୁ

କିଏ ଏରମଣୀ କିପାଁ ଅଇଲେ ଏଠାକୁ

ବୋଇଲେ ନାରୀଏ ବୁଧ ବାକ୍ୟ ଶୁଣି କରି

ଆମ୍ଭମାନଙ୍କର ଏହି ଅଟନ୍ତି ଈଶ୍ୱରୀ

କରି ସେ ନାହାନ୍ତି କେହି ପୁରୁଷେ ବରଣ

ଅରଣ୍ୟ ମଧ୍ୟରେ କରିଥାନ୍ତି ଯେ ଭ୍ରମଣ

ଏମନ୍ତ ଅସ୍ପଷ୍ଟ ବାକ୍ୟ ବୋଲନ୍ତେ ବନିତା

ଅଜ୍ଞାନାର୍ଥ ପ୍ରକାଶିନୀ ବିଦ୍ୟା କଲେ ଚିନ୍ତା

ସେହି ବିଦ୍ୟା ପ୍ରଭାବରେ ଶଶଦର ସୁତ

ଇଳର ବୃତ୍ତାନ୍ତ ସର୍ବ ହେଲେ ଅବଗତ

ବୋଇଲେ ସେ ନାରୀଗଣେ ହେ ଲଳଣାଗଣ

କରଯାଇ ଏହି ଶୈଳ କନ୍ଦରେ ଭ୍ରମଣ

କନ୍ଦ ମୂଳ ଫଳ ଖାଇ କଲେ ତହିଁ ବାସ

ତୁମ୍ଭମାନଙ୍କର ପୂର୍ଣ୍ଣ ହେବ ଅଭିଳାଷ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକାଧିକଶତତମ ସର୍ଗ

 

ଦ୍ୱ୍ୟଧିକଶତତମ ସର୍ଗ

ବୋଇଲେ ଶ୍ରୀରାମ ଇଳା କଥା ପୁନର୍ବାର

ଯେପରି ସେ କଲେ ଅରଣ୍ୟରେ ବ୍ୟବହାର

ବୁଧ ବାକ୍ୟ ଶୁଣି ଇଳା ସହଚରୀ ଗଣ

ପର୍ବତ କନ୍ଦରେ ଯାଇ କରନ୍ତେ ଭ୍ରମଣ

ବୋଇଲେ ଇଳାକୁ ବୁଧ ଦେଖି ଏକାକିନୀ

ଆମ୍ଭ ଅନୁରୋଧ ରକ୍ଷା କର ଚନ୍ଦ୍ରାନନୀ

ଚନ୍ଦ୍ର ପୁତ୍ର ବୁଧ ଆମ୍ଭେ କରୁଁ ଏଥି ବାସ

ଆମ୍ଭକୁ ବରିଣ ପୂର୍ଣ୍ଣ କର ଅଭିଳାଷ

ବୋଇଲେ ଯେ ଇଳା ଶୁଣି ବୁଧଙ୍କ ବଚନ

ଏକାକିନୀ ଅଛୁଁ ଆମ୍ଭେ ଆହେ ତପୋଧନ

ଆପଣଙ୍କ ଠାରେ ଆତ୍ମା କଲୁ ସମର୍ପଣ

ଇଛାରୂପ କର ଆମ୍ଭ ସଙ୍ଗେ ଆଚରଣ

ମହାଋଷି ବୁଧ ଶୁଣି ଏହି ସମାଚାର

ଆନନ୍ଦରେ କଲେ ଇଳା ସହିତେ ବିହାର

ପୂର୍ଣ୍ଣ କରି ଆପଣାର କାମ ଅଭିଳାଷ

ମୂହୂର୍ତ୍ତେକ ପରି କଟାଇଲେ ମଧୁମାସ

 

 

ଏକଦା ପ୍ରଭାତେ ଇଳ ପୁରୁଷତ୍ୱ ପାଇ

ଦେଖିଲେ ଶଯ୍ୟାରୁ ଚାରି ଆଡ଼କୁ ଅନାଇ

କେହି ନାହିଁ କାହିଁ ଏକା ବୁଧ ସରୋବରେ

ଊର୍ଦ୍ଧ୍ୱ ବାହୁ ହୋଇ ବସି ଅଛନ୍ତି ଧ୍ୟାନରେ

ଧୀର ଧୀର ହୋଇ ତହୁଁ ଋଷିପାଶେ ଯାଇ

ଜଣାଇଲେ ହାତଯୋଡ଼ି ବୋଲୁନ୍ତୁ ଗୋସାଇଁ

ସୈନ୍ୟବଳ ଘେନି ଆମ୍ଭେ ଅଇଲୁ ବନକୁ

ସେମାନେ ନାହାନ୍ତି ଗଲେ କେବଣ ଦିଗକୁ

ବୋଇଲେ ରାଜାଙ୍କୁ ବୁଧ ଦେଇଣ ଆଶ୍ୱାସ

ତୁମ୍ଭ ଅନୁଚରେ ପାଇ ଅଛନ୍ତି ବିନାଶ

ଅଚେତନ ହୋଇ ପଡ଼ିଥିଲ ଆଶ୍ରମରେ

ବିନାଶ ପାଇଲେ ଅଶ୍ରୁପାତେ ଅନୁଚରେ

ଆଶ୍ରମରେ ରହ ସୁଖେ ନ ହୁଅ ବ୍ୟାକୁଳ

ବିଚରଣ କର ବନେ ଖାଇ ଫଳ ମୂଳ

ନରପତି ଶୁଣି ସଙ୍ଗିମାନଙ୍କ ବିନାଶ

ବହୁତ ବ୍ୟାକୁଳ ହେଲେ ପକାଇ ନିଶ୍ୱାସ

ବୋଇଲେ ବୁଧଙ୍କୁ ଚାହିଁ ଆହେ ତପୋଧନ

ଆଜ୍ଞାକର ସ୍ୱଦେଶକୁ କରିବୁଁ ଗମନ

ଏକାକୀ ବନରେ ଆମ୍ଭେ ରହିବୁଁ କିପରି

ଆପଣାର ରାଜ୍ୟ ଭାର୍ଯ୍ୟା ପୁତ୍ର ତ୍ୟାଗ କରି

ଆମ୍ଭ ଜ୍ୟେଷ୍ଠ ପୁତ୍ର ଶଶବିନ୍ଦୁ ଦୂରାଚାରି

ଆମ୍ଭକୁ ନ ଦେଖି ରାଜ୍ୟେ ହେବ ଛତ୍ରଧାରୀ

ବୋଇଲେ ମହର୍ଷି ଶୁଣି ନୃପତି ବଚନ

ବ୍ୟାକୁଳ ନ ହୁଅ ଭୂପ ସ୍ଥିର କର ମନ

ରହିଲେ ବରଷେ ଏଥି ଖାଇ ମୂଳ ଫଳ

କରିବ ଏଅନ୍ତେ ଲାଭ ଅବଶ୍ୟ ମଙ୍ଗଳ

ନାରୀରୂପ ଧରି ଇଳ ଏକ ଏକ ମାସ

ଆନନ୍ଦେ କରନ୍ତି ବୁଧ ସହିତ ବିଳସ

ପୁରୁଷ ବେଶରେ ମାସେ ମାସେ ନରପତି

ଧର୍ମ ଚିନ୍ତା କରି ସୁଖେ ସମୟ କାଟନ୍ତି

ଗର୍ଭବତୀ ହୋଇ ଇଳା ନବମ ମାସରେ

ପ୍ରସବିଲେ ପୁତ୍ର ଏକ ବୁଧ ଔରଷରେ

ଏଥୁ ଅନନ୍ତରେ ଦେଇ ଇଳାକୁ ପ୍ରବୋଧ

ପୁତ୍ରଟିର ନାମ ପୁରୁରବା ଦେଲେ ବୁଧ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ହ୍ୟଧିକଶତତମ ସର୍ଗ

 

ତ୍ର୍ୟଧିକଶତତମ ସର୍ଗ

ଶୁଣି ଆଚମ୍ବିତ ହେଲେ ଭରତ ଲକ୍ଷ୍ମଣ

ଇଳ ନରପତି ନାରୀବେଶ ବିବରଣ

ପୁଛାକଲେ ହାତଯୋଡ଼ି ବିନୟ ବାକ୍ୟରେ

ବରଷେକ ରହି ଇଳ ବୁଧ ଆଶ୍ରମରେ

କି କି କାର୍ଯ୍ୟ କଲେ ତହିଁ ବୋଲୁନ୍ତୁ ବିସ୍ତାରି

ବୋଇଲେ ଯେ ଶୁଣି ରାମଚନ୍ଦ୍ର ଚାପଧାରୀ

ପୁରୁଷକୁ ପ୍ରାପ୍ତ ହେଲେ ଇଳ ନରପତି

ଏହା ଦେଖି ଚନ୍ଦ୍ର ପୁତ୍ର ବୁଧ ମହାଯତି

ମହର୍ଷି ଅରିଷ୍ଟନେମି ସଂବର୍ତ୍ତ ଚ୍ୟବନେ

ଦୁର୍ବାସା ସହିତ ପ୍ରମୋଦନ ତପୋଧନେ

ଆପଣା ଆଶ୍ରମେ ନିମନ୍ତ୍ରଣ କରି ଆଣି

ଇଳ ନରପତି କଥା ବୋଇଲେ ବଖାଣି

ଆପଣମାନଙ୍କୁ ସବୁ କଥା ଅଛି ଜଣା

ଶିବ ଶାପେ ଇଳ ପାଉ ଥିବାର ଯନ୍ତ୍ରଣା

କିରୂପେ ନୃପତି କଷ୍ଟ ହେବ ଅବସାନ

କରୁନ୍ତୁ ଆପଣମାନେ ସେଥିର ବିଧାନ

 

 

ଏହି କାଳେ ତହିଁ ଉପସ୍ଥିତ ହେଲେ ଆସି

ପ୍ରଜାପତି ମହାତେଜା କର୍ଦମ ମହର୍ଷି

ତହିଁ ପଛେ ଉପସ୍ଥିତ କ୍ରତୁ ବସଟ୍‌କାର

ପୁଣ୍ୟଶୀଳ ମହାତେଜା ପୁଲସ୍ତ୍ୟ ଓକାର

ବିଚାରିଲେ ଋଷିଗଣ ହୋଇ ଏକମନ

କିରୂପେ ଶାପରୁ ମୁକ୍ତ ଲଭିବେ ରାଜନ

ବୋଇଲେ କର୍ଦମ ରହୁଁ ଆହେ ଦ୍ୱିଜଗଣ

ମନ ଦେଇ ଆମ୍ଭ କଥା କରୁନ୍ତୁ ଶ୍ରବଣ

ଅଶ୍ୱମେଧ ଯଜ୍ଞ ବିନା ନାହିଁ ପ୍ରତିକାର

ପାଇବାକୁ ବୃଷଧ୍ୱଜ ଶାପରୁ ଉଦ୍ଧାର

ଅଶ୍ୱମେଧ ଯଜ୍ଞେ ତୁଷ୍ଟ ଥାନ୍ତି ଉମାପତି

ଆସ ଆମ୍ଭେମାନେ କରୁଁ ତାହାଙ୍କ ଆରତି

କର୍ଦମ ମହର୍ଷି ବାକ୍ୟ କରିଣ ଶ୍ରବଣ

ପରମ ସନ୍ତୋଷ ହେଲେ ମହାଋଷିଗଣ

ମହର୍ଷି ସଂବର୍ତ୍ତ ଶିଷ୍ୟ ରାଜର୍ଷି ମରୁତ

ଯଜ୍ଞୀୟ ସାମଗ୍ରୀମାନ କଲେ ଯେ ପ୍ରସ୍ତୁତ

ଏଥୁ ଅନନ୍ତରେ ସେହି ଆଶ୍ରମ ମଧ୍ୟରେ

ମହାଯଜ୍ଞ ଆରମ୍ଭିଲେ ବିଧି ବିଧାନରେ

ଉପସ୍ଥିତ ହେଲେ ଶିବ ଯଜ୍ଞ ସମାଧାନେ

ଆଶ୍ରମ ମଧ୍ୟରେ ଋଷିଗଣ ସନ୍ନିଧ୍ୟାନେ

ବୋଇଲେ ଆନନ୍ଦମନେ ଋଷିଗଣେ ଚାହିଁ

କରିବୁଁ ଦେବତା କାର୍ଯ୍ୟ ବୋଲ କାହାପାଇଁ

ଦେବ ଦେବ ମହାଦେବ ବୋଲନ୍ତେ ଏକଥା

ବୋଇଲେ ଯେ ଋଷିଗଣ ନୁଆଇଣ ମଥା

ଇଳା ପୁରୁଷତ୍ୱ ପ୍ରଭୋ କରୁନ୍ତୁ ବିଧାନ

ତଥାସ୍ତୁ ବୋଲିଣ ଶିବ ହେଲେ ଅନ୍ତର୍ଦ୍ଧାନ

ଋଷିଗଣ ଇଳ କାର୍ଯ୍ୟ କରି ସମାପନ

ନିଜ ନିଜ ଆଶ୍ରମକୁ କଲେ ଯେ ଗମନ

ଇଳ ନରପତି ତେଜି ବାହ୍ମିକ ଦେଶକୁ

ଯାତ୍ରା କରି ଗଲେ ତହୁଁ ମଧ୍ୟ ପ୍ରଦେଶକୁ

ତହିଁ ନିବେଶିଲେ ପ୍ରତିଷ୍ଠାନାଖ୍ୟ ନଗର

ଧନବନ୍ତ ଶସ୍ୟଶାଳୀ ମହା ମନୋହର

ତାହାଙ୍କର ଜ୍ୟେଷ୍ଠ ପୁତ୍ର ବହ୍ମିକ ଦେଶରେ

ରାଜପଣ ପାଇ ପ୍ରଜା ପାଳିଲେ ଯତ୍ନରେ

ବହୁକାଳ ଅନ୍ତେ ପ୍ରତିଷ୍ଠାନାଖ୍ୟ ରାଜନ

ଦେହତେଜ କଲେ ବ୍ରହ୍ମଲୋକକୁ ଗମନ

ତାହାଙ୍କ ଆତ୍ମଜ ପୁରୁରବା ହୋଇ ରାଜା

ପାଳିଲେ ସୁଖରେ ପୁତ୍ର ସମାନରେ ପ୍ରଜା

ବୋଇଲେ ଶ୍ରୀରାମ ଆହେ ଭରତ ଲକ୍ଷ୍ମଣ

ଅଶ୍ୱମେଧ ଯଜ୍ଞ ଫଳ କଲାକ ଶ୍ରବଣ

ଯେଉଁ ଯଜ୍ଞ ପୁଣ୍ୟଫଳେ ଇଳ ନରପତି

ପାଇଥିଲେ ଉମାପତି ଶାପୁଁ ଅବ୍ୟାହତି

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ର୍ୟଧିକଶତତମ ସର୍ଗ

 

ଚତୁରଧିକଶତତମ ସର୍ଗ

କାକୁତ୍ସ ଶ୍ରୀରାମଚନ୍ଦ୍ର ଇଳା ଉପାଖ୍ୟାନ

ଭରତ ଲକ୍ଷ୍ମଣ ପାଶେ କରିଣ ବ୍ୟାଖ୍ୟାନ

ବୋଇଲେ ଏ ମହାଯଜ୍ଞ ଫଳ ଏତେ ଜାଣ

ବଶିଷ୍ଠ ଜାବାଳୀ ବାମଦେବ ଡ଼ାକି ଆଣ

ସେମାନଙ୍କ ସଙ୍ଗେ ଆମ୍ଭେ କରିଣ ମନ୍ତ୍ରଣା

ପରିତ୍ୟାଗ କରିବୁଁ ଯେ ଅଶ୍ୱ ସୁଲକ୍ଷ୍ମଣା

ରାମଚନ୍ଦ୍ର ଆଜ୍ଞା ପାଇ ଲକ୍ଷ୍ମଣ ତକ୍ଷଣେ

ଆଣିଲେ ନୃପତି ପାଶେ ରାଇ ଋଷିଗଣେ

ପ୍ରବେଶ ହୁଅନ୍ତେ ଆସି ମହାଋଷିଗଣ

ରାମଚନ୍ଦ୍ର ଭକ୍ତିଭାବେ ବନ୍ଦିଲେ ଚରଣ

ବୋଇଲେ ସଂକଳ୍ପ କଥା ବସାଇ ଆସନେ

ସୂର୍ଯ୍ୟବଂଶ କୂଳ ପୂରୋହିତ ତପୋଧନେ

ଋଷିଗଣ ମନମଧ୍ୟେ ଚିନ୍ତି ଉମାପତି

ଅଶ୍ୱମେଧ ଯଜ୍ଞ ପାଇଁ ଦେଲେ ଅନୁମତି

ପୁରୋହିତ ଆଜ୍ଞା ପାଇଁ କୌଶଲ୍ୟା ନନ୍ଦନ

ଲକ୍ଷ୍ମଣ ବଦନ ଚାହିଁ ବୋଇଲେ ବଚନ

 

 

ଆହେ ମହାବାହୋ ଦୂତ କରିଣ ପ୍ରେରଣ

ବିଭୀଷଣ ସୁଗ୍ରୀବକୁ କର ନିମନ୍ତ୍ରଣ

ଆସିବେ ସୁଗ୍ରୀବ ଘେନି ଋଷ କପିଗଣ

ନିଶାଚରଗଣ ସହିତରେ ବିଭୀଷଣ

ପୁଣି ଆମ୍ଭ ପ୍ରିୟକାରୀ ନରପତିଗଣେ

ସ୍ୱେଦେଶେ ବିଦେଶେ ଛନ୍ତି ଯେତେକ ବ୍ରାହ୍ମଣେ

ମହାଋଷିଗଣ ଧର୍ମ୍ମଜ୍ଞାନୀ ପ୍ରଜାଗଣ

ଜଣେ ଜଣେ ସମସ୍ତଙ୍କୁ କର ନିମନ୍ତ୍ରଣ

ପବିତ୍ରା ଗୋମତୀ ତୀର ନୈମିଷ୍ୟ ଅରଣ୍ୟେ

ଯଜ୍ଞଭୂମି ନିର୍ମ୍ମାଇବ ପରମ ଯତନେ

ନିମନ୍ତ୍ରିତଗଣ ପାଇଁ କର ଆୟୋଜନ

ବସାଘର ଖାଦ୍ୟ ଯାହା ଯାହା ପ୍ରୟୋଜନ

ଆସିବେ ବହୁତ ଲୋକ ଯଜ୍ଞ ଦେଖିବାକୁ

କାହିଁ କିଛି କଷ୍ଟ ଯେହ୍ନେ ନ ହେବ କାହାକୁ

କରିବ ଏମନ୍ତରୂପେ କାର୍ଯ୍ୟ ଅନୁଷ୍ଠାନ

ଶାନ୍ତିରେ ସକଳ ଯେହ୍ନେ ହେବ ସମାଧାନ

ବଳିଷ୍ଠ ବଳଦ ଲକ୍ଷ ଲକ୍ଷ ହେବ ଲୋଡ଼ା

ବହିବାକୁ ମୁଗ ବ୍ରିହି ତିଳ ଗୁଡ଼ ଚୂଡ଼ା

ଲୁଣ ଘିଅ ଚଣା ଦହି ଦୁଧ ମହୁମାନ

ବଳଦେ ବୁହାଇ ପୂର୍ଣ୍ଣ କର ଯଜ୍ଞ ସ୍ଥାନ

ଯଜ୍ଞ ଠାକୁ ଭରତ ଯେ କରୁନ୍ତୁ ଗମନ

ସଙ୍ଗେଘେନି କୋଟି କୋଟି ରଜତ କାଞ୍ଚନ

କୁମାର କୁମାରୀଗଣେ ଯାଉନ୍ତୁ ସଙ୍ଗରେ

ଅନ୍ତଃପୁର ବାସି ଯେତେ କିଙ୍କରୀ କିଙ୍କରେ

ହିରଣ୍ମୟୀ ମୈଥିଳୀକୁ ଘେନି ମାତାଗଣ

ଯାଉନ୍ତୁ ଯେ ଚଉଦୋଳା କରି ଆରୋହଣ

ନର୍ତ୍ତକ ନର୍ତ୍ତକୀ ଭାଟ ପୁରବାସିମାନେ

ଯାଉନ୍ତୁ ଭରତ ସହିତରେ ଯଜ୍ଞ ସ୍ଥାନେ

ନିମନ୍ତ୍ରିତ ନରପତିଗଣ ବାସ ପାଇଁ

ବନାଉତ ଘରମାନ ବାନ୍ଧ ଠାଇଁ ଠାଇଁ

ରହୁନ୍ତୁ ସତର୍କେ ପ୍ରହରୀଏ ଦେଇ ଠଣା

ଯେମନ୍ତ କାହିଁରେ କିଛି ହେବ ନାହିଁ ଊଣା

ଯଜ୍ଞ ଆୟୋଜନମାନ ସଜ କରିବାକୁ

ଭରତ ଶତ୍ରୁଘ୍ନ ଦୁହେଁ ଗଲେ ଯଜ୍ଞଠାକୁ

 

ଇତି ମହର୍ଷି ବାଲ୍ମୀକିକୃତ ରାମାୟଣେ ଉତ୍ତରାକାଣ୍ଡେ ଚତୁରଥିବିଂଶତିତମ ଅଧ୍ୟାୟ

 

ପଞ୍ଚାଧିକଶତତମ ଅଧ୍ୟାୟ

ଏଥୁଅନ୍ତେ ରାମଚନ୍ଦ୍ର ଜାନକୀ ରମଣ

ଯଜ୍ଞସ୍ଥାନେ ଭରତକୁ କରିଣ ପ୍ରେରଣ

କୃଷ୍ଣବର୍ଣ୍ଣ ଯଜ୍ଞ ଅଶ୍ୱ ସୁଲକ୍ଷଣ ଯୁକ୍ତ

ମନ୍ତ୍ରପୂତ କରି ବିଧିପୂର୍ବ କଲେ ମୁକ୍ତ

ଅଶ୍ୱ ରଖିବାରେ ହୋଇ ନିଯୁକ୍ତ ଲକ୍ଷଣ

ବାହାରିଲେ ପଛେ ପଛେ ଘେନି ରତିଗଣ

ଏଣେ ରଘୁକୁଳପତି ଯାଇ ଯଜ୍ଞ ସ୍ଥାନେ

ଦେଖିଲେ ସକଳ ଦ୍ରବ୍ୟ ଅଛି ବିଦ୍ୟମାନେ

କ୍ରମେ ଉପସ୍ଥିତ ନିମନ୍ତ୍ରିତ ନରବରେ

ଉପହାର ଦ୍ରବ୍ୟମାନ ଘେନି ସହିତରେ

ରଖି ସେମାନଙ୍କ ଉପହାର ଦ୍ରବ୍ୟମାନ

ବାସ ପାଇଁ ଦେଲେ ଉପଯୁକ୍ତ ବାସସ୍ଥାନ

କପୀନ୍ଦ୍ର ସୁଗ୍ରୀବ ଲଙ୍କାପତି ବିଭୀଷଣ

ଉପସ୍ଥିତ ହେଲେ ଆସି ଘେନି ସଙ୍ଗିଗଣ

ଅଇଲେ ତାପସଗଣ ଘେନି ସଙ୍ଗିଗଣେ

ନାନା ଦିଗ ଦେଶାନ୍ତରୁ ବୈଦିକ ବ୍ରାହ୍ମଣେ

 

 

ସେମାନଙ୍କ ପରିଚର୍ଯ୍ୟା କରିବା ନିମନ୍ତେ

ଭରତ ଲକ୍ଷ୍ମଣ ଉଭା ଥାଆନ୍ତି ସନ୍ତତେ

ଏହିରୂପେ ଆରମ୍ଭିଲେ ଯଜ୍ଞ ରଘୁବର

ସମାରୋହ ଦେବା ପାଇଁ ତାହ ପଟାନ୍ତର

ଆନନ୍ଦର ସ୍ରୋତ ହେଉଅଛି ପ୍ରବାହିତ

ନାହିଁ କେଉଁ ଠାରେ ଚିହ୍ନ ବିଷାଦ କିଞ୍ଚିତ

ନିଅ ନିଅ ଖାଅ ଖାଅ ଶୁଭେ କୁରେ ବାରେ

ଏହାଛଡ଼ା ଆଉକଥା ନ ଥିଲା ସେଠାରେ

ନ ଥିଲା ସେଠାରେ କେହି ଦୁର୍ବଳ ମାଳିକ

କ୍ଷୁଧାର୍ତ୍ତ ତୃଷ୍ଣାର୍ତ୍ତ ରୋଗଗ୍ରସ୍ତ ଦୀନହୀନ

ଯେ ଯାହା ମାଗୁଛି ଦିଆଯାଉଛି ତକ୍ଷଣେ

ବରଞ୍ଚ ମାଗିବ ଦ୍ରବ୍ୟଠାରୁ ଶଏଗୁଣେ

ବିଶେଷେ କଥା ଶୁଣାଯାଏ ଦେହି ଦେହି

ମାତ୍ର ମାଗିବାର ଆଉ ଲୋକ ନାହିଁ କେହି

ଯାହାର ଯେତିକି ଦ୍ରବ୍ୟମାନ ଥିଲା ଲୋଡ଼ା

ତହୁଁ ବଳି ଦଶଗୁଣ ବାନ୍ଧିଲେଣି ପୋଡ଼ା

ରାକ୍ଷସେ ମର୍କଟେ ବାଣ୍ଟୁଛନ୍ତି ଦ୍ରବ୍ୟମାନ

ସେମାନଙ୍କ ହାତ ଚଳେ ପବନ ସମାନ

ପୋମ୍ପାଡ଼ି ଦିଅନ୍ତି ବୋଝେ ବୋଝେ ଭାରେ

ବିଶ୍ରାମ ମୁହୂର୍ତ୍ତ ମାତ୍ର ନାହିଁ ବାଣ୍ଟିବାରେ

ତହିଁ ଥିଲେ ଯେତେ ମୁନି ମହର୍ଷି ଗୋସାଇଁ

ବୋଇଲେ ଏମନ୍ତ ଯଜ୍ଞ ଦେଖିବାରେ ନାହିଁ

ପୂର୍ବେ ଯଜ୍ଞ କରିଥିଲେ ସୋମ ପୁରନ୍ଦର

ମାତ୍ରକ ନ ଥିଲା ତହିଁ ଏଡ଼େ ଆଡ଼ମ୍ବର

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ପଞ୍ଚାଧିକଶତତମ ସର୍ଗ

 

ଷଡ଼ଧିକଶତତମ ସର୍ଗ

ଆନ ଆନ ମହାଋଷିମାନଙ୍କ ସହିତ

ବାଲ୍ମୀକି ମହର୍ଷି ହୋଇଥିଲେ ନିମନ୍ତ୍ରିତ

ଉପସ୍ଥିତ ହୋଇ ଶିଷ୍ୟଗଣ ସହିତରେ

ବାସ କରୁଥାନ୍ତି ନିରୂପିତ ଉଟଜରେ

ବହୁତ ଶକଟ ପୂର୍ଣ୍ଣ ଫଳ ମୂଳମାନ

ରାଜଭୃତ୍ୟେ ଆଣିଦେଲେ ତାଙ୍କ ସନ୍ନିଧାନ

ଦିନକରେ ପ୍ରାତେ ମହାଋଷି ତପୋଧନ

ଶିଷ୍ୟ କୁଶ ଲବେ ଚାଲ ବୋଇଲେ ବଚନ

ଆହେ ଶିଷ୍ୟଗଣ ଆମ୍ଭ ଆଜ୍ଞା ଅନୁସାରେ

ମହର୍ଷିମାନଙ୍କ ପାଶେ ବିପ୍ରଗଣଠାରେ

ରାଜାଗଣ ସାକ୍ଷାତରେ ପୁଣି ରାଜମାର୍ଗେ

ବିଶେଷରେ ରାମଚନ୍ଦ୍ର ଯଜ୍ଞ ପୁରୋଭାଗେ

ପ୍ରତିଦିନ ରାମାୟଣ କରିବ ଗାୟନ

ତାଳ ଲୟ କରି ବୀଣା ସୁସ୍ୱରେ ବାଦନ

ଯେବେ ଥକି ଯିବ ଗାଇ ଗାଇ ରାମାୟଣ

ଦେଉଅଛୁଁ ଏହି ଫଳ କରିବ ଭକ୍ଷଣ

 

 

କ୍ଳାନ୍ତି ଦୂର ହେବ ଏହି ଫଳ ଭକ୍ଷଣରେ

ବ୍ୟତିକ୍ରମ ନ ଘଟିବ ମଧ୍ୟ ବାନ ସ୍ୱରେ

ଯାଅ ଆଜୁଁ କରି ଆମ୍ଭ ଆଜ୍ଞାକୁ ପାଳନ

ପ୍ରତ୍ୟହ କୋଡ଼ିଏ ସର୍ଗ କରିବ ଗାୟନ

ରାଜା ଯେବେ ଇଚ୍ଛା କରି ଗୀତ ଶୁଣିବାକୁ

ତାହାଙ୍କ ସାକ୍ଷାତେ ଆଜ୍ଞାଦେବେ ଗାଇବାକୁ

ତତକ୍ଷଣେ ରାମାୟଣ କରିବ ଗାୟନ

ମାତ୍ରକ ନ ନେବ ଯେବେ ଦେବେ କିଛି ଧନ

ବାହୁଡ଼ାଇ ଦେଇ ଧନ ତାଙ୍କୁ ବିନୟରେ

ବୋଲିବ ଯେ ଆମ୍ଭେମାନେ ଥାଉଁ ଅରଣ୍ୟରେ

ଫଳ ମୂଳ ଖାଇ କରୁଁ ଧାରଣ ଜୀବନ

ଆମ୍ଭମାନଙ୍କର ନାହିଁ ଅର୍ଥେ ପ୍ରୟୋଜନ

ଯେ ଯାଏଁ ତାହାଙ୍କ ପାଶେ ଥିବ ତୁମ୍ଭେମାନେ

ବୋଲିବ ସକଳ କଥା ଯେହ୍ନେ ସାବଧାନେ

ରାଜା ସମସ୍ତଙ୍କ ପିତା ପୁଣି ରାଜାପତି

ଏଥକୁ କରିବ ତାଙ୍କୁ ପିତୃତୁଲ୍ୟ ଭକ୍ତି

ପରିଚୟ ପଚାରିଲେ ତୁମ୍ଭକୁ ରାଜନ

ବୋଲିବ ବାଲ୍ମୀକି ଶିଷ୍ୟ ଆମ୍ଭେ ଦୁଇଜଣ

ଯାଅ ବାବୁ କରଯାଇ ଶୟନ କୁଟୀରେ

ଆରମ୍ଭ କରିବ କାର୍ଯ୍ୟ କାଲି ପ୍ରଭାତରେ

ଭାର୍ଗବଙ୍କ ପାଶେ ଯେହ୍ନେ ଅଶ୍ୱିନୀ କୁମାରେ

ସୀତା ପୁତ୍ରେ ଥାନ୍ତି ତେହ୍ନେ ମହର୍ଷିଙ୍କଠାରେ

ଶିଷ୍ୟଗଣେ ଉପଦେଶ ଦେଇ ମହାମୁନି

ବସିଲେ ବହୁତ କ୍ଷଣ ଯାଏଁ ହୋଇ ତୁନି

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷଡ଼ଧିକଶତତମ ସର୍ଗ

 

ସପ୍ତାଧିକଶତତମ ସର୍ଗ

କୁଶ ଲବ ଉଠି ପରଦିନ ପ୍ରଭାତରେ

ସ୍ନାନ ହୋମ କ୍ରିୟାମାନ ସାରି ବିଧାନରେ

ବୀଣା ଯନ୍ତ୍ର ଘେନି ଯଜ୍ଞଭୂମି ସ୍ଥାନେ ସ୍ଥାନେ

ଗାଇଲେ ଯେ ରାମାୟଣ ସୁମଧୁର ତାନେ

ପରସ୍ପରେ ରାମଚନ୍ଦ୍ର କଲେ ଯେ ଶ୍ରବଣ

ଦୁଇଟୀ ବାଳକ ଗାଉଛନ୍ତି ରାମାୟଣ

ନିୟମିତରୂପେ ଷଡ଼୍‌ଜ ଆଦି ସପ୍ତସ୍ୱରେ

ଆଚାର୍ଯ୍ୟ ଭରତକୃତ ରୀତି ପଦ୍ଧତିରେ

ଆଶ୍ଚର୍ଯ୍ୟ ମଣିଲେ ଶୁଣି ଏହି ବିବରଣ

ଇଚ୍ଛାକଲେ ରାମାୟଣ କରିବେ ଶ୍ରବଣ

ଯଜ୍ଞକାର୍ଯ୍ୟ ସମାଧାନ କରି ଦିନକରେ

ବିରାଜିତ ହେଲେ ଯାଇ ଯଜ୍ଞୀୟ ସଭାରେ

ଆଣିଲେ ନିମନ୍ତ୍ରି ପାଶେ ନରପତିଗଣେ

ପୌରାଣିକ ଦ୍ୱିଜବୁଳେ ଶାର୍ଦ୍ଦିକ ବ୍ରାହ୍ମଣେ

ସଙ୍ଗୀତ ଶାସ୍ତ୍ରଜ୍ଞ ସ୍ୱର ଲକ୍ଷଣବିଦଙ୍କୁ

ଛନ୍ଦଶାସ୍ତ୍ରବିଦ କଳାବିଦ ବୈଦିକଙ୍କୁ

 

 

ଇତିହାସବେତ୍ତା କଳ୍ପସୂତ୍ରବେତ୍ତାମଣେ

ନୃତ୍ୟ ଗୀତ ବିଶରଦ ସଙ୍ଗୀତ ନିପୁଣେ

ଲବ କୁଶେ ରାଇ ପାଶେ କଲେ ଆଜ୍ଞାଦାନ

ହେ ବାଳକମାନେ କର ରାମାୟଣ ଗାନ

ଏହା ଶୁଣି ପିଲା ବେନି ଶ୍ରୀରାମ ଛାମୁରେ

ଗୀତ ଗାଇ ଆରମ୍ଭିଲେ ସୁଲଳିତ ସ୍ଥିରେ

ଗୀତ ଶୁଣି ଉପସ୍ଥିତ ନରପତିଗଣେ

ମହର୍ଷି ଦେବର୍ଷି ଆଦି ସମସ୍ତ ବ୍ରାହ୍ମଣେ

ଆନନ୍ଦରେ କୁହା କୁହି ହେଲେ ପରସ୍ପରେ

ଏମନ୍ତ ଗୀତତ ଶୁଣା ନ ଥିଲା କାଳରେ

ପୁଣ ପୁଣ ଗୀତାବାଳୀ ଶୁଣୁଛନ୍ତି ଯେତେ

ଶୁଣିବାକୁ ପୁଣି ଇଚ୍ଛା ବୋଳୁଅଛି ତେତେ

ପିଲାଙ୍କ ଲାବଣ୍ୟ ଦେଖି ହେଲେ କୁହାକୁହି

ଓହ୍ଲାଇ ଅଇଲେ ସ୍ୱର୍ଗୁ କିବା ପିଲା ଦୁଇ

ଏମାନଙ୍କ ହସ୍ତପଦ ବଦନ ମଣ୍ଡଳ

ଶ୍ରୀରାମ ସ୍ୱରୂପ ଦିଶୁଅଛି ଅବିକଳ

ନ ଥିଲେ ଏମାନେ ଜଟା ବଳ୍‌କଳକୁ ଧରି

ନ ପାରନ୍ତୁ ଭେଦାଭେଦ ନିରୂପଣ କରି

ମୁଖେ କହୁଥିଲେ ମଧ୍ୟ ଏହି କଥାମାନ

ଗୀତ ଶୁଣିବାରେ ଦେଇଛନ୍ତି ମନ କାନ

ପ୍ରଥମୁଁ ବିଂଶତି ସର୍ଗ ଯାଏଁ କରୁଁ ଗାନ

ଉପସ୍ଥିତ ଆସି କାଳ ଦିବା ଅବସାନ

ଗୀତ ଶୁଣି ଆନନ୍ଦିତ ହୋଇ ସୀତାସାଇଁ

ଆଜ୍ଞାଦେଲେ ପାଶେ ରାଇ ବରତକୁ ଚାହିଁ

ଆହେ ବାବୁ କୋଷାଗାରେ ଯାଇ ଏହି କ୍ଷଣେ

ଅଠର ସହସ୍ର ସ୍ୱର୍ଣ୍ଣ ଦିଅ ପିଲାଗଣେ

ଆଉ ଯେବେ ଏମାନଙ୍କ କିଛି ଲୋଡ଼ା ହେବ

ଆମ୍ଭକୁ ନ ପୁଛି ବାବୁ ତତକ୍ଷଣେ ଦେବ

ଆଜ୍ଞା ପାଇ ଭରତ ଯେ ଯାଇ ତତକ୍ଷଣେ

ଅଠର ସହସ୍ର ସ୍ୱର୍ଣ୍ଣ ଦେଲେ ପିଲାଗଣେ

ସ୍ୱର୍ଣ୍ଣ ଦେଖି ପିଲାମାନେ କଲେ ଯେ ଉତ୍ତର

ଅର୍ଥେ ପ୍ରୟୋଜନ ନାହିଁ ଆମ୍ଭମାନଙ୍କର

ଆମ୍ଭେମାନେ ବନେ ଥାଉଁ ଫଳ ମୂଳ ଖାଇ

କି କରିବ ଏହି ସ୍ୱର୍ଣ୍ଣମୂଦ୍ରା ଘେନି ଯାଇ

ପିଲାମାନଙ୍କର ଏହି କଥା ଶୁଣି କାନେ

ଚମତ୍‌କୃତ ହେଲେ ଉପସ୍ଥିତ ଲୋକମାନେ

ଏଅନ୍ତେ ଶ୍ରୀରାମ କାବ୍ୟ କଥା ଜାଣିବାକୁ

କୋମଳ ବାକ୍ୟରେ ପୁଛାକଲେ ଯେ ପିଲାଙ୍କୁ

କେଉଁ କଥାମାନ ଅଛି ଏଥିରେ କୀର୍ତ୍ତିତ

କେବଣ ମହାତ୍ମା ଯୋଗେ ଅଟଇ ପ୍ରଣୀତ

ସେ ମହାପୁରୁଷ ଛନ୍ତି କେବଣ ଦେଶରେ

ବୋଇଲେ ବାଳକଗଣ ବିନୟ ବାକ୍ୟରେ

ଏଥି ଅଛି ଆପଣଙ୍କ ଚରତ କୀର୍ତ୍ତିତ

ମହାତ୍ମା ବାଲ୍ମୀକି ମହାଋଷିଙ୍କ ପ୍ରଣୀତ

ସମ୍ପ୍ରତି ସେ ଏଥି କରି ଛନ୍ତି ଅବସ୍ଥାନ

ଏହି କାବ୍ୟେ ଅଛି ଶଏ ଅଧ୍ୟା ଉପାଖ୍ୟାନ

ଚବିଶ ସହସ୍ର ଶ୍ଳୋକ ଅଛି ଏ କାବ୍ୟରେ

ସାତକାଣ୍ଡେ ବିଭାଜିତ ପଞ୍ଚାଶ ସର୍ଗରେ

ଆପଣଙ୍କ ଶୁଭ ଶୁଭ ଅଛନ୍ତି ନିବେସି

ଆମ୍ଭମାନଙ୍କର ଗୁରୁ ବାଲ୍ମୀକି ମହର୍ଷି

ଶୁଣିବାକୁ ଅଭିଳାଷ ଥିଲେ ହେ ରାଜନ

ମୂଳରୁ ସମସ୍ତ କାବ୍ୟ କରିବୂଁ ଗାୟନ

ବିଶ୍ରାମ କାଳରେ ଯଜ୍ଞ କାର୍ଯ୍ୟ ଅବସାନେ

ଗାୟନ କରିବୂଁ ଏଥି ଆସି ଆମ୍ଭେମାନେ

ମେଲାଣି ଦେଇଣ ପିଲାମାନଙ୍କୁ ସେଦିନ

ସଭା ଭାଙ୍ଗି କଲେ କର୍ମ ଶାଳାକୁ ଗମନ

ଏହି ରୂପେ ପ୍ରତିଦିନ ଦିବା ଅବସାନେ

ଗାୟନ କରନ୍ତି ରାମାୟଣ ପିଲା ମାନେ

 

 

 

 

ରଘୁପତି ରାମଚନ୍ଦ୍ର ଘେନି ସଙ୍ଗି ଗଣ

ପ୍ରତିଦିନ ରାମାୟଣ କରନ୍ତି ଶ୍ରବଣ

 

ଇତି ମହର୍ଷିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତାଧିକଶତତମ ସର୍ଗ

 

ଅଷ୍ଟାଧିକଶତତମ ସର୍ଗ

ଏହି ରୂପେ ରାମଚନ୍ଦ୍ର ଯଜ୍ଞ ଅବସାନେ

ମହର୍ଷି ଦେବର୍ଷି ନରପତି ବିଦ୍ୟମାନେ

ମହାଋଷି ବାଲମୀକି କୃତ ରାମାୟଣ

ପ୍ରତି ଦିନ ମନ ଦେଇ କରନ୍ତି ଶ୍ରବଣ

ଅବଗତ ହେଲେ ଦିନେ ସଙ୍ଗୀତ ମଧ୍ୟରେ

ଲବ କୁଶ ଦୁଇଜଣ ଜାନକୀ କୁମରେ

ଦୂତ ପଠାଇଲେ ତହୂଁ ବାଲମୀକି ପାଶେ

ଆପଣାର ଅଭିପ୍ରାୟ ବୋଲିବା ସକାଶେ

ହେ ଦୂତେ ଯାଇଣ ଋଷି ପାଶକୁ ବହନ

ଜଣାଇବ ଏହି ରୂପେ ଆମ୍ଭ ନିବେଦନ

ସୀତାଙ୍କର ଥାଏ ଯେବେ ଏପରି ବିଶ୍ୱାସ

ନାହିଁ ତାଙ୍କ ଦେହ ମନେ ପାପ ମାତ୍ର ଲେଶ

ତେବେ କାଲି ପ୍ରାତଃକାଳେ ଆସି ଏ ସ୍ଥାନକୁ

ଦେଉନ୍ତୁ ସେ ନିଦର୍ଶନ ସଭାସ୍ଥ ଲୋକଙ୍କୁ

ଜାନକୀ ଶପଥ ଆସି କଲେ ପୁନର୍ବାର

ସମସ୍ତ କଳଙ୍କ ତାଙ୍କ ହେବ ପରିହାର

 

 

ଆମ୍ଭେ ମଧ୍ୟ କଲେ ତାଙ୍କୁ ପୁନଶ୍ଚ ଗ୍ରହଣ

ଦୋଷ ଦେବେ ନାହିଁ ରାଜ୍ୟ ସ୍ଥିତ ପ୍ରଜାଗଣ

ବାଲ୍ମୀକି ଜାନକୀ ଅଭିପ୍ରାୟ ଜାଣି ଆସି

ହେ ଦୂତେ ଆମ୍ଭକୁ ସର୍ବ୍ବ ବୋଲିବ ପ୍ରକାଶି

ଦୂତଙ୍କୁ ଏମନ୍ତ ଆଜ୍ଞା କରନ୍ତେ ରାଜନ

ବାଲ୍ମୀକି ଆଶ୍ରମେ କଲେ ସେମାନେ ଗମନ

ଓଳଗି ହୋଇଣ ମହାଋଷି ପଦତଳ

ରାମଚନ୍ଦ୍ର ଅଭିପ୍ରାୟ ବୋଇଲେ ସକଳ

ଦୂତ ମୁଖୁଁ ସର୍ବ କଥା ଶୁଣି ମହାମୁନି

ରହିଲେ ଯେ କିଛି କ୍ଷଣ ଯାଏଁ ହୋଇତୁନି

ଏଥୁ ଅନ୍ତେ ବୋଇଲେ ସେ ଚାହିଁ ଦୂତ ଗଣ

ଜଣାଇବ ରାଜାପାଶେ ଯାଇ ଏହି କ୍ଷଣେ

ତାହାଙ୍କ ଆଦେଶ ସୀତା କରିବେ ପାଳନ

ନ ପାରନ୍ତି ଲଂଘି ସତୀ ପତିଙ୍କ ବଚନ

ଦୂତଗଣ ଶ୍ରୀରାମଙ୍କ ସମୀପେ ପ୍ରବେଶି

ବୋଲି ଥିଲେ ଋଷି ଯାହା ବୋଇଲେ ବିଶେଷି

ରାମଚନ୍ଦ୍ର ଦୁଇ ମୁଖୁଁ ଶୁଣି ଏହି ବାଣୀ

ସଭାସ୍ଥିତ ଲୋକଗଣେ ବୋଇଲେ ବଖାଣି

ଆହେ ନରପତି ଗଣେ ମହାଋଷି ଗଣେ

ସାତ୍ତ୍ଵିକ ବୈଦିକ ଆଦି ବିଶୁଦ୍ଧ ବ୍ରାହ୍ମଣେ

ସୀତାଙ୍କୁ ଦିଅନ୍ତି ଦୋଷ ଆଉ ଯେଉଁମାନେ

ଉପସ୍ଥିତ ଥିବେ କାଲି ପ୍ରାତେଃ ଏହି ସ୍ଥାନେ

ସମସ୍ତଙ୍କ ଆଗେ ସୀତା କରିବେ ଶପଥ

ପ୍ରକୃତ ବୃତ୍ତାନ୍ତ ମାନ ହେବେ ଅବଗତ

ବୋଲନ୍ତେ ଶ୍ରୀରାମଚନ୍ଦ୍ର ଏମନ୍ତ ବଚନ

ଧନ୍ୟ ଧନ୍ୟ ବୋଲି ପ୍ରଶଂସିଲେ ସର୍ବଜନ

ବୋଇଲେ ତାହାଙ୍କୁ ଆହେ ମହାଅନୁଭବ

ଆପଣଙ୍କ ଠାରେ ଅଟେ ସମସ୍ତ ସମ୍ଭବ

ଏଥୁଅନ୍ତେ ସଭା ଭାଞ୍ଜି ଯାଆନ୍ତେ ରାଜନ

ନିଜ ନିଜ ସ୍ଥାନେ କଲେ ସମସ୍ତେ ଗମନ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟାଧିକଶତତମ ସର୍ଗ

 

ନବାଧିକଶତତମ ସର୍ଗ

ରଜନୀ ପ୍ରଭାତକାଳେ ଜାନକୀ ରମଣ

ଯଜ୍ଞସ୍ଥାନେ କଲେ ମୁନି ଗଣେ ନିମନ୍ତ୍ରଣ

ବଶିଷ୍ଠ ଜାବାଳି ବିଶ୍ୱାମିତ୍ର ବାମଦେବ

କାଶ୍ୟପ ଦୁର୍ବାସା ଶକ୍ତି ପୁଲସ୍ତ୍ୟ ଭାର୍ଗବ

ଦୀର୍ଘତମା ମାର୍କଣ୍ଡେୟ ମୌଦଲ୍ୟ ଚ୍ୟବନ

ଶତାନନ୍ଦ ଭରଦ୍ୱାଜ ନାରଦ ବାମନ

ପର୍ବତ ଗୌତମ ଆଦି କରି ତପୋଧନ

ଶ୍ରୀରାମ ପାଶକୁ ସର୍ବେ କଲେ ଆଗମନ

ମହାବୀର କପିଗଣ ଆଦି ନିଶାଚରେ

ବ୍ରାହ୍ମଣ ଶୂଦ୍ରାଦି ବୈଶ୍ୟ ପୁରବାସୀ ନରେ

ବିଶୂଦ୍ଧି ପରୀକ୍ଷା କାର୍ଯ୍ୟ ଦେଖିବାର ପାଇଁ

ବାଲ୍ମୀକି ସୀତାଙ୍କୁ ରହିଛନ୍ତି ବାଟ ଚାହିଁ

ନୀରବେ ନିଷ୍ପନ୍ଦେ ଲୋକମାନେ ଛନ୍ତି ବସି

ଉପସ୍ଥିତ ସୀତାସଙ୍ଗେ ବାଲ୍ମୀକି ମହର୍ଷି

ମହର୍ଷିଙ୍କ ପଛେ ପଛେ ଚାଲୁଛନ୍ତି ସୀତା

ହାତ ଯୋଡ଼ି ମନେ ପତିରୂପ କରି ଚିନ୍ତା

 

 

ବ୍ରହ୍ମାଙ୍କର ଶ୍ରୁତି ଅନୁଗାମିନୀ ସମାନେ

ଏହା ଦେଖି ଧନ୍ୟ ଧନ୍ୟ କଲେ ଲୋକମାନେ

ସୀତାରୂପ ଦେଖି ହେଲେ ସମସ୍ତେ ବିକଳ

ସହସା ଉଠିଲା ସଭାମଧ୍ୟେ କୋଳାହଳ

ବୋଇଲେ ଶ୍ରୀରାମେ ବାଲମୀକ ବ୍ରହ୍ମଚାରୀ

ଲୋକ ଅପବାଦ ଭୟେ ଜନକ କୁମାରୀ

ଅରଣ୍ୟ ମଧ୍ୟରେ ହୋଇ ଥିଲେ ନିର୍ବାସିତା

ଦେଖାଇବେ ଏବେ ଆପଣାର ନିର୍ଦୋଷିତା

ଏକଥାରେ ଆଜ୍ଞାକର ହେ ରଘୁନନ୍ଦନ

କରନ୍ତୁ ସଭାସ୍ଥ ଲୋକମାନେ ବିଲୋକନ

ପ୍ରଚେତା ଦଶମ ପୁତ୍ର ଆମ୍ଭେ ରଘୁସୁତ

କେତେବେଳେ କହିନାହୁଁ ବଚନ ଅନୃତ

ତପସ୍ୟା କରିଛୁଁ ବହୁ ସହସ୍ର ବରଷ

ଯଦି ମିଥ୍ୟା କହୁଁ ତେବେ ହେବ ସବୁଧ୍ୱଂସ

ସତ୍ୟ ସତ୍ୟ ସତ୍ୟ ଏହି ଜନକ ନନ୍ଦିନୀ

ନିର୍ମଳ ସ୍ୱଭାବା ସତୀ ବିଶୁଦ୍ଧା ଚାରିଣୀ

ଏହି ଲବ କୁଶ ଦୁହେଁ ତୁମ୍ଭର କୁମର

ପୁନର୍ବାର ବୋଲୁ ଅଛୁଁ ଆହେ ରଘୁବର

ପରମପବିତ୍ରା ଏହି ଜନକ କୁମାରୀ

ଗ୍ରହଣ କରୁନ୍ତୁ ଅନ୍ୟ କଥା ନ ବିଚାରୀ

ଜ୍ଞାନ ଯୋଗେ ଭଲରୂପେ ଅଛୁଁ ଆମ୍ଭେ ଜାଣି

ତୁମ୍ଭେ ମଧ୍ୟ ଜାଣ ସୀତା ବିଶୁଦ୍ଧ ଚାରିଣୀ

ଲୋକ ଅପବାଦ ଭୟେ ନ ରଖିଲ ବାସେ

ଅକାରଣେ ତାଙ୍କୁ ଦେଇଥିଲେ ବନବାସେ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ନବାଧିକଶତତମ ସର୍ଗ

 

Unknown

ଦଶାଧିକଶତତମ ସର୍ଗ

ମହାତ୍ମା ଶ୍ରୀରାମଚନ୍ଦ୍ର ଯୋଡ଼ି ବେନିକର

ମହର୍ଷି ମୁଖକୁ ଚାହିଁ ବୋଇଲେ ଉତ୍ତର

ଆହେ ତପୋଧନ ଯାହା ବୋଇଲେ ଆପଣ

ସେ ପବିତ୍ର ମହାବାକ୍ୟ ବିଶିଷ୍ଟ ପ୍ରମାଣ

ଜାନକୀ ପରୀକ୍ଷା ଦେଇଥିଲେ ପୂର୍ବେ ଥରେ

ସେଥିପାଇଁ ତାହାଙ୍କୁ ଯେ ଆଣି ଥିଲୁଁ ଘରେ

ସୀତା ଯେ ନିଷ୍ପାପା ତାହା ଜାଣୁ ଆମ୍ଭେ ମନେ

ଲୋକ ଅପବାଦ ଭୟେ ଦେଇଥିଲୁଁ ବନେ

ଅଟନ୍ତି ବିଶୁଦ୍ଧା ସତୀ ସୀତା ଚନ୍ଦ୍ରାନନା

ଆପଣ ମୋ ଅପରାଧ କରୁନ୍ତୁ ମାର୍ଜନା

ଲବ କୁଶ ଦୁହେଁ ଆମ୍ଭ ଜମଜ କୁମର

ପୁନର୍ବାର ସୀତା ଆସି ପ୍ରବେଶନ୍ତୁ ଘର

ରାମଚନ୍ଦ୍ର ମନୋଭାବ ହୋଇ ଅବଗତ

ଦେବତାଏ ଆସି ତହିଁ ହେଲେ ଉପଗତ

ବାସବ ମରୁତ ପିତାମହ ବୈଶ୍ୱାନରେ

ଉପସ୍ଥିତ ହେଲେ ଆସି ସଭା ମଣ୍ଡପରେ

 

 

ରାମଚନ୍ଦ୍ର ସେମାନଙ୍କୁ କରି ଦରଶନ

ବୋଇଲେ ଯେ ମହର୍ଷିଙ୍କୁ ଆହେ ତପୋଧନ

ଦେଖୁନ୍ତୁ ଦେବତାଗଣେ ଅଇଲେ ଏଠାକୁ

ସୀତାଙ୍କୁ ପବିତ୍ରା ଜାଣି ତାଙ୍କୁ ଦେଖିବାକୁ

ପରମ ପବିତ୍ର ଅଟେ ଆପଣଙ୍କ କଥା

କଦାଚିତ ହେବ ନାହିଁ ସେଥିର ଅନ୍ୟଥା

ତଥାପି ବୋଲୁଛୁଁ ସର୍ବେ ଛନ୍ତି ଉପସ୍ଥିତ

ଦେଉନ୍ତୁ ଜାନକୀ ଦେବୀ ପ୍ରମାଣ କିଞ୍ଚିତ

ପ୍ରବାହିତ ହେଲା ସୁନିର୍ମ୍ମଳ ସମୀରଣ

ଆକାଶରୁ ପୁଷ୍ପ ବୃଷ୍ଟି କଲେ ଦେବଗଣ

ବୋଇଲେ ସମସ୍ତ ଲୋକେ ଦେଖି ଏ ବ୍ୟାପାର

ତ୍ରେତାଯୁଗେ ହେଲା ସତ୍ୟ ଯୁଗର ବେଭାର

ଚଉଦ ଭୁବନ ଲୋକେ ଦେଖି ସମାଗତ

କାଷାୟ ବସନା ସୀତା ଯୋଡ଼ି ବେନିହାତ

ବୋଇଲେ ଯେ ପୃଥିବୀକୁ କରି ନିରୀକ୍ଷଣ

ହେ ଦେବୀ ମୋ ନିବେଦନ କରୁନ୍ତୁ ଶ୍ରବଣ

ଶ୍ରୀରାମ ଶ୍ରୀପଦେ ଯେବେ ଥାଏ ମୋର ଧ୍ୟାନ

ଦୟାକରି କର ମୋତେ ବିବର ପ୍ରଦାନ

ପତି ପାଦପଦ୍ମେ ଯେବେ ଥାଏ ମୋର ମତି

କୃପା କରି ସ୍ଥାନ ଦିଅ ଆଗୋ ବସୁମତି

ଶ୍ରୀରାମ ମୋହର ଧ୍ୟାନ ଜ୍ଞାନ ମନ ପ୍ରାଣ

ହେ ଦେବି ମାଧବି ତୁମ୍ଭେ ଏହା ଯେବେ ଜାଣ

ଦପ୍ତ କରି ସ୍ଥାନ ଦିଅ ତୁମ୍ଭର ଉଦରେ

ବୋଲନ୍ତେ ଏକଥା ସୀତାଦେବୀ ତିନି ଥରେ

ଭୂଗର୍ଭୁ ଉଠିଲା ପୁଷ୍ପମୟ ସିଂହାସନ

ଜଡ଼ିତ ହୋଇଛି ତହିଁ ମହାର୍ଘ ରତନ

ବଳିଷ୍ଠ ତନ୍ମଚାରଣ ଶିରେ ଛନ୍ତି ବହି

ନିଜେ ବସୁମତୀ ଦେବୀ ବିରାଜିତା ତହିଁ

ଜାନକୀଙ୍କୁ ବସୁନ୍ଧରା କରି ସମ୍ଭାଷଣ

ବେନି ହସ୍ତେ ଧରି କଲେ କୋଳରେ ଗ୍ରହଣ

ତତକ୍ଷଣେ ସିଂହାସନ ଗଲା ରସାତଳେ

ଧନ୍ୟ ଧନ୍ୟ ଶବ୍ଦ କଲେ ଦେବତା ସକଳେ

ଆକାଶରୁ ପୁଷ୍ପ ବୃଷ୍ଟି ହେଲା ଘନ ଘନ

ଧନ୍ୟବାଦ କଲେ ସଭାସ୍ଥିତ ସର୍ବ ଜନ

ଆଶ୍ଚର୍ଯ୍ୟ ମଣିଲେ ସର୍ବେ ଦେଖି ଏ ବ୍ୟାପାର

କେତେକ୍ଷଣ ନ ରହିଲା ଚେତନା କାହାର

ଯେତେକ ମାନବ ଥିଲେ ପୃଥିବୀ ମଣ୍ଡଳେ

ଆକାଶେ ଦାନବ ସ୍ୱର୍ଗେ ଦେବତା ସକଳେ

 

 

 

 

ପାତାଳେ ପନ୍ନଗଗଣ ହେଲେ ଚମତ୍‌କୃତ

ମୂହୁର୍ତ୍ତେକ ଚରାଚର ହେଲା ବିମୋହିତ

 

ଇତି ମହର୍ଷି ବାଲ୍ମୀକିକୃତ ରାମାୟଣେ ଉତ୍ତରାକାଣ୍ଡେ ଦଶାଧିକଶତତନ ସର୍ଗ

 

ଏକାଦଶାଧିକଶତତମ ସର୍ଗ

ଜାନକୀ ହୁଅନ୍ତେ ଏହି ରୂପେ ଅନ୍ତର୍ଦ୍ଧାନ

ବସିଛନ୍ତି ରାମଚନ୍ଦ୍ର ପାଷାଣ ସମାନ

ନୟନରୁ ଅଶ୍ରୁ ଧାରା ଯାଉ ଅଛି ବହି

ପ୍ରହରେକ କିଛି କଥା ନ ପାରିଲେ କହି

ବୋଇଲେ ଶ୍ରୀରାମ ଏଥୁଅନ୍ତେ କ୍ରୋଧଭରେ

ଜାନକୀ ବିନଷ୍ଟ ହେଲେ ଆମ୍ଭ ସାକ୍ଷାତରେ

ଲଙ୍କାପୁରେ ସୀତା ହୋଇଥିଲେ ପୂର୍ବେ ଥରେ

ବାହୁଡ଼ାଇ ଆଣିଥିଲୁଁ ଆପଣା ବଳରେ

ଏତେବେଳେ ସେହି ଯାଇ ଛନ୍ତି ପାତାଳକୁ

ଆଣିବାକୁ ହେବ ନାହିଁ ଅସାଧ୍ୟ ଆମ୍ଭକୁ

ହେ ପୃଥିବୀ ଜ୍ଞାତ ଅଛ ଆମ୍ଭ ବଳାବଳ

ଅନୁଭବ କରିବ ଯେ ଆମ୍ଭ କ୍ରୋଧ ଫଳ

ତୁମ୍ଭେ ପରା ଆମ୍ଭ ଶାଶୁ ଆଗୋ ବସୁନ୍ଧରେ

ଘେନି ଗଲ ଜାନକୀକୁ ଆମ୍ଭ ସାକ୍ଷାତରେ

ବାହୁଡ଼ାଇ ଦିଅ ବର୍ତ୍ତମାନ ସୀତା ସତୀ

ନୋହିଲେ ତୁମ୍ଭକୁ ଧ୍ୱଂସ କରିବୁଁ ସମ୍ପ୍ରତି

 

 

ପର୍ବତ କାନନ ଭୂମୀ ଦେଶ ସମୁଦୟ

ଏହି ବାହୁବଳେ କରି ଦେବୁଁ ଜଳମୟ

ବୋଲନ୍ତେ ଏମନ୍ତ କ୍ରୋଧେ କୌଶଲ୍ୟା ନନ୍ଦନ

କୋମଳେ କମଳଯୋନି ବୋଇଲେ ବଚନ

ହେ ଅରିସୁଦନ କ୍ରୋଧ କରି ସମ୍ବରଣ

ମନ ମଧ୍ୟେ କର ପୂର୍ବ ମନ୍ତ୍ରଣା ସ୍ମରଣ

ଚେତାଇ ଦେଉଛୁଁ ଆମ୍ଭେ ନ କର ବିଚାର

ସ୍ୱକୀୟ ବୈଷ୍ଣବୀ ଭାବ ସୁର ଆପଣାର

ଭୁ ଭାର ହରଣେ ଜନ୍ମ କରିଛ ଗ୍ରହଣ

ଏପରି କରୁଛ ତେବେ କିପାଁ ଆଚରଣ

ପରମ ସୁଖରେ ସୀତା ଛନ୍ତି ରସାତଳେ

ପରସ୍ପର ଭେଟ ପୁଣି ହେବ ସ୍ୱର୍ଗ ସ୍ଥଳେ

ବୋଇଲୁଁ ହେ ରାମଚନ୍ଦ୍ର ଯେଉଁ ସବୁ କଥା

କେତେବେଳେ ହେବ ନାହିଁ ସେଥିର ଅନ୍ୟଥା

ଏହି ରାମାୟଣ କାବ୍ୟେ ବାଲ୍ମୀକ ମହର୍ଷି

ତୃତୀୟ ଚରିତ୍ର ବର୍ଣ୍ଣି ଅଛନ୍ତି ବିଶେଷି

ଆଦିକାବ୍ୟ ବୋଲି ଖ୍ୟାତ ହେବ ପୃଥିବୀରେ

ଜାନକୀ ନାୟିକା ତୁମ୍ଭେ ନାୟକ ସେଥିରେ

ବର୍ତ୍ତମାନ ଘେନି ସଭାସଦ ବିପ୍ରଗଣ

କାବ୍ୟର ଉତ୍ତର ଭାଗ କରୁନ୍ତୁ ଶ୍ରବଣ

ରାମଚନ୍ଦ୍ରେ ଉପଦେଶ ଦେଇ ପଦ୍ମଯୋନି

ସ୍ୱର୍ଗପୁରେ ଗଲେ ସଙ୍ଗେ ଦେବଗଣ ଘେନି

କେବଳ ମହର୍ଷିଗଣ ରହିଲେ ସେଠାରେ

କାବ୍ୟରେ ଉତ୍ତରଭାଗ ଶୁଣିବା ଇଚ୍ଛାରେ

ଭଗବାନ ପିତାମହ ଯାନ୍ତେ ସ୍ୱର୍ଗପୁରେ

ଜଣାଇଲେ ରାମଚନ୍ଦ୍ର ବାଲ୍ମୀକି ଛାମୁରେ

ରାମାୟଣ ମହର୍ଷିଏ କରିବେ ଶ୍ରବଣ

ଗାୟନ କରୁନ୍ତୁ ଆଜ୍ଞା କର ପିଲାଗଣ

ଏଉତ୍ତାରେ ସମସ୍ତଙ୍କୁ ଦେଇଣ ମେଲାଣି

ଧ୍ୟାନରେ ବସିଲେ ରାମଚନ୍ଦ୍ର ଧନୁଷ୍ପାଣି

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକାଦଶାଧିକଶତତମ ସର୍ଗ

 

ଦ୍ୱାଦଶାଧିକଶତତମ ସର୍ଗ

ଏହିରୂପେ ହୋଇ ଯାନ୍ତେ ରଜନୀ ପ୍ରଭାତ

ମହର୍ଷି ରାଜର୍ଷିଗଣେ ଘେନି ସୀତାନାଥ

ସଭାରେ ବିଜୟ ହୋଇ କଲେ ଆଜ୍ଞା ଦାନ

ଆହେ ଲବ କୁଶ କର ରାମାୟଣ ଗାନ

ଯଶସ୍ୱିନୀ ସୀତାଦେବୀ ଯାନ୍ତେ ରସାତଳ

ଶୂନ୍ୟ ଦେଖୁ ଛନ୍ତି ରାମ ଜଗତ ମଣ୍ଡଳ

କାହିଁରେ ନ ଗଲା ସୀତା ବିରହ ବେଦନା

ସବୁବେଳେ ବସି ଥାନ୍ତି ହୋଇଣ ଉନ୍ମନା

ଏଥୁଅନ୍ତେ ଯଜ୍ଞ କାର୍ଯ୍ୟ ହେଲା ସମାଧାନ

ବ୍ରାହ୍ମଣଗଣଙ୍କୁ କଲେ ଧନ ରତ୍ନ ଦାନ

ରାକ୍ଷସ ବାନରେ ବୋଲି ମଧୁର ବଚନ

ମେଲାଣି ଦେଲେ ଯେ ରାମ ରାଜୀବଲୋଚନ

ସୀତା ସତୀ ରୂପ ଗୁଣ ମନେ କରି ଚିନ୍ତା

ଅଯୋଧ୍ୟାକୁ ବାହୁଡ଼ିଲେ ରାମ ଜଗଜ୍ଜିତା

ରାମଚନ୍ଦ୍ର ଭାର୍ଯ୍ୟାନ୍ତର ନ କରି ଗ୍ରହଣ

ନିରନ୍ତର କରୁଥାନ୍ତି ଜାନକୀ ସ୍ମରଣ

 

 

ଯଜ୍ଞ ବେଳେ ଲୋଡ଼ା ହେଲେ ସ୍ୱଧର୍ମ ଚାରିଣୀ

ଥାପନ୍ତି କାଞ୍ଚନମୟୀ ସୀତା ଠାକୁରାଣୀ

ରଘୁକୂଳପତି ଦଶ ସହସ୍ର ବରଷ

ପୃଥ୍ୱୀ ପାଳି କରିଥିଲେ ଦେବଗଣେ ତୋଷ

ବାଜପେୟ ଅଶ୍ୱମେଧ ରାଜସୁୟ ଯଜ୍ଞ

ଅଗ୍ନିଷ୍ଟୋମ ଅତି ମାତ୍ର ଗୋସବ ମନୋଜ୍ଞ

ଏସମସ୍ତ ଯଜ୍ଞମାନ କରି ଅନୁଷ୍ଠାନ

ପ୍ରଭୂତ ନାସନ ରତ୍ନ କରିଥିଲେ ଦାନ

ତାହାଙ୍କ ରାଜ୍ୟରେ ଦୁଃଖ ଥିଲା ନାହିଁ ଲେଶ

ପ୍ରଜାଏ କାଟନ୍ତି ଦିନ ସୁଖରେ ବିଶେଷ

ଯଥାକାଳେ ବୃଷ୍ଟି କରୁଥିଲେ ଜଳଧର

ସର୍ବ ସ୍ଥାନେ ଶାନ୍ତି ବିରାଜିତ ନିରନ୍ତର

ବ୍ୟାଧି ବା ଅକାଳ ମୃତ୍ୟୁ ଥିଲା ନାହିଁ ଦେଶେ

ନ ଥିଲା ଚିହ୍ନହିଁ ଚୌର୍ଯ୍ୟ ଉତ୍ପାତ ବିଶେଷେ

କରନ୍ତି ସମସ୍ତେ ସାଧୁ ସରଳ ବେଭାର

ନ କରଇ କେହି କାହା ପ୍ରତି ଅତ୍ୟାଚାର

ଏଥୁଅନ୍ତେ ପୁତ୍ର ନାତି ରଖି ପୃଥିବୀରେ

କୌଶଲ୍ୟା ଜନନୀ ଯାତ୍ରା କଲେ ସ୍ୱର୍ଗପୁରେ

କୈକେୟୀ ସୁମିତ୍ରା ନାନା ପୁଣ୍ୟ କାର୍ଯ୍ୟ କରି

ଅବଶେଷେ ତ୍ୟାଗ କରି ଗଲେ ବସୁନ୍ଧରୀ

ସମସ୍ତେ ମିଳିଲେ ଯାଇ ଦଶରଥ ପାଶେ

ଜରା ମୃତ୍ୟୁ ଶୋକ ବିରହିତ ସ୍ୱର୍ଗ ବାସେ

ମାତୃଗଣ ଉଦ୍ଦେଶ୍ୟରେ ଶ୍ରୀରାମ ଶ୍ରୀମାନ

କରୁ ଥାନ୍ତି ବିପ୍ରଗଣେ ସ୍ୱର୍ଣ୍ଣ ରୌପ୍ୟ ଦାନ

ପୁଣି ରାମଚନ୍ଦ୍ର ପିତୃଦେବ ଉଦ୍ଦେଶ୍ୟରେ

ଯଜ୍ଞ ଦାନ ଆଦି କରୁ ଥାନ୍ତି ନିରନ୍ତରେ

ଏହିରୂପେ ଦେବ ବିପ୍ରଗଣେ କରି ତୋଷ

ଗତ ହୋଇ ଗଲା ବହୁ ସହସ୍ର ବରଷ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱାଦଶାଧିକଶତତମ ସର୍ଗ

 

ତ୍ରୟୋଦଶାଧିକଶତତମ ସର୍ଗ

ଆହେ ସାଧୁଗଣେ ଶୁଣ ଅପୂର୍ବ ଚରିତ

ଏହିରୂପେ ହେଲା ବହୁ ବରଷ ଅତୀତ

ଏକଦା କେକୟ ଅଧୀଶ୍ୱର ଯୁଧାଜିତ

ପଠାଇଲେ ଗୁରୁ ଗାର୍ଗ୍ୟ ମହର୍ଷି ସହିତ

ଶ୍ରୀରାମ ପାଶକୁ ନାନାବିଧ ଅଳଙ୍କାର

ବିଚିତ୍ର ବସନ ସ୍ୱର୍ଣ୍ଣ ରୌପ୍ୟ ଉପହାର

ଶୁଣିଲେ ଶ୍ରୀରାମଚନ୍ଦ୍ର ଗାର୍ଗ୍ୟ ମହାଯତି

ମାମୁଠାରୁ ଉପହାର ଘେନି ଆସୁଛନ୍ତି

ତେଣୁ ଭ୍ରାତା ପାତ୍ରମିତ୍ର ଘେନି ସହିତରେ

ପାଛୋଟି ଆଣିବା ପାଇଁ ଗଲେ କ୍ରୋଶେ ଦୂରେ

ଗୁରୁଙ୍କୁ କରନ୍ତି ପୂଜା ଯେମନ୍ତ ବାସବ

ଗାର୍ଗ୍ୟଙ୍କୁ ପୂଜିଲେ ଯାଇ ତେସନେ ରାଘବ

ଏଥୁଅନ୍ତେ ତାଙ୍କଠାରୁ ଘେନି ଉପହାର

ପୁଛା କଲେ ମାତୁଳଙ୍କ ଶୁଭ ସମାଚାର

ବସି ଆସନରେ ଗାର୍ଗ୍ୟ ଅଙ୍ଗିରା କୁମର

ବୋଇଲେ ଶୁଣିବା ହେଉ ଆହେ ରଘୁବର

 

 

ଆପଣଙ୍କ ମାମ ମହାରାଜା ଯୁଧାଜିତ

ବୋଲିବୁଁ ତାହାଙ୍କ କଥା କରି ବିସ୍ତାରିତ

ସିନ୍ଧୁନଦୀ ଦୁଇ ପାର୍ଶ୍ୱେ ଅଛି ରାଜ୍ୟ ଏକ

ଅଛି ତହିଁ ଗିରି ନଦୀ ଉଦ୍ୟାଦ ଅନେକ

ବୋଲି ହେବ ନାହିଁ ସେହି ରାଜ୍ୟର ସମ୍ମତ୍ତ

ଶୈନୁଷ ଗନ୍ଧର୍ବ ଅଟେ ତହିଁ ଅଧିପତି

ମହାବଳବନ୍ତ ଶୈନୁଷୁର ପୁତ୍ରଗଣ

ତିନିକୋଟି ସୈନ୍ୟ ରାଜ୍ୟ କରନ୍ତି ରକ୍ଷଣ

ମାମୁ ବୋଲି ଛନ୍ତି ଏହା ଆହେ ରଘୁବର

ଇଛା ହେଲେ ଅଧିକାର କର ସେ ନଗର

ତୁମ୍ଭ ବିନା ଆଉ ଆମ୍ଭେ ନ ଦେଖୁଁ କାହାକୁ

ତେମନ୍ତ ବଳିଷ୍ଠ ଜନପଦ ଜିଣିବାକୁ

ଜିଣିବୁଁ ସେ ରାଜ୍ୟ ଆମ୍ଭେ ବୋଲି ମହର୍ଷିଙ୍କୁ

ଚାହିଁଲେ ଶ୍ରୀରାମଚନ୍ଦ୍ର ଭରତ ମୁଖକୁ

ବୋଇଲେ ଋଷିଙ୍କୁ ପୁଣି ଯୋଡ଼ି ବେନିକର

ଭରତଙ୍କ ବେନି ତକ୍ଷ ପୁଷ୍ପଳ କୁମର

କରିବେ ସେମାନେ ଯାତ୍ରା ପିତା ସହିତରେ

ମହାରାଜ ଯୁଧାଜିତ ମାତୁଳ ଆଜ୍ଞାରେ

ପ୍ରବଳ ସଂଗ୍ରାମେ କରି ଗନ୍ଧର୍ବେ ନିହତ

ସିନ୍ଧୁନତୀ ଉପକୂଳେ କରିବେ ରାଜତ୍ୱ

ଭରତ କୁମାରଗଣେ ଦେଇ ରାଜ୍ୟ ଭାର

ବାହୁଡ଼ି ଆସିବେ ଅଯୋଧ୍ୟାକୁ ପୁନର୍ବାର

ଏହି କଥାମାନ ବୋଲି ଶ୍ରୀରାମ ଗାର୍ଗ୍ୟଙ୍କୁ

ସୈନ୍ୟ ସଜ ପାଇଁ ଆଜ୍ଞା ଦେଲେ ଭରତକୁ

ମହାତ୍ମା ଭରତ ସଙ୍ଗେ ଘେନି ପୁତ୍ରଗଣେ

ସିନ୍ଧୁ ଦେଶେ ଯୁଦ୍ଧ ଯାହା କଲେ ଶୁଭକ୍ଷଣେ

ନଦୀସ୍ରୋତ ପରି ସୈନ୍ୟେ କରନ୍ତି ଗମନ

ଆଗେ ଆଗେ ଚାଲୁଛନ୍ତି ଗାର୍ଗ୍ୟ ତପୋଧନ

ମାଂସ ଭୋଜୀ ସିଂହ ବ୍ୟାଘ୍ର କୁକୁର ଶୃଗାଳେ

ପିଶାଚ ରାକ୍ଷସ ଭୂତ ପ୍ରେତ ପାଳେ ପାଳେ

ସୈନ୍ୟ ଆଗେ ଆଗେ କରୁ ଅଛନ୍ତି ଗମନ

କରିବେ ଗନ୍ଧର୍ବ ମାଂସ ଶୋଣିତ ଭୋଜନ

ଅର୍ଦ୍ଧ ମାସ କାଳ ବାଟ ଚାଲିଣ କୁମରେ

ଉପସ୍ଥିତ ହେଲେ ଯାଇ କେକୟ ଦେଶରେ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ତ୍ରୟୋଦଶାଧିକଶତତମ ସର୍ଗ

 

ଚତୁର୍ଦଶାଧିକଶତତମ ସର୍ଗ

ମହାତ୍ମା ଭରତ ସୈନ୍ୟମାନଙ୍କ ସହିତ

କେକୟ ରାଜ୍ୟରେ ଯାଇ ହେଲେ ଉପସ୍ଥିତ

ମହାରାଜ ଯୁଧାଜିତ ଏସଂବାଦ ପାଇ

ମିଳିଲେ ତାହାଙ୍କ ସଙ୍ଗେ ଅଧବାଟେ ଯାଇ

ସୈନ୍ୟ ସାମନ୍ତଙ୍କୁ ଘେନି ଦୁଇ ନରବର

ଅବରୋଧ କଲେ ଯାଇ ଗନ୍ଧର୍ବ ନଗର

ବଳିଷ୍ଠ ଗନ୍ଧର୍ବଗଣେ ଶୁଣି ଏସମ୍ବାଦ

ବାହାରିଲେ ନଗରରୁ କରି ସିଂହନାଦ

ଭେଟାଭେଟି ହେଲେ ଦୁଇପକ୍ଷ ସେନାଗଣ

ସାତ ଦିନ ସାତ ରାତ୍ରି ହେଲା ଘୋର ରଣ

ରକ୍ତ ସ୍ରୋତ ବହୁ ଅଛି ସମର କ୍ଷେତ୍ରରେ

କାଷ୍ଠ ଖଣ୍ଡ ପରି ଭାସୁ ଛନ୍ତି ମୃତ ନରେ

ମହାତ୍ମା ଭରତ ଅବଶେଷ କ୍ରୋଧଭରେ

ପେଶିଲେ ବିଷମ ଅସ୍ତ୍ର ସମ୍ବର୍ତ୍ତ ନାମରେ

ତିନିକୋଟି ଗନ୍ଧର୍ବ ଯେ ପଡ଼ି ଗଲେ ରଣେ

ପ୍ରାଣତେଜି ଯମପୁରେ ଗଲେ ତତକ୍ଷଣେ

 

 

କେତେ ମଲେ ଘୋଡ଼ା ହାତି କେକରିବ ଲେଖା

ଏପରି ସମର କେଭେ ଥିଲା ନାହିଁ ଦେଖା

ଧନବନ୍ତ ଦୁଇ ଦେଶ ଗନ୍ଧର୍ବ ଗାନ୍ଧାର

ମହାତ୍ମା ଭରତ ଯାଇ କଲେ ଅଧିକାର

ସ୍ଥାପିଲେ ମହାତ୍ମା ତହିଁ ଦୁଇଟି ନଗରୀ

ପୁଷ୍କଳାବତ ଯେ ତକ୍ଷଶୀଳା ନାମ କରି

ସେ ନଗରୀ ବେନି ପୂର୍ଣ୍ଣ ହେଲା ଧନ ରତ୍ନେ

ସୁନ୍ଦର ସଉଧମାଳା ନିର୍ମ୍ମାଇଲେ ଯତ୍ନେ

ରୋପିଲେ ବିବିଧ ବୃକ୍ଷ ପାଟଳ ତମାଳ

ବକୁଳ ଚମ୍ପକ ବେଲ ପଣସ ରସାଳ

ଖୋଳାଇଲେ ସ୍ଥାନେ ସ୍ଥାନେ ଅସଂଖ୍ୟ ତୀର୍ଦ୍ଧକା

ସ୍ଥାପଲେ ବାଣିଜ୍ୟ ପୂର୍ଣ୍ଣ ଆପଣବ୍ୟଥିକା

ନାନାବିଧ ପୁଷ୍ପୋଦ୍ୟାନେ ଶୋଭିଲା ନଗରୀ

ନନ୍ଦନ କାନନ ଚୈତ୍ର ରଥ ସଙ୍ଗେ ସରି

ଏହିରୂପେ ନଗରୀକୁ ସଜ କରିବାରେ

ପାଞ୍ଚ ବରଷେକ କାଳ ଗତ ଯେ ସେଠାରେ

ଏଥୁଅନ୍ତେ ମହାବୀର ତକ୍ଷକ କୁମରେ

ରାଜା କରାଇଲେ ତକ୍ଷଶିଳା ନଗରରେ

ପୁଷ୍କଳାବତରେ ରଖି ପୁଷ୍କଳ ପୁତ୍ରକୁ

ବାହୁଡ଼ିଲେ ମହାବୀର ଅଯୋଧ୍ୟା ନଗ୍ରକୁ

ଭକ୍ତିଭାବେ କଲେ ରାମଚନ୍ଦ୍ର ଙ୍କୁ ବନ୍ଦନ

ବିଧିଙ୍କୁ ବନ୍ଦନ୍ତି ଯେହ୍ନେ ସହସ୍ରଲୋଚନ

ନିବେଦନ କଲେ ସର୍ବ ଯୁଦ୍ଧ ବିବରଣ

ଶୁଣି ଆନନ୍ଦିତ ହେଲେ ଜାନକୀରମଣ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଚତୁର୍ଦଶାଧିକଶତତମ ସର୍ଗ

 

ପଞ୍ଚଦଶାଧିକଶତତମ ସର୍ଗ

ଭରତ ଲକ୍ଷ୍ମଣେ ପାଶେ ରାଇ ସୀତାସାଇଁ

ବୋଇଲେ ମଧୁର ବାକ୍ୟେ ଲକ୍ଷ୍ମଣକୁ ଚାହିଁ

ତୁମ୍ଭ ଦୁଇ ପୁତ୍ର ଚନ୍ଦ୍ରକେତୁ ଯେ ଅଙ୍ଗଦ

ଧାର୍ମିକ ସୁବୋଧ ଜ୍ଞାନୀ ସର୍ବ ଗୁଣାଷ୍ପଦ

ଉପଯୁକ୍ତ ହେଲେଣି ଯେ ରାଜ୍ୟ ପାଳିବାକୁ

ଇଛାକରୁଁ ଦୁଇ ରାଜ୍ୟ ଦେବାକୁ ତାହାଙ୍କୁ

ଏପରି ଦୁଇଟି ରାଜ୍ୟ କର ଅନ୍ୱେଷଣ

ଯେଠାରେ ପୀଡ଼ିତ ହେବେ ନାହିଁ ରାଜାଗଣ

ପ୍ରଜାଏ କରିବେ ବାସ ଯେଠାରେ ସୁଖରେ

କରିବେ ତପସ୍ୟା ଋଷିଗଣ ସ୍ୱଚ୍ଛନ୍ଦରେ

ବୋଇଲେ ଭରତ ଶୁଣି ଯୋଡ଼ି ବେନିକର

ଶୁଣିବାକୁ ଆଜ୍ଞା ହେଉ ଆହେ ରଘୁବର

ଉତ୍ତର ପଶ୍ଚିମେ ଅଛି ଏକ ଜନପଦ

କାପୁରୁଷ ନାମ ସର୍ବ ସୁଖର ଆଷ୍ପନ୍ଦ

ହେଉ ଦୁଇ ପୁରୀ ତହିଁ ଦୁଇ ପୁତ୍ର ପାଇଁ

ଶୁଣି ସନମତ କଲେ ତହୁଁ ସୀତାସାଇଁ

 

 

ଦୁଇ ପୁରୀ ନିର୍ମାଇଲେ ସେଠାରେ ଶ୍ରୀରାମ

ସଙ୍ଗଦ୍ୱୟ ଚନ୍ଦ୍ରକାନ୍ତ ସେମାନଙ୍କ ନାମ

ଏଥୁଅନ୍ତେ ଶୁଣ ଲକ୍ଷ୍ମଣ ଶୁଭ ମୂହୁର୍ତ୍ତରେ

ରାଜ୍ୟେ ଅଭିଷେକ ହେଲେ ଲକ୍ଷ୍ମଣ କୁମରେ

ଅଭିଷେକ ଅନ୍ତେ ବାହାରିଲେ ଦୁଇ ପୁତ୍ରେ

ବିଭୂଷିତ ହୋଇ ସୈନ୍ୟବଳ ରାଜଛତ୍ରେ

ଉତ୍ତର ଦିଗର ରାଜ୍ୟ ସର୍ବ ଗୁଣାଷ୍ପଦ

ସେ ଦେଶ ଶାସନ କଲେ କୁମାର ଅଙ୍ଗଦ

ରହିଲେ ଉତ୍ତର ଦିଗେ ବୀର ଚନ୍ଦ୍ରକେତୁ

ଚନ୍ଦ୍ରକେତୁ ନାମ ରାଜ୍ୟ ପାଳିବାର ହେତୁ

ରହଣ ବରଷେକାଳ ଭରତ ସେଠାରେ

କୁମାରମାନଙ୍କ ରାଜନୀତି ଦେଖିବାରେ

ବାହୁଡ଼ି ଆସିଣ ପୁଣି ଅଯୋଧ୍ୟାପୁରକୁ

ଜଣାଇଲେ ସର୍ବ କଥା ଶ୍ରୀରାମଚନ୍ଦ୍ରଙ୍କୁ

ଏଥୁଅନ୍ତେ ଭକ୍ତିଭାବେ ଭରତ ଲକ୍ଷ୍ମଣ

ଶ୍ରୀରାମ ଛାମୁରେ ଖଟି ଥାନ୍ତି ଅନୁକ୍ଷଣ

ରାମଚନ୍ଦ୍ର ସର୍ବ ଜନେ କରାଇ ସନ୍ତୋଷ

ରାଜପଣ କଲେ ଦଶ ସହସ୍ର ବରଷ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରକାଣ୍ଡେ ପଞ୍ଚଦଶାଧିକଶତତମ ସର୍ଗ

 

ଷୋଡ଼ଶାଧିଶତତମ ସର୍ଗ

ମହାତ୍ମା ଶ୍ରୀରାମ କାଳ କରନ୍ତି ହରଣ

ପୁତ୍ର ନିର୍ବ୍ବିଶେଷେ ରକ୍ଷା କରି ପ୍ରଜାଗଣ

ଏକଦା ତାପସ ରୂପ ଧରି ମହାକାଳ

ରାଜ ସିଂହଦ୍ୱାରେ ଉପସ୍ଥିତ ପ୍ରାତଃକାଳ

ଦ୍ୱାରପାଳ ଥିଲେ ଆପେ କୈକେୟା ନନ୍ଦନ

ତାହାଙ୍କୁ ସମ୍ବୋଧ କାଳ ବୋଇଲେ ବଚନ

ପ୍ରଜାପତି ଦୁଇ ଆମ୍ଭେ ଅଟୁଁ ହେ ଲକ୍ଷ୍ମଣ

ଜଣାଅ ରାଜଙ୍କୁ ଯାଇ ଆମ୍ଭ ବିବରଣ

ପଠାଇ ଅଛନ୍ତି ପ୍ରଜାପତି ତାଙ୍କ ପାଶେ

ବିଶେଷ ବୃତ୍ତାନ୍ତମାନ କହିବା ସକାଶେ

ଲକ୍ଷ୍ମଣ ଏକଥା ଶୁଣି ଯାଇ ଧାତିକାରେ

ଜଣାଇଲେ କରଯୋଡ଼ି ନରପତି ଠାରେ

ଜୟ ମହାରାଜ ଆଜ୍ଞା ହେଉ ଶୁଣିବାକୁ

ଋଷି ଏକ ଆସି ଛନ୍ତି ଆପଣଙ୍କ ଠାକୁ

ଭାସ୍କର ସମ୍ରାନ ତେଜ ଅଟେ ତାହାଙ୍କର

ବୋଇଲେ ପଠାଇ ତାଙ୍କୁ ଛନ୍ତି ବେଦରେ

 

 

ଏହା ଶୁଣି ରାମଚନ୍ଦ୍ର ବୋଇଲେ ବଚନ

ଘେନି ଆସ ତାଙ୍କୁ ଆମ୍ଭ ପାଶକୁ ବହନ

ମସ୍ତକ ନୁଆଁଇ ବୀର ପାଇ ଋଷି ପାଶେ

ସଙ୍ଗେ ଧରି ଘେନି ଗଲେ ଶ୍ରୀରାମ ସକାଶେ

ଶ୍ରୀରାମେ ଛାମୁରେ ଋଷି ହୋଇ ଉପସ୍ଥିତ

ବହୁତ ରୂପରେ କଲେ କଲ୍ୟାଣ ବାଞ୍ଛିତ

ପାଦ୍ୟ ଅର୍ଘ୍ୟ ଦେଇ ପୂଜି ଜାନକୀ ରମଣ

ପୁଛାକଲେ ଅଯୋଧ୍ୟାକୁ ଆସିବା କାରଣ

ବୋଇଲେ ମହର୍ଷି ଶୁରି କୌଶଲ୍ୟା ନନ୍ଦନେ

ଆମ୍ଭ ଆସିବାର କଥା ବୋଲିବୁଁ ନିର୍ଜ୍ଜନେ

ପୁଣି ବିଶେଷରେ ପ୍ରଜାପତି ଛନ୍ତି କହି

ସେ ସ୍ଥାନକୁ ଯିବ ନାହିଁ ଅନ୍ୟ ଜଣେ କେହି

ଯଦି କେହି ଯିବ ସେହି ଗୁପ୍ତ ସ୍ଥାନ ଠାକୁ

କରିବ ନିଶ୍ଚୟ ତୁମ୍ଭେ ସଂହାର ତାହାକୁ

ଏହିରୂପ ପଣ ଯେବେ କର ଆମ୍ଭ ପାଶ

ତେବେ ତୁମ୍ଭଠାରେ ସର୍ବ କରିବୁଁ ପ୍ରକାଶ

ରାମଚନ୍ଦ୍ର କରି ତାହା ସ୍ୱୀକାର ତକ୍ଷଣେ

ଉଭା ହୋଇ ମହାବାହୁ ବୋଇଲେ ଲକ୍ଷ୍ମଣେ

ସାବଧାନ ଆମ୍ଭ ପାଶେ ଯିବ ନାହିଁ କେହି

ଯିବି ଯେଉଁ ଜଣ ନିଶ୍ଚେ ବାଧ୍ୟ ହେବ ସେହି

ଏତେ କହି ଦ୍ୱାରଠାରେ ରଖିଣ ଲକ୍ଷ୍ମଣେ

ନିର୍ଜ୍ଜନ ସ୍ଥାନକୁ ଲୋଡ଼ି ଗଲେ ବେନି ଜଣେ

ବସାଇ ଆସନେ ମହର୍ଷିଙ୍କୁ ମହାରଥା

ପୁଛିଲେ ବୋଲିବା ହେଉ ପ୍ରଜାପତି କଥା

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଷୋଡ଼ଶାଧିକଶତତମ ସର୍ଗ

 

ସପ୍ତଦଶାଧିକଶତତମ ସର୍ଗ

ବୋଇଲେ ମହର୍ଷି ଆହେ ଶୁଣ ରଘୁବାଳ

ଅଟୁଁ ତୁମ୍ଭ ପୂର୍ବ ଜନ୍ମ ଜାତ ମହାକାଳ

ଆହେ ମହାପ୍ରଭୁ ପୂର୍ବେ ମାୟା ସଂକଳ୍ପରେ

କରାଇ ଅଛନ୍ତି ଜାତ ବ୍ରହ୍ମାଣ୍ଡ ମଧ୍ୟରେ

ଶୁଣିବା ହେଉନ୍ତୁ ଆମ୍ଭ ଆସିବା କାରଣ

ଲୋକପିତାମହ କରି ଅଛନ୍ତି ପ୍ରେରଣ

ସୃଷ୍ଟି ପୂର୍ବକାଳେ ତୁମ୍ଭେ ଆହେ ଭଗବାନ

ନିଶ୍ଚଳରେ ଥିଲ କ୍ଷୀର ସମୁଦ୍ରେ ଶୟନ

ତୁମ୍ଭ ନାଭୀକମଳରୁ ଜନ୍ମି ବେଦବର

ସୃଜନ କଲେ ଯେ ଏହି ଜଗତ ସଂସାର

ପ୍ରଳୟ ସଲିଳୁ ପୁଣି ହେଲେ ସମୁଦ୍ଭବ

ଭୋଗପତି ନାଗ ମଧୁକୈଟଭ ଦାନବ

ସେ ଅସୁରମାନଙ୍କର ମେଦ ଅସ୍ଥି ଘେନି

ସୃଜିଲେ ଯେ ପ୍ରଜାପତି ଅଖିଳ ମେଦିନୀ

ଆମ୍ଭ ହସ୍ତେ ଦେଇଥିଲେ ପ୍ରଜାପତ୍ୟ ଭାର

ପାଳିବା ନିମନ୍ତେ ବିଶ୍ୱ ବ୍ରହ୍ମାଣ୍ଡ ସଂସାର

 

 

ଏଥୁ ଅନନ୍ତରେ ଆହେ ପ୍ରଭୋ ସନାତନ

ବିଷ୍ଣୁ ରୂପ ଧରି କଲ ଜଗତ ପାଳନ

ଅଦିତି ଗର୍ଭରୁ ଜାତ ହେଲେ ଦେବଗଣ

ଆହେ ମହାପ୍ରଭୋ ଏହା ପୂର୍ବ ବିବରଣ

ହୋଇଛ ଜଗତେ ନରରୂପେ ଅବତାର

କରିବାକୁ ଦୁରାଚାରୀ ରାବଣେ ସଂହାର

ହେଲା ଏବେ ଏକାଦଶ ସହସ୍ର ବରଷ

ପୃଥିବୀରେ ପୂର୍ଣ୍ଣ ହେଲା ତୁମ୍ଭର ଆୟୁଷ

କରାଇ ଦେବାକୁ ଆମ୍ଭେ ଏକଥା ସ୍ମରଣ

ପ୍ରଜାପତି କଲେ ତୁମ୍ଭେ ପାଶକୁ ପ୍ରେରଣ

ପ୍ରଜା ପାଳିବାକୁ ଆଉ ଥିଲେ ଅଭିଳାଷ

କରିବା ହେଉନ୍ତୁ ଏହି ପୃଥିବୀରେ ବାସ

ଅବା ଇଚ୍ଛା ହୁଏ ଯେବେ ପାଳିବ ଅମର

କୃପା କରି ବିଷ୍ଣୁଲୋକେ ଆଗମନ କର

ସନାଥ ହେଉନ୍ତୁ ସ୍ୱର୍ଗେ ଦେବତା ସକଳ

ଏତେ କଥା କହି ତୁନି ହେଲେ ମହାକାଳ

କାଳ ବାକ୍ୟ ଶୁଣି ରାମଚନ୍ଦ୍ର ଚନ୍ଦ୍ରାନନ

ମୁଚକି ମୁଚକି ହସି ବୋଇଲେ ବଚନ

ଆହେ ମହାକାଳ ହେଉ ତୁମ୍ଭର ମଙ୍ଗଳ

ଆମ୍ଭ ଅଭିପ୍ରେତ କଥା ବୋଇଲ ସକଳ

ଯେ ସ୍ଥାନରୁ ଆସି ଅଛୁଁ ଯିବୁଁ ସେ ସ୍ଥାନକୁ

ବିଶେଷ ପ୍ରକାରେ ଏହା ବୋଲିବବ୍ରହ୍ମାଙ୍କୁ

ଲୋକ ପିତାମହ ସତ୍ୟ କଥା ଛନ୍ତି କହି

କରିବୁଁ ଦେବତା କାର୍ଯ୍ୟ ବୈକୁଣ୍ଠରେ ରହି

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ସପ୍ତଦଶାଧିକ ଶତତତମ ସର୍ଗ

 

ଅଷ୍ଟଦଶାଧିକଶତତମ ସର୍ଗ

ରାମଚନ୍ଦ୍ର କାଳ କଥା ହେଉଛନ୍ତି ବସି

ଏମନ୍ତ ସମୟେ ଆସି ଦୁର୍ବାସା ମହର୍ଷି

ଉପସ୍ଥିତ ହେଲେ ମହାରାଜ ସିଂହଦ୍ୱାରେ

ବୋଇଲେ ଲକ୍ଷ୍ମଣେ ଜଣାଇବ ରାଜାଠାରେ

ଶୀଘ୍ର ଆମ୍ଭେ ତାଙ୍କ ସଙ୍ଗେ କରିବୁଁ ସାକ୍ଷାତ

ବହୁତ କାର୍ଯ୍ୟରେ ହେବ ଅନ୍ୟଥା ବ୍ୟାଘାତ

ହାତଯୋଡ଼ି ମହର୍ଷିଙ୍କୁ ବୋଇଲେ ଲକ୍ଷ୍ମଣ

ଏସ୍ଥାନରେ କିଛିକ୍ଷଣ ବସୁନ୍ତୁ ଆପଣ

ମହାରାଜା ଅବସ୍ଥିତ ଛନ୍ତି କାର୍ଯ୍ୟାନ୍ତରେ

ଭେଟ ହୋଇ ନ ପାରିବ ତାହାଙ୍କ ସଙ୍ଗରେ

ବୋଇଲେ ମହର୍ଷି ଆହେ ମହାତ୍ମା ଲକ୍ଷ୍ମଣ

ରାଜାଙ୍କ ସଂବାଦ ଯାଇ ଦିଅ ଏହିକ୍ଷଣ

ମୁହୂର୍ତ୍ତେ ବିଳମ୍ବ ହେଲେ ହେବ ସର୍ବନାଶ

ଅଭିଶାପେ ରଘୁବଂଶ କରିବୁ ବିନାଶ

ଭରତ ଶତୃଘ୍ନେ ପୁଣି ଅଯୋଧ୍ୟାନଗରୀ

କ୍ରୋଧେ ଅଭିଶାପାନଳେ ଦେବୁଁ ଭଷ୍ମ କରି

 

 

ଦୁର୍ବାସା ବଚନ ଶୁଣି ଭାଳିଲେ ଲକ୍ଷ୍ମଣ

ରାଜା ପାଶେ ଗଲେ ହେବ ନିଶ୍ଚୟ ମରଣ

ନ ଗଲେତ ହେଉଅଛି ରଘୁବଂଶ କ୍ଷୟ

ତହୁଁ ଆମ୍ଭ ମରିବାର ସର୍ବାଂଶରେ ଶ୍ରେୟ

ଏହି ସବୁ କଥା ମନେ କରି ଆନ୍ଦୋଳନ

ବୋଇଲେ ରାଜାଙ୍କୁ ଦୁର୍ବାସାର ଆଗମନ

ଏହି କଥା ଶୁଣି ରାମଚନ୍ଦ୍ର ଧାତିକାରେ

ଉପସ୍ଥିତ ହେଲେ ଆସି ଅତ୍ରି ପୁତ୍ର ଠାରେ

ହାତଯୋଡ଼ି ବିନୟରେ ବୋଇଲେ ବଚନ

ଆଜ୍ଞା କର କେଉଁ କାର୍ଯ୍ୟ କରିବୁଁ ସାଧନ

ବୋଇଲେ ଦୁର୍ବାସା ଶୁଣି ଆହେ ରଘୁବର

ଅନଶନ ବ୍ରତ ଥିଲା ସହସ୍ର ବତ୍ସର

ଆଜି ଆମ୍ଭ ସେହି ବ୍ରତ ହେଲା ସମାପନ

ଆନନ୍ଦିତ ବର ଦେଇ ସମ୍ପୂର୍ଣ୍ଣ ଭୋଜନ

ଋଷି ମୁଖୁଁ ରାମଚନ୍ଦ୍ର ଶୁଣି ଏବଚନ

ତୁଷ୍ଟ କରାଇଲେ ଦେଇ ବିବିଧ ଭୋଜନ

ଆହାରାନ୍ତେ ଋଷିବର ଗଲେ ଆଶ୍ରମକୁ

ବହୁତ ଆସୀସ କରି ଶ୍ରୀରାମଚନ୍ଦ୍ରଙ୍କୁ

ଯାଆନ୍ତେ ଆପଣା ଆଶ୍ରମକୁ ଋଷିବରେ

ଶ୍ରୀରାମ ପ୍ରତିଜ୍ଞା କଥା ଭାଳିଲେ ମନରେ

ଆହା ଆହା ଉପସ୍ଥିତ ହେଲା ସର୍ବନାଶ

ଉପାୟତ ଦେଖୁ ନାହୁଁ ପରିତ୍ରାଣ ଆଶ

ଏହି ସର୍ବ କଥାମାନ ବିଚାରି ମନରେ

ବସି ଛନ୍ତି ମଥାପୋତି ଦୀନ ନୟନରେ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଅଷ୍ଟଦଶାଧିକଶତତମ ସର୍ଗ

 

ଉନବିଂଶତ୍ୟଧିକଶତତମ ସର୍ଗ

ବସିଛନ୍ତି ଦୁଃଖେ ରାମଚନ୍ଦ୍ର ରଘୁବର

ଦିଶୁଛନ୍ତି ଯେହ୍ନେ ରାହୁଗ୍ରସ୍ତ ଶଶଧର

ଏହା ଦେଖି ହାତଯୋଡ଼ି ବୋଇଲେ ଲକ୍ଷ୍ମଣ

ଆହେ ପ୍ରଭୋ ଏତେ ଚିନ୍ତା କର କିକାରଣ

ଜାଣନ୍ତି ଆପଣ ଏହି ରୂପକାଳ ଗତି

ଜଗତରେ କେହି ଖଣ୍ଡି ପାରେ କି ନିୟତି

ମୋହକାଳ ଏହିରୂପ ହୋଇଛି କଳ୍ପିତ

କାହିଁ ପାଇଁ ତେବେ ହେଉ ଅଛନ୍ତି ଚିନ୍ତିତ

ହେଉନ୍ତୁ ପ୍ରତିଜ୍ଞା ପାଶୁଁ ବିମୁକ୍ତ ଆପଣ

କରିବେ ଅଧର୍ମ ଚର୍ଚ୍ଚା କିପାଁ ଅକାରଣ

ମୋହଠାରେ କୃପା ଯେବେ ଥାଏ ମହାଭାଗ

ନିଶଙ୍କ ଚିତ୍ତରେ ମୋତେ କର ପରିତ୍ୟାଗ

ଲକ୍ଷ୍ମଣ ବଚନ ଶୁଣି ଜାନକୀ ରମଣ

ପାଶକୁ ରାଇଲେ ମନ୍ତ୍ରି ପୁରୋହିତ ଗଣ

ସେମାନଙ୍କ ଠାରେ ସର୍ବ କଲେ ଯେ ବର୍ଣ୍ଣନ

ଆପଣା ପ୍ରତିଜ୍ଞା ଦୁର୍ବାସାର ଆଗମନ

 

 

ରାମଚନ୍ଦ୍ର ମୁଖୁଁ ସର୍ବ କରିଣ ଶ୍ରବଣ

ବସିଲେ ମହନେ ମନ୍ତ୍ରୀ ପୁରୋହିତ ଗଣ

ବୋଇଲେ ବଶିଷ୍ଠ ଚାହିଁ ଶ୍ରୀରାମଚନ୍ଦ୍ରଙ୍କୁ

ଏକଥା ପୂର୍ବରୁ ଜଣା ଥିଲା ଯେ ଆମ୍ଭକୁ

ଅଧିକ ବୋଲିବୁଁ କିବା ତୁମ୍ଭେ ଜ୍ଞାନବାନ

ଜାଣଇ ଜଗତ ମଧ୍ୟେ କାଳ ବଳବାନ

ଲକ୍ଷ୍ମଣକୁ ତେଜି ସତ୍ୟ ବଚନକୁ ପାଳ

ପ୍ରତିଜ୍ଞା ଲଘିଂଲେ ନିଶ୍ଚେ ଘଟିବ ଜଞ୍ଜାଳ

ତୁମ୍ଭଠାରେ ସର୍ବ ଧର୍ମ ଅଛି ଅବସ୍ଥିତ

ଏଡ଼ିଲେ ଧର୍ମକୁ ହେବେ ଲୋକେ ବିଚଳିତ

ନପାଉନ୍ତୁ କଷ୍ଟ ଜଗତର ଲୋକମାନ

ଲକ୍ଷ୍ମଣକୁ ତେଜି କର ମଙ୍ଗଳ ବିଧାନ

ସଭାସଦ ଗଣେ ମଧ୍ୟ କଲେ ଅଙ୍ଗୀକାର

ବଶିଷ୍ଟ ବଚନ ଅଟେ ଧର୍ମ ଯୁକ୍ତି ସାର

ମହାତ୍ମା ଶ୍ରୀରାମ ଶୁଣି ସେମାନଙ୍କ କଥା

ବୋଇଲେ ଲକ୍ଷ୍ମଣେ ଆହେ ବୀର ମହାରଥା

ଆଜଦିନ ଠାରୁ କଲୁଁ ତୁମ୍ଭକୁ ବର୍ଜନ

ସାଧୁ ପକ୍ଷେ ତୁଲ୍ୟ ଅଟେ ବଧ ବିସର୍ଜନ

ରାମଚନ୍ଦ୍ର ମୁଖୁଁ ଶୁଣି ଏମନ୍ତ ବଚନ

ବାହାରିଲେ ଗୃହ ତେଜି ସୁମିତ୍ରା ନନ୍ଦନ

ପ୍ରବେଶି ସରଯୁ ତୀରେ ଉଦକ ପରଶି

ଇନ୍ଦ୍ରିୟମାନଙ୍କୁ ନିରୋଧିଣ ଛନ୍ତି ବସି

ସେକାଳେ ମହେନ୍ଦ୍ର ଆଦି ସ୍ୱର୍ଗ ଦେବଗଣ

ତାହାଙ୍କ ମସ୍ତକେ କଲେ କୁସୁମ ବର୍ଷଣ

ଏଥୁଅନ୍ତେ ଶଚୀପତି ଆସି ସେସ୍ଥାନକୁ

ସଶରୀରେ ସ୍ୱର୍ଗେ ଘେନି ଗଲେ ଲକ୍ଷ୍ମଣକୁ

ବିଷ୍ଣୁଙ୍କ ଚତୁର୍ଥ ଅଂଶ କରି ବିଲୋକନ

ସ୍ୱର୍ଗେ ଦେବତାଏ ହେଲେ ଆନନ୍ଦିତ ମନ

 

ଇତି ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଉନବିଂଶତ୍ୟଧିକଶତତମ ସର୍ଗ

 

ବିଂଶତ୍ୟଧିକଶତତମ ସର୍ଗ

ଏଥୁ ଅନନ୍ତରେ ରାମଚନ୍ଦ୍ର ରଘୁବର

ଲକ୍ଷ୍ମଣ ବିୟୋଗ ହୋଇ ଅତ୍ୟନ୍ତ କାତର

ପଶେ ରାଇ ପୁରୋହିତ ସଚୀବମାନଙ୍କୁ

ବୋଇଲେ ଯେ ରାଜ୍ୟଭାର ଦେଇ ଭରତକୁ

ଆଜି ଆମ୍ଭେ ଅରଣ୍ୟକୁ କରିବୁଁ ଗମନ

କରୁନ୍ତୁ ଆପଣମାନେ ସେଥି ଆୟୋଜନ

ଯେଉଁ ମାର୍ଗ ଧରି ଗଲେ ମହାତ୍ମା ଲକ୍ଷ୍ମଣ

ଆମ୍ଭେ ସେହି ମାର୍ଗ କରିବୁଁ ଅନୁସରଣ

ବୋଲନ୍ତେ ଶ୍ରୀରାମଚନ୍ଦ୍ର ଏମନ୍ତ ବଚନ

ବସିଗଲେ ସର୍ବ ଲୋକେ ହୋଇ ଅଚେତନ

ମହାତ୍ମା ଭରତ ଶୁରି ବୋଇଲେ ବଚନ

ରାଜ୍ୟ ଅଧିକାରେ ମୋର ନାହିଁ ପ୍ରୟୋଜନ

ଶୁଣିବାକୁ ଆଜ୍ଞା ହେଉ ଆହେ ରଘୁବର

ସତ୍ୟ ସତ୍ୟ ସତ୍ୟ ଏହି ପ୍ରତିଜ୍ଞା ମୋହର

ରାଜତ୍ୱ କରିବୁଁ ନାହିଁ କେଭେ ତୁମ୍ଭ ବିନା

ଅଥବା ନ କରେଁ ସ୍ୱର୍ଗ ଐଶ୍ୱର୍ଯ୍ୟ କାମନା

 

 

ଲବ କୁଶେ ସମର୍ପଣ କରି ରାଜ୍ୟଭାର

ଶତ୍ରୁଘ୍ନ ପାଶକୁ ପଠାଉନ୍ତୁ ସମାଚାର

ବୋଇଲେ ବଶିଷ୍ଠ ଭରତଙ୍କ ବାକ୍ୟଶୁଣି

ଶୁଣିବା ହେଉନ୍ତୁ ରାମଚନ୍ଦ୍ର ରଘୁମଣି

ଦେଖୁନ୍ତୁ ଧୁଳିରେ ଗଡ଼ୁ ଅଛନ୍ତି ପ୍ରଜାଏ

ସେଥିପାଇଁ ବୋଲୁ ଅଛୁଁ ତୁମ୍ଭକୁ କଥାଏ

ଏମାନଙ୍କ ଅଭିପ୍ରାୟ ହେବ ଅବଗତ

କରୁନ୍ତୁ ଯେ କାର୍ଯ୍ୟ ଯାହା ମଣନ୍ତି ଉଚିତ

ମାତୃ ଆମ୍ଭ ଅନୁରୋଧ କରୁନ୍ତୁ ଶ୍ରବଣ

ନ କରିବେ ଏମାନଙ୍କ ବିପ୍ରିୟାଚରଣ

ବଶିଷ୍ଠ ବଚନେ ରାମଚନ୍ଦ୍ର ରଘୁବର

ପୌରଜାନପଦ ବର୍ଗେ ବୋଇଲେ ଉତ୍ତର

ଆପଣା ଆପଣା କଥା ବୋଲ ଆମ୍ଭ ପାଶେ

କି କାର୍ଯ୍ୟ କରିବୁଁ ତୁମ୍ଭମାନଙ୍କ ସକାଶେ

ବୋଇଲେ ସକଳେ ଶୁଣି ଆହେ ରଘୁପତି

ଅନୁଗ୍ରହ ଥାଏ ଯେବେ ପ୍ରଜାଗଣ ପ୍ରତି

ଏତିକି କରୁନ୍ତୁ ଆଜ୍ଞା ହୋଇ କୃପା ଚିତ୍ତ

ତୁମ୍ଭ ପଛେ ପଛେ ଯିବ ସ୍ତ୍ରୀ ପୁତ୍ର ସହିତ

ସରିତ ସାଗର ଗିରି ଦୁର୍ଗ ତପୋବନ

ଯହିଁ ଯିବେ ପଛେ ପଛେ କରିବୁଁ ଗମନ

ଆମ୍ଭମାନଙ୍କର ଏହା ହୃଦୟ ବାସନା

ପୂର୍ଣ୍ଣ କର ଅଭିଳାଷ କରୁଛୁଁ ପ୍ରାର୍ଥନା

ପ୍ରକୃତ ବତ୍ସଳ ରାମଚନ୍ଦ୍ର ମହାରଥା

ତଥାସ୍ତୁ ବୋଇଲେ ଶୁଣି ପ୍ରଜାଗଣ କଥା

କୁଶେ ରାଜା କରାଇଲେ କୋଶଳେ ଉତ୍ସବେ

ଉତ୍ତର କୋଶଳେ ରାଜା କରାଇଲେ ଲବେ

ଦେଇ ପୁଣି ପୁତ୍ରଗଣେ ବିବିଧ ରତନ

ଅସଂଖ୍ୟ କୁଞ୍ଜର ଅଶ୍ୱ ରଜତ କାଞ୍ଚନ

ପଠାଇଲେ ସେମାନଙ୍କୁ ନିଜ ନିଜ ଦେଶେ

ଗଲା ବେଗଗାମୀ ଦୂତ ଶତ୍ରୁଘ୍ନ ଉଦ୍ଦେଶେ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରକାଣ୍ଡେ ବିଂଶତ୍ୟଧିକଶତତମ ସର୍ଗ

 

ଏକବିଂଶୋଧିକଶତତମ ସର୍ଗ

କରନ୍ତେ ଆଦେଶ ଦୂତ ଗଣେ ସୀତାକାନ୍ତ

ମଧୁପୁର ଠାକୁ ବାଟ ଚାଲି ଅବିଶ୍ରାନ୍ତ

ତିନିଦିନେ ପହୁଞ୍ଚିଣ ଶତ୍ରୁଘ୍ନ ପାଶରେ

ଜଣାଗଲା ସର୍ବ କଥା ତାହାଙ୍କ ଛାମୁରେ

ମହର୍ଷି ଦୁର୍ବାସା ଅଯୋଧ୍ୟାକୁ ଆଗମନ

ଯେପରି ଶ୍ରୀରାମ କଲେ ଲକ୍ଷ୍ମଣେ ବର୍ଜନ

ଆପେ ବସିଏ ଯିବେ ଶ୍ରୀରାମ ସଙ୍ଗରେ

ରାଜ୍ୟେ ଅଭିଷେକ ହେଲେ ଯେପରି କୁମରେ

ଦୁଇ ଗୋଟି ରାଜଧାନୀ ହୋଇଛି ସ୍ଥାପିତ

କୁଶଳେ ଭାବନ୍ତୀ ଯେ ଲୋକରେ କଥିତ

କରି ଯଶୋବନ୍ତୀ ଦେଶେ ଲବ ରାଜପଣ

କୁଶବତୀ ନଗରୀରେ କୁଶ ବିଚକ୍ଷଣ

ସମ୍ପୂର୍ଣ୍ଣ ରୂପରେ କରି ଅଯୋଧ୍ୟା ବିଜନ

ଶ୍ରୀରାମ ଭରତ ବନେ କରିବେ ଗମନ

ଆପଣ କରୁନ୍ତୁ ଶୁଭଯାତ୍ରା ଏହିକ୍ଷଣ

ଏତେ କଥା ବୋଲି ତୁନି ହେଲେ ଦୂତଗଣ

 

 

ମହାତ୍ମା ଶତ୍ରୁଘ୍ନ ଶୁଣି ଏହି ସର୍ବ କଥା

ବସି ବହୁତ ବେଳ ଯାଏଁ ପୋତି ମଥା

ଏଥୁ ଅନନ୍ତର ପାଶେ ରାଜ ପ୍ରଜାଗଣ

ବୋଇଲେ ତାହାଙ୍କୁ କୁଳ କ୍ଷୟ ବିବରଣ

ଜଣାଇଲେ ମଧ୍ୟ ଆପଣାର ଅଭିପ୍ରାୟ

ଆମ୍ଭ ଇଚ୍ଛା ହେବୁଁ ଏହି ପୃଥ୍ୱୀରୁ ବିଦାୟ

ସୁବାହୁକ ଶତ୍ରୁଘାତୀ ତାଙ୍କ ପୁତ୍ରଗଣେ

ରାଜ୍ୟ ଦୁଇ ଭାଗ କରି ଦେଲେ ଦୁଇଜଣେ

ଶତ୍ରୁଘାତୀ ବାସ କଲେ ବୈଦେଶ ଦେଶରେ

ରହିଲେ ଯେ ସୁବାହୁକ ମଥୁରାନଗରେ

ଏକମାତ୍ର ରଥୋପରେ କରି ଆରୋହଣ

ଶତ୍ରୁଘ୍ନ ଅଯୋଧ୍ୟା ଯାତ୍ରା କଲେ ତତକ୍ଷଣ

ଉପସ୍ଥିତ ହୋଇ କଲେ ଶ୍ରୀରାମେ ଦର୍ଶନ

ବସି ଛନ୍ତି ଯେହ୍ନେ ପ୍ରଜ୍ୱଳିତ ହୁତାଶନ

ଚାରି ପାଶେ ଘେରି ମହର୍ଷିଏ ବସି ଛନ୍ତି

ଦେବତା ବେଷ୍ଟିତ ହୋଇ ଯେହ୍ନେ ପ୍ରଜାପତି

ବୋଇଲେ ଶତ୍ରୁଘ୍ନ ଧୀରେ ଓଳଗି ଚରଣେ

ରାଜ୍ୟ ବାଣ୍ଟ କରି ଦେଇ ଅଛୁଁ ପୁତ୍ରଗଣେ

ଆପଣଙ୍କ ସଙ୍ଗେ ଯିବୁଁ କରିଛୁଁ ନିଶ୍ଚୟ

ଅନ୍ୟରୂପ ଆଜ୍ଞା ନ କରିବ ଦୟାମୟ

ଦୟା କରି ଏବିଷୟେ ଦେଉନ୍ତୁ ସମ୍ମତି

ତଥାସ୍ତୁ ବୋଇଲେ ରାମଚନ୍ଦ୍ର ରଘୁପତି

ଏହିକାଳେ ଉପସ୍ଥିତ ହେଲେ ଯକ୍ଷଗଣ

ନିଶାଚରଗଣ ସହିତରେ ବିଭୀଷଣ

ଉପସ୍ଥିତ ଋଷ କପି ସୁଗ୍ରୀବ ସଙ୍ଗରେ

ମୁନି ଋଷିଗଣ ସଙ୍ଗେ ଗନ୍ଧର୍ବ କିନ୍ନରେ

ବୋଇଲେ ସକଳେ ରାମଚନ୍ଦ୍ର ପାଶେ ଯାଇ

ଆସିବାକୁ ଆଜ୍ଞା ହେଉ ଆହେ ସୀତାସାଇଁ

ଆପଣଙ୍କ ସଙ୍ଗେ ସଙ୍ଗେ କରିବୁଁ ଗମନ

ନ କରୁନ୍ତୁ କେଭେ ଆମ୍ଭମାନଙ୍କୁ ବର୍ଜ୍ଜନ

ଦୟା କରି ସଙ୍ଗେ ଯେବେ ନ ନେବ ନିତାନ୍ତ

ଜାଣିଲୁଁ ଯେ ଯମଦଣ୍ଡେ ହେଲୁଁ ବିନିପାତ

ବୋଇଲେ ସୁଗ୍ରୀବ ହାତଯୋଡ଼ି ଶ୍ରୀରାମକୁ

କିସ୍କିନ୍ଧାରେ ରାଜା କରାଇଛୁଁ ଅଙ୍ଗଦକୁ

ଆପଣଙ୍କ ସଙ୍ଗେ ସଙ୍ଗେ କରିବୁଁ ଗମନ

ଆଉ ରାଜପାଶେ ଆମ୍ଭ ନାହିଁ ପ୍ରୟୋଜନ

ବୋଇଲେ ଶ୍ରୀରାମଚନ୍ଦ୍ର ଚାହିଁ ବିଭୀଷଣେ

ପୃଥ୍ୱୀରେ ଯାବତକାଳ ଥିବେ ପ୍ରଜାଗଣେ

ଯାବତ ଭାର ଚନ୍ଦ୍ର ଥିବେ ପ୍ରକାଶିତ

ଲୋକେ ଆମ୍ଭ ନାମ ହେବ ଯାବତ କଥିତ

ତାବତ ଲଙ୍କାରେ ତୁମ୍ଭେ କର ରାଜପଣ

ଘେନି ନିଜ ଅନୁଚର ନିଶାଚରଗଣ

ମେଲାଣି ଦେଉଛୁଁ କରି ଲଙ୍କାକୁ ଗମନ

ଧର୍ମ୍ମ ଅନୁସାରେ କର ପ୍ରଜାଙ୍କୁ ପାଳନ

ଆଉ ଆମ୍ଭେ କଥା ଏକ ବୋଲୁଛୁଁ ତୁମ୍ଭକୁ

ପୁଜୁ ଥିବ ଇକ୍ଷ୍ୱାକୁର କୁଳ ଦେବତାଙ୍କୁ

ଶିରେ ହାତ ଯୋଡ଼ି ଲକ୍ଷପତି ବିଭୀଷଣ

ହେଉ ବୋଲି ବନ୍ଦିଲେ ଯେ ଶ୍ରୀରାମ ଚରଣ

ଏତେ ବୋଲି ବିଭୀଷଣେ କୌଶଲ୍ୟାନନ୍ଦନ

ହନୁମାନ ମୁଖ ଚାହିଁ ବୋଇଲେ ବଚନ

ପୂର୍ବେ ତୁମ୍ଭେ ଆମ୍ଭଠାରେ କରିଛ ପ୍ରକାଶ

କରିବ ଯେ ଚୀରକାଳ ପୃଥିବୀରେ ବାସ

ପ୍ରତିଜ୍ଞା ବିସ୍ମୃତି ହୁଅ ନାହିଁ ମହାଜତି

ବାସ କର ପୃଥିବୀରେ ଦେଲୁଁ ଅନୁମତି

ବୋଇଲେ ପବନ ସୁତ ଯୋଡ଼ି ବେନି କର

ଶୁଣିବାକୁ ଆଜ୍ଞା ହେଉ ଆହେ ରଘୁବର

ପାବତ ପୃଥ୍ୱୀରେ ତୁମ୍ଭ ମହିମା ଘୋଷିତ

ତେତେକାଳ ଯାଏଁ ଆମ୍ଭେ ଥିବୁଁ ଅବସ୍ଥିତ

ରାମଚନ୍ଦ୍ର ଏତେ କଥା ବୋଲି ହନୁମାନ

ବୋଇଲେ ଦ୍ୱିବିଦ ମୈନ୍ଦ ବୃଦ୍ଧ ଜାମ୍ବବାନ

ତୁମ୍ଭେ ତିନିଜଣ ମଧ୍ୟ ରହି ପୃଥିବୀରେ

ଏଅନ୍ତେ ବୋଇଲେ ଅନ୍ୟ ଅନ୍ୟ କପିବୀର

ତୁମ୍ଭମାନଙ୍କର ଯେବେ ଥାଏ ଅଭିଳାଷ

ସ୍ୱର୍ଗେ ଯିବାପାଇଁ ଆମ୍ଭ ସଙ୍ଗେ ସଙ୍ଗେ ଆସେ

 

ଇତି ମହର୍ଷି ବାଳ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଏକବିଂଶାଧିକଶତତମ ସର୍ଗ

 

ଦ୍ୱାବିଂଶାଧିକଶତତମ ସର୍ଗ

ଏଥୁଅନନ୍ତରେ ହେଲା ରଜନୀ ପ୍ରଭାତ

ବୋଇଲେ ବଶିଷ୍ଠ ମୁଖ ଚାହିଁ ସୀତାନାଥ

ବାଜପେୟ ଅଗ୍ନିହୋତ୍ର ଆତପତ୍ରମାନ

ମହାପଥେ ଅଗ୍ରେ ଅଗ୍ରେ କରୁନ୍ତୁ ପ୍ରସ୍ଥାନ

ମହର୍ଷି ବଶିଷ୍ଠ ତହୁଁ ହୋଇ ସାବଧାନ

କଲେ ମହାପ୍ରସ୍ଥାନିକ ବିଧି ଅନୁଷ୍ଠାନ

ସୂକ୍ଷ୍ମ ବସ୍ତ୍ର ପିନ୍ଧି ଧରି କୁଶ ତୃଣ ହସ୍ତେ

ଦାଶରଥି ରାମଚନ୍ଦ୍ର ଯାତ୍ରା କଲେ ପଥେ

ଦକ୍ଷିଣେ କମଳାଦେବୀ ବାମରେ ଧରଣୀ

ଅଗ୍ରେ ଚାଲୁଛନ୍ତି ଲଜ୍ଜାଦେବୀ ଠାକୁରାଣୀ

ବିଗ୍ରହ ରୂପକୁ ଧରି ଶର ଶରାସନ

ପଶ୍ଚାତଭାଗରେ ସର୍ବେ କରନ୍ତି ଗମନ

ଚାରି ବେଦ ସାଙ୍ଗ ଛନ୍ତି ବିପ୍ରରୂପ ଧରି

ଗାୟତ୍ରୀ ଓଁ କାର ବଷଟ୍‌କାର ରକ୍ଷା କରି

ଅନାବୃତ ସ୍ୱର୍ଗଦ୍ୱାରେ ହେଲେ ଉପସ୍ଥିତ

ଅଗ୍ନିହୋତ୍ର ମହାମତି ଭରତ ସହିତ

 

 

ଶତ୍ରୁଘ୍ନ ମହର୍ଷିଗଣ କିଙ୍କର କିଙ୍କରୀ

ଅନ୍ତପୁର ନିବାସିନୀ ଛନ୍ତି ଅନୁସରି

ରଞ୍ଜିତ ଶ୍ରୀରାମ ଗୁଣେ ପ୍ରକୃତ ସକଳ

ପଶୁ ପକ୍ଷୀ ଆଦି ଗ୍ରାମ୍ୟ ବନ୍ୟ ଜନ୍ତୁ ଦଳ

କଳତ୍ର ବାନ୍ଧବ ବନ୍ଧୁ ନନ୍ଦିନୀ ନନ୍ଦନ

ରାମଚନ୍ଦ୍ର ପଛେ ପଛେ କରନ୍ତି ଗମନ

ଡେଇଁ ଡେଇଁ ଚାଲିବାରୁ ଋକ୍ଷ କପି ଦଳ

ଦେହ ଘସାଘସି ହୋଇ ଶୁଭେ କୋଳାହଳ

ଭୂତଳ ପାତାଳ ବାସୀ ଅନ୍ତରୀକ୍ଷ ବାସୀ

ଚାଲନ୍ତି ଆନନ୍ଦେ ସ୍ୱର୍ଗ ଗମନ ପ୍ରୟାସୀ

ଯେଉଁମାନେ ଆସିଥିଲେ ଦର୍ଶନ ପ୍ରସଙ୍ଗେ

ସେମାନେ ସକଳେ ମଧ୍ୟ ଚାଲୁ ଛନ୍ତି ସଙ୍ଗେ

କେହି ଥିଲା ନାହିଁ ଦୀନ ଲଜ୍ଜିତ ଦୁଃଖିତ

ଲଭନ୍ତି ଶ୍ରୀରାମ ପଛେ ହୋଇ ଆନନ୍ଦିତ

ସମସ୍ତେ ଯିବାରୁ ରାମଚନ୍ଦ୍ରେ ଅନୁସରୀ

ହାରି ଗଲା ଅଯୋଧ୍ୟା ଯେ ବିଜନ ନଗରୀ

 

ଇତି ମହର୍ଷି ବାଲ୍ମୀକିପ୍ରଣୀତ ରାମାୟଣେ ଉତ୍ତରାକାଣ୍ଡେ ଦ୍ୱାବିଂଶାଧିକଶତତମ ସର୍ଗ

 

ତ୍ରୟୋବିଂଶାଧିକଶତତମ ସର୍ଗ

ଚାଲନ୍ତି ସରଯୁ କୂଳେ ଶ୍ରୀରଘୁନନ୍ଦନ

ଅତିକ୍ରମ କରି ଅର୍ଦ୍ଧ ଅଧିକ ଯୋଜନ

ଦେଖିଲେ ଯେ ପ୍ରବାହିତ ହେଉଅଛି ଋଜୁ

ପଶ୍ଚିମବାହିନୀ ପୁଣ୍ୟ ସଲିଳା ସରଯୁ

ପୂର୍ବରୁ ସେଠାକୁ ଆସି ଛନ୍ତି ଉପସ୍ଥିତ

ଲୋକପିତାହ ବ୍ରହ୍ମା ଅମର ବେଷ୍ଟିତ

ରାମଚନ୍ଦ୍ର ପୁଣ୍ୟକୀର୍ତ୍ତି ହେବାରୁ ପ୍ରକାଶ

ଜ୍ୟୋତିର୍ମ୍ମୟ ଦିଶିଲା ଯେ ନିଖିଳ ଆକାଶ

ସ୍ୱର୍ଗୀୟ ଦେବତା ଦେହ ଉଥିତ କିରଣେ

ସୁଗନ୍ଧି ଶୀତଳ ସୁଖାବହ ସମୀରଣେ

ଦିଶିଲା ସେ ସ୍ଥାନ ସୁଖକର ରମଣୀୟ

କାହା ଯୋଗେ ତାହା ହେବ ନାହିଁ କମନୀୟ

ଗାବନ୍ତି ଗନ୍ଧର୍ବେ ନୃତ୍ୟ କରନ୍ତି ଅପ୍‌ସରୀ

ସେ ସ୍ଥାନର ପଟାନ୍ତର ସେ ସ୍ଥାନକୁ ସରି

ଏହିକାଳେ ରାମଚନ୍ଦ୍ର ଅନୁଚର ସଙ୍ଖେ

ଅମତୀର୍ଣ୍ଣ ହେଲେ ଯାଇ ସରଯୂ ତରଙ୍ଗେ

 

 

ବୋଇଲେ ଯେ ଲୋକପିତାମହ ବେଦବର

ଆହେ ବିତଷ୍ଣା ଅଦ୍ୟ ତୁମ୍ଭ ନର କଳେବର

ବିସର୍ଜ୍ଜନ କରିବାର କାଳ ଉପସ୍ଥିତ

ସ୍ୱକୀୟ ଧାମରେ ଯାଇ ହୁଅ ବିରାଜିତ

ଭ୍ରାତାଗଣ ସହିତରେ ଆହେ ବ୍ରହ୍ମମୟ

ପୁନଶ୍ଚ ବୈଷ୍ଣବୀ ତନୁ କରୁନ୍ତୁ ଆଶ୍ରୟ

ବିଶ୍ୱବ୍ୟାପୀ ବ୍ରହ୍ମଭୂତ ତନୁ ସନାତନ

ଏହା ମଧ ଏସ୍ଥାନରେ ଛନ୍ତି ବିଦ୍ୟମାନ

ଉଭୟ ମଧ୍ୟରୁ ଯହିଁ ହୁଏ ଅଭିଳାଷ

ତହିଁ ନିଜ ବ୍ରହ୍ମଜ୍ୟୋତି କରୁନ୍ତୁ ପ୍ରକାଶ

ଆହେ ଦେବ ଦେବ ତୁମ୍ଭେ ଅଚିନ୍ତ୍ୟ ଅଗମ୍ୟ

ଅକ୍ଷୟ ଅଜର ଲୋକାତୀତ ମନୋରମ

ତୁମ୍ଭ କାର୍ଯ୍ୟ ଗତି ତୁମ୍ଭେ ଏକା ଜାଣ ସିନା

ଆନକେ ଜାଣିବ ତୁମ୍ଭକୃତ ମାୟା ବିନା

ଲୋକପିତାମହ ବାକ୍ୟ ଶୁଣି ରଘୁବୀର

ଧରିବେ ବୈଷ୍ଣବରୂପ ମନେ କଲେ ସ୍ଥିର

ଭ୍ରାତାଗଣ ସହିତରେ ଦେବଗୋଲକେଶ

ଦର ଦେହ ତେଜି କଲେ ତହିଁରେ ପ୍ରବେଶ

ମହେନ୍ଦ୍ର ପ୍ରଭୃତି ହୁତାଶନ ମରୁଦ୍‌ଗଣ

ବିଷ୍ଣୁ ମୟରୂପେ ପୂଜି ବନ୍ଦିଲେ ଚରଣ

ଦେବର୍ଷି ଗନ୍ଧର୍ବ ନାଗ ଲୋକାଦି କିନ୍ନର

ଯକ୍ଷ ରକ୍ଷ ଆଦି ଜଣାଇଲେ ଯୋଡ଼ି କର

ହେ ବ୍ରହ୍ମାଣ୍ଡପତି ପ୍ରଭୋ ସର୍ବ ମୂର୍ଚ୍ଛାଧାର

ପୂର୍ଣ୍ଣ କର ମନୋରଥ ହରି ପୃଥ୍ୱୀ ଭାବ

ଭଗବାନ ଗୋଲକେଶ ଏଥୁ ଅନନ୍ତରେ

ବୋଇଲେ ଯେ ଲୋକପିତାମହ ବେଦବରେ

ଅନୁଚରବର୍ଗେ କରି ଛନ୍ତି ଆଗମନ

ଆମ୍ଭ ପାଇଁ କରି ସର୍ବେ ପ୍ରାଣ ବିସର୍ଜ୍ଜନ

ସୁଶୀଳ ପରମ ଭକ୍ତ ସାଧୁ ଜ୍ଞାନବାନ

କରୁନ୍ତୁ ନିର୍ଦ୍ଦେଶ ଏମାନଙ୍କ ପାଇଁ ସ୍ଥାନ

ବୋଇଲେ ବେଦେଶ ବ୍ରହ୍ମା ପ୍ରଭୁ ଭଗବାନେ

ସନ୍ତାନକ ଲୋକ ଲାଭ କରିବେ ଏମାନେ

ତିପ୍ୟର୍ଝଯୋନି ମଧ୍ୟ ଧ୍ୟାନ କରେ ବିଷ୍ଣୁ ଜ୍ଞାନେ

ଲାଭ କରେ ବ୍ରହ୍ମଲୋକ ସନ୍ତାନକୁ ସ୍ଥାନେ

ଏଥୁଅନ୍ତେ ପିତାମହ ବାକ୍ୟ ଅବସାନେ

ଶ୍ରୀରାମଚନ୍ଦ୍ରଙ୍କ ଅନୁଯାତ୍ରି ଲୋକମାନେ

ଦାସ ଦାସୀ ପୌର ଜାନପଦ ବାସୀ ନରେ

ତିର୍ଯ୍ୟଗ୍‌ଯୋନିଜ ଋକ୍ଷ ଅସୁର ବାନରେ

ସରଯୂ ସ୍ରୋତରେ ହୋଇ ଆନନ୍ଦିତ ମନ

ଜଣେ ଜଣେ କଲେ ସର୍ବେ ଦେହ ବିସର୍ଜ୍ଜନ

ଏହିରୂପେ ଦେହ ତେଜି ଗୋପ୍ରତି ତୀର୍ଥରେ

ଦେବତା ଆକାର ଧରି ବସି ବିମାନରେ

ଅମର ଲୋକକୁ କଲେ ସକଳେ ଗମନ

ଏଥୁ ଅନନ୍ତରେ ଶୁଣ ଅମିୟ ବଚନ

ଦେବ ଅଂଶୁ ହୋଇଥିଲେ ଋକ୍ଷ କପି ଜାତ

ସେହି ସେହି ଦେବଅଂଶେ ହେଲେ ଯେ ମିଳିତ

କପୀନ୍ଦ୍ର ସୂଗ୍ରୀବ ସର୍ବ ଦେବ ସାକ୍ଷାତରେ

ତକ୍ଷଣେ ମିଳିତ ହେଲେ ସୂର୍ଯ୍ୟମଣ୍ଡଳରେ

ଏହିରୂପେ ସମସ୍ତଙ୍କୁ କରି ସଂସ୍ଥାପନ

ମିଳିଲେ ଗୋଲକଧାମେ ବିଷ୍ଣୁ ସନାତନ

 

ଇତି ମହର୍ଷି ବାଲ୍ମୀକିକୃତ ରାମାୟଣେ ଉତ୍ତରାକାଣ୍ଡେ ତ୍ରୟୋବିଂଶଧିକଶତତମ ସର୍ଗ

 

ଚତୁର୍ବିଂଶଧିକଶତତମ ସର୍ଗ

ଅଖିଳ ଜଗତବ୍ୟାପୀ ସର୍ବ କୂଳଧାର

ବିରାଜିତ ହେଲେ ବିଷ୍ଣୁ ଲୋକେ ପୁନର୍ବାର

ତହି ଘେନି ସଙ୍ଗେ ଋଷି ପକ୍ଷ ଦେବଗଣ

ପ୍ରତିଦିନ ରାମାୟଣ କରନ୍ତି ଶ୍ରବଣ

ଏଣେ ପୃଥିବୀରେ ରମ୍ୟ ଅଯୋଧ୍ୟା ନଗରୀ

ଜନଶୂନ୍ୟ ହୋଇ ପଡ଼ି ଥିଲା ବନ ପରି

ଋଷଭ ନୃପତି ତହିଁ କଲେ ରାଜପଣ

ଏହିଠାରେ ଶେଷ ମହାକାବ୍ୟ ରାମାୟଣ

ବକ୍ତା ଶ୍ରୋତାମାନେ ସର୍ବେ ବୋଲ ହରି

ଭବସିନ୍ଧୁ ତରିବାକୁ ହରି ପଦ ତରୀ

ଶୁଦ୍ଧଚିତ୍ତ ଶ୍ରଦ୍ଧାବନ୍ତ ସାଧୁଲୋକଗଣ

ଶ୍ରବଣ କରିବେ ଏହି କାବ୍ୟ ରାମାୟଣ

ଶୁଣାଇ ବା ମଧ୍ୟ ଆନ ପରି ନଗରେ

ସାଧୁ ଶ୍ରଦ୍ଧାବନ୍ତ ବିଷ୍ଣୁ ଭକ୍ତ ପରାୟଣେ

ଭକ୍ତିରେ ଶୁଣିଲେ ଏହା ଏକମାତ୍ର ପଦ

ଅପୁତ୍ରିକ ଲଭେ ପୁତ୍ର ପରମ ସମ୍ପଦ

 

 

ପାପଗ୍ରସ୍ତ ଲୋକଙ୍କର ଧ୍ୱଂସ ହୁଏ ପାପ

ମନରୁ ଦୁରୀତ ହୁଏ ସକଳ ସନ୍ତାପ

ନିତ୍ୟ ଏକମାତ୍ର ଶ୍ଲୋକ ପଢ଼େ ଯେଉଁ ନର

ତାଦେହେ ନ ଲାଗେ ପାପ କେତେକ ମାତର

ସାୟାହ୍ନେ ମଧ୍ୟାହ୍ନେ ରାତ୍ରେ ପଢ଼େ ଯେଉଁ ଜନ

ସେ ଲୋକ ନ ହୁଏ କେତେବେଳେ ଅବସନ୍ନ

ହରି ହରି ହରି ହରି ବୋଲ ପୁନର୍ବାର

ଅସାର ସଂସାରେ ସେହି ନାମ ମାତ୍ର ସାର

ବାଲେଶ୍ୱର ଜିଲା ରାଜନଗର ଗ୍ରାମରେ

ରାଜା ଶ୍ୟାମାନନ୍ଦ ବଂଶ ଖ୍ୟାତ ଉତ୍କଳରେ

ତେ ବଂଶରେ ଜୟକୃଷ୍ଣ ପ୍ରଥମେ ବିଖ୍ୟାତ

ଧାର୍ମ୍ମିକ ମାଣିକରାମ ଦେଏଙ୍କର ତାତ

ମାଣିକ ରାମଙ୍କ ପୁତ୍ର ରଘୁନାଥ ନାମ

ଉତ୍କଳ ପ୍ରକାଶ ହେଲା ତାଙ୍କ ଗୁଣଗ୍ରାମ

ରଘୁନାଥଙ୍କର ପୁତ୍ର ରାଜା ଶ୍ୟାମାନନ୍ଦ

ପାକଲେ ସାଦରେ ରାଜ ଉପାଧି ସନନ୍ଦ

ରାଜା ଶ୍ୟାମାନନ୍ଦ ଦୁଇ ପୁତ୍ରଙ୍କର ନାମ

ବୈକୁଣ୍ଠ-ସତ୍ୟେନ୍ଦ୍ରନାଥ ସର୍ବ ଗୁଣଧାମ

ଏମାନଙ୍କ ଯତନରେ ଗ୍ରନ୍ଥ ପ୍ରକାଶିତ

ମୂଳ ସଂସ୍କୃତତ୍ତ୍ୱ ହୋଇ ଉତ୍କଳେ ରଚିତ

ସାର୍ଥକ ତାହାଙ୍କ ନାମ ସାର୍ଥକ ଜୀବନ

ଯୁଗେ ଯୁଗେ ଲୋକେ ଯାହା କରିବେ ଗାୟନ

ଧନ୍ୟ ବାଲେଶ୍ୱର ଧନ୍ୟ ସେ ରାଜନଗର

ଜନ୍ମି ଥିଲେ ଯହିଁ ଶ୍ୟାମାନନ୍ଦ ଗୁଣଧର

ରାମାୟଣ ଗ୍ରନ୍ଥ ପାଠ ସମାପତ କରି

ଆନନ୍ଦ ମନରେ ସର୍ବେ ବୋଲ ହରି ହରି

 

ଇତି ମହର୍ଷି ବାଲ୍ମୀକିକୃତ ରାମାୟଣଙ୍କ ଉତ୍ତରାକାଣ୍ଡ ସମାପ୍ତ

 

ସମାପ୍ତ